ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଆଜି ସଂସଦରେ ଯେଉଁ ଘଟଣା ଘଟଲା ତାହା ବୋଧହୁଏ ପୂର୍ବରୁ କେବେ ଘଟି ନଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁହାଇ ଦେଇନଥିଲେ ବିରୋଧୀ । କ୍ୟାବିନେଟ୍ ସଂପ୍ରସାରଣ ପରେ ନୂଆ ମନ୍ତ୍ରୀମାନଙ୍କ ସହ ମୋଦୀ ପରିଚୟ କରାଇଥାନ୍ତେ । ଆରମ୍ଭରେ ମୋଦୀ ସେମାନଙ୍କ ପରିଚୟ କରିବା ପାଇଁ ଠିଆ ହେଲେ ଏବଂ କହିବା ଆରମ୍ଭ କଲେ । କିନ୍ତୁ ବିରୋଧୀଙ୍କ ପକ୍ଷରୁ ଏଭଳି ହଙ୍ଗାମା ଆରମ୍ଭ ହୋଇଗଲା, ଯେ ଗୃହ ଚଳାଇବା ଆଉ ସମ୍ଭବ ନଥିଲା । ପେଗାସସ ସ୍ପାଏ-ଓୟାର, ତେଲ ଦର ବୃଦ୍ଧି, ଚାଷୀ ପ୍ରସଙ୍ଗ ଓ କରୋନାରେ ସରକାରଙ୍କ ବିଫଳତାକୁ ନେଇ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ, ଏଭଳି ଦୃଶ୍ୟ ଦେଖି ରାଗି ଯାଇଥିଲେ । କହିଥିଲେ ଚାଷୀ, ଦଳିତ ଓ ମହିଳାଙ୍କ ମଧ୍ୟରୁ ଏଥର ଅଧିକଙ୍କୁ ମନ୍ତ୍ରୀ କରାଯାଇଥିବାରୁ, କିଛି ଲୋକ ଏହାକୁ ସହି ପାରୁ ନାହାଁନ୍ତି ।

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଉ ଯାହା ଅନୁମାନ କରାଯାଉଥିଲା, ଅଧିବେଶନର ପ୍ରଥମ ଦିନରେ ଠିକ୍ ସେହି ଚିତ୍ର ଦେଖିବାକୁ ମିଳିଛି । ଦର ଦାମ୍ ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ଏମିତି ନାରାବାଜି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ କୁହାଇ ଦେଇନାହାନ୍ତି । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ନେଇଥିଲେ । ଏହାପରେ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ ପ୍ରଧାନମନ୍ତ୍ରୀ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ଆଉ ଏଥିରେ ରାଗିଯାଇ ମୋଦୀ କହିଛନ୍ତି, ତାଙ୍କ ନୂଆ ଟିମରେ ସାମିଲ ଦଳିତ, ମହିିଳା ଓ ଆଦିବାସୀ ମନ୍ତ୍ରୀମାନଙ୍କୁ ସହ୍ୟ କରିପାରୁନାହାନ୍ତି ବିରୋଧୀ ।

ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ପ୍ରକୃତରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଏଥର ରହିଛି ଏକାଧିକ ପ୍ରସଙ୍ଗ । ପେଗାସସ ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛନ୍ତି ବିରୋଧୀ । ହେଲେ ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ସଂସଦର ଚଳିତ ଅଧିବେଶନରେ ୩୦ରୁ ଅଧିକ ବିଲ ପାସ କରାଇବାକୁ ଚାହୁଁଛନ୍ତି ମୋଦୀ ସରକାର । ତେଣୁ ଅଜଥା ହଟ୍ଟଗୋଳ ନକରି ବିରୋଧି ପ୍ରସଙ୍ଗ ଭିତିକ ଆଲୋଚନା କରନ୍ତୁ ବୋଲି ସରକାରୀ ପକ୍ଷ ଚାହୁଁଛନ୍ତି ।

ସଂସଦରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ସବୁବେଳେ ବିରୋଧୀ ଏହିଭଳି ହଟ୍ଟଗୋଳର ରାସ୍ତା ଆପଣାଇଥାନ୍ତି । ପରିସ୍ଥିତି ଅସ୍ୱାଭାବିକ ହେଲେ ଗୃହକୁ ମୁଲତବି ଘୋଷଣା କରନ୍ତି ଲୋକସଭା କିମ୍ବା ରାଜ୍ୟସଭାର ଅଧ୍ୟକ୍ଷ । ତାହାରି ଭିତରେ ଆଲୋଚନା ଚାଲେ ଓ ଲୋକଙ୍କ ସମସ୍ୟା ଗଣତନ୍ତ୍ରର ମନ୍ଦିରରେ ଚର୍ଚ୍ଚା ହୁଏ । ହେଲେ ପ୍ରଥମଥର ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବିରକ୍ତ ହେବାର ଚିତ୍ର ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

