ମୃତ୍ୟୁପୂର୍ବରୁ ପୁଲିସକୁ କଣ କହିଥିଲେ ଗଜପତି ଏସିଏଫ ସୌମ୍ୟରଞ୍ଜନ ? ଜମାନବନ୍ଦୀର ଆସିଲା ପୂରା ତଥ୍ୟ, ପତ୍ନୀଙ୍କ ସହ ବିବାଦକୁ ନେଇ ଲେଖିଥିଲେ ଚିଠି । 

କନକ ବ୍ୟୁରୋ : ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏସିଏଫ ସୌମ୍ୟରଂଜନ ଦେଇଥିବା ମୃତ୍ୟୁପୂର୍ବର ଜମାନବନ୍ଦୀ । ସେଥିରେ ସେ କହିଛନ୍ତି ଅସାବଧାନତାରୁ କିରାସିନ ଢାଳି ହୋଇ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ହେଲେ ମୃତ୍ୟୁ ପୂର୍ବର ଏହି ବୟାନ ଉପରେ ପୁଲିସ ସନ୍ଦେହ କରୁଛି । କାରଣ ଗଜପତି ପୁଲିସ ସୌମ୍ୟରଞ୍ଜନଙ୍କ ଏକ ହାତ ଲେଖା ନୋଟ୍ ପାଇଛି, ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କର ଗୁମର କଥା ଥିବା ଚର୍ଚ୍ଚା ହେଉଛି ।

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ବାହାରକୁ ଯେତେ ସହଜ ଦେଖା ଯାଉଛି ତାହା ସେତେ ସହଜ ନୁହେଁ । ବରଂ ପୁରା ଘଟଣାରେ ଭରି ରହିଛି ଅନେକ ରହସ୍ୟ ଏବଂ ଏକାଧିକ ରହସ୍ୟମୟ ଚରିତ୍ର । ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନ ରଖିଥିବା ବୟାନ, ସେଦିନ ଘଟିଥିବା ଘଟଣାର ଏକ ବିସ୍ତୁତ ବିବରଣୀ  ଛାଡ଼ି ଯାଇଛି । କେମିତି ନିଆଁ ଲାଗିଥିଲା? କ’ଣ ଥିଲା ପାରିପାଶ୍ୱିକ ସ୍ଥିତି? ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟରଂଜନ ଏଭଳି କିଛି ତଥ୍ୟ ରଖିଥିଲେ, ଯାହା କନକ ନ୍ୟୁଜର ହସ୍ତଗତ ହୋଇଛି ।

ମୃତ୍ୟୁ ପୂର୍ବରୁ ହୋଇଥିବା ଭିଡିଓ ଗ୍ରାଫିରେ ସୌମ୍ୟରଂଜନ ମହାପାତ୍ର କହିଥିଲେ, ସେଦିନ ସେ ବହି ପଢ଼ୁଥିଲେ । ବହିଟି ରଖି, ଆଉ ଏକ ବହି ଆଣିବା ପାଇଁ ଯିବା ସମୟରେ ଅଚାନକ୍ ତାଙ୍କ ଗୋଡ଼ କିରୋସିନ୍ ବୋତଲରେ ବାଜିଥିଲା । ଆଉ କିରୋସିନ ଢ଼ାଳି ହୋଇଯିବା ପରେ ନିଆଁ ଲାଗି ଯାଇଥିଲା । ଆଉ ଚାହୁଁ ଚାହୁଁ ତାଙ୍କ ଦେହସାରା ନିଆଁ ଲାଗିଯାଇଥିଲା ।

କିନ୍ତୁ କିରୋସିନ୍ କେମିତି ଢ଼ାଳି ହୋଇଗଲା ଏବଂ ନିଆଁ କେମିତି ଲାଗିଲା, ସେ ବିଷୟରେ ପୁଲିସ୍ ବୁଝି ପାରିଲା ନାହିଁ । ଏହା ଛଡ଼ା ସେହି ରୁମରେ ବହି ମଧ୍ୟ ପାଇନଥିଲା ପୁଲିସ୍ । କିନ୍ତୁ କାହିଁକି ବା ମିଛ କହିବେ ସୌମ୍ୟରଂଜନ । ହେଲେ ପୁଲିସର ସନ୍ଦେହ ହେଉଛି, ସୌମ୍ୟରଂଜନ ବଂଚିଯିବେ ବୋଲି ଆଶା ରଖିଥିଲେ ଏବଂ ଘର କଥା ହୁଏତ ପଦାକୁ ଆଣିବାକୁ ଚାହୁଁନଥିଲେ ।

