ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ବଜାର, ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ନଜର । 

କନକ ବ୍ୟୁରୋ: ଓଡିଶା ସୀମାନ୍ତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାକୁ ଦେଖି ଏବେ ସତର୍କ ହେଉଛି ଓଡିଶା । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିଠି ଲେଖି ତାଙ୍କ ଜିଲ୍ଲାରେ କୋଭିଡ୍ ଗାଇଡଲାଇନ୍ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ଚିଠି ଲେଖିଛନ୍ତି ।

ବିଶେଷକରି ମାର୍କେଟ ଓ ଧର୍ମାନୁଷ୍ଠାନ ଅଞ୍ଚଳରେ ଏବେ ଗହଳି ଦେଖିବାକୁ ମିଳୁଛି । ତେଣୁ ଏହି ସ୍ଥାନରେ ଯେପରି ସଠିକ୍ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ ହେବ ସେନେଇ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସର୍ବସାଧାରଣ ସ୍ଥାନ ଓ ଅଫିସରେ ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପ୍ରତି ବ୍ଲକରେ ତହସିଲଦାର, ବିଡିଓ ଓ ଥାନା ଆଇଆଇସି କୋଭିଡ୍ ନିୟମ କଡାକଡି କରିବା ସହିତ ମାସ୍କ ଚେକିଂ କରିବାକୁ କୁହାଯାଇଛି । ଏହାସହ ଯଦି କେହି ଲୋକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବେ । ଏହାସହ ଆଶା, ଅଙ୍ଗନବାଡି ଓ ଏଏନଏମ୍ ଦିଦି ମାନେ ସେମାନଙ୍କର ଅଞ୍ଚଳରେ ତୀକ୍ଷଣ ନଜର ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ବଜାର ଅଞ୍ଚଳରେ ଦୋକାନୀ ଓ ଗ୍ରାହକମାନେ କୋଭିଡ୍ ନିୟମ ଅନୁପାଳନ ଓ ବସରେ ସାମାଜିକ ଦୂରତା ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧାଭ୍ୟାସ । ବିକାନେରରେ ଭାରତ-ଆମେରିକା ସେନାର ମିଳିତ ସମରାଭ୍ୟାସ ।  

କନକ ବ୍ୟୁରୋ : ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧଭ୍ୟାସ । ବିକାନେର ମହାରାଜା ଫିଲ୍ଡ ଫାୟରିଂ ରେଂଜରେ ଚାଲିଛି ସମରଭ୍ୟାସ । ଭାରତ-ଆମେରିକା ସେନାର ମିଳିତ ଯୁଦ୍ଧଭ୍ୟାସ ଫେବ୍ରୃଆରୀ ୮ରୁ ଆରମ୍ଭ ହୋଇ ୨୧ ତାରରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକା ସେନାର ପ୍ରାୟ ୨୭୦ଜଣ ଯବାନ ଏହି ମିଳିତ ଯୁଦ୍ଧଭ୍ୟ।।ସରେ ସାମିଲ ହୋଇଛନ୍ତି ।

ଆତଙ୍କବାଦ ବିରୋଧୀ ଅଭିିଯାନ ପାଇଁ ହାତ ମିଳାଇ ସମରଭ୍ୟାସ କରୁଛନ୍ତି ଆମେରିକା ଓ ଭାରତ । ଆମେରିକାର  ଦୁଇଟି ଇନଫେନଟ୍ରିଂ ବାଟାଲିୟନ, ୩ଟି ଇନଫେନଟ୍ରୀ ରେଜିମେଂଟ, ୨ଟି ଷ୍ଟ୍ରାଇକର ବ୍ରିଗେଡ କମ୍ବାଟ ଟିମର ଯବାନ ସାମିଲ ଅଛନ୍ତି । ସେହିପରି ଭାରତର ଲଢୁଆ ଯୁଦ୍ଧ ହେଲିକପ୍ଟର ରୁଦ୍ର, ଏମଆଇ-୧୭.ଚିନୁକ  ସହ ଅନ୍ୟାନ୍ୟ ଯୁଦ୍ଧ ବିମାନ ଏହି ସମରଭ୍ୟ।।ସରେ ସାମିଲ ଅଛନ୍ତି ।

from Kanak News
via <a href="https://ifttt.com/?

