ଜଙ୍ଗଲୀ ଗାଁକୁ ଘାରିଛି ବିଜୁଳି ଚିନ୍ତା । ସାତକୋଶିଆ ନାନୋ ସ୍ମାର୍ଟ ଭିଲେଜରେ ନାହିଁ ବିଜୁଳି ସଂଯୋଗ । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର

କନକ ବ୍ୟୁରୋ : ସଞ୍ଜ ନଇଁବା କ୍ଷଣି ମାଡି ଆସେ ଅନ୍ଧାର । ଠିକ୍ ଅନ୍ୟ ସବୁ ଅଞ୍ଚଳ ଭଳି । ହେଲେ ଏଠି ରାତିର ଅନ୍ଧାର ଦୂର କରିବା ପାଇଁ ନାହିଁ ବିଜୁଳି ବ୍ୟବସ୍ଥା । ସୂର୍ଯ୍ୟଦୋୟର ସକାଳକୁ ଅପେକ୍ଷା କରିବାକୁ ପଡେ ଏଠାକାର ଅଧିବାସୀଙ୍କୁ । ଆମେ କୁହଛୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଦେଶର ପ୍ରଥମ ନାନୋ ଗ୍ରୀଡ୍ ସ୍ମାଟ୍ ଭିଲେଜ ଛୋଟକେଇ ଗାଁର କଥା । ବ୍ୟାଘ୍ର ପ୍ରକଳ୍ପ କଟକଣା ଯୋଗୁଁ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରୁନାହିଁ ତେଣୁ ଦହଗଞ୍ଜ ହେଉଛନ୍ତି ଜଙ୍ଗଲ ଅଧିବାସୀ । ହେଲେ ଏମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ କି ଲୋକ ପ୍ରତିନିଧି କେହି ବୁଝୁନଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୨ଶହରୁ ଅଧିକ ପରିବାର ରହୁଥିବା ଏହି ଗାଁରେ ୨୦ ବର୍ଷ ତଳେ ବିଦ୍ୟୁତ ସଂଯୋଗ ଥିଲା । କିନ୍ତୁ ଜଙ୍ଗଲୀ ଗାଁରେ ରକ୍ଷଣାବେକ୍ଷଣ ଅଭାବରୁ ଖୁଂଟ ଓ ତାର ସବୁ ନଷ୍ଟ ହୋଇ ଯାଇଛି । ଆଉ ଏବେ ଗାଁକୁ ବିଜୁଳି ସଂଯୋଗ ଦାବି କରି ଲୋକେ ତାତି ଥିବା ବେଳେ ସେମାନଙ୍କ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଛି । ୧ କୋଟି ବ୍ୟୟରେ ଆଗାମୀ ୪ ମାସ ଭିତରେ ଗାଁକୁ ବିଜୁଳି ସଂଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ରାଜ୍ୟ ସରକାରଙ୍କ ପକ୍ଷରୁ ସାତକୋଶିଆରେ ଇକୋ-ରିଟ୍ରିକ୍ କରାଯାଇଛି । ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି, ହେଲେ ଏଠାରେ ଥିବା ଗାଁରେ ବିଜୁଳି ନଥିବାରୁ ସଞ୍ଜ ନଇଁବା ମାତ୍ରେ ତାଟିକବାଟ ପଡୁଛି ।

from Kanak News
via <a href="https://ifttt.com/?

ନେତାଜୀ ଜୟନ୍ତୀରେ ନାରାବାଜି ଘଟଣା । ବିଜେପିକୁ ହମଲା କଲେ ମମତା । କହିଲେ ମୁଣ୍ଡ କଟିଯିବ ପଛେ ତଳକୁ କରିବିନି

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ବିଜେପି କର୍ମୀଙ୍କ ନାରାବାଜି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ହୁଗୁଳିର ଏକ ଜନସଭାକୁ ଉଦବୋଧନ ଦେଇ ସେ ବିଜେପି ଉପରେ ଜୋରଦାର ହମଲା କରିଛନ୍ତି । ଏଥସହ ସେ ନିଜ ଗଳା କାଟି ଦେବେ ପଛେ, ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି ।

