ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଯିବେ ମୋଦି । ସ୍ୱତନ୍ତ୍ର ପୁସ୍ତକକୁ କରିବେ ଲୋକାର୍ପଣ । ଆଜାଦ୍ ହିନ୍ଦ ଫୌଜର ସଦସ୍ୟଙ୍କୁ ଭେଟିବେ

କନକ ବ୍ୟୁରୋ: ଜାନୁଆରୀ ୨୩ରେ ନେତାଜୀ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗ ଯିବେ ମୋଦି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ନେତାଜୀଙ୍କ ଚିଠିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତକକୁ ଲୋକାର୍ପଣ କରିବେ । ଏହି ଦିନ ସାରା ଦେଶରେ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯିବ ।

ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ ବିଜେପି ସେଠାରେ ନିଜ ସଙ୍ଗଠନ ସୁଦୃଢ କରିବାକୁ ଚେଷ୍ଟା କରୁଛି । ଯେଉଁ କାରଣରୁ ବିଜେପର ତମାମ ନେତା ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛତ୍ତି । ମୋଦିଙ୍କ ଏହି ବେଙ୍ଗଲ ଗସ୍ତ ବିଜେପିକୁ ଫାଇଦାରେ ରଖିବ ବୋଲି ମଧ୍ୟ କୁହାଯାଉଛି ।

ମୋଦି ତାଙ୍କର ଏହି ଗସ୍ତରେ ନ୍ୟାସନାଲ୍ ଲାଇବ୍ରେରୀ ସହିତ ଭିକ୍ଟୋରିଆ ମେମୋରିଆଲ୍ ମଧ୍ୟ ଯିବେ । ଏହାପରେ ନେତାଜୀ ସୁବାଷ ବୋଷଙ୍କ ଚିଠିକୁ ନେଇ ଛପା ଯାଇଥିବା ଏକ ସ୍ୱତନ୍ତ୍ର ପୁସ୍ତକକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ଅବସରରେ ମୋଦି ଆଜାଦ୍ ହିନ୍ଦ୍ ଫୌଜର କିଛି ସଦସ୍ୟଙ୍କୁ ଭେଟିବେ । ଏହାପରେ ତାଙ୍କର ସମ୍ବୋଧନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଫେବୁଆରୀ ୫ ତାରିଖରେ ଶୁଣାଣି । ଅଭିଯୁକ୍ତକୁ ମିଳିପାରେ କଠୋର ଦଣ୍ଡ

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ନୂଆ ମୋଡ । ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଏଣିକି ଏହି ମାମଲାରେ ଯାହା ଶୁଣାଣି ହେବ ତାହା ଚିଲଡ୍ରେନ କୋର୍ଟରେ ହେବ ।

ଏସଆଇଟି ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା । ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟିର ବିଶେଷଜ୍ଞ ଟିମ ଅଭିଯୁକ୍ତ ନାବାଳକଟି ମାନସିକ, ଶାରୀରିକ ଭାବେ ଦୁଷ୍କର୍ମ, ହତ୍ୟା ଭଳି ଅପରାଧ କରିବାକୁ ସକ୍ଷମ ବୋଲି ପ୍ରମାଣ ଦାଖଲ କରିଥିଲା । ଏଥିରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସନ୍ତୁଷ୍ଟ ହେବା ସହିତ ମାମଲାକୁ ନୟାଗଡ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ।

ସେହି ଅନୁଯାୟୀ ଅଭିଯୁକ୍ତକୁ ଜେଜେବିରୁ ନିଆଯାଇ ଚିଲଡ୍ରେନ କୋର୍ଟରେ ହାଜର କରାଯାଇଛି । ଏହାସହିତ ଏସଆଇଟିର ଏଲଭିଏ ଆବେଦନ ନେଇ ଅନୁମତି ପ୍ରକ୍ରିୟା ଘୁଂଚାଯାଇଛି । ଏନେଇ ଚିଲଡ୍ରେନ କୋର୍ଟରେ ଫେବୁଆରୀ ୫ ତାରିଖରେ ଶୁଣାଣି ହେବ । ସରକାରୀଙ୍କ ଓକିଲ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ କରାଯାଇପାରିବନି କିନ୍ତୁ ନାବାଳକ ହୋଇଥିଲେ ମଧ୍ୟ ଯଦି ଜଣେ ଜଘନ୍ୟ ଅପରାଧ କରିଥିବ, ତେବେ ଚିଲଡ୍ରେନ କୋର୍ଟରେ ମଧ୍ୟ କଠୋର ଦଣ୍ଡାଦେଶ ଦିଆଯାଇପାରିବ ।

from Kanak News
via <a href="https://ifttt.com/?

ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ : ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା; ଚୋରୀର ସାକ୍ଷୀ ରହିଲା ସିସିଟିଭି କ୍ୟାମେରା

କନକ ବ୍ୟୁରୋ : ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ । କିଛି ସେକେଣ୍ଡ ଭିତରେ ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା । ଯାହାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି । ବୌଦ୍ଧ ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜୁଏଲସରେ ହୋଇଛି ଲୁଟ ।

ସୂଚନା ମୁତାବକ, ସୁନା ଦୋକାନୀ ମାଲିକଙ୍କ ପୁଅ ଦୀପକ କୁମାର ପୃଷ୍ଟି ସକାଳ ୯ଟାରେ ଦୋକାନ ଖୋଲୁଥିଲେ । ସଟର ଖୋଲିବା ବେଳେ ସଟରରେ କିଛି ମଇଳା ଲାଗିଥିଲା । ମଇଳା ସଫା କରିବା ପାଇଁ ପଡ଼ୋଶୀ ଘରକୁ ପାଣି ଆଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ଯୁବକ ଦୌଡ଼ି ଆସି ସୁନା ଦୋକାନର ସର୍ଟର ଟେକି ଏକ ବ୍ୟାଗ ଧରି ସେଠାରୁ ଚମ୍ପଟ ମାରିଥିଲା ।

ପଡ଼ୋଶୀ ଘରୁ ପାଣି ଆଣି ଆସିବା ପରେ ଦୋକାନ ସର୍ଟର ଟେକା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦୀପକ । ପରେ ଦୋକାନ ଭିତରେ ସୁନା ବ୍ୟାଗ ନଥିବା ଜାଣିପାରିଥିଲେ । ପାଖ ଦୋକାନରେ ଲାଗିଥିବା ସିସିଟିଭ ଫୁଟେଜରୁ ଲୁଟ ନେଇ ଜାଣିବାକୁ ପାଇଥିଲେ ଦୀପକ । ଘଟଣା ସମ୍ପର୍କରେ ଦୀପକ ବାଉଁଶୁଣୀ ଥାନାରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ କରୁଛି ପୋଲିସ ।

from Kanak News
via <a href="https://ifttt.com/?

ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡିିସି ଅଫିସ ଘେରିବ ବିଜେପି

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବ ଭାରତୀୟ ଜନତା ପାର୍ଟି । ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

ଏହାକୁ ନେଇ ପଶ୍ଚିମ ଓଡ଼ିଶା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମ୍ବଲପୁର ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ଏଥିରେ ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରର ଚାଷୀଙ୍କ ସହ ବିଜେପି କର୍ମୀମାନେ ଯୋଗଦେବେ । ଏଥିପାଇଁ ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭାର ଅନୁଷ୍ଠିତ ହେଉଛି । ଏହାପରେ ମଧ୍ୟାହ୍ନରେ ବିଜେପି ଆରଡ଼ିସି ଅଫିସ ଘେରିବ ।

from Kanak News
via <a href="https://ifttt.com/?

ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି : ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କଲେ ସରକାର

କନକ ବ୍ୟୁରୋ : ରାଜନଗର ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି । ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ରାଜନଗର ପଂଚାୟତର ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ପ୍ରମାଣିତ ହୋଇଛି ।

ଏହି ଘଟଣା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ତାଙ୍କର ସୁପାରିଶ ଆଧାରରେ ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ୱିତ କରାଯିବା ସହ କାହିଁକି ତାଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ୩୦ ଦିନ ଭିତରେ ଲିଖିତ ଭାବେ ଉତର ରଖିବାକୁ କୁହାଯାଇଛି । ପୂର୍ବରୁ ଏହି ଦୁର୍ନୀତି ପାଇଁ ଜିଆରଏସ ପ୍ରମୋଦ ସାହୁଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିଲା । ଏବେ ସରପଂଚ ନିଲମ୍ୱିତ ହୋଇଛନ୍ତି ।

from Kanak News
via <a href="https://ifttt.com/?

