ବାଜିଲା ଖବର…ହଟିବ ଚିତ୍ର : ସିଟି ଇଞ୍ଜିନିୟରଙ୍କୁ ଚିତ୍ର ହଟାଇବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ବାଜିଲା ଖବର…ହଟିବ ଚିତ୍ର । ଭୁବନେଶ୍ୱର ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଶ୍ଳୀଳ ଚିତ୍ର ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇପଡିଛି ବିଏମସି । କମିଶନର ସଂଜୟ ସିଂହ କହିଛନ୍ତି, ତୁରନ୍ତ କାନ୍ଥ ବାଡରୁ ଏହି ଚିତ୍ର ସବୁ ହଟାଇ ଦିଆଯିବ । ଏପରିକି ଏହାର ତଦନ୍ତ ପାଇଁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଏଭଳି ଚିତ୍ର କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।

ସଚେତନତା ନାଁରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ଅସନ୍ତୋଷ ଦେଖାଯାଇଥିଲା । ନୟାପଲ୍ଲୀ ରାସ୍ତା କଡରେ ଥିବା କାନ୍ଥରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ତରଫରୁ ଅଙ୍କା ଯାଇଥିବା ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତି ମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ର ସବୁ ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ପଞ୍ଜାବ ପରେ ରାଜସ୍ଥାନରେ ବଦଳିବେ କି ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ । ଅଜୟ ମାକେନଙ୍କ ରି ଟ୍ୱିଟ୍ ପରେ ଚର୍ଚ୍ଚା ଜୋର

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତସିଂ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ଏବେ ରାଜସ୍ଥାନରେ ବଦଳି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ । ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ଏକ ରି ଟ୍ୱିଟ୍ ପରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଭିତରେ ଚର୍ଚ୍ଚା ଚାଲିଛି କି କଂଗ୍ରେସ ହାଇକମାଣ୍ଡ ବା ଗାନ୍ଧୀ ପରିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ଉପରେ ସନ୍ତୋଷ୍ଟ ନାହାନ୍ତି । ଅଜୟ ମାକେନ ଏକ ଟ୍ୱିଟ୍ ଉପରେ ରି ଟ୍ୱିଟ୍ କରି ଲେଖିଥଲେ କି ରାଜସ୍ଥାନରେ କୌଣସି ବି କଂଗ୍ରେସ ନେତା ନିଜ ଦମରେ ଜିତି ନାହାନ୍ତି । ତାଙ୍କର ଏଭଳି ଟ୍ୱିଟ୍ ପରେ ସସ୍ପେନ୍ସ ବଢିଛି ।

କହିରଖୁ କି ୧୦ ଦିନ ପୂର୍ବରୁ ଅଜୟ ମାକେନ ଜୟପୁର ଆସିଥିଲେ । ସେ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ଦଳର କିଛି ପଦ ପଦବୀର ନବିକରଣ କରିବାକୁ ସେ ଆସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ସହ ବୈଠକ ପରେ ବି କିଛି ନିଷ୍ପତ୍ତି ହୋଇପାରି ନଥିଲା । ପାଇଲଟଙ୍କ ସମର୍ଥକଙ୍କୁ ମନ୍ତ୍ରୀ ମଣ୍ଡଳ ଓ ଦଳୀୟ ପଦବୀରେ ନିଯୁକ୍ତି ଦେବା ନେଇ ଏକ ଫର୍ମୁଲା ପ୍ରସ୍ତୁତ ହୋଇଥିଲା । ହେଲେ କୁହାଯାଇଛି କି ଗେହଲଟ୍ ପାଇଲଟଙ୍କ ସହ କ୍ଷମତାକୁ ନେଇ ଭାଗ କରିବାକୁ ପ୍ରସ୍ତୁତ ନଥିଲେ । ଏହାକୁ ନେଇ ନିରାଶ ହୋଇ ଫେରିଥିଲେ ଅଜୟ ମାକେନ ।

