ଦିଲ୍ଲୀରେ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ: ଗାଜିପୁରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ନଦେବାକୁ ଲାଗିଲା ପୋଷ୍ଟର

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ । ଟ୍ରାକ୍ଟର ପାଇଁ ତେଲ ନଦେବାକୁ ଗାଜିପୁରର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଟ୍ରାକ୍ଟର ଓ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ଲେଖାଯାଇଛି । ସେପଟେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସକୁ ରୁଟଚାର୍ଟ ଦେବେ କୃଷକ ସଂଗଠନ । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ କୃଷକ ସଂଗଠନକୁ ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ ।

କୃଷକମାନଙ୍କୁ ଦିଲ୍ଲୀର ପାଂଚଟି ରାସ୍ତା ଦେଇ ୧୦୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ମିଳିଛି । ସୂଚନା ଅନୁଯାୟୀ, ସିନ୍ଧୁ, ତିଖିରୀ, ଗାଜିପୁର, ପଲୱାଲ ଓ ଶାହାଜହାନପୁରରୁ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ । ତେବେ କେଉଁ ରୁଟ୍ ଦେଇ ଟ୍ରାକ୍ଟର ରାଲି ଯିବ ସେ ନେଇ ଆଜି ପୋଲିସକୁ ଲିଖିତ ଆକାରରେ ଦେବେ କୃଷକ ସଂଗଠନ ।  ରୁଟ୍ ଚାର୍ଟ ଦେବା ପରେ ପୋଲିସ ତର୍ଜମା କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ରାଲି ସମ୍ପୂର୍ଣ୍ଣ ଭାବେ ଶାନ୍ତି ପୂର୍ଣ୍ଣ ରହିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମ ଯେପରି ପ୍ରଭାବିତ ନହେବ, ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସଂଗଠନ ।

from Kanak News
via <a href="https://ifttt.com/?

ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଇକୋରିଟ୍ରିଟରେ ବିତାଇଲେ ରାତି; ଜଳପଥରେ ବୁଲି ଦେଖିଲେ ପ୍ରାକୃତିକ ଶୋଭା

କନକ ବ୍ୟୁରୋ : ଭିତରକନିକା ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋରିଟ୍ରିଟରେ ରାତି ବିତାଇବା ପରେ ଆଜି ସକାଳେ ଭିତରକନିକା ବୁଲୁଛନ୍ତି । ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ।

ଶିଳ୍ପ ପର୍ଯ୍ୟଟନ ସହ ଅଂଚଳର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା, ଆଳି ବିଜେପି ନେତା ଦୋଳଗୋବିନ୍ଦ ନାୟକଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଅଛନ୍ତି ।

from Kanak News
via <a href="https://ifttt.com/?

ସାର୍ଟିଫିକେଟ୍ ମୁକୁଳାଇବାକୁ କାମ କରୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ : ଟଙ୍କା ନଥିବାରୁ କଲେଜରୁ ଆଣି ପାରୁନାହାନ୍ତି ସାର୍ଟିଫିକେଟ୍

