ଆଜି ବାହୁଡାଯାତ୍ରା : ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ; ଡ୍ରୋନ ଉଡିବ, ଲୋକଙ୍କ ଛାତ ଉପରେ ରହିବ ନଜର

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା । ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଇଛି । ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠ ଆଦିକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରିଛି । ଏହି ଚାରି ଦିନ କୌଣସି ପର୍ଯ୍ୟଟକ ବଡ଼ଦାଣ୍ଡ କଡ଼ରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠମାନଙ୍କରେ ରହିପାରିବେ ନାହିଁ । ବଡ଼ଦାଣ୍ଡ ସଂଲଗ୍ନ ଘରଗୁଡ଼ିକରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ସରିଛି ।

ବଡ଼ଦାଣ୍ଡ‌ କଡ଼ରେ ରହୁଥିବା ବାସିନ୍ଦାମାନେ ସେମାନଙ୍କ ଘରୁ ବାହାରି ରଥଯାତ୍ରା ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । କେହି ବି ଛାତ ଉପରୁ ଅବା ବାଲ୍‌କୋନିରୁ ରଥଯାତ୍ରା ଦେଖିପାରିବେ ନାହିଁ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ଫୋର୍ସ ସହ ଡ୍ରୋନ୍ କ୍ୟାମେରା ଘର ଉପରେ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବାହୁଡ଼ାଯାତ୍ରାରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ଦେଲେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ବଡ଼ଦାଣ୍ଡରେ ରହିଥିବା ହୋଟେଲ, ଲଜ୍‌, ଧର୍ମଶାଳା, ଗେଷ୍ଟ ହାଉସ୍‌ ଆଦି ଗତକାଲିଠାରୁ ବନ୍ଦ ଘୋଷଣା କରାଯାଇଥିଲା ।

ହୋଟେଲ, ଲଜ୍‌ ମାଲିକଙ୍କୁ ସ୍ଥାନୀୟ ଥାନାକୁ ଡକାଇ ଏନେଇ ଚୁକ୍ତିନାମା ଲେଖାଇ ନିଆଯାଇଛି । ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାର ସହ‌ଯୋଗରେ ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି କରାଯାଇଛି । ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ବି କର୍ଫ୍ୟୁର ୪୮ ଘଣ୍ଟା ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଛି । ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାବାଦ୍‌ ପୁରୀର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍‌ ଷ୍ଟେସନ୍‌ ଛକକୁ ବି ସିଲ୍‌ କରି ଦିଆଯାଇଛି । ୬୦ରୁ ଅଧିକ ପ୍ଲାଟୁନ୍‌ ଫୋର୍ସ ଓ ୩ଶହରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।

from Kanak News
via <a href="https://ifttt.com/?

ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୨୧ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ୨୨ ତାରିଖ ରାତି କିମ୍ବା ୨୩ ତାରିଖ ସକାଳ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ରାଜ୍ୟରେ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ର କହିଛି ଯେ ୨୩ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ଏବେଠାରୁ ବର୍ଷାର ପରିମାଣ ଓ ବିସ୍ତୃତି ଧୀରେଧୀରେ ବଢ଼ିବ। ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ଦିନ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥା‌ନରେ ହାଲକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି ।

କେନ୍ଦ୍ରର ସୂଚନା ମୁତାବକ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ରାଜ୍ୟର ବାକି ଜିଲ୍ଲାରେ ମଧ୍ୟ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖ ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୨୨ ତାରିଖ ଦିନ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ ତାରିଖ ଦିନ ମଧ୍ୟ ‌ରାଜ୍ୟରେ ବର୍ଷା ଜାରି ରହିବ । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ୨୦ରୁ ୨୩ ତାରିଖ ୪ ଦିନ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଚାଷ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ପ୍ରଥମ ଲଘୁଚାପ କ୍ଷେତ୍ର ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ୨୧ରେ ସୃଷ୍ଟି ହେବ । ୨ଦିନ ସମୁଦ୍ରରେ ଅଧିକ ଘନୀଭୂତ ହେବା ପରେ ଅବପାତର ପରିଣତ ହୋଇପାରେ । ୨୩ ତାରିଖରେ ସମ୍ଭବତଃ ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ଯିବ । ଆଜି ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା, ୨୧ ତାରିଖରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ସମଗ୍ର ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୨୨ ଓ ୨୩ତାରିଖରେ ସେହିପରି ବର୍ଷା ହେବ ।

from Kanak News
via <a href="https://ifttt.com/?

