ସରକାରଙ୍କ ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । ବାଲେଶ୍ୱରରେ କଟକଣା ନମାନି ଶ୍ରବଣ ପ୍ରଥମ ସୋମବାରରେ ମହାଦେବଙ୍କ ପାଖରେ କଲେ ଜଳାଭିଷେକ

କନକ ବ୍ୟୁରୋ: ବାରଣ ସତ୍ୱେ ବୋଲବମ୍ ଗଲେ କାଉଡିଆ । କରୋନା ସଂକ୍ରମଣ ଯୋଗୁଁ ବୋଲବମ୍ ନଯିବା ପାଇଁ ସରକାର ମନା କରିଥିବା ବେଳେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି କାଉଡିଆ । ବାଲେଶ୍ୱର ସୋର ଥାନା ମାଣିପୁର ଗାଁରେ ପାଣି ଢାଳିଛନ୍ତି କାଉଡିଆ । କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାରେ କଟକଣା ଲଗାଇଥିଲେ ରାଜ୍ୟ ସରକାର ।

କାଉଡିଆ ମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଆଷାଢ ଯାଇ ଶ୍ରାବଣ ହେଲାଣି, ବର୍ଷା ନ ହେବା କାରଣରୁ ଶିବଙ୍କୁ ଜଳଲାଗି କରିଛନ୍ତି  ସୋରର କିଛି କାଉଡିଆ । ଶିବଙ୍କ ଉପରେ ଜଳଲାଗି କଲେ ସ୍ୱାଭାବିକ ବର୍ଷା ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି  ।

from Kanak News
via <a href="https://ifttt.com/?

ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ ପ୍ରସ୍ତୁତି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହେଲା ଆଲୋଚନା

କନକ ବ୍ୟୁରୋ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଆଜି ରାତି ୮ଟାରୁ ୨୧ ତାରଖ ରାତି ୮ଟା ଯାଏଁ ପୁରୀ ଜାରି ହେବ କର୍ଫ୍ୟୁ । ନିଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକରେ ମହାବାହୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଛି । କୋଭିଡ କଟକଣା ଭିତରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା ।

ଶ୍ରୀମନ୍ଦିର ପ୍ରଶାସକ କହିଲେ, କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସଂଧ୍ୟା ଦର୍ଶନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୁଲିସର ଏନଫୋର୍ସମେଂଟ ଉପରେ ସମୀକ୍ଷା ହୋଇଛି । ବୈଠକରେ ବାହୁଡାଯାତ୍ରା ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଛି । ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ପହଣ୍ଡି ନୀତି ସାରି ଦିନ ୧୨ଟା ସୁଦ୍ଧା ରଥଟଣା କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ବାହୁଡା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ବଡଦାଣ୍ଡରେ ଅମାନିଆଙ୍କ ଉପରେ ନଜର ରଖିବା ପାଇଁ ୨୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ସେପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ । ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତି ହୋଇଛି ।

from Kanak News
via <a href="https://ifttt.com/?

ଜେଲରେ ଥିବା ୪୨୦ ଠିକାଦାର ବିରୋଧରେ ଲମ୍ବିଲା ଅଭିଯୋଗ ଫର୍ଦ୍ଦ । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହେଲା ଆଉ ୮ ଟି ମାମଲା 

କନକ ବ୍ୟୁରୋ: ବଢିଲା ଜେଲରେ ଥିବା ୪୨୦ ଠିକାଦାରଙ୍କ ଅଡୁଆ  । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହୋଇଛି ଆଉ ୮ ଟି ମାମଲା । ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଜୁଲାଇ ୧୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ୪୨୦ ଠିକାଦାର ସଂଜୀବ ସୁବୁଦ୍ଧି  ।

