ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରସାଦ ଦର ବୃଦ୍ଧିକୁ ନେଇ କିନ୍ତୁ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ । 

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଥିବା କହିଛି ସୁପକାର ନିଯୋଗ ।

ମହାପ୍ରସାଦ ଦରକୁ ନେଇ ଅସନ୍ତୋଷ
୩ ଗୁଣା ବଢ଼ିଥିବା ଅଭିଯୋଗ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ବ୍ୟାକୁଳ ହୋଇଥାଏ ଶ୍ରଦ୍ଧାଳୁ । ହେଲେ, ହଠାତ ଦରବୃଦ୍ଧି ହୋଇଥିବା ଅଭିଯୋଗ ଯୋଗୁଁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯେଉଁମାନେ ଦାବି ଅନୁସାରେ ଟଙ୍କା ଦେଇ ପାରୁଛନ୍ତି ସେମାନେ ଅବଢ଼ା ପାଉଛନ୍ତି । ନଚେତ ମହାପ୍ରସାଦ ନ ପାଇ ଫେରୁବାକୁ ବାଧ୍ୟ ହେଉଛନ୍ତି । ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଯେଉଁ ଅବଢ଼ା ୧୦୦ଟଙ୍କାରେ ମିଳୁଥିଲା ଏବେ ତାର ଦର ୩୦୦ ଟଙ୍କାରେ ପହଁଚିଛି । ଅର୍ଥାତ ପୂର୍ବଦର ଅନୁସାରେ ୩ ଗୁଣ ବଢ଼ିଛି ଅବଢ଼ା ଦର ।

କାହିଁକି ବଢ଼ୁଛି ଅବଢ଼ା ଦର?
କେବେ କମିବ ମହାପ୍ରସାଦ ମୂଲ୍ୟ?

ଅବଢ଼ା ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ପ୍ରତିକ୍ରିୟା ରଖିଛି ସୁପକାର ଓ ମହାସୁପକାର ନିଯୋଗ । ନିଯୋଗ ପକ୍ଷରୁ କୁହାଯାଇଛି, କରୋନା ଯୋଗୁଁ ଶ୍ରୀମନ୍ଦିର ପକ୍ଷରୁ ଅବଢ଼ା ଦୋକାନ ଖୋଲାଯାଇନି । ଏବେ କେବଳ ସୁପକାର ଓ ମହାସୁପକାର ନିଯୋଗ ପକ୍ଷରୁ କୋଠ ଦୋକାନ କରାଯାଇଛି । କୋଠ ତରଫରୁ ସବୁ କିଛି କିଣାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଯାଇଛି । କମ୍ ଜିନିଷ କିଣା ଯାଉଥିବାରୁ ଦର ଚଢ଼ା ରହୁଛି । ତେବେ ଆନନ୍ଦବଜାର ଖୋଲିଲେ ପୁଣି ଥରେ ଅବଢ଼ାର ଦର କମିବ ବୋଲି ଆଶା ରଖିଛି ନିଯୋଗ ।

ପୂର୍ବରୁ ଭକ୍ତଙ୍କୁ ସୁହାଇଲା ଭଳି ଦର ତାଲିକା ଆନନ୍ଦବଜାର ଓ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାହା ଏଯାଏଁ ଲଗାଯାଇନାହିଁ । ଯାହାକି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ରହୁଛି । ତେଣୁ ଅବଢ଼ା ଦର ନିର୍ଦ୍ଧାରଣ କରିବାକୁ ଦାବି ହେଉଛି ।

from Kanak News
via <a href="https://ifttt.com/?

ବଲାଙ୍ଗୀର ଜିଲ୍ଲାରେ କେମିତ ଚାଲିଛି ଧାନ ସଂଗ୍ରହ । ଗୁମର ଖୋଲିଲା କଳିକେଶ ସିଂଦେଓଙ୍କ ଚିଠି । ଟୋକନ ବ୍ୟବସ୍ଥାରେ ସମସ୍ୟା ଥିବା ମାନିଲେ ବିଜେଡି ନେତା?