ଏହାରି ଭିତରେ ସୌମ୍ୟରଂଜନଙ୍କ ଘରୁ ପୁଲିସ୍ ଜବତ କରିଥିବା ହାତ ଲେଖା ଚିଠି, ପୁରା କାହାଣୀର ମୋଡ଼ ବଦଳାଇ ଦେଇଛି । ବିଶ୍ୱସ୍ତସୂତ୍ରରୁ ମିଳିବା ସୂଚନା ଅନୁସାରେ ସେ ନୋଟ୍ରେ ଏମିତି କିଛି ଲେଖା ରହିଛି, ଯାହା ସ୍ପଷ୍ଟ ବୟାନ କରୁଛି ଯେ, ସୌମ୍ୟରଂଜନ ଏବଂ ତାଙ୍କ ସ୍ତ୍ରୀଙ୍କ ଭିତରେ ସବୁକିଛି ଠିକଠାକ୍ ନଥିଲା ।

ଏଥିରେ ଲେଖାଥିବା ତଥ୍ୟ ଅନୁସାରେ, ବିଦ୍ୟାଭାରତୀ, ସୌମ୍ୟରଂଜନଙ୍କୁ ବାହା ହେବାକୁ ଚାହୁଁନଥିଲେ । କାରଣ ସେ ପାଠ ପଢ଼ିବାକୁ ଚାହୁଁଥିବା ସେତେବେଳେ କହିଥିଲେ । ଆଉ ବିଦ୍ୟାଭାରତୀ ଚାହୁଁଥିଲେ, ସୌମ୍ୟରଂଜନ ଯାଇ ଏକଥା ନିଜ ବାପାଙ୍କୁ କୁହନ୍ତୁ ଏବଂ ବାହାଘର ପାଇଁ ମନା କରନ୍ତୁ । ହେଲେ, ସେଭଳି କିଛି ହୋଇନଥିଲା । ଆଉ ଏହାରି ଭିତରେ ଦୁଇ ଜଣଙ୍କ ବାହା ଘର ହୋଇଯାଇଥିଲା । ଏମିତି କି ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ମଧ୍ୟ ସନ୍ଦେହ କରୁଥିଲେ ସୌମ୍ୟରଂଜନ । ଯେଉଁ କଥା ସେ ନିଜ ମା’ ଓ ମାଇଁଙ୍କୁ କହିଥିଲେ ।

ହେଲେ ବିବାହର କିଛି ମାସ ପରେ ଏଭଳି ଏକ ଘଟଣା ଘଟିଗଲା, ଯେଉଁଥିରେ ସବୁ ଦିନ ପାଇଁ ଆଖିବୁଜି ଦେଲେ ସୌମ୍ୟରଂଜନ ମହାପାତ୍ର । ଏବେ ହତ୍ୟା ଅଭିଯୋଗ ନେଇ ତଦନ୍ତ ଚଳାଇଛି ପୁଲିସ୍ । ବାଲେଶ୍ୱର ଏବଂ କପ୍ତିପଦା ଯାଇ ଉଭୟ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ ପୁଲିସ୍ ।

from Kanak News
via <a href="https://ifttt.com/?

ସଂସଦର ମୌସୁମୀ ଅଧିବେଶନ ପାଇଁ ୩୦ଟି ରାଜନୈତିକ ଦଳ ସହ ଆଲୋଚନା କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଆଗରେ ବିଜେଡି ଉଠାଇଲା ବିଧାନପରିଷଦ ଓ ମହିଳା ବିଲ୍ ପ୍ରସଙ୍ଗ ।

