ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଆନ୍ଦୋଳନ ପଛରେ ଅଛି କୌଣସି ଅଦୃଶ୍ୟ ଶକ୍ତି

କନକ ବ୍ୟୁରୋ: କୃଷକମାନେ କେବଳ ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି କରୁଛନ୍ତି । କେବେ ବି ଏହାର ଫାଇଦା ବିଷୟରେ ଚର୍ଚ୍ଚା କରୁନାହାନ୍ତି । ବୋଧହୁଏ ଚାଷୀ ଆନ୍ଦୋଳନ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଅଛି, ଯେଉଁ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁନି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କିଛି କଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସେ କହିଛନ୍ତି, ଚାଷୀମାନେ ଗୋଟିଏ ଦିନ ଗୋଟିଏ ବିଷୟରେ କଥା ହୋଇଥାନ୍ତି । ହେଲେ ଏହାର ପରଦିନ ସେମାନଙ୍କର କଥାବାର୍ତ୍ତା ପରିବର୍ତ୍ତନ ହୋଇଯାଏ । ଯେଉଁ କାରଣରୁ ଏଯାଏଁ ଏହି ବିବାଦର ସମାଧାନ ହୋଇପାରିନି । ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ନରେନ୍ଦ୍ର ସିଂହ ତୋମାର କହିଛନ୍ତି ।

ଏଥିସହ ଜାନୁଆରୀ ୨୬ ତାରିଖରେ କୃଷକମାନଙ୍କ ଟ୍ରାକ୍ଟର ରାଲିକୁ ମଧ୍ୟ କୃଷି ମନ୍ତ୍ରୀ ନାପସନ୍ଦ କରିଛନ୍ତି । ଆନ୍ଦୋଳନ ପାଇଁ ଅନେକ ଦିନ ବାକି ଅଛି । ହେଲେ ଜାନୁଆରୀ ୨୬କୁ ଟ୍ରାକ୍ଟର ରାଲି ପାଇଁ ବାଛିବା ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଏହାବାଦ୍ ଯଦି ବି ଏହି ଆନ୍ଦୋଳନ ହୁଏ ତେବେ ଚାଷୀ ଭାଇମାନେ ଏଥିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଅନ୍ୟପଟେ ଚାଷୀ ଆନ୍ଦୋଳନର ପ୍ରଭାବ ଉପରେ ସରକାର କୌଣସି ମତେ ବିଚାର କରୁନାହାନ୍ତି । ସରକାର କେବଳ ଚାଷୀମାନଙ୍କର ସମସ୍ତ ସମସ୍ୟା କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ ସିଂହ ତୋମାର କହିଛନ୍ତି ।

from Kanak News
via <a href="https://ifttt.com/?

ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହେଲା ନକଲି ପାଣି କାରଖାନା । ବ୍ରହ୍ମପୁର ବଡ଼ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ବୋତଲରେ ପାଣି ପୁରାଇ ଛଡାଯାଉଛି ବଜାରକୁ ।

କନକ ବ୍ୟୁରୋ : ନାକେଦମ କଲାଣି ନକଲି ସାମଗ୍ରୀ । ସସ, ମସଲା ଓ ଅନ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଏବେ ପଦାକୁ ଆସିଛି ନକଲି ପାଣି କାରଖାନା । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି । ୩ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ନା ଦେଇ ଏଠାରେ ପାଣି ବୋତଲ ବ୍ୟବସାୟ ହେଉଥିଲା । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ବର୍ତ୍ତର୍ମାନ ରେଡ ଚାଲିଛି ।

ରାଜ୍ୟରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି । ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି କାରଖାନା ଉପରେ ଚଢାଉ କରିଛି ପୁଲିସ ।

ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ । ନକଲି ଟମାଟୋ, ଚିଲି ଓ ସୋୟା ସସ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ । ୨୨୦ କାର୍ଟୁନ ଅପମିଶ୍ରିତ ସସ ଜବତ କରିଛି ପୁଲିସ । ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି ।

from Kanak News
via <a href="https://ifttt.com/?

