ସିଲଭରସିଟିରୁ ନକଲି ସିମେଣ୍ଟ, ସ୍ମାର୍ଟସିଟିରୁ ସଢ଼ା ସସ୍ । ଟ୍ଵିନସିଟି ପାଲଟୁଛି ଏବେ ନକଲି ସିଟି, କାହା ଛତ୍ରଛାୟା ତଳେ ଦ୍ୱୈତ ନଗରୀରେ ଦୁର୍ଗଭଳି ଛିଡ଼ା ହେଉଛି ଭେଜାଲ ଭଣ୍ଡାର ?

କନକ ବ୍ୟୁରୋ: ଭେଜାଲ ଜିନିଷ ଏବେ ଭାଇଚାରା ସହରରୁ ଭୁବନେଶ୍ୱର । ସିଲଭର ସିଟି ପରେ ଏବେ ସ୍ମାର୍ଟସିଟି ହେବାକୁ ଲାଗିଛି ନକଲି କାରଖାନାର ହବ୍ । କିଛିଦିନ ତଳେ ଭୁବନେଶ୍ୱରରୁ ନକଲି ଘିଅ ଠାବ ପରେ ସାଧାରଣ ଲୋକଙ୍କ ମଧ୍ୟରେ ନକଲି ନିଆଁ ତେଜିବାକୁ ଲାଗିଥିଲା । ହେଲେ ଏହାରି ଭିତରେ ଏବେ ଭୁବନେଶ୍ୱରର ପାହାଳ ପାଖରୁ ଏକ ନକଲି ସସ୍ ଓ ଆଚାର କାରଖାନା ଜବତ ହୋଇଛି ।

ଏମିତି ପଚାସଢ଼ା ସସ୍ ଆଉ ଆଚାର ଯାହା ପୋକ ସାଲୁବାଲୁ ହେଉଥିଲେ ମଧ୍ୟ ପ୍ରସ୍ତୁତ ହୋଇ ପ୍ରଥମେ ବଜାରକୁ ପରେ ଆପଣଙ୍କ ରୋଷେଇଶାଳକୁ ଯାଉଥିଲା । କେବଳ ଏତିକି ନୁହେଁ ନାଁ ଲାଇସେନ୍ସ ନାଁ ଏକ୍ସପାୟରି ଡେଟ୍ କିଛି ବି ସଠିକ୍ ନଥିଲା ଏହି ନକଲି କାରଖାନାର । କିନ୍ତୁ ବେଧଡ଼କ୍ ଭାବେ ବିପୁଳ ପରିମାଣରେ ପ୍ରସ୍ତୁତ ହେଉଥିଲା ଏଭଳି ନକଲି ସସ୍- ଆଉ ନିମ୍ନମାନର ଆଚାର । ତେବେ ଖାଇବା ତ ଦୂରର କଥା ଏଭଳି ସସ୍-ଆଚାରକୁ କେହି ଆଖି ଉଠାଇ ଅନାଇବେ ନାହିଁ । କେମିତି ଜବତ୍ କଲା ସ୍ୱେଶାଲ ସ୍କ୍ୱାର୍ଡ ଓ କମିଶନରେଟ୍ ପୋଲିସ ପୂରା ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ସିଲଭରସିଟି କଟକରେ କାୟା ମେଲାଇଥିବା ନକଲି ଜିନିଷ ଏବେ ଧିରେ ଧିରେ ସ୍ମାର୍ଟସିଟି ମୁହାଁ ହୋଇଛି । କଟକରେ ପ୍ରଥମେ ସିମେଣ୍ଟ, ରୋଷେଇ ମସଲା, ଘିଅ, ପନିର ଓ ନକଲି ଗୁଟଖା କାରଖାନା ଜବତ କରି ପର୍ଦ୍ଦାଫାସ କରିଥିଲା ପୋଲିସ । ହେଲେ ସେହି ଭେଜାଲ ଜିନିଷ ଏବେ ଭୁବନେଶ୍ୱରର ବିଭିନ୍ନ ବଜାରରେ ବୁଲିବାରେ ଲାଗିଲାଣି । ଚକାଚକ୍ ପ୍ୟାକିଂରେ ଅପମିଶ୍ରିତ ଜିନିଷ ଏବେ କେତେବେଳେ କାହାର ଜୀବନ ନେଇଯିବ ତାହାକୁ ମଧ୍ୟ ଏଡାଇ ନଦିଆଯାଇପାରେ ।