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ତେଲ ଦର ବୃଦ୍ଧି, କରୋନା ମୁକାବିଲାରେ ସରକାରଙ୍କ ବିଫଳତା ଆଦି ପ୍ରସଙ୍ଗକୁ ନେଇ ଏଥର ମୌସୁମୀ ଅଧିବେଶନରେ ଝଡ ଉଠିପାରେ । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସର୍ବଦଳୀୟ ବୈଠକ ଡକାଇ ୩୦ଟି ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି । ସେପଟେ ବିଜେଡି ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଛି, ଏଥର କେନ୍ଦ୍ର ସରକାର ଓଡିଶା ବିଧାନ ପରିଷଦ ବିଲ୍ ଆଣନ୍ତୁ ଏବଂ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ଆଣନ୍ତୁ ।

ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ତୋଫାନୀ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜନୈତିକ ଦଳକୁ ଡାକି ବୈଠକ କରିଛନ୍ତି । ପ୍ରାୟ ୩୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିବା ଏହି ବୈଠକରେ ମୋଦି ଆଶ୍ୱାସନା ଦେଇଛନ୍ତି, ଯେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

କରୋନାର ଦ୍ୱିତୀୟ ଲହରରେ ଦେଶରେ ୪ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁ ଓ ସରକାର ଉପରେ ଉଠୁଥିବା ପ୍ରଶ୍ନ ଏହି ଅଧିବେଶନରେ ଝଡ ସୃଷ୍ଟି କରିବ । ଏହାଛଡା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହାଛଡା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ସେପଟେ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ବିଧାନ ପରିଷଦ କଥା ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ପିନାକୀ ମିଶ୍ର ବିଧାନପରିଷଦ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ଓ ଅନୁସୂଚିତ ଜନଜାତି ତାଲିକା ସଂକ୍ରାନ୍ତୀୟ ବିଲ୍ ଆଣିବା ପାଇଁ ଦାବି କରିଛନ୍ତି । କ୍ୟାବିନେଟ୍ ସଂପ୍ରସାରଣ ପରେ ଏହି ଅଧିବେଶନ ବସିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଅଧିବେଶନରେ ନୂଆମନ୍ତ୍ରୀମାନଙ୍କୁ ପରିଚିତ କରାଇବେ ।

from Kanak News
via <a href="https://ifttt.com/?

ଆଫଗାନିସ୍ତାନରେ ଟାର୍ଗେଟରେ ଭାରତୀୟ ସମ୍ପତ୍ତି । ତାଲିବାନ ଓ ପାକିସ୍ତାନ ଯୁବକଙ୍କ ନିର୍ଦ୍ଦେଶ ଦେଲା ଆଇଏସଆଇ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଅଶାନ୍ତି ଓ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏବେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ନିଜ ପ୍ରଶିକ୍ଷିତ ଲୋକ  ଏବଂ ତାଲିବାନକୁ ଗତ ୨୦ ବର୍ଷ ମଧ୍ୟରେ ଭାରତ ଦ୍ୱାରା ନିର୍ମିତ କୋଠା ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏନେଇ ବହୁ ସଂଖ୍ୟକ ପାକିସ୍ତାନୀ ସଂଗ୍ରାମୀ ଚାଲୁଥିବା ଲଢେଇରେ ତାଲିବାନକୁ ସମର୍ଥନ କରିବା ପାଇଁ ସେଠାରେ ପହଞ୍ଚିସାରିଥିବା ଜଣାପଡ଼ିଛି। ସେମାନଙ୍କୁ ସେଠାରେ ଥିବା ଭାରତୀୟ ସମ୍ପତ୍ତି ଏବଂ କୋଠାଘରକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂତ୍ରରୁ ଜଣାପଡିଛି ।

ତାଲିବାନ ଅଧୀନରେ ଥିବା ଭାରତୀୟ ସମ୍ପତ୍ତିକୁ ନଷ୍ଟ କରିବା ପ୍ରଥମ ଟାର୍ଗେଟ ହେବା ଦରକାର ବୋଲି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି କହିଥିବା ବେଳେ ଆକଳନ ଅନୁଯାୟୀ, ୧୦,୦୦୦ରୁ ଅଧିକ ପାକିସ୍ତାନୀ ଯୁବକ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି ।ଏହା ସହ ସେଠାରେ ବହୁ ବର୍ଷ ଧରି ରହି ଆମେରିକା ଏବଂ ସହଯୋଗୀ ବାହିନୀ ବିରୋଧରେ ସକ୍ରିୟ ଭାବରେ ଲଢେଇ ଲଢୁଥିବା ଅନେକ ଲୋକ ମଧ୍ୟ ତାଲିବାନକୁ ସମର୍ଥନ କରୁଥିବା ସାମ୍ନାକୁ ଆସିଛି ।