ଗତ ଜାନୁଆରୀ ୨୩ ତାରିଖରେ ସାରା ଦେଶରେ ନେତାଜୀ ଜୟନ୍ତୀ ପାଳନ ହୋଇଥିଲା । ଏହିଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ପଶ୍ଚିମବଙ୍ଗ ସରକାର କିନ୍ତୁ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିଥିଲା । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ ।

ଏହି ସଭାରେ କିନ୍ତୁ ବିଜେପି କର୍ମୀମାନେ ଜୟ ଶ୍ରୀ ରାମ ନାରା ଦେବାରୁ ଏଥିରେ ଚିହିଁକି ଉଠିଥିଲେ ମମତା । ସଭାରେ ସେ ସିଧାସିଧା ଉଦବୋଧନ ଦେବାକୁ ମନା କରିଦେଇଥିଲେ । କାହାକୁ ଡାକି ଏପରି ଅପମାନ କରିବା ଠିକ୍ ନୁହେଁ ବୋଲି ସେ କହିଥିଲେ । ସୋମବାର ଏହି ଘଟଣାକୁ ନେଇ ମମତା କହିଛନ୍ତି, ବିଜେପି କର୍ମୀମାନେ ନେତାଜୀଙ୍କ ସହ ବଙ୍ଗଳାର ଅପମାନ କରିଛନ୍ତି । ହେଲେ ସେ ବନ୍ଧୁକ ମୁନରେ ନୁହେଁ ବରଂ ରାଜନୀତିରେ ବିଶ୍ୱାସ ରଖିଛନ୍ତି ବୋଲି କହିଛନ୍ତି । ଯାହାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି ।

from Kanak News
via <a href="https://ifttt.com/?

ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବାଲେଶ୍ୱର  ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା ।

ଗୋଟେ ଗୋଷ୍ଠୀ ଦୁର୍ବଳ ଥିବାରୁ ଅନ୍ୟ ଗୋଷ୍ଠୀ ପୁରୁଣା ବାଲେଶ୍ୱରର ଦୁଇ ସହଯୋଗୀଙ୍କୁ ଡକାଇଥିଲେ । ଦୁଇ ଯୁବକ ବାଇକ୍ରେ ସେଠାରେ ପହଂଚିବା ପରେ ପିସ୍ତଲ ବାହରକରି ଧମକ ଦେଇଥିଲା । ଏଭଳି ସ୍ଥିତିରେ ଅନ୍ୟ ଗୋଷ୍ଠୀ ଭୁଜାଲି ଓ ଖଣ୍ଡା ଦେଖାଇବାକୁ ପଛେଇନଥିଲେ । ପରେ ଏହି ଅଭିଯୁକ୍ତ ସେଠାରୁ ଫେରିଆସିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ଚିହ୍ନଟ କରିଥିବ ବେଳେ ଉଭୟ ଫେରାର ହୋଇଥିବା କହିଛି ପୋଲିସ ।

from Kanak News
via <a href="https://ifttt.com/?

କୃଷି ଆଇନକୁ ନେଇ ଶରଦ ପାୱାର ଖପ୍ପା । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ । ମୁମ୍ବାଇରେ ଚାଷୀଙ୍କର ବିଶାଳ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ସୋମବାର ମୁମ୍ବାଇର ଆଜାଦ ମୈଦାନରେ ହଜାର ହଜାର ଚାଷୀ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଏବେ ବି ଏଠାକୁ ଚାଷୀମାନଙ୍କର ସୁଅ ଛୁଟୁଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ ଶରଦ ପାୱାର ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶରଦ କହିଛନ୍ତି, କେନ୍ଦ୍ର ସରକାର ବିନା କୌଣସି ଚର୍ଚ୍ଚାରେ କୃଷି ଆଇନକୁ ପାସ୍ କରିଦେଇଛନ୍ତି । ଯାହାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀମାନେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିଲେ ବି ସରକାର କୌଣସି ନିଷ୍କର୍ସ ବାହାର କରୁନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କଙ୍ଗନାଙ୍କୁ ଭେଟିବା ପାଇଁ ସମୟ ଅଛି ହେଲେ ଚାଷୀଙ୍କ ସହ ଆଲୋଚନା କରିବାକୁ ସମୟ ନାହିଁ ବୋଲି ଶରଦ ଆନ୍ଦୋଳନରେ ଯୋଗ ଦେଇ କହିଛନ୍ତି । 

ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧରେ କରି ମୁମ୍ବାଇରେ ବଡ ଧରଣର ଆନ୍ଦୋଳନ ହୋଇଛି । ଏହାକୁ ଏନସିପି ପ୍ରମୁଖ ଶରଦ ପାୱାର ମଧ୍ୟ ସମର୍ଥନ ଜଣାଇଛନ୍ତି । ହେଲେ ମହାରାଷ୍ଟ୍ରରେ ବିରୋଧୀ ଦଳ ବିଜେପିି ଏହାକୁ ନାପସନ୍ଦ କରିଛି । ଏନସିପି ଜାଣିଶୁଣି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ବିରୋଧ ପ୍ରଦର୍ଶନ କରୁଛି ବୋଲି ଦେବେନ୍ଦ୍ର ଫଡନାବିସ କହିଛନ୍ତି ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଭାବନା । ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଉଡାଇବେ ଯୁଦ୍ଧ ବିମାନ

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଉ ଏହି ଦିନ ଦିଲ୍ଲୀ ପରେଡରେ ଇତିହାସ ରଚିବେ ବିହାରୀ ଝିଅ ଭାବନା କାନ୍ତ । କାହିଁକି ନା ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଉଡାଇବେ ବାୟୁସେନାର ଯୁଦ୍ଧ ବିମାନ ।

ଭାରତୀୟ ବାୟୁସେନା ଏଥର ଗଣତନ୍ତ୍ର ଦିବସରେ ଅନେକ ଯୁଦ୍ଧ ବିମାନ ପ୍ରଦର୍ଶନ କରିବ । ତେଜସଠାରୁ ଆରମ୍ଭ କରି ରୋହିଣୀ ରାଡାର, ଆକାଶ ମିସାଇଲ୍ ଆଉ ସୁଖୋଇ ୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜର ବୀରତ୍ୱ ଦେଖାଇବେ । ଭାରତୀୟ ବାୟୁସେନା ଏଥିପାଇଁ ଫାଇଟର ପାଇଲଟମାନଙ୍କର ଏକ ସ୍ପେଶାଲ୍ ଟିମ୍ ଗଠନ କରିଛି  ଆଉ ଏହି ଟିମରେ ସାମିଲ ଅଛନ୍ତି ମହିଳା ପାଇଲଟ୍ ଭାବନା କାନ୍ତ । ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ ସେ ଦିଲ୍ଲୀ ପରେଡରେ ଅଂଶଗ୍ରହଣ କରିବେ ।

ଭାବନା କହିଛନ୍ତି ପିଲାଟି ଦିନରୁ ପରେଡରେ ଭାଗ ନେବାକୁ ତାଙ୍କର ଇଚ୍ଛା ଥିଲା । ଏବେ ତାଙ୍କ ପାଇଁ ଏକ ମୌକା ଆସିଛି । ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଛି । ବାୟୁସେନାରେ ଅନ୍ୟ ଯୁଦ୍ଧ ବିମାନ ସହିତ ରାଫେଲ୍ ଆଉ ସୁଖୋଇ ଯୁଦ୍ଧ ବିମାନକୁ ଉଡାଇବା ତାଙ୍କର ପସନ୍ଦ ।

ଭାବନାଙ୍କ ଜନ୍ମ ବିହାରର ଦରଭଙ୍ଗା ଜିଲ୍ଲାରେ । ତାଙ୍କର ପିଲାଦିନ ମଧ୍ୟ ସେଠାରେ କଟିଛି । ତେବେ ଆଗକୁ ପଢିବା ପାଇଁ ସେ ବାଙ୍ଗାଲୋର ଚାଲିଆସିଥିଲେ । ସେଠାରେ ଭାବନା ଇଂଜିନିୟରିଂ ପଢିଥିଲେ । ୨୦୧୫ରେ ଭାରତୀୟ ବାୟୁସେନା ନିଜର ଫାଇଟର ଷ୍ଟ୍ରିମରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲା । ବାସ୍ ସେତିକି ବେଳେ ବାୟୁସେନାରେ ସାମିଲ ହୋଇଯାଇଥିଲେ ଭାବନା । ସେବେଠାରୁ ସେ ବାୟୁସେନାରେ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ କାମ କରୁଛନ୍ତି । ତେବେ ପ୍ରଥମ କରି ସେ ଗଣତନ୍ତ୍ର ଦିବସରେ ଯୁଦ୍ଧ ବିମାନ ଉଡାଇବା ସହ ଇତିହାସ ରଚିବେ ।

from Kanak News
via <a href="https://ifttt.com/?

ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଚିଠି ଲେଖି କଲେ ଅନୁରୋଧ

କନକ ବ୍ୟୁରୋ: ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି ।

ପୂର୍ବରୁ ୩୬ ଜଣ ଆଇଏଏସ ଏବଂ ଆଇପିଏସ ପୋଷ୍ୟ ସ୍କୁଲ ଗ୍ରହଣ କରିସାରିଥିବା ବେଳେ ଆଗକୁ ଆହୁରି ଅଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଅଗ୍ରହ ଦେଖାଇଛନ୍ତି ।

ସୂଚନାଯୋଗ୍ୟ କି, ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ତେବେ ଏହି ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ଡିଜିଟାଲ କ୍ଲାସ ରୁମ ହେବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ବି ୧୦୦ ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ ।

from Kanak News
via <a href="https://ifttt.com/?

ଜଙ୍ଗଲରେ ଓପନ୍ ଜିମ୍ । ନିଜକୁ ଫିଟ୍ ରଖିବାର ସଉକ ଯୁବକଙ୍କୁ ବନାଇଛି ଫିଟନେସ୍ ଟ୍ରେନର, ତାଲିମ ନେଉଛନ୍ତି ୩୫ ଯୁବକ

ଯୁଗ ସହ ଲୋକଙ୍କର ରୁଚି ବଦଳିଛି । ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। ନିଜର ବ୍ୟସ୍ତତା ତଥା କର୍ମଜଂଜାଳ ମଧ୍ୟରୁ ସମୟ କାଡ଼ି କିଏ ଜିମ୍ କୁ ଯାଉଛି ତ ଆଉ କିଏ ପ୍ରାତଃ ଭ୍ରମଣରେ । ଜିମକୁ ଗଲେ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ୁଛି। ଅପରପକ୍ଷରେ ଜଣେ ଯୁବକଙ୍କ ପ୍ରଚେଷ୍ଟାରେ ଜଙ୍ଗଲ ମଧ୍ୟରେ ରହିଛି ଶୁଳ୍କ ମୁକ୍ତ ଜିମ୍। ଜୟପୁର ସହରର ଅତି ନିକଟରେ ଥିବା ପାଜିଂଆଗୁଡା ନିକଟସ୍ଥ ଜଙ୍ଗଲ ମଧ୍ୟରେ ମୁକ୍ତାକାଶରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ମଧ୍ୟରେ ରହିଛି ଏହି ଜିମ୍। । ଏହି ମୁକ୍ତାକାଶ ଜଙ୍ଗଲ ଜିମ୍ କୁ ନେଇ ଏବେ ସହରରେ ଚର୍ଚ୍ଚା। ଏଠାରେ ପ୍ରତିଦିନ ୩୦ରୁ ୩୫ଜଣ ବିଭିନ୍ନ ବୟସ ବର୍ଗର ଯୁବକ ମାନେ ଶାରିରୀକ କ୍ରୀଡା କୌଶଳ କରି ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ କରୁଛନ୍ତି।

