ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା:କହିଲେ, ଓଡିଶା ପ୍ରାପ୍ୟ ବକେୟା ଟଙ୍କା ଖୁବ୍ ଶୀଘ୍ର ମିଳିବ

କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଓଡିଶାକୁ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ୬ ହଜାର ୩୯ କୋଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଖୁବଶୀଘ୍ର ବକେୟା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ଏବାବଦରେ ଶୀଘ୍ର ନିଷ୍ପତ୍ତି ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ବକେୟା ଉଷୁନା ଚାଉଳ ନନେବା ଓ ରବି ଋତୁରେ ଚାଉଳ ନଉଠାଇବା ସମ୍ପର୍କରେ ରାଜ୍ୟକୁ ଏଫସିଆଇ ଦେଇଥିବା ଚିଠି ନେଇ ମଧ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବିଜେଡି ପ୍ରତିନିଧି ଦଳ । ଏଫସିଆଇର ଚିଠି ସତ୍ତ୍ବେ ଚାଉଳ ସଂଗ୍ରହକୁ ତୁରନ୍ତ ବନ୍ଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପିୟୁଷ ଗୋଏଲ । ବିଜେଡି ସାଂସଦଙ୍କ ଏହି ପ୍ରତିନିଧି ଦଳରେ ପିନାକୀ ମିଶ୍ରଙ୍କ ସମେତ ସସ୍ମିତ ପାତ୍ର, ଭାସ୍କର ରାଓ, ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ ଓ ଚନ୍ଦ୍ରଶେଖର ସାହୁ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା

କନକ ବ୍ୟୁରୋ : ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦେଇ କୋଭିଡ୍ ଟିକାକରଣ ଜାରି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାର ହିସାବ ଅନୁସାରେ ପ୍ରଥମ ୫ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡିଶା ରହିଛି ଏବଂ ଏହାର ସ୍ଥାନ ଦ୍ୱିତୀୟରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ସର୍ବାଧିକ ୩୭.୫ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ପରିମାଣ ୩୫ ଦଶମିକ ୩ ପ୍ରତିଶତ ରହିଛି ।

ସେହିପରି ହରିଆଣାରେ ୨୬ ପ୍ରତିଶତ, କର୍ଣ୍ଣାଟକରେ ୨୫ ଦଶମିକ ୧ ପ୍ରତିଶତ ଓ ଆନ୍ଧ୍ର ପ୍ରଦେଶରେ ଟିକାଦାନ ପରିମାଣ ୨୩ ଦଶମିକ ୧ ପ୍ରତିଶତ । ଅନ୍ୟପଟେ ତାଲିକାର ଶେଷ ୫ଟି ରାଜ୍ୟରେ ରହିଛନ୍ତି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ପଂଜାବ ଓ ଲଦାଖ । ମହାରାଷ୍ଟ୍ର, କେରଳ ପରି ବେଶୀ କରୋନା ପ୍ରଭାବିତ ରାଜ୍ୟରେ ଟିକାକରଣ ଏତେ ପଛୁଆ ଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

from Kanak News
via <a href="https://ifttt.com/?

ଆରମ୍ଭ ହେଲା ପୂର୍ବ ଭାରତର ବଡ ହସ୍ତଶିଳ୍ପ ମେଳା ତୋଷାଳି ମେଳା : ରାଜ୍ୟ ଓ ରାଜ୍ୟ ବାହାରୁ ୨୫୦ଟି ଷ୍ଟଲ ସାମିଲ; ଆସନ୍ତା ୪ ତାରିଖ ଯାଏଁ ଚାଲିବ ମେଳା 

କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ୧୫ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଭର୍ଚ୍ୟୁଆଲ ଉତ୍ସବ ଜରିଆରେ ଏହାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅସାଧାରଣ ପରିସ୍ଥିତିରେ ଏହି ପୂର୍ବ ଭାରତ ବିଶାଳ ମେଳା ଆୟୋଜିତ ହେଉଛି । ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହି ସଭାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉପସ୍ଥିତ ରହିଥିଲେ । ଏହି ମେଳା ଜାନୁଆରୀ ୨୧ରୁ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୪ ତାରିଖରେ ଶେଷ ହେବ ।

ପ୍ରତିଦିନ ଏହା ଅପରାହ୍ନ ୨ଟାରେ ଖୋଲିବା ସହ ରାତି ୯ଟାରେ ବନ୍ଦ ହେବ । ଚଳିତ ବର୍ଷ ୧୫ ଦିନ ଧରି ହେବାକୁ ଥିବା ଏହି ବିଶାଳ ମେଳାରେ ମୋଟ ୨୫୦ଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ କେବଳ ଆମ ରାଜ୍ୟର ୧୭୦ ଷ୍ଟଲ ରହିଛି । କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଦର୍ଶକଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ହାତ ସାନିଟାଇଜ୍ କରାଯିବା ପରେ ଭିତରକୁ ପ୍ରବେଶ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ମେଳାରେ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି ।

from Kanak News
via <a href="https://ifttt.com/?