ସବୁଠାରୁ ବଡ଼ କଥା ହେଲା କି, କେତେବେଳେ ଘିଅ ସିମେଣ୍ଟ ଆଉ କେତେବେଳେ ସସ୍- ଆଚାର ଭଳି ନକଲି ଜିନିଷର କାରଖାନା ଠାବ ହେଉଛି । କିନ୍ତୁ ସାଧାରଣ ଲୋକର ମନରେ ପ୍ରଶ୍ନ ଉଠୁଛି, ଏତେ ଚଢ଼ାଉ ଆଉ ଯାଞ୍ଚ ପରେ ମଧ୍ୟ ବାରମ୍ବାର ଟ୍ୱିନସିଟିର ପ୍ରମୁଖ ସ୍ଥାନରେ କିଭଳି ଜଣେ ନକଲି କାରଖାନା ଖୋଲୁଛି ଆଉ ଖୁଲମଖୁଲା ଭାବେ କେମିତି ଏଭଳି ଭେଜାଲ ଜିନିଷ ଦୈତନଗରୀକୁ ନକଲି ନଗରୀରେ ପରିଣତ କରିବାରେ ଲାଗୁଛି? କ’ଣ ପାଇଁ ପୋଲିସ କି ସ୍ଥାନୀୟ ନେତାଙ୍କ ପାଖରେ ଖବର ରହୁନି? କି ଏଭଳି ଖବର କୌଣସି ସରକାରୀ ବାବୁଙ୍କ ନଜରକୁ କାହିଁକି ଆସୁନି? ଯଦି ଟ୍ୱିନସିଟିରେ ଏଭଳି ଭେଜାଲ କାରଖାନା ଖୋଲିପାରୁଛି ତେବେ ରାଜ୍ୟର ଗାଁ ଗହଳିରେ ଆଉ କେତେ ଖୋଲିନଥିବ ବୋଲି କ’ଣ ଗ୍ୟାରେଣ୍ଟି ଅଛି?

from Kanak News
via <a href="https://ifttt.com/?

ଓଡ଼ିଶା ବଜାରରେ ନାକେଦମ୍ କଲାଣି ନକଲି ଖାଦ୍ୟ ସାମଗ୍ରୀ । କଟକ, ଭୁବନେଶ୍ୱର, ସମ୍ବଲପୁର ପରେ ବ୍ରହ୍ମପୁରରେ ନକଲି କାରଖାନା ଉପରେ ଚଢ଼ାଉ ।

କନକ ବ୍ୟୁରୋ : ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢାଉ । ଏଥର ବ୍ରହ୍ମପୁରର ପାଣ୍ଡବନଗରରେ ଅପମିଶ୍ରିତ ହଳଦୀ  ଓ ଲଙ୍କାଗୁଣ୍ଡ କାରଖାନାରେ ଚଢାଉ କରିଛି ବ୍ରହ୍ମପୁର ପୁଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ଅର୍ଥାତ ପୁରା ଅସଲି ଦେଖାଯାଉଥିବା  ପ୍ୟାକେଟରେ  ନକଲି ସାମଗ୍ରୀ ପ୍ୟାକ କରାଯାଇ ଲୋକଙ୍କ ଜୀବନ ସହ ଖେଳାଯାଉଥିଲା ଖେଳ ।

ନାକେଦମ କଲାଣି ନକଲି ସାମଗ୍ରୀ ।  ଆପଣ ପଇସା ଦେଇ ଅସଲି ଜିନିଷ କିଣିବା ବେଳେ କେମିତି ଠକେଇର ଶିକାର ହେଉଛନ୍ତି ତାହା ବି ବୁଝିପାରିବେନି । ବାହାର ପ୍ୟାକିଂ ଜରି ଚକାଚକ୍ । ଦେଖିବାକୁ ପୁରା ଅସଲି , କିନ୍ତୁ ଭିତରେ ଥିବା ମାଲ୍ ପୁରା ଭେଜାଲ । ବ୍ରହ୍ମପୁରରେ ଏପରି ଏକ ନକଲି ସାମଗ୍ରୀ ତିଆରି କରୁଥିବା କାରଖାନାରେ ଚଢାଉ କରିଛି ପୋଲିସ ।  ସହରର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦୀ, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ରେଡ ହୋଇଛି  ।