ଏହାକୁ ଆଖି ଆଗରେ ରଖି ନିର୍ମାଣ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣରେ ଜଡିତ ଭାରତୀୟ ନାଗରିକମାନଙ୍କୁ ନିରାପଦରେ ସେଠାରୁ ବାହାରି ଯିବାକୁ କୁହାଯାଇଛି । ଏହା ପୂର୍ବରୁ ଦକ୍ଷିଣ ଆଫଗାନିସ୍ତାନର ଅନେକ ଅଞ୍ଚଳ ତାଲିବାନ ଦଖଲ କରିବା ପରେ ଭାରତ ଏହାର ୫୦ ଜଣ କୂଟନୀତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ସେଠାରୁ ଫେରାଇଆଣିଥିଲେ । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟର ସହାୟତାରେ ଭାରତୀୟ ବାୟୁସେନା ଦ୍ୱାରା ସେଠାରୁ ଭାରତକୁ ଅଣାଯାଇଥିଲା ।

from Kanak News
via <a href="https://ifttt.com/?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେଓଗଡ଼ ରହିଛି । ଉକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଏଥିସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

ସେହିପରି ୧୯ରୁ ୨୦ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଭଦ୍ରକ, ଯାଜପୁର, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଏଯାବତ ସୁବର୍ଣ୍ଣପୁରରେ ସର୍ବାଧିକ ୩୭.୪ଡିଗ୍ରି ସେଲସିୟସ ତାପମାତ୍ରା ଥିବା ‌ବେଳେ ଫୁଲବାଣୀରେ ୧୯.୦ଡିଗ୍ରି ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି ।

from Kanak News
via <a href="https://ifttt.com/?

ମାଓ ସଂଗଠନକୁ ଶକ୍ତ ଝଟକା । ଡିଜିପିଙ୍କ ଆଗରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ମାଓବାଦୀଙ୍କୁ ଅପିଲ କଲେ ପୁଲିସ ଡିଜି ।

କନକ ବ୍ୟୁରୋ : ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ । କୋରାପୁଟରେ ଡ଼ିଜିପି ଅଭୟ । ଡ଼ିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀଙ୍କ ବୈପାରିଗୁଡ଼ା ଏରିଆ କମିଟିର ହାର୍ଡ଼ କୋର ମାଓନେତ୍ରୀ ତାଲସେ ହୁଇକା । ତାଳସେ ହୁଇକା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଲସେର ଘର ନାରାୟଣ ପାଟଣା ବ୍ଲକରେ । ସେ ୧୩ ବର୍ଷ ବୟସରେ ନକ୍ସଲଙ୍କ ଜନ ନାଟ୍ୟ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ।

୨୦୧୨ରେ ସେମାନଙ୍କ ଜନ ନାଟ୍ୟ ମଣ୍ଡଳୀରେ ସଦସ୍ୟ ହେବା ପରେ ତାଙ୍କର ସକ୍ରିୟତାକୁ ନେଇ ତାଲସେଙ୍କ ହାତରେ ୩୦୩ ରାଇଫଲ ଠାରୁ ଆରମ୍ଭ କରି ଇନସାସ ପର୍ଯ୍ୟନ୍ତ ବ୍ୟବହାର କରିଥିବା ଡ଼ିଜିପି ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ସଂଗଠନ ମୂୂଳକ ପଦକ୍ଷେପରେ ଆକର୍ଷିତ ହୋଇ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ତାଲସେ ।

ମାଓବାଦୀଙ୍କ ଗତିବିଧି ସ୍ଥିତି ସମୀକ୍ଷା କରିବା ପାଇଁ ବରିଷ୍ଠ ଆଇପିଏସ ଅଫିସରଙ୍କ ସହିତ ଗୋଟିଏ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ ଟେମୃପାଲିରେ ପହଁଚିଥିଲେ ଡିଜିପି । ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲି ଠାରେ ଅବସ୍ଥାପିତ ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଡିଜିପି । ଲାଲଗଡରେ ଶାନ୍ତି ଫେରାଇ ଆଣିବା ଲାଗି ଏହି ଅବସରରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

