ଗରିବୀକୁ ନେଇ ବିଶ୍ୱବ୍ୟାଙ୍କର ଆକଳନ । ଅନ୍ତର୍ଜାତୀୟ ସଂସ୍ଥା କହିଲା କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨ କୋଟି ୪୦ ଲକ୍ଷ ଲୋକ

କନକ ବ୍ୟୁରୋ: କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ- ୧୨ କୋଟି ୪୦ ହଜାର ଲୋକ । ଏଭଳି ଆକଳନ କରିଛି ବିଶ୍ୱ ବ୍ୟାଙ୍କ । ବିଶ୍ୱ ମହାମାରୀ କରୋନା ସହ ଲଢେଇ ଜାରି ରହିଛି । ଟିକା ଆସିଯିବା ପରେ ଏହି ଲଢେଇ ମାନବ ସଭ୍ୟତାକୁ ସୁରକ୍ଷା ଦେଇପାରିବ ବୋଲି ଆଶା କରାଯାଉଛି । ହେଲେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ମହାମାରୀ କେବଳ ଲୋକଙ୍କ ଜୀବନ ନେଉନାହିଁ, ବରଂ ଲୋକଙ୍କୁ ଗରିବ କରିଦେଉଛି । ଲୋକଙ୍କ ଚାକିରି ଚାଲିଯିବା ସହ ରୋଜଗାର ଛଡାଇ ନେଉଛି ।

ଏଥିପାଇଁ ବିଶ୍ୱରେ ୧୧ କୋଟି ୯୦ ଲକ୍ଷରୁ ୧୨ କୋଟି ୪୦ ଲକ୍ଷ ଲୋକ ଅତ୍ୟନ୍ତ ଗରିବ ହୋଇପଡିବେ ବୋଲି ବିଶ୍ୱବ୍ୟାଙ୍କ ଏକ ଆକଳନ କରିଛି । ଗତବର୍ଷ ଅକ୍ଟୋବରରେ ମଧ୍ୟ ବିଶ୍ୱବ୍ୟାଙ୍କ ଏହିଭଳି ଏକ ଆକଳନ କରିଥିଲା । ଏଥିରେ ସାଢେ ୮ କୋଟିରୁ ସାଢେ ୧୧ କୋଟି ଲୋକ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ବୋଲି କୁହାଯାଇଥିଲା । କିନ୍ତୁ ଚଳିତବର୍ଷ ବିଶ୍ୱବ୍ୟାଙ୍କ ଏହାର ସଦ୍ୟତମ ରିପୋର୍ଟରେ ଏହି ସଂଖ୍ୟାକୁ ବଢାଇ ଦେଇଛି । ଏପରିକି ଅନ୍ତର୍ଜାତୀୟ ସଂସ୍ଥାର କହିବା ହେଲା ଦାରିଦ୍ର୍ୟ ଦୂରୀକରଣ ପାଇଁ ଗତ ୨୦ ବର୍ଷରେ ନିଆଯାଇଥିବା ପଦକ୍ଷେପ ଫଳରେ ହୋଇଥିବା ଅଗ୍ରଗତିକୁ କ୍ଷତି ପହଞ୍ଚାଇବ କରୋନା ।

from Kanak News
via <a href="https://ifttt.com/?

କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ

କନକ ବ୍ୟୁରୋ: କୋରାପୁଟ ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ । କୌଣସି ଏକ କାମରେ ଯୋଗ ଦେବା ପାଇଁ ବିଧାୟକ ଲକ୍ଷ୍ମୀପୁର ଯାଉଥିଲେ । ତେବେ ଯିବା ବାଟରେ କୁସୁମଗୁଡା ଘାଟି ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ ।

ବିଧାୟକ ଗାଡିରୁ ଓହ୍ଲାଇ ଆସି ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏଥିସହ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଅବଗତ ବି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।

from Kanak News
via <a href="https://ifttt.com/?

କାଲିର ରେକର୍ଡ ଆଜି ଭାଙ୍ଗୁଛି ବର୍ଦ୍ଧିତ ତୈଳ ଦର: ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ ପଇସା; ଭୁବନେଶ୍ୱରରେ ଡ଼ିଜେଲ ଲିଟର ୮୬ ଟଙ୍କା ୭୪ ପଇସା ଛୁଇଁଲା

କନକ ବ୍ୟୁରୋ: କ୍ରମାଗତ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ହୋଇଛି । ସେହିପରି ଡ଼ିଜେଲ ୮୭ ଟଙ୍କା ୫୬ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡ଼ିଜେଲ ଲିଟର ପିଛା ଦର ୮୩ ଟଙ୍କା ୩ ପଇସା ରହିଛି  ଓ ପେଟ୍ରୋଲ ୮୬ ଟଙ୍କା ୭୪ ପଇସା ହୋଇଛି ।

ଅନ୍ୟପଟେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସମୟରେ କଂଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି । ତେଣୁ ଦର ବଢୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଇରାକ୍ ପୁଣି ଉତ୍ପାଦନ କମାଇଛି । ତେଲ ଉତ୍ପାଦନକାରୀ ଦେଶମାନେ କାରଟେଲ କରି ମୂଲ୍ୟ ବଢାଇବା ପାଇଁ ତେଲ ଉତ୍ପାଦନ କମାଇଛନ୍ତି ।

ଓପେକ ସଠିକ ଭାବେ ନେତୃତ୍ୱ ନେବ ଏବଂ ତେଲ ଦର କମିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ତେଣୁ ଅର୍ଥନୀତିକୁ ପୁଣି ତ୍ୱରାନ୍ୱିତ କରିବାକୁ ପଡିବ । ତୈଳ ଦର ନିଶ୍ଚିତ କମିବ । ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନଜର ରଖିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

from Kanak News
via <a href="https://ifttt.com/?

