ସ୍କୁଲ କର୍ମଚାରୀଙ୍କ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ବ : କୋଭିଡ୍ ସମୀକ୍ଷା ବୈଠକରେ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଆଉ କିଛି ଦିନର ବ୍ୟବଧାନରେ ସ୍କୁଲ ଖୋଲିବାକୁ ଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷକଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି ।

ସେପଟେ, କୋଭିଡ ସହାୟତା ସର୍ମ୍ପକରେ ସମୀକ୍ଷା କରି ନବୀନ କହିଛନ୍ତି, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ୱାସ୍ଥ୍ୟସେବା ଉପରେ ସରକାର ଏବେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ଡେବ୍ୟୁ କରିବେ ୫ ଭାରତୀୟ ଖେଳାଳି । 

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଏବେ ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା ଦଳ । ଏହାସହ ଏହି ଶେଷ ଦିନିକିଆରେ ଭାରତର ୫ ଯୁବ ଖେଳାଳି ଡେବ୍ୟୁ କରିବେ । ସେମାନେ ହେଲେ ସଞ୍ଜୁ ସାମସନ, ନୀତିଶ ରାଣା, ଚେତନ ସକରିୟା, କେ ଗୌତମ ।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ଅକ୍ତିଆର କରିସାରିଛି । ଏହି ମ୍ୟାଚରେ ଭାରତ ବିଜୟୀ ହୋଇ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଖେଳିବ ।

from Kanak News
via <a href="https://ifttt.com/?

ଜଙ୍ଗଲ ଭିତରେ କୁମ୍ବିଂ ବେଳେ କେଉଁ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଯବାନ : ଭାଇରାଲ ହେଲା ଭରାନଈରେ ଯବାନଙ୍କ ଦୁଃସାହସିକ ଯାତ୍ରା

କନକ ବ୍ୟୁରୋ : କେମିତି ଜଙ୍ଗଲ ଭିତରେ ହୁଏ ମାଓ ବିରୋଧୀ ଅପରେସନ । ନଦୀ ନାଳ ଘେରା ଘଂଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ କରିବା ସମୟରେ କେଉଁ ଭଳି ପରିସ୍ଥିତିର ସାମ୍ନା କରନ୍ତି ଯବାନ । ସେ ଝଡବର୍ଷା ହେଉ ବା ନଈବଢି, ସବୁକୁ ପାର୍ କରନ୍ତି । ଲକ୍ଷ୍ୟ ଗୋଟିଏ, ମାଓବାଦୀଙ୍କୁ ଦମନ କରିବେ ଓ ଲୋକଙ୍କୁ ସୁରକ୍ଷା ଦେବେ । ଦାନ୍ତେୱାଡା ଜିଲ୍ଲାର କୁମ୍ବିଂ ଅପରସେନ୍ ବେଳର ଦୃଶ୍ୟ ଏବେ ଭାଇରାଲ ହେଉଛି ।