ଡିଜିପିଙ୍କ ଏହି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଆଇଜି ବିଏସଏଫ, ଆଇଜି ହେଡକ୍ୱାର୍ଟର ଏବଂ କୋରାପୁଟ ଏସପି ସାମିଲ ହୋଇଛନ୍ତି । ସେପଟେ ମାଲକାନଗିରିରେ ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡ଼ିଜିପି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଦୁଇ ମାଓବାଦୀ ହେଲେ ରେମି ପୋଡ଼ିଆମି ଓରଫ ସବିତା ଓ ରାଇଧର ଧୁରୁଆ । ଅନ୍ୟ ମାଓବାଦୀ ମାନଙ୍କୁ ଆତ୍ମସର୍ପଣ କରିବାକୁ ଅପିଲ କରିଛନ୍ତି ପୋଲିସ ଡ଼ିଜି ।

from Kanak News
via <a href="https://ifttt.com/?

ଅଭାବରେ ପଡି ମେଧାବୀ ଛାତ୍ରୀ ହେଲେ ମଜୁରିଆ । ମାଟ୍ରିକରେ ୮୫ ପ୍ରତିଶତ ମାର୍କ ରଖି ପାସ୍ ହେବା ପରେ କଲମ ନୁହେଁ ଧରୁଛନ୍ତି କୋଦାଳ, ମୂଲ ଲାଗିଲେ ଜଳୁଛି ପରିବାରର ଚୁଲି ।

କନକ ବ୍ୟୁରୋ : ଅଭାବ ଭିତରେ ହଜିଗଲା ମାଟ୍ରିକ ସଫଳତାର ଖୁସି । ୮୫ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଅଭାବ ଅନଟନ ଯୋଗୁଁ ଆଗକୁ ଉଚ୍ଚ ଶିକ୍ଷା ଆଶା ଯେମିତି ମଉଳିବାରେ ଲାଗିଛି । ପେଟ ପୋଷିବାକୁ ପରଘରେ ମୂଲ ଲାଗିବାକୁ ଯାଉଛନ୍ତି ମେଧାବୀ ଛାତ୍ରୀ । ଆସନ୍ତୁ ଜାଣିବା କେନ୍ଦୁଝର ହାଟଡ଼ିହି ବ୍ଲକ ସଂଗମ ଗାଁର ରାଣୀ ହେମ୍ବ୍ରମଙ୍କ କାହାଣୀ ।

ହାତରେ କଲମ ଧରିବା ବଦଳରେ ଧରୁଛି କୋଦାଳ । ପାଠ ପଢିବା ସମୟରେ ପରଘରେ ଲାଗୁଛି ମୂଲ । ମୁଣ୍ଡରେ ଲୁହାର କଡେଇରେ ଇଟା ପଥର ନୁହେଁ, ମୁଣ୍ଡେଇଛି ପରିବାର ବୋଝ । ଗରିବି ଆଜି ଜଣେ ମେଧାବୀ ଛାତ୍ରୀଙ୍କୁ ସଜେଇ ଦେଇଛି ଦିନ ମଜୁରିଆ । କେନ୍ଦୁଝର ଜିଲ୍ଲା ହାଟଡିହିର ରାଣୀ ହେମ୍ବ୍ରମ୍ । ଦଶମରେ ୮୫ ପ୍ରତିଶତ ମାର୍କ ରଖି ପାସ୍ କରିଛି । ହେଲେ ଅର୍ଥ ଅଭାବ ତା ପାଠ ପଢାରେ ବାଧକ ସାଜିଛି । ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ରଖିଛି ।