କନକ ବ୍ୟୁରୋ: ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ବିଜେପି ବଡ଼ ଧରଣର ଆନ୍ଦୋଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଧାନ କିଣାର ଅବ୍ୟବସ୍ଥା କଥା ଉଠାଇଛନ୍ତି ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂଦେଓ । ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖି ସେ ଉଲ୍ଲେଖ କରିଛନ୍ତି ଯେ…

ଗତବର୍ଷ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୪୮,୯୮୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୩, ୮୧୯ ଜଣ ଚାଷୀଙ୍କଠାରୁ ୩୧, ୨୮, ୩୭୮ କ୍ୱିଂଟାଲ ଧାନ ସଂଗ୍ରହ ହୋଇଥିଲା । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ୩୬% ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲାରେ ୩୦, ୬୮, ୬୦୦ କ୍ୱିଂଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ରହିଛି । ଟାର୍ଗେଟ୍ ବୃଦ୍ଧି କରାଯାଇନଥିବା ବେଳେ ଚାଷୀଙ୍କୁ ଟୋକନ୍ ଦିଆ ଚାଲିଛି । ଏଭଳି ସ୍ଥିତିରେ ଅଧିକ ଉତ୍ପାଦନ କରିଥିବା ଚାଷୀଙ୍କ ଭିତରେ ଧାନ ବିକ୍ରି ନେଇ ସନ୍ଦେହ ରହିଛି । ସେହିପରି ଟାର୍ଗେଟ୍ ପୂରଣ ହୋଇଯାଇଥିବାରୁ ଅନେକ ଚାଷୀଙ୍କ ଟୋକନ୍ ଲାପ୍ସ କରିଯାଇଛି । ତେଣୁ କରି ବଲାଙ୍ଗୀର ଜିଲ୍ଲାରେ ଅଭାବି ବିକ୍ରି ରୋକିବା ପାଇଁ ଟାର୍ଗେଟକୁ ଆହୁରି ୩୦,୦୦୦ ମେଟ୍ରିକ୍ ଟନ୍ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ।

 ପୂର୍ବତନ ବିଜେଡି ସାଂସଦ, କଳିକେଶଙ୍କ ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବଲାଙ୍ଗୀର ଜିଲ୍ଲାରେ ଟୋକନ୍ ସମସ୍ୟା ରହିଛି । ଏମିତି କି ଉତ୍ପାଦିତ ଧାନ ବିକ୍ରି କରିବାରେ ଚାଷୀଙ୍କ ଭିତରେ ସମସ୍ୟା ରହିଛି । ଆଉ ଯେତେବେଳେ ଶାସକ ଦଳର ଜଣେ ନେତା ଚାଷୀଙ୍କ ସମସ୍ୟା ଉଠାଇଛନ୍ତି, ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଆଉ ଏକ ମୌକା ମିଳିଯାଇଛି । ରାଜନୀତିର ଏହି ବୟାନବାଜୀ ଭିତରେ କିନ୍ତୁ ସାରା ରାଜ୍ୟର ବିଭିନ୍ନ ମଣ୍ଡିରୁ ଧାନ ସଂଗ୍ରହ ନେଇ ଥିବା ଅବ୍ୟବସ୍ଥାର ଚିତ୍ର ଆସିବାରେ ଲାଗିଛି ।

from Kanak News
via <a href="https://ifttt.com/?

