ସିକିମର ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା । ୩ଦିନ ତଳେ ଉତର ସିକିମର ନାକୁ ଲା’ ଅଂଚଳରେ ଚୀନ ସେନାର ଅନୁପ୍ରବେଶ ବେଳେ ବାଧା ଦେଲା ଭାରତ, ୨ ଦେଶର ସୈନା ହାତାହାତି, ୪ ଭାରତୀୟ ଯବାନ ଓ ୨୦ ଚୀନ ସୈନିକ ଆହତ ସୂଚନା

କନକ ବ୍ୟୁରୋ : ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି । ଏପଟେ ଆଲୋଚନା ଟେବୁଲରେ ସେନା ପ୍ରତ୍ୟାହାର କରିବା ନେଇ ପ୍ରତିଶ୍ରୁତି ଦେଉଛି । ସେପଟେ ସୀମାରେ ସୈନ୍ୟ ଅନୁପ୍ରବେଶ ପାଇଁ ଚଳାଇଛି ଷଡ଼ଯନ୍ତ୍ର । ପୁଣି ଲଦାଖ ସୀମାରେ ଉତ୍ତେଜନା । ପୁଣି ସୀମାରୁ ଆସିଲା ଭାରତ-ଚୀନ ସେନା ହାତାହାତିର ଖବର । ଉତ୍ତର ସିକିମର ନାକୁ ଲା’ରେ ଭାରତ ସୀମା ଭିତରକୁ ଚୀନ୍ ସେନା ପ୍ରବେଶ ବେଳେ ଭାରତୀୟ ଯବାନ ବାଧା ଦେବାରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏହି ସଂଘର୍ଷରେ ଚୀନର ପାଖାପାଖି ୨୦ସୈନିକ ଆହାତ ହୋଇଥିବା ବେଳେ ୪ଜଣ ଭାରତୀୟ ଯବାନ ଆହାତ ହୋଇଛନ୍ତି । ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପରେ ପଛକୁ ହଟିଛି ଚୀନ୍ ସେନା । 

ପୂର୍ବରୁ ସୀମାରେ ଉତ୍ତେଜନା କମାଇବା ଏବଂ ସୀମାରୁ ସେନା ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବୈଠକ ବସିସାରିଛି କିନ୍ତୁ ଆଜି ଯାଏଁ କୌଣସି ସୁଫଳ ଦେଖିବାକୁ ମିଳିନି । ସୀମାରେ ଚୀନ୍ ସେନା ସବୁବେଳେ ଭାରତକୁ ଉସୁକାଇଲା ଭଳି କାର୍ଯ୍ୟ ଜାରି ରଖିଛି । ତେବେ ଚୀନର ଏପରି ହରକତ ବନ୍ଦ କରିବା ପାଇଁ ଗତକାଲି ଭାରତୀୟ ବାୟୁସେନା ମୁଖ୍ୟ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ତଥାପି ଚୀନ୍ ସୁଧୁରିବାର ନାଁ ଧରୁନି । ଯଦି ବେଳ ଥାଉ ଥାଉ ଚୀନ ନସୁଧୁରେ ତେବେ ଏହି ଉତ୍ତେଜନା ଆଗକୁ ଯେ ଯୁଦ୍ଧର ରୂପ ନନେବ ତା କହି ହେବନି । କାରଣ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ଭାରତ ।

from Kanak News
via <a href="https://ifttt.com/?

ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ସୁରକ୍ଷା ଯାଂଚ୍ କଲେ ଭୁବନେଶ୍ୱର ଡିସିପି; ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ

କନକ ବ୍ୟୁରୋ : ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗତକାଲି ଫୁଲ ଡ଼୍ରେସ ରିହସର୍ଲ ଶେଷ ହୋଇଛି । ଆଜି ଗାନ୍ଧୀମାର୍ଗର ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକନିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବିନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯିବ ।

from Kanak News
via <a href="https://ifttt.com/?