କୁହାଯାଇଛି କି ଗେହଲଟଙ୍କ ଏଭଳି ନିଷ୍ପତ୍ତି ଉପରେ କେବଳ ପ୍ରଭାରୀ ନୁହନ୍ତି ଦଳର ହାଇକମାଣ୍ଡ ବି ଖୁସି ନାହାନ୍ତି । ତେଣୁ ପଞ୍ଜାବ ଭଳି ରାଜସ୍ଥାନ କଂଗ୍ରେସର ବଡ ଧରଣର ଅଦଳ ବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ୨୦୦୩ ଓ ୨୦୧୩ ମସିହାରେ ରାଜସ୍ଥାନ କଂଗ୍ରେସ ଅଶୋକ ଗେହଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲେ ବି ସଫଳତା ପାଇବାରେ ଅକ୍ଷମ ହୋଇଥିଲେ ଗେହଲଟ୍ । ମାତ୍ର ୨୦୧୮ ମସିହାରେ ଯେତେବେଳେ ଦଳ ସଚ୍ଚିନ ପାଇଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ସେତେବେଳେ ବିଜୟ ସହ କ୍ଷମତା ହାସଲ କରିବାରେ ସକ୍ଷମ ହୋଇଥିଲା କଂଗ୍ରେସ ।

from Kanak News
via <a href="https://ifttt.com/?

ଆପଣଙ୍କ ଫୋନ ଉପରେ ଅଧିକ ରହିପାରେ ପେଗାସସ ସ୍ପାଏ-ୱେରର ନିୟନ୍ତ୍ରଣ : ଫୋନରେ ଆପଣ କିଛି ନକଲେ ବି ସବୁ ତଥ୍ୟକୁ କରିପାରିବ ହ୍ୟାକ୍

କନକ ବ୍ୟୁରୋ : ପେଗାସସ୍ ସ୍ପାଏ ୱେରରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆପଣଙ୍କ ଫୋନକୁ ଏହି ସଫ୍ଟୱେୟାର କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇସ୍ରାଏଲ କଂପାନୀ ଦ୍ୱାରା ତିଆରି ହୋଇଥିବା ଏହି ସ୍ପାଏ ସଫ୍ଟୱେୟାର ଯଦି ଆପଣଙ୍କ ଫୋନକୁ ଟାର୍ଗେଟ୍ କରେ, ତେବେ ଆପଣ ଫୋନରେ କ୍ଲିକ୍ ନକଲେ ବି , ଆପଣଙ୍କ ଅଜାଣତରେ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ପାରିବ ହ୍ୟାକର । ଏହାକୁ ଜିରୋ କ୍ଲିକ୍ ଆଟାକ୍ ବୋଲି କୁହାଯାଉଛି । ପୃଥିବୀରେ ଏହା ସବୁଠାରୁ ଶକ୍ତିଶାଳୀ ସ୍ପାଏ ସଫ୍ଟୱେୟାର ବୋଲି କୁହାଯାଉଛି ।

ଥରେ ଆପଣଙ୍କ ଫୋନ୍ ଟାର୍ଗେଟ୍ ହୋଇଗଲେ , ଆପଣ ଆପଣଙ୍କ ଫୋନକୁ ନିୟନ୍ତ୍ରଣ କରିବା କିଂବା ସ୍ପାଏକୁ ମୁକ୍ତ କରିବା କିଂବା ତାକୁ ଚିହ୍ନଟ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର । ଏମନେଷ୍ଟି ଇଂଟରନ୍ୟାସନାଲର ଏକ ପରୀକ୍ଷାଗାରର ମୁଖ୍ୟ କହିଛନ୍ତି , ଫୋନର ମାଲିକ ଅପେକ୍ଷା ହ୍ୟାକରର ନିୟନ୍ତ୍ରଣ ଅଧିକ ରହିବ । ଚିନ୍ତା କରନ୍ତୁ ଏହା କେତେ ବିପଦ ପୂର୍ଣ୍ଣ ସ୍ପାଏ ସଫ୍ଟଓୟାର ହୋଇପାରେ । ଏହି ସଫ୍ଟୱେୟାର ମାଧ୍ୟମରେ ହ୍ୟାକର ଜଣକ ଆପଣଙ୍କ ମେସେଜ୍ ଲିଷ୍ଟ, ଇଂଟରନେଟ୍ ବ୍ରାଉଜିଂ ହିଷ୍ଟ୍ରି, ଫଟୋ ଓ ଭିଡିଓ ଗ୍ୟାଲେରୀ, ଚାଟିଂ ହିଷ୍ଟ୍ରି, ସବୁ କିଛି ଅତି ସହଜରେ ପାଇଯାଇପାରିବ ।

