ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ

କନକ ବ୍ୟୁରୋ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା  ସିତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଏଭଳି ଭାବେ ତୈଳଦର ବୃଦ୍ଧି ହେବା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ଏହି ସମସ୍ୟାର ସମାଧାନ ପାଇଁ କେବଳ ଦର ହ୍ରାସ କରିବା ବ୍ୟତିତ ଅନ୍ୟ କିଛି କରି ଲୋକମାନଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କିଭଳି ଖୁଚୁରା ଉପଭୋକ୍ତାଙ୍କୁ କମ ଦାମରେ ତେଲ ଯୋଗାଇ ଦେଇ ପାରିବେ ସେ ନେଇ ଆଲୋଚନା କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

https://platform.twitter.com/widgets.js

ଏହାସହ ସେ କହିଛନ୍ତି କି ଓପିଇସି (ଅର୍ଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରି)  ଦେଶ ସମୁହ ମାନେ ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ କରୁଥିଲେ ତାହା ହ୍ରାସ ପାଇବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ତେଲର ଦାମ ସରକାରଙ୍କ ନିୟନ୍ତ୍ରଣରେ ନଥିବା ବେଳେ ଏହାକୁ ଟେକନିକ୍ ଆଧାରରେ ମୁକ୍ତ କରାଯାଇଛି । ଫଳରେ ତୈଳ କମ୍ପାନୀ ମାନେ କଚ୍ଚା ତେଲ କିଣି ତାହାକୁ ବିଶୋଧିତ କରି ବିକ୍ରି କରୁଛନ୍ତି । ତେଣୁ ଏହାର ଦାମ  ନିୟନ୍ତ୍ରଣ ସେମାନଙ୍କ ଉପରେ ନିର୍ଭର କରୁଛି ।

କହିରଖୁ କି ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ସେହି ସମୟରେ ଆସିଛି ଯେତେବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଆକାଶଛୁଆଁ ହୋଇଛି । ଏହାକୁ ନେଇ କେନ୍ଦ୍ରସରକାର ବିରୋଧୀଦଳଙ୍କ ଟାର୍ଗେଟ୍ କୁ ଚାଲି ଆସିଛନ୍ତି । ଶନିବାର ଦିନ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ପାର କରିଛି । ଏହାସହ ଡିଜେଲ ଲିଟର ପିଛା ବି ୮୮ ଟଙ୍କାରେ ପହଂଚିଛି । ସାର୍ବଜନୀକ ସ୍ତରରେ ଶନିବାର ଦିନ ତୈଳ କମ୍ପାନୀ ମାନେ ପେଟ୍ରୋଲ ଲିଟର ପିଛା ଦାମ ୩୯ ପଇଷା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ଦାମ ୩୭ ପଇଷା ବୃଦ୍ଧି କରିଛନ୍ତି ।

from Kanak News
via <a href="https://ifttt.com/?

ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ

କନକ ବ୍ୟୁରୋ : ଦିନେ ନା ଦିନେ ବିଶ୍ୱରେ ଜଳ ସଂକଟ ଦେଖା ଦେବ । ହେଲେ ତାହା ପୂର୍ବରୁ ଆମେରିକା ଭଳି ଦେଶରେ ଲୋକମାନେ ଯେ ଜଳ ଅଭାବରୁ ବରଫକୁ ତରଳାଇ ବ୍ୟବହାର କରିବେ ତାହା ଭାବିବା ଅସମ୍ଭବ ଥିଲା । ହେଲେ ଏବେ ସେହି ପରିସ୍ଥିତି ଦେଖା ଦେଇଛି । ଆମେରିକାର ଦେଢ କୋଟି ଲୋକ ଜଳ ଅଭାବରୁ ବରଫ ତରଳାଇ ତାହାକୁ ବ୍ୟବହାର କରୂୁଛନ୍ତି ।