ଆଜି କେନ୍ଦ୍ର- ଚାଷୀ ସଂଗଠନର ଏକାଦଶ ବୈଠକ : ବାରମ୍ବାର ବୈଠକ ପରେ ବି ବାହାରୁନି ଫଳ; ୩ ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ

କନକ ବ୍ୟୁରୋ : ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ୧୧ତମ ବୈଠକ ଅନୁଷ୍ଠିତ ହେବ । ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଦାବିରେ ଚାଷୀମାନେ ଅଟଳ ଥିବା ବେଳେ ସରକାର ଏହାକୁ ୧୮ ମାସଯାଏଁ ଟାଳିଦେବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଂଗଠନ । ଏନେଇ ଗତକାଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ଜାନୁଆରୀ ୨୬ରେ ହେବାକୁ ଥିବା ଚାଷୀଙ୍କ ଟ୍ରାକ୍ଟର ରାଲିକୁ ମିଳିଲାନି ଗ୍ରୀନ୍ ସିଗ୍ନାଲ । ଦିଲ୍ଲୀ ପୁଲିସ ସହ ଚାଷୀଙ୍କ ଆଲୋଚନା ବିଫଳ ହୋଇଛି । ରାଜଧାନୀର ରିଂ ରୋଡରେ ରାଲି ବାହାର କରିବାକୁ ଅଡି ବସିଛନ୍ତି ଚାଷୀ । ସେପଟେ କେଏମପି ଏକ୍ସପ୍ରେସ ୱେରେ ରାଲି ବାହାର କରିବାକୁ ବିକଳ୍ପ ଭାବେ ପରାମର୍ଶ ଦେଇଛି ପୁଲିସ । ଯାହା ମାନିବାକୁ ନାରାଜ ଆନ୍ଦୋଳନରତ ଚାଷୀ ।

from Kanak News
via <a href="https://ifttt.com/?

କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ବାପାଙ୍କ ସମାଧିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ମହମ୍ମଦ ସିରାଜ ।

କନକ ବ୍ୟୁରୋ : କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ଅଷ୍ଟ୍ରେଲିଆରେ ୨-୧ରେ ସିରିଜ ଜିତିବା ପରେ ଭାରତ ଫେରିଛନ୍ତି ଭାରତୀୟ କ୍ରିକେଟର । ଗୁରୁବାର ସକାଳୁ ଟିମ ଇଣ୍ଡିଆର ଖେଳାଳି ଓ ସର୍ପୋଟ ଷ୍ଟାଫ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇରେ ପହଂଚିଛନ୍ତି ଖେଳାଳି । ସିରିଜରେ ପ୍ରଦର୍ଶନକୁ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଫେବ୍ରୁୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ପ୍ରଥମ ଟେଷ୍ଟ ଫେବ୍ରୁୟ।ରୀ ୫ରୁ ୯ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ୧୩ରୁ ୧୭ଯାଏଁ ଖେଳାଯିବ ।

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ପେସ୍ ବୋଲର ମହମ୍ମଦ ସିରାଜ ଆଜି ଭାରତ ଫେରିଛନ୍ତି । ହାଇଦ୍ରାବାଦର ଶାମଶାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ଖୈରାତାବାଦରେ ଥିବା ଶ୍ମଶାନକୁ ଯାଇଥିଲେ । ଶ୍ମଶାନରେ ସିରାଜଙ୍କ ବାପାକୁ ସମାଧି ଦିଆଯାଇଛି । ପିତାଙ୍କ ସମାଧି ନିକଟରେ ଭାବବିହ୍ୱଳ ହୋଇପଡିଥିଲେ ସିରାଜ । ଏବଂ କୁରାନ ପଢି ନିଜ ବାପାଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ ।