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସମାନତା ନେଇ ଅକ୍ସଫାମ ରିପୋର୍ଟ : ସ୍ୱାସ୍ଥ୍ୟ ଓ ପରିମଳ ସେବା ପାଇବାରେ ପଛରେ ପଡିଛନ୍ତି ଗରିବ

କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ କିପରି ଅସମାନତା ରହିଛି, ଏ ନେଇ ରିପୋର୍ଟ ପ୍ରସ୍ତୁତ କରିଛି ଅକ୍ସଫାମ । ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ଓ ପରିମଳ ଆଦି ସେବା ପାଇବାରେ ଗରିବ ଓ ଧନୀଙ୍କ ମଧ୍ୟରେ ବଡ ଧରଣର ପାର୍ଥକ୍ୟ ରହିଛି । ମହିଳା, ପୁରୁଷ ଏବଂ ଅନୁସୂଚିତ ଜାତି, ଜନଜାତି, ସାଧାରଣ ବର୍ଗ ମଧ୍ୟରେ ବି ଫରକ ଦେଖିବାକୁ ମିଳିଛି । ଧନୀ ଓ ଗରିବ ପରିବାର ମହିଳାଙ୍କ ସାକ୍ଷରତାରେ ବ୍ୟବଧାନ ରହିଛି ୫୫ ଦଶମିକ ୧ ପ୍ରତିଶତ । ସାଧାରଣ ବର୍ଗର ୬୬ ପ୍ରତିଶତ ପରିବାର ପାଇଁ ଉନ୍ନତମାନର ପରିମଳ ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ଅନୁସୂଚିତ ଜାତିର ୨୮ ଦଶମିକ ୫ ପ୍ରତିଶତ ଏବଂ ଅନୁସୂଚିତ ଜନଜାତିର ୩୯ ଦଶମିକ ୮ ପ୍ରତିଶତ ପରିବାର ଏହି ସୁବିଧା ପାଉଛନ୍ତି ।

ସରକାରୀ ବୀମା ଯୋଜନାରେ ଦେଶର ଏକ-ତୃତୀୟାଂଶରୁ କମ୍ ପରିବାର ସାମିଲ ହୋଇଛନ୍ତି । ସେହିପରି ପ୍ରତିଷେଧକ ଟିକା କ୍ଷେତ୍ରରେ ପଛରେ ପଡିଛନ୍ତି ଶିଶୁ କନ୍ୟା । ଏପରିକି ଗରିବ ପରିବାର ଠାରୁ ଧନୀ ପରିବାରର ୧୭ ପ୍ରତିଶତ ଅଧିକ ପିଲା ପ୍ରତିଷେଧକ ଟିକା ନେଉଛନ୍ତି । ଦେଶର ୫୦ ପ୍ରତିଶତରୁ ଅଧିକ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ପ୍ରତି ୨ ଜଣରେ ଜଣେ ଶିଶୁ ରକ୍ତହୀନତାରେ ଶିକାର ହେଉଛନ୍ତି । ଅନୁସୁଚିତ ଜାତି ଓ ଜନଜାତି ବର୍ଗରେ ପ୍ରତି ୫ ଜଣରେ ୩ ଜଣ ଶିଶୁ ରକ୍ତହୀନତାରେ ଶିକାର ହେଉଛନ୍ତି । ସେହିପରି କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅସମାମନତା ଦେଖିବାକୁ ମିଳିଛି । ଯେଉଁ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଅଧିକ ଖର୍ଚ୍ଚ କରିଛି, ସେଠରେ ଆରୋଗ୍ୟ ହାର ଅଧିକ ରହିଛି । ଅନୁସୁଚିତ ଜାତି ଓ ଜନଜାତି ବର୍ଗର ୫୦ ପ୍ରତିଶତରୁ ଅଧିକ ଲୋକ ଅଣ କୋଭିଡ୍ ଚିକିତ୍ସା ସେବା ପାଇବାରେ ସମସ୍ୟାର ସମୁଖୀନ ହୋଇଛନ୍ତି ।

ସାଧାରଣ ବର୍ଗରେ ଏହା ମାତ୍ର ୧୮ ଦଶମିକ ୨ ପ୍ରତିଶତ । କରୋନା ଯୋଗୁଁ ମହିଳାମାନେ ଅଧିକ ମାନସିକ ବିଷାଦରେ ରହିଛନ୍ତି । ୩୩ ଦଶମିକ ୯ ପ୍ରତିଶତ ମହିଳା ନିଦ୍ରା ହିନତା, ଅନ୍ୟାନ୍ୟ ମାନସିକ ସମସ୍ୟା ଭୋଗୁଥିବା ବେଳେ ୧୮ ଦଶମିକ ୨ ପ୍ରତିଶତ ପୁରୁଷ ଏହି ସମସ୍ୟାର ସମୁଖୀନ ହୋଇଛନ୍ତି । ଅକ୍ସଫାମର ରିପୋର୍ଟ ଅନୁସାରେ ଭାରତରେ ୧୦,୧୮୯ ଲୋକଙ୍କ ପାଇଁ ଜଣେ ଡାକ୍ତର ଏବଂ ୯୦,୩୪୩ ଜଣଙ୍କ ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ରହିଛି । ଗ୍ରାମାଂଚଳର ଲୋକଙ୍କ ପାଇଁ ସରକାରୀ ହସପିଟାଲରେ ୩୪୩୦ ବ୍ୟକ୍ତିଙ୍କ ପାଇଁ ଗୋଟିଏ ବେଡ୍ ଉପଲବ୍ଧ ରହିଛି ।

