ଏଲଏସି ବିବାଦକୁ ନେଇ ଭାରତର କଡା ଆଭିମୁଖ୍ୟ : ତାଜକିସ୍ତାନରେ ଚୀନ ବିଦେଶ ମନ୍ତ୍ରୀଙ୍କୁ ସଫା ସଫା ଶୁଣାଇଲେ ଏସ ଜୟଶଙ୍କର; କହିଲେ ଲଦ୍ଦାଖରେ ଏକତରଫା ପରିବର୍ତ୍ତନକୁ ସହ୍ୟ କରାଯିବ ନାହିଁ

କନକ ବ୍ୟୁରୋ : ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଚୀନର ବିଦେଶ ମନ୍ତ୍ରୀ ଓକ୍ୱାଙ୍ଗ ୱିଙ୍କୁ ସାକ୍ଷାତ କରିଛନ୍ତି । ତାଜକିସ୍ତାନର ରାଜଧାନୀର ଦୁଶାମ୍ବେରେ ଦୁଇ ନେତା ପ୍ରାୟ ଏକ ଘଂଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଅବସରରେ ଭାରତ-ଚୀନ ସୀମାରେ ଜାରି ଉତ୍ତେଜନାକୁ ନେଇ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଟୁଇଟ କରି ଦ୍ୱିପାକ୍ଷିକ ଆଲୋଚନା ସଂପର୍କରେ ସୂଚନା ଦେଇ ଏସ ଜୟଶଙ୍କର ଲେଖିଛନ୍ତି, ଲଦ୍ଦାଖର ପଶ୍ଚିମ ଭାଗରେ ଥିବା ଏଲଏସିର ଜାରି ଅଚଳାବସ୍ଥାକୁ ନେଇ କଡା ଆଭିମୁଖ୍ୟ ଦେଖାଇଛି ଭାରତ । ଲଦ୍ଦାଖ ନିକଟ ଏଲଏସିରେ ଏକତରଫା ପରିବର୍ତ୍ତନକୁ ଭାରତ ବରଦାସ୍ତ କରିବ ନାହିଁ । ବାରମ୍ବାର ଆଲୋଚନାରେ ପ୍ରତିଶ୍ରୁତି ଦେଇ ସୁଦ୍ଧା ଚୀନ ଲଦ୍ଦାଖର କେତେକ ପଏଂଟରୁ ସୈନ୍ୟ ଅପସାରଣ କରିନାହିଁ । ତେଣୁ ଦୁଇ ଦେଶ ମଧ୍ୟରେ ଉତମ ସଂପର୍କ ପାଇଁ ସୀମାରେ ଶାନ୍ତିପୂର୍ଣ୍ଣ ବାତାବରଣ ନିହାତି ଜରୁରୀ ବୋଲି ସଫା ସଫା ଚୀନ ବିଦେଶ ମନ୍ତ୍ରୀଙ୍କୁ ଶୁଣାଇଥିବା ଟୁଇଟ କରି ସୂଚନା ଦେଇଛନ୍ତି ଏସ ଜୟଶଙ୍କର ।

ସେହିପରି ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଶୀଘ୍ର ଭାରତ ଓ ଚୀନର ସେନାର କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ଏହାଛଡା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କୌଣସି ପକ୍ଷ ଏକତରଫା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ନାହିଁ ପ୍ରସ୍ତାବରେ ସମ୍ମତି ଦେଇଛି ଚୀନ । ବୈଠକରେ ଚୀନ ବିଦେଶ ମନ୍ତ୍ରୀଙ୍କୁ ଜୟଶଙ୍କର ମନେ ପକାଇ ଦେଇଥିଲେ, ଯେ ଦୁଇ ଦେଶର ସଂପର୍କରେ ସୁଧାର ଆଣିବାକୁ ହେଲେ, ସୀମା ବିବାଦକୁ ଲମ୍ବିତ କରିବା ଠିକ ହେବ ନାହିଁ ।

ଯାହା ଭାରତ ଓ ଚୀନର ଦ୍ୱିପାକ୍ଷିକ ସଂପର୍କରେ ଉପରେ ନକରାତ୍ମକ ପ୍ରଭାବ ପକାଇବ । ସାଂଘାଇ କର୍ପୋରେସନ ଅର୍ଗାନାଇଜେସନର ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଏସ ଜୟଶଙ୍କର ଓ ୱାଙ୍ଗ ୱିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ କିଛି ଦିନ ପୂର୍ବରୁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଡେମଚାକ ପାଖରେ ବିରୋଧ ପ୍ରଦର୍ଶନ କରିଥିଲେ ଚୀନ ସେନା ।

from Kanak News
via <a href="https://ifttt.com/?