କରୋନାରେ ଏବେ କମ ରୋଗୀ ଯାଉଛନ୍ତି ହସପିଟାଲ୍ । ହେଲେ ଭେଣ୍ଟିଲେଟର ଓ ଆଇସିୟୁରେ ଅଛନ୍ତି ଅଧିକ ରୋଗୀ । ୩୩ ପ୍ରତିଶତ ଆଇସିୟୁ ଭର୍ତ୍ତି

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣ କମିବା ପରେ ସ୍ୱାଭାବିକ ଭାବେ ହସ୍ପିଟାଲ ଉପରେ ଚାପ କମିଛି । ହେଲେ ହସ୍ପିଟାଲରେ ଥିବା ଅଧିକାଂଶ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି । ମେଡିକାଲରେ ଭର୍ତି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ପ୍ରତିଶତ ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ଅଛନ୍ତି । ଏପଟେ ଭୁବନେଶ୍ୱରରେ ଦୈନିକ ୨୦ରୁ ୨୫ ଜଣ ଆକ୍ରାନ୍ତ ହସ୍ପିଟାଲକୁ ଯାଉଥିବା ସୂଚନା ମିଳିଛି ।

ରାଜ୍ୟରେ ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । କିନ୍ତୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଥିବା ଅଧିକାଂଶ ରୋଗୀଙ୍କ ଅବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି ।

          ଶଯ୍ୟା         ଶଯ୍ୟା ସଂଖ୍ୟା         ରୋଗୀ ଭର୍ତି        ଶତକଡା ହାର 

ସାଧାରଣ ଶଯ୍ୟା         ୧୧,୪୩୫            ୧,୨୮୯                ୧୧.୨୭%  

ଆଇସିୟୁ/ଏଚଡିୟୁ      ୪୭୩୫               ୧,୫୬୨                ୩୨.୯୯% 

ଭେଂଟିଲେଟର           ୧୩୫୫               ୩,୮୪                   ୨୮.୩୪% 

ସିସିସି/ସିସିଏଚ          ୨୮.୬୪୭             ୧,୬୬୫                 ୫.୮୧%  

ମୋଟ ଶଯ୍ୟା            ୯୭,୪୦୩              ୪,୫୧୬                ୪.୬୪%   

ରାଜ୍ୟରେ ଏବେ ୪ ହଜାର ୫୧୬ ଜଣ ରୋଗୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଉ ଚକିତ କଲା ଭଳି କଥା ହେଉଛି, ୧୫୬୨ ଜଣ ରୋଗୀ ଆଇସିୟୁରେ ଅଛନ୍ତି । ଯାହା ମୋଟ ଆଇସିୟୁର ଶଯ୍ୟାର ୩୨ ଦଶମିକ ୯୯ ପ୍ରତିଶତ । ସେହିପରି ଭେଂଟିରରେ ୩୮୪ ଆକ୍ରାନ୍ତ ରହିଛନ୍ତି । ଯାହା ମୋଟ ଭେଂଟିଲେଟରର ୨୮.୩୪ ପ୍ରତିଶତ । ମେଡିକାଲରେ ଭର୍ତି ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଭେଂଟିଲେଟର ଓ ଆଇସିୟୁରେ ରହିବା ଚିନ୍ତା ବଢାଇ ଦେଇଛି ।

ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୪ହଜାର ୫୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧ହଜାର୯୪୬ ଜଣ ଆଇସିୟୁ ଓ ଭେଂଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତ୍ି । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ପ୍ରତିଶତ ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ରହିବା ଚିନ୍ତାଜନକ ଖବର । ଗୋଟିଏ ପଟେ ସଂକ୍ରମଣ କମୁଛି, ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ତଳକୁ ଖସିିଛି । କିନ୍ତୁ ଅନେକ ଗୁରୁତର ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ଅଛନ୍ତି  ।

ରାଜ୍ୟରେ ୯୭,୪୦୩ କରୋନା ବେଡ ରହିଥିବା ବେଳେ ମାତ୍ର ୪ ଦଶମିକ ୬୪ ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣ କମିବା ପରେ ହସ୍ପିଟାଲ ଉପରେ ମଧ୍ୟ ଚାପ କମିଛି ।

from Kanak News
via <a href="https://ifttt.com/?