ତେବେ ସହରାଂଚଳରେ ୮୬୯ ଲୋକଙ୍କ ପିଛା ସରକାରୀ ହସପିଟାଲରେ ଗୋଟିଏ ବେଡ୍ ରହିଛି । ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ବ୍ୟକ୍ତି ଗ୍ରାମାଂଚଳରେ ରୁହନ୍ତି, ହେଲେ ସେମାନଙ୍କ ପାଇଁ ମାତ୍ର ୪୦ ପ୍ରତିଶତ ବେଡ୍ ରହିଛି । ଚିକିତ୍ସା ପାଇଁ ଖର୍ଚ୍ଚ କରି ୬ କୋଟି ୩୦ ଲକ୍ଷ ଲୋକ ପ୍ରତି ବର୍ଷ ଗରିବ ହୋଇ ଯାଉଛନ୍ତି । ମୋଟ ଚିକିତ୍ସା ଖର୍ଚ୍ଚର ହାରାହାରି ୬୭.୮ ପ୍ରତିଶତ ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରିଥାନ୍ତି ଭାରତୀୟ ।

from Kanak News
via <a href="https://ifttt.com/?

ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ : ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ ପ୍ରସାରଣ କରୁଥିବା ନେଇ ହୋଇଥିଲା ଅଭିଯୋଗ

କନକ ବ୍ୟୁରୋ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ ବାଞ୍ଚ ଆଜି ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ଏନେଇ ଗତ ଫେବ୍ରୁଆରିରେ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୁଲିସ। ତାଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ପୁଲିସ । ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଶିଳ୍ପା ୨୦୦୯ ମସିହାରେ ବିବାହ କରିଥିଲେ ।

from Kanak News
via <a href="https://ifttt.com/?

ଆଜି ପବିତ୍ର ବାହୁଡ଼ା ଦଶମୀ, ଗୁଣ୍ଡିଚା ଘରୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତି : ୧୨ଟାରୁ ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

କନକ ବ୍ୟୁରୋ : ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସାଢ଼େ ୬ଟାରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ଡି ପାଇଁ ସୋମବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମିଲାଗି ନୀତି ଆରମ୍ଭ ହୋଇଛି । ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର୍‌ ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହୋଇଛି । ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ ।

ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨୧ରେ ସୁନାବେଶ, ଜୁଲାଇ ୨୨ରେ ଅଧରପଣା ନୀତି, ଜୁଲାଇ ୨୩ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

from Kanak News
via <a href="https://ifttt.com/?

ପଞ୍ଜାବ କଂଗ୍ରେସରେ ଆସିଲେ କି ନୂଆ କ୍ୟପ୍ଟେନ୍ । ସିଦ୍ଧୁଙ୍କ ପିସିସି ସଭାପତି ନିଯୁକ୍ତି ପରେ ବଡ ଧରଣର ବିବାଦ ନେଇ ଆଶଙ୍କା!

କନକ ବ୍ୟୁରୋ: ପଂଜାବ କଂଗ୍ରେସରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ନେଲେ ବଡ ନିଷ୍ପତ୍ତି । ଯେଉଁଥିରେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଦାୟିତ୍ୱ ମିଳିବା ପରେ ଗାନ୍ଧୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ନବଜୋତ ସିଂହ ସିଦ୍ଧୁ ।

ପଂଜାବ କଂଗ୍ରେସର ଅଧ୍ୟକ୍ଷ ହେବା ପରେ କିଛି ଏପରି ଖୁସି ମନାଉଛନ୍ତି ନବଜୋତ ସିଂହ ସିଦ୍ଧୁ । ନିଜ ସମର୍ଥକଙ୍କ ଗହଣରେ ଖୁସିରେ ଜଶନ କରୁଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ଅନେକ ଦିନ କସରତ, ଦିଲ୍ଲୀରେ ହାଇ କମାଣ୍ଡଙ୍କ ପାଖରେ ଗୁହାରି ପରେ ଶେଷରେ ସିଦ୍ଧୁଙ୍କୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହି ଦାୟିତ୍ୱ ମିଳିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବତ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ଏହାସହ କହିଛନ୍ତି ଏବେ ଠାରୁ ତାଙ୍କର ପ୍ରକୃତ ରାଜନୀତି ଜୀବନ ଆରମ୍ଭ ହୋଇଛି ।

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଗାନ୍ଧୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ହେଲେ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଆଲୋଚନା ଆଦୌ କରି ନାହାଁନ୍ତି । ଯାହା ଲାଗୁଛି ଏବେବି କ୍ୟାପ୍ଟେନଙ୍କ ଉପରେ ଖପ୍ପା ଅଛନ୍ତି ସିଦ୍ଧୁ ।

