ରାଜ୍ୟରେ ତଳମୁହାଁ ସଂକ୍ରମଣ : ଗତ ୨୪ ଘଂଟାରେ ୧୬୪୮ ନୂଆ ମାମଲା ଚିହ୍ନଟ, କଟକରୁ ସର୍ବାଧିକ ୩୩୫, ୫୮ ମୃତ

କନକ ବ୍ୟୁରୋ : ଓଡ଼ିଶାରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାର ରିପୋର୍ଟ ଅନୁସାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୬୪୮କୁୁ ଖସିଛି । କ୍ୱାରେନଟିନ୍ ସେଂଟରୁ ୯୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଲୋକାଲ ସଂକ୍ରମଣ ସଂଖ୍ୟା ରହିଛି ୬୯୩ ।

କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ, ଅନୁଗୁଳରୁ ୮୯ଜଣ, ବାଲେଶ୍ୱରରୁ ୮୩ ଜଣ, ବରଗଡ଼ରୁ ୧୭ ଜଣ, ଭଦ୍ରକରୁ ୭୭ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୫ ଜଣ, କଟକରୁ ୩୩୫ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୫୪ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୧୧୨ ଜଣ, ଯାଜପୁରରୁ ୧୧୩ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, କେନ୍ଦୁଝରରୁ ୨୧ ଜଣ, ଖୋର୍ଦ୍ଧାରୁ ୨୩୦ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୩୫ ଜଣ, ମୟୁରଭଞ୍ଜରୁ ୭୭ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ରୁ ୭୩ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୬୭ ଜଣ, ରାୟଗଡ଼ାରୁ ୨୧ ଜଣ, ସମ୍ୱଲପୁରରୁ ୨୪ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ ପୁଲରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ୫୮ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ଗତ ୨୪ ଘଂଟାରେ ୬୯ ହଜାର ୮୧୨ ନମୂନା ପରୀକ୍ଷା ହୋଇଥିବା ବେଳେ ପିଜିଟିଭ୍ ହାର ରହିଛି ୨ ଦଶମିକ ୩୬ ପ୍ରତିଶତ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୫୫, ୯୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୩୦, ୪୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦, ୩୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

from Kanak News
via <a href="https://ifttt.com/?

ବ୍ୟକ୍ତିଗତ ସ୍ୱାଧିନତା ଉପରେ ବଡ଼ଧରଣର ଆକ୍ରମଣ : ଇସ୍ରାଏଲି ସଂସ୍ଥା ‘ସ୍ପାଏ ଓୟାର ପେଗାସସ୍’ ପକ୍ଷରୁ କରାଯାଉଛି ଗୁଇନ୍ଦାଗିରୀ; କେନ୍ଦ୍ରମନ୍ତ୍ରୀ, ବିଚାରପତି ଏବଂ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍

କନକ ବ୍ୟୁରୋ : ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରିଛି ଇସ୍ରାଏଲିର ଏକ ସଂସ୍ଥା । ୨୦୧୯ରେ ଚର୍ଚ୍ଚାରେ ଥିଲା ଇସ୍ରାଏଲର ଏହି ସଂସ୍ଥା ‘ସ୍ପାଏ ଓୟାର ପେଗାସସ୍’ । ଏବେ ପୁଣି ୩୦୦ ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ କରି ଚର୍ଚ୍ଚାକୁ ଫେରିଛି ଏହି ଇସ୍ରାଏଲି ସଂସ୍ଥା । ସବୁଠାରୁ ବଡକଥା ହେଉଛି, ମୋଦୀ ସରକାରଙ୍କ ଦୁଇ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ୩ ଜଣ ନେତା ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବରକୁ ହ୍ୟାକ କରିବାରେ ସମର୍ଥ ହୋଇଛି ଏହି ସଂସ୍ଥା ।

ତେବେ ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲି ସଂସ୍ଥା ଏଭଳି ଫୋନ ହ୍ୟାକ କରିଛି, ତାହା ଜଣାପଡି ନାହିଁ । ସେପଟେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଭାରତୀୟଙ୍କ ଫୋନ କଲ, ମେସେଜ ଓ ହ୍ୱାଟ୍ସଆପ ମେସେଜ ଆଦି ଗୋପନୀୟ ତଥ୍ୟ ସ୍ପାଏୱେର ପେଗାସସ୍ ସଂସ୍ଥାର ଡାଟାବେସରେ ରହିଛି । ତେବେ ପେଗାସସକୁ ମାଧ୍ୟମ କରି କୌଣସି ଭାରତୀୟ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