କନକ ବ୍ୟୁରୋ : ପାଠ ପଢିବାର ଇଛାଶକ୍ତି ଥିଲେ କୈଣସି ବାଧା ବନ୍ଧନ ଅଟକାଇ ପାରିବ ନାହିଁ । ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ପାଇବାର ନିଶା କିଭଳି ଜଣେ ଛାତ୍ରୀଙ୍କୁ କଡା ମେହନତ କରିବାକୁ ଗାଁ ଦାଣ୍ଡକୁ ନେଇ ଆସିଛି । ଗାଁ ଦାଣ୍ଡରେ ଚାଲିଛି ମନରେଗା କାମ । ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡ ପାଇଥିବା ଲୋକଙ୍କୁ ଏହି କାମ ଯୋଗାଇ ଦିଆଯାଉଛି । ହେଲେ ଏଠି ମୁଣ୍ଡରେ ମାଟି ବୋହୁଛନ୍ତି ଏହି ଝିଅ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ମନରେ ପ୍ରଶ୍ନ ଉଠୁଥିବ ଉଚ୍ଚଶିକ୍ଷିତା ହୋଇ ବି ଛାତ୍ର ଜଣକ ମୁଲ ଲାଗୁଛନ୍ତି କାହିଁକି ? ଏହା ପଛର କାରଣ ଜାଣିଲେ ପଥର ଛାତି ବି ତରଳି ଯିବ । ଝିଅଟି ଖୋର୍ଦ୍ଧାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା କରୁଛନ୍ତି । ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ସରିଥିଲେ ବି ତାଙ୍କୁ ସାର୍ଟିଫିକେଟ ମିଳିନାହିଁ । କାରଣ କଲେଜର ବକେୟା ୨୫ ହଜାର ଟଙ୍କା ସେ ଦେଇପାରି ନାହାନ୍ତି । ବାପା ମାଆଙ୍କର ସେମାନେ ୫ ଝିଅ, ସମସ୍ତେ ପାଠ ପଢୁଛନ୍ତି, ଆଉ ଖର୍ଚ୍ଚ ତୁଳାଇବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନଥିବାରୁ କଲେଜ ଫି ଦେଇ ପାରି ନାହାନ୍ତି । ତେଣୁ କଲେଜରେ ଫସିଥିବା ସାର୍ଟିଫିକେଟକୁ ମୁକୁଳାଇବା ପାଇଁ ଏଭଳି ମୁଳ ଲାଗୁଛନ୍ତି ଛାତ୍ରୀ ଜଣକ ।

from Kanak News
via <a href="https://ifttt.com/?

ଲଗାତାର ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର: ସପ୍ତାହରେ ବଢିଲାଣି ୪ ଥର; ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

କନକ ବ୍ୟୁରୋ: କ୍ରମାଗତ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୬ ଟଙ୍କା ୩୮ ପଇସା ଓ ଡିଜେଲ ୮୨ ଟଙ୍କା ୬୮ରେ ପହଞ୍ଚିଛି । ତେବେ ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର ।

ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ରହିଛି । ସେହିପରି ଡିଜେଲ ଦର ମାଲକାନଗିରିରେ ରହିଛି ୮୭ ଟଙ୍କା ୫୬ ପଇସା । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୬.୯୭ ଓ ଡିଜେଲ ଟ. ୮୩.୨୭, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୩୭ ଓ ଡିଜେଲ ଟ.୮୨.୬୯ରେ ବିକ୍ରି ହେଉଛି ।

ସେପଟେ, ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ ଟଙ୍କା ୭୦ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ଦର ୭୫ ଟଙ୍କା ୮୮ ପଇସାରେ ପହଞ୍ଚିଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି । ଏଠାରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସା ରହିଛି । ତେବେ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲର ମୂଲ୍ୟ ଗତ କିଛି ଦିନ ହେଲା ବଢିଚାଲିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି ବୋଲି କୁହାଯାଉଛି ।  ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର  ହ୍ରାସ ପାଇଥିଲା, ସରକାର ଉତ୍ପାଦ ଶୁଳ୍କ ବଢାଇଦେଇଥିଲେ, କିନ୍ତୁ ଏବେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଛି, ପୁଣି ଥରେ ଶୁଳ୍କ ହ୍ରାସ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

from Kanak News
via <a href="https://ifttt.com/?

ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଂଚଳର ବେତଡା-ପାଇଟରଣା ଗାଁର ଏହି ଘଟଣାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ ଗଛରେ ହାତ ଓଲଟାଇ ବାନ୍ଧି ମାଡ ମାରିଛନ୍ତି । ଉପସ୍ଥିତ ଲୋକେ ମୋବାଇଲରେ ସେହି ସମୟର ଭିଡିଓ ସୁଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଉତ୍ତ୍ୟକ୍ତ ଗ୍ରାମବାସୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଜଣାପଡୁଛି । ବୃଦ୍ଧ ଜଣଙ୍କ ଜଣେ ପଂଚମ ଶ୍ରେଣୀ ଛାତ୍ରଙ୍କୁ ଚୋରି କରି ନେଇଯିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡିଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ବୃଦ୍ଧଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ବୃଦ୍ଧଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିମନି: ନର୍ଥବ୍ଲକରେ ପରସ୍ପରକୁ ମିଠା ଖୁଆଇଲେ ଅର୍ଥମନ୍ତ୍ରାଳୟର ଅଧିକାରୀ ଓ ମନ୍ତ୍ରୀ

