ଦଶ ମାସର ବ୍ୟବଧ୍ୟାନ ପରେ ରିଲିଜ ହେଉଛି ଓଡ଼ିଆ ଫିଲ୍ମ : ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ହେବ ପ୍ରିମିୟର

କନକ ବ୍ୟୁରୋ : ଦୀର୍ଘ ୧୦ମାସ ପରେ ହଲରେ ବସି ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶକ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ ୪ଟାରେ ଭୁବନେଶ୍ୱର ସିନେ ପଲିସରେ ବସି ଫିଲ୍ମର ମଜା ନେଇପାରିବେ ଦର୍ଶକ । ହେଲେ କରୋନା କାଳରେ ଫିଲ୍ମ ହଲରେ ବସି ଦେଖିବାର ଅନୁଭୂତି ଏଥର ଭିନ୍ନ ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ କେତେକ କଟକଣା ଲଗାଯାଇଛି ।

  • ହଲରେ ପହଂଚିବା ପରେ ଦର୍ଶକଙ୍କ ହେବ ଥର୍ମାଲ ସ୍କ୍ରିନିଂ
  • ଟିକେଟ୍ କିଣିବା ପାଇଁ କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ
  • ଦର୍ଶକଙ୍କୁ ଦିଆଯିବ ନାହିଁ ପେପର ଟିକେଟ
  • କେବଳ ମୋବାଇଲ ମେସେଜରେ ଆଲର୍ଟ ହେବ ସିଟ
  • ଫିଲ୍ମ ଦେଖିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ହଲର ବିଭିନ୍ନ ସ୍ଥାନରେ ରହିବ ହ୍ୟାଣ୍ଡ ସାନିଟାଇଜର
  • ଗେଟିଏ ସିଟ୍ ବ୍ୟବଧାନରେ ବସିବେ ଦର୍ଶକ
  • ହଲରେ ଏସିର ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ରହିବ
  • ହଲରେ ଭେଂଟିଲେଟର ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ
  • କାଉଂଟରରେ କେବଳ ପ୍ୟାକେଟ୍ ଖାଦ୍ୟ ମିଳିବ
  • ଗୋଟିଏ ସୋ ଶେଷ ହେବା ପରେ ସାନିଟାଇଜ ହେବ ହଲ

from Kanak News
via <a href="https://ifttt.com/?

ଆଜି ଠାରୁ ରାଜଧାନୀରେ ଆରମ୍ଭ ହେବ ପରେଡ଼ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ

ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଆରମ୍ଭ ହେବ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟାକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ ।
ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ଆଜି ରହିରର୍ସାଲ ଆରମ୍ଭ ହେବା ସହ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ ।

ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବୀନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡ୍‌ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯିବ । ଜନପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିବ । ଏଥର ପରେଡ୍‌ରେ ଅଳ୍ପ ସଂଖ୍ୟକ ଟ୍ରୁପ୍‌ ଭାଗନେବେ । ପୁଲିସ ବ୍ୟାଣ୍ଡ ସହ ୧୮ଟି ଟ୍ରୁପ୍ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ଦେଶରେ ଟିକାକରଣକୁ ନେଇ ଚିନ୍ତା ଜନକ ଚିତ୍ର : କୋଭାକ୍ସିନ୍ ଅପେକ୍ଷା କୋଭିସିଲ୍ଡକୁ ପସନ୍ଦ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ : ସାରା ଦେଶରେ କରୋନା ଟିକାକରଣ ସନ୍ତୋଷ ଜନକ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣର ୫ ଦିନରେ ୮ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଆପଣ ଜାଣିଛନ୍ତି ଆମ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି ।