ରାଣୀ ହେମ୍ବ୍ରମଙ୍କ ପରିବାର କହିଲେ ବିଧବା ମା, ଦୁଇ ଭାଇ ଭଉଣୀ । ବାପାଙ୍କ ଦେହାନ୍ତ ପରେ ଘର ଚଳିବାରେ ଅସୁବିଧା ହେବାରୁ ରାଣୀ ନିୟମିତ ମୂଲ ଲାଗୁଛି । ଦିନରେ ମଜୁରୀ ଓ ରାତିରେ ସେ ପାଠ ପଢୁଛି । ମଜୁରୀରୁ ମିଳୁଥିବା ଅର୍ଥରୁ ପରିବାର ଚଳିବା ପରେ ବଳକା ଅର୍ଥ ସଞ୍ଚୟ କରି ପାଠ ପଢିବାକୁ ଲକ୍ଷ୍ୟ ରଖିଛି ରାଣୀ ହେମ୍ବ୍ରମ । ଆଉ ଏହା ଜାଣିବା ପରେ ଅଂଚଳର ଲୋକେ ରାଣୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଗୋଷ୍ଠୀ ଶୌଚାଳୟ । ଆନୁସଙ୍ଗିକ ସୁବିଧା ନଥିବାରୁ ଲୋକଙ୍କ କାମରେ ଆସୁନି, ବାଜିରେ ଲାଗିଛି ଧର୍ମଗଡ ଏନଏସିର ପରିମଳ ବ୍ୟବସ୍ଥା ।

କନକ ବ୍ୟୁରୋ : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ । ଗାଁ ମୁଣ୍ଡକୁ ଦେଖିଲେ ପରିଚ୍ଛନତା ଅନୁମାନ କରିହୁଏ । ତେଣୁ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପାଇଖାନା ଅଛି, ହେଲେ କାମରେ ଲାଗୁନି । ଆଉ ବାଜିରେ ଲାଗିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିର ପରିମଳ ବ୍ୟବସ୍ଥା । କେଉଁ ଶୌଚାଳୟରେ ବିଜୁଳି ସଂଯୋଗ ନାହିଁ, କେଉଁଠି ଓଭର ଟ୍ୟାଙ୍କ ଅଛି, କିନ୍ତୁ ଜଳ ଯୋଗାଣର ବ୍ୟବସ୍ଥା ନାହିଁ ।

ପାଇଖାନା ଅଛି, ହେଲେ କାମରେ ଲାଗୁନି । ଆଉ ବାଜିରେ ଲାଗିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିର ପରିମଳ ବ୍ୟବସ୍ଥା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ଗୋଷ୍ଠୀ ଶୌଚାଳୟରେ ତାଲା ଝୁଲୁଛି । ଜନସାଧାରଣଙ୍କ ବ୍ୟବହାର ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିରେ ୯୪ ଲକ୍ଷ ଟଙ୍କା ବ୍ୟୟରେ ଏହିପରି ୪୮ଟି ଗୋଷ୍ଠୀ ଶୌଚାଳୟ ତିଆରି ହୋଇଛି । କିନ୍ତୁ ଲୋକଙ୍କ କାମରେ ଆସୁ ନାହିଁ ।

ସରକାରୀ ନିୟମକୁ ଅନୁସରଣ ନକରି ମନମୁତାବକ ଶୌଚାଳୟ ନିର୍ମାଣ କରାଯାଇଥିବାରୁ ଲୋକଙ୍କ କାମରେ ଆସୁନି ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏଥିସହ ଗୋଷ୍ଠୀ ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ତାଗିଦ କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ପୋଖରୀ ହୁଡା, କେନାଲ ହୁଡା, ଖେଳ ପଡିଆ, ସରକାରୀ କାର୍ଯ୍ୟାଳୟ ପରିସରର ଗୋଷ୍ଠୀ ଶୌଚାଳୟ ତିଆରେ ହୋଇଛି । କିନ୍ତୁ ଆନୁସାଙ୍ଗିକ ସୁବିଧା ନଥିବାରୁ ଲୋକଙ୍କୁ କାମରେ ଆସୁ ନାହିଁ ।

from Kanak News
via <a href="https://ifttt.com/?