ପୁଣି ସୁନ୍ଦରୀ ସାଇବର ଠକର ଟ୍ରାପରେ ଆସିଲେ ଯୁବକ : ପ୍ରଥମେ ବନ୍ଧୁତ୍ୱ ପରେ ଭିଡିଓ କଲ, ଅଶ୍ଲୀଳ ଭିଡିଓ ପଠାଇ ବ୍ଲାକମେଲ କରି ଟଙ୍କା ମାଗୁଛନ୍ତି ଠକ

କନକ ବ୍ୟୁରୋ : ସାଇବର ଠକଙ୍କ ମୋହରା ସାଜିଛନ୍ତି ସୁନ୍ଦରୀ । ଆଉ ଏହି ସୁନ୍ଦରୀଙ୍କ ଟ୍ରାପରେ ପଡୁଛନ୍ତି ଯୁବକ । ବନ୍ଧୁତ୍ୱ ନାଁରେ ବ୍ଲାକମେଲ କରୁଛନ୍ତି ଯୁବତୀ । ରାଜଧାନୀରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ଜଣେ ଯୁବକଙ୍କ ପାଖକୁ ହଠାତ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଆଉ ଏହାକୁ ଗ୍ରହଣ କରିବା ପରେ ଚାଲିଥିଲା ଚାଟ । ଚାଟ ପରେ ହ୍ୱାଟ୍ସଅପରେ ଆସିଥିଲା ଭିଡିଓ କଲ । ଯୁବକ ସୁନ୍ଦରୀ ବନ୍ଧୁଙ୍କ ଭିଡିଓ କଲ ଉଠାଇବା ପରେ ଅଶ୍ଲୀଳ ଭିଡିଓ ଆସିଲା । ଏହା ଦେଖି ଯୁବକ ଜଣକ ହଠାତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏବେ ସାଇବର ଠକ ଟଙ୍କା ମାଗୁଛନ୍ତି । ଯୁବକଜଣକ ସାଇବର ଠକଙ୍କ ଟ୍ରାପରେ ଆସିଯାଇଛନ୍ତି । ଏବେ ଏଭଳି ଅନେକ ଯୁବକ ଏଭଳି ବ୍ଲାକମେଲର ଶୀକାର ହୋଇଛନ୍ତି । ଅନ୍ୟପଟେ ସାଇବର ବିଶେଷଜ୍ଞ କହିଛନ୍ତି ସୁନ୍ଦରୀ ଯୁବତୀଙ୍କୁ ଟ୍ରାପରେ ପକାଇ ଠକେଇ କରୁବାକୁ ସେକ୍ସଟର୍ସନ କୁହାଯାଏ । ଏଥିରେ ୫ରୁ ୬ଟି ସ୍ତର ରହିଛି । ଅନଲାଇନରେ ବିଭିନ୍ନ ଉପାୟରେ ଯୁବକଙ୍କ ଯୋଗାଯୋଗ କରି ସୁନ୍ଦରୀ ଯୁବତୀଙ୍କୁ ଅସ୍ତ୍ର କରି ବନ୍ଧୁତା ବଢାଇ ଠକମାନେ ଅର୍ଥ ଶୋଷଣ କରନ୍ତି ।

from Kanak News
via <a href="https://ifttt.com/?