ଆମେରିକାର ଟେକ୍ସାସରେ ଚଳିତ ମାସ ଫେବୃଆରୀ ୧୦-୧୧ ତାରିଖରେ ଆସିଥିବା ବରଫ ଝଡରେ ଇଲେକ୍ଟ୍ରିସିଟି ଗ୍ରିଡ ଫେଲ ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ପରିବାର କିଛିଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଲେ । ଏହାସହିତ ଏତେ ଥଣ୍ଡାରେ ବି ଲୋକମାନେ ବିନା ହିଟରରେ ରହିବାକୁ ବାଧ୍ୟ ହେଲେ । ସବୁଠାରୁ ବଡକଥା ଏବେ ସେଠାରେ ଏତେ ପରିମାଣର ତାପମାତ୍ରା କମ ରହିଛି କି ପାଣି ଯୋଗାଣ ପାଇଁ ବ୍ୟବହୃତ ପାଇପ୍ ଗୁଡିକ ଫାଟି ଯାଇଛି । ଫଳରେ ଲୋକମାନଙ୍କ ନିକଟରେ ପାଣି ପହଂଚାଯାଇ ପାରୁନାହିଁ ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପାଣି ଯୋଗାଣ ହୋଇପାରୁ ନଥିବାରୁ ସେଠାରେ ଲୋକମାନେ ବରଫକୁ ଏକାଠି କରି ତାକୁ ଗରମ କରୁଛନ୍ତି । ଏଥିରୁ ଯେଉଁ ପାଣି ବାହାରୁଛି ତାକୁ ଲୋକମାନେ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଏହାର ସୁଯୋଗ ନେଇ ବୋତଲ ପାଣି ବ୍ୟବସାୟୀ ମାନେ ପାଣିର ଦାମକୁ ଆକାଶଛୁଆଁ କରିଦେଇଛନ୍ତି । ତଥାପି ଲୋକମାନେ ବୋତଲ ପାଣି ନେବାକୁ ଲମ୍ବା ଲାଇନ ଲଗାଉଥବା ଦେଖିବାକୁ ମିଳିଛି । କହିରଖୁ କି ଆମେରିକାର ଟେକ୍ସାସ୍ ସହରରେ ପାଖା ପାଖି ୨.୯ କୋଟି ଲୋକ ବସବାସ କରନ୍ତି । ଏବେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ଜଳ ସଂକଟର ସାମ୍ନା କରୁଛନ୍ତି । ସେପଟେ ବରଫ ତରଳାଇବା ପରେ ଯେଉଁ ପାଣି ମିଳୁଛି ତାହା ସ୍ୱାସ୍ଥ୍ୟପାଇଁ ବିପଦ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ ।

କନକ ବ୍ୟୁରୋ : ଦୀର୍ଘ ୮୭ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ଏହି ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରୁଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା କାଲି (ରବିବାର) ଚାଷୀ ନେତାମାନଙ୍କ ସହିତ ବୈଠକ କରିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଏନେଇ ଚାଷୀ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ଏକ ବୈଠକ କରିବେ । ଏହି ବୈଠକରେ  ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦଳର ଅନ୍ୟକିଛି ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୃଷି ବିଲ୍ ସଂପର୍କରେ ଆଲୋଚନା ହେବା ସହ ଆନ୍ଦୋଳନର ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ଯୋଗ ଦେବାକୁ ଥିବା ବଡ ବଡ ଚାଷୀ ନେତା ମାନେ ବିଧାନସଭା ପରିସରରେ ମଧ୍ୟାହ୍ନ ଭୋଜନ କରିବେ ବୋଲି କୁହାଯାଇଛି । କହି ରଖୁ କି କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ସହ ଚାଷୀ ନେତା ମାନଙ୍କର ଯେତେଥର ବୈଠକ ହୋଇଛି , ସବୁ ବୈଠକରେ ଚାଷୀ ନେତା ମାନେ କେନ୍ଦ୍ରସରକାରଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ନାହାନ୍ତି । ହେଲେ କାଲି ଏକ ରାଜନୈତିକ ଦଳ ସହ ବୈଠକ ଅବସରରେ ପ୍ରଥମ ଥର ପାଇଁ ଚାଷୀ ନେତା ମାନେ କୌଣସି ସରକାର ଠାରୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆନ୍ଦୋଳନର ରଣନୀତି ବଦଳିବ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି ସେପ୍ଟେମ୍ବର ମାସରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ୮୭ ଦିନ ହେବ କୃଷକ ମାନେ ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରୀ ରଖିଛନ୍ତି । ଏହି କ୍ରମରେ କୃଷକ ମାନେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ନେତା ମାନଙ୍କୁ ମଞ୍ଚକୁ ଚଢିବାର ସୁଯୋଗ ଦେଇ ନାହାନ୍ତି । ହେଲେ ଏବେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରାଯାଉଛି । ଏହାକୁ ନଜରରେ ରଖି କଂଗ୍ରେସ , ଆରଏଲଡି ଭଳି ଦଳ ମାନେ ଭିନ୍ନ ଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରୁଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।

କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ । ଏହି ଭିଡିଓରେ ଦୁଇ ଦେଶର ସେନା ମୁହାଁମୁହିଁ ହେଉଛନ୍ତି । ଗୋଟିଏ ପଟେ ଚୀନ ସେନା ରହିଥିବାବେଳେ ଅନ୍ୟ ପଟେ ଭାରତୀୟ ସେନା ରହିଛି । ଚୀନ ସେନା ପଟରେ ଶୀତ ପୋଷାକ ପିନ୍ଧିଥିବା ବ୍ୟକ୍ତି ପିଏଲଏର ଜଣେ ବରିଷ୍ଠ ଅଧିକାରୀ । କୁହାଯାଉଛି ନିକଟରେ ଏହି ଅଧିକାରୀଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରିଛି ଚୀନ । କାରଣ ଗତବର୍ଷ ଜୁନରେ ଗଲୱାନ ଗଣ୍ଡଗୋଳ ବେଳେ ଭାରତୀୟ ସେନାକୁ ଅଟକାଇବାର ଦମ୍ଭ ଦେଖାଇଥିଲେ ପିଏଲଏର ଏହି ଅଧିିକାରୀ ଜଣକ ।

ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛନ୍ତି ଜିନପିଙ୍ଗ ସରକାର । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି । ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଥିଲା ଚୀନ ମିଡିଆ ପିପୁଲ୍ସ ଡେଲି । ଏବେ ଚୀନର ଏକାଧିକ ମିଡ଼ିଆରେ ଏହି ଖବର ପ୍ରସାରଣ ହୋଇଛି । ଏପରିକି ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମସରେ ମଧ୍ୟ ୪ ସୈନିକଙ୍କୁ ମରଣୋତର ସମ୍ମାନ ପ୍ରଦାନ କରାଯିବା ପ୍ରସାରଣ ହୋଇଛି ।

from Kanak News
via <a href="https://ifttt.com/?

ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି 

କନକ ବ୍ୟୁରୋ : ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଛି ଏଭଳି ଅଭାବନୀୟ  ଦୃଶ୍ୟ । ବହି ପୋଡିବା ସହ ନାରାବାଜି କରିଛନ୍ତି, ପ୍ରତିବାଦକାରୀ ଚାଷୀ । ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ଏଭଳି ଆନ୍ଦୋଳନ କରିଛନ୍ତି ଚାଷୀ । 

ଦିନକୁ ଦିନ ବଢିଚାଲିଛି ଚାଷୀଙ୍କ ସମସ୍ୟା । କୃଷି ଆଇନକୁ ନେଇ ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟରେ ଚାଷୀଙ୍କୁ ଟେନସନ୍ ଦେଉଛି ମଣ୍ଡି ସମସ୍ୟା । ମଣ୍ଡିରୁ ଧାନ ବିକ୍ରି ହୋଇ ପାରୁନି, ପଡି ପଡି ନଷ୍ଟ ହେଉଛି କ୍ୱିଣ୍ଟାସ କ୍ୱିଣ୍ଟାଲ ଧାନ । ଆଉ ଏହିଭଳି କିଛି ଘଟଣା ଆସିଛି ପଦ୍ମପୁରରୁ । ମଣ୍ଡି ସମସ।। କାରଣରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଧାନ ବୋଝେଇ ଟ୍ରାକ୍ଟର ରଖି ଧାରଣା ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଚାଷୀଙ୍କ ସମସ୍ୟା? କେବେ ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେବେ?

from Kanak News
via <a href="https://ifttt.com/?

ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ 

କନକ ବ୍ୟୁରୋ : କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ  ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା ।
ମହାରାଷ୍ଟ୍ର, ଝାରଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେ ଭେଟିଥିଲେ ଦଳର ଶୀର୍ଷ ନେତା । କିଛି ସାଂଗଠାନିକ ଅଧିକାରୀଙ୍କ ସହ ରାଜ୍ୟ ସ୍ତରୀୟ ମନ୍ତ୍ରୀ ଏହି ଚର୍ଚାରେ ଭାଗ ନେଇଥିଲେ । ଏଥିରେ ରାଜ୍ୟ ସଂଗଠନ ଗୁଡିକୁ ଦଳର ଆର୍ଥିକ  ଭାର ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଗକୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ରହିଛି । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବ । ତେଣୁ ଦଳ କ୍ଷମତାରେ ଥିବା ରାଜ୍ୟ ଗୁଡିକୁ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ କୁହାଯାଇଛି । ଦଳ ଏବେ ପଂଜାବ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାରେ ରହିଛି । ମହାରାଷ୍ଟ୍ର ଓ ଝାରଖଣ୍ଡରେ ଭାଗୁଆଳି ସରକାର ଚଳାଇଛି । ୨୦୧୪ରେ ୟୁପିଏ କ୍ଷମତାରୁ ଯିବା ଦିନରୁ ରାଜ୍ୟ ନିର୍ବାଚନରେ ମଧ୍ୟ ଦଳ ପ୍ରଭାବ ହରାଇଛି ।କୁହାଯାଇଛି ଏସଓଏସ -ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜ ବଂଚାଅ ବୋଲି ଦଳର ଟପ ନେତା ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା

କନକ ବ୍ୟୁରୋ : ଆଜିକା ଦିନରେ ନିଜର ଘରଖଣ୍ଡେ ବନାଇବା କେତେ ଯେ କଷ୍ଟ । ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥଳେ ଘର ନୁହେଁ ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ଜଣେ ରାଜକୁମାର ମାତ୍ର ଭାରତୀୟ ମୁଦ୍ରା ୮୭ ଟଙ୍କାରେ ବିକିଦେବା ଖବର ଆପଣଙ୍କୁ ଚକିତ କରିପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ।

ବର୍ଲିିନର ଜଣେ ରାଜକୁମାର ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେଇଛନ୍ତି । ଏହି ଖବର ଶୁଣିବା ପରେ ରାଜା ତାଙ୍କ ପୁଅ ନାମରେ ମାମଲା ଦାୟର କରିଛନ୍ତି ।

ଜର୍ମାନ ସହରର ହନୋୱରର ରାଜା ଅର୍ନଷ୍ଟ ଅଗଷ୍ଟ ଜୁନିୟର ନିଜର ୧୩୫ କୋଠରି ବିଶିଷ୍ଟ ରାଜମହଲ ବିକିବା ଖବର ଏବେ ବେସ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜା ଅର୍ନଷ୍ଟ ଅଗଷ୍ଟଙ୍କ ‘ମ୍ୟାରିନବର୍ଗ’ ନାମକ ରାଜମହଲକୁ ୨୦୦୦ ମସିହାରେ ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ୧୮ ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଅର୍ନଷ୍ଟ ଅଗଷ୍ଟ ଜୁନିୟର ଏହି ରାଜମହଲକୁ ବିକିବାକୁ ଘୋଷଣା କରିଥିଲେ । ହେଲେ ଏହି ମହଲକୁ ନେବାକୁ କେହି ଆଗ୍ରହ ପ୍ରକାଶ ନକରିବାରୁ ସେ ତାକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି । ଏନେଇ ସେ କହିଛନ୍ତି କି ଏହି ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକତା ରହିଛି । ହେଲେ ଏତେ ଗୁଡିଏ ଟଙ୍କା ତାଙ୍କ ପାଖରେ ନଥିବାରୁ ସେ ଏହାକୁ ବାଧ୍ୟ ହୋଇ ବିକ୍ରି କରିଦେଇଛନ୍ତି ।