ମୃତ୍ୟୁ ମୁଖରୁ ବଞ୍ଚିଗଲେ ବୟସ୍କ ବ୍ୟକ୍ତି : ଟ୍ରେନ୍ ଟ୍ରାକରୁ ଜୀବନ ବଞ୍ଚାଇଲେ ଚାଳକ; ସେଣ୍ଟ୍ରାଲ ମୁମ୍ବାଇର ଘଟଣା

କନକ ବ୍ୟୁରୋ : ମୃତ୍ୟୁକୁ କେହି ଦେଖି ନାହାଁନ୍ତି । ଯିଏ ମୃତ୍ୟୁ ପାଖକୁ ଯାଇଛି, ତା ପାଖକୁ ଜୀବନ ଚାଲିିଯାଇଛି । କିନ୍ତୁ ମୃତ୍ୟୁ ପାଖକୁ ଯାଇ ଜୀବନ୍ତ ଫେରି ଆସିବା ଭଳି ଘଟଣା, କେବଳ ଫିଲ୍ମ କିମ୍ବା କାହାଣୀରେ ଘଟେ । କାରଣ, ସେଠି ଲେଖକ କିମ୍ବା ନିର୍ଦ୍ଦେଶକଙ୍କ ଇସାରାରେ ଚରିତ୍ରମାନେ ନିଜ ଭୂମିକା ତୁଲାନ୍ତି । ସତସତିକା ଜୀବନରେ ଜଣେ ଲେଖକ ଅଛନ୍ତି, ଜଣେ ନିର୍ଦ୍ଦେଶକ ଅଛନ୍ତି । ଯାହାଙ୍କ ବିନା ଇସାରାରେ କିମ୍ବା ଇଚ୍ଛାରେ କିଛି ବି ଘଟେ ନାହିଁ । ସିଏ ମୃତ୍ୟୁ ବି ହେଉନା କାହିଁକି ? ସେଥିପାଇଁ ଆମ ଓଡ଼ିଆରେ କୁହନ୍ତି- ‘ରଖେ ହରି ତ ମାରେ କିଏ’ ।

ସେମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଇଛନ୍ତି । ସେଣ୍ଟ୍ରାଲ ମୁମ୍ବାଇରୁ ଏହି ଚିତ୍ର ଆସିଛି । ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି, ଷ୍ଟେସନରେ ରେଳ ଧାରଣା ଅତିକ୍ରମ କରୁଥିଲେ, ଠିକ୍ ସେତେବେଳେ ମାଡ଼ି ଆସିଥିଲା ଏକ ଟ୍ରେନ୍ । ରେଳ ଧାରଣାରେ ଜଣେ ବୟସ୍କ ବ୍ୟକ୍ତି ଯାଉଥିବା ଦେଖି ଟ୍ରେନ୍ ଚାଳକ ଟ୍ରେନକୁ ରଖିବା ପାଇଁ ବ୍ରେକ୍ ମାରିଥିଲେ । ହେଲେ ଟ୍ରେନ୍ କୌଣସି ଛୋଟ ଯାନ ନୁହେଁ ଯେ, ବ୍ରେକ୍ ମାରୁ ମାରୁ ଟ୍ରେନଟି ଅଟକି ଯାଇଥାନ୍ତା । ଟ୍ରେନଟି ଅଟକିଲା ସତ କିନ୍ତୁ କିଛି ସମୟ ବିଳମ୍ବରେ । ଆଉ ସେତେବେଳେକୁ ବୃଦ୍ଧ ଜଣକ ସଂପୂର୍ଣ୍ଣ ଭାବରେ ଇଞ୍ଜିନ୍ ଭିତରକୁ ଚାଲିଯାଇଥିଲେ ।