ହେଲେ ଚିନ୍ତା ବିଷୟ ହେଉଛି, କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ଯଦିଓ ସରକାର କେଉଁ ଟିକା ଚୟନ କରିବେ ହିତାଧିକାରୀ ସେ ବିକଳ୍ପ ଦେଇ ନାହାନ୍ତି କିନ୍ତୁ ଯେଉଁଠାରେ କୋଭାକ୍ସିନ ଟିକା ଦିଆଯାଉଛି ସେଠାରେ ଟିକା ନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା କମିଯାଉଛି । ଏହାର ଅର୍ଥ କୋଭାକ୍ସିନ ନେବାକୁ ଭୟ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ବିଶେଷଜ୍ଞଙ୍କ ମତରେ ଅକ୍ସଫୋଡ଼ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଛି ।

ଏହି ଡାଟା ସର୍ବସାଧାରଣଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହାକୁ ଅନୁମତି ଦିଆଯାଇଛି । ଅର୍ଥାତ ଏହାର ଡାଟା ସର୍ବସାଧାରଣରେ ଉପଲବ୍ଧ ନଥିବାରୁ ଟିକା ନେବାକୁ ଭୟ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।

from Kanak News
via <a href="https://ifttt.com/?

ଶିବମୋଗାରେ ଡିନାମାଇଟ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା

କନକ ବ୍ୟୁରୋ : ବିଳମ୍ବିତ ରାତିରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଡିନାମାଇଟ୍‌ ବିସ୍ଫୋରଣ । ଅନ୍ୟୂନ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ କହିଛନ୍ତି । ଗେଙ୍ଗୁଟି ଓ ଡେଣୁଆ ଭଳି ପଥରଖଣ୍ଡ ଚୂନା କରାଯାଉଥିବା ପରିସର ପାଖରେ ରାତି ପ୍ରାୟ ୧୦.୩୦ରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ କେବଳ ଶିବମୋଗା ନୁହେଁ ନିକଟବର୍ତ୍ତୀ ଚିକ୍କମାଗଲୁରୁ ଏବଂ ଦବନଗେରେ ଜିଲ୍ଲା ମଧ୍ୟ ଦୋହଲି ଯାଇଥିବା କୁହାଯାଉଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ବହୁ ଘରର ଝରକା କାଚ ଭାଙ୍ଗି ଚୂନା ଚୂନା ହୋଇଯାଇଥିବା ବେଳେ ରାସ୍ତାଘାଟରେ ଫାଟ ମଧ୍ୟ ସୃଷ୍ଟି ହୋଇଛି ।

ଭୂମିକମ୍ପ ଯୋଗୁଁ ଏହି କମ୍ପନ ସୃଷ୍ଟି ହୋଇଛି ବୋଲି ପ୍ରଥମେ ଭ୍ରମ ସୃଷ୍ଟି ହୋଇଥିଲା । କିନ୍ତୁ, ଭୂତତ୍ତ୍ୱବିତ୍‌ମାନଙ୍କୁ ପଚରା ଯିବାରୁ ଏହା ଭୂମିକମ୍ପ ନୁହେଁ ବୋଲି ସେମାନେ କହିଥିଲେ । ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହା ଭୂମିକମ୍ପ ନୁହେଁ, ଗ୍ରାମୀଣ ଥାନା ଅନ୍ତର୍ଗତ ଶିବମୋଗା ଉପକଣ୍ଠସ୍ଥିତ ହୁନସୁରରେ ଘଟିଥିବା ଏକ ବିସ୍ଫୋରଣର ଶବ୍ଦ । ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜେଲାଟିନ୍‌ ଷ୍ଟିକ୍‌ ଯାଉଥିବା ଏକ ଲରି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି । ସେ ଟ୍ରକ୍‌ରେ ଥିବା ଛଅଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ଆଖପାଖ ଅଞ୍ଚଳରେ ଏହି ବିସ୍ଫୋରଣ ସୃଷ୍ଟ କମ୍ପନ ଅନୁଭୂତ ହୋଇଥିଲା । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧିପାଇ ପାରେ। ଉକ୍ତ କ୍ରସର୍‌ ପରିସରରେ ସାଧାରଣତଃ ୫୦ ବାକ୍ସ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥାଏ । ଖବର ମିଳିବା ପରେ ଶିବମୋଗା ଏସ୍‌ପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ କାଳେ ଆହୁରି ବିସ୍ଫୋରଣ ଘଟିବ, ସେ ଆଶଙ୍କା ଏଡ଼ାଇବାକୁ ଏକ ସ୍ୱତନ୍ତ୍ର ବମ୍‌ ସ୍କ୍ଵାଡ୍‌ ପଠାଯାଇଛି ।

from Kanak News
via <a href="https://ifttt.com/?