ଗତ ନଭେମ୍ବର ୨୦ତାରିଖରେ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହାର ସପ୍ତାହକ ପୂର୍ବରୁ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପିତାଙ୍କ ଦେହାନ୍ତ ଖବର ପାଇ ସେ ଭାଙ୍ଗିପଡିଥିଲେ ସୁଦ୍ଧା ଦେଶ ପାଇଁ ଖେଳି ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଅଷ୍ଟ୍ରେଲିଅ ଗସ୍ତ ବେଳେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ ସିରାଜ । ଏ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣାରେ ସେ ଭାଙ୍ଗି ପଡିନଥିଲେ ବରଂ ଏପରି ଘଟଣା ତାଙ୍କୁ ଆହୁରି ମଜଭୁତ କରିଥିଲା ।

ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ଉମେଶ ଯାଦବଙ୍କ ଭଳି ଅଭିଜ୍ଞ ବୋଲରଙ୍କ ଅନୁପସ୍ଥିତିରେ ସିରାଜ ଚମକ୍ରାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ୧୩ଟି ୱିକେଟ ନେଇଛନ୍ତି ।

ସେପଟେ ଭାରତୀୟ ଦଳର ଉଦୀୟମାନ ଖେଳାଳି ନଟରାଜନ ତାମିଲନାଡୁରେ ନିଜ ଘରକୁ ଫେରିଛନ୍ତି । ଅଷ୍ଟ୍ରଲିଆରେ ନିଜର ଦମଦାର ବୋଲିଂ ଯୋଗୁଁ ହିରୋ ପାଲଟିଥିବା ନଟରାଜନଙ୍କୁ  ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ରଥରେ ତାଙ୍କୁ ପାଛୋଟି ନେଇଥିଲେ ପ୍ରଶଂସକ । ତାମିଲନାଡୁର ତାଙ୍କ ଗାଁରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ସ୍ୱାଗତ ପାଇଁ ରାଜରାସ୍ତାରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ବେକରେ ଫୁଲ ମାଳ ପିନ୍ଧାଇ ରଥରେ ବସାଇ ଟିମ ଇଣ୍ଡିଆର ବିଜୟ ସ୍ଲୋଗାନ ଦେଇ ନଟରାଜନଙ୍କୁ ପାଛୋଟି ନେଇଥିଲେ କ୍ରିକେଟ ପ୍ରେମୀ ।

from Kanak News
via <a href="https://ifttt.com/?

ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା  । ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

କନକ ବ୍ୟୁରୋ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍‌’ ବର୍ଗରେ ସେମି ଫାଇନାଲ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି ସୁନ୍ଦରଗଡ଼।

“ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ପହଁଚିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ପାଇଁ ଓଡ଼ିଶା ସରକାର ସବୁବେଳେ ଧ୍ୟାନ ଦେଇଆସୁଛନ୍ତି”, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍କଚ୍ ଗ୍ରୁପ  ପକ୍ଷରୁ ଆୟୋଜିତ ୭୦ତମ ସ୍କଚ୍ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ। ସେଠାରେ ସୁନ୍ଦରଗଡ଼ ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଭିନବ କାର୍ଯ୍ୟ ଓ ପ୍ରକଳ୍ପ ଏବଂ ତାହାର ପ୍ରଭାବ ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା। ବିଚାରକ ମଣ୍ଡଳୀର ମୂଲ୍ୟାୟନ ଅନୁସାରେ ସ୍କଚ୍ ଆୱାର୍ଡର ସେମିଫାଇନାଲ ପର୍ଯ୍ୟାୟଭୁକ୍ତ ହୋଇ ଅର୍ଡର ଅଫ୍ ମେରିଟ୍ ଲାଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ।

“ସାଧାରଣ ଜନତାଙ୍କ ହିତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଖଣିଜ ପ୍ରତିଷ୍ଠାନର ସହଯୋଗରେ ବିଭିନ୍ନ ପ୍ରଭାବୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷ କରି କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ”, ସମ୍ମିଳନୀ ଅବସରରେ କହିଥିଲେ ସ୍କଚ୍ ଗ୍ରୁପର ଅଧ୍ୟକ୍ଷ ସମୀର କୋଚ୍ଚର।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛି। ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ। ସେଥିମଧ୍ୟରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଗର୍ଭାବସ୍ଥାରେ ଯତ୍ନ, ପୁଷ୍ଟିଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷ, ଶିଶୁଙ୍କ ପୋଷଣ, ସଡ଼କ ଓ ଯୋଗାଯୋଗ, ମୋବାଇଲ୍ ମେଡିକାଲ ୟୁନିଟ୍ ଓ ଆମ୍ବୁଲାନ୍ସ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଯତ୍ନ ପାଇଁ ବ୍ୟବସ୍ଥା, ଅତ୍ୟାଧୁନିକ ପରିମଳ ସେବା ଭଳି ଅନେକ କାର୍ଯ୍ୟକ୍ରମ ରହିଛି।

from Kanak News
via <a href="https://ifttt.com/?

ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ ଟ୍ରମ୍ପଙ୍କ ୧୭ଟି ନିଷ୍ପତ୍ତି ।

କନକ ବ୍ୟୁରୋ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ପଦଭାର ସମ୍ଭାଳିବା ପରେ ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନରେ ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ବାଇଡେନ । ସରକାର ପ୍ରାଥମିକ ଭାବରେ କୋଭିଡ, ଅର୍ଥନୀତି ସଙ୍କଟ ଏବଂ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜୋ ବାଇଡେନ ବଦଳାଇଥିବା ନିିଷ୍ପତ୍ତି ଗୁଡିକରେ ପ୍ରମୁଖ ରହିଛି :-
୧. କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
୨. ପ୍ୟାରିସ ଜଳବାୟୁ ଚୁକ୍ତିକୁ ପୁଣି ଫେରିବ ଆମେରିକା
୩. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ପୁଣି ସାମିଲ ହେବ ଆମେରିକା
୪. ମୁସଲିମ ଦେଶ ଗୁଡିକ ଉପରେ ଲାଗିଥିବା ଯାତ୍ରା କଟକଣା ହଟିଲା
୫. ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଉପରେ ରୋକ

କରୋନାକୁ ହରାଇବା ପାଇଁ ଆମେରିକାବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ବାଇଡେନ । ତେବେ ପ୍ୟାରିସ ଜଳବାୟୁ ଚୁକ୍ତିନାମା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ସରକାର ଓହରିବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ଏବେ ଆମେରିକା ଏହି ସବୁ ଫୋରମରେ ପୁଣି ଯୋଗ ଦେବ ବୋଲି ସୂଚନା ଦେଇଛନ୍ତି ଜୋ ବାଇଡେନ ।

କେବଳ ଏତିକି ନୁହେଁ ମୁସଲିମ ଦେଶ ଗୁଡିକରେ ଆମେରିକାକୁ ଯାତ୍ରା କରିବା ଉପରେ ଲାଗିଥିବା ବ୍ୟାନକୁ ମଧ୍ୟ ହଟାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୨୦୧୭ରେ ମୁସଲିମ ବହୁଳ ଦେଶ ଗୁଡିକ ଉପରେ କଟକଣା ଲଗାଇଥିଲେ ଟ୍ରମ୍ପ ସରକାର । ସେହିପରି ଆମେରିକା–ମେକ୍ସିକୋ ଭିତରେ ପାଚେରୀ ନିର୍ମାଣ ଉପରେ ମଧ୍ୟ ତୁରନ୍ତ ରୋକ ଲଗାଇଛନ୍ତି ବାଇଡେନ ସରକାର ।

ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବା ପାଇଁ ଏପର୍ଯ୍ୟନ୍ତ ୧୭ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିସାରିଛନ୍ତି । ଆଗାମୀ ଦିନରେ ସେ ଏପରି ଅନେକ ନିଷ୍ପତିକୁ ବଦଳାଇ ବୋଲି ସୂଚନା ମିଳିଛି । ଯାହା ପଦ ସମ୍ଭାଳିବାର କିଛି ସମୟ ମଧ୍ୟରେ କରି ଦେଖାଇଥିଲେ ଜୋ ବାଇଡେନ ।

from Kanak News
via <a href="https://ifttt.com/?

ଧାନ କିଣାରେ ଅନିୟମିତତା ଅଭିଯୋଗ ଭିତରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ୧୫ ପ୍ୟାକ୍ସ ସଂପାଦକ ନିଲମ୍ବିତ, ଜଣେ ବହିଷ୍କୃତ ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଧାନକିଣା ନେଇ ଅବ୍ୟବସ୍ଥା ଅଭିଯୋଗ ଭିତରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଧାନ କିଣା ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଓ ସରକାରୀ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣ ପ୍ୟାକ୍ସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଜଣେ ଡିଟିପି ଅପରେଟରଙ୍କୁ ବହିଷ୍କାର କରିଛି ଯୋଗାଣ ବିଭାଗ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ସମ୍ବଲପୁର ନୂଆମୁରା ପ୍ୟାକ୍ସର ରମାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ ଦାସ , ଚାରମାଳ ପ୍ୟାକ୍ସର ଅମିତ ପ୍ରଧାନ, ସାହସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ ।

ସେହିଭଳି ଝାରୁସୁଗୁଡା, ବଲାଙ୍ଗିର, ବୌଦ୍ଧ, କେଉଁଝର, ଦେବଗଡ ଜିଲ୍ଲାର ସମ୍ପାଦକ ଓ ସହକାରୀ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାସହ ସଢା ପ୍ୟାକ୍ସର ଡିଟିପି ଅପରେଟର ମନୋଜ ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

from Kanak News
via <a href="https://ifttt.com/?