ବଢ଼ୁଛି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁର ରହସ୍ୟ । ପତ୍ନୀଙ୍କ ସହ ସଂପର୍କ ନରଖିବା ପାଇଁ ପତି-ପନ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଏଗ୍ରିମେଣ୍ଟ

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଆହୁରି ରହସ୍ୟ ମୟ ହେବାରେ ଲାଗିଛି । ସୌମ୍ୟଙ୍କର ମୃତ୍ୟୁ ଯେମିତି ବି ହେଉନା କାହିଁକି ତାଙ୍କ ପତ୍ନୀଙ୍କ ସହ ତାଙ୍କର ବୈବାହିକ ଠିକ୍ ଠାକ୍ ନଥିଲା, ଏହା ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି । ଏପରିକି ବିବାହ କରିଥିଲେ ବି ଫିଲ୍ମର କାହାଣୀ ପରି ଦୁହେଁ ଶାରୀରିକ ସମ୍ପର୍କ ନରଖିବାକୁ ଏଗ୍ରିମେଂଟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ଅନ୍ୟପଟେ ଉଚ୍ଚସ୍ତରୀୟ ତଦନ୍ତ ସହ ଡିଏଫଓଙ୍କ ବଦଳି ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା ।

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯେତିକି ବିଳମ୍ବ ହେଉଛି, ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ସେତିକି ସେତିକି ଗୁମର ଖୋଲୁଛି । ସୌମ୍ୟଙ୍କ ପରିବାରର ଅଭିଯୋଗ ଅନୁସାରେ ମୃତ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ ବିବାହ କରିଥିଲେ ସତ, କିନ୍ତୁ ଏହି ବିବାହ କୁଆଡେ ଏକ କଂଟ୍ରାକ୍ଟ ମ୍ୟାରେଜ ଥିଲା । ବର୍ଷକ ପାଇଁ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବୁଝାମଣା । ଶାରୀରିକ ସମ୍ପର୍କ ନରଖିବାକୁ ଏଭଳି ଗୋଟିଏ କ୍ଲଜ୍ ଏଗ୍ରିମେଂଟରେ ରଖାଯାଇଥିଲା । ଯାହା କେବଳ ଫିଲ୍ମରେ ଆପଣ ଦେଖିଥିେ । ଯାହାକି ଆମ ସଂସ୍କୃତି ପରମ୍ପରାରେ ଆପଣ କେବେ ଶୁଣିନଥିବେ । ହେଲେ ଏହି ଦୁଇ ଉଚ୍ଚ ଶିକ୍ଷିତ ଦମ୍ପତି ସେମାନଙ୍କ ମଧ୍ୟରେ ବୁଝାମଣା କରିଥିଲେ । ଗୋଟିଏ ଛାତ ତଳେ ରହିଲେ ବି ସେମାନେ ପରସ୍ପରକୁ ସ୍ପର୍ଶ କରୁନଥିଲେ ।

କେବଳ ଏତିକି ନୁହେଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନଥିଲା । ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ହେଉଥିଲା । ଏପରିକି ଥରେ ବିଦ୍ୟାଭାରତୀ ଶଂଖା ଚୂଡି ଖୋଲି ଫୋପାଡି ଡିଏଫଓଙ୍କ ଘରକୁ ଚାଲିଯାଇଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଏସବୁକୁ ନେଇ ସୌମ୍ୟ ସବୁବେଳେ ଚାପରେ ରହୁଥିଲେ ।

ପୋଲିସ ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ବି ଏଥିରେ ସନ୍ତୁଷ୍ଟ ନାହାଁନ୍ତି ସୌମ୍ୟଙ୍କ ପରିବାର ଲୋକ । ଡିଏଫଙ୍କୁ ବଦଳି ଦାବି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୋଲିସ ଡିଜିପି ଓ ପିସିସିଏଫଙ୍କୁ ଭେଟି ଦାବି କରିଛନ୍ତି ସୌମ୍ୟଙ୍କ ବାପା ।

ପୂରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ସନ୍ଦେହ କରିଆସୁଛନ୍ତି ପରିବାର । ସୌମ୍ୟଙ୍କୁ ଜାଣିଶୁଣି ରାତି ଡ୍ୟୁଟି ଦେବା ସହ ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କ ସମ୍ପର୍କ ଥିଲା ବୋଲି ସଙ୍ଗୀନ ଅଭିଯୋଗ କରି ଆସୁଛନ୍ତି ।

ତଦନ୍ତ ବେଳେ ଆଉ ଏକ ଦିଗ ଆସିଛି । ସୌମ୍ୟ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱର ନେବା ଆଣିବା ପାଇଁ ଗାଡି ପଠାଉଥିଲେ ଡିଏଫଓ । ଡିଏଫଓ କାହିଁକି ଏତେ ଅନୁକମ୍ପା ଦେଖାଉଥିଲେ ଏହା ପଛର କଣ ରହିଛି ତାକୁ ନେଇ ତଦନ୍ତକାରୀ ଟିମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ସୌମ୍ୟରଞ୍ଜନଙ୍କର ପ୍ରକୃତରେ କେମିତି ମୃତ୍ୟୁ ହେଲା । ସେ ଆତ୍ମହତ୍ୟା କରିଥିଲେ ନାଁ ତାଙ୍କୁ ହତ୍ୟା କରାଯାଇଛି ନା ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଏମିତି ଅନେକ ପ୍ରଶ୍ନର ଉତର ଖୋଜୁଛି ପୋଲିସ ।

from Kanak News
via <a href="https://ifttt.com/?

ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ କଟକଣା ଜାରି ।

କନକ ବ୍ୟୁରୋ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ଜାରି ରହିବ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ସେହିପରି ରଥଯାତ୍ରା ସମୟରେ ମଧ୍ୟ ପୁରୀ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଏହି ସମୟରେ ଲୋକମାନେ ଘରୁ ବାହାରିବା ଉପରେ ମଧ୍ୟ କଟକଣା ଜାରି କରିଥିଲା ପ୍ରଶାସନ ।

କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେବାୟତ ମାନେ ରଥ ଟାଣି ଗୁଣ୍ଡିଚା ମନ୍ଦିର ନେଇଥିଲେ । ସେହିପରି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ପାଳନ ହେବ । ଏହି ସମୟରେ କଟକଣାକୁ କଡାକଡି ଭାବେ ପାଳନ କରାଯିବ ।

from Kanak News
via <a href="https://ifttt.com/?

ଆର୍ଶୀବାଦ ଯୋଜନାରେ ସାମିଲ ହେବା ପାଇଁ ୮ ହଜାର ୩୦୦ ପିଲା କରିଛନ୍ତି ଆବେଦନ  । ଉଠିଲା ପ୍ରଶ୍ନ, ଯଦି ବାପାମାଆଙ୍କୁ ହରାଇଛନ୍ତି ଏତେ ପିଲା, କରୋନାରେ ମୋଟ ମୃତ୍ୟୁ ସଂଖ୍ୟା କେତେ ?

କନକ ବ୍ୟୁରୋ: ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛନ୍ତି ତ ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛନ୍ତି । ରାଜ୍ୟ ସହରକାରଙ୍କ ଆଶିର୍ବାଦ ଯୋଜନାରେ ସାମିଲ ହେବାକୁ ହେଉଥିବା ଆବେଦନରୁ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ୮ ହଜାର ୩୦୯ ଜଣଙ୍କ ମଧ୍ୟରୁ ୧୪୬୯ ମୃତ୍ୟୁ କରୋନା କାରଣରୁ ହୋଇଥିବା ବେଳେ ୬ ହଜାର ୮୪୦ ଜଣଙ୍କ ମୃତ୍ୟୁ ଅଣକୋଭିଡ ଜନିତ ବୋଲି ଜଣାପଡିଛି ।

୨୭ଟି ଜିଲ୍ଲାରୁ ପୂରା ତଥ୍ୟ ସଂଗ୍ରହ କଲା ବେଳକୁ ଜଣାପଡିଛି, ଗତ ବର୍ଷକ ଭିତରେ ଅନେକ ଶିଶୁ ନିଜର ଅଭିଭାବକଙ୍କୁ ହରାଇଛନ୍ତି । ବଲାଙ୍ଗିରରେ ଆଜି ସୁଦ୍ଧା ୯୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଶିର୍ବାଦ ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି ୨ହଜାର ୭୩୩ ଶିଶୁ । ଏହା କେବଳେ ଗୋଟିଏ ଜିଲ୍ଲାର ସଂଖ୍ୟା ହୋଇପାରେ । ସାମଗ୍ରିକ ଭାବେ ଦେଖିବାକୁ ଗଲେ, ସାରା ଓଡିଶାର ଚିତ୍ର, ସରକାରୀ ସ୍ତରରେ ଦେଖା ଯାଉଥିବା ସଂଖ୍ୟା ଠାରୁ ଢେର ଅଧିକ ।

କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଆଶିର୍ବାଦ ଯୋଜନା ଘୋଷଣା କରିଥିଲେ । ଜଣେ ବି ଅସହାୟ ଶିଶୁ ଯେପରି ବାଦ ନପଡନ୍ତି , ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଉଭୟ ପିତା ମାତା କିମ୍ବା ସିଙ୍ଗଲ ପେରେଂଟକୁ ହରାଇଥିବା ଶିଶୁଙ୍କୁ ମାସିକ ୨୫ଶହ ଟଙ୍କା , ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିଲେ ମାସିକ ୧୫ ଶହ ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା । ଏପ୍ରିଲ ୨୦୨୦ ପରଠାରୁ ଅନାଥ ଶିଶୁଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।

from Kanak News
via <a href="https://ifttt.com/?