ତେଲ ଦର ବୃଦ୍ଧି ପ୍ରତିବାଦରେ ବାମଦଳର ଓଡ଼ିଶା ବନ୍ଦ ଡାକରା : ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ

କନକ ବ୍ୟୁରୋ : ତୈଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦପାଳନ ଦିନ ୧୨ଟା ଯାଏଁ ଚାଲିବ । ଏହି ସମୟରେ ବାମଦଳର କର୍ମକର୍ତା ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ । କରୋନା କାଳରେ ତୈଲ ଦର ବଢାଇ ସରକାର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦି ଦେଉଥିବା ଅଭିଯୋଗ କରିଛନ୍ତି ବାମ ଦଳ । ସେପଟେ ବାମ ଦଳର ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ପ୍ରଦେଶ କଂଗ୍ରେସ କମିଟି । ଆଜି ପେଟ୍ରୋଲ, ଡିଜେଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି ।

ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ତୀବ୍ର ଅସନ୍ତୋଷକୁ ଆୟୁଧ କରି ରାସ୍ତାକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ। ଦର ବୃଦ୍ଧିର ତାତି ଏବେ ରାସ୍ତାକୁ ଆସିଛି। ପରସ୍ପର ବିରୋଧୀ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଥିଲେ ମଧ୍ୟ ସବୁର ମୂଳ ଭିତ୍ତି ହେଉଛି ଦର ବୃଦ୍ଧି। ବିଜୁଳି ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି ବୁଧବାର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରି ଆନ୍ଦୋଳନ ଜାରି ରଖିଛି କଂଗ୍ରେସ । ସମାନ ପ୍ରସଙ୍ଗକୁ ନେଇ ବାମଦଳଗୁଡ଼ିକ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଆନ୍ଦୋଳନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

from Kanak News
via <a href="https://ifttt.com/?

ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପରେ ବନ୍ୟା ଓ ଭୂ-ସ୍ଖଳନ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପାଇଁ ରାଜ୍ୟରେ ଦେଖାଦେଇଥିବା ବନ୍ୟା ଓ ଭୂସ୍ଖଳନରେ ଅନେକ ଧନ ଜୀବନ ହାନି ଘଟିଛି । ଗତ ତିନି ଦିନ ଧରି ଏନଡିଆରଏଫ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାହାଡରୁ ମାଟି ଅତଡା ଖସିବା ଫଳରେ ଅନେକ ଘର ଦ୍ୱାର ନଷ୍ଟ ହୋଇ ଯାଇଛି ।

ସେପଟେ ଅନେକ ସ୍ଥାନରେ ମାଟି ଅତଡା ଖସି ଜାତୀୟ ରାଜପଥ ଅବରୋଧ ହୋଇଛି । କୁଲୁରେ ଜାତୀୟ ରାଜପଥ ଅବରୋଧ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କାଙ୍ଗରା ଜିଲ୍ଲା । ଏଠାରେ ଉଦ୍ଧାରବେଳେ ବର୍ତମାନ ସୁଦ୍ଧା ୮ଜଣଙ୍କ ମୃତ ଦେହ ମାଟି ତଳୁ ବାହାର କରାଯାଇଛି ।

ରାଜ୍ୟରେ ବନ୍ୟା ଓ ଭୁସ୍ଖଳନରେ ସୃଷ୍ଟି ହୋଇଥିବା ସମସ୍ୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ସ୍ଥିତି ଦେଖିବା ସହ ଲୋକଙ୍କ ପାଖରେ ପହଁଚି ତାଙ୍କ ସମସ୍ୟା ବୁଝିଛନ୍ତି । ରବିବାର ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶରେ ଲଢେଇ ଚାଲିଥିବାବେଳେ, ଏବେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଧନ,ଜୀବନ ପ୍ରଭାବିତ କରିଛି ।

from Kanak News
via <a href="https://ifttt.com/?

ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଐଜାଜ୍ ଆଲିଆସ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଲୱାମା ସେକ୍ଟରରେ ସେନାକୁ ମିଳିଛି ବଡ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଏନକାଉଣ୍ଟର କରି ୩ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ସୁରକ୍ଷାବଳ । ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀ ଅନୁଷ୍ଠାନ ଲସ୍କର-ଇ-ତୋଇବାର କମାଣ୍ଡର ଐଜାଜ୍ ଆଲିଆସ ଅବୁ ହୁରୈରା ମଧ୍ୟ ନିପାତ ହୋଇଛି । ଐଜାଜ୍ କିଛି ଦିନ ଆଗରୁ ଲୁଚିକି ସୀମା ଆରପାରିରୁ ଆସି କାଶ୍ମୀରର ପୁଲୱାମା ସେକ୍ଟରରେ ଲୁଚି ରହିଥିଲା । ଆଉ ଏଠାରେ ଆତଙ୍କରାଜ ଖେଳାଇବା ପାଇଁ ଷଡଯନ୍ତ୍ର ରଚୁଥିଲା । ତେବେ ସେନାର ଏନକାଉଣ୍ଟର ବେଳେ ଐଜାଜର ମୃତ୍ୟୁ ହୋଇଛି ।