ମୁଜାଫରନଗର ଚାଷୀ ମହାପଞ୍ଚାୟତରେ ସାମିଲ ହେଲେ କଂଗ୍ରେସ ମହାସଚିବ । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । 

କନକ ବ୍ୟୁରୋ: ମୁଜାଫରନଗର ଚାଷୀଙ୍କ ମହାପଂଚାୟତରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା  । ପ୍ରିୟଙ୍କା କହିଛନ୍ତି ୯୦ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ଓ ୨୧୫ଜଣ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି  ସବୁ ଦେଖି  ମଧ୍ୟ ଚୁପ ବସିଛନ୍ତି ମୋଦି ସରକାର ।

ଏଥିସହ ସେ କହିଛନ୍ତି ଦିଲ୍ଲୀ ସୀମାର ବ୍ୟାରିକେଡ କରି ଦେଶର ରୂପରେଖ ବଦଳାଇଛନ୍ତି ସରକାର । ଏହି ଦୃଶ୍ୟ ପ୍ରକାଶ କରୁଛି ସତେ ଯେମିତି  ଦେଶ ଭିତରେ ବିଭାଜନ କରାଯାଉଥିବା ମାହୋଲ ସୃଷ୍ଟି ହୋଇଛି । ପ୍ରିୟଙ୍କା କହିଛନ୍ତି ନିଜ ଦାବି ଜଣାଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସରକାର ଆତଙ୍କାବଦୀ, ଦେଶଦ୍ରୋହୀ ଆଖ୍ୟା ଦେଉଛନ୍ତି । ଚାଷୀମାନେ ଦେଶବାସୀଙ୍କ ହୃଦୟରେ ଅଛନ୍ତି । ନିର୍ବାଚନ ସମୟରେ ମୋଦି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୂଲିଯାଇଛନ୍ତି ।

from Kanak News
via <a href="https://ifttt.com/?

କନ୍ଧମାଳ ଜଳେଶପଟା ଆଶ୍ରମ ଦାୟୀତ୍ୱରେ ଥିବା ଜୀବନ ମୁକ୍ତାନନ୍ଦପୁରୀ ବାବାଙ୍କୁ ହତ୍ୟା ଧମକ୍ । ଅଜଣା ନମ୍ବରରୁ ଆସିଲା ଫୋନ୍ କଲ, ଥାନାରେ ଏତଲା ଦେଲେ ବାବା । 

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି ।  କୌଣସି ଅଜଣା  ଫୋନ କଲରୁ ଏହି ହତ୍ୟା ଧମକ ଆସିଛି ।  ଏ ନେଇ  ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି । ଘଟଣା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ୱାମୀଜୀଙ୍କ ଫୋନକୁ ଏକ କଲ ଆସିଥିଲା ।

ଆସନ୍ତା ୪ ଦିନ ମଧ୍ୟରେ  ହତ୍ୟା କରାଯିବ ବୋଲି ଧମକ ବି ଦିଆଯାଇଥିଲା । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଦିଆଯାଇଛି ।  ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ  ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି  ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି  ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।

from Kanak News
via <a href="https://ifttt.com/?

ବ୍ୟାଙ୍କ ଭିତରେ ପଶି ବନ୍ଧୁକ ଦେଖାଇଲେ, ମାଡ ବି ମାରିଲେ । ଆଉ ଦେଢ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ । 

କନକ ବ୍ୟୁରୋ : ପୁଣି ବନ୍ଧୁକ ମୁନରେ ଡକାୟତି। କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩ ଜଣ ବ୍ୟକ୍ତି ମୁହଁରେ ମାସ୍କବାନ୍ଧି ବ୍ୟାଙ୍କ ଭିତରକୁ ଯାଇଥିଲେ। ତୁରନ୍ତ କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରେ ଗ୍ରାହକ ଡିପୋଜିଟ ପାଇଁ ଦେଇଥିବା ଦେଢ଼ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ।

ଏହି ସମୟରେ କାନପୁର ଥାନାର ଗୃହରକ୍ଷୀ ନିର୍ମଳ ସାହୁ ତାଙ୍କ ବ୍ୟକ୍ତିଗତ କାର୍ୟ୍ୟରେ ବ୍ୟାଙ୍କକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା। ଉକ୍ତ ଯୁବକମାନେ ଟଙ୍କା ନେଇ ଚାଲିଯାଉଥିବା ବେଳେ ସେମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ ଗୃହରକ୍ଷୀ ନିର୍ମଳଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆଘାତ କରି ଚମ୍ପଟ ମାରିଥିଲେ।

ଏ ସମ୍ପର୍କରେ ତୁରନ୍ତ କାନପୁର ଥାନାକୁ ସୂଚନା ଦିଆଯାଇ ଥିଲା। ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଗତ କିଛିଦିନ ଧରି ଏହି ଥାନା ଅନ୍ତର୍ଗତ ବାଲିଝରୀ ହାଟ ନିକଟରୁ ଜନୈକ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ୭୦ ହଜାର, ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା, ଦୁଇଦିନ ତଳେ ନଖପଡା ନିକଟରୁ ବାଇକ ଚୋରି ଘଟଣାରେ ସମଗ୍ର ନରସିଂହପୁର ଅଞ୍ଚଳରେ ଡକାୟତି ଗ୍ୟାଙ୍ଗ ଛାଇ ରହିଛି। ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି।

from Kanak News
via <a href="https://ifttt.com/?