ଏପରିକି ଆପଣଙ୍କ ଅଜାଣତରେ, ଆପଣଙ୍କ ଫୋନ୍ ଅନ୍ ବି ନଥିବ, ଆପଣଙ୍କ ଫୋନ୍ ଅଫ୍ ଲାଇନରେ ଥିବ, ତଥାପି ଆପଣଙ୍କ ଭିଡିଓ ନେଉଥିବ, ଆପଣଙ୍କ କଥାକୁ ରେକର୍ଡ କରୁଥିବ, ଆପଣଙ୍କ ସମସ୍ତ ଗତିବିଧିକୁ ନିରୀକ୍ଷଣ କରୁଥିବ ହ୍ୟାକର । ଫୋନ୍ ମାଧ୍ୟମରେ ଆପଣ କରୁଥିବା ନେଟ୍ ବ୍ୟାଙ୍କିଙ୍ଗ, କିଂବା ଫୋନ୍ ପେ କିଂବା ଗୁଗୁଲ ପେ’ ମାଧ୍ୟମରେ କରୁଥିବା ଟଙ୍କା କାରବାରକୁ ବି ଠାବ କରିପାରିବ ହ୍ୟାକର । ଏବଂ ଆପଣଙ୍କର ପାସୱାର୍ଡ ବି ସେ ସହଜରେ ପାଇଯାଇ ପାରିବ ।

ସବୁଠାରୁ ନିରାପଦ କୁହାଯାଉଥିବା ଆଇଫୋନକୁ ମଧ୍ୟ ଏହି ସଫ୍ଟଓୟାର ଅତି ସହଜରେ ଅତି ମୂଳ ପର୍ଯ୍ୟନ୍ତ ଯାଇ ହ୍ୟାକ୍ କରିପାରିବ । ଆଇଫୋନରେ ଆପଣ କୌଣସି ଆକ୍ଟିଭିଟି କରୁନଥିଲେ ବି ଆପଣଙ୍କ ଫୋନ୍ ଭିତରେ ଏହି ସଫ୍ଟୱେୟାର ସକ୍ରିୟ ରହି ସବୁ କାମ କରୁଥିବ । ମୋଟ୍ ଉପରେ କହିବାକୁ ଗଲେ ଏକ ଚଳନ୍ତା ସିସିଟିଭି ପରି ଏହି ସଫ୍ଟୱେୟାର କାମ କରିପାରିବ ।

from Kanak News
via <a href="https://ifttt.com/?

ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ : ରାଗିଲେ ମୋଦୀ; ରାଗିଯାଇ ମୋଦୀ କହିଲେ, ମହିଳା ଓ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବାରୁ ସହି ପାରୁନାହାନ୍ତି କିଛି ଲୋକ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଯାହା ଅନୁମାନ କରାଯାଉଥିଲା, ଅଧିବେଶନର ପ୍ରଥମ ଦିନରେ ଠିକ୍ ସେହି ଚିତ୍ର ଦେଖିବାକୁ ମିଳିଛି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ଏମିତି ନାରାବାଜି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ କୁହାଇ ଦେଇନାହାନ୍ତି । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ନେଇଥିଲେ । ଏହାପରେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ ପ୍ରଧାନମନ୍ତ୍ରୀ ।

ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ଆଉ ଏଥିରେ ରାଗିଯାଇ ମୋଦୀ କହିଛନ୍ତି, ତାଙ୍କ ନୂଆ ଟିମରେ ସାମିଲ ଦଳିତ, ମହିିଳା ଓ ଆଦିବାସୀ ମନ୍ତ୍ରୀମାନଙ୍କୁ ସହ୍ୟ କରିପାରୁନାହାନ୍ତି ବିରୋଧୀ । ଏଥର ମୋଦୀଙ୍କ ନୂଆ ଟିମରେ ଅଧିକ ସଂଖ୍ୟକ ମହିଳା, ଦଳିତ ଓ ଆଦିବାସୀଙ୍କୁ ସାମିଲ କରାଯାଇଥିବା ମୋଦୀ କହିଛନ୍ତି । ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଂଚଳ ପୃଷ୍ଟଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି ।

ତେବେ ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ପେଗାସସ ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ ।

from Kanak News
via <a href="https://ifttt.com/?