ଜଣେ ଥିଲେ ସୁଶାନ୍ତ…ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ’ ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?

କନକ ବ୍ୟୁରୋ: ତୁମ ରେଜଲ୍ଟ ନିର୍ଦ୍ଧାରିତ କରେନି ତୁମେ ଲୁଜର କି ନୁହେଁ ତୁମ ପ୍ରୟାସ ହିଁ ଏହାର ପ୍ରମାଣ ଦେଇଥାଏ। ବଲିଉଡ ପାଇଁ ଆଜି ଭାବିବାର ଦିନ, ଚିନ୍ତା କରିବାର ଦିନ। କାରଣ ଆଜି ସିଲଭର ସ୍କ୍ରିନର ମଲ୍ଟି ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମବାର୍ଷିକୀ। କାହିଁକି ହସୁଥିବା ଚେହେରା ନିରବୀ ଗଲେ , ଯୁବପିଢୀଙ୍କ ପ୍ରେରଣା ପାଲଟିଥିବା ସୁଶାନ୍ତ କାହିଁକି ଆମକୁ ଛାଡ଼ିଗଲେ ଏମିତି ଅନେକ ପ୍ରଶ୍ନ ଏବେ ବି ‘ଅନ ଟୋଲ୍ଡ ଷ୍ଟୋରୀ’ ହୋଇ ରହିଛି।

ଜିତ୍ କେ ଖାତିର୍ ବସ୍ ଜୁନୁନ୍ ଚାହିଏ..ଜିସମେ ଉବାଲ ହୋ ଏସା ଖୁନ୍ ଚାହିଏ ! ୟେ ଆସମା ଭି ଆଏଗା ଜମୀନ ପର, ବସ୍ ଇରୋଦୋଁ ମେ ଜିତ୍ କା ଗୁଞ୍ଜ୍ ଚାହିଏଟ୍ଟ । ବାସ୍ ଏମିତି କିଛି ଜୋଶ୍ ସହ ବିହାରରୁ ବଲିଉଡ ଯାତ୍ରା କରିଥିଲେ ସୁଶାନ୍ତ ସିଂ ରାଜପୁତ । ଛୋଟ ପରଦାରୁ ବଡ଼ ପରଦାକୁ ଆସିବା ପାଇଁ ଏତେ ସଂଘର୍ଷ କରି ସଫଳ ହୋଇଥିଲେ ସୁଶାନ୍ତ ଯାହା ହୁଏତ ଆଜିର ଯୁବପିଢ଼ୀଙ୍କୁ ଅନେକ କ୍ଷେତ୍ରରେ ପ୍ରେରଣା ଦେବ ।

୧୯ ୮୬ ଜାନୁୟାରୀ ୨୧ରେ ବିହାର ରାଜଧାନୀ ପଟନାରେ ଜନ୍ମ ନେଇଥିଲେ ସୁଶାନ୍ତ । ପରିବାରିକ ଆର୍ଥିକ ସ୍ଥିତି ସେମିତି କିଛି ଖାସ୍ ନଥିଲେ ବି ପିଲାଟି ଦିନୁ ସେ ଥିଲେ ଜଣେ ମେଧାବୀ ଛାତ୍ର । ୨୦୦୨ରେ ତାଙ୍କ ମା’ଙ୍କ ଦେହାନ୍ତ ତାଙ୍କ ଜୀବନରେ ଏକ ଝଡ଼ ଆଣିଥିଲା । ଆଉ ସେହିବର୍ଷ ସୁଶାନ୍ତଙ୍କ ପୂରା ପରିବାର ପଟନାରୁ ଦିଲ୍ଲୀକୁ ପଳେଇ ଆସିଲେ । ସେଠାରେ ସୁଶାନ୍ତ ଦିଲ୍ଲୀ ଟେକ୍ନୋଲୋଜୀ ୟୁନିଭରସିଟିରେ ବି-ଟେକ୍ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରିଲେ । ପାଠ ସହ ନାଚରେ ମଧ୍ୟ ଆଗ୍ରହ ଥିବାରୁ ସେ ବଲିଡଉ କୋରିଓଗ୍ରାଫର ସାହାମକ୍ ଦାବରଙ୍କ ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିଲେ । ଆଉ ୨୦୦୬ରେ ପ୍ରଥମ କରି ଫିଲ୍ମ ଫେୟାର ଆୱାର୍ଡ ସେରିମନିରେ ତାଙ୍କୁ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ସୁଯୋଗ ମିଳିଥିଲା ।