ଦାନ୍ତେୱାଡାର ମହିଳା ଫାଇଟର ଟିମ ଏବଂ ଡିଆରଜି ଯବାନ ପକ୍ଷରୁ ଏହି କୁମ୍ଭଂ ଅପରସେନ୍ କରାଯାଇଛି । ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି ଏଭଳି ସାହାସିକତାର ପରିଚୟ ଦେଖାଇଛନ୍ତି ଯବାନ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । କୁହାଯାଉଛି ଏହି ଭିଡିଓଟି ୧୦ରୁ ୧୫ ଦିନ ପୁରୁଣା । ଭିଡିଓରେ ଦେଖିପାରୁଛନ୍ତି, ପାଣି ଭିତରେ କେମିତି ଜବାନ ଅନ୍ୟ ଜଣଙ୍କର ସାହାଯ୍ୟରେ ନଦୀ ପାର ହେଉଛନ୍ତି । ତେବେ ନକ୍ସଲ ପ୍ରଭାବିତ ଅଂଚଳରେ ଏଭଳି ସମୟରେ ନକ୍ସଲ ହାମଲାର ବହୁ ଆଶାଙ୍କା ରହିଥାଏ ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ରରେ ବନ୍ୟାର ମହାତାଣ୍ଡବ, ମାଟି ଅତଡା ଖସି ୩୬ ମୃତ, ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମୌସୁମୀ ଜନିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ମଚାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଦେଖା ଦେଇଛି । ନଦୀଗୁଡିକରେ ବିପଦ ସଂକୁଳ ଅବସ୍ଥାରେ ଜଳ ପ୍ରବାହିତ ହେଉଛି । ରାସ୍ତାରେ ଏତେ ପରିମାଣରେ ଜଳ ପ୍ରବାହିତ ହେଉଛି କି ବିଭିନ୍ନ ସ୍ଥାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଲଗାତର ହେଉଥିବା ବର୍ଷା କାରଣରୁ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍କଳନ ହୋଇଛି । ଭୂଷ୍କଳନ ଫଳରେ ଜିଲ୍ଲାର ପାହାଡିଆ ଅଞ୍ଚଳରେ ୩୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଗତରାତିରେ ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ମାଟି ଅତଡା ଖସିବା ଫଳରେ ଗୋଟିଏ ସ୍ଥାନରୁ ୩୨ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଗୋଟିଏ ସ୍ଥାନରୁ ୪ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ଏନଡିଆରଏଫ୍ ଟିମ ଦ୍ୱାରା ୧୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ପଶ୍ଚିମ ନୌସେନା ପକ୍ଷରୁ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ରତ୍ନଗିରୀର ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନୌସେନାର ୭ ଟି ଟିମ୍ ସଡକ ପଥରେ ରାୟଗଡ ଓ ରତ୍ନଗିରୀ ଜିଲ୍ଲାରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି ।

କହିରଖୁ କି ଦେଶରେ କରୋନା ସଂକ୍ରମଣରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଥିରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ଦେଶର ସବୁଠାରୁ ଅଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । କରୋନା ପରିଚାଳନାରେ ରାଜ୍ୟର ଆର୍ଥିକ ସ୍ଥିତି ପୁରା ଭାଙ୍ଗିପଡିଥିବା ବେଳେ ଏବେ ବନ୍ୟା ରାଜ୍ୟପାଇଁ ବେଡି ଉପରେ କୋରଡା ମାଡ ସଦୃଶ ଦାଉ ସାଧିଛି ।

from Kanak News
via <a href="https://ifttt.com/?

ମହାରଷ୍ଟ୍ରରେ ବନ୍ୟା : ସହାୟତାର ହାତ ବଢାଇଲା ଓଡ଼ିଶା; ପୁନେ ଅଭିମୁଖେ ବାହାରିଲେ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଏନଡିଆରଏଫ ଟିମ୍

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ନେଇ ଓଡିଶାରୁ ଗଲା ଏନଡିଆରଏଫ ଟିମ୍ । ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୮ଟି ଏନଡିଆରଏଫ ଟିମ୍ ପୁନେ ଅଭିମୁଖେ ବାହରିଛି । ୪ଟି ଟିମ୍ ପୁନେରେ ମୁତୟନ ହେବାକୁ ଥିବା ବେଳେ ୨ଟି ଟିମ୍ ରତ୍ନଗିରି ଏବଂ ୨ଟି ଟିମ୍ ଗୋଆ ଯିବ ।

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି, ତେଣୁ ଓଡିଶାରୁ ଏନଡିଆରଟିମ୍ ପଠାଇବା ପାଇଁ ଗତକାଲି ଠୁ ନିର୍ଦ୍ଦେଶ ଆସିଥିଲା । ମହାରାଷ୍ଟ୍ରରେ ଲଗାତର କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ୨୪ ଘଂଟା ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥଳରେ ବନ୍ୟା ସ୍ଥିତି ଦେଖାଦେଇଛି । ରତ୍ନଗିରି, ରାଇଗଡ଼, କୋହ୍ଲପୁର ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାଙ୍ଗଲି ଏବଂ ଅମରାବତିରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି । ଏନଡ଼ିଆରଫ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

from Kanak News
via <a href="https://ifttt.com/?