ନୂଆପଡ଼ାରେ ବାଘ ଆତଙ୍କ: ଗାଁ ପାଖ ପାହାଡ଼ରେ ବାଘ ବୁଲିବା ପରେ ଲୋକଙ୍କ ଭିତରେ ଛନକା; ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ

କନକ ବ୍ୟୁରୋ: ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାହାଡ଼ରେ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଯାହାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘଟିକୁ ଦେଖି ଗାଁ ଲୋକେ ଏକାଠି ହୋଇ ହୋ ହାଲ୍ଲା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନଙ୍କ ପାଟି ଶୁଣି ବାଘଟି ପାହାଡ଼ ନିକଟରୁ ଦୌଡି ପଳାଉଥିବାର ଦେଖିବାକୁ ମିଳିଛି ।

ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଛି ବର୍ଷ ତଳେ ଖରିଆର ରୋଡ଼ ରେଂଜ ହଳଦୀ ଜଙ୍ଗଲରୁ ୨ଟି କଳରାପତରିଆ ବାଘକୁ ଧରି ନନ୍ଦନକାନନରେ ଛଡ଼ା ଯାଇଥିଲା । ଏବେ ପୁଣି ଏକ ବାଘ ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଛି । ବିଭାଗ ବାଘଟିକୁ କାବୁ କରିବାକୁ କୌଣସି ପଦକ୍ଷେପ ନେଇନଥିବା ବେଳେ କେବଳ ଲୋକଙ୍କୁ ସର୍ତକ ରହିବା ପାଇଁ ପରାମର୍ଶ ଦେଇଛି ।

from Kanak News
via <a href="https://ifttt.com/?

କରୋନା କାଳରେ ଆର୍ଥିକ ଅସଙ୍ଗତିକୁ ନେଇ ଅକ୍ସଫାମର ଚିନ୍ତାଜନକ ରିପୋର୍ଟ: ଧନୀ ହେଉଥିଲେ ଧନୀ, ଗରିବ ହେଉଥିଲେ ଗରିବ

କନକ ବ୍ୟୁରୋ: ଅନେକ ସମୟରେ ଚର୍ଚ୍ଚା ହୁଏ ଆମ ଦେଶରେ ୨ଟି ଭାରତ ରହିଛି । ଗୋଟିଏ ଖାଦ୍ୟ ଅନ୍ୱେଷଣରେ ଦୌଡ଼ୁଛି । ଅନ୍ୟ ଗୋଟିଏ ଖାଦ୍ୟ ହଜମ କରିବାକୁ ଦୌଡୁଛି, କହିବାର କଥା ହେଲା ଦେଶରେ ଗରିବ ଓ ଧନୀଙ୍କ ଭିତରେ ବିରାଟ ତାରତମ୍ୟ ରହିଛି । ସମାଜରେ ଥିବା ଏଭଳି ଅସଙ୍ଗତିକୁ ନେଇ ଅନେକ ସମୟରେ ସର୍ଭେ କରିଥାଏ ଅନ୍ତଜାର୍ତୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଅକ୍ସଫାମ । ମହାମାରୀ କରୋନା ସଂକଟ ସମୟରେ କିଭଳି ଦେଶରେ ଧନୀ ଅଧିକ ଧନୀ ହୋଇଛନ୍ତି ଏବଂ ଗରିବଙ୍କ ରୋଜଗାର ଚାଲିଯାଇଛି । ତାକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ ସଂସ୍ଥା ।

– କରୋନା କାଳରେ ରୋଜଗାର ହରାଉଥିଲେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ

– ୨୦୨୦ ଏପ୍ରିଲ ବେଳକୁ ପ୍ରତି ଘଂଟାରେ ୧ ଲକ୍ଷ ୭୦ ହଜାର ଲୋକ ଚାକିରି ହରାଉଥିଲେ

– କରୋନା କାଳରେ କିନ୍ତୁ ଆହୁରି ଧନୀ ହେଉଥିଲେ ଦେଶର ୧୦୦ ଜଣ କୋଟିପତି

– ୨୦୨୦ ମାର୍ଚ୍ଚରୁ ୨୦୨୧ ଜାନୁଆରୀରେ ୧୦୦ କୋଟିପତିଙ୍କ ଆୟ ୧୨.୯୮ ଲକ୍ଷ କୋଟି

– ଦେଶର ୧୩କୋଟି ୮୦ ଲକ୍ଷ ଗରିବଙ୍କ ଭାଗରେ ପଡିଥାନ୍ତା ୯୪ ହଜାର ଲେଖାଏଁ ଟଙ୍କା

– ଦେଶର ୧୧ ଜଣ ଶୀର୍ଷ କୋଟିପତିଙ୍କ ଆୟରେ ୧୦ ବର୍ଷ ଚାଲି ପାରିଥାନ୍ତା ମନରେଗା କାମ

– ସେହିପରି ୧୦ବର୍ଷ ଧରି ଚାଲି ପାରିଥାନ୍ତା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୋଜନା

– ୪୦ କୋଟି ଶ୍ରମିକଙ୍କୁ ୫ ମାସ ଧରି ଗରିବୀ ସୀମାରେଖା ଉପରକୁ ନେଇଯାଇଥାନ୍ତା ଅମ୍ବାନୀଙ୍କ ଆୟ

– ୧୧ କୋଟିପତିଙ୍କ ଆୟରେ ୧% ଟିକସ ବସାଇଲେ ୯ ଲକ୍ଷ ଆଶାକର୍ମୀଙ୍କୁ ୫ବର୍ଷ ଦେଇହେବ ଦରମା

– ସେହିପରି ଦେଶରେ ଚାଲିଥିବା ଜନ ଔଷଧୀ କାର୍ଯ୍ୟକ୍ରମରେ ୧୪୦ ଗୁଣା ବୃଦ୍ଧି ଆସିପାରିବ

from Kanak News
via <a href="https://ifttt.com/?

ବାଇଡେନ୍ ପ୍ରଶାସନରେ ବରିଷ୍ଠ ପଦବୀ ପାଇଲେ ୪ ଭାରତୀୟ! ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଶକ୍ତି ବିଭାଗର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି

ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍‌ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି ।

ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ତନ୍ୟା ଦାସଙ୍କୁ ‘ଅଫିସ୍‌ ଅଫ୍‌ ସାଇନ୍‌ସ୍‌’ର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’, ନାରାୟଣ ସୁବ୍ରମଣିଆନ୍‌ଙ୍କୁ ’ଜେନେରାଲ୍‌ କାଉନ୍‌ସେଲ୍‌’ଙ୍କ କାର୍ଯ୍ୟାଳୟରେ ଆଇନଗତ ପରାମର୍ଶଦାତା ଏବଂ ସୁଚି ତଲତିଙ୍କୁ ‘ଜୀବାଶ୍ମ ଶକ୍ତି’ କାର୍ଯ୍ୟାଳୟର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି।

‘ଶକ୍ତି ବିଭାଗ’ ୧୯ଟି ବରିଷ୍ଠସ୍ତରୀୟ ନିଯୁକ୍ତି ଘୋଷଣା କରିବା ସମୟରେ ଶାହା କହିଥିଲେ, ଏହି ମେଧାବୀ ତଥା ବିବିଧ ସମ୍ପ୍ରଦାୟର ସରକାରୀ ଅଧିକାରୀମାନେ ଜଳବାୟୁ ସଙ୍କଟ ମୁକାବିଲା କରି ସନ୍ତୁଳିତ ସ୍ୱଚ୍ଛ ଇନ୍ଧନଯୁକ୍ତ ଭବିଷ୍ୟତ ନିମନ୍ତେ ବାଇଡେନ୍‌ଙ୍କ ଲକ୍ଷ୍ୟ ସାଧନ କରିବାରେ ସମର୍ଥ ହେବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ପାରଦର୍ଶିତା, ବିପୁଳ ଅଭିଜ୍ଞତା ସହ ବିଜ୍ଞାନକୁ ଅନୁସରଣ କରି ଶକ୍ତି ବିଭାଗରେ ନିଯୁକ୍ତ ଏହି ଅଧିକାରୀମାନେ ଏକ ସ୍ୱଚ୍ଛ ଶକ୍ତିସମ୍ପନ୍ନ ଅର୍ଥନୀତି ସୃଷ୍ଟି କରାଇବାରେ ଅବଦାନ ଦେବେ। ଏହାଦ୍ୱାରା ନିୟୁତ ନିୟୁତ ସଂଖ୍ୟାରେ ଉତ୍ତମ ବେତନଯୁକ୍ତ ଆମେରିକୀୟ କର୍ମସଂସ୍ଥାନ ସୃଷ୍ଟି ହେବ ଏବଂ ଉତ୍ତର ପିଢ଼ି ପାଇଁ ପୃଥିବୀକୁ ନିରାପଦ ରଖିବ।

from Kanak News
via <a href="https://ifttt.com/?