ଦୀର୍ଘଦିନର ବାନ୍ଧବୀ ନତାଶାଙ୍କୁ ବିବାହ କଲେ ବରୁନ୍ ଧାୱନ : ସାମ୍ନାକୁ ଆସିଲା ନବ ବିବାହିତ ଦମ୍ପତିଙ୍କ ଫଟୋ

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତା ବରୁଣ ଧାୱନ । ସାତଜନ୍ମ ପାଇଁ ଗର୍ଲଫ୍ରେଣ୍ଡ ତଥା ଫେମସ ଡିଜାଇନର ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି ଉଭୟଙ୍କ ବିବାହ ଉତ୍ସବ । ବିବାହ ପାଇଁ ଦି ମ୍ୟାନସନ୍ ହାଉସକୁ ଅତି ସୁନ୍ଦର ଭାବେ ସଜେଇ ଦିଆଯାଇଥିଲା ।

ତେବେ ଉଭୟଙ୍କ ବିବାହ କେବଳ ୪୦ ଲୋକ ସାମିଲ ହୋଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ଅତି ନିକଟ ସମ୍ପର୍କୀୟଙ୍କ ନେଗେଟିଭ୍ ରିପୋର୍ଟ ଥିବା, ସେହି ୪୦ ଲୋକହିଁ ସେମାନଙ୍କ ବିବାହରେ ସାମିଲ ହୋଇଥିଲେ । ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି । ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ। ତେବେ ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

from Kanak News
via <a href="https://ifttt.com/?

ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ ! ଉଷ୍ମ ହେଉଛି ବିଜେପିର ଦୁଇ ତୁଙ୍ଗ ନେତାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ । ଦ୍ୱନ୍ଦ୍ୱରେ ଦଳୀୟ କର୍ମୀ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୪ ତାରିଖର କଳାହାଣ୍ଡି ଗସ୍ତ ଜିଲ୍ଲା ବିଜେପିରେ ଥିବା ଫାଟକୁ ଚଉଡ଼ା କରିଛି। ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍‌ ଅନୁଭବ କରି ହେଉଛି। ଆଗାମୀ ଦିନରେ ଏହି ଶୀତଳ ଯୁଦ୍ଧର ପରିଣତି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କହି ପ୍ରଦୀପ୍ତ ଏହାକୁ ବର୍ଜନ ଓ ସମାଲୋଚନା କରିଥିବା ବେଳେ ସାଂସଦ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚ ଉପରେ ବସିଥିବା ଦେଖିବାକୁ ମିଳିଥିଲା। ଦଳୀୟ କର୍ମୀମାନେ ଏହାକୁ ଦେଖି ଦ୍ବନ୍ଦ୍ବରେ ପଡ଼ିଥିଲେ। ଉଭୟଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏଥିପାଇଁ ସେମାନେ ନିଜ ନିଜର କୋଭିତ୍ ପରୀକ୍ଷା ବି କରାଇଥିଲେ। ତେବେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ମଞ୍ଚ ତିଆରିକୁ ସାମନ୍ତବାଦ ଚିନ୍ତାଧାରା କହି ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଅନ୍ୟପଟେ ସାଂସଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହି ଘଟଣାରେ ବିଜେପି କର୍ମୀ ଦ୍ୱନ୍ଦ୍ବରେ ପଡ଼ି ଯାଇଛନ୍ତି। ଏଥିସହ ପ୍ରଦୀପ୍ତ ଓ ବସନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ଚାଲିଥିବା ଶୀତଳ ଯୁଦ୍ଧ କଥା ବି ପଦାରେ ପଡ଼ିଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨୦୧୪ ଲୋକସଭା ନିର୍ବାଚନରେ ଲୋକସଭା ସଦସ୍ୟ ପ୍ରାର୍ଥୀ ହୋଇଥିଲେ। ମୋଦୀଙ୍କ ହାଓ୍ବା ସତ୍ତ୍ୱେ ବିଜେଡି ପ୍ରାର୍ଥୀ ଅର୍କକେଶରୀ ଦେଓଙ୍କ ଠାରୁ ସେ ହାରିଯାଇଥିଲେ। ଏହାପରେ ପ୍ରଦୀପ୍ତ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱ ନେଇ ସଂଗଠନକୁ ମଜଭୁତ୍ କରିଥିଲେ। ୨୦୧୭ ପଞ୍ଚାୟତିରାଜ ନିର୍ବାଚନରେ ଜିଲ୍ଲାର ୩୬ଟି ଜିଲ୍ଲାପରିଷଦ ଆସନରୁ ୩୩ ଟି ଜିଲ୍ଲାପରିଷଦ ଆସନ ଅକ୍ତିଆର କରିଥିଲେ। ଏହାପରେ ନିଜର ପ୍ରିୟ ବନ୍ଧୁ ଭବସିନ୍ଧୁ ମଙ୍ଗରାଜଙ୍କୁ ସେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କରାଇଥିଲେ। ଏହାସହ ଜିଲ୍ଲା ସଙ୍ଗଠନରେ ନିଜ ଗୋଷ୍ଠୀର ବିଜେପି ନେତାଙ୍କୁ ବିଭିନ୍ନ ପଦ ପଦବିରେ ଥଇଥାନ କରି ନିଜର ଶକ୍ତିବୃଦ୍ଧି କରି ଆସୁଥିଲେ। ଏହାକୁ ରୋକିବା ପାଇଁ ତାଙ୍କର ବିରୋଧୀ ଗୋଷ୍ଠୀ ନେତାମାନେ ଏକାଠି ହୋଇଥିଲେ। ତତ୍‌କାଳୀନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଭେଟି ସେମାନେ ପ୍ରଦୀପ୍ତଙ୍କ ପକ୍ଷଛେଦନ ପାଇଁ ଯୋଜନା କରିଥିଲେ।