ଜେଲରେ ଅଛି ଠକ ଠିକାଦାର, ଏପଟେ ଥାନାରେ ଲମ୍ବୁଛି ଅଭିଯୋଗର ତାଲିକା । ଉମରକୋଟ୍ ଜେଲରେ ଥିବା ଠିକାଦାର ସଂଜୀବ ସୁବୁଦ୍ଧି ନାଁରେ ଅଭିଯୋଗ କରି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗରିବ ହିତାଧିକାରୀ । ତୋହରା ପଂଚାୟତର କିରାପାଣି ଗାଁର ୮ ଜଣ ଆଦିବାସୀ ହିତାଧିକାରୀ  ଉମରକୋଟ ଥାନାରେ ସମାନ ଅଭିଯୋଗ କରିଛନ୍ତି । ୨୦୧୬-୧୭ ଆର୍ôଥକ ବର୍ଷରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କାମ କରାଇଦେବ କହି ପ୍ରଥମ ଦଫାରେ ୨୦ ହଜାର ଓ ଦ୍ୱିତୀୟ ଦଫାରେ ୩୫ ହଜାର ଲେଖାଏ ଟଙ୍କା ଉଠାଇ ନେଇଛି ଏହି ଠକ । ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କକୁ ଡାକି ସେମାନଙ୍କ ଟିପ ଚିହ୍ନ ନେଇ ଠିକାଦାର ଟଙ୍କା ହଡ଼ପ କରିଥିବା ହିତାଧିକାରୀ କହିଛନ୍ତି ।

ଠିକାଦାର ସଂଜୀବ ସୁବୁଦ୍ଧି, ଗରିବ ଆଦିବାସୀଙ୍କ ଆବାସ ଘର ତିଆରି କରାଇ ଦେହ କହ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି । ଏନେଇ କୁର୍ସି ପଚଂୟାତର ହିତାଧିକାରୀ ଉମରକୋଟ ଥାନାରେ ୫ଟି ଏତଲା ହେବା ପରେ ଘଟଣାର ପ୍ରାଥମିକ ତଦନ୍ତ କରି ଠିକାଦାର ସଂଜୀବ ସୁବୁଦ୍ଧିକୁ ଗିରଫ କରି ଜେଲ ପଠାଇ ଦେଇଛି ପୁଲିସ ।

ନିରୀହ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ କରିବା ସହ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା ଏଇ ଠକ । ଏମିତିକି ଜାତିଆଣ ଅକ୍ଷେପ କରି ଗାଳି ଗୁଲଜ କରୁଥିଲା । ତେଣୁ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୪୨୦ ୨୯୪, ୫୦୬, ୪୦୬ ସହ ଆଟରୋସିଟି ଧାରା ଲାଗିଛି  ।

from Kanak News
via <a href="https://ifttt.com/?

ପିସିସିଏଫଙ୍କୁ ଭେଟିଲେ ମୃତ ଏସିଏଫ ସୌମ୍ୟରଂଜନଙ୍କ ବାପା । ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଦାବି କଲେ ଡିଏଫଓଙ୍କ ବଦଳି 

କନକ ବ୍ୟୁରୋ: ପିସିସିଏଫଙ୍କୁ ଭେଟିଲେ ମୃତ ଏସିଏଫ ସୌମ୍ୟରଂଜନଙ୍କ ବାପା । ପୁଅ ମୃତ୍ୟୁର ତଦନ୍ତ ପାଇଁ ଡିଜିପିଙ୍କୁ ଭେଟି ଦାବି କରିବା ପରେ ପିସିସିଏଫଙ୍କୁ ଭେଟିଛନ୍ତି ବାପା ଅଭିରାମ ମହାପାତ୍ର । ନିରପେକ୍ଷ ତଦନ୍ତ ପାଇଁ ଗଜପତି ଡିଏଫଓଙ୍କ ବଦଳି ଦାବି କରିଛନ୍ତି । କାରଣ ପୁରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ସନ୍ଦେହ କରିଆସୁଛନ୍ତି ପରିବାର ।

ସୌମ୍ୟଙ୍କୁ ଜାଣିଶୁଣି ରାତି ଡ୍ୟୁଟି ଦେଇ ତାଙ୍କୁ ମାନସିକ ଭାବେ ଡିଏଫଓ ନିର୍ଯାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ କହୁଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କ ସମ୍ପର୍କ ନେଇ ସଙ୍ଗୀନ ଅଭିଯୋଗ କରି ଆସୁଛନ୍ତି । ଏ ସବୁ ଭିତରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଅକୁ ନ୍ୟାୟ ଦେବାରେ ପୋଲିସକୁ ସହାୟତା କରିବା ପାଇଁ କହିଛନ୍ତି ସୌମ୍ୟଙ୍କ ବାପା ।

from Kanak News
via <a href="https://ifttt.com/?

