କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଲେଜରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଲିପ୍ସା ପ୍ରଧାନ । ପ୍ରଥମଥର ପାଇଁ ସାମ୍ନାକୁ ଆସି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆରଟିଆଇ ତଥ୍ୟରୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ମିଛ । ତାଙ୍କ ପାଖରେ ସମସ୍ତ ତଥ୍ୟର ରେକର୍ଡ ରହିଥିବା ସେ ଦାବି କରିଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପ୍ରି-ପିଏଚଡି କରିଛନ୍ତି । ଏପରିକି ସେ କଲେଜକୁ ନିୟମିତ ଭାବରେ ଯାଆନ୍ତି ଓ କଲେଜରେ ଉପସ୍ଥାନ ରହିଥିବା ସେ କହିଛନ୍ତି । ବେଆଇନ ଭାବେ ଦରମା ଟଙ୍କା ଉଠାଇ ନଥିବା ସେ ସଫେଇରେ କହିଛନ୍ତି । ତେଣୁ ସୂଚନା ଅଧିକାର କର୍ମୀ ତାଙ୍କ ନାଁରେ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଏହି ଦୁର୍ନୀତି ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପ୍ସା ପ୍ରଧାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ।
ଅଭିଯୋଗ ଅନୁସାରେ, ୨୦୧୬-୧୮ଶିକ୍ଷାବର୍ଷ ମଧ୍ୟରେ ଲିପ୍ସାଙ୍କର ଉପସ୍ଥାନ ରେକର୍ଡ କଲେଜରେ ନାହିଁ। କିନ୍ତୁ, ତାଙ୍କ ନାଁରେ କଲେଜରୁ ମାସକୁ ମାସ ଦରମା ଉଠିଛି । କଲେଜକୁ ନ ଆସି କେମିତି ଲିପ୍ସାଙ୍କୁ ଦରମା ଦିଆଗଲା ତା’ ଉପରେ ପ୍ରଶ୍ନ କରିବାକୁ କଲେଜ କର୍ତୃପକ୍ଷ ପିଏଚ୍ଡିର ଆଳ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ କଲେଜ ଦର୍ଶାଇଛି, ଲିପ୍ସା ଏହି ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପିଏଚ୍ଡି କରିବାକୁ ଯାଇଥିଲେ । ତେଣୁ, ପାଠପଢ଼ାଜନିତ ଛୁଟିରେ ରହିଥିଲେ। କିନ୍ତୁ, ଉତ୍କଳ ବିଶ୍ବବିଦ୍ୟାଳୟ ଲିପ୍ସାଙ୍କ ପ୍ରସଙ୍ଗରେ ଭିନ୍ନ ଉତ୍ତର ରଖିଛି ।
ସୂଚନା ଅଧିକାର ଆଇନ ବଳରେ ବିଶ୍ବବିଦ୍ୟାଳୟ ତଥ୍ୟ ଦେଇଛି, ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଲିପ୍ସା ନାମରେ କୌଣସି ମହିଳା ପିଏଚ୍ଡି କରିନାହାନ୍ତି କି ନାମ ପଞ୍ଜୀକରଣ ବି କରିନାହାନ୍ତି। ଗୋଟିଏ ପଟେ ମନ୍ତ୍ରୀଙ୍କ ବୋହୂଙ୍କର ପିଏଚ୍ଡି କଥାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମନା କରୁଥିବା ବେଳେ କଲେଜ କର୍ତୃପକ୍ଷ ପିଏଚ୍ଡି ନାଁରେ ସବେତନ ଛୁଟି କଥା କେମିତି ଦର୍ଶାଉଛନ୍ତି ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ବେହେରା ପ୍ରଶ୍ନ କରିବା ସହିତ ୨୦୨୦ମସିହା ଜାନୁଆରି ୧୦ତାରିଖ ଦିନ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ ।
from Kanak News
via <a href="https://ifttt.com/?