କନକ ବ୍ୟୁରୋ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପରିକ ହାଲୱା ସେରିିମନି । ନର୍ଥବ୍ଲକରେ ଆୟୋଜିତ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତୀୟଙ୍କ ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ କରାଯାଇଥାଏ । ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ରହିଆସିଛି । ଏହି ପାରମ୍ପରିକ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

https://platform.twitter.com/widgets.js

ଆଗାମୀ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ କରାଯାଇଛି । ବଜେଟ୍ ବହି ଛାପି ସାଂସଦମାନଙ୍କୁ ବାଣ୍ଟିବା ପରିବର୍ତ୍ତେ ସଫ୍ଟ କପିରେ ଉପଲବ୍ଧ କରାଯିବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ବଜେଟ୍ ଆପକୁ ଉନ୍ମୋଚନ କରିଛନ୍ତି । ଯାହାର ନାଁ ରଖାଯାଇଛି ‘ୟୁନିୟନ ବଜେଟ୍ ମୋବାଇଲ ଆପ୍’ । ଏଥିସହିତ କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ http://www.indiabudget.gov.in ରୁ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ୍ କରାଯାଇ ପାରିବ। ଏହି ଆପ ମାଧ୍ୟମରେ ସାଂସଦଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ କେନ୍ଦ୍ରୀୟ ବଜେଟ୍ ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ । କେନ୍ଦ୍ର ବଜେଟର ୧୪ ପ୍ରକାର ଦସ୍ତାବିଜ ଏଥିରେ ଉପଲବ୍ଧ ହେବ ।

from Kanak News
via <a href="https://ifttt.com/?

ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କନକ ବ୍ୟୁରୋ: ଗଂଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି, ଖେମୁଣ୍ଡିଖୋଳ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି ।

ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡ ଅଭ୍ୟାସ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ।

ତା’ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ତେବେ ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ ।

from Kanak News
via <a href="https://ifttt.com/?

ନିଜ କଳିରେ ପିଲାଙ୍କ ଶୈଶବକୁ ନଷ୍ଟ କର ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

କନକ ବ୍ୟୁରୋ: ଦମ୍ପତିମାନେ ପରସ୍ପର ମଧ୍ୟରେ କଳିଝଗଡ଼ା କରି ନିଜ ପିଲାମାନଙ୍କର ଶୈଶବ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନଷ୍ଟ ନକରିବା ଲାଗି ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି।

ଜଣେ ମହିଳା ଏବଂ ତାଙ୍କଠାରୁ ଦୂରେଇ ଯାଇଥିବା ତାଙ୍କ ସ୍ବାମୀଙ୍କ ସଂକ୍ରାନ୍ତ ଏକ ମାମଲାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ଅବସରରେ ଜଷ୍ଟିସ ସଞ୍ଜୟ କୁମାର କାଉଲଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି। ଏଭଳି ଦମ୍ପତିମାନେ ପରସ୍ପରକୁ ନଷ୍ଟ କରିବା ସହ ନିଜ ସନ୍ତାନର ଶୈଶବକୁ ମଧ୍ୟ ନଷ୍ଟ କରିଦେଉଛନ୍ତି। ମାତାପିତାଙ୍କ ବିବାଦର ଶିକାର ହୋଇ ଶିଶୁମାନେ ଦ୍ବନ୍ଦ୍ବରେ ପଡୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ରହିଥିବା ସଂପର୍କ ବିପନ୍ନ ହୋଇପଡୁଛି। କୌଣସି ଅଦାଲତ କେବେ ପତି-ପତ୍ନୀଙ୍କ ଭିତରର ଏଭଳି ମାମଲା ସମାଧାନ କରିପାରିବ ନାହିଁ। ଥରେ ଏପରି ଝଗଡ଼ା ପଦାକୁ ଆସିଛି ମାନେ ସବୁ ସରିଯାଇଛି ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