ବସନ୍ତ ପଣ୍ଡା ୨୦୧୯ ନିର୍ବାଚନରେ ପ୍ରଦୀପ୍ତଙ୍କ ଘୋର ବିରୋଧୀ ଭାବେ କଳାହାଣ୍ଡିରେ ପରିଚିତ ହୋଇଛନ୍ତି। କଳାହାଣ୍ଡି ଯୁବମୋର୍ଚ୍ଚା ସଭାପତି ଭାବେ ପ୍ରଦୀପ୍ତ ତାଙ୍କର ସହଯୋଗୀ ପ୍ରତାପ ବାଗଙ୍କ ନାମକୁ ସୁପାରିସ୍‌ କରିଥିବା ବେଳେ ତାଙ୍କ ବିରୋଧୀ ଗୋଷ୍ଠୀ ବିରଞ୍ଚି ରଥଙ୍କ ନାମକୁ ସୁପାରିସ କରିଥିଲେ। ବହୁ ବିଳମ୍ବରେ ସନ୍ତୋଷ ଦାସଙ୍କ ନାମ ଯୁବମୋର୍ଚ୍ଚା ସଭାପତି ଭାବେ ଘୋଷଣା ହୋଇଥିଲା। ସେହିପରି ପ୍ରଦୀପ୍ତ ଗତ ୨୦୧୯ ନିର୍ବାଚନରେ ପୁନର୍ବାର ଲୋକସଭା ଆସନରୁ ପ୍ରାର୍ଥୀ ହେବାପାଇଁ ଚାହୁଥିବା ବେଳେ ବସନ୍ତ ପଣ୍ଡା ତାଙ୍କ ବାଟ ଓଗାଳି ଥିଲେ। ସେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇ ନିଜେ ଲୋକସଭା ପ୍ରାର୍ଥୀ ହୋଇଥିଲେ। ଏହି ଘଟଣାରେ ପ୍ରଦୀପ୍ତ କ୍ଷୁବ୍ଧ ହୋଇ ବିଜେପି ଛାଡ଼ି ବିଜେଡିରୁ ଲୋକସଭା ପ୍ରାର୍ଥୀ ହେବାପାଇଁ ଉଦ୍ୟମ କରିଥିବା କଥା ଚର୍ଚ୍ଚା ହୋଇଥିଲା। କିନ୍ତୁ ଶେଷରେ ସେ ଭବାନୀପାଟଣା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ସହ ରାଜ୍ୟ ବିରୋଧୀ ଦଳ ନେତା ହୋଇଥ‌ିଲେ। ସେପଟେ ବସନ୍ତ ପଣ୍ଡା ମଧ୍ୟ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ଏହାପରେ ପ୍ରଦୀପ୍ତ ଜିଲ୍ଲା ସଭାପତି ପଦବିରୁ ଇସ୍ତଫା ଦେଇ ନିଜର ଅତି ଘନିଷ୍ଠ ଯୁଗଳ ପୋଢ଼ଙ୍କୁ ଏହି ପଦରେ ବସାଇବା ପାଇଁ ପ୍ରସ୍ତାବ ରାଜ୍ୟ ବିଜେପିକୁ ପଠାଇଥିଲେ। ଅନ୍ୟପଟେ ସାଂସଦ ମଧ୍ୟ ତାଙ୍କ ନିଜ ସହଯୋଗୀ ସୁଧୀର ପାଟଯୋଶୀଙ୍କ ନାମକୁ ଜିଲ୍ଲା ସଭାପତି ପଦ ପାଇଁ ପ୍ରସ୍ତାବ ପଠାଇଥିଲେ। ଫଳରେ ଜିଲ୍ଲା ସଭାପତି ନିଯୁକ୍ତି ନେଇ ଦୀର୍ଘ ୧ବର୍ଷ କାଳ ନିଷ୍ପତ୍ତି ଝୁଲି ରହିବାପରେ ଆଇନଜୀବୀ ଦେବେନ୍ଦ୍ର ମହାନ୍ତିଙ୍କୁ ଦଳ ପକ୍ଷରୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏବେ ପ୍ରଦୀପ୍ତ ତାଙ୍କ ନିଜ ଭଉଣୀ ନିରୁପମା ନାଏକଙ୍କୁ ବିଜେପି ମହିଳା ଶାଖା ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରିବା ପାଇଁ ନାମ ସୁପାରିସ କରିଛନ୍ତି। ସାଂସଦ ବସନ୍ତ ପଣ୍ଡା ମଧ୍ୟ ନିଜର ସମ୍ପର୍କୀୟ ଦୀପଜ୍ୟୋତି ମୁଣ୍ଡ ଓ ହିମାଂଶୁ ପଣ୍ଡାଙ୍କୁ ରାଜ୍ୟ ବିଜେପି ଯୁବ ଶାଖା ସମ୍ପାଦକ ଓ ମେକଇନ୍ ଇଣ୍ଡିଆର ରାଜ୍ୟ ସଂଯୋଜକ ନିଯୁକ୍ତି କରାଇଛନ୍ତି।