ପ୍ରତିରକ୍ଷା ଜମି ଉପରେ ସରକାରଙ୍କ ନଜର । ୨୫୦ ବର୍ଷ ତଳର ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବେ ମୋଦୀ ସରକାର

କନକ ବ୍ୟୁରୋ : ଦେଶରେ ୨୫୦ ବର୍ଷ ଧରି ଅର୍ଥାତ ବ୍ରିଟିସ ଅମଳରୁ ପ୍ରଚଳିତ ହେଉଥିବା ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବାକୁ ମୋଦୀ ସରକାର ଯୋଜନା କରିଛନ୍ତି । ଏଭଳି ଆଇନ ବଳରେ ପ୍ରତିରକ୍ଷା ବିଭାଗ ପାଇଁ କିଣାଯାଇଥିବା ଜମିରେ ସାର୍ବଜନୀନ ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ଅଣ-ସାମରିକ କାର୍ଯ୍ୟପାଇଁ ସାଧାରଣ ମୂଲ୍ୟଭିତ୍ତିଭୂମି ବିକଶିତ କରିବାକୁ ସରକାର ଅନୁମତି ଦେଇପାରିବେ । ଏକ ମନିକଣ୍ଟ୍ରୋଲ ରିପୋର୍ଟରେ କୁହାଯାଇଛି କି, ୧୭୬୫ ମସିହାରେ ବଙ୍ଗଳାର ବାରାକପୁରରେ ବ୍ରିଟିସ୍ ମାନଙ୍କ ଦ୍ୱାରା ପ୍ରଥମ କ୍ୟାଣ୍ଟନମେଣ୍ଟ ପ୍ରତିଷ୍ଠା ହେବା ପରେ ଭାରତରେ ସେନା ବ୍ୟତୀତ ଅନ୍ୟ କୌଣସି ଉର୍ଦ୍ଦେଶ୍ୟରେ ସେନା ପାଇଁ କିଣାଯାଇଥିବା ଜମି ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିଲା ।

ଏହାପରେ ୧୮୦୧ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନରାଲ ଇନ-କାଉଁସିଲ ଆଦେଶ ଦେଇଥିଲେ କି ଛାବନୀ ଠାରେ ସେନା ପାଇଁ ଉଦ୍ଧିଷ୍ଟ ଥିବା କୌଣସି ବଙ୍ଗଳା ବା କ୍ୱାଟର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିକିବା ବା ଦଖଲ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ହେଲେ ଏବେ ଏହି ନୀତିରେ ପରିବର୍ତ୍ତନ କରିବାକୁ ସରକାର ଯୋଜନା କରିଛନ୍ତି ।

ସରକାରଙ୍କ ଏଭଳି ଯୋଜନାକୁ ନେଇ ଲେଫ୍ଟନାଣ୍ଟ ଜେନରାଲ ଏଚଏସ୍ ପାନାଗ (ଅବସରପ୍ରାପ୍ତ) କହିଛନ୍ତି କି, ‘ଯେହେତୁ ଦେଶର ପ୍ରମୁଖ ସ୍ଥାନମାନଙ୍କରେ ପ୍ରତିରକ୍ଷା ବିଭାଗର ଜମି ରହିଛି , ବର୍ଷ ବର୍ଷ ଧରି ରାଜନେତା ଓ ନାଗରିକମାନେ ଏହାର ବ୍ୟବହାର ପାଇଁ ଦାବି କରୁଛନ୍ତି , ତେଣୁ ସରକାର ଅବ୍ୟବହୃତ ପ୍ରତିରକ୍ଷା ଜମିକୁ ମୁଦ୍ରାକରଣ କରି କିମ୍ବା ପ୍ରତିରକ୍ଷା ବିଭାଗକୁ ଅନ୍ୟ ଅଞ୍ଚଳରେ ଜମି ଦେଇ ପ୍ରତିରକ୍ଷା ଜମି ଉପରେ ସାର୍ବଜନୀକ ପ୍ରକଳ୍ପ କରିପାରିବେ’ ।

from Kanak News
via <a href="https://ifttt.com/?

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୩୫ହଜାର ହେକ୍ଟର ଜମି ହେବ ଜଳସେଚିତ  

କନକ ବ୍ୟୁରୋ: ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଜରିଆରେ ମୟୁରଭଞ୍ଜ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଣ୍ଟା, ବଡସାହି, ଶୁଳିଆପଦା ଓ ମୋରଡା ବ୍ଲକର ୨୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇଛି ।