କୋଭାକ୍ସିନ ଟିକା ନେଉଥିଲେ କେମିତି ରହିବେ ସତର୍କ । ସାମ୍ନାକୁ ଆସିଲା ଜରୁରୀ ତଥ୍ୟ ।

କନକ ବ୍ୟୁରୋ: ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତିି ବିଶେଷଜ୍ଞ ।

ଦେଶୀ ଟିକା କୋଭାକ୍ସିନର ବର୍ତମାନ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି । ଏପଟେ ଭାରତର ଡ୍ରଗ ରେଗୁଲେଟରେ ଅନୁମତି ଦେବା ପରେ ଦେଶର ମୁଖ୍ୟ ସହରମାନଙ୍କରେ କୋଭାକ୍ସିନ ଟିକା ଦିଆଯାଉଛି । ଓଡିଶାରେ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବାରୁ ବିଶେଷଜ୍ଞଙ୍କ କହିବାଅନୁସାରେ ଟିକା ନେଇଥିବା ବ୍ୟକ୍ତି ସହବାସ ସମୟରେ ସତର୍କ ରୁହନ୍ତୁ । ଅନ୍ତତଃ ୩ ମାସ ଯାଏଁ କଂଟ୍ରାସେପଟିଭ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।

କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଡାକ୍ତର ଭେଙ୍କଟ ରାଓ କହିଛନ୍ତି, ଟିକା ନେବା ପରେ, ଗର୍ଭଧାରଣାରେ ଏହାର କଣ ପ୍ରଭାବ ପଡିବ ତାହା ସଠିକ ଭାବେ ଏ ଯାଏଁ ଜଣାପଡିନାହିଁ । ତେଣୁ ୩ ମାସ ଯାଏଁ ଗର୍ଭନିରୋଧକ ବ୍ୟବହାର ଉପରେ ବିଶେଷଜ୍ଞମାନେ ଜୋର ଦେଇଛନ୍ତି । 

from Kanak News
via <a href="https://ifttt.com/?

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ । ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ । ଆନ୍ଦୋଳନ ନକରିବାକୁ କୃଷି ମନ୍ତ୍ରୀଙ୍କ ଅନୁରୋଧ

କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୫୮ ଦିନରେ ପହଁଚିଛି । ସରକାର ଚାଷୀ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ସହ କିଛି ସଂଶୋଧନ କରିବାକୁ ଆନ୍ଦୋଳନକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ପୂର୍ବ ଯୋଜନା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ପୋଲିସ ମଧ୍ୟ ଏଥିପାଇଁ ଚାଷୀଙ୍କୁ ସର୍ତମୂଳକ ଅନୁମତି ଦେଇଛି । ଅନ୍ୟପଟେ ବର୍ଷର ୩୬୫ ଦିନ ପଡିଥିବାରୁ ଜାନୁଆରୀ ୨୬ରେ ଆନ୍ଦୋଳନ ନକରିବାକୁ ଚାଷୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବଡ ପ୍ରସ୍ତୁତି ଚଳାଇଛନ୍ତି ଚାଷୀ ସଂଗଠନ । ଦୀର୍ଘ ୫୮ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବା ପରେ ସରକାର କୃଷକଙ୍କ ଦାବିକୁ ନମାନିବାରୁ ଅଧିକ ଚାପ ସୃଷ୍ଟି କରିବାକୁ କିଷାନ ଗଣତନ୍ତ୍ର ପ୍ୟାରେଡ୍ କରିବାକୁ ସଜ ହେଉଛନ୍ତି ଚାଷୀ । ଏଭଳି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଆନ୍ଦୋଳନକାରୀ କୃଷକଙ୍କୁ ଅନୁରୋଧ କରିଛନ୍ତି । ଜାନୁଆରୀ ୨୬ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଆନ୍ଦୋଳନ ନକରିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି । ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ‘‘ବର୍ଷ ସାରା ୩୬୫ ଦିନ ପଡିଛି । କୌଣସି ବି ଦିନରେ କୃଷକମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିପାରିବେ । ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଟ୍ରାକ୍ଟର ରାଲି ନକରିବାକୁ ଅନୁରୋଧ।’’