ବ୍ରହ୍ମପୁରର ଏହି ମିଲରେ ଅପମିଶ୍ରିତ ହଳଦୀ ଗୁଣ୍ଡରେ କରତ ଗୁଣ୍ଡ, ଚାଉଳ ଗୁଣ୍ଡ ଓ ଅନ୍ୟ ସାମଗ୍ରୀ ମିଶ୍ରଣ କରି ବଜାରକୁ ନାମିଦାମୀ ବ୍ରାଣ୍ଡର ଜରି ପ୍ୟାକିଂରେ ଛଡାଯାଉଥିଲା । ଲଙ୍କା ଗୁଣ୍ଡ ବି ଅପମିଶ୍ରିତ କରି ବଜାରକୁ ଛଡାଯାଉଥିଲା । ସିଧାସଳଖ କହିବାକୁ ଗଲେ ପାଣ୍ଡବ ନଗରର ଏହି ମିଲରେ ହଳଦୀ ଓ ଲଙ୍କାଗୁଣ୍ଡରେ  ଅପମିଶ୍ରଣ କରାଯାଇ ବଜାରକୁ ଛଡାଯାଉଥିଲା ମାଲ । ରେଡ ବେଳେ ଜବତ ହୋଇଛି  ପାଖାପାଖି ୬ ଶହ କିଲୋ ଲଙ୍କାଗୁଣ୍ଡ ସହ ୬ ଶହ କିଲୋ ହଳଦୀ ଗୁଣ୍ଡ ଏବଂ ୨ଟି ମେସିନ୍ ।

କଟକରୁ ଆରମ୍ଭ କରି ଭୁବନେଶ୍ୱର, ବ୍ରହ୍ମପୁରରୁ ନେଇ ଜଗତପୁର ଯାଏଁ ସବୁଠି ଦେଖିବାକୁ ମିଳିଲାଣି ଏହି ନକଲି ଭଣ୍ଡାର । ପ୍ରଶ୍ନ ଉଠୁଛି, ଏହା ଉପରେ ଲଗାମ ଲାଗିବ କେବେ  ।

from Kanak News
via <a href="https://ifttt.com/?

ଉପର ମୁହାଁ ଭାରତୀୟ ସେୟାର ବଜାର  । ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ ବୃଦ୍ଧି । 

କନକ ବ୍ୟୁରୋ : କରୋନା ମାଡ଼ରେ ଘାଇଲା ହୋଇ ପଡ଼ିଥିବା ଭାରତୀୟ ସେୟାର ବଜାରଯେ ବର୍ଷକ ଭିତରେ ଏପରି ବୃଦ୍ଧି ପାଇବ, ହୁଏତ ଅନେକ ଲୋକ ଆଶା କରି ପାରିନଥିବେ । ମାତ୍ର ୧୦ ମାସ ଭିତରେ ପ୍ରାୟ ଦୁଇ ଗୁଣା ହୋଇଯାଇଛି ସେନସେକ୍ସ । ଦେଶରେ କରୋନା ମହାମାରୀ ଆସିବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ୨୫,୯୮୧ ପଏଣ୍ଟକୁ ଖସି ଆସିଥିଲା ସେନସେକ୍ସ ।

ଆଜି ସକାଳ ବେଳା କାରବାରରେ ମ୍ୟାଜିକ୍ ପଏଣ୍ଟ ୫୦ ହଜାରକୁ ଛୁଇଁଥିଲା ବଜାର । ଯାହା ସେୟାର ମାର୍କେଟ ଇତିହାସରେ ଏକ ସ୍ମରଣୀୟ ରେକର୍ଡ ହୋଇରହିବ । ୨୦୨୦ ମାର୍ଚ୍ଚ ମାସରୁ ୨୦୨୧ ଜାନୁଆରୀ ମଧ୍ୟରେ ଲମ୍ବା ଯାତ୍ରା କରିଛି ଭାରତୀୟ ସେୟାର ବଜାର । କିପରି ୧୦ ମାସ ଭିତରେ ବଜାର ଗତି କରିଛି, ତାହା ଏହି ଗ୍ରାଫିକସରୁ ଆପଣ ଅନୁମାନ କରିପାରୁଥିଲେ । ହାରାହାରି ପ୍ରତି ମାସରେ ପ୍ରାୟ ଅଢ଼େଇ ହଜାର ପଏଣ୍ଟ ବୃଦ୍ଧି ପାଇଛି ସେନସେକ୍ସ ।