ଯେତେବେଳେ ଟ୍ରେନଟି ଅଟକିଥିଲା, ପାଇଲଟ୍ ଏବଂ ରେଳ ବିଭାଗର କିଛି କର୍ମଚାରୀ ଆସି ବୃଦ୍ଧଙ୍କ ଅବସ୍ଥା କେମିତି ଅଛି ବୋଲି ଦେଖିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଇଞ୍ଜିନଟି ତାଙ୍କ ଉପରେ ଚଢ଼ିଯାଇଥିଲେ ବି ସେ ଜୀବିତ ଥିଲେ । ବହୁ କଷ୍ଟରେ ବୃଦ୍ଧଙ୍କୁ ସେଠୁ ବାହାର କରିଥିଲେ ପାଇଲଟ ଏବଂ ରେଳ କର୍ମଚାରୀ । ବୟସ କାରଣରରୁ ହୁଏତ ଏହି ବୃଦ୍ଧଙ୍କ ଶୁଣିବାରେ ସମସ୍ୟା ବି ଥାଇପାରେ । ଯେଉଁଥିପାଇଁ ଏଭଳି ଏକ ଘଟଣା ଘଟିଯାଇଥିଲା । ଯେଉଁମାନେ ସେଠି ଉପସ୍ଥିତ ଥିଲେ ସମସ୍ତେ ଟ୍ରେନ୍ ଚାଳକଙ୍କ ଉପସ୍ଥିତି ବୁଦ୍ଧିକୁ ପ୍ରଶଂସା କରିଥିଲେ । ଆଉ ମରଣ ମୁହଁରୁ ଫେରି ଆସିଥିଲା ଗୋଟିଏ ଜୀବନ ।

from Kanak News
via <a href="https://ifttt.com/?

ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ : ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି

କନକ ବ୍ୟୁରୋ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ ।

ଅନ୍ୟପଟେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି  ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଛି । ସକାଳ ୮ଟାରୁ ସାଢ଼େ ୯ଟା ସକାଳ ଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭିତରେ ଭୋଗମଣ୍ଡପ, ୮ଟା ୧୫ରେ ମଇଲମ ନୀତି ସମ୍ପନ୍ନ କରାଯାଇଛି । ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ସାଢ଼େ ୯ଟାରେ ସର୍ବାଙ୍ଗ ଚନ୍ଦନ, ପୂର୍ବାହ୍‌ଣ ୧୦ଟା ୧୫ରେ ନୂଆଲୁଗା ଲାଗି ବେଶ, ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ଅପରାହ୍ଣ ୧ଟାରେ ନୂଆ ଲୁଗା ଲାଗି ଓ ବେଶ, ସାଢ଼େ ଗୋଟାଏରୁ ୩ଟା ଭିତରେ ମଧ୍ୟାହ୍ନ ଧୂପ, ୨ଟାରୁ ସାଢ଼େ ୩ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ଭିତରେ ମଇଲମ ଓ ବେଶ ।

ସେହିଭଳି ୫ଟାରେ ସନ୍ଧ୍ୟା ଆଳତି, ସାଢ଼େ ୫ଟାରୁ ୭ଟା ସନ୍ଧ୍ୟା ଧୂପ, ୫ଟା ୪୫ରୁ ସାଢ଼େ ୭ଟା ଭିତରେ ତୃତୀୟ ଭୋଗମଣ୍ଡପ ପରେ ରାତି ୮ଟାରେ ରାହାସକୁ ଦିଅଁ ବିଜେ କରିବେ। ୮ଟା ୧୫ରେ ମଇଲମ, ସାଢ଼େ ୮ଟାରେ ଚନ୍ଦନଲାଗି, ୯ଟାରେ ବଡ଼ସିଂହାର ବେଶ, ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟକଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ । ଆସନ୍ତା ଜୁଲାଇ ୨୦ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚୋରାଚାଲାଣ : ବରଗଡ଼ରୁ ରାୟପୁର ଯାଉଥିବା ବେଳେ ୧୨ ଲକ୍ଷର ଗଞ୍ଜେଇ ଜବତ