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକର ସତ । ସ୍ୱର୍ଣ୍ଣ ପଦକରେ କଣ ସତରେ ରହିଥାଏ ସୁନା? ଜାଣନ୍ତୁ, କେବେଠୁ ଆରମ୍ଭ ହୋଇଥିଲା ଏହି ପଦକ ପରମ୍ପରା ।

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଟୋକିଓ ଅଲମ୍ପିକ୍ସ । ଆଉ ବିଭିନ୍ନ ଦେଶର ଖେଳାଳିଙ୍କ ମଧ୍ୟରେ ହେବ କଡାକଡି ଟକ୍କର । ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଚ ପଦକ ପାଇଁ ଖେଳାଳି ମାନେ ନିଜ କମାଲ ଦେଖାଇବେ । ଅଲମ୍ପିକ୍ସରେ ପଦକ ଜିତିବା ସବୁ ଖେଳାଳିଙ୍କ ସ୍ୱପ୍ନ ଥାଏ । ଆଉ ବିଦେଶରେ ଏଥର ପଦକ ଜିତି ନିଜ ଦେଶ ନାଁ ରଖିବା ପାଇଁ ଭାରତୀୟ ଖେଳାଳିମାନେ ପ୍ରସ୍ତୁତ ହୋଇ ଜାପାନ ଗସ୍ତରେ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଅଲମ୍ପିକ୍ସରେ ଦିଆଯାଉଥିବା ଏହି ସବୁ ପଦକ ବିଷୟରେ କିଛି ରୋଚକ କଥା ।

ଅଲମ୍ପିକ୍ସରେ ଦିଆଯାଉଥିବା ପଦକର ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ମନରେ କେବେ ନା କେବେ ନିଶ୍ଚେ ପ୍ରଶ୍ନ ଆସିଥିବ ଅଲମ୍ପିକ୍ସରେ ଦିଆଯାଉଥିବା ପଦକ କଣ ପୁରା ସୁନା । ଏହାର ଉତ୍ତର ହେଉଛି ନା, କାରଣ ଆପଣ ଅଲମ୍ପିକ୍ସରେ ଦେଖୁଥିବା ଏହି ସୁନା ପଦକରେ ସୁନା ପାଣି ଦିଆଯାଇଥାଏ ଆଉ ସୁନାର ପରିମାଣ କମ ରହିଥାଏ । ଯାହା ଫଳରେ ଏହା ସୁନା ଭଳି ଦିଶିଥାଏ ।

ଅଲମ୍ପିକ୍ସ ପଦକର ଯାତ୍ରା ଅଲିଭ ଫୁଲର ହାରଠାରୁ ଆରମ୍ଭ କରି ମୋବାଇଲ ଫୋନ ଓ ବିଦ୍ୟୁତ ଉପକରଣର ଧାତୁ ଯାଏଁ ରହିଛି । ଏଥର ଟୋକିଓ ଅଲମ୍ପିକ୍ସରେ ତିଆରି ହେଉଛି ଏକ ନୂଆ ପଦକ । ବିଦ୍ୟୁତ ଉପକରଣକୁ ପନଃ ବ୍ୟବହାର ଉପଯୋଗୀ କରି ଏହି ପଦକ ତିଆରି କରାଯାଉଛି । ଯାହାର ଆକାର ୮.୫ ସେଣ୍ଟିମିଟର । ଆଉ ଏହି ପଦକ ଉପରେ ରହିଛି ଗ୍ରୀସ ଦେବୀଙ୍କ ଏକ ଚିତ୍ର ।

ପ୍ରାଚୀନ କାଳରେ ଅଲମ୍ପିକ୍ସ ବିଜେତାଙ୍କୁ ପଦକ ନୁହେଁ ଅଲିଭ ଫୁଲ ହାର ଦିଆଯାଉଥିଲା । ଏହି ଫୁଲ ହାରକୁ ଗ୍ରୀସରେ ପବିତ୍ର ପୁରସ୍କାର ବୋଲି ମନାଯାଉଥିଲା । ଆଉ ପରବର୍ତ୍ତୀ ସମୟରେ ଏହି ପରମ୍ପରା ହଜିଯାଇଥିଲା । ୧୮୯୬ ମସିହାରେ ଏହି ପଦକ ଦେବା ପରମ୍ପରା ପୁଣି ଆରମ୍ଭ ହୋଇଥିଲା । ସେତେବେଳେ ଅଲମ୍ପିକ୍ସ ବିଜେତାଙ୍କୁ ରୌପ୍ୟ ଆଉ ଉପବିଜେତାଙ୍କୁ ତମ୍ବା ଓ ବ୍ରୋଞ୍ଚ ଦିଆଯାଉଥିଲା ।