କରୋନା କାଳରେ ସେୟାର ବଜାରରେ ବଡ ବୃଦ୍ଧି : ୫୦ ହଜାର ଡେଇଁଲା ବିଏସଇ ସେନସେକ୍ସ; ନାସନାଲ ଷ୍ଟକ୍ ଏକ୍ସଚେଂଜ ନିଫଟି ବି ଉପରମୁହାଁ

କନକ ବ୍ୟୁରୋ : କରୋନା କାଳରେ ସେୟାର ବଜାରକୁ ନେଇ ଆସିଛି ଖୁସି ଖବର । ଏବେ ନୂଆ ରେକର୍ଡ ସ୍ତରକୁ ସ୍ପର୍ଶ କରିଛି ଭାରତୀୟ ସେୟାର ବଜାର । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ବିଏସଇ ୫୦ ହଜାର ପଏଂଟ ଛୁଇଁଛି । ଆଜିର କାରବାର ଆରମ୍ଭ ହେବା ପରେ ଦିନ ୧୦ଟା ୧୫ ବେଳକୁ ସେନସେକ୍ସ ୨୫୫ ପଏଂଟ ବୃଦ୍ଧି ପାଇ ୫୦ ହଜାର ପଏଂଟ ଅତିକ୍ରମ କରିଥିଲା । ଏହାସହ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ, ନିଫ୍ଟି ମଧ୍ୟ ୧୫ ହଜାର ପଏଂଟର ପାଖାପାଖି ହୋଇଛି ।

ଆମେରିକାରେ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ପରେ ଅନ୍ତର୍ଜାତୀୟ ବଜାରରେ ଉତ୍ସାହ ଦେଖାଦେଇଛି, ଆଉ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡ଼ିଛି । ଆଗକୁ ଆମେରିକାରେ ନୂଆ ଆର୍ଥିକ ପ୍ୟାକେଜ୍ ଘୋଷଣା ହେବାର ସମ୍ଭାବନା ଥିବାରୁ, ଏହା ନିବେଶକଙ୍କ ମନୋବଳ ବୃଦ୍ଧି କରିଛି । ଫଳରେ ସେୟାର ବଜାର କାରବାର ବୃଦ୍ଧି ପାଇ ପଏଂଟରେ ମଧ୍ୟ ଉନ୍ନତି ଦେଖାଦେଇଛି । ଦେଶରେ କରୋନା ସ୍ଥିତି ଶୀର୍ଷରେ ଥିବା ବେଳେ ସେନସେକ୍ସ ନିମ୍ନଗାମୀ ହୋଇଥିଲା, ଏପରିକି ୩୦ ହଜାର ତଳକୁ ଖସିଯାଇଥିଲା ବିଏସଇ ସୂଚକାଙ୍କ ।

ତେବେ ଦେଶରେ କରୋନା ସ୍ଥିତିରେ ସୁଧାର ସହ ସେନସେକ୍ସରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । ଏହାସହ ବଜାରକୁ କରୋନା ଟିକା ଆସିଯିବା ମଧ୍ୟ ପ୍ରଭାବ ପକାଇଛି । ୧୯୮୬ରେ ପ୍ରତିଷ୍ଠା ହୋଇଥିବା ବମ୍ବେ ଷ୍ଟକ ଏକ୍ସଚେଂଜ ଭାରତର ସବୁଠୁ ପୁରୁଣା ଏକ୍ସଚେଂଜ । ଏଥିରେ ନାମୀଦାମୀ ୩୦ଟି ଷ୍ଟକର କାରବାର ହୋଇଥାଏ ।

from Kanak News
via <a href="https://ifttt.com/?

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେଇପାରନ୍ତି ମୋଦି । ସବୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ମଧ୍ୟ ଦିଆଯାଇପାରେ ଟିକା 

କନକ ବ୍ୟୁରୋ :  କୋଭିଡ୍ ଟିକା ନେବେ ମୋଦି ! ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇପାରନ୍ତି ବୋଲି ସୂଚନା ମିଳୁଛି। ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଙ୍କେତ ଦେଇଛନ୍ତି ।

ଟିକାକରଣକୁ ନେଇ ଗୁରୁବାର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ କହିଥିଲେ, କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଦ୍ୱିତୀୟ ଦଫାରେ ୫୦ ବର୍ଷରୁ ଅଧିକ ବୟସର ସବୁ ଲୋକମାନଙ୍କୁ ଟିକା ଦିଆଯିବ । ଏହି ଦଫାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହିତ ବହୁ ଭିଭିଆଇପିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।

ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏଥିରେ କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବା ପରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଏହାର ନିର୍ଦ୍ଦିଷ୍ଟ କୌଣସି ତାରିଖ ଘୋଷଣା ହୋଇନାହିଁ ।

from Kanak News
via <a href="https://ifttt.com/?