ଅଭାବର ଅନ୍ଧାରୀ ଘରେ ଭୋକ ଉପାସରେ ଜିଉଁଛନ୍ତି ଜନ୍ମଦାତା । ଶ୍ୱଶୁର ଘରେ ଅୟସ ଆରାମ କରୁଛନ୍ତି ଦୁଇପୁଅ । ୨୦ ବର୍ଷ ହେବ ଏକାଏକା ସଙ୍ଘର୍ଷ କରୁଛନ୍ତି ବୁଢା ବାପାମାଆ…

କନକ ବ୍ୟୁରୋ: ପୁଅମାନେ ଯେତେବେଳେ ପର କରିଦିଅନ୍ତି, ବୟସ ହୋଇଗଲେ ବୋଝ ଭାବି ଯେତେବେଳେ ଦୂରେଇ ଯାଆନ୍ତି ଠିକ ସେତେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସେ । ହସଖୁସିରେ ଥାଆନ୍ତି ପୁଅବୋହୂ, ହଇରାଣ ହୁଅନ୍ତି ବାପାମାଆ । ସୁଖରେ ଚଳନ୍ତି ସେମାନେ, ଦୁଃଖରେ ଚଳନ୍ତି ଏମାନେ । ଅଭାବର ଅଗଣାରେ ଛାଡିଦେଇ ସ୍ତ୍ରୀ ପିଲାଛୁଆ ଧରି ଅୟସ ଆରାମ କରିବାକୁ ବାହାରି ଯାଆନ୍ତି ଜନ୍ମକଲା ପୁଅମାନେ… ଆଉ ଏହି ନୁଆଁଣିଆ ଚାଳଘରେ ମାଟି ସହ ମାଟି ହୋଇ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିଚାଲନ୍ତି ବୁଢା ବାପାମାଆ ଦିଜଣ… ଓଃ କି କରୁଣ ଏ ବୃଦ୍ଧାବସ୍ଥାର କଷ୍ଟ… ଯେତେ ଶବ୍ଦ ଦେଇ ଲେଖିଲେ ବି ତାଙ୍କ ଯନ୍ତ୍ରଣା କହିବା ସାମର୍ଥ୍ୟ ବାହାରେ…

ଯେଉଁବୟସରେ ପୁଅବୋହୂଙ୍କ ସେବା ପାଇବା କଥା, ଘରେ ରହି ଶେଷ ଜୀବନକୁ ନାତିନାତୁଣୀଙ୍କ ସହ ବିତେଇ ଦେବା କଥା । ବୟସର ଅପରାହ୍ନରେ ଆରାମର ଜୀବନ ଜିଇଁବା କଥା… ସେସବୁ ଏବେ ଏମାନଙ୍କ ପାଇଁ ସ୍ୱପ୍ନ । ଆଉ ଆଶା ବି ରଖି ନାହାନ୍ତି ପୁଅବୋହୂଙ୍କ ସେବାଯତ୍ନ ପାଇବା ପାଇଁ… କାରଣ ଅବହେଳାର ଅଗଣାରେ କଟିଗଲାଣି କଷ୍ଟର କୋଡିଏ ବର୍ଷ । ଆଉ ଦିନ କେଇଟା ପରେ ଯେଝା ବାଟ ଯେଝେ ଧରିବେ… ତେଣୁ ପରିଣତ ବୟସରେ ଏମିତି ଦୁହେଁ ଦୁହିଁଙ୍କୁ ସାହା ହୋଇ ଏକା ଏକା ଜୀବନ ଜିଉଁଛନ୍ତି କେନ୍ଦ୍ରାପଡା ରାଜକନିକା ନମତରା ଗାଁର ବୃଦ୍ଧ ଦମ୍ପତ୍ତି ମେଘନାଦ ନାୟକ ଓ ତାଙ୍କ ସ୍ତ୍ରୀ ମଣି ନାୟକ ।