ଗତ ୧୪ ତାରିଖ ଦିନ ବସନ୍ତ ବାବୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱରରେ ରହି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସାମ୍ବାଦିକ ସମ୍ମିଳନୀ ଡାକି କଡ଼ା ଭାଷାରେ ସମାଲୋଚନା କରିବା ଘଟଣା ତିକ୍ତ ସଂପର୍କକୁ ପ୍ରମାଣିତ କରୁଛି ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି।

from Kanak News
via <a href="https://ifttt.com/?

ଏବେ ସବୁ ପାଇଁ ଗୋଟିଏ ନମ୍ବର: ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଜାରି କଲା ହେଲ୍ପଲାଇନ ନମ୍ବର-୧୩୯;ଏଣିକି ଗୋଟିଏ ନମ୍ବରରେ ଯାତ୍ରୀ ପାଇପାରିବେ ଟ୍ରେନ୍ ସମ୍ପର୍କିତ ସମସ୍ତ ତଥ୍ୟ

କନକ ବ୍ୟୁରୋ : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛ। ଯାତ୍ରୀ କିମ୍ବା ରେଳ ବ୍ୟବହାରକାରୀ ଏହି ନମ୍ବରକୁ ମନେ ରଖିବା ଓ ରେଳବାଇ ସହ ଯୋଗାଯୋଗ କରିବା ସହଜ ହୋଇପାରିବ । ରେଳବାଇ ହେଲ୍ପଲାଇନ ନମ୍ବର-୧୩୯ ସହ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଆଦି ହେଲ୍ପ ଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି । ଏହି ଐକିକ ହେଲ୍ପଲାଇନ ନମ୍ବର ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଓ ଅଭିଯୋଗ ପାଇଁ ବ୍ୟବହୃତ ହେବ । ଜୋନାଲ ରେଳବାଇ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପ ଲାଇନ ନମ୍ବର କିମ୍ବା ଅଭିଯୋଗ ସଂଖ୍ୟା ବୃଦ୍ଧି କରିବ ନାହିଁ ।

ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା। ସାଧାରଣ ଅଭିଯୋଗ ଓ କ୍ଲିନ ମାଇଁ କୋଚ୍ ଲାଗି ୧୩୮, ଦୁର୍ଘଟଣା ଓ ନିରାପତ୍ତା ପାଇଁ ୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା ଲାଗି ୧୮୨ ବର୍ତ୍ତମାନ ଏକୀକୃତ ହୋଇଛି । ଇଣ୍ଟିଗ୍ରେଟେଡ୍ ବା ମିଶ୍ରିତ ହେଲ୍ପଲାଇନ ନମ୍ବର-୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ । ଆଇଭିଆରଏସ୍‌(ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ଉପରେ ଆଧାରିତ ହେବ । ସମସ୍ତ ପ୍ରକାର ମୋବାଇଲ୍ ବ୍ୟବହାରକାରୀ-୧୩୯ରେ ଯେପରି କଲ୍ କରିପାରିବେ ସେଥିପାଇଁ ଐକିକ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି । ୧୩୯ ଡାଏଲ୍ କରିବା ଦ୍ୱାରା ଆଇଭିଆରଏସ୍‌ ବାଛିବା ପାଇଁ ମେନୁ ବିକଳ୍ପଗୁଡ଼ିକ ସହ ଉପସ୍ଥାପିତ ହେବ ଓ ତାହା ତୁରନ୍ତ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀଙ୍କୁ କଲ୍ କରିବାକୁ ସଂଯୋଗ ହେବ ।