ଟ୍ରାକ୍ଟର ରାଲିକୁ ଦିଲ୍ଳୀ ପୋଲିସର ଅନୁମତି
ଦିଲ୍ଲୀର କିଛି ବାଟ ପର୍ଯ୍ୟନ୍ତ ଆସିବ ଶୋଭାଯାତ୍ରା

କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ଦିଲ୍ଳୀରେ ଟ୍ରାକ୍ଟର ରାଲି କରିବାକୁ ସର୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ୍ । ଅନୁମତି ଅନୁସାରେ ତିନୋଟି ସ୍ଥାନରୁ ବାହାରିବ ଶୋଭାଯାତ୍ରା । ତେବେ ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଚାଷୀ ସଂଗଠନକୁ କହିଛି ପୋଲିସ ।
ଅନ୍ୟପଟେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସକୁ ରୁଟଚାର୍ଟ ଦେଇଛି କୃଷକ ସଂଗଠନ ଏବଂ ରାଲି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୃଷକ ନେତା ।

ଅନ୍ୟପଟେ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ କରାଯାଇଛି । ଟ୍ରାକ୍ଟର ପାଇଁ ତେଲ ନଦେବାକୁ ଗାଜିଆବାଦର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଟ୍ରାକ୍ଟର ଓ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ଲେଖାଯାଇଛି ।

from Kanak News
via <a href="https://ifttt.com/?

ଟେଷ୍ଟ କ୍ୟାପଟେନ ହେବାକୁ ନେଇ ମତ ରଖିଲେ ରାହାଣେ । କହିଲେ, କୋହଲିଙ୍କ ସହ କୌଣସି ଟକ୍କର ନାହିଁ

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ସହ କଙ୍ଗାରୁ ଦଳ ଘାଇଲା ହୋଇଥିଲା । ଭାରତୀୟ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଯାହାର ନେତୃତ୍ୱ ନେଉଥିଲେ ଆଜିଙ୍କ୍ୟ ରାହାଣେ । ଦଳର ଏହି ବିଜୟ ପଛରେ ରାହାଣେଙ୍କ ଚତୁର ଚାଲ୍ ଥିଲା ବୋଲି ଅନେକ କ୍ରିକେଟ ବିଶେଷଜ୍ଞ କହିଥିଲେ । ଏଥିପାଇଁ ତାଙ୍କୁ ଦଳର ଟେଷ୍ଟ ଅଧିନାୟକ କରିବାକୁ ବି ବହୁ ଆଡୁ ଦାବି ହୋଇଥିଲା । ହେଲେ ରବିବାର ଏନେଇ ପ୍ରଥମ କରି ମୁହଁ ଖୋଲିଛନ୍ତି ରାହାଣେ ।

ସେ କହିଛନ୍ତି, କୋହଲି ଓ ତାଙ୍କ ଭିତରେ କିଛି ତୁଳନା କିମ୍ବା ଟକ୍କର ନାହିଁ । କୋହଲି ଯେତେବେଳେ ନେତୃତ୍ୱ ନେଉଥିଲେ ସେ ଦଳକୁ ବିଜୟୀ କରିବାକୁ ଲକ୍ଷ୍ୟ ରଖୁଥିଲେ । ସେ ମଧ୍ୟ ସେହି ସମାନ କାମ କରୁଥିଲେ । ତେଣୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହେବା ଠିକ୍ ନୁହେଁ । ପୂର୍ବଭଳି ସେ ଦଳର ଉପ-ଅଧିନାୟକ ରହିବେ ବୋଲି କହିଦେଇଛନ୍ତି ।

ଏଥର ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା । ପ୍ରଥମ ମ୍ୟାଚରେ ପରାଜୟ ପରେ କୋହଲି ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଥିଲେ । ଏହି ସମୟରେ ରାହାଣେ ଦଳର ମଙ୍ଗ ଧରିଥିଲେ । ଆଉ ତାଙ୍କର ନେତୃତ୍ୱରେ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଅବଶ୍ୟ ଏହା ପଛରେ ପୂରା ଦଳର ସମ୍ପୂର୍ଣ୍ଣ ସପୋର୍ଟ ରହିଥିଲା ବୋଲି ରାହାଣେ କହିଛନ୍ତି । ବିଶେଷ ରିଷଭ ଓ ଚିତେଶ୍ୱର ପୂଜାରାଙ୍କ ବ୍ୟାଟିଂକୁ ରାହାଣେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାସହ ଯୁବ ବୋଲରମାନେ ଯେଭଳି ପ୍ରଦର୍ଶନ କଲେ ତାକୁ ମଧ୍ୟ ରାହାଣେ ପ୍ରଂଶସା କରିଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର । 