ଦୀର୍ଘ ୨୦ ବର୍ଷ ହେବ ବୁଢା ବାପାମାଆଙ୍କୁ ଛାଡି ପଳାଇଛନ୍ତି ପୁଅମାନେ । ୩ ପୁଅରୁ ଜଣେ ମାନସିକ ବିକାରଗ୍ରସ୍ତ ହେବା ପରେ ତାଙ୍କୁ ପୁରୀରେ ଛାଡିଦିଆଯାଇଛି ଆଉ ବାକି ୨ ପୁଅ ବୋହୂ ସହ ନିଜ ନିଜ ଶ୍ୱଶୁର ଘରେ ଅଛନ୍ତି । ବାପାମାଆ ଦିଟା କଣ ଖାଉଛନ୍ତି, କେମିତି ବଞ୍ଚୁଛନ୍ତି ଥରେ ହେଲେ ବି ଦେଖିବାକୁ ଆସି ନାହାନ୍ତି । ହାତରେ ଆଉ କିଛି ବିକଳ୍ପ ନଥିବାରୁ ଜୀବନ ଯିବା ଯାଏଁ ଭାଗ୍ୟ ଭରସାରେ ପଡି ରହିଛନ୍ତି ଦୁହେଁ । ଆଉ ପୁଅ ଜନ୍ମ କରି ପାପ କରିଥିବା ନିଜକୁ ଧିକ୍କାର କରି କାନ୍ଦୁଛନ୍ତି ଏ ଅସହାୟ ବୁଢାବୁଢୀ ।

ବୃଦ୍ଧଙ୍କୁ ୯୦ ଛୁଇଁଲାଣି ଆଉ ବୃଦ୍ଧାଙ୍କୁ ୮୦ । ବୟସ ଅଧିକ ହେତୁ ଆଖିର ଦୃଷ୍ଟିଶକ୍ତି ହରାଇଲେଣି ବୃଦ୍ଧ । ତେଣୁ ନିଜ ସ୍ୱାମୀଙ୍କ ଶେଷ ସାହାରା ଏ ସ୍ତ୍ରୀ । ପାଖରେ କେହି ନଥିବାରୁ ଏବେ ଦୁହେଁ ଦୁହିଁଙ୍କ ଜୀବନ । ଜଣଙ୍କ ବିନା ଜଣେ ଅଧୁରା । ପୁଅମାନେ ସିନା ଚାହିଁଲେନି ହେଲେ ସିଏ ବା କେମିତି ଅଣଦେଖା କରିପାରିବେ । ତେଣୁ ବଳ ନଥିବା ହାତରେ ବି ନିଜ ସ୍ୱାମୀଙ୍କ ସେବା କରିଚାଲିଛନ୍ତି ମଣି । ଗାଧୋଇ ଦେବାଠାରୁ ଆରମ୍ଭ କରି ଖୁଆଇବା ଯାଏଁ ସବୁ କରନ୍ତି ସେ । ସ୍ୱାମୀଙ୍କ ହାତ ଧରି ସଂସାର କରିଛନ୍ତି ଯେତେବେଳେ ଶେଷ ସମୟରେ କେମିତି ତାଙ୍କ ହାତ ଛାଡିପାରିବେ ? ତେଣୁ କଷ୍ଟ ଯନ୍ତ୍ରଣା ଭିତରେ ବି ଆଖି ହରାଇଥିବା ସ୍ୱାମୀଙ୍କ ଆଖି ସାଜିଛନ୍ତି ବୃଦ୍ଧା ।

ତେବେ ବୁଢା ବାପାମାଆଙ୍କ ଏ କଷ୍ଟର କାହାଣୀ ଦେଖିବା ପରେ ହୁଏତ ସେମାନଙ୍କ ପୁଅମାନେ ସେମାନଙ୍କୁ ନେବାକୁ ଫେରି ପାରନ୍ତି କିମ୍ବା ବାପା ମାଆ ଶେଷ ଜୀବନରେ କେମିତି ଅଛନ୍ତି ବୋଲି ଥରେ ଦେଖିବାକୁ ମାଟିର ଏ ଘରକୁ ଆସିପାରନ୍ତି । ହେଲେ ସେମାନେ ଫେରିବା ପରେ ଅବହେଳା କରିଯାଇଥିବା ଅସହାୟ ବୃଦ୍ଧ ବାପାମାଆଙ୍କ ଆଖିର ଅକୁହା ପ୍ରଶ୍ନର ଉତ୍ତର ଦେଇପାରିବେ ତ ? ବାପାମାଆଙ୍କ ସାମ୍ନାରେ ବସି ଆଖି ସହ ଆଖି ମିଶେଇ କହିପାରିବେ ତ ପୁଅ ଜନ୍ମ କରି ବୁଢାବୁଢୀ ଦୁହେଁ ପାପ କରିନାହାନ୍ତି ବୋଲି? କେନ୍ଦ୍ରାପଡାର ଏ କାହାଣୀ ଆଉ କାହା ସହ ନହେଉ… ଆଉ କେହି ବୁଢା ବାପାମାଆ ପରିଣତ ବୟସରେ ହଇରାଣ ନହୁଅନ୍ତୁ…