୪ ବର୍ଷର ପୁଅ ସହ ଆତ୍ମହତ୍ୟା କଲେ ମା’ । ୫ ମାସ ତଳେ ସ୍ୱାମୀ ଓ ଶ୍ୱଶୂରଙ୍କର ହୋଇଥିଲା ମୃତ୍ୟୁ ।

କନକ ବ୍ୟୁରୋ : ୪ ବର୍ଷର ପୁଅ ସହ ନିଜ ଜୀବନ ହାରିଦେଲା ମାଆ । ଶାଶୁ ମାର୍କେଟ୍ ଯାଇଥିବା ବେଳେ ପ୍ରଥମେ ପୁଅ ପି. ସାଇ ଓ ପରେ ମାଆ ପି. ଦିବ୍ୟା ଘର ଛାତ ପାଇପରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଏସପିଟି କଲୋନିରେ। ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ଜେକେ କାଗଜକଳରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ପି. ଶ୍ରୀନୁ। କରୋନା ସମୟରେ ଦେହ ଅସୁସ୍ଥ ହେବା ଯୋଗୁଁ ସେ‌ପ୍ଟେମ୍ବର ମାସରେ ଶ୍ରୀନୁଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସ୍ତ୍ରୀ ପି. ଦିବ୍ୟା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ପୁଅକୁ ହରାଇବା ଦୁଃଖରେ ମିୟମ୍ରାଣ ହୋଇ ଶ୍ରୀନୁଙ୍କ ମୃତ୍ୟୁର ଠିକ୍ ମାସକ ପରେ ବାପା ପି. ଆପା ରାଓ ମଧ୍ୟ ମୃତ୍ୟୁବରଣ କରିଥିଲେ।

ଘରର ଦୁଇ ରୋଜଗାରିଆ ବ୍ୟକ୍ତିକୁ ମାସେ ବ୍ୟବଧାନରେ ହରାଇବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ଦିବ୍ୟା। ବୃଦ୍ଧା ଶାଶୁ ଓ ୪ ବର୍ଷର ପୁଅକୁ ନେଇ କିପରି ସଂସାର ଚଲାଇବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ।

from Kanak News
via <a href="https://ifttt.com/?

ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।

କନକ ବ୍ୟୁରୋ: ସଂକୁଚିତ ହେବ ଓଡିଶା ଅର୍ଥନୀତି । ବଜେଟ ପୂର୍ବରୁ ୨୦୨୦-୨୧ ବର୍ଷର ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି ।  ସର୍ଭେରେ  କୁହାଯାଇଛି, ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି ହାର କମିବ  ।  ଅଭିବୃଦ୍ଧି ହାର ମାଇନସ ୪ ଦଶମିକ ୯୨ ହେବ । ରିପୋର୍ଟ ଅନୁସାରେ, ଏଥର ରାଜ୍ୟ ଅର୍ଥନୀତି ଉପରେ  କୋଭିଡର ଜୋରଦାର ପ୍ରଭାବ ପଡିଛି ।  କୋଭିଡ ପ୍ରଭାବରେ  ରାଜ୍ୟର ଅର୍ଥନୀତି ସଙ୍କୁଚିତ ହେବ ।