ବ୍ୟାୟାମ ପାଇଁ ସବୁ ପ୍ରକାର ଉପକରଣ ବି ରହିଛି । ହେଲେ ଏସବୁ ଅନ୍ୟ ଜିମ୍ ପରି ବ୍ରାଣ୍ଡେଡ ନୁହେଁ କି ଲୁହା କିମ୍ବା ଅନ୍ୟ ଉପକରଣ କିମ୍ବା ଯନ୍ତ୍ରରେ ତିଆରି ନୁହେଁ। ବରଂ ଏ ସବୁ ତିଆରି ହୋଇଛି ଜଙ୍ଗଲର କିଛି କାଠ,ଡାଳ,ଟାୟାର ଓ ସିମେଣ୍ଟ କଂକ୍ରିଟ ଖଣ୍ଡ, ନଦୀ ବାଲିରେ । ଏହି ମୁକ୍ତାକାଶ ଜଙ୍ଗଲ ଜିମ୍ ପଛରେ ପ୍ରଛନ୍ନ ଭୂମିକା ରହିଛି ସ୍ଥାନୀୟ ଆଦିବାସୀ ଯୁବକ ଶିବରାମ କଟିଆଙ୍କ ର।ଶିବରାମ ବୃତ୍ତିରେ ଜଣେ ଗାଡି ଡ୍ରାଇଭର ହୋଇଥିଲେ ବି ନିଶା କିନ୍ତୁ ନିଜେ ଶାରିରୀକ ସୁସ୍ଥ ରହିବା ସହ ଯୁବବର୍ଗଙ୍କୁ ପ୍ରକୃତିଦତ୍ତ ଉପାୟରେ ହିଁ (ଫିଜିକାଲ ଫିଟନେସ୍) ତାଲିମ ଦେବା। ଆଉ ତାଙ୍କର ଏହି ଉଦ୍ୟମ ଫଳରେ ଅନେକ ଯୁବକ ପୋଲିସ ଓ ସୈନ୍ୟ ବାହିନୀରେ ଯୋଗ ଦେବା ଆଶାରେ ଏହି ଜିମ୍ ରେ ତାଲିମ ନେଉଛନ୍ତି। ଗତ ୨ ବର୍ଷରୁ ଅଧିକ ସମୟ ହେବ ଏହା ଚାଲିଛି। ଜିମରେ ମାଗଣା ତାଲିମ ଦିଆଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ସହ ଅନ୍ୟାନ୍ୟ ଖର୍ଚ୍ଚ ଶିବରାମ ନିଜ ଦରମା ଟଙ୍କାରୁ କରି ଆସୁଛନ୍ତି।

ଶିବରାମଙ୍କ ପିଲାଟି ଦିନରୁ ଫିଜିକାଲ ଫିଟନେସ ପ୍ରତି ପ୍ରବଳ ଆଗ୍ରହ ରହି ଆସିଥିଲା। ବାପା ସୀତାରାମ କୋଟିଆଙ୍କ ଠାରୁ ସେ ପିଲାଟି ବେଳରୁ ସେ ବାଡ଼ି , ଖଣ୍ଡା ଆଦି ବୁଲାଈବା ପରି ଆଖାଡ଼ା ବ୍ୟାୟମ ଶିଖିଥିଲେ। ବାପା ରିକ୍ସାଚାଳକ ହୋଇଥିଲେ ହେଁ ସେ ତାଙ୍କ ଦୁଇ ପୁଅଙ୍କୁ କିଭଳି ସୁସ୍ଥ ଓ ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବେ ତାହା ଶିଖାଉଥିଲେ। ପିଲାଟି ବେଳରୁ ଶିଖି ଆସିବା ଏବଂ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପିଲାଟି ବେଳରୁ ହିଁ ଶିବରାମ ଅଙ୍ଗେ ନିଭାଇଥିବାରୁ ଏଭଳି ମାଗଣା ଜିମ୍ କରି ପିଲାଙ୍କୁ ଶିଖାଇବାକୁ ନିଷ୍ପତି ନେଇଥିଲେ। ବାପାଙ୍କ ମାଧ୍ୟମରେ ସେ ଶିବା ଲଜ୍ ନିକଟସ୍ଥ ଖ୍ରୀଷ୍ଠୀୟାନପେଟ୍ଟାରେ ଥିବା ଜିମକୁ ୬ମାସ କାଳ ଯାଇ ବ୍ୟାୟମ ଆଦି କିଭଳି କରାଯାଏ ଶିଖିଥିଲେ। ହେଲେ ଆର୍ଥିକସ୍ଥିତି ଭଲ ନଥିବାରୁ ସବୁ ଦିନ ପାଇଁ ସମ୍ଭବ ହୋଇ ପାରିଲାନି।