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନ : ୨୨ ତାରିଖରୁ ସଂସଦ ଭବନ ଆଗରେ କୃଷକଙ୍କ ‘କିଷାନ ପଞ୍ଚାୟତ’ । ଦୈନିକ ୨୦୦ କୃଷକଙ୍କୁ ନେଇ ପଞ୍ଚାୟତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକ ମାନେ ୨୨ ତାରିଖରୁ ସଂସଦ ଭବନ ଆଗରେ ‘କିଷାନ ପଞ୍ଚାୟତ’ କରିବେ ବୋଲି ଜଣାପଡିଛି । ଏନେଇ ଭାରତୀୟ କିଷାନ ମୋର୍ଚ୍ଚା ସ୍ପଷ୍ଟ କରିଛି କି ସଂସଦ ଭବନ ଘେରାଓ କରିବାରେ ତାଙ୍କର କିଛି ଉର୍ଦ୍ଦେଶ୍ୟ ନାହିଁ । ସେମାନେ ସଂସଦ ଭବନ ନିକଟ ଜନ୍ତରମନ୍ତର ଠାରେ କିଷାନ ପଞ୍ଚାୟତ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ କରିବେ ।

ଭାରତୀୟ କୃଷକ ସଂଘର ଗଣମାଧ୍ୟମ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି କି ଜୁଲାଇ ୨୨ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା କିଷାନ ପଞ୍ଚାୟତକୁ ଯାଉଥିବା ସଂଗଠନ ଗୁଡିକର ଏକ ରୋଷ୍ଟର ଲିଭର ପ୍ରସ୍ତୁତ କରାଯାଇଛି । ଏହି କିଷାନ ମହାପଞ୍ଚାୟତରେ ସାମିଲ ହେବାକୁ ସାରା ଦେଶର ୨୦୦ ଟି କୃଷକ ସଂଗଠନ ମାନଙ୍କୁ ଚିହ୍ନଟ କରାଯାଇଛି । ପ୍ରତିଦିନ ପ୍ରତିଟି ସଂଗଠନର ୫ ଜଣ ଲେଖାଏଁ କୃଷକ କିଷାନ ମହା ପଞ୍ଚାୟତରେ ଯୋଗ ଦେବେ । ଏହି କୃଷକମାନେ ଜନ୍ତର-ମନ୍ତର ଯିବାକୁ ଟ୍ରାକ୍ଟର ବ୍ୟବହାର ନକରି ବସରେ ଯିବେ ।

ଅନ୍ୟପଟେ କିଷାନ ମହାପଞ୍ଚାୟତରେ ଯୋଗ ଦେବାକୁ ଥିବା କୃଷକ ମାନଙ୍କ ପାଖରେ ଆଧାର କାର୍ଡ ରହିବ । ଏହାସହ ଭାରତୀୟ କିଷାନ ୟୁନିୟନ ବି ସେମାନଙ୍କୁ ପରିଚୟପତ୍ର ଜାରି କରିବ । ଏହାସହ ସଂସଦ ଚାଲୁଥିବା ପର୍ଯ୍ୟନ୍ତ ମହାପଞ୍ଚାୟତ ବସିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂଆ କୃଷିନୀତିକୁ କୃଷକ ସଂଗଠନମାନେ ବିରୋଧ କରି ୮ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ବୈଠକ ହୋଇଥିଲେ ବି କିଛି ସୁଫଳ ମିଳିପାରି ନାହିଁ ।

from Kanak News
via <a href="https://ifttt.com/?

୨୦ରୁ ୨୪ ପ୍ରବଳ ବର୍ଷା । ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛି ପ୍ରବଳ ବର୍ଷାର ସମ୍ଭାବନା?

କନକ ବ୍ୟୁରୋ :ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ରହିଛି।

ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ,ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ରହିଛି। ଉକ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୦ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଏଯାବତ ସମ୍ବଲପୁରରେ ୩୬.୮ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

from Kanak News
via <a href="https://ifttt.com/?