ଏବେ ଆଉ ଅତିରିକ୍ତ ୧୫ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟିହେବ । ବାରିପଦା, ବେତନଟୀ, ମୋରଡା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗାଁର ଲୋକେ ଏହାଦ୍ବାରା ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ଏହିସବୁ ଅଞ୍ଚଳରେ କୃଷି ଉତ୍ପାଦନ ବଢିବା ସହ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା ପ୍ରକଳ୍ପ କାର୍ୟ୍ୟ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ବାଘୁଆପାଳ ଡିଷ୍ଟ୍ରିବୁଟାରୀ, ବେତନଟୀ ବ୍ରାଞ୍ଚ କେନାଲର ମାଇନର ଓ ସବ-ମାଇନର ଏବଂ ବଇଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବାରିପଦା ବ୍ଲକର ୨୨ଟି ଗାଁର ୬୫୮୭ ହେକ୍ଟର ଜମି ଜଳସେଚିତ ହେବ । ବେତନଟୀ ଡିଷ୍ଟ୍ରିବୁଟାରୀ ଏବଂ ବଇଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବେତନଟୀ ବ୍ଲକର ୨୩ଟି ଗାଁର ୩୮୦୪ ହେକ୍ଟର ଜମି ଜଳସେଚିତ ହୋଇପାରିବ । ବଇଶିଙ୍ଗା ବ୍ରାଞ୍ଚ କେନାଲ ଏବଂ ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ-ମାଇନର କେନାଲ ଜରିଆରେ ମୋରଡା ବ୍ଲକର ୨୦ଟି ଗାଁର ୨୪୮୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ । ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ ମାଇନର କେନାଲ ଜରିଆରେ ଶୁଳିଆପଦା ବ୍ଲକର ୨୨ଟି ଗାଁର ୧୯୨୮ ହେକ୍ଟର ଜମି ଜଳସେଚିତ ହେବ । ସେହିଭଳି ଜମ୍ଭୀରା ବାମ ମୁଖ୍ୟ କେନାଲ ଜରିଆରେ ରାସଗୋବିନ୍ଦପୁର ବ୍ଲକର ୭ଟି ଗାଁର ୫୪୪ ହେକ୍ଟର ଜମିକୁ ସୃଷ୍ଟି ହେବ ଜଳସେଚନ ସୁବିଧା ।

from Kanak News
via <a href="https://ifttt.com/?

ପେଗାସସ୍ ସ୍ପାଏ ମାମଲା : ରାହୁଲ ଗାନ୍ଧୀଙ୍କ ଫୋନ କଲ ରେକର୍ଡକୁ ନେଇ ସରକାରଙ୍କୁ କଂଗ୍ରେସର ଭତ୍ସନା । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।

କନକ ବ୍ୟୁରୋ : ପେଗାସସ୍ ସ୍ପାଏର ଫୋନ ଟେପିଂ ମାମଲାକୁ ନେଇ ସୋମବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା କହିଛନ୍ତି କି ମୋଦୀ ସରକାର ରାହୁଲ ଗାନ୍ଧୀଙ୍କ ସହ ନିଜ ମନ୍ତ୍ରୀମଣ୍ଡଳର ବିଭିନ୍ନ ମନ୍ତ୍ରୀଙ୍କ ଫୋନ କଲ ଟ୍ୟାପିଂ କରାଇଛନ୍ତି । ଦେଶର ନାଗରିକଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ଆଣି ସୁରଜୱାଲା କହିଛନ୍ତି କି ମୋଦୀ ସରକାର ଦେଶର ସୁରକ୍ଷା ସହିତ ଖେଳିଛନ୍ତି ।

ସୁରଜୱାଲା ଆହୁରି ଅଭିଯୋଗ କରିଛନ୍ତି କି ସରକାର ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ନେତା ଓ ସାମ୍ବାଦିକ ମାନଙ୍କର ଫୋନ ଟ୍ୟାପିଂ କରାଇ ଦେଶଦ୍ରୋହ କାମ କରିଛନ୍ତି । ଏଥିପାଇଁ ଭାରତୀୟ ଜନତା ପାର୍ଟିର ନାମ ବଦଳାଇ ଭାରତୀୟ ଜାସୁସୀ ପାର୍ଟି ରଖିବାକୁ ସେ ବିଜେପିକୁ ଉପଦେଶ ଦେଇଛନ୍ତି ।

ଏବେ ଦେଶର ଗଣମାଧ୍ୟମ ଓ ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଜରିଆରେ ଏ ଖବର ସାମ୍ନାକୁ ଆସିଛି କି ମୋଦୀ ସରକାର ଇଜ୍ରାଇଲ ସ୍ପାଇ ସଫ୍ଟୱେର କମ୍ପାନୀ ପେଗାସସ ମାଧ୍ୟମରେ ଦେଶରେ ଜଜଙ୍କ ସହ ନେତା ଓ ଅନ୍ୟ ସମ୍ମାନୀତ ଲୋକମାନଙ୍କ ଫୋନ ଟ୍ୟାପିଂ କରାଇ ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରିଛନ୍ତି ବୋଲି ସୁରଜୱାଲା ଗଣମାଧ୍ୟମ ଆଗରେ କହିଛନ୍ତି ।