ତେବେ ଏଭଳି ଅଧିକାଂଶ ମାମଲାରେ ପିତାମାତାଙ୍କ ଅହଂକାର ପାଇଁ କେବଳ ସେମାନଙ୍କ ଶିଶୁମାନେ ହିଁ ଭୀଷଣ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ମାନ୍ୟବର ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଦୀର୍ଘ ଦୁଇ ଦଶନ୍ଧି ତଳେ ପ୍ରେମବିବାହ କରିଥିବା ଏହି ଉଚ୍ଚ ଶିକ୍ଷିତ ଦମ୍ପତି ଏବେ ନିଜ ପିଲାମାନଙ୍କର ମଙ୍ଗଳ ଓ ଭବିଷ୍ୟତକୁ ବାଜି ଲଗାଇ ପରସ୍ପରକୁ ନଷ୍ଟ କରିଦେବାକୁ ବଦ୍ଧପରିକର ହୋଇଥିବାରୁ ଖଣ୍ଡପୀଠ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ନିଜ ପିଲାଙ୍କ କଥା ଚିନ୍ତା କରିବାକୁ ଅଦାଲତ ସେମାନଙ୍କୁ ପରାମର୍ଶ କରିଛନ୍ତି। ଏପରିକି ପିଲାଙ୍କ କଥା ନହେଲେ ନାହିଁ, ନିଜ କଥା ଭାବିବାକୁ ଖଣ୍ଡପୀଠ ଦିଗଦର୍ଶନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମାମଲା ସଂଖ୍ୟା ବଢ଼ିବା ସହ ସୁପ୍ରିମ୍‌ କୋର୍ଟରେ ମଧ୍ୟ ଏ ସଂକ୍ରାନ୍ତ ମାମଲାର ବୋଝ ବଢ଼ି ଚାଲିଛି। ତେଣୁ ଦମ୍ପତିମାନେ ପରସ୍ପରର ଝଗଡ଼ାକୁ ବୁଝାମଣା ଏବଂ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟି ସମାଧାନ କଲେ ସବୁ ଦିଗରୁ ମଂଗଳ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

from Kanak News
via <a href="https://ifttt.com/?

ପୁଣି ଭାରତ ପାକିସ୍ତାନ ସୀମା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ : ୧୫୦ମିଟର ଲମ୍ବା ଟନେଲ ଠାବ; ଏଇ ସୁଡଙ୍ଗ ଦେଇ ଆସୁଥିଲେ ଆତଙ୍କବାଦୀ

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମାରେ ପୁଣି ଠାବ ହେଲା ସୁଡଙ୍ଗ । ୧୦ଦିନରୁ ମଧ୍ୟ କମ୍ ବ୍ୟବଧାନରେ ସୁରକ୍ଷାକର୍ମୀଙ୍କୁ ପୁଣି ଏକ ଭୂତଳ ସୁଡଙ୍ଗ ମିଳିଛି । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଅର୍ନ୍ତଜାତୀୟ ସୀମା ନିକଟରୁ ୧୫୦ମିଟର ଲମ୍ବା ଏହି ଟନେଲ ଠାବ କରାଯାଇଛି । ବଡ କଥା ହେଉଛି ପାକିସ୍ତାନୀ ସେନା ଏହି ଟନେଲକୁ ନିର୍ମାଣ କରିଥିବା ସୂଚନା ଦେଇଛି ବିଏସଏଫ । ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଏପରି ଯୋଜନା କରୁଛି ପାକିସ୍ତାନ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାର ପାନସର ଠାରେ ଅନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି ।

କେଉଠିଁ ଠାବ ହେଲା ସୁଡଙ୍ଗ ?