ଜିମରେ ବ୍ୟବହାର କରୁଥିବା ସାମଗ୍ରୀ ଗୁଡ଼ିକୁ ଦେଖି ପ୍ରଥମେ ନିଜ ଘରେ ଗୋଟିଏ ଛୋଟିଆ ଜିମ୍ ଟିଏ କରିଥିଲେ। କିନ୍ତୁ ପରେ ସ୍ଥାନ ଅଭାବରୁ ସେ ପାଂଜିଆଗୁଡା ତଥା ଓପିଟିସିଏଲ୍ ଗେଟ ସମ୍ମୁଖରେ ଥିବା ଘଂଚ ଜଙ୍ଗଲ ମଧ୍ୟରେ ଜିମ୍ ଆରମ୍ଭ କରିଥିଲେ। ପ୍ରଥମେ ୩ଜଣ ଯୁବକ ଆସୁଥିବା ବେଳେ ଏବେ ସହରର ନୂଆସାହି, ଜୟନଗର, ବାରିଣୀପୁଟ, ଖ୍ରୀଷ୍ଠୀୟାନ ସାହି ସହ ପାଂଜିଆଗୁଡା, ବାୟାଗୁଡା ଆଦି ଆଖପାଖ ଗାଁର ୩୫ଜଣ ପିଲା ସବୁ ଦିନ ଶାରିରୀକ ବ୍ୟାୟମ କରୁଥିବା କହିଛନ୍ତି ଶିବରାମ। ସ୍ବଳ୍ପ ଦରମାରେ ସ୍ତ୍ରୀ,୩ଟି ଛୁଆ, ବାପା ଓ ମା ଆଦିର ପରିବାରର ପ୍ରତିପୋଷଣ କରିବା ସହ ଜିମର ମରାମତି, ରକ୍ଷଣାବେକ୍ଷଣ, ଦେଖାରଖା କରି ଆସୁଛନ୍ତି ଶିବରାମ। ତେବେ ଅତ୍ୟାଧୁନିକ ଜିମ୍ କୁ ଯାଇ ବିଭିନ୍ନ ଔଷଧ ଖାଇ ଦେହ ଖରାଫ କରିବା ବଦଳରେ ମୁକ୍ତାକାଶ ଜିମରେ ପ୍ରାକୃତିକ ଉପାୟରେ ଶରୀର ଗଠନ କରିପାରିଲେ ସମଗ୍ରୀ ଜୀବନ ଏହି ଶରୀର ଶକ୍ତ ଓମଜଭୁତ ରହିବ ବୋଲି କହିଛନ୍ତି ଶିବରାମ। ମାନସିକ, ଶାରିରୀକ ଭାବେ ଜଣେ ସୁସ୍ଥ ରହିଲେ ସେ ଯେ କୌଣସି କାମ କରି ପାରିବ, ସୁସ୍ଥ ଓ ବିକଶିତ ସମାଜ ଗଠନରେ ଏମାନେ ପ୍ରମୁଖ ଭୁମିକା ଗ୍ରହଣ କରିପାରିବେ ବୋଲି କହିଛନ୍ତି ଶିବରାମ। ଶିବରାମଙ୍କ ଏଭଳି ଉଦ୍ୟମ ଓ ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

from Kanak News
via <a href="https://ifttt.com/?

ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ରୋକିବାକୁ ରାଜ୍ୟରେ ଖୋଲିବ ସ୍ବତନ୍ତ୍ର ଶାଖା : ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

କନକ ବ୍ୟୁରୋ : ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେହି ସଂକ୍ରାନ୍ତୀୟ ଅପରାଧକୁ ଯେପରି ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଞ୍ଜୁର କରିଛନ୍ତି । ଏଥିରେ ପୁଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର୍ ଫରେନସିକ୍ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି । ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ମନ୍ତ୍ରାଳୟର ୫ ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।

from Kanak News
via <a href="https://ifttt.com/?