ଆଜି ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଉ କାହାକୁ ଠକିଛି କିଡ଼ନୀ ରାକେଟର କିଙ୍ଗପିନ୍, ଜାଣିବାକୁ ହେବ ଖୋଳତାଡ଼

ଅନ୍ତରାଜ୍ୟ କିଡ୍‌ନି ଠକେଇ ରାକେଟ୍‌ର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ। ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡ ଆବେଦନକୁ ଭୁବନେଶ୍ବର ଏସଡିଜେଏମ୍ ଆଜି ମଞ୍ଜୁର କରିଛନ୍ତି।

ଆସନ୍ତାକାଲି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ଆଣି ଜେରା କରିବ। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ମିଲି ସାହୁ ନାମ୍ନୀ ମହିଳାଙ୍କଠାରୁ କିଡ୍‌ନି ଦେବା ପାଇଁ ହିମାଂଶୁ ୧ ଲକ୍ଷ ୧୩ ହଜାର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ମିଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ହିମାଂଶୁ ସହ ଆଉ କିଏ କିଏ ସମ୍ପୃକ୍ତ, ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ, ଲକ୍ଷ୍ମୀସାଗର ଅଞ୍ଚଳରେ କେବେଳ ମିଲି ନା ଆଉ କେହି ଠକାମିର ଶିକାର ହୋଇଛନ୍ତି, ସେ ନେଇ ଖୋଳତାଡ଼ କରିବ ପୁଲିସ।

ସୂଚନାଯୋଗ୍ୟ, ୨୦୧୯ରେ ନୟାପଲ୍ଲୀ ଅଞ୍ଚଳର ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ କିଡନୀ ଦେବା ନାଁରେ ୫ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲା ହିମାଂଶୁ। ଏ ନେଇ ଗତ ୧୧ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ମଞ୍ଚେଶ୍ବର ରଙ୍ଗମାଟିଆର ଅଶୋକ କୁମାର ନାୟକଙ୍କୁ ମଧ୍ୟ ୧୮ ଲକ୍ଷ ୫୩ ହଜାର ଟଙ୍କାର ଚୂନ ଲଗାଇଥିଲା ହିମାଂଶୁ।

from Kanak News
via <a href="https://ifttt.com/?

ଥାନାରେ ରାତି କାଟିଲେ ବିଜେପି ନେତା : ଚାଷୀ ସମସ୍ୟାକୁ ନେଇ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ବିଜେପି

କନକ ବ୍ୟୁରୋ : ଥାନାରେ ରାତି କାଟିଲେ ବିଜେପି ନେତା । ସମ୍ବଲପୁର ଟାଉନ ଥାନା ପରିସରରେ ବିଜେପି ନେତାଙ୍କ ରାତି ବିତିିଛି । ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି । ଭୁବନେଶ୍ୱରରେ ଦଳ କହିଛି, ଆନ୍ଦୋଳନକୁ ଆଗକୁ ବଢାଯିବ । ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ଅନେକ ନେତା ଗିରଫ ହୋଇ ଥାନାରେ ଅଛନ୍ତି ।

ଶୁକ୍ରବାର ସୁଦ୍ଧା ସରକାର ନିଷ୍ପତ୍ତି ନନେଲେ ଆନ୍ଦୋଳନକୁ ଜୋରଦାର କରାଯିବ । ବିଜେପି ଅଭିଯୋଗ କରିଛି, ସବୁ ମଣ୍ଡି ବିଳମ୍ବରେ ଖୋଲିଲା । ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି । ଚାଷୀଙ୍କ ପାଖରେ ଟୋକନ ପହଂଚିପାରୁନାହିଁ । ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି ।

from Kanak News
via <a href="https://ifttt.com/?