ଏହାପରେ ଧିରେ ଧିରେ ସୁଶାନ୍ତ ନାଚରୁ ଅଭିନୟ ଆଡକୁ ମନ ବଳାଇଲେ । ଏପରିକି ପାଠରୁ ପରଦା ଆଡକୁ ତାଙ୍କର ଉତ୍ସାହ ବଢ଼ିବାରେ ଲାଗିଲା । ସେଥିପାଇଁ ତ ଇଞ୍ଜିନିୟରିଂ ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଥିଲେ ସୁଶାନ୍ତ । ତେବେ ପରିବାରରେ ସବୁଠାରୁ ସାନ ହୋଇଥିବାରୁ ତାଙ୍କ ଇଚ୍ଛା ଅଭିଳାଶାକୁ ପୂରଣ କରିବା ପାଇଁ ଉତ୍ସାହିତ କରିଥିଲେ ପରିବାର ଲୋକ । ଯେଉଁଥିପାଇଁ ବି-ଟେକର ତୃତୀୟ ବର୍ଷରେ ହିଁ ପାଠକୁ ବାଏ ବାଏ କହି ନିଜକୁ ଅଭିନୟ କ୍ଷେତ୍ରରେ ପୂରାପୂରି ସମର୍ପି ଦେଲେ । ଆଉ ସମସ୍ତଙ୍କ ପରି ନିଜର ସ୍ୱପ୍ନ ପୂରା କରିବା ପାଇଁ ସ୍ୱପ୍ନର ନଗରୀ ମୁମ୍ବାଇକୁ ଚାଲିଆସି ଏକ ଥ୍ରୀଏଟରରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଅଭିନୟ ଶିଖିଲେ ।

ଏହାରି ଭିତରେ ସୁଶାନ୍ତଙ୍କୁ ନେସଲେ ଭଳି ବଡ଼ କମ୍ପାନୀ ତରଫରୁ ଚକଲେଟ୍ ବିଜ୍ଞାପନ ପାଇଁ ଅଫର ଦେଲେ । ଧିରେଧିରେ ଭାଗ୍ୟ ଭରସାରେ ଛୋଟମୋଟ ବିଜ୍ଞାପନ କରୁଥିବା ସୁଶାନ୍ତଙ୍କୁ ଦିନେ ବାଲାଜୀ ଟେଲିଫିଲ୍ମସ ତରଫରୁ ଅଫର ମିଳିଲା । ୨୦୦୮ରେ ‘କିସ୍ ଦେଶ୍ ମେ ହେ ମେରା ଦିଲ୍’ ନାମକ ଏକ ସିରିଏଲରେ ସୁଶାନ୍ତ ଟିଭି ପରଦାକୁ ଏଣ୍ଟ୍ରି ମାରିଥିଲେ । ହେଲେ ୨୦୦୯ରେ ‘ପବିତ୍ର ରିସ୍ତା’ ସିରିଏଲ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

ବାସ୍ ଏହାପରେ ସୁଶାନ୍ତ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚଢ଼ି ଚାଲିଲେ । ପବିତ୍ର ରିସ୍ତା ସିରିଏଲ ପାଇଁ ତାଙ୍କୁ ଶ୍ରେଷ୍ଠ ପୁରୁଷ ଅଭିନେତା ଏବଂ ସବୁଠାରୁ ଲୋକପ୍ରିୟ ଅଭିନେତା ଭାବେ ଆୱାର୍ଡ ମିଳିଥିଲା । ଏହାପରେ ୨୦୧୦ରେ ‘ଜରା ନଚ୍ କେ ଦିଖା’ ଏବଂ ଝଲକ ଦିଖ୍ ଲାଜା ସିଜନ୍ ୪ ଭଳି ଡ୍ୟାନ୍ସ ଶୋ’ରେ ନିଜ ଡ୍ୟାନ୍ସ କଳାରେ ସମସ୍ତଙ୍କ ମନ ଜିଣିଥିଲେ । ଅଭିନୟ ନିଶା ତାଙ୍କର ଏତେ ଥିଲା ଯେ, ସେ ୨୦୧୧ ଅକ୍ଟୋବରରେ ପବିତ୍ର ରିସ୍ତା ସିରିଏଲ ଛାଡ଼ି ବିଦେଶକୁ ଅଭିନୟ ଶିଖିବା ପାଇଁ ଚାଲିଗଲେ । ବିଦେଶରୁ ଫେରିବା ପରେ ୨୦୧୩ରେ ପ୍ରଥମ କରି କାଇ ପୋ ଚେ’ ଫିଲ୍ମ ଜରିଆରେ ବଲିଉଡ ଜଗତକୁ ଏଣ୍ଟ୍ରି ମାରିଲେ ।