ମଙ୍ଗଳବାର ପୁଲୱାମା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା । ସ୍ଥାନୀୟ ପୁଲିସ ସେନାର ସହାୟତାରେ ସେଠାରେ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଅପରେସନ୍ ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଫାୟାରିଂ କରିଥିଲେ । ଜବାବରେ ସେନା ତରଫରୁ ମଧ୍ୟ ଗୁଳି ଚାଳନା ହୋଇଥିଲା । ଅନେକ ସମୟ ଧରି ଉଭୟ ପଟୁ ଗୁଳିବିନିମୟ ପରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଅଜ୍ଞାତ ଆତଙ୍କବାଦୀ ରହିଛନ୍ତି ।

ଘାଟିରୁ ଆତଙ୍କବାଦର ମୂଳପୋଛ ପାଇଁ ସେନାର ଅପରେସନ୍ ଜାରି ରହିଛି । ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ସ୍ଥାନରେ ସେନା ତରଫରୁ ଚଢାଉ କରାଯାଉଛି । ଯେଉଁଥିରେ ଅନେକ ଆତଙ୍କୀ ନିପାତ ହେଉଛନ୍ତି ଆଉ ଅନେକ ପୋଲିସ ନିକଟରେ ଆତ୍ମ ସମର୍ପଣ କରୁଛନ୍ତି ।

from Kanak News
via <a href="https://ifttt.com/?

ୟୁପିର ଅନୁମତି ଓ ଉତ୍ତରାଖଣ୍ଡର ବାରଣ ଭିତରେ ବୋଲବମ୍ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ । ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ଶୁକ୍ରବାର ପରବର୍ତ୍ତୀ ଶୁଣାଣି ।

କନକ ବ୍ୟୁରୋ: ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ , ଏହି ପ୍ରସଙ୍ଗରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆର ଏଫ ନରିମନ୍ ଓ ଜଷ୍ଟିସ ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବା ପାଇଁ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଆଧାରରେ କୋର୍ଟ ଏହି ନୋଟିସ କରିବା ସହ ଆଗାମୀ ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

କୋର୍ଟ କହିଛନ୍ତି, ଦେଶରୁ କରୋନା ସଂକ୍ରମଣ କମିନାହିଁ । ସମ୍ଭାବ୍ୟ ତୃତୀୟ ଲହରକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଭିଡ ନକରିବାକୁ ପରାମର୍ଶ ଦେଉଛନ୍ତି । ତେଣୁ କାଉଡିଆଙ୍କ ବୋଲବମ ଯାତ୍ରାକୁ ଅନୁମତି ଦେବା କିମ୍ବା କଟକଣା ଲଗାଇବା ପଛରେ ସଂପୃକ୍ତ ସରକାରଙ୍କ ମତ କଣ, ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭାରତୀୟ ଡାକ୍ତର ସଂଘର ଚିଠି ପରେ ବୋଲବମ୍ ଯାତ୍ରାକୁ ବାରଣ କରିଛନ୍ତି ଉତ୍ତରାଖଣ୍ଡ ସରକାର । ହେଲେ ଆଗାମୀ ସପ୍ତାହରୁ ରାଜ୍ୟରେ ବୋଲବମ୍ ଯାତ୍ରାକୁ ଅମୁମତି ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର ।ଓଡିଶାରେ ମଧ୍ୟ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ହେଲେ ଅନ୍ୟ ରାଜ୍ୟରେ ବୋଲବମ ଯାତ୍ରା ହେବ କି ନାହିଁ ସେନେଇ ମାମଲା ସୁପ୍ରିମକୋର୍ଟରେ ।

from Kanak News
via <a href="https://ifttt.com/?

କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀାଙ୍କ ସହ ସାକ୍ଷାତ୍ ପରେ ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ: କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ତଥା ଜେଡିୟୁର ପୂର୍ବତନ ନେତା ପ୍ରଶାନ୍ତ କିଶୋର । ମଙ୍ଗଳବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବତ୍ରାଙ୍କ ସହ ସାକ୍ଷାତ୍ ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଁଚି ପ୍ରଶାନ୍ତ କିଶୋର ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ବରିଷ୍ଠ ନେତା ସୋନିଆ ଗାନ୍ଧି ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ଆଉ ଯାହା ସୂଚନା ମିଳିଛି ପ୍ରଶାନ୍ତ କିଶୋର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପାଇଁ ଏକ ବଡ ଦାୟିତ୍ୱ ନେଇ ପାରନ୍ତି । ସେପଟେ ବିଜେପିର କହିବା କଥା କଂଗ୍ରେସରେ ଗାନ୍ଧି ପରିବାର ବ୍ୟତୀତ ଅନ୍ୟ କାହାକୁ ବି ସମ୍ମାନ ମିଳେନି ।

ଗାନ୍ଧୀ ପରିବାର ସହ ପ୍ରଶାନ୍ତ କିଶୋରଙ୍କ ବୈଠକ ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ବୈଠକରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ନିର୍ବାଚନ କି ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ଯାହା ସ୍ପଷ୍ଟ କରୁଛି ସୋନିଆ ଓ ରାହୁଲ, ପ୍ରଶାନ୍ତ କିଶୋରଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିକାର ଭାବେ ଚୟନ କରି ପାରନ୍ତି । ଏହାପୂର୍ବରୁ ପ୍ରଶାନ୍ତ କିଶୋର ଏନସିପି ପ୍ରମୁଖ ଶରଦ ପୱାରଙ୍କ ସହ ମଧ୍ୟ ଦୁଇ ଦୁଇ ଥର ଭେଟି ଆଲୋଚନା କରିଛନ୍ତି । ଉଭୟ କଂଗ୍ରେସ ଓ ଏନସିପିର ଗୋଟିଏ ଲକ୍ଷ ବିଜେପି ବିରୋଧି ଏଜେଣ୍ଡା ପ୍ରସ୍ତୁତ କରିବା । ତେବେ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ତରଫରୁ ବର୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ ।

from Kanak News
via <a href="https://ifttt.com/?

ସଫଳତା ପଛର ସଂଘର୍ଷମୟ କାହାଣୀ । ଆଜି ଜିଲ୍ଲାପାଳ ଭାବେ ବଡ ନିଷ୍ପତ୍ତି ନେଉଥିବା ବିଜୟ କୁଲାଙ୍ଗେଙ୍କ ଅତୀତର ଅନ୍ଧାରୀ ଦିଗ ।

କନକ ବ୍ୟୁରୋ: ଘନ ଅନ୍ଧାର ରାତି । ଘରର ଏକ କୋଣରେ ମୁହଁ ଲୁଚାଇ କାନ୍ଧୁଥାଏ ଜଣେ ପିଲା । କାନ୍ଦ ପଛର କାରଣ ଥାଏ, ସେ ମେଡ଼ିକାଲ ପଢ଼ିବ । ହେଲେ ଅଭାବ, ପିଲାଟିକୁ ବଡ଼ ସ୍ୱପ୍ନ ଦେଖିବାକୁ ପଛରୁ ଗୋଡ଼ ଟାଣୁଥାଏ । ବାପା କହୁ୍ଥାନ୍ତି- ପୁଅରେ ତୁ ଡାକ୍ତରୀ ସ୍ୱପ୍ନ ଦେଖ ନା’ ପାଠପଢ଼ ଶିକ୍ଷକ ହୋଇଯା’ । ଆଉ ସେହି ପିଲାଟି ଦିନେ ବଡ଼ ହେଲା ଆଉ କଣ ହେଲା ଜାଣନ୍ତି -ଆଇଏଏସ୍ ।

ଆମେ କହୁଛୁ କରୋନା ସମୟରେ ମହାମାରୀକୁ ମାତ୍ ଦେଇ ଲକ୍ଷ ଲକ୍ଷଙ୍କ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଇଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କଥା । ୟଙ୍ଗ ଆଣ୍ଡ୍ ଡାଇନାମିକ୍ ପ୍ରଶାସକ ଭାବେ ତାଙ୍କ କାର୍ଯ୍ୟଧାରା ଯେତିକି ଚର୍ଚ୍ଚିତ, ପିଲା ଦିନର ସଂଘର୍ଷ ସେତିକି ରୋମାଞ୍ଚକର । ଆଉ କୌଣସି ଫିଲ୍ମର କାହାଣୀଠୁ ବି କମ୍ ନୁହେଁ କୁଲାଙ୍ଗେଙ୍କ ଜୀବନ ଯାତ୍ରା ।