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ । ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ ସ୍ଥଗିତ ରହିଲା ଉଭୟ ସଦନର ବୈଠକ

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ପ୍ରଥମଦିନରେ ଠିକରେ ଚାଲିପାରି ନାହିଁ ଲୋକସଭା ଓ ରାଜ୍ୟ ସଭା । ଉଭୟ ସଂସଦରେ ବୈଠକ ଆରମ୍ଭ ହେବା ପୂର୍ବରୁ ୫୬ ଜଣ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଭ୍ୟ ମାନଙ୍କୁ ଯୁକ୍ତି ଯୁକ୍ତ ପ୍ରଶ୍ନ ପଚାରିବା ସହ ସରକାରଙ୍କ ଉତ୍ତରକୁ ଶୁଣିବାକୁ ବିରୋଧୀମାନଙ୍କୁ ଅନୁରୋଧ କରିଥିଲେ ।

ଏହାପରେ ସେ ନୂଆମନ୍ତ୍ରୀ ମାନଙ୍କର ପରିଚୟ ପ୍ରଦାନ କରୁଥିବା ବେଳେ ବିରୋଧୀମାନେ ହୋ ହାଲ୍ଲା ଆରମ୍ଭ କରିଥିଲେ । ଏହାକୁ ନେଇ ଉଭୟ ସଦନର ବୈଠକକୁ ପରିଚାଳକମାନେ ଦିନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଥିଲେ କି ତାଙ୍କ ୨୪ ବର୍ଷର ସାଂସଦ ଜୀବନରେ ସେ କେବେ ବି ଏଭଳି ହେବାର ଦେଖିନଥିବା କଥା କହିଛନ୍ତି ।

ଦ୍ୱିତୀୟ ଥର ୩.୩୦ ରେ ପୁଣି ବୈଠକ ଆରମ୍ଭ ହୋଇଥିବା ବେଳେ ବିରୋଧୀମାନେ କୋଭିଡ ପରିଚାଳନା, ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ଓ ଚୀନ ପ୍ରସଙ୍ଗରେ ଉଭୟ ସଦନରେ ହୋ ହାଲ୍ଲା କରିବା ପରେ ଉଭୟ ସଦନର ବୈଠକକୁ ଆସନ୍ତା କାଲି ୧୧ ଟା ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି ।
ଅନ୍ୟପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମଳିିଛି । ଏହି ସର୍ବଦଳୀୟ ବୈଠକରେ କୋଭିଡ -୧୯ ଟିକା ଉପରେ ଆଲୋଚନା ହୋଇପାରେ !

from Kanak News
via <a href="https://ifttt.com/?

ମୋଦୀ ସରକାରରେ ପୁଅ ମନ୍ତ୍ରୀ, ବିଲରେ ଦିନ ମଜୁରିଆ ଭାବେ ଖଟୁଛନ୍ତି ବାପା-ମା’ । ଜାଣନ୍ତୁ କିଏ ସେହି ମନ୍ତ୍ରୀ ଓ କଣ ରହିଛି ଏହା ପଛର ପୂରା କାହାଣୀ?