୧୯୦୪ ମସିହାରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ-ରୌପ୍ୟ-ବ୍ରୋଞ୍ଚପଦକ ବ୍ୟବହାର କରାଯାଇଥିଲା । ଆଉ ଏହି ପଦକ ଗ୍ରୀକର ପୌରାଣିକ କଥା ଆଧାରିତ ହୋଇଥାଏ । ଆଇଓସିର ଗାଇଡଲାଇନ ଅନୁସାରେ ସ୍ୱର୍ଣ୍ଣ ପଦକରେ ୬ ଗ୍ରାମର ସୁନା ରହିବା କଥା, ହେଲେ ଏଥିରେ ଏବେ ସୁନା ପାଣି ଦିଆଯାଉଛି । ଆଉ ଏହା ପ୍ରକୃତରେ ରୂପାର ଏକ ଅଂଶ ହୋଇଥାଏ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପ୍ରଶାସନର ବଡ ପ୍ରସ୍ତୁତି : ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହେଲା ଆଲୋଚନା

କନକ ବ୍ୟୁରୋ : ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଏନେଇ ହୋଇଯାଇଛି ସମୀକ୍ଷା ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଛି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ଶ୍ରୀମନ୍ଦିର ପ୍ରଶାସକ କହିଲେ, କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସଂଧ୍ୟା ଦର୍ଶନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୁଲିସର ଏନଫୋର୍ସମେଂଟ ଉପରେ ସମୀକ୍ଷା ହୋଇଛି ।

ବୈଠକରେ ବାହୁଡାଯାତ୍ରା ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଛି । ସେପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ । ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ପଚରାଉଚରା : ମାମୁଁ କହିଲେ, ସୌମ୍ୟଙ୍କ ପାରିବାରିକ ସମ୍ପର୍କରେ ସମ୍ପୃକ୍ତ ଥିଲେ ଡିଏଫଓ

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ୱରେ ଯାଇଥିବା ୫ ଜଣିଆ ଟିମ୍ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଛି । ତାଙ୍କ ମାଆ, ମାମୁଁ ଓ ଭାଇଙ୍କ ସହ ଆଲୋଚନା କରିଥିବାବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ମାମୁଁ । ତାଙ୍କ କହିବା ହେଲା, ସୌମ୍ୟ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱର ନେବା ଆଣିବା ପାଇଁ ଗାଡି ପଠାଉଥିଲେ ଡିଏଫଓ । ଏକଥା କହି ସୌମ୍ୟଙ୍କ ପାରିବାରିକ ସଂପର୍କରେ ଡିଏଫଓଙ୍କ ସଂପୃକ୍ତି ରହିଥିବା ସେ ଅଭିଯୋଗ ବାଢିଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହ ତାଙ୍କର ସଂପର୍କ ଥିବା କଥାକୁ ଦୋହରାଇଛନ୍ତି ।

ସେପଟେ ଗତ ୯ ତାରିଖରେ ସୌମ୍ୟଙ୍କ ସଂପତିର ଉତ୍ତରାଧିକାର ନେଇ ଏକ କୋର୍ଟ ଏଗ୍ରିମେଂଟ ହୋଇଥିବା କହିଛନ୍ତି ସୌମ୍ୟଙ୍କ ମାମୁଁ । ଏଥିରେ ଲେଖାଯାଇଛି ଯେ, ସୌମ୍ୟଙ୍କର କିଛି ହୋଇଗଲେ, ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସଂପତିର ଅଧିକାରୀ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହେବେ ବୋଲି ଉଲ୍ଲେଖ କରାଯାଇଛି । ଏପରିକି କରିବା କାହିଁକି ଆବଶ୍ୟକ ପଡିଲା ବୋଲି ସେ ପ୍ରଶ୍ନ ଉଠାଇଠନ୍ତି । ସେପଟେ ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ କ୍ୱାର୍ଟରର ଚାବି ବିଭାଗ ପାଖରେ କେମିତି ରହିଲା ବୋଲି ପ୍ରଶ୍ନ ଉଠାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ଏପଟେ ଆଜି ପୋଲିସ ଡିଜିଙ୍କୁ ଭେଟିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା । କଟକ ସ୍ଥିତ କାର୍ଯ୍ୟାଳୟରେ ଭେଟି ବାଟରେ କାହିଁକି ଆମ୍ବୁଲାନ୍ସ ଅଟକିଥିଲା ସେନେଇ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି । ଗାଡି ଅଟକିବା ସମୟରେ ଗରବନ୍ଦ ଥାନାର ଆଇଆଇସି ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ କହିଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀ, ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଇବାକୁ ଦାବି ରଖିଛନ୍ତି ।