  • କଠୁଆ ଜିଲ୍ଲାର ପାନସର ନିକଟରେ ଠାବ ହେଲା ସୁଡଙ୍ଗ
  • ବିଏସଏଫ ପୋଷ୍ଟ ନମ୍ବର ୧୪ ଓ ୧୫ ନିକଟରେ ହୋଇଛି ଠାବ
  • ଠାବ ହୋଇଛି ୩୦ଫୁଟ ଗଭୀର, ୩ଫୁଟ ଓସାର ଓ ୧୫୦ ମିଟର ଲମ୍ବ ଭୂତଳ ସୁଡଙ୍ଗ
  • ଭାରତୀୟ ତାବ ବାଡ ସେପଟେ ପାକିସ୍ତାନର ଶକରଗଡ ଜିଲ୍ଲାର ଅଭିୟଲ ଡୋଗରା ପୋଷ୍ଟ
  • ଠାବ ହୋଇଛି ୬ରୁ ୮ବର୍ଷ ପୁରୁଣା ସୁଡଙ୍ଗ
  • ୨୦୨୦ରେ ଅଂଚଳରେ ପାକିସ୍ତାନୀ ହେକ୍ସାକପ୍ଟରକୁ ଧ୍ୱସଂ କରାଯାଇଥିଲା
  • ୨୦୧୯ରେ ଏହି ଅଂଚଳରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ

ଏହି ସୁଡଙ୍ଗ ଠାବ ହେବା ପରେ ଏବେ ସ୍ଥାନୀୟ ଅଂଚଳକୁ କର୍ଡନ କରାଯାଇଛି । ସୀମାରେ ଲଗାତର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସେନାର ଧ୍ୟାନ ଏଡାଇ ଏପରି ସୁଡଙ୍ଗ ଦ୍ୱାରା ଆତଙ୍କବାଦୀ ଅନୁପ୍ରବେଶ କରାଇଥାଏ ପାକିସ୍ତାନ । ଏହା ପାକିସ୍ତାନର ପୁରୁଣା ଷଡଯନ୍ତ୍ର । ଗତ ୧୩ତାରିଖରେ ମଧ୍ୟ ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାର ବୋବିଆଁ ଗାଁରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏକ ଟନେଲକୁ ଠାବ କରାଯାଇଥିଲା । ଜିରୋ ଲାଇନର ୩୦୦ ଫୁଟ ଦୂରରେ ଭାରତୀୟ ତାର ବାଡ ଠାରୁ ୬୫ଫୁଟ ଦୂରରେ ଠାବ ହୋଇଥିଲା ସୁଡଙ୍ଗ । ୨୫ରୁ ୩୦ଫୁଟ ଗଭୀରରେ ୩ଫୁଟ ଓସାର ବିିଶିଷ୍ଟ ଏହି ସୁଡଙ୍ଗ ଦ୍ୱାରା ଅନୁପ୍ରବେଶ ଚାଲିଥିଲା ।

ବିଏସଏଫର ସ୍ୱତନ୍ତ୍ର ଅଭିଯାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ସୁଡଙ୍ଗା ଠାବ କରିଛି ଭାରତୀୟ ସେନା । ଏପରି ସୁଡଙ୍ଗ ଦ୍ୱାରା ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥାନ୍ତି । ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ଏପରି ଏକ ଗୁପ୍ତ ସୁଡଙ୍ଗକୁ ଖୋଜି ବାହାର କରିଥିଲେ ଭାରତୀୟ ସୁରକ୍ଷା କର୍ମୀ । ଜମ୍ମୁର ସାମ୍ବା ଜିଲ୍ଲାରେ ଏହି ସୁଡଙ୍ଗ ଠାବ କରାଯାଇଥିଲା । ଏହି ସୁଡଙ୍ଗ ଜରିଆରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଭାରତ ଭିତରକୁ ପ୍ରବେଶ କରିଥିଲେ । ତେବେ ଗତ ୬ମାସରେ ୪ଟି ସୁଡଙ୍ଗ ଠାବ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started