ପରାକ୍ରମ ଦିବସ ବନାମ ଦେଶ ନାୟକ ଦିବସ : କେନ୍ଦ୍ରର ‘ପରାକ୍ରମ ଦିବସ’ ପାଳିବନି ପଶ୍ଚିମବଙ୍ଗ; ‘ଦେଶ ନାୟକ’ ଦିବସ ପାଳିବେ ମମତା

କନକ ବ୍ୟୁରୋ : ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହିଦିନକୁ ପଶ୍ଚିମବଙ୍ଗରେ ଦେଶ ନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି । ଶନିବାର ଦିନ ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ହେବ । ଏହି ଦିନ ମମତା ବାନାର୍ଜୀ ଏକ ଶୋଭାଯାତ୍ରାରେ ବାହାରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପୂର୍ବରୁ ମମତା ଏହି ଉଦବୋଧନ ଦେବେ । ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସ ଓ ବିଜେପି । ବିଜେପି, ମମତାଙ୍କୁ ହରାଇ ରାଜ୍ୟରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି । ଜେ.ପି. ନଡ୍ଡା ଓ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପିର କେନ୍ଦ୍ରୀୟ ନେତାମାନେ ପଶ୍ଚିମବଙ୍ଗକୁ ଘନ ଘନ ଯାତ୍ରା କରୁଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ସମେତ ତୃଣମୂଳ କଂଗ୍ରେସର କିଛି ବଡ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ପରେ ମମତାଙ୍କ ପାଇଁ ବି ଟେନସନ ବଢିଯାଇଛି ।

from Kanak News
via <a href="https://ifttt.com/?

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଫସିଲା ଦେଶୀ ଲଞ୍ଚ : ୩ ଘଣ୍ଟା ପରେ ୧୦ଜଣଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ  

କନକ ବ୍ୟୁରୋ : ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫଶିଲା ଦେଶୀ ଲଞ୍ଚ । ଲଞ୍ଚଟି ଅଚଳ ହେବା ଫଳରେ ଅକାତ କାତ ପାଣି ମଝିରେ ଫଶି ରହିଥିଲେ ୧୦ ଜଣ ବ୍ୟକ୍ତି । ଦୀର୍ଘ ୩ଘଣ୍ଟା ପରେ ଉଦ୍ଧାର କଲା ରୋଗୀ ଆଣିବାକୁ ଯାଉଥିବା ଆମ୍ବିଲାନ୍ସ ଲଞ୍ଚ । ନବରଙ୍ଗପୁର ଜିଲ୍ଲା ବିଜ୍ରାଗୁଡା ଗାଁରୁ ନିର୍ବନ୍ଧ ପାଇଁ ଥୁଆମୂଳ ରାମପୁର ଅଞ୍ଚଳ ଉପରପଙ୍ଗାର ୭ ଜଣ ଲୋକ ଯାଉଥିଲେ ।

ତେବେ ଜଳଭଣ୍ଡାର ମଝିରେ କୌଣସି କାରଣରୁ ଲଞ୍ଚ ଅଚଳ ହୋଇଯିବାରୁ ସମସ୍ତେ ଫଶି ରହିଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ଓ ଅନ୍ୟ ପଞ୍ଚାୟତ ୧୭ଟି ଗାଁ ରହିଛି । ଏମାନଙ୍କ ଗମନାଗମନ ପାଇଁ ଏକମାତ୍ର ସାଧନ ହେଉଛି ଡଙ୍ଗା ଓ ମୋଟର ଲଞ୍ଚ । ଏହି ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।

from Kanak News
via <a href="https://ifttt.com/?

ସାଧାରଣ ଲୋକଙ୍କ ଉପରେ ବିଏମସିର ପାର୍କିଂ ଜୁଲୁମ୍ ! ଏଣିକି ଗାଡି ପାର୍କିଂ କଲେ ଘଣ୍ଟା ପିଛା ଗଣିବେ ଟଙ୍କା, ଜାଣନ୍ତୁ… ଘଣ୍ଟାପିଛା ଦେବାକୁ ପଡିବ କେତେ?