ଆମେରିକାରେ ରହିଛି ଏକ ଅଭେଦ୍ୟ ଦୁର୍ଗ । ହ୍ୱାଇଟ୍ ହାଉସଠୁ ବି ଅଧିକ ଏହାର ସୁରକ୍ଷା ଦାୟିତ୍ୱ

କନକ ବ୍ୟୁରୋ: ଗୋଟିଏ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦେଶର ସବୁଠାରୁ ସୁରକ୍ଷିତ ଛାତ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଏମିତି ଏକ କୋଠା ବିଷୟରେ କହିବୁ ଯାହା କୌଣସି ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀଙ୍କ ବାସଭବନ ହୋଇନଥିଲେ ବି ତାକୁ ଭେଦ କରିବା କାଠିକର ପାଠ । ଅଭେଦ୍ୟ ଦୁର୍ଗ, ସବୁଠାରୁ ଶକ୍ତ ଏବଂ ଅତ୍ୟାଧୁନିକ କୌଶଳରେ ନିର୍ମାଣ ହୋଇଛି ଏମିତି ଏକ କୋଠା ଯାହା ବିଷୟରେ ଆପଣ ଜାଣିଲେ ତାଜୁବ୍ ହୋଇଯିବେ ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ଲୁଚି ରହିଥିବା ଏକ ରହସ୍ୟମୟ କୋଠାର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । କାରଣ ବିଶ୍ୱର ସବୁଠାରୁ ସୁରକ୍ଷିତ ଛାତ କୁହାଯାଉଥିବା ହ୍ୱାଇଟହାଉସ ଠାରୁ ବି ଏହି କୋଠା ବେଶ୍ ସୁରକ୍ଷିତ । ଯେଉଁଠି କୋଟି କୋଟି ଟଙ୍କାର ସୁନା ଗହଣା ଆଉ ମୂଲ୍ୟବାନ ଜିନିଷ ସାଇତା ହୋଇ ରଖାଯାଇଛି । ତାକୁ ସୁରକ୍ଷିତ ରଖିବା ପାଇଁ ଆମେରିକୀୟ ସେନା ଦିନରାତି କଡ଼ାପହରା ଦେଉଛନ୍ତି । ଆଉ ସେ ରହସ୍ୟମୟ କୋଠାର ନାଁ ହେଉଛି ‘ଫର୍ଟ ନକ୍ସ’ । କୁହାଯାଏ ଆମେରିକାର ସବୁଠୁ ସୁରକ୍ଷିତ ଘରମାନଙ୍କ ଭିତରୁ ଏହା ଗୋଟିଏ । ଏହାର ସୁରକ୍ଷା ପାଇଁ ହେଲିକପ୍ଟରଠାରୁ ଆରମ୍ଭ କରି ପ୍ରାୟ ୩୦ ହଜାର ଆମେରିକୀୟ ସୈନ୍ୟ ନିୟୋଜିତ ହୋଇଛନ୍ତି । ତା ସହ ଏହା ଉପରେ ଆଧୁନିକ ସିସିଟିଭି କ୍ୟାମେରାର ମଧ୍ୟ ୨୪ ଘଣ୍ଟିଆ ନଜର ରହିଥାଏ ।