from Kanak News
via <a href="https://ifttt.com/?

ଜେଲରେ ବନ୍ଦ ଥିବା ଆଜମ୍ ଖାନ ଗୁରୁତର । ଜେଲରେ ପହଂଚି ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ । ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି

କନକ ବ୍ୟୁରୋ :  ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ ଗୁରୁତର ହୋଇପଡିଛନ୍ତି । ସୋମବାର ସକାଳେ ଏକ ଡାକ୍ତରୀ ଦଳ ଜେଲରେ ପହଂଚି ଆଜମ୍ ଖାନଙ୍କ ଚିକିତ୍ସା କରୁଛନ୍ତି । ଜେଲ ପ୍ରଶାସନର ସୂଚନା ମୁତାବକ ଆଜମ୍ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଜାରି ରହିଛି ।

କହିରଖୁ କି କିଛିଦିନ ପୂର୍ବରୁ ବି ଆଜମ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରୁ ବାହାରକୁ ଆଣି ଏକ ହସ୍ପିଟାଲରେ ପାଖ। ପାଖି ୯୦ ଦିନ ଚିକିତ୍ସା କରାଯିବା ପରେ  ପୁଣି ଜେଲକୁ ନିଆଯାଇଥିଲା ।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ ୨୦୨୦ ଫେବୃଆରୀ ମାସରୁ ସୀତାପୁର ଜେଲରେ ବନ୍ଦୀ ଅଛନ୍ତି । ବେଆଇନ ଭାବେ ଜମି ଦଖଲ କରିବା, ନକଲି ଦସ୍ତାବିଜ ଦାଖଲ କରିବା ସମେତ ଅନ୍ୟ କିଛି ମାମଲାରେ ତାଙ୍କ ଉପରେ ମାମଲା ଚାଲିଛି । ଆଜମ୍ ଖାନଙ୍କ ବ୍ୟତୀତ ଏହି ମାମଲାରେ ତାଙ୍କ ପୁଅ ଅବ୍ଦୁଲା ଖାନ ବି ଜେଲରେ ଅଛନ୍ତି । ହେଲେ ତାଙ୍କ ପତ୍ନୀ ତାଜୀନ ଜାମିନ ପାଇଛନ୍ତି ।

ଅନ୍ୟପଟେ ଆଗାମୀ ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳ ପାଇଁ ଆଜମ୍ ଖାନଙ୍କ ଉପସ୍ଥିତି ବହୁତ ଜରୁରୀ ବୋଲି ଦଳ ଅନୁଭବ କରି ତାଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବାକୁ ପ୍ରୟାସ କରୁଥିବା କଥା କୁହାଯାଇଛି ।

from Kanak News
via <a href="https://ifttt.com/?

ବାଟବଣା ହୋଇଗଲା ‘ମୋ ସାଇକେଲ’ ଯୋଜନା : ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଲା ବିଜେପି; ଭଙ୍ଗା ସାଇକେଲକୁ କାନ୍ଧରେ ବୋହି ଦଳୀୟ କର୍ମୀ କଲେ ପ୍ରତିବାଦ ଶୋଭାଯାତ୍ରା

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମର ଆରମ୍ଭ ହୋଇଥିବା ‘ମୋ ସାଇକେଲ’ ଯୋଜନାରେ ବଡଧରଣ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ଏକ କୋକେଇରେ ‘ମୋ ସାଇକେଲ’କୁ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପିର ନେତା ଓ କର୍ମୀ । ୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ମହାନଗରବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର ।

୨୫ ହଜାର ଟଙ୍କାରେ ସାଇକେଲ ଗୋଟାକୁ କିଣାଯାଇଥିବାବେଳେ ଏବେ ୫୦୦ ଟଙ୍କାରେ କବାଡିକୁ ବିକି ଦେଇଥିବା ଅଭିଯୋଗ ଆଣିଛି ବିଜେପି । ଦାମୀ ସାଇକେଲ କିଣି ଅଢେଇ ବର୍ଷରେ ଲୁହା ଦରରେ କବାଡିଆକୁ ବିକ୍ରି ହୋଇଥିବାରୁ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ବିଏମସି କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଏଭଳି ହୋଇଥିବା ଦଳ କହିଛି ।

from Kanak News
via <a href="https://ifttt.com/?