ଟ୍ରେନ ଚଳାଚଳର ମୁଖ୍ୟ ଦରକାରୀ ଅନୁସନ୍ଧାନ ଯଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନଗୁଡିକର ପିଏନ୍‌ଆର ସ୍ଥିତି, ଟିକେଟ୍(ଜେନେରାଲ୍ ଓ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଓ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍ ବାତିଲ୍, ଭଡ଼ା, ଗନ୍ତବ୍ୟ ସ୍ଥଳ ଆଦି ଜାଣିବା ପାଇଁ ଉପଭୋକ୍ତାମାନେ ଏଥିରେ କଲ୍ କରିବା ସହିତ ଏସଏମ୍‌ଏସ୍‌ ମଧ୍ୟ କରିପାରିବେ । ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍ କଲ୍; ଅନ୍-ବୋର୍ଡ ସେବା ଓ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଆଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ। ହେଲ୍ପଲାଇନ୍ ନମ୍ବର ୧୩୮ ଏବଂ ୧୮୨କୁ ଅପସାରିତ କରାଯିବ ।

from Kanak News
via <a href="https://ifttt.com/?

ସଚଳ ହେବ ହାଇସ୍କୁଲ ପାଠାଗାର: ପ୍ରକାଶକଙ୍କଠାରୁ ଦରଖାସ୍ତ ଆହ୍ୱାନ…ଚୟନରେ ସ୍ୱଚ୍ଛତା ନେଇ ଆଶଙ୍କା; ଜଣେ ପ୍ରକାଶକଙ୍କର ୧୫ଟି ପୁସ୍ତକ ଚୟନ ହେବ

କନକ ବ୍ୟୁରୋ: ସଚଳ ହେବ ସ୍କୁଲ ପାଠାଗାର। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ର ପାଠଗାରଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପଯୋଗୀ ବିଭିନ୍ନ ପୁସ୍ତକଗୁଡ଼ିକୁ ପାଠାଗାରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଓଡ଼ିଶାର ପ୍ରକାଶକ ତଥା ପ୍ରକାଶନୀ ସଂସ୍ଥାଙ୍କଠାରୁ ପୁସ୍ତକ ଆହ୍ୱାନ କରାଯାଇଛି। ପାଠାଗାର ଲାଗି କେଉଁ ସବୁ ବିଷୟର ପୁସ୍ତକ ଆବଶ୍ୟକତା ରହିଛି, କେମିତି ପୁସ୍ତକ କିଣାଯିବ, ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜନୈତିକ, ସାମା‌ଜିକ, ଜାତି, ଧର୍ମ ଓ ସାମ୍ପ୍ରଦୟ ସହ ଜଡ଼ିତ ଥିବା କୌଣସି ପୁସ୍ତକ ନ କିଣିବା ଲାଗି ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ବହି କିଣାରେ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏଥର ସର୍ବସାଧାରଣରେ ବିଜ୍ଞାପନ ଜରିଆରେ ପ୍ରକାଶକମାନଙ୍କଠାରୁ ପୁସ୍ତକ ଆହ୍ବାନ କରାଯାଇଛି। ଆଗ୍ରହୀ ପ୍ରକାଶକ ଓ ପ୍ରକାଶନ ପ୍ରତିଷ୍ଠାନ ଆସନ୍ତା ଫେବ୍ରୁଆରି ୮ ତାରିଖ ସୁଦ୍ଧା ଏଥିପାଇଁ ଦରଖାସ୍ତ ପଠାଇ ପାରିବେ। ଏହା ପରେ ଏକ କମିଟି ଗଠନ କରାଯାଇ ପୁସ୍ତକଗୁଡ଼ିକୁ ଯାଞ୍ଚ କରିବା ପରେ କିଣିବା ଲାଗି ଅନୁମତି ପ୍ରଦାନ କରାଯିବ। ଗୋଟିଏ ପ୍ରକାଶକ/ପ୍ରକାଶନୀ ସଂସ୍ଥାଠାରୁ ସର୍ବାଧିକ ୧୫ଟି ପୁସ୍ତକ ଚୟନ କରାଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ପାଠାଗାର ଲାଗି ବିଜ୍ଞାନ, କମ୍ପ୍ୟୁଟର୍‌, ଡିସ୍‌କଭରି, ଇନ୍‌ଭେନ୍‌ସନ୍‌, ପପୁଲାର ସାଇନ୍ସ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ, ଟ୍ରାଭେଲ୍‌ ଷ୍ଟୋରି, ଇତିହାସ, ସାଂସ୍କୃତିକ, ସ୍ମଲ୍‌ ‌ଷ୍ଟୋରି, ନୋଭେଲ୍‌, ଗଦ୍ୟ ବହି, ଗ୍ରାମାର, ଡକ୍ସିନାରି, ଲେଟର ରାଇଟିଂ ଆଦି ବିଷୟ ପୁସ୍ତକ କିଣାଯିବ। କେନ୍ଦ୍ର ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବହି ସହ ପୁରସ୍କାରର ଫଟୋକପି ପ୍ରକାଶକଙ୍କୁ ଦାଖଲ କରିବାକୁ ହେବ। ପ୍ରକାଶକମାନେ ପୁସ୍ତକର କଭର ପେଜ୍‌ ସମେତ କେଉଁ ପ୍ରକାଶ ବାଇଣ୍ଡିଂ, ପ୍ରିଣ୍ଟିଂ, କେତେ ପୃଷ୍ଠା, ଦାମ ଓ କେତେ ପ୍ରତିଶତ ରିହାତି ଦେବେ, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ଆବେଦନ ସମୟରେ ବହିର ଏକ ନକଲ ଦେବାକୁ ପଡ଼ିବ। ଫେବ୍ରୁଆରି ୮ ସୁଦ୍ଧା ଦରଖାସ୍ତ ପହଞ୍ଚିବା ପରେ ୧୦ ତାରିଖରେ ତାହାକୁ ‌ଖୋଲାଯିବ।