ତେବେ ଆପଣ ଭାବୁଥିବେ କାହିଁକି ଏହି କୋଠାକୁ ଏତେ ସୁରକ୍ଷା ଭିତରେ ରଖାଯାଇଛି । ୟା ଭିତରେ ଏମିତି କଣ ଅଛି ଯେ ଏହି କୋଠାକୁ ଏତେ ସୁରକ୍ଷା ଦିଆଯାଉଛି । ଏହାର ଉତ୍ତର ହେଲା, ଏହି ଅଭେଦ୍ୟ କୋଠା ଭିତରେ ପାଖାପାଖି ୪୨ ଲକ୍ଷ କିଲୋରୁ ଅଧିକ ଓଜନର ସୁନା ଗଚ୍ଛିତ କରି ରଖାଯାଇଛି । କୁହାଯାଏ ଆମେରିକାରେ ଯେିତିକି ସୁନା ଅଛି ତା ଭିତରୁ ପ୍ରାୟ ଅଧା ସୁନା ଏହି କୋଠା ଭିତରେ ହିଁ ଅଛି । ଯେଉଁ କାରଣରୁ ଏହି କୋଠାକୁ ଏକ ଅଭେଦ୍ୟ ଦୁର୍ଗ ଭାବେ ଗଢାଯାଇଛି । ଖାଲି ସେତିକି ନୁହେଁ କୋଟି କୋଟି ଟଙ୍କାର ସୁନା ସହିତ ଏହି କୋଠା ଭିତରେ ଆହୁରି ବି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି । ଆମେରିକା ସ୍ୱାଧୀନତାର ଘୋଷଣା ପତ୍ର ଠାରୁ ଆରମ୍ଭ କରି ଆମେରିକା ସମ୍ବିଧାନର ଅସଲ କପିକୁ ଏହି କୋଠା ଭିତରେ ସାଇତି କରି ରଖାଯାଇଛି । ଯେଉଁ କାରଣରୁୁ ଆମେରିକାର ଟ୍ରେଜେରୀ ବିଭାଗ ଏହାକୁ ଏପରି ଏପରି କଡା ସୁରକ୍ଷା ଭିତରେ ରଖିଛି ।

୧୯୩୬ ମସିହାରେ ଏହି କୋଠାକୁ ନିର୍ମାଣ କରାଯାଇଥିଲା । ଏହାର ଚାରିପାଖରେ ଗ୍ରାନାଇଟରେ ପାଚେରୀ ନିର୍ମାଣ ହୋଇଛି । ଯାହାକୁ ପାର୍ କରିବା କୌଣସି ଲୁଟେରା ପାଇଁ କାଠିକର ପାଠ ହୋଇପାରେ । ଏହାସହ ଏହି ଘରର କବାଟ ଗୁଡିକ ୨୦ ଟନରୁ ଅଧିକ ଓଜନର ହୋଇଥିବାବେଳେ ଏହାକୁ ଭାଙ୍ଗିବା କାହା ପାଇଁ ବି ମୁସ୍କିଲ୍ ହୋଇପାରେ । ଭୂମିକମ୍ପ ହେଉଁ ବା କିଛି ବି ପ୍ରାକୃତିକ ବିପଦ ଏହାର କୌଣସି ବି ପ୍ରଭାବ ଏହା ଉପରେ ପଡିବନି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ଆଜି ବି ଏହି କୋଠା ଭିତରେ କେଉଁଠି ସୁନା ଅଛି ଆଜି ବି ତା ଅନେକ ଲୋକଙ୍କୁ ଅଜଣା । ଏହି କୋଠାକୁ ଖୋଲିବା ପାଇଁ ଏକ ସ୍ୱତନ୍ତ୍ର ପାସୱାଡ୍ ରହିଛି । ଆଉ ଏହି ପାସୱାଡ ଦୁଇ ଭାଗ ହୋଇ ଦୁଇ ଜଣ ଲୋକଙ୍କ ପାଖରେ ଅଛି । ଏହି ଦୁଇ ଜଣ ଲୋକ କିଏ ତାହା ସେମାନେ ନିଜେ ହିଁ ଜାଣିନଥାନ୍ତି । ଯେଉଁ କାରଣରୁ ଏହାକୁ ବିଶ୍ୱର ଏକ ସୁରକ୍ଷିତ କୋଠା ବୋଲି କୁହାଯାଏ ।

from Kanak News
via <a href="https://ifttt.com/?

ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ଦେଇଥିବା ୬ ଯୁବ ଖେଳାଳିଙ୍କୁ କାର ଦେବେ ଆନନ୍ଦ ମହିନ୍ଦ୍ରା ।

କନକ ବ୍ୟୁରୋ : ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଗରିବି ଗଳିରୁ ଯେତେବେଳେ ଗୋଟିଏ ଉଦୀୟମାନ ପ୍ରତିଭା ଆଗକୁ ଆସିଥାଏ, ସେତେବେଳେ ଆନନ୍ଦ ମହିନ୍ଦ୍ରା ତାଙ୍କ ପାଇଁ ସିଡି ସଦୃଶ ଛିଡା ହୋଇଥାନ୍ତି । ଆଉ ତାଙ୍କୁ ଉପରକୁ ଉଠିବାକୁ ରାସ୍ତା ଦେଖାନ୍ତି । ଠିକ ଏଭଳି ଘଟଣା ଦେଖିବାକୁ ମିଳିଛି କ୍ରିକେଟ କ୍ଷେତ୍ରରେ । ଭାରତର ୬ ଯୁବ ଉଦୀୟମାନ ଖେଳାଳିଙ୍କୁ କାର ଦେବେ ଭାରତର ବିଶିଷ୍ଟ ଉଦ୍ୟୋଗୀ ଆନନ୍ଦ ମହିନ୍ଦ୍ରା । ଆଉ ଏହି ଖେଳାଳିମାନେ ଦେଶର ଛୋଟିଆ ଗାଁରୁ ଆସି ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ଦେବାରେ ସହାୟତା କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା ଯେଉଁ ୬ ଜଣ ଖେଳାଳିଙ୍କୁ କାର ଗିଫ୍ଟ ଦେବେ ସେମାନେ ହେଲେ ଶୁଭମନ ଗିଲ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଟି ନଟରାଜନ, ନବଦୀପ ସାଇନୀ ଓ ସାର୍ଦ୍ଦୁଲ ଠାକୁର । ଏହି ଯୁବ କ୍ରିକେଟରମାନଙ୍କ ମଧ୍ୟରୁ ୫ ଜଣ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଆଉ ନିଜ ଡେବ୍ୟୁ ମ୍ୟାଚରେ ଏଭଳି ପ୍ରଦର୍ଶନ କରିଥିଲେ ଯେ ସାରା ବିଶ୍ୱ ଚକିତ ହୋଇ ଯାଇଥିଲା । ଖାଲି ସାରା ବିଶ୍ୱ ନୁହେଁ ଏହି ଖେଳାଳି ମାନେ ଆନନ୍ଦ ମହିନ୍ଦ୍ରାଙ୍କ ମନ ମଧ୍ୟ କିଣି ନେଇଥିଲେ । ତେଣୁ ଆନନ୍ଦ ମହିନ୍ଦ୍ରା ଏହି ଖେଳାଳିଙ୍କୁ ‘ମହିନ୍ଦ୍ରା ଥର୍୍ ଏସୟୁଭି’ କାର ଦେବାକୁ ଘୋଷଣା କରିଛନ୍ତି ।

ଗୋଟିଏ ଗରିବ ପରିବାର ଓ ଛୋଟିଆ ଗାଁରୁ ଆସି ଏହି ଖେଳାଳିମାନେ ଯେଉଁ ପ୍ରଦର୍ଶନ କରିଥିଲେ ତାହା ସାରା ବିଶ୍ୱ ଦେଖିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଏହି ଖେଳାଳିମାନଙ୍କର ଅନେକ ଯୋଗଦାନ ରହିଥିଲା । ଶେଷ ଟେଷ୍ଟ ମ୍ୟାଚରେ ୱାସିଂଟନ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଚମତ୍କାର ପାର୍ଟନସିପ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ସେହିପରି ଦ୍ୱିତୀୟ ଇଂନିସରେ ଶୁଭମନ ଗିଲ ୯୧ ରନର ବଡ ପାଳି ଖେଳି ଥିଲେ । ଏହି ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, ଟି ନଟରାଜନ ଓ ନବଦୀପ ସାଇନି ଆକର୍ଷଣୀୟ ବୋଲିଂ କରି ଦଳକୁ ବିଜୟୀ କରାଇବାରେ ସହାୟତା କରିଥିଲେ । ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ବିନା ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଦଳକୁ ବିଜୟୀ କରାଇଥିଲେ ।