ଅନ୍ୟପଟେ ରାଜକୁମାରଙ୍କର ଏଭଳି କାରବାର ଦେଖି ଅଷ୍ଟ୍ରିଆର ରାଜା ଏବେ ରାଜକୁମାରଙ୍କ ନାମରେ ମାମଲା ଦାୟର କରିବା ସହ ଏକ ଲଜ୍ ରେ ଭଡା ନେଇ ରହୁଛନ୍ତି । ରାଜା ଅଭିଯୋଗ କରିଛନ୍ତି କି ତାଙ୍କୁ ତାଙ୍କ ପୁଅ ମାନେ ଆର୍ଥିକ ସହାୟତା ଦେଉ ନାହାନ୍ତି । କହିରଖୁ କି ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟର ବ୍ରିଟେନର ରାଣି ଏଲିଜାବେଥ୍ ଙ୍କର କାକା ପୁଅ ଭାଇ ଅଟନ୍ତି ।

from Kanak News
via <a href="https://ifttt.com/?

ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ 

କନକ ବ୍ୟୁରୋ : ବିଧାନସଭାରେ ମଣ୍ଡି ତାତି । ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ ।  ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । 

ବିଜେପି ବିଧାୟକ ମାନେ କହିଛନ୍ତି,  ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି ।  ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତର ରଖିଲେନି । ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ । ମୋସନ ଆକାରରେ ମୁଲତବୀ ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସରକାର ପଳାୟନପନ୍ଥୀ ସାଜିଛନ୍ତ ଓ ଆଲୋଚନାକୁ ଭୟ କରୁଛନ୍ତି ବୋଲ ି କହିଛନ୍ତି ନରସିଂହ ମିଶ୍ର  ।

from Kanak News
via <a href="https://ifttt.com/?

ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।

କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଜଳବାୟୁ ଆକ୍ଟିଭିଷ୍ଟ ଦିଶାରବିଙ୍କ ସମର୍ଥନରେ ସାରା ବିଶ୍ୱରୁ ଆବାଜ ଉଠୁଛି । ବିଦେଶୀ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରେ ଆମେରିକାର ପରିବେଶ ଆକ୍ଟିଭିଷ୍ଟ ଆଲେକଜାଣ୍ଡ୍ରିଆ ବିଲାସେନୋର ବି ଦିଶାଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବା ମାନବିକ ଅଧିକାର । ହେଲେ ଏଭଳି ଭାବେ ଗିରଫ୍ କରି କାହାରିକୁ ଚୁପ୍ କରାଯାଇ ପାରିବ ନାହିଁ ।

ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ‘ମୁଁ ଦିଶାରବିଙ୍କୁ ଜାଣିଛି , ସେ ଜଣେ ଖ୍ୟାତିସମ୍ପର୍ଣ୍ଣ ଜଳବାୟୁ କାର୍ଯ୍ୟକର୍ତ୍ତା ସହ ଜଣେ ଭଲ ମଣିଷ ’ । ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା କେବେ ଅପରାଧ ନୁହେଁ । ଏଭଳି ଭାବେ ଗିରଫ୍ କରି କାହାରି ମୁହଁ ବନ୍ଦ କରାଯାଇ ପାରିବ ନାହିଁ । ଏହା ସହ ସେ ଦିଶାରବିଙ୍କୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ।