ପାଠ୍ୟସୂଚୀରେ ବିପର୍ଯ୍ୟୟ ପରିଚାଳନା । ଯୁକ୍ତ ୩ ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷରେ ଏହାକୁ ପଢାଯିବ ।

କନକ ବ୍ୟୁରୋ: ପାଠ୍ୟସୂଚୀରେ ରହିବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ଗତ ମେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯୁକ୍ତ ୩ ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷରେ ଏହାକୁ ପଢାଯିବ । ଏହା ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ସାମିଲ ହେବ । ୧୦୦ ମାର୍କ ଯୁକ୍ତ ପେପର ସହ ୪ ୟୁନିଟ ବିଶିଷ୍ଟ ହେବ । ଗଣଶିକ୍ଷା ପରିଷଦ ବୈଠକରେ ନିଆଗଲା ନିଷ୍ପତ୍ତି ।

ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ । ଓଡିଶା ରାଜ୍ୟ ଉଚ୍ଚ ଉଚ୍ଚ ଶିକ୍ଷା ପରିଷଦ ସ୍ନାତକ ସ୍ତରରେ ପ୍ରଚଳିତ ମଡେଲ ‘ପରିବେଶ ବିଜ୍ଞାନ’ ସିଲାବସକୁ ପରିବେଶ ଶିକ୍ଷା ଓ ବିପର୍ଯ୍ୟ ପରିଚାଳନାରେ ପରିବର୍ତ୍ତନ କରିଛନ୍ତି ।

from Kanak News
via <a href="https://ifttt.com/?

ଜିନ୍ସ ହେଲା କାଳ : ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧିବାରୁ ନାବାଳିକାକୁ ହତ୍ୟା; ଦାଦା, ଜେଜେ ଗିରଫ

କନକ ବ୍ୟୁରୋ :  ଜିନ୍ସ ପିନ୍ଧିବାରୁ ହତ୍ୟା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଦେଓରା ଇଲାକାରେ । ଜିନ୍ସ ପିନ୍ଧାକୁ ନେଇ ୧୭ ବର୍ଷ ଝିଅକୁ ହତ୍ୟା କଲେ ଜେଜେ ଓ ଦାଦା । ମୃତଦେହକୁ ଏକ ପୋଲ ତଳକୁ ଫୋଡାଇଦେଇଥିଲେ । ହେଲେ ମୃତଦେହ ତଳେ ନପଡି ପୋଲ ବାଡାରେ ଅଟକି ରହିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଏହି ଘଟଣା ପଦାକୁ ଆସିଥିଲା । ତା ପରେ ଆରମ୍ଭ ହୋଇଥିଲା ଖୋଳତାଡ ।

ପୋଲିସ ସୂଚନା ମୁତାବକ, ମୃତ ନାବାଳିକା କିଛି ବର୍ଷ ହେବ ଦେଓରାରୁ ଆସି ଲୁଧିଆନାରେ ରହୁଥିଲେ । ସେଠାରେ ସେ ସହରି ଢାଂଚାରେ ଟପ୍ସ ଓ ଜିନ୍ସ ପୋଷାକ ପିନ୍ଧୁଥିଲା । ହେଲେ ଗାଁକୁ ଯାଇଥିବାବେଳେ ଏହାକୁ ବିରୋଧ କରିଥିଲେ ଜେଜେ ବାପା ଓ ଦାଦା । ହେଲେ ତାଙ୍କ କଥା ଶୁଣନଥିଲା ନାବାଳିକା । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟେକ୍ତ ଦାଦା ଓ ଜେଜେ ନାବାଳିକାଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ବଦଳରେ ତାଙ୍କୁ ଦୀର୍ଘ ସମୟ ଧରି ଘରେ ପକାଇ ରଖିଥିଲେ । ଫଳରେ ନାବାଳିକାର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

from Kanak News
via <a href="https://ifttt.com/?

ଦୂର ହୋଇନାହିଁ କୋଭିଡ ବିପଦ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ ।

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ତୃତୀୟ ଲହର ମୁକାବିଲା ପାଇର୍ ପ୍ରସ୍ତୁତି ଓ କୋଭିଡ ସହାୟତା ସର୍ମ୍ପକରେ ସମୀକ୍ଷା କରି ନବୀନ କହିଛନ୍ତି, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ୱାସ୍ଥ୍ୟସେବା ଉପରେ ସରକାର ଏବେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାବାଦ୍ କୋଭିଡର ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ବୁଲା ବିକାଳୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ଏଯାଏଁ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ଏହି ସମୀକ୍ଷା ବୈଠକରେ ଶିକ୍ଷକ ତଥା ସ୍କୁଲ କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ଶାସନ ସଚିବ ।

from Kanak News
via <a href="https://ifttt.com/?