ଦିନଟିଏ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଚାଲିଛି ଜଗା ଦର୍ଶନ :  ଭକ୍ତଙ୍କ ଅସୁବିଧାକୁ ଦେଖି ବ୍ୟାରିକେଡକୁ ଛୋଟାଇ ଦେଲା ପ୍ରଶାସନ; ମରିଚକୋଟ ଛକରୁ ଶ୍ରୀମନ୍ଦିର ଯାଏଁ ଧାଡ଼ି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ

କନକ ବ୍ୟୁରୋ : ଭକ୍ତଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରେ ଥିବା ବ୍ୟାରିକେଡକୁ ଛୋଟ କରାଯାଇଛି । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି  ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା ।

ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡୁଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କନକ ନ୍ୟୁଜରେ ମଧ୍ୟ ଏନେଇ ଖବର ପ୍ରସାରଣ କରାଯାଇଥିଲା । ଅନେକ ବାଟ ଚାଲିବାକୁ ପଡୁଥିବାରୁ ବରିଷ୍ଠ ନାଗରିକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ ବୋଲି ପୁରୀ ଏସପି  ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା: ଆଜି ପଳାସପଲ୍ଲୀ କାର୍ଯ୍ୟାଳୟରେ ଯାଞ୍ଚ କରିବେ ଭିନ୍ନକ୍ଷମ କମିଶନର

କନକ ବ୍ୟୁରୋ: ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ମାମଲାର ହେବ ଯାଂଚ । ଆଜି ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟକୁ ଯାଇ ଯାଂଚ୍ କରିବେ ରାଜ୍ୟ ଭିନ୍ନକ୍ଷମ କମିଶନର । ଗତକାଲି କନକ ନ୍ୟୁଜକୁ ଏହି ସୂଚନା ଦେଇଥିଲେ ଭିନ୍ନକ୍ଷମ କମିଶନର ସୁଲଚନା ଦାସ । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ ।

ବିୟୁଟିପାର୍ଲଟର ଇନଷ୍ଟ୍ରକ୍ଟର ପଦବୀରେ ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଫେରାର ଦର୍ଶାଇ ୨ ମାସ ହେଲା ପୁଲିସ ଚୁପ ବସିଛି । ଏହି ମାମଲାରେ ନିଜ ଆଡ଼ୁ ଯାଂଚ୍ ଆରମ୍ଭ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ।

from Kanak News
via <a href="https://ifttt.com/?

ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ୍ ! କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡ଼େଲାଙ୍ଗ ରୋଜି ବେହେରାଙ୍କ ପାଇଁ ବଢିଆସିଲା ସହାୟତାର ହାତ: ସାର୍ଟିଫିକେଟ୍ ମୁକୁଳାଇବାକୁ ୨୫ ହଜାର ଟଙ୍କା ଦେଲେ ଅଭିନେତ୍ରୀ ରାନୀ ପଣ୍ଡା