ଆଜି କାରବାର ଆରମ୍ଭରୁ ଆକାଶ ମୁହାଁ ହୋଇଥିଲା ମାର୍କେଟ । ତେବେ ପରବର୍ତ୍ତୀମୟରେ ୧୬୭ ପଏଣ୍ଟ ହ୍ରାସ ପାଇ ୪୯, ୬୨୫ ପଏଣ୍ଟରେ ବନ୍ଦ ହୋଇଥିଲା ସେନସେକ୍ସ । ସେହିପରି ନିଫ୍ଟି ୫୪ ପଏଣ୍ଟ ହ୍ରାସ ପାଇ ୧୪,୫୯୦ରେ ବନ୍ଦ ହୋଇଥିଲା । ତେବେ କିଛି ଦିନ ଧରି ସେୟାର ବଜାରର ବୃଦ୍ଧି ଅନେକ ନିବେଶକଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି । ଆଗକୁ ଏହି ଟେଣ୍ଡ ଜାରି ରହିବ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।

ସେନସେକ୍ସର ପ୍ରଥମ ୧ ହଜାର ପଏଣ୍ଟ ପାଇଁ ୧୯୭୯ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଅର୍ଥାତ ୧୧ ବର୍ଷ ଲାଗିଥିଲା । ୧୯୯୯ରେ ୫୦୦୦ ପଏଣ୍ଟରେ ପହଁଚିଥିଲା ସେନସେକ୍ସ । ପାଖାପାଖି ୯ ବର୍ଷ ସମୟ ନେଇଥିଲା । ୨୦୦୬ରେ ପହଁଚିଥିଲା ୧୦ ହଜାର ପଏଣ୍ଟରେ । ତେବେ ୨୦୦୭ରେ ସେନସେକ୍ସ ପହଁଚି ଯାଇଥିଲା ୨୦ ହଜାର ପଏଣ୍ଟରେଟରେ । ତେବେ ୨୦୦୮ ମାନ୍ଦାବସ୍ଥା ଯୋଗୁଁ ପରବର୍ତି ୧୦ ହଜାର ପଏଂଟ ପାଇଁ ପ୍ରାୟ ୮ ବର୍ଷ ଲାଗି ଯାଇଥିଲା । ୨୦୧୫ରେ ପହଁଚିଥିଲା ୪୦ ହଜାର ପଏଣ୍ଟରେ । ଏହା ପରେ ୨୦୨୧ ମସିହାର ଜାନୁୟାରୀ ୨୧ ତାରିଖ ସ୍ମରଣୀୟ ହୋଇ ରହିବ । ୫୦ ହଜାର ପଏଣ୍ଟଛୁଇଁଥିଲା ସେନସେକ୍ସ ।

କରୋନା କାଳରେ ସେନସେକ୍ସ

୨୦୨୦ ମାର୍ଚ୍ଚ ୨୩ – ୨୫,୯୮୧

୨୦୨୦ ମେ’ ୨୧ – ୩୦,୯୩୨

୨୦୨୦ ଜୁଲାଇ ୨୧ – ୩୭, ୯୩୦

୨୦୨୦ ସେପ୍ଟେମ୍ବର ୨୧ – ୩୮,୦୩୪

୨୦୨୦ ନଭେମ୍ବର ୨୩ – ୪୪,୦୭୭

୨୦୨୧ ଜାନୁଆରୀ ୨୧ – ୪୯,୬୨୪

କେମିତି ଗତି କରିଛି ସେନସେକ୍ସ ?

୧୯୯୦ – ୧୦୦୦

୧୯୯୯ – ୫୦୦୦

୨୦୦୬ – ୧୦,୦୦୦

୨୦୦୭ – ୨୦,୦୦୦

୨୦୧୫ – ୩୦,୦୦୦

ମେ’ ୨୦୧୯ – ୪୦,୦୦୦

ଜାନୁଆରୀ ୨୦୨୧ – ୫୦,୦୦୦ 

from Kanak News
via <a href="https://ifttt.com/?