ଏହାପରେ ସୁଶାନ୍ତ ୟଶରାଜ୍ ଭଳି ବଲିଉଡର ବଡ଼ ବ୍ୟାନରରେ ଶୁଦ୍ଧଦେଶୀ ରୋମାନ୍ସ ଫିଲ୍ମ କରି ଚର୍ଚ୍ଚାକୁ ଚାଲିଆସିଲେ । ଖୁବ୍ କମ୍ ସମୟରେ ବଲିଉଡର ଲୋକପ୍ରିୟ ଅଭିନେତା ପାଲଟି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯେଉଁଥିରେ ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା । ଯୁବପୀଢ଼ିଙ୍କ ହୃଦୟରେ ଧିରେ ଧିରେ କ୍ରେଜ୍ ମଧ୍ୟ ବଢ଼ିବାରେ ଲାଗିଲା । ପି.କେ, ରାବତା ଆଉ ୱେଲକମ୍ ଟୁ ନ୍ୟୁ ୟର୍କ, ଛିଛୋରେ ଏବଂ ଦିଲ ବେଚାରା ତାଙ୍କର ଶେଷ ଫିଲ୍ମ ପରଦାରେ ପ୍ରଦର୍ଶିତ ନହୋଇଥିଲେ ବି ହଟଷ୍ଟାରରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଛାପ ଛାଡ଼ି ଯାଇଛି ।

ତେବେ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡକୁ ଏଣ୍ଟ୍ରି କରି ଖୁବ୍ କମ୍ ସମୟରେ ସଫଳତାର ସିଢ଼ି ଚଢ଼ିଥିବା ସୁଶାନ୍ତ ଗତବର୍ଷ ଜୁନ ୧୪ ତାରିଖରେ ସମସ୍ତଙ୍କୁ ପର ଚାଲିଯାଇଥିଲେ । ଯିଏ ଦିନେ ଫିଲ୍ମରେ କହୁଥିଲେ ଆତ୍ମହତ୍ୟା କରିବା ଜଣେ ଲୁଜରର ପରିଚୟ ସେ ନିଜେ ଜୀବନ ଯୁଦ୍ଧରେ ହାରିଯାଇ ଆତ୍ମହତ୍ୟା କରି ସମସ୍ତଙ୍କୁ ଅବାକ୍ କରିଦେଇଥିଲେ। ଛୋଟ ପରଦାରୁ ବଡ଼ ପରଦା ସବୁଠି ସଫଳତା ହାସଲ କରି ସୁଶାନ୍ତ ଏତେ ଜଲଦି ଅଫେରା ଦୁନିଆକୁ ଚାଲିଯିବେ ତାହା କେହି କଳ୍ପନା ବି କରିନଥିଲେ । କିନ୍ତୁ ଦୀର୍ଘ ୭ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଆଜି ଯାଏଁ ସୁଶାନ୍ତଙ୍କୁ ମୃତ୍ୟୁ ନେଇ ସସପେନ୍ସ ଲାଗି ରହିଛି।, ସିବିଆଇ ହାତକୁ କେସ ଗଲା ପରେ ବି ସିବିଆଇ ଶୋଇ ରହିଥିବା ଭଳି ତଦନ୍ତ କରୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ନିଶା କାରବାରର କୁଣ୍ଡଳୀ ଖୋଲିଛି ସତ କିନ୍ତୁ ଏ ଯାଏଁ ସୁଶାନ୍ତଙ୍କ ମୃତ୍ୟୁ ମିଷ୍ଟ୍ରି ଉପରୁ ପରଦା ହଟିନି। ତେବେ ଆଜି ସୁଶାନ୍ତଙ୍କ ଜନ୍ମଦିନ କିନ୍ତୁ ସ୍ଵର୍ଗରେ ଥିବା ସୁଶାନ୍ତଙ୍କ ଆତ୍ମା ଆମର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଥିବ ନିଶ୍ଚିତ, କେଉଁଠି ନା କେଉଁଠି ବଲିଉଡରେ ଚାଲିଥିବା ମାଫିଆ ରାଜ ଆଉ ନ୍ୟାୟ ବ୍ୟବସ୍ଥାର ନିକିତିକୁ ଅଫେରା ରାଇଜରୁ ଚାହିଁଥିବେ ରାଜପୁତ୍।