କନକ ବ୍ୟୁରୋ: ସାର୍ଟିଫିକେଟ୍ ମୁକୁଳାଇବାକୁ ଇଂଜିନିୟରିଂ ଛାତ୍ରୀ ଗାଁ ଦାଣ୍ଡରେ ମାଟି କାମ କରିବା ଖବର ପ୍ରସାରଣ ପରେ ସହାୟତା ପାଇଁ ଆଗେଇ ଆସିଲେ ରାନୀ ପଣ୍ଡା । ମଂଚ କଳାକାର ଭାବେ ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିବା ରାନୀ ପଣ୍ଡା ଏବେ ରାଜ୍ୟ ବାହାରେ ଅଛନ୍ତି । ତଥାପି ଓଡ଼ିଆଙ୍କ ଦୁଃଖ ଦେଖି ତାଙ୍କ ହୃଦୟ ତରଳି ଯାଇଛି । କନକ ନ୍ୟୁଜରେ ଡ଼େଲାଙ୍ଗ ଅଂଚଳର ରୋଜି ବେହେରା ମନରେଗାରେ  ମାଟି କାମ କରିବା ଦେଖି ସେ ସହାୟତାର ହାତ ବଢାଇଛନ୍ତି । ରୋଜିଙ୍କ ସାର୍ଟିଫିକେଟ୍ ମୁକୁଳାଇବାକୁ ନିଜ ବ୍ୟାଙ୍କ ଆକାଉଂଟରୁ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ମଧ୍ୟ ପଠାଇଛନ୍ତି ରାନୀ ପଣ୍ଡା ।

ଖୋର୍ଦ୍ଧାର ଏକ ଘରୋଇ ଇଂଜିନିୟରିଂ କଲେଜରେ  ଡିପ୍ଲୋମା କରୁଥିବା ରୋଜି ବେହେରାଙ୍କ ଜୀବନ ସଂଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ସିଭିଲି ଇଂଜିନିୟରିଂରେ ଡିପ୍ଲୋମା ସରିଥିଲେ ବି ତାଙ୍କ ସାର୍ଟିଫିକେଟ ମିଳିନାହିଁ । କାରଣ କଲେଜର ବକେୟା ୨୫ ହଜାର ଟଙ୍କା  ସେ ଦେଇ ପାରି ନାହାନ୍ତି । ବାପା ମାଆଙ୍କର ସେମାନେ ୫ ଝିଅ, ସମସ୍ତେ ପାଠ ପଢୁଛନ୍ତି, ଆଉ ଖର୍ଚ୍ଚ ତୁଳାଇବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନଥିବାରୁ କଲେଜ ଫି ଦେଇ ପାରିନାହାନ୍ତି । ତେଣୁ କଲେଜରେ ଫସିଥିବା ସାର୍ଟିଫିକେଟକୁ ମୁକୁଳାଇବା ପାଇଁ ଏଭଳି ମୁଲ ଲାଗୁଛନ୍ତି ରୋଜି ବେହେରା । ହେଲେ ରାନୀ ପଣ୍ଡାଙ୍କ ଠାରୁ ସହାୟତା ପାଇବା ପରେ ରୋଜି ତାଙ୍କ ସାର୍ଟିଫିକେଟ୍ ମୁକୁଳାଇବାରେ ସମର୍ଥ ହେବେ ବୋଲି ଆମେ ଆଶା  କରୁଛୁ ।

from Kanak News
via <a href="https://ifttt.com/?

ଅନଲାଇନରେ ବଡ ଠକେଇ । କଟକରୁ ଦେଢ କୋଟି ଟଙ୍କାର ଖେଳ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର ଯାଏ ଲମ୍ବିଛି ଚେର । ଫସିଲେ ୩୦ ହଜାର ଜମାକାରୀ

