ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ୫ଟି ରାଜ୍ୟର ସଂକ୍ରମଣ ସଂଖ୍ୟା ।

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣିଥରେ ଚିନ୍ତା ପଶିଛି । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହେଉଥିବାରୁ ଏହି ରାଜ୍ୟଗୁଡିକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ଗତ ୨୪ ଘଂଟାରେ ମହାରାଷ୍ଟରେ ୬ ହଜାର ଉପରେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଛି । କେରଳରେ ମଧ୍ୟ ସାଢ଼େ ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଂଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ହଠାତ୍ ସଂକ୍ରମଣ ଗ୍ରାଫ୍ ଉପରକୁ ଉଠିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ତେବେ ସତର୍କ ନରହିଲେ ଏହି ସଂଖ୍ୟା କେତେବେଳେ ବଦଳିଯିବ, ଆକଳନ କରିବା ମୁସ୍କିଲ ।  ତେବେ ନଜର ପକାନ୍ତୁ ବିଭିନ୍ନ ରାଜ୍ୟର କରୋନା ମିଟର ଉପରେ…

ମହାରାଷ୍ଟ୍ର

  • ନୂଆ ଆକ୍ରାନ୍ତ : ୬,୧୧୨
  • ସୁସ୍ଥ : ୨,୧୫୯
  • ମୃତ୍ୟୁ : ୪୪

କେରଳ

  • ନୂଆ ଆକ୍ରାନ୍ତ : ୪,୫୦୫
  • ସୁସ୍ଥ : ୪,୮୫୪
  • ମୃତ୍ୟୁ : ୧୫

ପଂଜାବ

  • ନୂଆ ଆକ୍ରାନ୍ତ : ୩୮୩
  • ସୁସ୍ଥ : ୨୧୪
  • ମୃତ୍ୟୁ : ୦୮

ମଧ୍ୟପ୍ରଦେଶ

  • ନୂଆ ଆକ୍ରାନ୍ତ : ୨୯୭
  • ସୁସ୍ଥ : ୨୫୦
  • ମୃତ୍ୟୁ : ୦୨

ଛତିଶଗଡ଼

  • ନୂଆ ଆକ୍ରାନ୍ତ : ୨୫୯
  • ସୁସ୍ଥ : ୨୨୨
  • ମୃତ୍ୟୁ : ୦୩

ଛତିଶଗଡ଼ରେ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ଗତ ୭ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ମାମଲାରେ ଆଖିଦୃଶିଆ ପରିବର୍ତନ ହୋଇନାହିଁ । ହେଲେ ଯେଉଁପରି ଭାବେ ରାଜ୍ୟ-ରାଜ୍ୟ ମଧ୍ୟରେ ସ୍ୱାଭାବିକ ଯାତାୟାତ ହେଉଛି, ସ୍କୁଲ ଖୋଲିଛି, ବଜାର ଓ ଧର୍ମପୀଠରେ ଗହଳି ଦେଖିବାକବୁ ମିଳୁଛି ଏବଂ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି କଟକଣାକୁ ପୂର୍ବଭଳି ପାଳନ କରାଯାଉନାହିଁ, ତାହା ଚିନ୍ତାର ବିଷୟ ହୋଇଛି । ଡାକ୍ତର, ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କାରଣ ପୁଣିଥରେ କରୋନା ବେଲଗାମ୍ ହେଲେ, ତାକୁ ରୋକିବା କଷ୍ଟକର ହୋଇପଡ଼ିବ ।

ଓଡ଼ିଶା କରୋନା ମିଟର

  • ୧୩ ଫେବୃଆରୀ – ନୂଆ ଆକ୍ରାନ୍ତ – ୭୩
  • ୧୪ ଫେବୃଆରୀ- ନୂଆ ଆକ୍ରାନ୍ତ – ୮୮
  • ୧୫ ଫେବୃଆରୀ- ନୂଆ ଆକ୍ରାନ୍ତ – ୬୦
  • ୧୬ ଫେବୃଆରୀ- ନୂଆ ଆକ୍ରାନ୍ତ – ୭୫
  • ୧୭ ଫେବୃଆରୀ- ନୂଆ ଆକ୍ରାନ୍ତ – ୬୩
  • ୧୮ ଫେବୃଆରୀ- ନୂଆ ଆକ୍ରାନ୍ତ – ୫୩
  • ୧୯ ଫେବୃଆରୀ- ନୂଆ ଆକ୍ରାନ୍ତ – ୬୫