ଆମେରିକାରେ ନୂଆ ଅଧ୍ୟାୟର ଆରମ୍ଭ : ବାଇଡେନ୍ ପ୍ରଶାସନରେ କେମିତି ରହିବ ଭାରତ ସହିତ ସଂପର୍କ ?

କନକ ବ୍ୟୁରୋ : ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଏହା ସହିତ ଆମେରିକାରେ ଟ୍ରମ୍ପଙ୍କ ଯୁଗ ଶେଷ ହେବା ସହିତ ଆରମ୍ଭ ହୋଇଛି ବାଇଡେନଙ୍କ ଯୁଗ । ବାଇଡେନଙ୍କ ଯୁଗରେ ଭାରତ ସହିତ କିପରି ସଂପର୍କ ରହିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆମେରିକାରେ ନୂଆ ଅଧ୍ୟାୟ

  • ବାଇଡେନ୍ ଯୁଗରେ ବଦଳିବ ଭାରତ-ଆମେରିକା ସଂପର୍କ ?
  • ପାକିସ୍ତାନ ଓ କାଶ୍ମୀର ପ୍ରସଙ୍ଗରେ କ’ଣ ରହିବ ଆଭିମୁଖ୍ୟ ?
  • ଚୀନ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବେ ବାଇଡେନ୍ ?
  • ଭାରତ ସହ ବାଣିଜ୍ୟିକ ସଂପର୍କ ସୁଧାରିବାକୁ ନେବେ ପଦକ୍ଷେପ ?
  • ‘ଏଚ-୧ ବି’ ଭିସା କଟକଣା କୋହଳ କରିବେ କି ନୂଆ ରାଷ୍ଟ୍ରପତି ?

ଆମେରିକାର ପାକିସ୍ତାନ ପଲିସିରେ କୌଣସି ପରିବର୍ତ୍ତନ ହେବ କି । ଏହା ଉପରେ ନିର୍ଭର କରିବ ଭାରତ ଓ ଆମେରିକା ସଂପର୍କରେ ନିବିଡତା ।

ପାକିସ୍ତାନକୁ ନେଇ ବାଇଡେନଙ୍କ ଆଭିମୁଖ୍ୟ କ’ଣ ହେବ ?

  • ଡେମୋକ୍ରାଟିକ ନୀତି ଅନୁସାରେ ପାକିସ୍ତାନ ବିରୋଧରେ କଠୋର ଆଭିମୁଖ୍ୟ ରଖନ୍ତି ନାହିଁ ବାଇଡେନ୍
  • ଆମେରିକାର ଡେମୋକ୍ରାଟ ରାଷ୍ଟ୍ରପତି ବାରାକ ଓବାମାଙ୍କର ମୋଦିଙ୍କ ସହ ଥିଲା ଅତି ଭଲ ସଂପର୍କ
  • ତଥାପି ପାକିସ୍ତାନ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇନଥିଲେ ବାରାକ ଓବାମା
  • ହେଲେ ବାରାକ ଓବାମାଙ୍କ ଶାସନ କାଳରେ ପାକିସ୍ତାନରେ ପଶି ଲାଡେନକୁ ମାରିଥିଲା ଆମେରିକା
  • ମୋଦି ସରକାରଙ୍କ ଅନେକ ନୀତିକୁ ପ୍ରଥମରୁ ବିରୋଧ କରିଆସିଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି
  • ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ସିଏଏ ଓ ଏନଆରସିକୁ ବିରୋଧ କରିଥିଲେ ବାଇଡେନ୍
  • ଆଫଗାନିସ୍ତାନ ଶାନ୍ତି କଥାବର୍ତ୍ତାରେ ପାକିସ୍ତାନର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିପାରନ୍ତି ବାଇଡେନ୍
  • ୨୦୦୮ରେ ବାଇଡେନଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ‘ହିଲାଲେ ପାକିସ୍ତାନ’ ସମ୍ମାନ ପ୍ରଦାନ କରାଯାଇଥିଲା
  • ଦେଢଶହ କୋଟି ଆମେରିକୀୟ ଅନୁଦାନ ପ୍ରଦାନରେ ସହାୟତା ପାଇଁ ସମ୍ମାନିତ କରିଥିଲା ପାକିସ୍ତାନ
  • ତେଣୁ ଟ୍ରମ୍ପଙ୍କ ବିପରୀତ ପାକିସ୍ତାନ ପ୍ରତି ସାମାନ୍ୟ କୋହଳ ମନୋଭାବ ଦେଖାଇପାରନ୍ତି ବାଇଡେନ୍