ଗଣଶିକ୍ଷା ବିଭାଗ ଅନୁମୋଦନକ୍ରମେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ବହିଗୁଡ଼ିକର ମୂଲ୍ୟାୟନ କରିବେ। ଓଡ଼ିଆ ଭାଷାର ବହିକୁ ଅଧିକ ଗୁରୁତ୍ବ ଦିଆଯିବ। ତେବେ ଇଂରାଜୀ ଭାଷାର ପୁସ୍ତକ ଯଦି ମାଧ୍ୟମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବ, ତେବେ ତାହାକୁ ଚୟନ କରାଯାଇପାରେ। ଏକ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୁସ୍ତକକୁ ଚୟନ କରାଯିବ ନାହିଁ। ବିଦେଶୀ ପ୍ରକାଶନୀ ସଂସ୍ଥା, ଟେକ୍ସଟ୍‌ ବୁକ୍‌, ଗାଇଡ୍‌, ଆଇନ ଓ ନିୟମ ସମ୍ପର୍କିତ ବହି କିଣାଯିବ ନାହିଁ। ସୋଭିନିୟର୍‌, ବାର୍ଷିକ ରିପୋର୍ଟ, ବ୍ରୋଚର୍‌, ପାମ୍ପଲେଟ୍‌ସକୁ ନେଇ ପ୍ରସ୍ତୁତ ହୋଇଥିବା ବହି ବି ଗ୍ରହଣ କରାଯିବନି। ବହି କିଣିବା ଲାଗି ରାଜ୍ୟ ସରକାର ଅର୍ଥ ଯୋଗାଇ ଦେବେ। ଚଳିତବର୍ଷ ରାଜ୍ୟ ବଜେଟ୍‌ରେ ‌ଏଥିପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇଛି।

from Kanak News
via <a href="https://ifttt.com/?

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁଣି ନଂ ୧ : ମୁଡ୍‌ ଅଫ୍ ଦି ନେସନ୍‌ ଜାନୁଆରୀ ୨୦୨୧ ପୋଲ୍‌ରେ ଶୀର୍ଷରେ ନବୀନ; ଦ୍ବିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ : ଦେଶର ଲୋକପ୍ରିୟ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଶୀର୍ଷରେ ରହିଛନ୍ତି । ନିକଟରେ ଏବିପି ଓ ସି ଭୋଟର୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ଏବେ ଦେଶର ପ୍ରତିଷ୍ଠିତ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଏବଂ କାର୍ଭି ଇନ୍‌ସାଇଟ୍ ପକ୍ଷରୁ ପ୍ରସ୍ତୁତ ଜାନୁଆରୀ ୨୦୨୧ ମୁଡ୍‌ ଅଫ୍ ଦି ନେସନ୍‌ ପୋଲ୍‌ରେ ନବୀନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ରାଜ୍ୟସ୍ତରରେ ନବୀନ ସବୁଠୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୁନାମ ଅର୍ଜନ କରିଛନ୍ତି । ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ପ୍ରଦର୍ଶନକୁ ମାପିବା ପାଇଁ ରାଜ୍ୟବାସୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସର୍ଭେରେ ନବୀନଙ୍କୁ ଓଡ଼ିଶାର ସର୍ବାଧିକ ୫୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ନବୀନଙ୍କ ପଛକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ‌ତାଙ୍କ ସପକ୍ଷରେ ଦିଲ୍ଲୀର ୪୧ ପ୍ରତିଶତ ଲୋକ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି । କେଜ୍ରିୱାଲଙ୍କ ପଛକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି । ସର୍ଭେରେ ଭାଗ ନେଇଥିବା ଉତ୍ତର ପ୍ରଦେଶର ୩୯ ପ୍ରତିଶତ ବ୍ୟକ୍ତି ଯୋଗୀଙ୍କୁ ପସନ୍ଦ କରିଛନ୍ତି। ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚତୁର୍ଥ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପଞ୍ଚମ ସ୍ଥାନରେ ରଖାଯାଇଛି ।