ଉତ୍ତର ସିକିମର ନକୁଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା: ୨୦ ତାରିଖରେ ଗଣ୍ଡଗୋଳ ନେଇ ସ୍ପଷ୍ଟ କଲା ଭାରତୀୟ ସେନା

କନକ ବ୍ୟୁରୋ: ଗତ ୨୦ ତାରିଖରେ ଉତ୍ତର ସିକିମର ନାକୁଲାଠାରେ ଭାରତୀୟ ସେନା ଓ ଚୀନର ପିଏଲଏ ମଧ୍ୟରେ ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଭାରତୀୟ ସେନା । ଚୀନ ସେନା ଭାରତ ମାଟି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବାଧା ଦେଇଥିଲେ ସେଠାରେ ମୁତୟନ ଭାରତୀୟ ସୈନିକ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତେବେ ପ୍ରୋଟକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡର ସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ, ଯେତେ ଯାହା କଲେ ସୁଧୁରୁନି ସଇତାନ ଚୀନ୍ । ସୀମାରେ ବାରମ୍ବାର ଦେଖାଉଛି ଦୋମୁହାଁ ନୀତି । ଏପଟେ ଆଲୋଚନା ଟେବୁଲରେ ସେନା ପ୍ରତ୍ୟାହାର କରିବା ନେଇ ପ୍ରତିଶ୍ରୁତି ଦେଉଛି । ସେପଟେ ସୀମାରେ ସୈନ୍ୟ ଅନୁପ୍ରବେଶ ପାଇଁ ଚଳାଇଛି ଷଡ଼ଯନ୍ତ୍ର । ହେଲେ ଭାରତ- ଚୀନ ସୀମାରେ ସର୍ତକ ନଜର ରଖିଥିବା ଭାରତୀୟ ସୈନ୍ୟ ସଇତାନ ଚୀନର ସବୁ ପ୍ରୟାସକୁ ଭଣ୍ଡୁର କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲବାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ’ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁ ଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମ କଲା ବେଳେ ବାଧା ଦେଇଛି ଭାରତୀୟ ସେନା । ଫଳରେ ୨ ଦେଶର ସୈନିକ ହାତାହାତି ହୋଇଛନ୍ତି । ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା…ହୋମଗାର୍ଡଙ୍କ ସେବାକୁ ଭୁଲିପାରିଲେନି ରାୟଗଡା ଏସ୍ପି । ବିଦାୟୀ ସଭାରେ ହୋମଗାର୍ଡ ଶିକା ବାଗଙ୍କୁ କୁଣ୍ଢାଇ ଧରି କାନ୍ଦିଲେ ଏସପି ବିବେକାନନ୍ଦ ଶର୍ମା

କନକ ବ୍ୟୁରୋ: ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା । ରାୟଗଡ଼ା ଜିଳ୍ଲା ଅମ୍ବାଦୋଳା ଥାନାରେ ଦୀର୍ଘ ୩୬ ବର୍ଷ ଧରି ନିଃସ୍ୱାର୍ଥପର ଭାବେ କାମ କରିଥିବା ଶିକା ବାଗଙ୍କୁ ଏକ ଭାବବିହ୍ୱଳ ଭରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ବିଦାୟ ବେଳେ ରାୟଗଡ଼ା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏକ ଅଦ୍ଭୁତପୂର୍ବ ଚିତ୍ର ଦେଖିବାକୁ ମିଳିଥିଲା ।

ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଖୋଦ୍ ଏସପି ବିବେକାନନ୍ଦ ଶର୍ମା ଶିକା ବାଗଙ୍କୁ କଣ୍ଢାଇ ପକାଇଥିଲେ ଏବଂ କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ । ତେବେ ଶିକା ବାଗଙ୍କର ନିଃସ୍ୱାର୍ଥପର ସେବାକୁ ସଲାମ୍ ଜଣାଇ ତାଙ୍କୁ ହୃଦୟତାର ସହ କୃତଜ୍ଞତା ଜଣାଇଥିଲେ ଏସପି । ଏହା ସହ ୧୧୨ ଜଣ ହୋମଗାର୍ଡ଼ ତାଙ୍କ ଦରମାରୁ ଏକ ଲକ୍ଷ ଟଙ୍କା ପ୍ରଦାନ ମଧ୍ୟ କରିଥିଲେ । ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ଶିକା ବାଗ୍ ଅମ୍ବାଦୋଳା ଅଂଚଳରେ ବେଶ୍ ପରିଚିତ । କରୋନା କାଳରେ ଅନେକ ପ୍ରବାସୀଙ୍କୁ ଥଇଥାନ କରିବା ସହ ସେବା ଯୋଗାଇଥିଲେ ଶିକା ବାଗ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started