ଟ୍ରମ୍ପ ପ୍ରଶାସନ ଚୀନ ବିରୋଧରେ ଖୁବ କଡା ଆଭିମୁଖ୍ୟ ଦେଖାଇ ଆସୁଥିଲେ । ହେଲେ ବାଇଡେନଙ୍କ ଚୀନ୍ ନୀତି ସାମାନ୍ୟ କୋହଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଚୀନକୁ ନେଇ ବାଇଡେନଙ୍କ ଆଭିମୁଖ୍ୟ କ’ଣ ହେବ ?

  • ଚୀନ ପ୍ରତି ଆଭିମୁଖ୍ୟ ଉପରେ ନିର୍ଭର କରୁଛି ଭାରତ-ଆମେରିକା ସଂପର୍କ
  • ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ଲଦାଖ ସୀମାରେ ଅଶାନ୍ତି ଲାଗି ରହିଛି
  • ଆମେରିକାରେ ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ଚୀନ ବିରୋଧୀ ରହିଆସିଥିଲା
  • ମହାମାରୀ କରୋନାର ଉତ୍ପତ୍ତି ଚୀନରୁ ହୋଇଥିବା କହିଆସୁଛି ଆମେରିକା
  • ଲଦାଖ ସୀମାରେ ଚୀନର ବିସ୍ତାରବାଦ ନୀତିକୁ ବିରୋଧ କରିଥିଲେ ଟ୍ରମ୍ପ
  • ହେଲେ ଭାରତ ଓ ଚୀନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ବି ଦେଇଥିଲେ
  • ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରି ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲା ଭାରତ
  • ହେଲେ ଚୀନକୁ ନେଇ ଟ୍ରମ୍ପ ଓ ବାଇଡେନଙ୍କ ଆଭିମୁଖ୍ୟ ଭିନ୍ନଭିନ୍ନ ରହିଛି
  • ଚୀନକୁ ନେଇ ବାଇଡେନ୍ ନରମ ଆଭିମୁଖ୍ୟ ରଖିଲେ ସଂପର୍କ ବିଗିଡିବ

from Kanak News
via <a href="https://ifttt.com/?

ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି କାରଖାନା : ପାଣ୍ଡବନଗର ଅଂଚଳରେ ନକଲି ହଳଦି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢାଉ;ଅପମିଶ୍ରିତ ସାମଗ୍ରୀ ସହ ବିପୁଳ ପ୍ୟାକିଂ ଜରି ଓ ହଳଦୀ ଜବତ

କନକ ବ୍ୟୁରୋ : ଲଗାତାର ରାଜ୍ୟରେ ବଢ଼ିବାର ଲାଗିଛି ନକଲି ସାମଗ୍ରୀର ମାର୍କେଟ । ନକଲି ବ୍ରାଣ୍ଡ ଜିନିଷ ତିଆରି କରିବାର ଚେର କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁରରେ ପହଂଚି ସାରିଲାଣି । ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦି, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ପାଖାପାଖି ୬ଶହ କିଲୋ ଲଙ୍କାଗୁଣ୍ଡ ସହ ୬ଶହ କିଲୋ ହଳଦି ଗୁଣ୍ଡ ଏବଂ ୨ଟି ମେସିନ୍ ଜବତ କରିଛି ପୋଲିସ । ନକଲି ହଳଦି ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

from Kanak News
via <a href="https://ifttt.com/?

