
କନକ ବ୍ୟୁରୋ : ଧାନ ବିକ୍ରି ଦାବିରେ ରାଜପଥରେ ଧାନ ରଖି ରାସ୍ତାରୋକ କଲେ କୃଷକ ସଂଗଠନ । ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜରାସ୍ତାକୁ ଅବରୋଧ କରିଛନ୍ତି ରାଜବୋଡ଼ାସମ୍ବର କୃଷକ ସଂଗଠନ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ପ୍ରାୟ ୧୨ ଲକ୍ଷ ଧାନ ପଡ଼ି ରହିଛି । ଦୀର୍ଘଦିନ ହେଲା ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଅଧିକାରୀ ଟ୍ୟାଗ ନଥିବା କାରଣରୁ ବିକ୍ରି ହୋଇପାରୁନାହିଁ କହି କିଛି ଦିନ ଗଡ଼େଇଲେ ଏବେ ଟୋକନ ଲ୍ୟାପ୍ସ ହୋଇଯାଇଛି, ତେଣୁ ଚାଷୀ ଧାନ ବିକ୍ରି କରିପାରି ନାହିଁ । ଏଭଳି ଅବ୍ୟବସ୍ଥା ପାଇଁ ଚାଷୀ ବରଗଡ଼ ରାଜରାସ୍ତାର କନସିଂହା ଛକ ଠାରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି । ଟୋକନ ଲ୍ୟାପ୍ସର ସମାଧାନ ପାଇଁ ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିିଛନ୍ତି ।
ସେହିପରି ଝାରସୁଗୁଡ଼ା ଜିଲ୍ଲା ଅତାବିରା ସମବାୟ ସମିତିର ଚାଷୀ ପଂଚଗାଁ ଛକ ନିକଟ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଝାରସୁଗୁଡ଼ାଓ ଛତିଶଗଡ଼ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପଂଜିକରଣ ତୃଟି ଯୋଗୁଁ ଅତାବିରା ସମବାୟ ସମିତିର ଚାଷୀ ମାନେ ୧୭୨ ଜଣ ଚାଷୀଙ୍କୁ ଆବଶ୍ୟକ ପରିମାଣର ଟୋକନ ମିଳିନାହିଁ । ଫଳରେ ଚାଷୀମାନଙ୍କର ୬ହଜାର କ୍ୱିଂଟାଲ ଧାନ ଏବେ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଛି । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ଦ୍ୱାରସ୍ଥ ହୋଇଥିଲେ ତାଙ୍କୁ ଟୋକନ ପ୍ରଦାନ କରାଯାଇନାହିଁ, କି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଥିରେ ଅତିଷ୍ଟ ହୋଇ ଚାଷୀମାନେ ଏନଏଚ ଅବରୋଧ କରିଛନ୍ତି ।
from Kanak News
via <a href="https://ifttt.com/?