ନବୀନଙ୍କୁ ଏହି ମାଗାଜିନ ପକ୍ଷରୁ ନିରବ ସାଧକ ଭାବେ ଉଲ୍ଲେଖ କରାଯାଇଛି । ଜାତୀୟ ସ୍ତରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ରାଜ୍ୟସ୍ତରରେ ନବୀନ ଏବେ ବି ଆଗରେ ଅଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ହଠାତ୍ ରାଜନୀତିକୁ ପ୍ରବେଶ କରିଥିଲେ । ଉଭୟ ନେତା ଜୀବନଶୈଳୀ ଅତ୍ୟନ୍ତ ସରଳ । ତେବେ ଯୋଗୀ ଜାତୀୟ ପ୍ରସଙ୍ଗରେ ଅଧିକ ମତ ରଖୁଥିବା ବେଳେ ନବୀନ ଜାତୀୟ ଦୃଶ୍ୟପଟରୁ ଦୂରେଇ ରହିଛନ୍ତି। ସେ ରାଜ୍ୟର ପ୍ରସଙ୍ଗ ଉପରେ ଧ୍ୟାନ ରଖିଛନ୍ତି । ଏଥିସହିତ ଉଭୟ କଂଗ୍ରେସ ଓ ବିଜେପିକୁ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରେଇ ରଖିବାରେ ତାଙ୍କ ଦଳ ବିଜେଡି ସଫଳ ହୋଇଛି ।

ନିକଟରେ ବିଜେପିର ହିନ୍ଦୁତ୍ବ ରାଜନୀତିକୁ ନବୀନ କଠୋର ଭାଷାରେ ସମାଲୋଚନା କରିବା ସହିତ ଓଡ଼ିଆତ୍ବର ପରିଚୟ‌ ନେଇ ଏକ ଭାବବିହ୍ବଳ ଭାଷଣ ମଧ୍ୟ ଦେଇଛନ୍ତି । ତେବେ ପ୍ରଶାସନିକ କାର୍ଯ୍ୟ ସଂପାଦନ ପାଇଁ ସେ କେନ୍ଦ୍ର ସହିତ ମୁହାଁମୁହିଁ ହେବା ସ୍ଥିତି ସୃଷ୍ଟି କରିବା ପରିବର୍ତ୍ତେ କାମ ଆଦାୟ କରିବା ବା ଫଳାଫଳ ଭିତ୍ତିକ ଆଭିମୁଖ୍ୟ ପୋଷଣ କରିଛନ୍ତି । ନବୀନଙ୍କ ଏହି ରଣନୀତି ମଧ୍ୟ ସଫଳତା ହାସଲ କରିଛି । କ୍ରମାଗତ ୫ ଥର ଜିତିବାରେ ନବୀନ ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି ।

from Kanak News
via <a href="https://ifttt.com/?

ଆଉ ନାହାନ୍ତି ଶାନ୍ତିସ୍ୱରୁପ ମିଶ୍ର । ଓଡିଆ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ । ଆଜି ହେବ ଶେଷକୃତ୍ୟ

କନକ ବ୍ୟୁରୋ: ସମ୍ବଲପୁରର ବର୍ଷିଆନ ଓଡିଆ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ପରଲୋକ ହୋଇଛି । ରବିବାର ସନ୍ଧ୍ୟାରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ବାଥରୁମରେ ପଡି ଆହତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୭୦ ଦଶକର ସିନେମା ମନର ଆକାଶ, ବନ୍ଧୁ ମହାନ୍ତି ଓ କୃଷ୍ଣ ସୁଦାମା ଆଦି ଓଡିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସିତନେପ୍ରେମୀ

ସମ୍ବଲପୁରର ଜଣାଶୁଣା କଳା ସଂଗଠକ ତଥା ପ୍ରୋତ୍ସାହକ ରାହାସ ବିହାରୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)।‌ ସେ ପଶ୍ଚିମ ଓଡ଼ିଶାର ପ୍ରଥମ ମାଟ୍ରିକୁଲେଟ୍‌ ଧରଣୀଧର ମିଶ୍ରଙ୍କ ପଞ୍ଚମ ପିଢ଼ି। ଶାନ୍ତି ସ୍ବରୂପ ସତୁରି ଦଶକରେ ୩ଟି ଓଡ଼ିଆ ଚଳଚ୍ଚିତ୍ର କରିଥିଲେ। ୧୯୭୪ରେ ମୁକ୍ତିଲାଭ କରିଥିବା ମନଆକାଶ ଫିଲ୍ମର ପ୍ରଯୋଜକ ଥିଲେ ତାଙ୍କ ପିତା ରାହାସ ବିହାରୀ ମିଶ୍ର। ସେଥିରେ ଶାନ୍ତିସ୍ବରୂପ ମୁଖ୍ୟ ଚରିତ୍ର ଭାନୁ ପ୍ରତାପ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ସହ ଅଭିନେତା ଥିଲେ। ଏହି ଚଳଚ୍ଚିତ୍ରର ଗୀତ ‘ଏ ବନ ଝରଣା, ନାଚି ନାଚି ଯାଆନା’ ତଥା ତାଙ୍କ ପିତାଙ୍କ ଲିଖିତ ସମ୍ବଲପୁରୀ ଗୀତ ‘ବହୁଛେ ହୁରୁହୁରିଆ ଧୁକା, ଫୁଟିଛେ ଫୁଲ’ ଆଜି ବି ସିନେପ୍ରେମୀ ଗୁଣୁଗୁଣାଉଛନ୍ତି। ଏହାଛଡ଼ା ଶାନ୍ତି ସ୍ବରୂପ ୧୯୭୬ରେ ମୁକ୍ତିଲାଭ କରିଥିବା କୃଷ୍ଣସୁଦାମା ସିନେମାରେ କୃଷ୍ଣ ଓ ୧୯୭୭ର ‘ବନ୍ଧୁ ମହାନ୍ତି’ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତିନିଟି ଯାକ ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇ ଚମତ୍କାର ଅଭିନୟ କରିଥିଲେ। ତାଙ୍କ ପିତା ରାହାସ ବିହାରୀ ମିଶ୍ର ନିଜେ ମନଆକାଶ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ। ତିନିଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ୍‌ (ନିତ୍ୟାନନ୍ଦ ପାଲିତ୍)।