୫୦ ବର୍ଷ ପରେ ସତ ହେଲା ବାଇଡେନଙ୍କ ସ୍ୱପ୍ନ । ଜୀବନରେ ଥରେ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ ଜୋ । ସଫଳତା ଦେଲା ବାପାଙ୍କ ସୂତ୍ର…

କନକ ବ୍ୟୁରୋ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାସିଂଟନ୍ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବାଇଡେନଙ୍କୁ ବର୍ତ୍ତମାନ ବୟସ ୭୮ ବର୍ଷ। ଆପଣ ଜାଣିଲେ ବିସ୍ମିତ ହେବେ ଯେ ରାଷ୍ଟ୍ରପତି ଆସନ ହାସଲ କରି ବାଇଡେନ୍ ତାଙ୍କ ୫୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ହେବାକୁ ଜୋ ସାରା ଜୀବନ ସ୍ବପ୍ନ ଦେଖୁଥିଲେ। ଏ ସଂକ୍ରାନ୍ତରେ ସେ ୧୯୮୦ରେ ଗୁରୁତ୍ବର ସହ ବିଚାର କରିଥିଲେ। ୧୯୮୪ରେ କାଗଜପତ୍ରରେ ଦସ୍ତଖତ କରି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରି ନ ଥିଲେ। ପୁଣି ୧୯୮୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କାଗଜପତ୍ର ଦାଖଲ କରିଥିଲେ କିନ୍ତୁ, ଏକ ଦୁର୍ନୀତି ମାମଲା କାରଣରୁ ତାହା ସମ୍ଭବ ହେଲାନାହିଁ। ୨୦୦୮ରେ ସେ ପୁଣି ଥରେ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କୁ ବାରାକ୍‌ ଓବାମାଙ୍କ ସହ ଉପରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା।

ଆମେରିକାର ସ୍କ୍ରାନଟନ୍‌ ସହର ପାଖ ଗ୍ରିନ୍‌ ରିଜରେ ବଢ଼ିଥିବା ଜୋ ପିଲାଦିନେ ଥିଲେ ଖୁବ୍‌ ଦୁଃସାହସୀ। ଉତ୍ତପ୍ତ କୋଇଲା ଗଦା ଉପରେ ଚଢ଼ି ଓଜନିଆ କଳକବଜା ତଳେ ଗଳି ସେ ଅନେକଥର ଖଣ୍ଡିଆ ଖାବରା ହୋଇଥିଲେ। ତାଙ୍କର ପାଟି ମଧ୍ୟ ଲାଗୁଥିଲା। ତାଙ୍କୁ ଚିଡ଼େଇବାକୁ ଜଣେ ସ୍କୁଲ୍‌ ଶିକ୍ଷକ ‘ବାଇ ବାଇ ବ୍ଲାକବାର୍ଡ’ ବୋଲି କହୁଥିଲେ। ଏ ଅପମାନକୁ ସହ୍ୟ କରି ‘ଜୋ’ ନିଜ ଉଦ୍ୟମ ବଳରେ ସ୍ପଷ୍ଟ ଭାବେ କଥା କହିବା ସହ ଜଣେ ସୁବକ୍ତା ହୋଇପାରିଲେ।

ବାପାଙ୍କ କାମ ଯୋଗୁଁ ୧୦ ବର୍ଷ ବୟସରୁ ଜୋ ସ୍କ୍ରାନଟନରୁ ଯାଇ ତାଙ୍କ ନୂଆଘର ଡିଲାୱେରରେ ରହିଲେ। ସେଠାରେ କ୍ରମେ ସେ ଜଣେ ନେତା ପାଲଟି ଗଲେ। ରାଜନୈତିକ ବ୍ୟାପାରରେ ଧୁରନ୍ଧର ହୋଇ ଛଅଥର ସିନେଟକୁ ନିର୍ବାଚିତ ହେଲେ । ତା’ପରେ ବାରାକ୍‌ ଓବାମାଙ୍କ ସହ ୱାସିଂଟନ୍‌ ଡିସିକୁ ଗଲେ। ଜୀବନ କ’ଣ ତାହା ନିଜ ବାପାଙ୍କୁ ଦେଖି ଶିଖିଥିଲେ ‌ ବାଇଡେନ୍ । ପ୍ରତିଦିନ ସକାଳୁ ଉଠି ବାପା କାମକୁ ଯାଆନ୍ତି, ଯେଉଁ କାମ ବାପାଙ୍କୁ ‌ଆଦୌ ଭଲ ଲାଗୁ ନ ଥିଲା ବାପା ତାଙ୍କୁ ଶିଖାଇ ଥିଲେ ବଞ୍ଚିବାର କଳା, ଜିଇଁବାର କୌଶଳ । ବାଇଡେନଙ୍କ ବାପା ସବୁବେଳେ କୁହନ୍ତି ‘‘ବଞ୍ଚିବାର ରହସ୍ୟ ହେଲା ଧକ୍କା ଖାଇ ପଡ଼ିଯିବା ପରେ ପୁଣି ଉଠିପଡ଼ିବା’’