ପେଗାସସ୍ ମାମଲା : ସଡକରୁ ସଂସଦ ଯାଏଁ ହଙ୍ଗାମା, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ରାହୁଲ ଗାନ୍ଧୀ । ଉଭୟ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ

କନକ ବ୍ୟୁରୋ : ପେଗାସସ୍ ସଫ୍ଟୱେୟାର ମାମଲାକୁ ନେଇ ଏବେ ବିରୋଧୀ ଦଳମାନେ ସଡକ ଠାରୁ ସଂସଦ ପର୍ଯ୍ୟନ୍ତ ହୋ ହାଲ୍ଲା କରିଛନ୍ତି । ଏହି ମାମଲାକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ।

ଗୋଟିଏ ପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଉଭୟ ସଂସଦରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନ ପ୍ରଭାବିତ ହୋଇଛି ।

ଶୁକ୍ରବାର ଦିନ ପେଗାସସ୍ ସ୍ପାଏ ୱେୟାରକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଂଚ ପାଇଁ ଦାବି କରିଛନ୍ତି । ସଂସଦ ଭବନ ବାହାରେ ଗଣମାଧ୍ୟମକୁ କହିଛନ୍ତି କି ଇଜ୍ରାଇଲ ସରକାର ପେଗାସସ୍ କୁ ଏକ ଅସ୍ତ୍ରଭାବେ ପ୍ରସ୍ତୁତ କରିଥିଲେ । ଏହାକୁ ଆତଙ୍କବାଦ ବିରୋଧରେ ବ୍ୟବହାର କରାଯିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ ବିରୋଧୀ ମାନଙ୍କ ବିରୋଧରେ ବ୍ୟବହାର କରିଛନ୍ତି ।

ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ବେଳେ ଏହାର ସହାୟତା ବିଜେପି ନେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଗୃହମନ୍ତ୍ରୀ ଏହି ମାମଲାରେ ନିଜକୁ ନିଜେ ଦୋଷୀ ଭାବି ପଦତ୍ୟାଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏନେଇ ଆଜି ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତତିମୂର୍ତ୍ତି ଆଗରେ ବିରୋଧୀ ସାଂସଦମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ଏହି ବିରୋଧ ପ୍ରଦର୍ଶନରେ କଂଗ୍ରେସ, ଶିବସେନା, ଡିଏମକେର ସାଂସଦ ମାନେ ଉପସ୍ଥିତ ଥିବା ବେଳେ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁଗୋପାଳ, ଅଧିର ରଂଜନ ଚୌଧୁରୀ ଓ ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ ସାମିଲ ଥିଲେ ।

କହିରଖୁ କି ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ପେଗାସସ୍ ମାମଲାର ଖୁଲାସା କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା କି ପେଗାସସ୍ ସଫ୍ଟୱେୟାରର ବ୍ୟବହାର କରି ଭାରତର ଅନେକ ନେତା, ସାମ୍ବାଦିକ, ଜଜ୍ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କର ଫୋନ ଟ୍ୟାପିଂ କରାଯାଇଛି ।

from Kanak News
via <a href="https://ifttt.com/?

ବର୍ଷା ବେଳେ ରାଜଧାନୀର ଅସହାୟ ସ୍ଥିତି ଦେଖାଇବାକୁ ରାସ୍ତାକୁ ବୋଟ ଆଣିଲା କଂଗ୍ରେସ : ମାଷ୍ଟର କ୍ୟାଂଟିନ ଛକ ଆଗରେ ବୋଟ ରଖି ପ୍ରତିବାଦ

କନକ ବ୍ୟୁରୋ : ସାମାନ୍ୟ ବର୍ଷାରେ ରାଜଧାନୀରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହେଉଛି । କେଉଁଠି ରାସ୍ତାରେ ପାଣି ଜମି ହୋଇ ରହୁଛି ତ ଅନ୍ୟ କେଉଁଠି ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି । ତଳିଆ ଅଂଚଳରେ ପାଣି ଜମି ହୋଇ ରହୁଛି । ଆଉ ଏହାର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ମାଷ୍ଟରକ୍ୟାଂଟିନରେ ରାସ୍ତା ମଝିରେ ଡଙ୍ଗା ରଖି ବିଧାୟକ ସୁର ରାଉତରାୟ ଓ କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ବିଏମସି କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started