ବାପାଙ୍କ କଥା ଶୁଣି, ଡିଏଡ୍ କଲେ କୁଲାଙ୍ଗେ ଆଉ ବନିଗଲେ ଶିକ୍ଷକ । ସ୍ୱପ୍ନ କିନ୍ତୁ ସଂକୁଚିତ ହୋଇଯାଇନଥିଲା । ସଫଳତା ବିଜୟଙ୍କ ବାଟକୁ ଚାହିଁ ରହିଥିଲା । ଆଉ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ବିଜୟ ପାଲଟି ଗଲେ ଆଇଏଏସ୍ । ଆଜିର ଦିନ ମୋର – ଏହା ହେଉଛି ଆଇଏଏସ୍ ବିଜୟ ଅମୃତା କୁଳାଙ୍ଗେ ଜୀବନକୁ ନେଇ ଲେଖା ହୋଇଥିବା ପୁସ୍ତକର ଓଡ଼ିଆ ଅନୁବାଦର ଶୀର୍ଷକ । ଏହି ବହିରେ ହିଁ ଲେଖା ହୋଇଛି, ଜଣେ ଦିନ ମଜୁରିଆ ଦମ୍ପତିଙ୍କ ସୁପୁତ୍ରଙ୍କ ସଫଳତାର କାହାଣୀ । ଏଭଳି ଏକାଧିକ ରୋଚକ ଓ ସଂଘର୍ଷର କଥା ଏହି ପୁସ୍ତକରେ ରହିଛି । ଏମିତି କି ଡିଏଡ୍ ତାଲିମ୍ ନେବା ସମୟରେ ସେ ଜଣେ ଯୁବତୀଙ୍କ ପ୍ରେମପତ୍ର ଲେଖିଥିବା ନେଇ ମଧ୍ୟ ଏଥିରେ ସୂଚନା ରହିଛି ।

from Kanak News
via <a href="https://ifttt.com/?

କଲେଜର ଋଣ ଶୁଝିଲେ ଡାକ୍ତର । ସମ୍ବଲପୁର ଜିଏମ୍ କଲେଜ ଟ୍ରଷ୍ଟରୁ ଷ୍ଟାଇପେଣ୍ଡ ପାଇ ଡାକ୍ତରୀ ପଢ଼ିଥିଲେ ନାରାୟଣୀ ପଣ୍ଡା । ୬୦ ବର୍ଷ ପରେ କଲେଜ ଟ୍ରଷ୍ଟ ପାଣ୍ଠିକୁ ଦେଲେ ୩୦ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ସମ୍ବଲପୁରର ନାଁ କରା ଡାକ୍ତରାଣୀ ନାରାୟଣୀ ପଣ୍ଡା । ଏହି ୮୪ ବର୍ଷିୟା ଡାକ୍ତରାଣୀଙ୍କ କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୋ କଲେଜ ଅଭିଯାନରେ ନାରାୟଣୀ ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦେଇଛନ୍ତି । ଆପଣ ଭାବୁଥିବେ ଜଣେ ଏକ କଲେଜକୁ ଏତେ ଟଙ୍କା କାହିଁକି ଦେବ । ହେଲେ ଏହା ପଛରେ ଏକ କାହାଣୀ ରହିଛି . ଆଉ ସେ କାହାଣୀ ଶୁଣିଲେ ନାରାୟଣୀଙ୍କ ପ୍ରତି ଆପଣଙ୍କ ସମ୍ମାନ ବଢିଯିବ ।