 ଦିଲ୍ଲୀରେ ଗୋଟିଏ କାର୍‌ ୬ଘଣ୍ଟା ପାଇଁ ପାର୍କିଂ କଲେ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି । କିନ୍ତୁ ଭୁବନେଶ୍ବରରେ ଯଦି ଜଣେ ଗୋଟିଏ କାର୍‌ ୬ଘଣ୍ଟା ପାର୍କିଂ କରିବ, ତେବେ ୯୬ଟଙ୍କା ଦେବାକୁ ପଡ଼ିବ । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ଅଜବ ନିୟମ ଆଜିଠାରୁ କଡ଼ାକଡ଼ି ଲାଗୁ କରାଯାଇଛି ।

ବିଏମ୍‌ସିର ନିଲାମ ହୋଇଥିବା ପ୍ରାୟ ୧୦ଟି ପାର୍କିଂ ପ୍ୟାକେଜ୍‌ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି । ବିଏମ୍‌ସିର ନୂଆ ପାର୍କିଂ ନୀତି ଅନୁଯାୟୀ, ୪ଟି ସ୍ଲାବ୍‌ରେ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି । ଶୂନ୍‌ରୁ ୨ଘଣ୍ଟା, ୨ରୁ ୩ଘଣ୍ଟା, ୩ରୁ ୪ଘଣ୍ଟା ଏବଂ ୪ରୁ ୫ଘଣ୍ଟା ପର୍ଯ୍ୟନ୍ତ । ୫ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କିଂ କଲେ ଘଣ୍ଟା ପ୍ରତି ୨୦% ଅଧିକ ଫି’ ଦେବାକୁ ପଡ଼ିବ । ଅର୍ଥାତ୍‌ ଯେତେ ଘଣ୍ଟା ବଢ଼ିବ ସେତେ ଫି’ ବଢ଼ିବ ।

ଦିଲ୍ଲୀ, କୋଲକତା ଭଳି ମେଟ୍ରୋ ସହରରେ ପାର୍କିଂ ଫି’ ବହୁତ କମ୍‌ ଥିବାବେଳେ ଭୁବନେଶ୍ବରରେ ଏହାର ପ୍ରାୟ ଦୁଇଗୁଣା ଅଧିକ ଆଦାୟ କରାଯାଉଛି । ଏପରିକି ମେଟ୍ରୋ ସହରଗୁଡ଼ିକରେ ଭୁବନେଶ୍ବର ତୁଳନାରେ ଅଧିକ ଗାଡ଼ି ଯାତାୟତ କରୁଥିବାବେଳେ ଅଧିକ ଲୋକ କାର୍‌ ଓ ବାଇକ୍ ବ୍ୟବହାର କରୁଛନ୍ତି । ମେଟ୍ରୋ ସହରରେ ପାର୍କିଂ ଫି’ ଆଦାୟ ପାଇଁ ୬ଘଣ୍ଟିଆ ସ୍ଲାବ୍‌ ଥିବାବେଳେ ଭୁବନେଶ୍ବରରେ ଘଣ୍ଟିକିଆ ସ୍ଲାବ୍‌ କରାଯାଇଛି । ଯାହାକୁ ନେଇ ଆଜି ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ରାଜଧାନୀବାସୀଙ୍କୁ ବ୍ୟବସ୍ଥିତ ପାର୍କିଂ ଯୋଗାଇବାରେ ବିଫଳ ହୋଇଥିବା ବିଏମ୍‌ସି କାହିଁକି ହଠାତ୍‌ ଏତେ ପାର୍କିଂ ଫି’ ଲଗାଇଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ରାଜସ୍ବ ଆଦାୟ ପାଇଁ ବହୁତ ଉପାୟ ଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ସାଧାରଣ ଲୋକ, ଛୋଟ ବ୍ୟବସାୟୀଙ୍କ ଉପରେ ଜୁଲମ୍‌ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି । ବିଏମ୍‌ସିର ନୂ୍ଆ ନିୟମ ଅନୁଯାୟୀ, ଜଣେ ପାନ ଦୋକାନୀ ବି ଯଦି ଘରୁ ଲୁନାରେ ଆସୁଥିବ ତେବେ ତା’କୁ ମାସକୁ ଅତିକମ୍‌ରେ ୫୦୦ ଟଙ୍କା କେବଳ ପାର୍କିଂ ଫି’ ବାବଦକୁ ହେ‌ବ । ନଚେତ୍‌ ଦିନକୁ ୨୦ଟଙ୍କା ହିସାବରେ ଫି’ ଦେବ । ହେଲେ ଏଥିପାଇଁ ପାର୍କିଂ ପାସ୍‌ କରିବାକୁ ପଡ଼ିବ । ଯଦି ପାର୍କିଂ ପାସ୍‌ ନ କଲା ତେବେ ଦିନକୁ ପାର୍କିଂ ଫି’ ବାବଦକୁ ୫ଘଣ୍ଟା ପରେ ଘଣ୍ଟା ପିଛା ଟଙ୍କା ଗଣିବ ।