ଆନନ୍ଦ ମହିନ୍ଦ୍ରାଙ୍କ ପାଇଁ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ସୁପର ସିରିଜ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ କିଦମ୍ବିଙ୍କୁ ଟିୟୁଭି ୩୦୦ ଗିଫ୍ଟ ଦେଇଥିଲେ । ଆନନ୍ଦ ମହିନ୍ଦ୍ରାଙ୍କ ଏଭଳି କାମ ପାଇଁ ସେ ଓଡିଶାରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ । ମାଲକାନଗିରିରେ ନଦୀ ପାର ହେବାକୁ ଲୋକମାନଙ୍କ କଷ୍ଟ ଦେଖି ଆନନ୍ଦ ମହିନ୍ଦ୍ରା ତାଙ୍କୁ ବୋଟ ଦେବେ ବୋଲି କହିଥିଲେ । ଏହାସହ ଗରିବ ଲୋକଙ୍କ ପ୍ରତିଭାକୁ ମଧ୍ୟ ସବୁବେଳେ ସାମ୍ନାକୁ ଆଣିବାକୁ ଚେଷ୍ଟା କରନ୍ତି ଭାରତର ଏହି ବିଶିଷ୍ଟ ଉଦ୍ୟେଗୀ ।

from Kanak News
via <a href="https://ifttt.com/?

କୋଭାକ୍ସିନ ଟିକା ନେଉଥିଲେ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ । କହିଲେ, ସହବାସ ବେଳେ ରୁହନ୍ତୁ ସତର୍କ ।

କନକ ବ୍ୟୁରୋ : ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ପରାମର୍ଶର୍ ଦେଇଛନ୍ତିି ବିଶେଷଜ୍ଞ ।

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବାବେଳେ ପରୀକ୍ଷଣରେ ସାମିଲ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା । ହେଲେ, ଜାନୁଆରୀ ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ସମୂହ କୋଭିଡ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଏଭଳି ସତର୍କ କରାଯାଇନାହିଁ । ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା, ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି ।

ତେଣୁ ଏହି ଟିକାର ଗର୍ଭରେ ଥିବା ଭୃଣ ଉପରେ କଣ ପ୍ରଭାବ ରହିବ ତାହା ଜଣାନାହିଁ । ସୁରକ୍ଷା ଦୃଷ୍ଟିରୁ କୋଭାକ୍ସିନ ଟିକା ନେଉଥିଲେ ଅନୁନ୍ୟ ୩ ମାସ ପାଇଁ ସହବାସରୁ ଦୂରେଇ ରହିବା କିମ୍ବା ଶାରୀରିକା ସଂପର୍କ ରଖିଲା ବେଳେ ପ୍ରତିଷେଧକ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।

from Kanak News
via <a href="https://ifttt.com/?

ଓଡିଶାରୁ ନିର୍ବାଚନ ଲଢିବେ କି କେନ୍ଦ୍ରମନ୍ତ୍ରୀ ? ଗତକାଲି ଇସାରା ଇସାରାରେ କହିଥିଲେ ରାଜା ବାବୁ ଚାହିଁଲେ ସମ୍ବଲପୁରରୁ ହୋଇପାରନ୍ତି ପ୍ରାର୍ଥୀ, ନୀତେଶ କହିଲେ, ଦଳ ଚାହିଁଲେ ଧର୍ମେନ୍ଦ୍ରଙ୍କ ପାଇଁ ଛାଡିଦେବି ଆସନ ।

କନକ ବ୍ୟୁରୋ: ଓଡିଶାରୁ ନିର୍ବାଚନ ଲଢିବାକୁ ଆଗ୍ରହୀ କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁରେ ଧର୍ମେନ୍ଦ୍ର ଦେଇଥିବା ଏକ ବୟାନ ଏଭଳି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗତକାଲି ଧର୍ମେନ୍ଦ୍ର କହିଥିଲେ ରାଜା ଚାହିଁଲେ ସେ ସାଂସଦ ହେବେ । ଅର୍ଥାତ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଆଡ଼କୁ ସେ ଇସାରା କରିଥିଲେ । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ।