ବାପା ଗଲା ପରେ… ଅସହାୟ ମାଆ ମୁଣ୍ଡରେ ବାପଛେଉଣ୍ଡ ଝିଅଙ୍କ ଦାୟିତ୍ୱ । ଅଭାବ ପାଇଁ ବଡ ଝିଅ ପାଠ ଛାଡିଲା. ସାନ ଛାଡିବା ଉପରେ ।

କନକ ବ୍ୟୁରୋ: ତତଲା ତେଲରେ ବରା ନୁହେଁ ବରଂ ପିଲାଙ୍କ ଭବିଷ୍ୟତ ଛାଣେ ମାଆ । ନିଆଁ ତେଲ ସହ ମାଆ ଯେତେଯେତେ କସରତ କରେ ପିଲାଙ୍କ ପାଠ ପଢା ପାଇଁ ସେତେସେତେ ଫର୍ଚ୍ଚା ହୁଏ ଆଶାର କିରଣ । କାରଣ ବାପା ମଲା ପରେ ମାଆ ହିଁ ସାଜିଛି ବାପା । ଆଉ ଦୁଇ ଝିଅଙ୍କୁ ବଡ ମଣିଷ କରିବାକୁ ମାଆ ବିକୁଛି ବରା । ଗରମ ତେଲରେ ପାଠ ପାଇଁ ପକାଉଛି ପକୁଡି, ବଡମଣିଷ କରିବାକୁ ଛାଣି ଚାଲିଛି ବରା…

କେନ୍ଦ୍ରାପଡା ରାଜକନିକା ଫାଜିଲପୁର ଗାଁର ବିଷ୍ଣୁଚରଣ ରାଉତ ୨ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ଏବେ ଦୁଇ ଝିଅଙ୍କ ଦାୟିତ୍ୱ ମାଆଙ୍କ ଉପରେ । ତେଣୁ ପିଲାଙ୍କୁ କେମିତି ବଡ କରିବେ, ତାଙ୍କୁ କେମିତି ପାଠ ପଢାଇବେ ସେହି ଚିନ୍ତାରେ ଥିବା ମାଆ ବଞ୍ଚିବା ପାଇଁ ବିକଳ୍ପ ବାଟ ବାହାର କରିଛନ୍ତି । ଆଉ ଗାଁଦାଣ୍ଡରେ ଆରମ୍ଭ କରିଛନ୍ତି ଏକ ବରା ଦୋକାନ ।

ବାପା ଗଲା ପରେ ଚଳିବା ପାଇଁ କଷ୍ଟ ଏତେ ବଢିଗଲା ଯେ ବଡ ଝିଅ ପ୍ଲସଟୁ ପାସ୍ କରିଥିଲେ ବି ଅଧିକ ନପଢି ଅଧାରୁ ପଢାରେ ଡୋରି ବାନ୍ଧିଛନ୍ତି । ହେଲେ ସାନ ଝିଅ ପୂଜାର ପାଠ ପାଇଁ ଅଧିକ ଇଚ୍ଛା ଥିଲେ ବି ଘରର ଅଭାବ ପାଇଁ ପଢା ବନ୍ଦ ହେବାକୁ ବସିଲାଣି । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ କ୍ଲାସ ହେଉଛି । ହେଲେ ଘରେ ଖଣ୍ଡେ ମୋବାଇଲ ନଥିବାରୁ ପାଠ ପଢାରେ ବାଧକ ସାଜିଛି ।

ସେପଟେ ଘରର ମୁରବି ମରିଯିବା ପରେ ଏବେ ମାଆ ହିଁ ଏ ଦୁଇ ଝିଅଙ୍କର ସାଜିଛି ବାପା ଆଉ ମାଆ । ସେଇଥି ପାଇଁ ତ ଗାଁର ଜଣଙ୍କ ପିଣ୍ଡାରେ ଏ ବରା, ପକୁଡି ଦୋକାନ କରି ପିଲାଙ୍କୁ ବଡ କରିବାକୁ ପଣ କରିଛନ୍ତି ମହିଳା । କରୋନା ପାଇଁ ଲୋକେ ଏତେ ଆସୁନଥିବାରୁ ବେପାର ମାନ୍ଦା ରହୁଛି । ତଥାପି ତାରି ଭିତରେ ସଙ୍ଘର୍ଷ କରି ଚାଲିିଛନ୍ତି ସମସ୍ତେ…

from Kanak News
via <a href="https://ifttt.com/?