ବିଏମ୍‌ସି କର୍ତ୍ତୃପକ୍ଷ ଅତି ଚତୁରତାର ସହ ପାର୍କିଂ ଫି’ ଲାଗୁ କରିଛନ୍ତି । ପୂର୍ବରୁ ଆଦାୟ ହେଉଥିବା ସର୍ବନିମ୍ନ ପାର୍କିଂ ଫି’ ନ ବଢ଼ାଇ ମାତ୍ର ୨ଘଣ୍ଟା ପାଇଁ ସର୍ବନିମ୍ନ ପାର୍କିଂ ଫି’ ଧାର୍ଯ୍ୟ କରିଦେଇଛନ୍ତି । ଏହାପରେ ଘଣ୍ଟା ପିଛା ଫି’ ଧାର୍ଯ୍ୟ କରିଛନ୍ତି । ରାଜଧାନୀବାସୀ ଆଜି ପର୍ଯ୍ୟନ୍ତ ଥରୁଟିଏ ପାର୍କିଂ ଫି’ ଦେଉଥିବାବେଳେ ଏବେ ଯଦି ଦୋକାନରୁ ବା ମଲ୍‌ରୁ ୨ଘଣ୍ଟା ପରେ ବାହାରିବେ ତେବେ ଘଣ୍ଟା ପିଛା ହିସାବରେ ଫି’ ଗଣି ଚାଲିବେ । ଯାହା ଗଣ୍ଡଗୋଳକୁ ପ୍ରୋତ୍ସାହନ କରିବ ।

ବିଏମ୍‌ସିର ଏହି ନୂଆ ପାର୍କିଂ ଫି’ ନିୟମକୁ ଲୋକ ବିରୋଧ କଲେଣି । ଆଗକୁ ଏହା ବିସ୍ଫୋରକ ରୂପ ନେଇପା‌ରେ ।

ଏହି ନୂ୍ଆ ପାର୍କିଂ ଫି’ ବର୍ଷକ ତଳୁ ଲାଗୁ ହେଲାଣି । ବହୁ ପାର୍କିଂ ଅଞ୍ଚଳ ନିଲାମ ହୋଇନଥିବାରୁ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ ହେଉନଥିଲା । ଏବେ ଏହା କଡ଼ାକଡ଼ି ଆଦାୟ ହେବ ।