ନାରାୟଣୀ ୧୯୫୩ରୁ ୫୫ ମସିହାରେ ଗଙ୍ଗାଧର ମେହେର କଲେଜରେ ପଢୁଥିଲେ । ମେଡିକାଲ ପଢିବାକୁ ଇଚ୍ଛା ଥିଲା , କିନ୍ତୁ ଟଙ୍କା ନଥିଲା । ଏଥିପାଇଁ ତତକାଳୀନ ଗଙ୍ଗାଧର ମେହେର କଲେଜ ଟ୍ରଷ୍ଟ ତାଙ୍କୁ ମାସକୁ ୨୫ ଟଙ୍କା ଲେଖାଁଏ ଷ୍ଟାଇପେଣ୍ଡ ଦେଇଥିଲା । ନାରାୟଣୀ ଏହି ଟଙ୍କାରେ କଟକ ଏସସିବିରେ ପାଠପଢି ତାଙ୍କ ସ୍ୱପ୍ନକୁ ସାକାର କରିପାରିଛନ୍ତି । ଆଉ ଏବେ ସେ ସେହି ଋଣକୁ ଏକପ୍ରକାର ଶୁଝିବାକୁ ଉଦ୍ୟମ କରିଛନ୍ତି, ଆଉ ଜିଏମ ବିଶ୍ୱବିଦ୍ୟାଳୟର “ମୋ କଲେଜ” ଅଭିଯାନକୁ ଦେଇଛନ୍ତି ୩୦ ଲକ୍ଷ ଟଙ୍କା ।

from Kanak News
via <a href="https://ifttt.com/?

ବ୍ରାଉନସୁଗାର ଜାଲରେ ଛନ୍ଦି ହୋଇଗଲାଣି ଭୁବନେଶ୍ୱର । ୩୫ ଲକ୍ଷ ଟଙ୍କା ନଗଦ ଓ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା କମିଶନରେଟ ପୁଲିସ । 

କନକ ବ୍ୟୁରୋ: ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳାଙ୍କ ଘର ଭିତରୁ ୫୫୦ ଗ୍ରାମର ବ୍ରାଉନସୁଗାର ଓ  ନଗର ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ଘଟଣା ପୁଣି ପ୍ରମାଣିତ କରିଛି ରାଜଧାନୀରେ ବେଧଡକ ଭାବେ ବଢିଚାଲିଛି ନିଶା କାରବାର ।  କାହାକୁ ଯେମିତି କୌଣସି ସୁରାକ ନ ମିଳେ  ତାକୁ ଆଧାର କରି ଏକ ଭଡାଘରେ ଚାଲିଥିଲା ଧଳାଜହର କାରବାର । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ଏବଂ ଏହି ଘଟଣାରେ ପାଖାପାଖି କୋଟିଏ ଟଙ୍କାର କାରବାରର ପର୍ଦ୍ଦାଫାସ କରାଯାଇଛି ।

ଧଳାଜହର କାରବାରରେ ଜଣେ ମହିଳାଙ୍କ ସମେତ ୨ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛନ୍ତି  ଓ ଅନ୍ୟଜଣେ ଫେରାର ହୋଇଯାଇଛି । ଘଟଣାରେ ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ତେବେ ବଡ ପ୍ରଶ୍ନ ହେଲା,  କେଉଁଠୁ ଆସୁଥିଲା ଏହି ବ୍ରାଉନସୁଗାର ? ଏହା ପଛରେ କାମ କରୁଛି କି ଏକ ବଡ ର୍ୟାକେଟ ?  ଏହାର ମୁଖ୍ୟ କିଙ୍ଗପିନ କିଏ ? ପୁଳା ପୁଳା ଟଙ୍କା ଓ ଅଧ କେଜି ବ୍ରାଉନ ସୁଗାର କାରବାର ପଛରେ ବଡ ଷଡଯନ୍ତ୍ର ଥିଲା କି ? ତେବେ କେଶୁରାରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ ହୋଇଥିବାରୁ ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୁଲିସ ।

କେବଳ ଏତିିକି ନୁହେଁ, କମିଶନରେଟ ପୁଲିସର ଚଢାଉ ବେଳେ ଜଣେ ନିଶାବେପାରୀ ଟଏଲେଟରେ ୩ରୁ ୪ କେଜି ବ୍ରାଉନସୁଗାର ନଷ୍ଟ ବି କରିଦେଇଛନ୍ତି ।  ଗତ ୪ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ୫ କେଜି ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇସାରିଛି । ମୁଖ୍ୟତଃ ବେକାର ଯୁବକ, ଶ୍ରମିକ ଶ୍ରେଣୀ ଓ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରି ଧଳାଜହରର ଏହିଜାଲ ବିଛାଯାଇଛି । ଯେଉଁଥିରେ ଚାଲିଛି କୋଟି କୋଟି ଟଙ୍କାର କାରବାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started