ସପ୍ତାହେ ଭିତରେ ଚୋର ଧରାପଡିଲା । ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଜବତ କଲା ବ୍ରଜରାଜନଗର ପୋଲିସ । 

କନକ ବ୍ୟୁରୋ : ବ୍ରଜରାଜନଗର ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମରେ ସନ୍ତୋଷ  ନାଏକଙ୍କ ଘରୁ ଗତ ୧୨ତାରିଖ ରାତିରେ ଚୋରି ହୋଇଥିବା ୫ଲକ୍ଷ ଟଙ୍କା ସହିତ ସୁନା ଓ ରୂପା  ଗହଣାକୁ ଜବତ କରିବାରେ ପୁଲିସ ସଫଳ ହୋଇଛି।  ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲିର ରାଜେନ୍ଦ୍ର ମୁଣ୍ଡାକୁ ପୁଲିସ ଗିରଫ କରିଛି ବୋଲି ଏସପି ବିକାଶ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚୋରି ଜିନିଷ କିଣିଥିବା ଅଭିଯୋଗରେ  ଚନ୍ଦନ ମହାପାତ୍ରକୁ ମଧ୍ୟ ଗିରଫ କରାଯାଇଥିବା  ଏସପି  ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ସମସ୍ତ ଚୋରି ଜିନିଷ ଜବତ କରାଯାଇଛି। ଅଭିଯୁକ୍ତ  ରାଜେନ୍ଦ୍ର ମୁଣ୍ଡା  ଅଇଁଠା ପାଲି ଥାନା ଅଞ୍ଚଳରେ ୧୬ଗୋଟି ଚୋରି ମାମଲାରେ ଜଡିତ ଥିବା ସହିତ ସମ୍ବଲପୁର ଜିଲ୍ଳାର ଥାନାରେ ମଧ୍ୟ ଏଭଳି ମାମଲାରେ ସମ୍ପୃକ୍ତ ଥିବା  ଏସପି ବିକାଶ ଦାଶ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲ୍ଲୀପ ଦାସ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ,ରାମପୁର ଫାଣ୍ଡି ଅଧିକାରୀ  ପ୍ରକାଶ ଦଳେଇ ଆଦି ଉପସ୍ଥିତ ଥିଲେ। ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତ ୧୨ ତାରିଖ ରାତିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଅଞ୍ଚଳରେ ଥିବା ବାଲିପୁଟ ଗ୍ରାମରେ ସନ୍ତୋଷ ନାଏକଙ୍କ  ପରିବାର  ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ରାଜେନ୍ଦ୍ର ମୁଣ୍ଡା ଘର ଛାତ ଦେଇ ଘର ଭିତରକୁ ପଶିଥିଲା। ଘର ଭିତରେ ସବୁ କୋଠରୀ ଖୋଲା ଥିଲା।ସନ୍ତୋଷ  ଝିଅ ବିବାହ ପାଇଁ ସୁନା ରୂପା ଅଳଙ୍କାର କିଣି ଅଲମିରାରେ ରଖିଥିଲେ। ରାଜେନ୍ଦ୍ର ଅଲମିରା ଚାବି ଖୋଲି  ୫ଲକ୍ଷ ଟଙ୍କାରୁ ଅଧିକ ଜିନିଷ ଚୋରି କରି ନେଇ ଚାଲିଯାଇଥିଲା।  ପରଦିନ ସନ୍ତୋଷଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ବ୍ରଜରାଜନଗର ଥାନାରେ ରୁଜୁକରି ଅନୁସନ୍ଧନ କରିଥିଲା।

from Kanak News
via <a href="https://ifttt.com/?

ମୌସୁମୀ ଅଧିବେଶନ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା : କହିଲେ, ସଂସଦରେ ଓଡିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବି

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ ବସିବ । ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି । ତେବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ସମସ୍ତ ପ୍ରସଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହା ସହ ସେ କହିଛନ୍ତି ବିପକ୍ଷ ଦଳର ସମସ୍ତ ପ୍ରସଙ୍ଗକୁ ଜବାବ ଦେବାକୁ ବିଜେପି ପ୍ରସ୍ତୁତ ରହିଛି । ଚାଷୀ କରୋନା ଆଦି ବିଷୟରେ ବିରୋଧୀ ପ୍ରଶ୍ନ କରିବେ। ବିଜେପି ସରକାର ପାରଦର୍ଶୀ ସରକାର, ଆମେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started