ନୂଆ ପାର୍କିଂ ଫି’ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣ ପରିବହନକୁ ଉତ୍ସାହିତ କରିବା ପାଇଁ ଏହି ନୂଆ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି । ଲୋକ ଯେପରି କମ୍‌ ଘରୋଇ ଗାଡ଼ି ବ୍ୟବହାର କରିବେ ତାହାକୁ ନଜରରେ ରଖି ନୂଆ ପାର୍କିଂ ନୀତି ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବରରେ ପାର୍କିଂ ଅଞ୍ଚଳ ବହୁତ କମ୍‌ ଅଛି । ଯେଉଁଥିପାଇଁ ଅଧିକାଂଶ ରାସ୍ତା ଜାମ୍‌ ହେଉଛି । ବହୁ ଲୋକ ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରି ଦୀର୍ଘ ସମୟ ପଳାଉଛନ୍ତି, ଅଯଥା ପାର୍କିଂ ସ୍ଲଟ୍‌ ଜାମ୍‌ ହେଉଛି । ଅଧିକ ଫି’ ପଡ଼ିଲେ ଲୋକ ଅଯଥାରେ ଘରୁ ଗାଡ଼ି ବାହାର କରିବା ପୂର୍ବରୁ ଭାବିବେ । ମେଟ୍ରୋ ସହରରେ ପାର୍କିଂ ଫି’ କମ୍‌ ରହୁଛି କାରଣ ସେଠାରେ ଅଧିକ ପାର୍କିଂ ଅଞ୍ଚଳ ଅଛି ।

from Kanak News
via <a href="https://ifttt.com/?

ବିଏମସି ଅଂଚଳରୁ ଭିକ୍ଷାବୃତି ହଟାଇବାକୁ ପଦକ୍ଷେପ : ପ୍ରଥମେ ଚିହ୍ନଟ ପରେ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜଧାନୀକୁ ଭିକାରୀମୁକ୍ତ ସହର କରାଯିବ । ହେଲେ କୌଣସି ଭିକାରି ବେକାର ହେବେନି। ସେମାନଙ୍କର ଗୁଣ, କୌଶଳ ଓ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରାଯିବ । ଏଥିପାଇଁ ବିଏମ୍‌ସି ତିନିଟି ଭିକାରି ଥଇଥାନ କେନ୍ଦ୍ର କରିବ। ତିନିଟି ଜୋନ୍‌ରେ ତିନିଟି ଥଇଥାନ କେନ୍ଦ୍ର ହେବାକୁ ଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଭିକାରି ରହିବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ପୂରା ଭୁବନେଶ୍ବରରେ କେତେ ଲୋକ ଭିକ୍ଷାବୃତ୍ତି କରୁଛନ୍ତି ତାହା ଚିହ୍ନଟ କରାଯିବ। ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖି ଆବଶ୍ୟକ ପରାମର୍ଶ ଓ ଆଲୋଚନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯିବ। ଏଥିପାଇଁ ଏକ ପେଷାଦାର ସଂସ୍ଥାକୁ ନିୟୋଜିତ କରାଯିବ। ଯିଏ ଭିକାରିଙ୍କୁ ବିଭିନ୍ନ କାର୍ଯ୍ୟ ଦେବ ଏବଂ ସେମାନଙ୍କ ସାମଗ୍ରୀକୁ ବିକ୍ରି କରି ‌ତାଙ୍କୁ ଟଙ୍କା ଦେବ । ଏହାଦ୍ବାରା ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ସ୍ବାଭିମାନର ସହ ବଞ୍ଚିପାରିବେ ।

ପ୍ରତ୍ୟେକ ଥଇଥାନ କେନ୍ଦ୍ରରେ ବୟୋଜ୍ୟେଷ୍ଠ ବର୍ଗ, ମହିଳା ଓ ଶିଶୁ ବର୍ଗ, ଭିନ୍ନକ୍ଷମ ବର୍ଗ ରହିବ। ସେମାନଙ୍କୁ ପୃଥକପୃଥକ ରଖାଯିବ । ଏବେ ଭିକାରିମାନଙ୍କୁ ବାସହରାଙ୍କ ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଉଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ପୃଥକପୃଥକ ରଖାଯିବ। ଏକ ପେସାଦାର ସଂସ୍ଥା ଚୟନ ପାଇଁ ଆର୍‌ଏଫ୍‌ପି ଆହ୍ବାନ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started