ସେହିପରି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ଅଧିର ରଞ୍ଜନ ଚୌଧୁରୀ ଏହି ମାମଲାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବ ଆଇଟି ମନ୍ତ୍ରୀ ରବିଶଂକର ପ୍ରସାଦ । ସେ କହିଛନ୍ତି କି ଗୁପ୍ତଚର କାମ କରିବା କଂଗ୍ରେସର ଇତିହାସ । ସେ କହିଛନ୍ତି କି ବାୟରର ଖବର ପ୍ରଥମରୁ ମିଥ୍ୟା ବୋଲି ପ୍ରମାଣିତ ହୋଇ ସାରିଛି । ଏପଟେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ମନୋଭାବ ସବୁବେଳେ ଭାରତ ବିରୋଧୀ ବୋଲି ସେ କହିଛନ୍ତି । ଅନ୍ୟପଟେ ମୌସୁମୀ ଅଧିବେଶନ ପୂର୍ବରୁ ଏହି ମାମଲାକୁ ସାମ୍ନାକୁ ଆଣିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

from Kanak News
via <a href="https://ifttt.com/?

ଖୁସିର ପରିବାରରେ ବସା ବାନ୍ଧିଛି ଦୁଃଖ । ବିବାହ ଦୁଇ ବର୍ଷରେ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ ଗୁରୁତର କୀଡିନ ରୋଗରେ ପୀଡିତ

କନକ ବ୍ୟୁରୋ: କଥାରେ କୁହନ୍ତି ଦୁଃଖ ଯେତେବେଳେ ଆସେ ସାଥିରେ ସାହିପଡିଶାଙ୍କୁ ନେଇ ଆସେ । ଏଇ ଯେମିତି ଦୁଃଖ ଏବେ ବାପିନଙ୍କ ଘରେ ବସା ବାନ୍ଧିଛି । ବିବାହର ଦୁଇ ବର୍ଷ ପରେ ଗୁରୁତର କିଡନି ରୋଗରେ ପୀଡିତ ବାପିନ ଜେନା । ଶାରିରୀକ ଅସୁସ୍ଥା ଯୋଗୁଁ ପାନ ଦୋକାନ ଖୋଲି ପାରୁନାହାନ୍ତି ବାପିନ । ଦୋକାନରେ ତାଲା ପଡିବା ସହ ରୋଜଗାର ଠପ୍ ହୋଇଯାଇଛି । ଫଳରେ ଅର୍ଥାଭାବ ଯୋଗୁଁ ହୋଇପାରୁନାହିଁ ଚିକିତ୍ସା । ସେପଟେ କିଡିନି ଡାଏଲିସିସର ବ୍ୟବସ୍ଥା ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କରାଯିବା ସହିତ ରେଡକ୍ରସ ପାଣ୍ଠିରୁ ଅର୍ଥ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

ରୋଗ ଯେତେବେଳେ ଗୋଟିଏ ପରିବାରରେ ପଶେ, କେମିକି ହସଖୁସି ଛଡେଇ ନିଏ, ଏଇ ହେଉଛି ତାର ଚିତ୍ର । ପୁଅକୁ ରୋଗ ନହେବା ଯାଏଁ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପୁଅ-ବୋହୂଙ୍କୁ ନେଇ ଘରେ ନୂଆ ଅତିଥିର ବାଟକୁ ଅନେଇ ରହିଥିଲେ ପୁରା ପରିବାର । ହେଲେ ଘରର ରୋଜଗାରିଆ ପୁଅ କୀଡିନ ରୋଗରେ ଆକ୍ରାନ୍ତ ହୋଇଗଲେ ଆଉ ସବୁକିଛି ଓଲଟ ପାଲଟ ହୋଇଗଲା ।

ଯାଜପୁର ବିଂଝାରପୁର ବ୍ଳକ କଲ୍ୟାଣପୁର ଅଂଚଳର ବାପିନ ଜେନ ୨ ବର୍ଷ ତଳେ ବିବାହ କରିଥିବା ବେଳେ ଏବେ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ବାପା ହେବାକୁ ଯାଉଛନ୍ତି ବାପିନ । ହେଲେ ତା’ପୂର୍ବରୁ ସେ କୀଡିନ ରୋଗରେ ପୀଡିତ । ଗୁରୁତର ଅସୁସ୍ଥ ହୋଇ ପଡିବାରୁ ରୋଜଗାରର ଏକମାତ୍ର ମାଧ୍ୟମ ପାନ ଦୋକାନ ଏବେ ବନ୍ଦ ହୋଇଯାଇଛି । ଟଙ୍କାଟିଏ ରୋଜଗାର ନାହିଁ, ଫଳରେ ବାପିନଙ୍କ ଚିକିତ୍ସା ପ୍ରଭାବିତ ହୋଇଛି । ଏବେ ଅଧାଗଢା ଘରେ ଅସୁସ୍ଥ ପୁଅକୁ ଦେଖି ମାଆ ଓ ସ୍ତ୍ରୀଙ୍କ ଆଖିରୁ ଅହରହ ଲୁହ ଝରୁଛି ।

ପୁଅର ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକ ଚିନ୍ତାରେ ଥିବା ବେଳେ ଯାଜପୁର ଜିଲାପାଳ କହିଛନ୍ତି, କୀଡିନ ଡାଏଲିସିସ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି । ଏବଂ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

from Kanak News
via <a href="https://ifttt.com/?

କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଅସ୍ତ୍ର । ୬-୧୨ ବର୍ଷର ପିଲାମାନଙ୍କ ଠାରେ କୋଭାକ୍ସିନର ଦ୍ୱିତୀୟ ଖୋରାକ ପରୀକ୍ଷଣ । ସେପ୍ଟେମ୍ବରରେ ବଜାରକୁ ଆସିବା ନେଇ ସମ୍ଭାବନା

କନକ ବ୍ୟୁରୋ : କରୋନା ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ କେନ୍ଦ୍ର ସରକାର ଚେତାବନୀ ଦେଇ ସାରିଛନ୍ତି । ଏହାରି ଭିତରେ ଛୋଟ ପିଲାମାନଙ୍କ ଟିକା ଦେବା ନେଇ ପ୍ରସ୍ତୁତ ଜୋରଦାର କରିଛନ୍ତି ଟିକା ନିର୍ମାତା କମ୍ପାନୀ ମାନେ । ଏହି କ୍ରମରେ ଭାରତ ବାୟୋଟେକ ଜୁନ ମାସରୁ ଛୋଟ ପିଲାମାନଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଆରମ୍ଭ କରିଛି । ଏହାରି ମଧ୍ୟରେ ସୂଚନା ମିଳିଛି କି, କୋଭାକ୍ସିନ ଟିକା ପରୀକ୍ଷଣରେ ସାମିଲ ହୋଇଥିବା ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଖୋରାକ ଦିଆଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂତ୍ର ମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ଏମ୍ସରେ ପରୀକ୍ଷଣରେ ସାମିଲ ହୋଇଥିବା ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଖୋରାକ ଦିଆଯାଇଛି । ଏହାସହ ଆଗାମୀ ସପ୍ତାହରେ ପରୀକ୍ଷଣରେ ସାମିଲ ଥିବା ୨-୬ ବର୍ଷର ପିଲାଙ୍କୁ ଦ୍ୱିତୀୟ ଖୋରାକ ଦିଆଯିବ । ଅନ୍ୟପଟେ ଚଳିତମାସ ଶେଷ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଆସିପାରେ ବୋଲି ଆଶା କରାଯାଉଛି । କହିରଖୁ କି କରୋନାର ସାମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ମେ ୧୨ ତାରିଖରେ ଉପଦେଷ୍ଟା ବିଶେଷଜ୍ଞ କମିଟି ପିଲାମାନଙ୍କ ଉପରେ କୋଭାକ୍ସିନ ଟିକାକୁ ପରୀକ୍ଷଣ ନେଇ ସୁପାରିଶ କରିଥିଲା । ଏହାପରେ ଡିସିଜିଆଇ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା ।

ଏହି ପରୀକ୍ଷଣ ଦେଶର ମୋଟ ୫୨୫ ଜଣ ପିଲାଙ୍କ ଠାରେ କରାଯାଉଛି । ଏଥିରେ ପ୍ରତି ୧୭୫ ଜଣ ପିଲାଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ କରାଯାଇଛି । ପ୍ରଥମ ଗ୍ରୁପରେ ୬-୧୨, ଦ୍ୱିତୀୟ ଗ୍ରୁପରେ ୧୨-୧୮ ଓ ତୃତୀୟ ଗ୍ରୁପରେ ୨-୬ ବର୍ଷର ପିଲାଙ୍କୁ ସାମିଲ କରାଯାଇଛି ।
ଏହି ପିଲାମାନଙ୍କୁ ୨୮ ଦିନ ଅନ୍ତରରେ ଟିକାର ଗୋଟିଏ ଗୋଟିଏ ମାତ୍ରା ଦିଆଯାଉଛି । ଫଳା ଫଳ ଆସିବା ପରେ ପିଲାମାନଙ୍କ ଉପରେ ଏହି ଟିକା ବ୍ୟବହାର ହେବା ନେଇ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିବ । କିଛିଦିନ ପୂର୍ବରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ କି ସେପ୍ଟେମ୍ବର ମାସ ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ ଟିକା ଆଶିପାରେ ବୋଲି କହିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started