ଉତ୍ତରପ୍ରଦେଶର ଏକ ଅନଲାଇନ୍‌ ନେଟଵାର୍କି˚ କମ୍ପାନି କଟକରୁ ପ୍ରାୟ ଦେଢ଼କୋଟି ଟଙ୍କା ଲୁଟିନେଇଛି । କଟକ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଯାଜପୁର ଜିଲ୍ଲାରୁ ବି ଟଙ୍କା ଲୁଟ୍‌ ହୋଇଛି । ୪ଟି ଜିଲ୍ଲାର ପ୍ରାୟ ୩୦ ହଜାର ଜମାକାରୀଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଉଛି । ଜମାକାରୀମାନେ ଲୋକଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିବା ଘଟଣା ଏବେ ସାମନାକୁ ଆସିଛି । ଏଠି ଠକେଇରେ କଟକର ଶିକ୍ଷକ, ରେଳବାଇ ଅଧିକାରୀ, ବ୍ୟବସାୟୀ ଶିକାର ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଏକ ନେଟଵାର୍କି˚ କମ୍ପାନି ଅନଲାଇନ ମାଧ୍ୟମରେ କଟକର କିଛି ଜମାକାରୀଙ୍କ ସହିତ ୨୦୨୦ ଅକ୍ଟୋବରରେ ଯୋଗାଯୋଗ କରିଥିଲା । ସର୍ତ୍ତ ରଖାଯାଇଥିଲା, ୬୫୦ ଟଙ୍କା ଦେଇ ଅନଲାଇନ୍‌ରେ ସଦସ୍ୟତା ଗ୍ରହଣ କରିବେ । ଦୈନିକ ୨୫ ଟଙ୍କା ହିସାବରେ ୬ ମାସ ଯାଏ ୪ ହଜାର ୫୦୦ ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ଉକ୍ତ ସ˚ସ୍ଥା । ସଦସ୍ୟତା ଗ୍ରହଣ କରିଥିବା ଜମାକାରୀ ନିଜ ଅଧୀନରେ ନୂଆ ଜମାକାରୀ ରଖିପାରିବେ । ଏଭଳି ଚେନ୍‌ ବ୍ୟବସ୍ଥା ହୋଇଥିଲା ।

ନୂଆ ଜମାକାରୀଙ୍କୁ ସାମିଲ କଲେ ୧ ଟଙ୍କାରୁ ୭ ଟଙ୍କା ପର୍ଯ୍ୟନ୍ତ କମିସନ୍‌ ଦିଆଯାଇଥିଲା। କଟକର ସିଡିଏ, ବିଡ଼ାନାସୀ, କଲେଜ ଛକ, ମଧୁପାଟଣା ଏବ˚ ବାଦାମବାଡ଼ି ଅଞ୍ଚଳରୁ ଏକାଧିକ ଜମାକାରୀ ଏଭଳି ଢ˚ଗରେ ଅନଲାଇନ୍‌ ୱେବସାଇଟ୍‌ରେ ସାମିଲ କରିଥିଲା। ଦୈନିକ ଆସୁଥିବା ୨୫ ଟଙ୍କା କମ୍ପାନି ଵାଲେଟ୍‌ରେ ରହୁଥିଲା। ସେଠାରୁ କେହି ସଦସ୍ୟ ଚାହିଁଲେ ନିଜ ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ। ଦୈନିକ ୨୫ ଟଙ୍କା ବ୍ୟବସ୍ଥା ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କମ୍ପାନି ଦେଇଥିଲା। ଡିସେମ୍ବର ପରଠାରୁ ୨୦ ଟଙ୍କା ଲେଖାଏ ଦେଲା। ପରେ ଵାଲେଟରୁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟ୍ରାନସଫର ବ୍ୟବସ୍ଥା କମ୍ପାନି ବନ୍ଦ କରିଦେଲା। ଡିସେମ୍ବର ପରଠାରୁ ଆଉ କେହି ଵାଲେଟ୍‌ରୁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର‌୍‌ କରିପାରିଲେ ନାହିଁ। ଜାନୁଆରି ମାସରେ ଵାଲେଟ୍‌ରେ ଥିବା ସମସ୍ତ ଟଙ୍କା ଶୂନ୍‌ ହୋଇଗଲା। ଏବେ ଜମାକାରୀମାନେ ଅନଲାଇନରେ କମ୍ପାନିକୁ ଯୋଗାଯୋଗ କରି ବିଫଳ ହୋଇଛନ୍ତି।