କଳି ଭିତରେ ଏବେ ନବଜୋତ ସିଦ୍ଧୁ ପଂଜାବ ପ୍ରଦେଶ କଂଗ୍ରେସର ନୂଆ ସଭାପତି ହୋଇଛନ୍ତି । ଏଥିସହ ୪ଜଣ ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମଧ୍ୟ ମିଳିଛି । ଏହି ଘୋଷଣା କରିବା ପରେ ସିଦ୍ଧୁଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୋମବାର ନିଜ ସରକାରୀ ବାସଭବନରେ ମଧ୍ୟାହ୍ନ ଭୋଜି ଆୟୋଜନ କରି ନିଜ ସମର୍ଥକଙ୍କ ସହ ଖୁସି ମନାଇଛନ୍ତି ସିଦ୍ଧୁ । ହେଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । ସେପଟେ କ୍ୟାପଟେନ ଅମରିନ୍ଦ୍ର ସିଂ ଜୁଲାଇ ୨୧ରେ ଆୟୋଜନ କରିଥିବା ମଧ୍ୟାହ୍ନ ଭୋଜନରେ ସମସ୍ତ କଂଗ୍ରେସ ନେତା ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ମାତ୍ର ସିନ୍ଧୁଙ୍କୁ ନିମନ୍ତ୍ରଣ କରିନାହାନ୍ତି । ଯାହାକି ସୁଚାଇ ଦେଉଛି ଏମାନଙ୍କ ଭିତରେ ବିବାଦର ଏବେ ବି ସମାଧାନ ହୋଇନାହିଁ ।

ଦୀର୍ଘ ଦିନ ହେବ କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ଆଗକୁ ଆସୁଛି ପଂଜାବ ବିଧାନସଭା ନିର୍ବାଚନ । ଶେଷରେ ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଂଜାବ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଛି । ଆଉ କଂଗ୍ରେସ ହାଇକମାଣ୍ଡଙ୍କ ଏହି ନିଷ୍ପତି ବିବାଦକୁ କମାଇବା କି ବଢାଇବ ସେକଥା ଆଗକୁ ଜଣାପଡିବ ।

from Kanak News
via <a href="https://ifttt.com/?

ଆପଣଙ୍କ ଫୋନ ଉପରେ ଅଧିକ ରହିପାରେ ‘ପେଗାସସ୍’ର ନିୟନ୍ତ୍ରଣ, ଫୋନରେ ଆପଣ କିଛି ନକଲେ ବି ସବୁ ତଥ୍ୟକୁ କରିପାରିବ ହ୍ୟାକ୍ ।

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ୱେରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆପଣଙ୍କ ଫୋନକୁ ଏହି ସଫ୍ଟୱେର କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇସ୍ରାଏଲ କଂପାନୀ ଦ୍ୱାରା ତିଆରି ହୋଇଥିବା ଏହି ସ୍ପାଏ ସଫ୍ଟୱେର ଯଦି ଆପଣଙ୍କ ଫୋନକୁ ଟାର୍ଗେଟ୍ କରେ, ତେବେ ଆପଣ ଫୋନରେ କ୍ଲିକ୍ ନକଲେ ବି, ଆପଣଙ୍କ ଅଜାଣତରେ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ପାରିବ ହ୍ୟାକର । ଏହାକୁ ଜିରୋ କ୍ଲିକ୍ ଆଟାକ୍ ବୋଲି କୁହାଯାଉଛି । ପୃଥିବୀରେ ଏହା ସବୁଠାରୁ ଶକ୍ତିଶାଳୀ ସ୍ପାଏ ସଫ୍ଟୱେର ବୋଲି କୁହାଯାଉଛି । ଥରେ ଆପଣଙ୍କ ଫୋନ୍ ଟାର୍ଗେଟ୍ ହୋଇଗଲେ, ଆପଣ ଆପଣଙ୍କ ଫୋନକୁ ନିୟନ୍ତ୍ରଣ କରିବା କିଂବା ସ୍ପାଏକୁ ମୁକ୍ତ କରିବା କିଂବା ତାକୁ ଚିହ୍ନଟ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ।