କନକ ବ୍ୟୁରୋ : ଦାମୀ ଗାଡ଼ିରେ ପ୍ରେସ୍ ଲେଖି ଗଞ୍ଜେଇ ଚାଲାଣ । ବିପୁଳ ପରିମାଣର ଗଞ୍ଜେଇ ସହ ୪ଜଣଙ୍କୁ ଗିରଫ କରିଛି ବରଗଡ଼ ଜିଲ୍ଲା ସୋହେଲା ପୁଲିସ୍ । ବରଗଡ଼ ଜିଲ୍ଲା ଦେଇ ଛତିଶଗଡ଼କୁ ଚାଲାଣ ହେଉଥିବା ୨୩୩ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇର ଦାମ ପାଖାପାଖି ୧୨ ଲକ୍ଷ ହେବ ବୋଲି ଜଣାପଡ଼ିଛି ।

ଛତିଶଗଡ଼ ରାୟପୁର ନମ୍ବର ଥିବା ୨ଟି ଗାଡ଼ିକୁ ପୁଲିସ୍ ଜବତ କରାଯାଇଥିବା ବେଳେ ନଗଦ ୧୩ ହଜାର ଟଙ୍କା, ୬ଟି ମୋବାଇଲ ସହ ୪ ଜଣକୁ ଗିରଫ କରିଛି ସୋହେଲା ଥାନା ପୁଲିସ୍ । ଗାଡ଼ିରେ ପ୍ରେସ୍ ଲେଖି ଖସିଯିବାକୁ ଉଦ୍ୟମ କରିଥିବା ବେଳେ ବରଗଡ଼ ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ।

from Kanak News
via <a href="https://ifttt.com/?

କଲମ୍ବୋ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆରେ ଯୁବ ବ୍ରିଗେଡ

କନକ ବ୍ୟୁରୋ : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ଦେଇଛି ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଯୁବ ବାହିନୀ । କଲମ୍ବୋରେ ଖେଳା ଯାଇଥିବା ୩ ଟିକିଆ ସିରିଜର ପ୍ରଥମ ୱାନଡେ’ରେ ୮୦ ବଲ ବାକି ଥାଇ ସହଜ ବିଜୟ ହାସଲ କରିଛି ଭାରତ । ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୨ ରନ୍ କରିବାକୁ ସମର୍ଥ ହୋଇଥିଲା ସିଂହଳୀ ଦଳ । ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରିଥିଲେ ବି ନିୟମିତ ଭାବେ ୱିକେଟ ହରାଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଫଳରେ ଭାରତ ଆଗରେ ବଡ଼ ଟାର୍ଗେଟ ଦେଇ ପାରିନଥିଲେ ।

ଚାମିକା କରୁଣାରତ୍ନେ ସର୍ବାଧିକ ୪୩ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଦୀପକ ଚହର, ଯୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ୨୬୩ ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦୁଇ ଓପନରଙ୍କ ଚମତ୍କାର ବ୍ୟାଟିଂ ବିଜୟକୁ ସହଜ କରି ଦେଇଥିଲା । ପୃଥ୍ୱୀ ସ’ ଧୁଆଁଧାର ବ୍ୟାଟିଂ କରି ମାତ୍ର ୨୪ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଶିଖର ଧାୱନ ଅପରାଜିତ ୮୬ ରନ୍ କରିଥିବା ବେଳେ ଇଶାନ୍ କିଶନ୍ ୫୯ ରନ୍ କରିଥିଲେ । ୩୬ ଓଭର ୪ଟି ବଲରେ ମାତ୍ର ୩ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା ଟିମ୍ ଇଣ୍ଡିଆ । ପୃଥ୍ୱୀ ସ’ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।

from Kanak News
via <a href="https://ifttt.com/?

ଟିକା ନେବା କେତେ ଜରୁରୀ ? ଟିକା ନେବା ପରେ ଅଧିକ ସଂକ୍ରମିତ ହେଉନାହିଁ ଫୁସ୍ଫୁସ୍; ଆନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଖାଇଲେ ଚିତ୍ର