୨୦୧୨-୧୩ରୁ  ୨୦୧୯-୨୦ ମଧ୍ୟରେ  ରାଜ୍ୟର ଅର୍ଥନୀତି  ହାରାହାରି ବାର୍ଷିକ  ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା  । ଏହି ସମୟରେ  ଜାତୀୟ ହାର ୬.୬ ପ୍ରତିଶତ ଥିଲା । ୨୦୨୦-୨୧ ଦେଶର ଜିଡିପି ମାଇନସ ୭.୭  ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ  ରାଜ୍ୟର ଜିଡିପି  ମାଇନସ ୪.୯୨ ରହିବ, ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ ବୋଲି କୁହାଯାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟରେ ମୁଣ୍ଡ ପିଛା ଆୟ କମିଛି ।  ଗତବର୍ଷ ତୁଳନାରେ  ମୁଣ୍ଡପିଚ୍ଛା ଆୟ ୨୪ ଶହ ୧୦ ଟଙ୍କା କମିଛି । ୨୦୧୯-୨୦ରେ ଏହାଥିଲା ୧ ଲକ୍ଷ ୪ ହଜାର  ୫୬୬ ।  ଚଳିତ ବର୍ଷ ଏହା ହ୍ରାସ ପାଇ ପଂହଚିଛି ୧ ଲକ୍ଷ ୨ ହଜାର ୧୫୬ରେ । ରାଜ୍ୟର ମୁଣ୍ଡପିଚ୍ଛା ଆୟ ଗତବର୍ଷ ତୁଳନାରେ  ୨.୩ ପ୍ରତିଶତ ହ୍ରାସ ପାଇଛି ।

from Kanak News
via <a href="https://ifttt.com/?

ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ ।

କନକ ବ୍ୟୁରୋ: ନୀତି ଆୟୋଗ ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚନ ଏକ ମୁଖ୍ୟ ଅଂଶ । ତେବେ ଥରେ ସରକାର ନିର୍ବାଚିତ ହେବା ପରେ ଦଳୀୟ ଉଦ୍ଧ୍ୱର୍ରେ ରହି ଲୋକଙ୍କ ସ୍ୱାର୍ଥରେ କାମ କରିବା ଦରକାର । ବର୍ତ୍ତମାନ ସମୟରେ ଏହା ହେଉଛି କି ନାହିଁ ସେ ନେଇ ଚିନ୍ତା କରିବାର ବେଳ ଆସିଛି । ସବୁ ଅପରାଧର ରାଜନୀତିକରଣ କରାଯାଉଛି ।  ନିର୍ବାଚିତ ସରକାରର ସମସ୍ତ କାମକୁ ରାଜନୀତି ଦୃଷ୍ଟିକୋଣରୁ ଦେଖାଯାଉଛି । ଦେଶର ବିକାଶ ଓ ଉନ୍ନତି ପାଇଁ ଏଭଳି  ମାହୋଲ ବଡ ବିପଦ । ଦେଶ ନିର୍ବାଚନରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି ।

ନୀତି ଆୟୋଗରେ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।  ଏହାକୁ ନେଇ ବିରୋଧୀ  ସରକାରଙ୍କୁ ଟାର୍ଗେଟ କରିଥିବାବେଳେ  ବିଜେଡି କହିଛି, ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯାହା ଦାବି ଉଠାଇଛନ୍ତି ତାହା ଯଥାର୍ଥ । ଦେଶରେ  ବର୍ତମାନ ବିଜେପି ଟାର୍ଗେଟରେ ଅଣ-ବିଜେପି  । ପଶ୍ଚିମବଙ୍ଗରେ ବର୍ତମାନ  ବିଜେପି  ଓ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଆଉ ଏଭଳି ସମୟରେ  ଦୁଇ ଦଶନ୍ଧିଧରି ଶାସନଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ କଡକଥା ନିଶ୍ଚିତରୂପେ  ଗୁରୁତ୍ୱ ରଖୁଛି ।

from Kanak News
via <a href="https://ifttt.com/?

କରୋନା ନିୟମକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ । କଟକ ଓ ଭୁବନେଶ୍ୱରରେ ସାମାଜିକ ଦୂରତା ଓ ମାସ୍କ ଯାଞ୍ଚକୁ ଗୁରୁତ୍ୱ ।

କନକ ବ୍ୟୁରୋ: ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୈତନଗରୀ କଟକ ଓ ଭୁବନେଶ୍ୱରରେ ଯାଂଚ ଆହୁରି ଗୁରୁତ୍ୱ ଦିଆଯାଇଛି । ଆଉ ସାଧାରଣ ଜନତାଙ୍କୁ କୋଭିଡ୍ ନିୟମ ପାଳନ କରିବା ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଆଉ ଏହାରି ଭିତରେ ଭୁବନେଶ୍ୱର ଡିିସିପି କହିଛନ୍ତି,ମାସ୍କ ଓ ସାମାଜିକ ଦୂରତା ଚେକିଂକୁ କଡ଼ାକଡ଼ି କରାଯିବ ।