ଏମନେଷ୍ଟି ଇଂଟରନାସନାଲର ଏକ ପରୀକ୍ଷାଗାରର ମୁଖ୍ୟ କହିଛନ୍ତି , ଫୋନର ମାଲିକ ଅପେକ୍ଷା ହ୍ୟାକରର ନିୟନ୍ତ୍ରଣ ଅଧିକ ରହିବ । ଚିନ୍ତାକରନ୍ତୁ ଏହା କେତେ ବିପଦପୂର୍ଣ୍ଣ ସ୍ପାଏ ସଫ୍ଟଓୟାର ହୋଇପାରେ । ଏହି ସଫ୍ଟଓୟାର ମାଧ୍ୟମରେ ହ୍ୟାକର ଜଣକ ଆପଣଙ୍କ ମେସେଜ୍ ଲିଷ୍ଟ, ଇଂଟରନେଟ୍ ବ୍ରାଉଜିଂ ହିଷ୍ଟ୍ରି, ଫଟୋ ଓ ଭିଡିଓ ଗ୍ୟାଲେରୀ, ଚାଟିଂ ହିଷ୍ଟ୍ରି, ସବୁକିଛି ଅତି ସହଜରେ ପାଇଯାଇପାରିବ । ଏପରିକି ଆପଣଙ୍କ ଅଜାଣତରେ, ଆପଣଙ୍କ ଫୋନ୍ ଅନ୍ ବି ନଥିବ, ଆପଣଙ୍କ ଫୋନ୍ ଅଫ୍ ଲାଇନରେ ଥିବ, ତଥାପି ଆପଣଙ୍କ ଭିଡିଓ ନେଉଥିବ, ଆପଣଙ୍କ କଥାକୁ ରେକର୍ଡ କରୁଥିବ, ଆପଣଙ୍କ ସମସ୍ତ ଗତିବିଧିକୁ ନିରୀକ୍ଷଣ କରୁଥିବ ହ୍ୟାକର । ଫୋନ୍ ମାଧ୍ୟମରେ ଆପଣ କରୁଥିବା ନେଟ୍ ବ୍ୟାଙ୍କିଂ, କିଂବା ଫୋନ୍ ପେ କିଂବା ଗୁଗୁଲ ପେ ମାଧ୍ୟମରେ କରୁଥିବା ଟଙ୍କା କାରବାରକୁ ବି ଠାବ କରିପାରିବ ହ୍ୟାକର । ଏବଂ ଆପଣଙ୍କର ପାସୱାର୍ଡ ବି ସେ ସହଜରେ ପାଇଯାଇ ପାରିବ । ସବୁଠାରୁ ନିରାପଦ କୁହାଯାଉଥିବା ଆଇଫୋନ୍ କୁ ମଧ୍ୟ ଏହି ସଫ୍ଟଓୟାର ଅତି ସହଜରେ ଅତି ମୂଳ ପର୍ଯ୍ୟନ୍ତ ଯାଇ ହ୍ୟାକ୍ କରିପାରିବ । ଆଇଫୋନରେ ଆପଣ କୌଣସି ଆକ୍ଟିଭିଟି କରୁନଥିଲେ ବି ଆପଣଙ୍କ ଫୋନ୍ ଭିତରେ ଏହି ସଫ୍ଟଓୟାର ସକ୍ରିୟ ରହି ସବୁ କାମ କରୁଥିବ । ମୋଟ୍ ଉପରେ କହିବାକୁ ଗଲେ ଏକ ଚଳନ୍ତା ସିସିଟିଭି ପରି ଏହି ସଫ୍ଟଓୟାର କାମ କରିପାରିବ ।

ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରିଛି ଇସ୍ରାଏଲର ଏକ ସଂସ୍ଥା । ୨୦୧୯ରେ ଚର୍ଚ୍ଚାରେ ଥିଲା ଇସ୍ରାଏଲର ଏହି ସଂସ୍ଥା ସ୍ପାଏୱେର ପେଗାସସ୍ । ଏବେ ପୁଣି ୩୦୦ ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରି ଚର୍ଚ୍ଚାକୁ ଫେରିଛି ଏହି ଇସ୍ରାଏଲି ସଂସ୍ଥା । ସବୁଠାରୁ ବଡକଥା ହେଉଛି, ମୋଦୀ ସରକାରଙ୍କ ଦୁଇ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ୩ ଜଣ ନେତା ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବରକୁ ହ୍ୟାକ କରିବାରେ ସମର୍ଥ ହୋଇଛି ଏହି ସଂସ୍ଥା । ତେବେ ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲି ସଂସ୍ଥା ଏଭଳି ଫୋନ ହ୍ୟାକ କରିଛି, ତାହା ଜଣାପଡି ନାହିଁ । ସେପଟେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଭାରତୀୟଙ୍କ ଫୋନ କଲ, ମେସେଜ ଓ ହ୍ୱାଟ୍ସଆପ ମେସେଜ ଆଦି ଗୋପନୀୟ ତଥ୍ୟ ସ୍ପାଏୱେର ପେଗାସସ୍ ସଂସ୍ଥାର ଡାଟାବେସରେ ରହିଛି । ତେବେ ପେଗାସସକୁ ମାଧ୍ୟମ କରି କୌଣସି ଭାରତୀୟ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଏବେ ପଢ଼ନ୍ତୁ କଣ ଏହି ସ୍ପାଏୱେର ପେଗାସସ୍ । ଏବଂ କେମିତି ଏହା ଆପଣଙ୍କ ମୋବାଇଲକୁ ହ୍ୟାକ କରିଥାଏ ।