ରେଳବାଇର ଜଣେ କର୍ମଚାରୀ ବୀରେନ୍‌ କୁମାର ବେହେରା କହିଛନ୍ତି ଯେ, ଉକ୍ତ ସ˚ସ୍ଥାରେ ନଭେମ୍ବରରେ ଯୋଗ ଦେଇଥିଲି। ପ୍ରାୟ ୮୦ ଜଣଙ୍କୁ ନିଜ ଅଧୀନରେ ରଖିଥିଲି। ଏବେ ସ˚ସ୍ଥା ଵାଲେଟ୍‌ ବନ୍ଦ କରିଦେଇଥିବାରୁ ୫୨ ହଜାର ଟଙ୍କା ପାଖାପାଖି ବୁଡ଼ିଯାଇଛି। ବିଡାନାସୀ ଥାନା ସେଲଟର‌୍‌ ଛକ ଅଞ୍ଚଳର ଜାଭେସ୍‌ ବେହେରା କହିଛନ୍ତି, ନିଜ ଅଧୀନରେ ପ୍ରାୟ ୧୦ ଜଣ ଜମାକାରୀଙ୍କୁ ରଖିଥିଲେ। ୨୧ ହଜାରରୁ ଅଧିକ ଟଙ୍କା ଗାଏବ୍‌ ହୋଇଯାଇଛି। ସିଡିଏ ସେକ୍ଟର-୯ ନମ୍ବର ସୁନିଲ କୁମାର ସ୍ବାଇଁ କହିଛନ୍ତି ଯେ ପ୍ରାୟ ୬୦ ଜମାକାରୀଙ୍କୁ ଚେନରେ ରଖିଥିଲୁ। ଡିସେମ୍ବରରେ ଏହି ଅନଲାଇନ୍‌ ସ˚ସ୍ଥାରେ ଯୋଗ ଦେଇଥିଲି। ଏବେ ଵାଲେଟ୍‌ରୁ ଟଙ୍କା ଗାଏବ୍‌ ହୋଇଯାଇଥିବାରୁ ଲୋକଲାଜ ଭୟରେ ଥାନାରେ ଏତଲା ଦେଇପାରୁ ନାହୁଁ। ଏଭଳି ଅନେକ ଜମାକାରୀ ଥାନାରେ ଏତଲା କରିବାକୁ ସ˚କୋଚ ଅନୁଭବ କରୁଛନ୍ତି। ଏ ସମ୍ପର୍କରେ ବିଡାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରୀ କହିଛନ୍ତି, ଲୋକ ସଚେତନ ହେବାର ଆବଶ୍ୟକତା ରହିଛି। ସେଲଟର‌୍‌ ଛକ ଅଞ୍ଚଳରେ ଏଭଳି ଠକେଇର କେହି ଶିକାର ହୋଇଥିବା ଅଭିଯୋଗକାରୀ ଲିଖିତ ଅଭିଯୋଗ କଲେ ଘଟଣାର ଅନୁସନ୍ଧାନ କରାଯିବ।

from Kanak News
via <a href="https://ifttt.com/?

ନିଜ ଦଳରୁ ବିଦା ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି : ଓଲିଙ୍କୁ ଦଳରୁ ବାହାର କଲା ଶାସନ ନେପାଳ କମ୍ୟୁନିଷ୍ଟ ପାର୍ଟି

କନକ ବ୍ୟୁରୋ : ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ।

ଗତ କିଛିମାସ ଧରି କେ.ପି ଶର୍ମା ଓଲିଙ୍କ ବିରୋଧରେ ପ୍ରବଳ ଅସନ୍ତୋଷର ସ୍ୱର ଉଠିଥିଲା । ଏପରିକି ଚୀନ କଥାରେ ପରିଚାଳିତ ହେଉଥିବା ନେପାଳ ମିତ୍ର ରାଷ୍ଟ୍ର ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ । ତେବେ ଓଲିଙ୍କୁ ଦଳରୁ ବହିଷ୍କାର ପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବଡଧରଣ ବିଭାଜନ ଆଶଙ୍କା ବଢିଯାଇଛି । ଓଲିଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି ।

ପ୍ରାୟ ୨ ବର୍ଷ ହେଲା କେ.ପି ଓଲି ସରକାର ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଥିଲେ । ଫଳରେ ଭାରତ ବିରୋଧୀ ପଦକ୍ଷେପ ସବୁ ନେଉଥିଲେ । ଭାରତୀୟ ଅଂଚଳକୁ ନିଜର ବୋଲି ଦର୍ଶାଇ ନେପାଳ ସଂସଦରେ ଏକ ବିବାଦୀୟ ମାନଚିତ୍ରକୁ ଗୃହୀତ କରାଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started