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ ।

କନକ ବ୍ୟୁରୋ : ଭିତରେ ଭିତରେ ଗୁହୁଳୁଥିବା ଚାଷୀ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିଲା ଭଳି କାମ କରିଛି ବିଜେପିର ଚାଷୀ ଅଧିକାର ରାଲି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀଙ୍କ ପ୍ରତିବାଦ ଭିତରେ ସମ୍ବଲପୁରରେ ଏକ ବିଶାଳ ପ୍ରତିବାଦ ରାଲି କହିଛି ବିଜେପି । ଆଉ ଆରଡିିସି ଅଫିସ ଘେରାଉ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା । ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେପି ନେତା ଓ କର୍ମୀ । ବିଜେପିର ତୁଙ୍ଗ ନେତାକୁ ପୁଲିସ୍ ଉଠାଇ ନେଇଥିବା ବେଳେ ନେତା ଥାନା ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଚାଷୀ ଅଧିକାର ନାଁରେ ବିଜେପି କରିଥିବା ପ୍ରତିବାଦରେ ସେହି ସବୁ ଅଭିଯୋଗ ଦୋହରାଯାଇଛି, ଯାହା ଚାଷୀ ବାରମ୍ବାର ଦାବି କରିଆସୁଛନ୍ତି । ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ି ରହୁଛି । ମଣ୍ଡିରୁ ଧାନ ଉଠୁନାହିଁ । ଧାନର ମାନକୁ ନେଇ ମଣ୍ଡିରେ କଟଣି କରାଯାଉଛି । ଟୋକନ୍ ଥାଇ ସୁଦ୍ଧା ମଣ୍ଡି ଧାନ ନେଉନାହାଁନ୍ତି ।

ମଣ୍ଡି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଟୋକନ୍ ଲାପ୍ସ କରିଯାଉଛି । ଏହି ସବୁ ଦାବି ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି । ଆଉ ଏହାରି ଭିତରେ ଦିଲ୍ଲୀର ଚାଷୀ ଆନ୍ଦୋଳନକୁ ଇସାରା କରି କଂଗ୍ରେସ ବିଧାୟକ କହିଛନ୍ତି- ସଇତାନ କରୁଛି ବେଦପାଠ ।

ରାଜନୀତିର ଏହି ବୟାନବାଜୀ ଭିତରେ ଚଳିତବର୍ଷ ଓଡ଼ିଶାରେ ବମ୍ପର୍ କ୍ରପ୍ ହୋଇଛି । ଶେଷ ଖବର ସୁଦ୍ଧା ଓଡ଼ିଶାରେ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଯାହା, ପୂର୍ବ ବର୍ଷ ତୁଳନାରେ ୨୨% ଅଧିକ । ବଡ଼ କଥା ହେଉଛି- ବରଗଡ଼ରେ ୧୩%, ବଲାଙ୍ଗୀର ୪୦%, କଳାହାଣ୍ଡିରେ ୧୬%, ସୋନପୁର ୧୭%, ସୁନ୍ଦରଗଡ଼ ୧୭% ଅଧିକ ଧାନ ସଂଗ୍ରହ ହୋଇଛି ।

from Kanak News
via <a href="https://ifttt.com/?

ଦ୍ୱିତୀୟ ପର୍ଯ୍ୟାୟରେ ନେତା ନେଇପାରନ୍ତି କରୋନା ଟିକା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ ବର୍ଷରୁ ଅଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ହୋଇପାରେ ଟିକାକରଣ

କନକ ବ୍ୟୁରୋ : କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେବେ । କିନ୍ତୁ ସମସ୍ତଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ।

ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବରୁ ହୋଇଥିବା ବୈଠକରେ ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏବେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଉଛି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ସେ ନେଇ ତାରିଖ ଘୋଷଣା ହୋଇନାହିଁ ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟିକା ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଟିକା ନେବା ପାଇଁ ଉତ୍ସାହ ବି ଦେଖାଦେଇଛି ।

from Kanak News
via <a href="https://ifttt.com/?

କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ ।

ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ୟ୍ୟଟନ ଅର୍ଥନୀତିର ବିକାଶ। କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଙ୍ଗରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କାପିଂ କରାଯିବ ।

ପ୍ରବେଶସ୍ଥଳରେ ପର୍ୟ୍ୟଟକ ମାନଙ୍କୁ ସ୍ବାଗତ କରିବା ପାଇଁ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ ମଲ୍ଟି ମଡେଲ ହବ୍‌ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନଃବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ପାଇଁ ହୋଇଥିବା ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ ।

ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ୟ୍ୟଟନ ଅର୍ଥନୀତିର ବିକାଶ। କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଙ୍ଗରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କାପିଂ କରାଯିବ ।