– ଇସ୍ରାଏଲ କମ୍ପାନୀ ‘ଏନଏସଓ ଗ୍ରୁପ୍’ ପକ୍ଷରୁ ପ୍ରସ୍ତୁତ ଏକ ସାଇବର ଅସ୍ତ୍ର- ସ୍ପାଏୱେର ପେଗାସସ୍
– ୨୦୧୬ରେ ଆରବର ଜଣେ ସାମାଜିକ କର୍ମୀଙ୍କୁ ପ୍ରଥମ କରି ଟାର୍ଗେଟ ପରେ ଜଣାପଡିଥିଲା
– ୨୦୧୯ରେ ଫେସବୁକ ପକ୍ଷରୁ ‘ଏନଏସଓ ଗ୍ରୁପ୍’ ବିରୋଧରେ ମାମଲା କରାଯାଇଥିଲା
– ହ୍ୱାଟ୍ସଆପ୍ ମଧ୍ୟ ତଥ୍ୟ ସୁରକ୍ଷିତ ନଥିବା ମେସେଜ କରି ବ୍ୟବହାରକାରୀଙ୍କୁ ଜଣାଇଥିଲା
– ଏକ ୱେବସାଇଟ୍ ଲିଙ୍କ ଫୋନ ବ୍ୟବହାରକାରୀଙ୍କୁ ଆସିଥାଏ, ଏଥିରେ କ୍ଲିକ କଲେ ଫୋନ ହ୍ୟାକ ହୁଏ
– ମିସ୍ଡକଲ କିମ୍ବା ହ୍ୱାଟ୍ସଆପ ଭଏସ କଲରେ ବି ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯିବ ପେଗାସସ
– ଥରେ ହ୍ୟାକ ହୋଇଗଲେ ଫୋନରେ ଥିବା ସମସ୍ତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ
– ଫୋନରେ ହେଉଥିବା କଥା, ମେସେଜ, ହ୍ୱାଟ୍ସଆପ ମେସେଜ ସବୁକିଛି ଜାଣିପାରିବେ ହ୍ୟାକର
– ଏପରିକି ଆପଣଙ୍କ ଫୋନର କ୍ୟାମେରାକୁ ମଧ୍ୟ ବ୍ୟବହାର କରିପାରିବେ ହ୍ୟାକର

from Kanak News
via <a href="https://ifttt.com/?

ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ୍ୟ ସେବା ।

କନକ ବ୍ୟୁରୋ: ମାଓ ସଙ୍ଗଠନରେ ଭେଦଭାବ । ଓଡିଶା କ୍ୟାଡର ମାଓବାଦୀଙ୍କୁ ନା ମିଳୁଛି ପଦୋନ୍ନତି, ନା ମିଳୁଛି ଉଚିତ ସ୍ୱାସ୍ଥ ସେବା । ପୁଲିସ ଡିଜିଙ୍କ ନିକଟରେ ଛତିଶଗଡ କ୍ୟାଡର ର ମାଓ ନେତ୍ରୀ ରାମେ ପଡିଆମି ଓରଫ ସବିତାଙ୍କ ଅଭିଯୋଗ ଏବେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।  ପଡିଆମିଙ୍କ ଅଭିଯୋଗ ପରେ ମାଓ ସଙ୍ଗଠନ ରେ ତେଲେଗୁ କ୍ୟାଡରଙ୍କ ଦୌରାତ୍ମ୍ୟ କଥା ପୁଣି ସାମ୍ନାକୁ ଆସୁଛି ଆସିଛି । ପ୍ରଶ୍ନ ଉଠୁଛି, ସତରେ କଣ ଓଡିଆ କ୍ୟାଡରକୁ ଅଣଦେଖା କରୁଛନ୍ତି ମାଓ ସଙ୍ଗଠନ ।

ମାଓବାଦୀ କ୍ୟାଡରରେ ସବିତାଙ୍କ ପ୍ରମୋଶନ ହେଲାନାହିଁ । ସେଥିପାଇଁ  ମାଓ ସଙ୍ଗଠନ ଛାଡିଦେଲେ ସବିତା । ଏହି ମହିଳା ଜଣକ ଛତିଶଗଡ କ୍ୟାଡରର ମାଓବାଦୀ । ନିୟମିତ ଭାବେ ଏହି ସଙ୍ଗଠନଗୁଡିକରେ ପ୍ରମୋଶନ ହୁଏ ।  କିନ୍ତୁ ୨୦୦୫ରୁ ୨୦୨୧ ଯାଏଁ ପ୍ରାୟ ୧୬ ବର୍ଷ କାମ କରିବା ପରେ ବି ସବିତାଙ୍କୁ ପ୍ରମୋଶନ ଦିଆଯାଇନଥିଲା ।