ନିତେଶ ଗଙ୍ଗଦେବ କହିଛନ୍ତି କି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ, ସମ୍ବଲପୁର, ଭୁବନେଶ୍ୱର କିମ୍ବା ରାଜ୍ୟର ଯେକୌଣସି ସ୍ଥାନରୁ ଛିଡାହୋଇପାରନ୍ତି । ଏପରିକି ଦଳ ଚାହିଁଲେ ସେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଛାଡିଦେବେ ବୋଲି କହିଛନ୍ତି । ପୂର୍ବରୁ ବିଧାୟକ ଥିଲେ, ଦଳ ଚାହିଁବାରୁ ସେ ସମ୍ବଲପୁର ସାଂସଦ ହୋଇ ଜିଲ୍ଲାବାସୀଙ୍କ ସେବା କରୁଥିବା କହିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟେକ୍ଷ ନିର୍ବାଚନ ପ୍ରତିଯୋଗିତାରୁ ଦୂରେଇ ରହିଛନ୍ତି । ୨୦୧୯ ନିର୍ବାଚନରେ ଚର୍ଚ୍ଚା ହେଉଥିଲା କି ସେ ସମ୍ବଲପୁରରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଯାହା ଏବେ ବିଜେପିର ପାରମ୍ପାରିକ ଗଡ଼ରେ ପରିଣତ ହୋଇସାରିଛି । ଗତ ସାଧାରଣ ନିର୍ବାଚନରେ ନିତେଶ ଗଙ୍ଗଦେବ ଏଠୁ ବାଜିମାରିଛନ୍ତି । ଧର୍ମେନ୍ଦ୍ରଙ୍କ ବୟାନ ଓ ନୀତେଶ ସମ୍ମତି ପରେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଳଢିବା ନେଇ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

from Kanak News
via <a href="https://ifttt.com/?

ଦିନକ ପରେ ଜାନୁଆରୀ ୨୬: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୂରା ତାଲିକା…

କନକ ବ୍ୟୁରୋ: ଦିନକ ପରେ ସାଧାରଣତନ୍ତ୍ର ଦିବସ । କରୋନା କଟକଣା ଭିତରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତୁତି ଚଳାଇଥିବାବେଳେ କିଏ କେଉଁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ସଚିବ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଅବଗତ କରାଇଛନ୍ତି । ଚିଠିରେ ଉଲ୍ଲେଖ ମୁତାବକ, ମହାମହିମ ରାଜ୍ୟପାଳ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ  ଯୋଗଦେବେ ।

ଅନ୍ୟପଟେ, ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ପତାକା ଉତ୍ତୋଳନ କରିବେ, ପୁରୀରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଅନୁଗୁଳରେ ଇସ୍ପାତ-ଖଣି ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା, ବଲେଶ୍ୱରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାୟଗଡ଼ାରେ କୃଷିମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ. ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସମ୍ବଲପୁରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ନୟାଗଡ଼ରେ ଅନୁସୂଚିତ ଜାତି ଓ ଜନଜାତି ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସରକା, କେନ୍ଦୁଝରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଅଶୋକ ପଣ୍ଡା ପତାକା ଉତ୍ତୋଳନ କରିବେ ।

ସେହିପରି ବଲାଙ୍ଗୀରରେ ସ୍କୁଲ-ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମୀର ଦାଶ, ସୁନ୍ଦରଗଡ଼ରେ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋରାପୁଟରେ ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ, ଗଜପତିରେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ମାଲକାନଗିରିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁରଷାକାନ୍ତି ବେହେରା ପ୍ରମୁଖ ପାତାକା ଉତ୍ତୋଳନ କରିବେ । ଅନ୍ୟପଟେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆରଡିସି ପାତାକା ଉତ୍ତୋଳନ କରିବାକୁ ଥିବାବେଳେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ସୋନପୁର ଏବଂ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

from Kanak News
via <a href="https://ifttt.com/?