ପଞ୍ଜାବ ରାଜନୀତି : କ୍ୟାପଟେନଙ୍କୁ ଭେଟିବାକୁ ସିସବା ଫାର୍ମ ହାଉସରେ ପହଂଚିଲେ ସିଦ୍ଧୁ । କ୍ୟାପଟେନଙ୍କୁ ମନାଇବାରେ ହେବେ କି ସଫଳ ?

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ନବଜୋତସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଭେଟିବାକୁ ତାଙ୍କ ସିସବା ସ୍ଥିତ ତାଙ୍କ ଫାର୍ମ ହାଉସରେ ପହଂଚିଛନ୍ତି । ସିଦ୍ଧୁଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକ ପହଂଚିଥିବା କୁହାଯାଇଛି । କୁହାଯାଇଛି କି ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ତୁଟାଇବାକୁ ସିଦ୍ଧୁ କ୍ୟାପଟେନଙ୍କୁ ଭେଟ କରିବାକୁ ପହଂଚିଛନ୍ତି । ହେଲେ ସର୍ବ ସାଧାରଣରେ ସିଦ୍ଧୁ କ୍ଷମା ମାଗନ୍ତୁ ବୋଲି କ୍ୟାପଟେନ୍ ଦାବି କରିଥିବା ବେଳେ, ସିଦ୍ଧୁ କ୍ୟାପଟେନଙ୍କୁ ମନାଇବାରେ ସଫଳ ହେବେ କି ?

ଗୋଟିଏ ପଟେ କଂଗ୍ରେସ ହାଇକମାଣ୍ଡ ଯେଭଳି ଭାବେ କ୍ୟାପଟେନଙ୍କୁ ଅଣଦେଖା କରି ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ସେ ନେଇ କ୍ୟାପଟେନ ସନ୍ତୋଷ୍ଟ ନଥିବା ଭଳି ମନେ ହେଉଛି । ଅନ୍ୟପଟେ କେବଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ସିଦ୍ଧୁଙ୍କୁ ରାଜ୍ୟମୁଖ୍ୟ କରିବା ପ୍ରସଙ୍ଗରେ କ୍ୟପଟେନ ହଁ ଭରିଥିବା କୁହାଯାଇଛି । ଅନ୍ୟପଟେ କ୍ୟାପଟେନ ହଁ ଭରିବା ପୂର୍ବରୁ ସର୍ତ୍ତ ରଖିଥିଲେ କି ତାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ସିଦ୍ଧୁ ସର୍ବ ସାଧାରଣରେ କ୍ଷମା ମାଗନ୍ତୁ । ହେଲେ ଏପର୍ଯ୍ୟନ୍ତ ସିଦ୍ଧୁ କ୍ଷମା ମାଗିନଥିବାରୁ କ୍ୟାପଟେନ କିଭଳି ପ୍ରତିକ୍ରିୟା ରଖିବେ ତାହା କୁହାଯାଇ ନପାରେ ।

କୁହାଯାଉଛି କି ୨୦୧୭ ମସିହାରେ ଯେତେବେଳେ ସାରା ଦେଶର କଂଗ୍ରେସ ପୁରା ଦୁର୍ବଳ ହୋଇପଡିଥିଲା ସେତେବେଳେ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବରେ ଦଳକୁ ବହୁମତ ଦେବାରେ ସଫଳ ହୋଇଥିଲେ । ଏଭଳି ସ୍ଥଳେ ସିଦ୍ଧୁଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ଯେଭଳି ଭାବେ ନିଷ୍ପତ୍ତି ନେଲେ ତାହା କ୍ୟାପଟେନଙ୍କ ମନରେ ବାଧା ପହଂଚାଇଥିବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started