୧୯୭୨ରେ ୨୯ ବର୍ଷ ବୟସରେ ଜୋ ପ୍ରଚଣ୍ଡ ଧକ୍କା ଖାଇଥିଲେ। ଯେଉଁ ବର୍ଷ ସେ ଆମେରିକା ଇତିହାସରେ ପଞ୍ଚମ ସର୍ବକନିଷ୍ଠ ସିନେଟର୍‌ ହୋଇଥିଲେ। ୱାସିଂଟନରେ ସେ ଆସନ ଅଳଙ୍କୃତ କରିବା ପୂର୍ବରୁ ତାଙ୍କ ପତ୍ନୀ ନିଲିଆ ଏବଂ ଟିକିଝିଅ ନାଓମି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ବିଉ ଓ ହଣ୍ଟର୍‌ ମଧ୍ୟ ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇଥିଲେ। କିଛି ଦିନ ଲାଗି ଜୋ ନିଜର ସମସ୍ତ ଅଭିଳାଷ ପରିହାର କ‌ରିଥିଲେ। ଏଇ ଘଟଣାରୁ ମଧ୍ୟ ସେ ବୁଝିପାରିଥିଲେ ଜଣେ ସଚେତନ ଅବସ୍ଥାରେ କିଭଳି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ। କିନ୍ତୁ, ବାପାଙ୍କ ଶିକ୍ଷା ଅନୁସାରେ, ଜୋ ‘ଉଠିଲେ’ ଓ ‘ଆଗେଇ ଚାଲିଲେ’। ଦିନରେ ସେ ହେଲେ ସିନେଟର୍‌ ଓ ରାତିରେ ଦୁଇ ପୁଅଙ୍କର ସ୍ନେହୀ ବାପା। ଦୁଇ ପୁଅଙ୍କ ଲାଗି ସେ ପ୍ରତି ରାତିରେ ‌୧୫୦ କିଲୋମିଟର୍ ଦୂରରେ ଥିବା ଘରକୁ ଯାଉଥିଲେ।

ବାଇଡେନଙ୍କ ଜୀବନରେ ପରବର୍ତ୍ତୀ ଧକ୍କା ଆସିଥିଲା ୧୯୮୮ ମସିହାରେ। ଦୁଇ ଥର ଧମନୀଜନିତ ରୋଗରେ ପୀଡ଼ିତ ହୋଇ କିଛି ଦିନ ପାଇଁ ତାଙ୍କ ମୁହଁର ମାଂସପେଶୀ ସ୍ଥାଣୁ ହୋଇଯାଇଥିଲା। ଏହା ପରବର୍ତ୍ତୀ ଧକ୍କା ଆସିଲା ୨୦୧୫ରେ। ମସ୍ତିସ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁଅ ବିୟୁ ମୃତ୍ୟୁ ବରଣ କଲା। ଏହାପରେ ଆମେରିକା ନୌସେନାରେ କାର୍ଯ୍ୟରତ ପୁଅ ହଣ୍ଟର୍‌ ନିଶା ଔଷଧ ସେବନ କରୁଥିବାରୁ ଚାକିରିରୁ ବିତାଡ଼ିତ ହେଲା। ବିୟୁ ମୃତ୍ୟୁବେଳକୁ ଜୋ ଦ୍ବିତୀୟ ଥର ଆମେରିକାରର ଉପରାଷ୍ଟ୍ରପତି ହୋଇଥାଆନ୍ତି। ବିୟୁର ମୃତ୍ୟୁଯୋଗୁଁ ସେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଆସିଥିଲେ। ଆଉ ଏବେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସାରା ବିଶ୍ୱ ପଢୁଛି ବାଇଡେନଙ୍କ ଜୀବନୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started