ଚାକିରୀ ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ! ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକଙ୍କ ନାଁରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ବାବୁଙ୍କୁ ଖୁସି ନକଲେ ମିଳିବନି ଦରମା । ଅଭିଯୋଗ କଲେ ଜୀବନ ଚାଲିଯିବାର ଭୟ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି, ଜଣେ ଦିବ୍ୟାଙ୍ଗ ଯୁବତୀ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଏହି ଯୁବତୀ । ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଫେରାର ଦର୍ଶାଇ ୨ ମାସ ହେଲା ପୁଲିସ ଚୁପ ବସିଛି ।

ଅଭିଯୋଗକାରୀ ଯୁବତୀ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଏହି ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଛି । ଅନେକ ସମୟରେ ଅଧିକାରୀମାନେ ସଂସ୍ଥା ପରିଦର୍ଶନରେ କି ଅଡିଟରେ ଆସିଥାନ୍ତି । ତେବେ ସାଂଘାତିକ କଥା ହେଉଛି , ଏହି ବାବୁମାନଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଏ । ଏଥିପାଇଁ ରାଜ୍ୟ ବାହାରୁ କେତେକ ଯୁବତୀଙ୍କୁ ଅଣାଯାଏ ବୋଲି କହିଛନ୍ତି ଅଭିଯୋଗକାରୀ ଯୁବତୀ । ବାହାରୁ ଯୁବତୀ ଆସିନପାରିଲେ , ତାଙ୍କୁ ମଧ୍ୟ କେତେ ଥର ଶାରୀରିକ ସଂପର୍କ ପାଇଁ ବାଧ୍ୟ କରାଯାଇଥିବା କହିଛନ୍ତି ପୀଡିତା । ଏ ସଂପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ରୁମ ଭିତରେ ଜଣେ କର୍ମଚାରୀ ରହିଛନ୍ତି । ଏବଂ ଯୁବତୀ ଜଣକ ସେହି ରୁମରୁ ବାହାରୁ ଆସୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ମଧ୍ୟ ଯୁବତୀ ଜଣକ ପୁଲିସ ନିକଟରେ ଦାଖଲ କରିଛନ୍ତି ।

ଏଭଳି ସଂଗୀନ ଅଭିଯୋଗ ସଂପର୍କରେ ଆମେ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା ଚାହିଁଥିଲୁ । ମାମଲା ସଂପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ । ତଥାପି ଗଣମାଧ୍ୟମରୁ ଦେଖି ରାଜ୍ୟ ଭିନ୍ନକ୍ଷମ କମିସନ ମାମଲାଟିକୁ ନିଜ ଆଡୁ ତଦନ୍ତ କରିବେ ବୋଲି ସେ କହିଛନ୍ତି । ଏପରିକି ଆସନ୍ତାକାଲି ସେ ସଂସ୍ଥା ପରିଦର୍ଶନରେ ଯିବେ ଓ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ପରଖିବେ ବୋଲି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଅପମିଶ୍ରିତ ହଳଦି ଓ ଲଙ୍କାଗୁଣ୍ଡ ପରେ ବ୍ରହ୍ମପୁରରେ ନକଲି ସସ୍ କାରଖାନା ଉପରେ ଚଢାଉ : ଅସଲି ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବଜାରରେ ହେଉଥିଲା ବିକ୍ରି

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି । ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି କାରଖାନା ଉପରେ ଚଢାଉ କରିଛି ପୁଲିସ । ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ ।

ନକଲି ଟମାଟୋ, ଚିଲି ଓ ସୋୟା ସସ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ । ୨୨୦ କାର୍ଟୁନ ଅପମିଶ୍ରିତ ସସ ଜବତ କରିଛି ପୁଲିସ । ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି ।

from Kanak News
via <a href="https://ifttt.com/?

ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ଛୋଟ ହେଲା ବଡ଼ଦାଣ୍ଡର ବ୍ୟାରିକେଡ : ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ଦେଇ ଯିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା ବ୍ୟାରକେଡ । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମ୍ୟାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା ।

ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡୁଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କନକ ନ୍ୟୁଜରେ ମଧ୍ୟ ଏନେଇ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଅନେକ ବାଟ ଚାଲିବାକୁ ପଡୁଥିବାରୁ ବରିଷ୍ଠ ନାଗରିକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started