ମାଓ ସଙ୍ଗଠନକୁ ଆସିବା ପରେ ପ୍ରଥମେ ସେମାନେ ମିଲିସିଆ କିମ୍ବା ଜନନାଟ୍ୟ ମଣ୍ଡଳୀର ସଦସ୍ୟ ହୁଅନ୍ତି । ପ୍ରାୟ ୨ ବର୍ଷ କାମ ପରେ  ସେମାନଙ୍କ ପ୍ରଦର୍ଶନ ଅନୁସାରେ ପାର୍ଟି ମେମ୍ବର ବା ଦଳର ସଦସ୍ୟତା ପାଆନ୍ତି ।  ପାର୍ଟି ମେମ୍ବର ଭାବରେ ୨-୩ ବର୍ଷ କାମ କରିବା ପରେ ସେମାନଙ୍କ ପ୍ରଦର୍ଶନକୁ ଯାଂଚ କରାଯାଇ ଡିଭିଜନାଲ କମିଟି ମେମ୍ବର ବା ଡିସିଏମ ଭାବରେ ପ୍ରମୋଶନ ମିଳେ । ଡିସିଏମ ଭାବେ କିଛିବର୍ଷ କାମ କରିବା ପରେ ପୁଣି ଜୋନାଲ କମିଟିକୁ ପ୍ରମୋଟ କରାଯାଏ । ଏହାପରେ ତାଙ୍କର ବିଭିନ୍ନ ଅପରେସନରେ ପ୍ରଦର୍ଶନକୁ ମାପକାଠି ଭାବେ ଧରି ଷ୍ଟେଟ କମିଟି ବା ସମ୍ପାଦକ ପଦବୀକୁ ପ୍ରମୋଶନ ମିଳେ । ଯେଉଁମାନେ ସମ୍ପାଦକ ଭାବରେ ଭଲ କାମ କରନ୍ତି, ସେମାନଙ୍କୁ କେନ୍ଦ୍ରୀୟ କମିଟି ସଦସ୍ୟର ପାହ୍ୟା ମିଳିଥାଏ । ଏହି ରାଙ୍କ ଅନୁସାରେ ସେମାନଙ୍କୁ ହତିଆର ଉପଲବ୍ଧ କରାଯାଏ ଏବଂ ତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅନୁରୂପ ଭାବେ ବଢାଇଦିଆଯାଏ ।

from Kanak News
via <a href="https://ifttt.com/?

ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । 

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ତାତିଥିଲା, ତାହା ହେଉଛି ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ । ଇସ୍ରାଏଲର ସ୍ପାଏ ଓୟାର ଜରିଆରେ ଭାରତରେ ନେତାଙ୍କ ଠାରୁ ବୈଜ୍ଞାନିକଙ୍କ ମୋବାଇଲ ଫୋନ୍ ହ୍ୟାକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଶେଷରେ ଏହାକୁ ନେଇ ସଦନରେ ଉତର ରଖିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ । କହିଥିଲେ ପ୍ରକାଶିତ ରିପୋର୍ଟ ଭୁଲ, ସେପରି କୌଣସି କାମରେ ଲିପ୍ତ ନାହାନ୍ତି କେନ୍ଦ୍ର ସରକାର ।

କରୋନା ସଂକଟ, ଦରବୃଦ୍ଧି ଏବଂ ଅନ୍ୟ ସମସ୍ତ ବଡ ପ୍ରସଙ୍ଗ ଭିତରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ପ୍ରସଙ୍ଗ ପ୍ରମୁଖ ପାଲଟିଥିଲା , ତା ହେଉଛି ପେଗାସସ ସ୍ପାଏ ଇସ୍ୟୁ । ଏହା ହେଉଛି ଏକ ପ୍ରକାର ଫୋନ୍ ହ୍ୟାକିଂର ମାମଲା । କିଛି ଦିନ ଆଗରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜାରି ଏକ ରିପୋର୍ଟରେ ଦାବି କରାଯାଇଛି , କି ପେଗାସସ ସ୍ପାଏ ଓୟାର ଜରିଆରେ ଭାରତରେ ଅନେକ ସାଂବାଦିକ, ନେତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ବିରୋଧୀ ଦାବି କରିଛନ୍ତି ଏ ସବୁ ସରକାରଙ୍କ ଦ୍ୱାରା କରାଯାଇଛି । ଏହାକୁ ନେଇ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦେଖିବାକୁ ମିଳିଛି ତାତି ।

ରବିବାର ରାତିରେ ‘ଦ ଓୟାର’ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲ।। ଯେଉଁ ଥିରେ ଦାବି କରାଯାଇଥିଲା, ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ ଜରିଆରେ ଭାରତରେ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଯେଉଁଥିରେ ସାଂବାଦିକ, ନେତା, ବୈଜ୍ଞାନିକ, ଆଇନଜୀବୀ, ବ୍ୟବସାୟୀ ଓ ଅନ୍ୟ ସାର୍ବଜନୀନ ଜୀବନ ସହିତ ଜଡିତ ବ୍ୟକ୍ତି ବି ଅଛନ୍ତି । ବିରୋଧୀ ଦଳର ୩ ନେତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଏବେ ଦେଶର ସୁରକ୍ଷା ସହିତ ଜଡିତ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏକ ପାର୍ଲାମେଂଟାରୀ କମିଟି ଗଠନ କରି ଏହାର ତଦନ୍ତ ଦାବି ହୋଇଛି ।