ପ୍ରବେଶସ୍ଥଳରେ ପର୍ୟ୍ୟଟକ ମାନଙ୍କୁ ସ୍ବାଗତ କରିବା ପାଇଁ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ ମଲ୍ଟି ମଡେଲ ହବ୍‌ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନଃବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ପାଇଁ ହୋଇଥିବା ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା । ନିଆଁ ଲାଗି କମ୍ପାନିର ୫ କର୍ମଚାରୀ ମୃତ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା

କନକ ବ୍ୟୁରୋ: କୋଭିଡ୍ ଟିକା ନିର୍ମାତା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ।

ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ ପାଖାପାଖି ୮ରୁ ୧୦ଟି ଦମକଳ ବାହିନୀ ଲାଗି ପଡିଥିଲ। । ଏବେ ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କମ୍ପାନିର ସିିିଇଓ ଆଦର ପୁନୱାଲା ଟ୍ୱିଟ୍ କରି ଲେଖିଛନ୍ତି, ବର୍ତ୍ତମାନ କିଛି କଷ୍ଟଦାୟକ କଥା ଜାଣିବାକୁ ମିଳିଛି। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ କିଛି ଜୀବନ ହାନି ଘଟିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି। 

https://platform.twitter.com/widgets.js

ଏପର୍ଯ୍ୟନ୍ତ ଏହି ଘଟଣାରେ ନିଆଁ ଲାଗିବାର କାରଣ ଜଣାପଡ଼ିପାରିନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି।

from Kanak News
via <a href="https://ifttt.com/?

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ । ପ୍ରତିକ୍ରିୟା ରଖିଲେ ସିଇଓ ଅଦର ପୁନାୱାଲା । କହିଲେ, ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଦେଉଛୁ ଗୁରୁତ୍ୱ

କନକ ବ୍ୟୁରୋ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଭିତରେ କେହି ଫସିରହିନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି, ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଉପରେ ସେ ଧ୍ୟାନ ଦେଉଛନ୍ତି। ଅନ୍ୟ କୌଣସି ବିଷୟରେ ସେ ଚିନ୍ତା କରୁନାହାନ୍ତି ନାହିଁ। ପ୍ରଥମେ ନିଜ ଲୋକଙ୍କୁ ବଞ୍ଚାଇବା ଓ ପରେ କ୍ଷୟକ୍ଷତିର ଆକଳନ କରିବା।

ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିପାରିନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି। ତେବେ ଟିକା ଉତ୍ପାଦନ କରୁଥିବା କ୍ୟାମ୍ପସରେ ନିଆଁ ଲାଗି ନଥିବା ଜାଣି ଲୋକେ ଆଶ୍ୱସ୍ତ ହୋଇଛନ୍ତି।

from Kanak News
via <a href="https://ifttt.com/?

ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ ଗୌତମ ଗମ୍ଭୀର । କହିଲେ, ମନ୍ଦିର ନିର୍ମାଣ କରିବା ଦିଗରେ ଏକ ଛୋଟ ଅନୁଦାନ

କନକ ବ୍ୟୁରୋ : ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅନୁଦାନ ବୋଲି ସେ କହିଛନ୍ତି ।

ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହାକୁ ନିର୍ମାଣ କରିବା ପାଇଁ ସେ ଓ ତାଙ୍କ ପରିବାରର ଏହା ଏକ ଛୋଟ ଯୋଗଦାନ ବୋଲି ଗୌତମ କହିଛନ୍ତି । ଏହାବାଦ୍ ଦିଲ୍ଲୀର ବିଜେପି ନେତାମାନେ ମଧ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଚାନ୍ଦା ଏକାଠି କରୁଛନ୍ତି । ଲୋକମାନେ ସ୍ୱଇଚ୍ଛାରେ ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କା ଦେବାକୁ କୁହାଯାଉଛି । ଏହା ଟଙ୍କାକୁ ନେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ।

ଏହାପୂର୍ବରୁ ମଧ୍ୟ ଅନେକ ନେତା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିସାରିଛନ୍ତି । ଏବେ ଏହି ଲିଷ୍ଟରେ ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି । ଟିମ୍ ଇଣ୍ଡିଆରେ ନିଜର ଦମଦାର ପ୍ରଦର୍ଶନ କରିବା ପରେ ଗତ ସାଧାରଣ ନିର୍ବାଚନରେ ଗୌତମ ଗମ୍ଭୀର ବିଜେପି ଟିକେଟରୁ ସାଂସଦ ହୋଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started