କନକ ବ୍ୟୁରୋ : କାନ୍ଧରେ କୋଦାଳ, ମୁଣ୍ଡରେ ଗାମୁଛା । ବିଲରେ ଚାଲିଛି ଝାଳବୁହା ପରିଶ୍ରମ । ତେବେ ବିଲରେ ଝାଳ ବୁହାଉଥିବା ଏହି ବୃଦ୍ଧ ଦମ୍ପତିଙ୍କ ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏହି ଦମ୍ପତି ହେଉଛନ୍ତି ନୂଆ କରି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଲୋକନାଥନ ମୁରୁଗାନଙ୍କ ବାପା ମା’ । କେନ୍ଦ୍ରମନ୍ତ୍ରୀଙ୍କ ବାପା-ମା’ ପୁଣି ବିଲରେ, ଆଉ ତାହା ବି ପୁଣି ଦିନ ମଜୁରିଆ ଭାବେ । କଥାଟା ଆପଣଙ୍କୁ ଚକିତ କରୁଥିବ କିନ୍ତୁ ବାସ୍ତବରେ ଏହା ସତ । ରାଜନୀତି କରୁଥିବା ପ୍ରତିଟି ବ୍ୟକ୍ତିର ପରିବାର ଯେ ବିଳାସବ୍ୟସନରେ ଜୀବନ କାଟନ୍ତି ତାହାକୁ ଏମାନେ ଭୁଲ ପ୍ରମାଣିତ କରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନଙ୍କ ବାପା ଲୋକନାଥନ, ମା’ ଏଲ ବରୁଦାମ୍ମଲ । ଏମାନଙ୍କୁ ପ୍ରତିଦିନ ପର ଜମିରେ ଦିନ ମଜୁରିଆ ଭାବେ କାମ କରୁଥିବାର ଦେଖିବାକୁ ମିଳେ । ଯେଉଁଦିନ କାମ ନଥାଏ ସେହିଦିନ ବଜାରରେ କୁଲି କାମ ମଧ୍ୟ କରିଥାନ୍ତି । ତେବେ ପୁଅ କେନ୍ଦ୍ରମନ୍ତ୍ରୀ ହେବା ପରେ ବି ସେମାନଙ୍କର ସ୍ୱଭାବରେ ଟିକିଏ ପରିବର୍ତ୍ତନ ହୋଇନି । ବଡ ଘରେ ଆରାମରେ ରହିବା, ବିଳାସ ବ୍ୟସନରେ ଜୀବନ କାଟିବା ପରିବର୍ତ୍ତେ ପରିଶ୍ରମ କରିବା ଓ କାହା ଉପରେ ବୋଝ ନ ହେବାକୁ ଯେପରି ଆଦରି ନେଇଛନ୍ତି ମୁରଗାନଙ୍କ ବାପା, ମା’ । ଗାଁରେ ଥିବା ସେହି ଛୋଟ ଘରେ ଜୀବନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏମିତି ନୁହେଁ ଯେ, ମନ୍ତ୍ରୀ ପୁଅ ବାପା, ମା’ଙ୍କୁ ପାଖରେ ରଖିବାକୁ ଚାହୁଁନାହାନ୍ତି, ବରଂ ସହର ନୁହେଁ ଗାଁକୁ ଭଲ ପାଇଛନ୍ତି ଏମାନେ । ସେଥିପାଇଁ ତ ପୁଅ ମୁରୁଗାନ ନିଜ ପାଖରେ ରଖିବାକୁ ସହରକୁ ନେଇ ଯାଇଥିଲେ ମଧ୍ୟ ମାତ୍ର କିଛି ଦିନ ମଧ୍ୟରେ ପୁଣି ଗାଁକୁ ଫେରି ଆସିଥିଲେ ବାପା, ମା’ । କାରଣ ସହରୀ ଢାଞ୍ଚା ସହ ଖାପ ଖୁଆଇ ପାରିନଥିଲେ ମୁରୁଗାନଙ୍କ ବାପା ଓ ମା ।