ଦୈନିକ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଫେବ୍ରୁଆରୀ ୧୬ ତାରିଖରୁ ହଠାତ୍ ଓଲଟି ଯାଇଛି ଗଣିତ । ୧୬ ତାରିଖରେ ୧୦ ହଜାର ତଳେ ସଂକ୍ରମଣ ଥିଲା, ୫ ଦିନରେ ଏହା ବଢ଼ି ପାଖାପାଖି ୧୪ ହଜାରରେ ପହଁଚିଛି ଦୈନିକ ସଂକ୍ରମଣ । ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ମୃତ୍ୟୁ ସଂଖ୍ୟା ୧୦୧ ରହିଛି । ବଢ଼ୁଥିବା ସଂକ୍ରମଣ ଯେତିକି ଚିନ୍ତା ବଢ଼ାଇଛି, ସେତିକି ଚିନ୍ତାଜନକ ରହିଛି କରୋନାର ନୂଆ ନୂଆ ରୂପ । ନୂଆ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ବର୍ଷକ ମଧ୍ୟରେ କେବଳ ଭାରତରେ କରୋନାର ୭,୫୬୯ ଟି ରୂପ ଦେଖିବାକୁ ମିଳିଛି ।

ଦେଶର କରୋନା ମିଟର

  • ୧୬ ଫେବୃଆରୀ- ନୂଆ ଆକ୍ରାନ୍ତ – ୯,୧୨୧
  • ୧୭ ଫେବୃଆରୀ- ନୂଆ ଆକ୍ରାନ୍ତ – ୧୧,୬୧୦
  • ୧୮ ଫେବୃଆରୀ- ନୂଆ ଆକ୍ରାନ୍ତ – ୧୨,୮୮୧
  • ୧୯ ଫେବୃଆରୀ- ନୂଆ ଆକ୍ରାନ୍ତ – ୧୩, ୧୯୩
  • ୨୦ ଫେବୃଆରୀ- ନୂଆ ଆକ୍ରାନ୍ତ – ୧୩, ୯୯୩

from Kanak News
via <a href="https://ifttt.com/?

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ

କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ।

କୋଭିଡ ମହାମାରୀ ପ୍ରତ୍ୟେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି। ଆମେ ଦୃଢ଼ତାର ସହ ମୁକାବିଲା କରିଛୁ । ପ୍ରଥମ ରାଜ୍ୟ ଭାବେ ବିପର୍ୟ୍ୟୟ ଘୋଷଣା ହୋଇଥିଲା। ଲାକଡାଉନ ଘୋଷଣା କରିଥିଲୁ। କିନ୍ତୁ କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ। ଗୃହ ଆସନ୍ତା ସୋମବାର ୧୦ ଟା ୩୦ ଯାଏଁ ମୁଲତବୀ ରହିଛି ।

from Kanak News
via <a href="https://ifttt.com/?

ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଟାଟା ଗ୍ରୁପର ପ୍ରୟାସ । ଶୀଘ୍ର ଲଂଚ ହେବ ‘ସୁପର ଆପ୍’ । ଲୁଣ ଠାରୁ ବିମାନ ଟିକେଟ୍ ପର୍ଯ୍ୟନ୍ତ ହେବ ଉପଲବ୍ଧ ।

କନକ ବ୍ୟୁରୋ : ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭକରିଛି ଦେଶର ସବୁଠାରୁ ବଡ ଉଦ୍ୟୋଗ ଟାଟା ଗ୍ରୁପ   । ଏନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନୀ ତରଫରୁ କାମ ଆରମ୍ଭ ହୋଇଛି   । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ ନିଜର ମନପସନ୍ଦର ସାମଗ୍ରୀ ଚୟନ କରିବା ସହ ତାହାକୁ କିଣି ପାରିବେ । ଏନେଇ ଟାଟା ଗ୍ରୁପ ‘ଟାଟା ଡିଜିଟାଲ’ ନାମରେ ଏକ କମ୍ପାନୀର ଶୁଭାରମ୍ଭ କରିଛି ।

ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଟାଟା ଡିଜିଟାଲ ମାଧ୍ୟମରେ କମ୍ପାନୀ ନିଜର ସମସ୍ତ ରିଟେଲ୍ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଦିଗରେ କାମ କରୁଛି । ସେ ଆହୁରି କହିଛନ୍ତି କି ଟାଟା ଗ୍ରୁପର କୋଟି କୋଟି ଗ୍ରାହକ ରହିଛନ୍ତି । ସେମାନଙ୍କ ଅବଶ୍ୟକତା ମୂୁତାବକ ଉତ୍ପାଦ ଓ ସେବା ଉପଲବ୍ଧ କରାଇବାକୁ ଡିଜିଟାଲ ପ୍ଲାଟଫର୍ମର ଆବଶ୍ୟକତା ରହିଛି । ସେଥିପାଇଁ ଟାଟା ଏହି ‘ସୁପର ଆପ୍’ ଲଂଚ କରିବା ଦିଗରେ କାମ କରୁଛି । ଏହି ଆପରେ କେବଳ ଟାଟାର ଉତ୍ପାଦ ଉପଲବ୍ଧ ହେବ ନାହିଁ ବରଂ ଏହା ସମସ୍ତ କମ୍ପାନୀ ମାନଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି କି ଟାଟା ରିଟେଲ କମ୍ପାନୀ  ଯେପରି କି କପଡାର ବ୍ରାଣ୍ଡ ୱେଷ୍ଟସାଇଡ୍, ଟ୍ରେଣ୍ଟ ଇନଫିନିଟି ରିଟେଲ, ଲୁଣ, ମସଲା ଏବଂ ଚା’ ପ୍ରସ୍ତୁତକାରୀ ଟାଟା କନଜ୍ୟୁମର ପ୍ରଡକ୍ଟ, ଗହଣା, ଘଂଟା  ନିର୍ମାତା ଟାଇଟନ୍, ବୈଦ୍ୟୁତିକ ଉପକରଣ ନିର୍ମାତା କମ୍ପାନୀ ଭୋଲଟାସ ସହିତ ବିତ୍ତୀୟ ଉତ୍ପାଦ କମ୍ପାନୀ ଟାଟା କ୍ୟାପିଟାଲ, ଟାଟା ଏସେଟ୍ ମ୍ୟାନେଜମେଣ୍ଟ  ଇତ୍ୟାଦି କମ୍ପାନୀକୁ ସୁପର ଆପ୍ ମଧ୍ୟକୁ ଅଣାଯିବ । ଏହାସହିତ ଏହି ଆପ୍ ଜରିଆରେ କମ୍ପାନୀ ନିଜର କାର, ରିୟଲିଟି ଫ୍ଲାଟ୍ ଓ ଏୟାର ଏସିଆର ବିମାନ ଟିକେଟ୍ ମଧ୍ୟ ବିକ୍ରି କରାଯିବ । ଏହା ସହ ତାଜ୍ ହୋଟେଲର ରୁମ ଗୁଡିକ ବି ଏହି ଆପ୍ ଜରିଆରେ ଭଡା ଦିଆଯାଇ ପାରିବ ବୋଲି ଏନ୍ ଚନ୍ଦ୍ରଶେଖରନ କହିଛନ୍ତି ।

from Kanak News
via <a href="https://ifttt.com/?

ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।

କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ଏୟାର ହେଲଥ ସର୍ଭିସ । ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସହ ଡାକ୍ତର ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଏନେଇ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ । ଟ୍ରମା ସେଂଟର, ଅତ୍ୟାଧୁନିକ ଓଟି ସହ ଆବଶ୍ୟକୀୟ ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଛି ଏହି ଟିମ୍ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ହେବ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର, ଏସସିବି ମେଡିକାଲ କଲେଜର ଡିନ୍ ଡ. ଦନ୍ତେଶ୍ୱର ହୋତା, ଆସିଷ୍ଟାଣ୍ଟ ଡିଏମଇଟି ଡ. ଉମାକାନ୍ତ ଶତପତି ପ୍ରମୁଖ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଫେରିଛନ୍ତି ।

from Kanak News
via <a href="https://ifttt.com/?

ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।

କନକ ବ୍ୟୁରୋ: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ ବୋଲି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୨,୧୫୬ ଟଙ୍କା ରହିବ ବୋଲି ଆକଳନ କରାଯାଇଛି । ପୂର୍ବବର୍ଷ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୪,୫୬୬ ଟଙ୍କା ଥିଲା । ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି ।

from Kanak News
via <a href="https://ifttt.com/?

ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।

କନକ ବ୍ୟୁରୋ: ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ବେଦୀ ବନ୍ଧା, ସାଜସଜ୍ଜା ସହ ଭୋଜିଭାତର ଆୟୋଜନ ବି ଚାଲିଥିଲା । ହେଲେ ବର ଆସିବା ଆଗରୁ ନାବାଳିକାକୁ ପରିବାର ଲୋକେ ବିବାହ କରାଉଥିବା ଖବର ପାଇ ଗାଁରେ ପହଂଚି ବିବାହ ବନ୍ଦ କଲେ ଚାଇଲଡ ଲାଇନ ସଦସ୍ୟ । ବାଲେଶ୍ୱର ଜିଲ୍ଲା ସୋର ପୈାର ପରିଷଦରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା ।

ବଡଖୁରୀ ଗାଁର ଜଣେ ବ୍ୟକ୍ତିଙ୍କ ବଡ ଝିଅ ସହ ମେଘ ମାଧବ ଗାଁର ଜଣେ ଯୁବକଙ୍କ ସହ ଆଜି ବାହାଘର ସ୍ଥିର ହୋଇଥିଲା । ହେଲେ ଗତ ୧୭ ତାରିଖରେ ପ୍ରେମିକ ସହ ଫେରାର ହୋଇଯାଇଥିଲା ଝିଅ । ଏହାପରେ କନ୍ୟା ପରିବାର ବର ପରିବାର ଲୋକଙ୍କ ସହ ଆଲୋଚନା କରି ସମାନ ତିଥୀରେ ସାନ ଝିଅ ସହିତ ବିବାହ ପାଇଁ ସ୍ଥିର କରିଥିଲେ । କିନ୍ତୁ ସାନ ଝିଅ ନାବାଳିକା ଥିବା ଖବର ପାଇ ଖଇରା ଚାଇଲଡ ଲାଇନର ସଦସ୍ୟ ପୁଲିସ ସହ ବଡଖୁରୀ ଗାଁରେ ପହଂଚି ବିବାହ ବନ୍ଦ କରିଛନ୍ତି । ଏନେଇ ସୋର ଥାନାରେ ଚାଇଲଡ ଲାଇନ ଅଧିକାରୀ ସ୍ୱୟଂପ୍ରଭା ଦଳେଇ, ପଂଚାନନ ତ୍ରିପାଠୀ ଅଭିଯୋଗ କରିଛନ୍ତି । ପରେ ଝିଅର ବାପା ୧୮ ବର୍ଷ ପୂର୍ବରୁ ଝିଅର ବାହାଘର ନକରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଇଲଡ ଲାଇନ ସଦସ୍ୟମାନେ ଫେରିଯାଇଥିଲେ ।

from Kanak News
via <a href="https://ifttt.com/?

ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।

କନକ ବ୍ୟୁରୋ: ପୁଣି ଦେଶରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୭ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଖାପାଖି ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୩ ହଜାର ୯୯୩ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟା ଭିତରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୩୦୭ଜଣ । ଦେଶରେ କିଛି ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି ବଢ଼ିଛି ସଂକ୍ରମଣ ସଂଖ୍ୟା । ଫଳରେ ୫ଟି ରାଜ୍ୟକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ, ମଧ୍ୟପ୍ରଦେଶରେ କରୋନୋ ନେଇ ସତର୍କ ରହିବାକୁ ଆଲର୍ଟ କରାଯାଇଛି । ଦେଶରେ ଏବେ ସମୁଦାୟ କରୋନା ସଂକ୍ରମଣ ସଂଖ୍ୟା ୧କୋଟି ୯ଲକ୍ଷ ୭୭ ହଜାର ୩୮୭ ରହିଛି । କରୋନାରେ ୧ଲକ୍ଷ ୫୬ ହଜାର ୨୧୨ ଜଣଙ୍କ ପ୍ରାଣହାନି ହୋଇଛି । ଏବେ ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧ ଲକ୍ଷ ୪୩ ହଜାର ୧୨୭ଜଣ ।

ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପରେ ଏବେ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣ ରାଜ୍ୟରେ କମ ରହିଛି । ତେବେ ଯଦି ଆଗକୁ ସ୍ଥିତି ଖରାପ ଆଡ଼କୁ ଗତି କରେ ଆବଶ୍ୟକ ପଡିଲେ ଲକଡାଉନ କରାଯାଇପାରେ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ମହାରାଷ୍ଟ୍ର ଓ କେରଳରେ ଲକଡ଼ାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢିନି । ଲୋକେ ନିଜେ ସଚେତନ ରହିଲେ, ଲକଡ଼ାଉନ ଏଡ଼ାଇ ହେବ । ପ୍ରତିଦିନ ଆମ ସର୍ଭିଲେନ୍ସ ଟିମ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତିି । କିନ୍ତୁ ୪କୋଟି ଲୋକଙ୍କୁ ପାଖକୁ ଯାଇ ହେବନି । ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ଅନ୍ୟପଟେ କରୋନା ପାଇଁ କଡ଼ାକଡ଼ି ହେବ କଟକଣା । ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି ହେବ । ରାଜଧାନୀରେ ଅଧିକା ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । କମିଶନରେଟ ପୋଲିସର ଏଫୋର୍ସମେଂଟ ଟିମ୍ ଏ ଦିଗରେ କାର୍ଯ୍ୟ କରୁଛି । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାସ ।

from Kanak News
via <a href="https://ifttt.com/?

ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି , ଆନ୍ଧ୍ର ବେଆଇନ୍ ଭାବେ ଓଡିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି । ଏହା ସମ୍ବିଧାନର ବିରୋଧୀ ଅଟେ । ତା ସହିିତ ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା କରୁଛି । ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଏହା ଉଲ୍ଲଘଂନ ଅଟେ । ତେଣୁ ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକିବାକୁ ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି ।

କୋଟିଆ ଓଡିଶାର ଅବିଚ୍ଛେଦ ଅଙ୍ଗ । ୧୯୩୬ ମସିହାରୁ କୋଟିଆ ଓଡିଶାର ଅପ୍ରତ୍ୟାଶିତ ଅଙ୍ଗ ହୋଇ ରହିଆସିଛି । ୧୯୪୨ ମସିହାରେ ଓଡିଶା, ବିହାର ଓ ମଧ୍ୟପ୍ରଦେଶର ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣ ରହିଛି । ସେ ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମ ପଞ୍ଚାୟତର ସାତଟି ଗାଁ ଓଡିଶାର ବୋଲି ନିଦ୍ଧାରଣ କରାଯାଇଥିଲା । ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ୍ ଭାବେ ନିର୍ବାଚନ କରୁଛି । ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଅନୁଧ୍ୟାନ କରିବା ସହିତ ତାଙଅକ ଜିଲ୍ଲା ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଦୀପ୍ତ ନାଏକ ନିଜ ଚିଠିରେ ଲେଖିଛନ୍ତି ।

from Kanak News
via <a href="https://ifttt.com/?

ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ସତ୍ୱେ ଗୃହରେ ଧାନ ସଂଗ୍ରହକୁ ନେଇ ଉତ୍ତର ରଖିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଯାଏ ୨୧ ପ୍ରତିଶ୍ରତ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ବର୍ତମାନ ସୁଦ୍ଧା ୯ ଲକ୍ଷ ୯୩ ହଜାର ଚାଷୀଙ୍କୁ ସରକାର ଧାନ ବିକ୍ରି କରିଛନ୍ତି । ଏବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଯାଇଛି । ଧାନର କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସଂପର୍କରେ ଜଣାଇଦିଆଯାଉଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣାଯିବ ନାହିଁ । କେବଳ ପଂଜିକୃତ ଚାଷୀଙ୍କ ଦାନ କିଣାଯିବ ବୋଲି ସମବାୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହକୁ ଗତକାଲି ବିରୋଧୀ ଅଚଳ କରିଦେଇଥିଲେ । ଆଜି ମଧ୍ୟ ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ବିଧାୟକ ହୋହାଲ୍ଲା କରିଥିଲେ ।

ବିଧାନସଭାରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ । ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । ବିଜେପି ବିଧାୟକ ମାନେ କହିଛନ୍ତି, ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି । ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତ୍ତର ରଖିଲେନି । ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ ।

ମୋସନ ଆକାରରେ ମୁଲତବୀ ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସରକାର ପଳାୟନପନ୍ଥୀ ସାଜିଛନ୍ତ ଓ ଆଲୋଚନାକୁ ଭୟ କରୁଛନ୍ତି ବୋଲ ି କହିଛନ୍ତି ନରସିଂହ ମିଶ୍ର ।

from Kanak News
via <a href="https://ifttt.com/?

ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।

କନକ ବ୍ୟୁରୋ: ରାଜରାସ୍ତାରେ ଧାନ ବସ୍ତା ପକାଇ ଚାଷୀଙ୍କ ବିରୋଧ ପ୍ରଦର୍ଶନ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଇଁବିଲ ଛକ ନିକଟରେ ଧନା ବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାଜପୁର-କାମାକ୍ଷନଗର- ଅନୁଗୁଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କାମାକ୍ଷନଗର ବ୍ଲକ କାଦୁଆ ସେବା ସମବାୟ ସମିତି ଅନ୍ତର୍ଗତ ୧୦ଟି ଗାଁର ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ଟୋକନ ଅବଧି ସରିଯିବାକୁ ବସିଲାଣି ହେଲେ ଧାନ କିଣାଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡିରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଚାଫଲା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ବିକ୍ଷୋଭ କରିଛନ୍ତି । ବିନା କାରଣରେ ୧୧୭ ଜଣ ଚାଷୀଙ୍କ ଟୋକନ ବାତିଲ ହେବା ପରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ପ୍ରକୃତ ଚାଷୀଙ୍କ ଠାରୁ ଧାନ ନକିଣି ବାହାର ଲୋକଙ୍କ ଠାରୁ ଧାନ କିଣିବା ପାଇଁ ସମିତିର ସଂପାଦକ ଓ ଡାଟା ଏଂଟ୍ରି ଅପରେଟର ମିଶି ଚଂଚକତା କରିଥିବା ଅଭିଯୋଗ ହୋଇଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ଧାନ ମଣ୍ଡିରୁ ଆସିଛି ଚାଷୀ ଦୁର୍ଦ୍ଦଶାର ଚିତ୍ର । ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ, ହେଲେ ଟାର୍ଗେଟ ନାହିଁ କହି ଧାନ କିଣାଯାଉ ନାହିଁ । ଫଳରେ ଦିନ ରାତି କଷ୍ଟ ଉପାର୍ଜିତ ଧାନକୁ ଜଗି ରହିଛନ୍ତି ଚାଷୀ । ରାଜନଗର ବ୍ଲକରେ ପଞ୍ଜିକୃତ ୬ହଜାର ୪ଶହ ୯୭ ଚାଷୀଙ୍କ ମଧ୍ୟରୁ କେବଳ ୨ହଜାର ୪୯୬ ଚାଷୀ ଧାନ ବିକ୍ରି କରିପାରିଛନ୍ତି । ଅବଶିଷ୍ଟ ଚାଷୀ କେବେ ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡ଼ିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started