କରୋନାଙ୍କୁ ନେଇ ଯଦି ଆପଣ ସଂପୂର୍ଣ୍ଣ ଆଶ୍ୱସ୍ତ ହୋଇଯାଇଛନ୍ତି, ତେବେ ଆପଣଙ୍କୁ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି । କାରଣ, ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ଯେଉଁ ଭଳି ଭାବେ ସଂକ୍ରମଣ ବଢୁଛି, ଟିକାକରଣ ହେବା ପୂର୍ବରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକମାତ୍ର ବାଟ ହେଉଛି ସତର୍କତା ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ସତର୍କତାମୁଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଏବଂ ଜନଗହଳିପୂର୍ଣ୍ଣ ଅଂଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆଉ ଏହାରି ଭିତରେ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଂଟା ଭିଡିଛି କମିଶନରେଟ୍ ପୁଲିସ୍ । ଏଥିପାଇଁ ଭୁବନେଶ୍ୱରରେ ମାସ୍କ ଓ ସାମାଜିକ ଦୂରତା ଯାଂଚ ହେବ । ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । ଏନଫୋର୍ସମେଂଟ ଟିମ୍କୁ ଆହୁରି ତତ୍ପର କରାଯିବ । ଏବଂ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଭଳି କଟକ ସହରରେ ମଧ୍ୟ କରୋନା ସଚେତନାକୁ ପ୍ରାଥମିତା ଦେଇଛନ୍ତି ଜିଲ୍ଲାପାଳ । ଜନଗହଳିପୂର୍ଣ୍ଣ ସ୍ଥାନଠୁ ଦୂରେଇ ରହିବା ସହ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । କରୋନା ଯାଇନି ଏବଂ ଟିକାକରଣ ଜାରି ରହିଛି, ତେଣୁ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ଜିଲ୍ଲା ପ୍ରଶାସନ ଗୁଡ଼ିକର ପ୍ରସ୍ତୁତି ଭିତରେ, ଜନତାଙ୍କର ବଡ଼ ଦାୟିତ୍ୱ ହେଉଛି, କରୋନା ଭଳି ମହାମାରୀ ସମୟରେ ସାବଧାନ ରହିବା ଏବଂ ସତର୍କତାକୁ ମାନି ସରକାର ଓ ପ୍ରଶାସନକୁ ସହଯୋଗ କରିବା ।

from Kanak News
via <a href="https://ifttt.com/?

ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିଲାନି ମନ୍ତ୍ରୀଙ୍କ ଉତ୍ତର । ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ବାଚସ୍ପତିଙ୍କ ପାଖକୁ ଫିଙ୍ଗିଲେ ବିରୋଧୀ ଦଳ ନେତା ।

କନକ ବ୍ୟୁରୋ: ବିଧାନସଭାରେ ତୃତୀୟ ଦିନରେ ପୁଣି ଚାଷୀ ତାତି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ସରକାରଙ୍କୁ ଘେରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ପୋଡିୟମ ତଳେ ହୋହାଲ୍ଲା କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ବିଜେପି ସଦସ୍ୟମାନେ ଗାଉନ ପିନ୍ଧି ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କେବଳ ଭିତରେ ନୁହେଁ ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ ।

ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଳା ଭିତରେ ଗୃହରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ କହିଥିଲେ…

ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ।
ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା
ଯାହାକି ଗତବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ
ବର୍ତମାନ ସୁଦ୍ଧା ୯ ଲକ୍ଷ ୯୩ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି
ଧାନ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଯାଇଛି ।
ଧାନ କିଣା ଯିବାର ୭ ଦିନ ପୂର୍ବରୁ ଚାଷୀଙ୍କୁ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଯାଉଛି
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ

ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଗୃହରେ ହୋହାଲ୍ଳା କରିଥିଲେ ବିରୋଧୀ । ମଣ୍ଡିରେ ପଡିଥିବା ଧାନ ନଉଠିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିଜେପି କହିଥିବାବେଳେ କଂଗ୍ରେସ କହିଥିଲା, ସରକାର ଆଲୋଚନାକୁ ଡରୁଛନ୍ତି ।ଚାଷୀ ସମସ୍ୟା ଗୁରୁତର ଥିବାରୁ ଗୃହରେ ଆଲୋଚନା ପାଇଁ ଦାବି କରୁଛନ୍ତି ବିରୋଧୀ । ହେଲେ, ବିରୋଧୀଙ୍କ ଦାବିକୁ ସରକାର ଗ୍ରହଣ କରିନାହାଁନ୍ତି । ଫଳରେ ବିରୋଧୀ ବାରମ୍ବାର ଗୃହ ଅଚଳ କରୁଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started