ମୁରୁଗାନଙ୍କ ବାପା ଓ ମା’ଙ୍କ ସରଳ ଜୀବନ ଯାପନର ଆଉ ଏକ ଝଲକ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ପୁଅ ମନ୍ତ୍ରୀ ହେବ ବୋଲି ସେମାନେ ଜାଣିବାକୁ ପାଇଥିଲେ । ବିଲରେ କାମ କରୁଥିବା ବେଳେ ପୁଅ ମନ୍ତ୍ରୀ ହୋଇଛି ଖବର ପାଇଥିଲେ ମଧ୍ୟ ସେତେଟା ପ୍ରତିକ୍ରିୟାଶୀଳ ହୋଇନଥିଲେ । ଆଉ ଯାହା ଉତ୍ତର ଦେଇଥିଲେ ତାହା ବେଶ ହୃଦୟସ୍ପର୍ଶୀ ଥିଲା । ବାପା ଓ ମା’ ହିସାବରେ ଖୁସି ହୋଇଥିଲେ ସତ କିନ୍ତୁ ପୁଅ ମନ୍ତ୍ରୀ ହେବା ପଛରେ ସେମାନଙ୍କର କୌଣସି ଅବଦାନ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ମୁରୁଗାନ ଯେଉଁ ସଫଳତା ପାଇଛନ୍ତି ତାହା ନିଜ ପରିଶ୍ରମ ବଳରେ ବୋଲି ତାଙ୍କ ବାପା ମା’ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନଙ୍କ ସଫଳତା ପଛରେ ସଂଘର୍ଷମୟ କାହାଣୀ ମଧ୍ୟ ରହିଛି । ତାମିଲନାଡୁ ନମକଲା ଜିଲ୍ଲା କନ୍ନୁରର ଗରିବ ପରିବାରରେ ମୁରୁଗାନଙ୍କ ଜନ୍ମ । ପିଲାଟିବେଳୁ ମେଧାବୀ ଛାତ୍ର ଥିବା ମୁରୁଗାନ ଗାଁରେ ପାଠ ପଢା ଶେଷ କରିବା ପରେ ଆଇନ ପାଠ ପଢିବାକୁ ଚେନ୍ନାଇ ଆସିଥିଲେ । ସେତେବେଳେ ଧାରକରଜ କରି ପାଠ ପଢିଥିଲେ ମୁରୁଗାନ । ଏହାପରେ ରାଜନୀତିରେ ପାଦ ଦେଇଥିଲେ, ଆଉ ୨୦୨୦ରେ ତାମିଲନାଡୁ ବିଜେପି ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଚର୍ଚ୍ଚାକୁ ଆସିଥିଲେ ମୁରୁଗାନ୍ । ଆଉ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ବାପା ଓ ମା’ ଏବେ ଚର୍ଚ୍ଚାରେ ରହିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ ଉପବାଚଷ୍ପତ୍ତି ଭାବେ ନିଯୁକ୍ତ ହେଲେ ବିଜେପି ନେତା ମୁକ୍ତାର ଆବାସ ନକବୀ । ବାଜପେୟୀଙ୍କ ସରକାରରେ ପ୍ରଥମେ ହୋଇଥିଲେ ମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁକ୍ତାର ଆବାସ ରାଜ୍ୟସଭାରେ ଉପବାଚଷ୍ପତ୍ତି ଭାବେ ନିଯୁକ୍ତ ହୋଇଛନ୍ତି । କୁହାଯାଇଛି କି ସଂସଦୀୟ ମାମଲାରେ ନକବୀଙ୍କର ଭଲ ଅଭିଜ୍ଞତା ରହିଛି । ଏହାସହ ତାଙ୍କର ବିଭିନ୍ନ ରାଜନୈତିକ ଦଳ ସହ ଭଲ ସଂପର୍କ ରହିଛି ।

ସୂଚନା ଥାଉକି ଏହାପୂର୍ବରୁ ରାଜ୍ୟସଭାର ଉପବାଚଷ୍ପତ୍ତି ଭାବେ ପିୟୁଷ ଗୋଏଲ ଦାୟୀତ୍ୱ ତୁଲାଉଥିଲେ । ଏବେ ପିୟୁଷ ଗୋଏଲଙ୍କୁ ରାଜ୍ୟସଭାର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି । ନକବୀ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଭାବେ ସଂସଦରେ ପ୍ରଭାବଶାଳୀ ଭୂମିକା ନିଭାଇଥିବା ଦେଖିବାକୁ ମଳିଥିଲା ।

ମୁକ୍ତାର ଆବାସ ନକବୀ ୨୦୧୬ ମସିହାରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୨୦୧୪ ମସିହାରେ ଅଳ୍ପ ସଂଖ୍ୟକ ମାମଲା ଓ ସଂସଦୀୟ ମାମଲାର ରାଜ୍ୟମନ୍ତ୍ରୀ ଥିଲେ । ୨୦୧୬ ଜୁଲାଇ ୧୨ ତାରିଖରେ ନଜମା ହେପତୁଲ୍ଲାଙ୍କ ମୃତ୍ୟୁପରେ ନକବୀଙ୍କୁ କେନ୍ଦ୍ର ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ସ୍ୱତନ୍ତ୍ର ପ୍ରଭାରୀ ଭାବେ ଦାୟୀତ୍ୱ ମିଳିଥିଲା । ସେ ୨୦୧୯ ମେ ୩୦ ତାରିଖରେ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କହିରଖୁ କି ୧୯୮୦ ମସିହାରେ ପ୍ରଥମଥର ପାଇଁ ନକବୀ ଉତ୍ତରପ୍ରଦେଶରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ୧୯୯୮ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗର ରାଜ୍ୟମନ୍ତ୍ରୀ ହୋଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started