from Kanak News
via <a href="https://ifttt.com/?

ସତ ହେଇଗଲା ସୁଟିଂ ସେଟର ଦୃଶ୍ୟ । ସୁଟିଂ ସେଟରେ କରୁଥିଲେ ହୃଦଘାତର ଅଭିନୟ, ଦିନକ ପରେ ହୃଦଘାତରେ ଚାଲିଗଲା ଜୀବନ

କନକ ବ୍ୟୁରୋ : କିଏ ଜାଣିଥିଲା ସୁଟିଂ ସେଟର ଦୃଶ୍ୟ ସତ ହୋଇଯିବ । କିଏ ଜାଣିଥିଲା, ହୃଦଘାତର ଅଭିନୟ କରୁକରୁ ବାସ୍ତବ ଜୀବନରେ ହୃଦଘାତ ଆସିଯିବ । ଜୀବନ ନାଟକରେ ଅଭିନୟ କରୁଥିବା ମଣିଷ ବା କେମିତି ଜାଣିଥାନ୍ତା ଅଭିନୟ ବି ସତ ହୋଇଯିବ । ସଂଯୋଗ ଦେଖନ୍ତୁ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତା ରବି ମିଶ୍ର, ଯେଉଁ ହୃଦଘାତର ଅଭିନୟ କରିଥିଲେ, ସେହି ହୃଦଘାତରେ ସେ ସବୁ ଦିନ ପାଇଁ ଚାଲିଗଲେ ।

ଭୁବନେଶ୍ୱରରେ ଚାଲିଥିଲା ହେ ପ୍ରଭୁ ଟିଭି ସିରିୟଲର ସୁଟିଂ । କାହାଣୀର ଆବଶ୍ୟକତା ଅନୁସାରେ ସିରିଏଲର ଏକ ହୃଦଘାତର ଦୃଶ୍ୟ ରଖାଯାଇଥିଲା । ଆଉ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ହୃଦଘାତର ଦୃଶ୍ୟ କଲାବେଳେ କିଛି ସମୟ ପାଇଁ ନିଜ ପ୍ରଶ୍ୱାସକୁ ରୋକିଦେଇଥିଲେ ଅଭିନେତା ରବି ମିଶ୍ର ।

ତାଙ୍କ ସାଥୀ କଳାକାରଙ୍କ କହିବା ଅନୁଯାୟୀ, ରବି ମିଶ୍ରଙ୍କ ଭଳି ବର୍ଷିଆନ ଅଭିନେତା ନିଜ ଚରିତ୍ରକୁ ଲୋକପ୍ରିୟ କରିବା ପାଇଁ ଏହିଭଳି ବାସ୍ତବତାର ଛୁଙ୍କ ଦେଇଥାନ୍ତି । ହେଲେ କେହି କେବେ କଳ୍ପନା କରିଥିଲେ, ପୂର୍ବଦିନ ସୁଟିଂ ସେଟରେ କରିଥିବା ଅଭିନୟ ପରଦିନ ସତ ହୋଇଯିବ ।

ନିଜ ଅଭିନୟର ଯାଦୁରେ ପ୍ରତିଟି ଚରିତ୍ରକୁ ଜୀବନ୍ତ କରିଦେଉଥିବା ଏହି ଅଭିନେତା ଆମ ଗହଣରେ ନାହାଁନ୍ତି କହିଲା ବେଳକୁ ଏକ ଦୀର୍ଘ ନିଶ୍ୱାସଟିଏ ଚାଲି ଆସୁଛି । ବିଶ୍ୱାସ କରି ହେଉନାହିଁ, ନିଜ ଅଭିନୟରେ ହସି ହସି ବେଦମ୍ କରିଦେଉଥିବା ରବି ମିଶ୍ର ପରପାରିକୁ ଚାଲିଯାଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started