କନକ ବ୍ୟୁରୋ : ଟିକା ନେବା କେତେ ଜରୁରୀ ? ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଟିକା ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏମିତି କି କିଛି ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି, ଟିକା ନେବା ପରେ ବି ଲୋକ ସଂକ୍ରମଣ ହେଉଛନ୍ତି, ତ କାହିଁକି କି ଟିକା ନେବେ ? ଏଭଳି ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହି ଖବରଟି ବେଶ ଗୁରୁତ୍ୱପୂର୍ଣ୍ଣ । ଆନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଫହୀମ୍ ୟୁନୁସ ଦୁଇଟି ଚିତ୍ର ଜରିଆରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ଯେଉଁମାନେ ଟିକା ନେଇଛନ୍ତି ସେମାନେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ୍ ଅଧିକ ସଂକ୍ରମିତ ହେଉନାହିଁ । ଆଉ ଯେଉଁମାନେ ଟିକା ନେଇ ନାହାଁନ୍ତି, ସେମାନଙ୍କ ଫୁସଫୁସ ପ୍ରତି ଅଧିକ ବିପଦ ରହିଛି । ଟୁଇଟ୍ କରି ଫୁସଫୁସର ଦୁଇଟି ତୁଳନାତ୍ମକ ଚିତ୍ର ରଖିଛନ୍ତି ଡାକ୍ତର ଫହୀମ୍ ୟୁନୁସ୍ । ଫହୀମ୍ ହେଉଛନ୍ତି ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ ।

from Kanak News
via <a href="https://ifttt.com/?

ଲଗାଣ ବର୍ଷାରେ ମୁମ୍ବାଇ ବେହାଲ : ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ; ସ୍ଥିତିର ସମୀକ୍ଷା କଲେ ଉଦ୍ଧବ ଠାକରେ; ଆଜି ମଧ୍ୟାହ୍ନ ଯାଏଁ ପ୍ରବଳ ବର୍ଷା ଅନୁମାନ

କନକ ବ୍ୟୁରୋ : ମୁମ୍ବାଇରେ ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଗଲାଣି । ଏଭଳି ସ୍ଥିତିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବନ୍ୟା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ଥିବା ସ୍ଥାନରେ ଉଦ୍ଧାରକାରୀ ଟିମକୁ ସଜାଗ ରହିବା ସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ପ୍ରାୟ ଦୁଇ ଦିନ ଲାଗି ରହିଛି ଲଗାଣ ବର୍ଷା । ଶନିବାର ରାତିରେ ବର୍ଷାର ପରିମାଣ ବଢ଼ିବା ପରେ ସ୍ଥିତି ଭୟଙ୍କର ହୋଇଥିଲା । ରାତି ବଢ଼ିବା ସହ ବର୍ଷାର ବେଗ ମଧ୍ୟ ବଢିଥିଲା ।

ଏହି ସମୟରେ ଚେମ୍ବୁର ଅଂଚଳର ଭାରତ ନଗର ବସ୍ତିକୁ ମାଡି ଆସିଥିଲା ଭୁସ୍ଖଳନ । ନିକଟରେ ଥିବା ପାହାଡ ଉପରେ ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ଘଟିଥିଲା । ଭୁସ୍ଖଳନ ଯୋଗୁଁ ପାହାଡ ପାଦ ଦେଶରେ ଥିବା ଏକ ବିରାଟ ପାଚେରୀ ଭାରତନଗର ବସ୍ତି ଉପରେ ଅଜାଡି ହୋଇପଡିଥିଲା । ପାଚେରୀ ତଳେ ଚାପି ହୋଇ ଦବି ଯାଇଥିଲା ପ୍ରାୟ ୫ରୁ ୬ଟି ଘର । ଆଉ ତା’ ତଳେ ଚାପି ହୋଇ ହୋଇଯାଇଥିଲେ ୩୦ରୁ ଅଧିକ ଲୋକ । ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।

from Kanak News
via <a href="https://ifttt.com/?

ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ : ୪ କାର୍ଯ୍ୟକାରୀ ସଭାପତିଙ୍କୁ ବି ନିଯୁକ୍ତି,ଆସନ୍ତାବର୍ଷ ହେବାର ଅଛି ରାଜ୍ୟ ବିଧାନସଭା ନିର୍ବାଚନ

କନକ ବ୍ୟୁରୋ : ସଙ୍କଟ ଭିତରେ ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ । ଏହାସହ ୪ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ । କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରଦେଶ କଂଗ୍ରେସ ସଭାପତି ହେବେ ନବଜୋତ ସିଂ ସିଦ୍ଧୁ । ତେବେ ଆଶଙ୍କା କରାଯାଉଛି, ଦଳର ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ପଞ୍ଜାବ କଂଗ୍ରେସରେ ସଙ୍କଟ କମାଇବା ବଦଳରେ ବଢାଇବ ।

ରବିବାର ଦିନ କଂଗ୍ରେସ ବିଧାୟକମାନେ ସିଦ୍ଧୁଙ୍କୁ ସଭାପତି ନ କରିବାକୁ ଅନୁରୋଧ କରି ହାଇକମାଣ୍ଡଙ୍କୁ ପତ୍ର ଲେଖିଥିଲେ । ଦୀର୍ଘଦିନ ଧରି କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହା ମଧ୍ୟରେ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ଘୋଷଣା ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପଞ୍ଜାବର ପଟ୍ଟିଆଲା, ଜଳନ୍ଧର ଓ ଅନ୍ୟାନ୍ୟ ସ୍ଥାନ ଗସ୍ତ କରି ଦଳୀୟ ବିଧାୟକଙ୍କୁ ଭେଟିଥିଲେ । ପୂର୍ବରୁ ବିବାଦ ବଢିବା ପରେ ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କୁ ଅଲଗା ଅଲଗା ଭେଟିଥିଲେ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁ ।

from Kanak News
via <a href="https://ifttt.com/?

ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିବ ବସ୍ : ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହ ଯାତ୍ରୀଙ୍କୁ ନେଇ ଯିବା ପାଇଁ ପ୍ରସ୍ତୁତ ବସ୍ କର୍ମଚାରୀ

କନକ ବ୍ୟୁରୋ : ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିବ ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବିକୁ ସରକାର ମାନିନେବା ପରେ ତତ୍ପରତା ପ୍ରକାଶ ପାଇଛି । ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯିବା ପାଇଁ ପ୍ରସ୍ତୁତ ବସ୍ କର୍ମଚାରୀ । ସେହିପରି ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଦୁଇ ମାସର ରୋଡ ଟିକସ ଛାଡ କରିବାକୁ ସରକାର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାର ପଦକ୍ଷେପ ନେବେ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ବସ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାଛଡା ବସ ମାଲିକମାନଙ୍କୁ ଏକ ଲକ୍ଷ ଟଙ୍କାର ରୁଣ ଦେବା ପାଇଁ ବ୍ୟାଙ୍କକୁ ରାଜ୍ୟ ସରକାର ସୁପାରିଶ କରିବେ ।

କରେନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍‌ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍‌ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି । ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍‌ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି । କଟକ ଓ ଭୁବନେଶ୍ବରରୁ ମୋଟ ବସ୍‌ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍‌ଗୁଡିକ‌େର ମେକାନିକ୍‌ଙ୍କ ଅଭାବ ଦେଖାଯାଇଛି । କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍‌ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍‌ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି ।

ସେପଟେ ପ୍ରତି ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରି ଚାର୍ଜ କରିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟର ଆବଶ୍ୟକ ରହିଛି । ବସ୍‌ଗୁଡ଼ିକ ଛିଡ଼ା ହୋଇ ରହିଥିବାରୁ ଏବେ ଟାୟାର ଓ ଟ୍ୟୁବ୍‌ର ମରାମତି, କ୍ଲଜ୍‌ ଓ ବ୍ରେକ୍‌‌ରେ ନୂଆ ରବର, ରେଗୁଲେଟରେ କୁଲନ୍‌ ପଡିବା ସହିତ ମୋବିଲ୍‌, ଏସି‌ରେ ଗ୍ୟାସ ଫିଲିଂ ଓ ମରାମତି, ଇଲେକ୍ଟ୍ରିକ୍‌ କାମ ଆଦିର ମରାମତି ଆବଶ୍ୟକ କରୁଛି । ତେବେ ଗ୍ୟାରେଜ୍‌ଗୁଡିକରେ ମେକାନିକ୍‌ ଓ ଶ୍ରମିକ ନଥିବାରୁ ଏବେ ବସ୍‌ ମରାମତି ପାଇଁ ସମସ୍ୟା ଦେଖାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started