ପିତା ରାହାସ ବିହାରୀ ଏବଂ ଶାନ୍ତି ସ୍ବରୂପ ଆହୁରି କିଛି ଚଳଚ୍ଚିତ୍ର ପ୍ରକଳ୍ପ ହାତକୁ ନେଇଥିଲେ ବି ତାକୁ ସଂପୂର୍ଣ୍ଣ କରିପାରି ନଥିଲେ। ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସମ୍ବଲପୁର ଝାଡ଼ୁଆପଡ଼ାର ମୂଳନିବାସୀ ଶାନ୍ତିସ୍ବରୂପ ଫାଟକରେ ଥିବା ସମ୍ବଲପୁରର ବହୁ ପୁରାତନ ମଡର୍ନ ଲଜ୍ ପରିଚାଳନା କରୁଥିଲେ। ଉକ୍ତ ଲଜ୍‌ ଗଂଗାଧର ମେହେର ମହାବିଦ୍ୟାଳୟରେ ପଢ଼ୁଥିବା ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଙ୍କ ଆଶ୍ରୟ ସ୍ଥଳ ଥିଲା। ଅନେକ ଦିନ ଧରି ତାଙ୍କ ଝାଡ଼ୁଆପଡ଼ା ଘରେ ଓଡ଼ିଶା ସାଂସ୍କୃତିକ ସମାଜର କାର୍ଯ୍ୟାଳୟ ଥିଲା। ତାଙ୍କ ପରିବାର ସହରର ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ୨୦୧୫ ମେ’ ୧୫ ତାରିଖରେ କିଛି ଅଜଣା ଦୁର୍ବୃତ୍ତ ଶାନ୍ତିସ୍ବରୂପଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ୨ଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ।

from Kanak News
via <a href="https://ifttt.com/?

ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକରେ ଚାଲିଛି ଷଡଯନ୍ତ୍ର: ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ଆକାଉଣ୍ଟ

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ ।

ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେ ୩ ଶହରୁ ଅଧିକ ଟ୍ୱିଟର ଆକାଉଂଟ ଖୋଲାଯାଇଛି । ତେବେ ଗୁଇନ୍ଦା ଓ ଅନ୍ୟ ଏଜେନ୍ସିର ତଥ୍ୟକୁ ଆଧାର କରି ଦିଲ୍ଲୀ ପୋଲିସ ଏହା କହିଛି । ଏଭଳି ତଥ୍ୟ ଆସିଲା ପରେ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସରେ କୃଷକ କରିବାକୁ ଥିବା ଟ୍ରାକ୍ଟର ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଧାରଣତନ୍ତ୍ର ଦିବସ ପରେଡ ପରେ ଟ୍ରାକ୍ଟର ରାଲି ହେବ । ଏହା ନିଶ୍ଚିତ ଭାବେ ଦିଲ୍ଲୀ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ଏହା ଉପରେ କଡା ନଜର ରଖାଯାଇଛି । ସାଧାରଣତନ୍ତ୍ର ଦିବସ ପାଇଁ ଭାରତ ପ୍ରସ୍ତୁତ ହେଉଥିବାବେଳେ ପାକିସ୍ତାନର ଏଭଳି ଷଡଯନ୍ତ୍ର ଉଦ୍ୟମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଦିବସ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ସବୁଠାରୁ ବଡ଼ ସମସ୍ୟା ହୋଇପାରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି । ଶନିବାର ଦିଲ୍ଲୀ ପୋଲିସ ଟ୍ରାକ୍ଟର ରାଲି ପାଇଁ ସର୍ତ୍ତମୂଳକ ମଞ୍ଜୁରୀ ଦେଇଛି । ସେମାନେ ଦିଲ୍ଲୀର କିଛି ଦୂର ପର୍ଯ୍ୟନ୍ତ ଆସିପାରିବେ । ଏଭଳି ପରିସ୍ଥିତିରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କୃଷକ ସଂଗଠନ ମାନଙ୍କୁ ଟ୍ରାକ୍ଟର ରାଲିରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି- ଏହା ଏକ ରାଷ୍ଟ୍ରୀୟ ଉତ୍ସବ । ୩୬୫ ଦିନ ସେମାନେ ଶକ୍ତିପ୍ରଦର୍ଶନ କରିପାରିବେ । କିନ୍ତୁ ସାଧାରଣତନ୍ତ୍ର ଦିବସରେ ଏଥିରୁ ବିରତ ରହିବାକୁ ସେ ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started