https://platform.twitter.com/widgets.js

ଆଲେକଜାଣ୍ଡ୍ରିଆ ବିଲାସେନୋରଙ୍କ ପୂର୍ବରୁ ଗ୍ରେଟା ଥନବର୍ଗ ଦିଶାରବିଙ୍କ ସମର୍ଥନରେ ବି ଟ୍ୱିଟ୍ କରିଥିଲେ । ସେ ତାଙ୍କ ଟ୍ୱିଟ୍ ରେ ଲେଖିଥିଲେ କି ସ୍ୱାଧିନ ଅଭିବ୍ୟକ୍ତି, ଶାନ୍ତିପୂର୍ଣ୍ଣ ବିରୋଧ, ଓ ସଭା କରିବା ସବୁ ମଣିଷଙ୍କର ଅଧିକାର, ଏହା କୌଣସି ବି ଲୋକତନ୍ତ୍ରର ମୂଳଦୁଆ ହେବା ଉଚିତ୍ ।
କହିରଖୁ କି ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଦିଶାରବିଙ୍କୁ ଗିରଫ୍ କରିଥିଲା । ଗତକାଲି ତାଙ୍କୁ ପଟିଆଲ ହାଉସକୋର୍ଟରେ ହାଜିର କରି ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏନେଇ ଦିଶାରବିଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୂୁଣାଣି ହେବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ମୁମ୍ବାଇ ରାସ୍ତାରେ ପତ୍ନୀଙ୍କ ସହ ବାଇକରେ ଏମିତି ବୁଲୁଥିଲେ ଅଭିନେତା ବିବେକ ଓବ୍ରାଇ । ଭିଡିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ

କନକ ବ୍ୟୁରୋ : ବିବେକ ଓବ୍ରାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମି ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଛନ୍ତି । କହିରଖୁ କି ବିବେକଙ୍କର ଏହି ଭିଡିଓ ଏଥିପାଇଁ ଭାଇରାଲ ହେବାରେ ଲାଗିଛି କି ଗାଡି ଚଳାଉଥିବା ବେଳେ ନା ବିବେକଙ୍କ ମୁଣ୍ଡରେ ରହିଛି ହେଲମେଟ୍ ନା ମୁହଁରେ ମାସ୍କ ।

ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକ କାର୍ଯ୍ୟକତ୍ତା ମୀନୁ ବର୍ଗିସ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ରାଜ୍ୟ ପୋଲିସକୁ ଯାତାୟତ ନିୟମର ଉଲଙ୍ଘନ କରିଥିବା ନେଇ ବିବେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ବିନା ହେଲମେଟ୍ ରେ ଗାଡି ଚଳାଇବା ଅପରାଧରେ ବିବେକଙ୍କ ନାମରେ ଏକ ଇ-ଚାଲାଣ ଜାରି କରିଛନ୍ତି । ଏହାସହ ସାନ୍ତାକ୍ଲଜ ଟ୍ରାଫିକ୍ ପୋଲିସ ପକ୍ଷରୁ ବିବେକଙ୍କ ଉପରେ ଜରିମାନା ଲଗାଯାଇଛି ।

ସୂଚନା ଥାଉକି ବିବେକ ଓବ୍ରାଇ ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ  ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କି ସେ ତାଙ୍କ ପତ୍ନୀଙ୍କ ସହିତ ଫଲ୍ମ ‘ସାଥିଆ’ ଷ୍ଟାଇଲରେ ମୁମ୍ବାଇ ରାସ୍ତାରେ ବାଇକ୍ ଚଳାଇ ମଜା ନେଉଥିଲେ । ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ବିବେକ ଲେଖିଥିଲେ କି ମୁଁ, ମୋ ପତ୍ନୀ ଓ ତାହା ସହିତ ଭାଲେଣ୍ଟାଇନ ଡେ ଆରମ୍ଭ କରିଛୁ । ଏହି ଭିଡିଓ କିନ୍ତୁ ବିବେକଙ୍କ ପାଇଁ କାଳ ହୋଇଗଲା । ଏହି ଭିଡିଓକୁ ସମାଜିକ କାର୍ଯ୍ୟକର୍ତ୍ତା ମୀନୁ  ବର୍ଗିସ ଦେଖିବା ପରେ ଅଭିଯୋଗ କରି ପୋଷ୍ଟଟିକୁ ମୁମ୍ବାଇ ପୋଲିସକୁ ଟ୍ୟାଗ କରିଥିଲେ । ଯାତାୟତ ନିୟମ ଭଙ୍ଗ କରିଥିବାରୁ ବିବେକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ଏହାପରେ ମୁମ୍ବାଇ ପୋଲିସ ବିବେକଙ୍କ ନାମରେ ଇ- ଚାଲାଣ ପଠାଇବା ସହ ସନ୍ତାକ୍ଲଜ ଟ୍ରାଫିକ୍ ପକ୍ଷରୁ ବିବେକଙ୍କ ଜରିମାନା କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started