ପେଗାସସ ଜରିଆରେ ଗୁଇନ୍ଦାଗିରି ଖବରକୁ ନେଇ ଗୃହରେ ଜବାବ ରଖିଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ଏକ ଭ୍ରମାତ୍ମକ ଖବର, ଆସିଥିବା ରିପାର୍ଟ ପୁରା ମିଥ୍ୟା । ଏହାକୁ ଖବର ପ୍ରକାଶ କରିଥିବା ସଂସ୍ଥା ନିଜ ଢଙ୍ଗରେ ପ୍ରକାଶିତ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କାହାର ଫୋନ୍ ହ୍ୟାକିଂ ପରି ଘଟଣାରେ କେନ୍ଦ୍ର ସରକାର ଲିପ୍ତ ନାହାନ୍ତି ବୋଲି ସଫେଇ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ସଂସଦ ବାହାରେ ପେଗାସସର ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସାଂବିଧାନିକ ପଦରେ ବସିଥିବା ଲୋକଙ୍କ ଉପରେ ଗୁଇନ୍ଦାଗିରି ଏକ ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହଁ ବୋଲି କହିଛି କଂଗ୍ରେସ ।

ଚିନ୍ତାର କଥା ହେଉଛି ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ୍ ନିକଟରେ ବିଶ୍ୱର ପ୍ରାୟ ୫ ହଜାର ଡାଟା ରହିଛି । ଏଥିରୁ ଭାରତରୁ ରହିଛି ୩୦୦ ଡାଟା । ଅଧିକ ଚିନ୍ତାର ବିଷୟ ବିଦେଶୀ ଗଣମାଧ୍ୟମକୁ ମିଶାଇ ପ୍ରାୟ ୨୦ଟି ସଂସ୍ଥା ନିକଟକୁ ପେଗାସସ୍ ଏହି ତଥ୍ୟ ପ୍ରଦାନ କରିଛି । ବିରୋଧୀଙ୍କ ଦାବି ଏହା କେବଳ ବ୍ୟକ୍ତିଗତ ନୁହଁ, ଜାତୀୟ ସୁରକ୍ଷା ପ୍ରତି ବି ବିପଦ ହୋଇପାରେ ।

from Kanak News
via <a href="https://ifttt.com/?

ବାହୁଡ଼ା ଯାତ୍ରା ପାଇଁ କଟକଣା ଲଗାଇଛି ପୁରୀ ପ୍ରଶାସନ । ଡ୍ରୋନ ଉଡାଇ ରହିବ ଲୋକଙ୍କ ଛାତ ଉପରେ ନଜର । ବାହାର ଲୋକ ଯାଇ ଜଗନ୍ନାଥ ଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର 

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମହାପ୍ରଭୁଙ୍କ ବାହୁଡା ଯାତ୍ରା କିଭଳି ସୁରୁଖୁରରେ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିଛି ପ୍ରଶାସନ । ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେମିତି କେତେ ଜଣ ବାହାର ଲୋକ ବଡଦାଣ୍ଡକୁ ଚାଲି ଆସିଥିଲେ, ତାର ପୁନରାବୃତି ଯେମିତି ନହୁଏ, ସେଥିପାଇଁ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏପରିକି ବଡାଦାଣ୍ଡରେ ଥିବା ଘରେ ହୋଟେଲ, ଓ ଲଜ ଉପରେ ଡ୍ରୋନ ଦ୍ୱାରା ନଜର ରଖିବାକୁ ବ୍ୟବସ୍ଥା ହୋଇଛି । ଅର୍ଥାତ୍ ବଡଦାଣ୍ଡରେ ଥିବା ଘର ହେଉକି ହୋଟେଲର ଛାତ ଉପରକୁ ଗଲେ ସେ ନେଇ ପ୍ରଶାସନକୁ ସୂଚନା ଦେବ ଡ୍ରୋନ୍ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଶ୍ରୀଗୁଣ୍ଡିଚା ଭଳି ବାହୁଡା ଯାତ୍ରାରେ ନହେଉ । ତେବେ ପ୍ରଶ୍ନ ଉଠୁଛି ବାହାର ଲୋକଙ୍କୁ ବଡଦାଣ୍ଡକୁ ନଛାଡିବା ଠିକ୍ ଅଛି । ହେଲେ ବଡଦାଣ୍ଡରେ ଥିବା ବ୍ୟକ୍ତିଗତ ଘର ଗୁଡିକ ଉପରେ ଡ୍ରୋନ ଉଡାଇ ନଜର ରଖିବା କେତେ ଯୁକ୍ତିଯୁକ୍ତ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started