କନକ ବ୍ୟୁରୋ : କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି ।

ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଡିଜେଲ ଦର ୮୭ଟଙ୍କା ୫୬ ପଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫ଟଙ୍କା ୮୮ପଇସାରେ ପହଞ୍ଚିଛି।

ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡି‌ଜେଲ ଦର ଅଧିକ ରହିଛି। ଏଠାରେ ପେଟ୍ରୋଲ ଦର ୯୨ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ୮୨ଟଙ୍କା ୬୬ ପଇସା ରହିଛି। ବୃଦ୍ଧି ପାଉଥିବା ଏହି ଦରକୁ ନେଇ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି।

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର । 

କନକ ବ୍ୟୁରୋ : କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି ।

ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଡିଜେଲ ଦର ୮୭ଟଙ୍କା ୫୬ ପଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫ଟଙ୍କା ୮୮ପଇସାରେ ପହଞ୍ଚିଛି।

ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡି‌ଜେଲ ଦର ଅଧିକ ରହିଛି। ଏଠାରେ ପେଟ୍ରୋଲ ଦର ୯୨ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ୮୨ଟଙ୍କା ୬୬ ପଇସା ରହିଛି। ବୃଦ୍ଧି ପାଉଥିବା ଏହି ଦରକୁ ନେଇ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି।

from Kanak News
via <a href="https://ifttt.com/?

ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି ନିକଟରେ ଫଶିଛନ୍ତି ୮ଟି ହାତୀ ।

କନକ ବ୍ୟୁରୋ : ମହାନଦୀ ପଠାରେ ଫଶିଲେ ହାତୀ ପଲ । ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫଶିଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣିଅ।। କର୍ମଚାରୀ ସେଠାରେ ପହଞ୍ଚିସାରିଛନ୍ତି ।

ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫଶିଛନ୍ତି । ହାତୀଙ୍କୁ ବନବିଭାଗ ଉଦ୍ଧାର କରି ଥାନ୍ତି । ତେବେ ଆଜି ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ଫେରିବା ବେଳେ ହାତୀମାନେ ମହାନଦୀରେ ଫଶି ଯାଇଥିଲେ ।

from Kanak News
via <a href="https://ifttt.com/?

କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ  

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ାଠାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଟିକା ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି । କୋଭିଡ଼୍ ଟିକା ପ୍ରସ୍ତୁତି ସହ ପ୍ରଥମ ଦଫାରେ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଫଳ କୋଭିଡ୍ ମୁକାବିଲା କରିବା ପରେ ସମଗ୍ର ଭାରତବର୍ଷ ଓ ଓଡ଼ିଶା ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୮ ହଜାର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ୱାରିୟର୍ସ ମାନଙ୍କ ପାଇଁ ମଧ୍ୟ ଭାରତ ସରକାର ଏ ସବୁ ଟିକା ମାଗଣାରେ ଉପଲବ୍ଧ କରାଇଛନ୍ତି  ।

ସ୍ୱଦେଶୀ ଟିକା ପ୍ରସ୍ତୁତି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍ଥାନରେ ପହଁଚିବା, ଏହା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇପାରିଛି  । ମହାମାରୀ ସମୟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉଦାହରଣ ତିଆରି କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ଯୋଡି ହେଲେଣି ୩୬ ଜଣ

କନକ ବ୍ୟୁରୋ: ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ ।
ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଚୁକ ବ୍ୟକ୍ତି ବି ୧୦୦ ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ । ମୋ ସ୍କୁଲ ଅଭିଯାନର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ ମୋ ସ୍କୁଲ ଅଭିଯାନ । ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started