ନବରଙ୍ଗପୁର ଉମରକୋଟରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ରେଡ୍ ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା

କନକ ବ୍ୟୁରୋ : ଜିଆରଏସ ଅର୍ଥାତ ଗ୍ରାମ ରୋଜଗାର ସହାୟକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ନବରଙ୍ଗପୁର ଉମରକୋଟ ବ୍ଲକ ସଂସାରୀ ଓ ଭଣ୍ଡାରୀଗୁଡ଼ା ପଂଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଗବତୀ ସାହି ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

from Kanak News
via <a href="https://ifttt.com/?

ଚୁଲିକୁ ଗଲାଣି ରୋଗୀ ସେବା : ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ; ରାଜଧାନୀରେ ଏଭଳି ଚାଲିଛି ରୋଗୀ ସେବା

କନକ ବ୍ୟୁରୋ : ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିରେ ଚୁଲିକୁ ଗଲାଣି ରୋଗୀ ସେବା । ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ । ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି । ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା ।

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍‌ପେନସାରି ପ୍ରତିଷ୍ଠା କରାଯାଇଥିଲା । ଯାହାଫଳରେ ସ୍ଥାନୀୟ ଲୋକମାନେ ଅନ୍ୟ ସ୍ଥାନକୁ ନ ଯାଇ ସେଠାରେ ରୋଗୀ ସେବା ପାଇପାରିବେ । ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏସବୁ ଡିସ୍‌ପେନସାରିଗୁଡ଼ିକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସପ୍ତାହକୁ ଗୋଟିଏ ଦିନ ବିଶେଷଜ୍ଞ ଡାକ୍ତରଙ୍କୁ ରୋଗୀସେବା ପାଇଁ ଦାୟିତ୍ବ ମଧ୍ୟ ଦିଆଯାଉଛି । ୟୁପିଏଚ୍‌ସି/ୟୁସିଏଚ୍‌ସିକୁ ସୁଦୃଢ଼ କରିବା ଲାଗି ସରକାରୀସ୍ତ ରରେ ପଦକ୍ଷେପ ନିଆଯାଉଥିଲେ ହେଁ, ତୃଣମୂଳସ୍ତରରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳୁଛି ।

ୟୁପିଏଚ୍‌ସିଗୁଡ଼ିକର ସକାଳ ୮ଟାରୁ ଦିନ ୧୧ଟା ଓ ସଂଖ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ଯାଉଛି । ହେଲେ ଜିଜିପି କଲୋନି ମେଡିକାଲ ଅଫିସରଙ୍କ ଦିନ ୧୦ଟାରେ ମଧ୍ୟ ଦେଖା ମିଳୁନି । ଯେଉଁସବୁ ରୋଗୀ ଆସୁଛନ୍ତି ସେମାନଙ୍କୁ ଫାର୍ମାସିଷ୍ଟ ଚିକିତ୍ସା କରୁଛନ୍ତି । ଡାକ୍ତର ମନଇଚ୍ଛା ହସ୍ପିଟାଲକୁ ଆସୁଥିବା ଅଭିଯୋଗ ହେଉଛି । କେତେବେଳେ ଅଧଘଣ୍ଟା ପାଇଁ ତ ଆଉ କେତେବେଳେ ୧୦ମିନିଟ୍‌ ପାଇଁ । ଇଚ୍ଛା ହେଲେ ରୋଗୀ ଦେଖୁଛନ୍ତି । ମେଡିକାଲ ଅଫିସରଙ୍କ ଏଭଳି ଢଙ୍ଗରେ ମେଡିକାଲକୁ ପରିଚଳନା କରିବାକୁ ନେଇ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ହୋଇ ଗଲେଣି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଭାବେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚାନକ ଯାଞ୍ଚ କରାଯାଉ ନାହିଁ । ଶେଷଥର ଲାଗି କେବେ ଯାଞ୍ଚ ହୋଇଥିଲା ତାହା କେହି ଜାଣି ନାହାନ୍ତି । ଏ ସଂପର୍କରେ ଜିଜିପି କଲୋନି ୟୁପିଏଚ୍‌ସିର ମେଡିକାଲ ଅଫିସର ଡ‌ା.ତିଳ ପ୍ରସାଦ ମିତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା । ଏଡିଏମ୍‌ଓ ଡା.ଭି. ସତ୍ୟନାରାୟଣ ରାଓ କହିଛନ୍ତି ଏ ସଂପର୍କରେ ବୁଝିବା ପରେ ଯାହା କିଛି କହିହେବ ।

from Kanak News
via <a href="https://ifttt.com/?

ନବନିଯୁକ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍କ୍ରିଫ୍ଟ ଲେଖିଥିଲେ ବିନୟ ରେଡ୍ଡୀ : ସ୍କ୍ରିଫ୍ଟକୁ ପଢି ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେଲେ ବାଇଡ଼େନ୍

କନକ ବ୍ୟୁରୋ : ନେତା କହୁଥିବା କଥା ଉପରେ ସମସ୍ତଙ୍କର ନଜର ଥାଏ । ଆଉ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିଜ କଥା କୁହନ୍ତି, ସବୁବେଳେ ମାପିଚୁପି କୁହନ୍ତି । କାରଣ, ଗୋଟିଏ ଭୁଲ ଭଟକ୍କା କିଛି ବି ସମସ୍ୟା ସୃଷ୍ଟି କରିପାରେ । ଥରେ ଭାବନ୍ତୁ-ଏଭଳି ନେତାଙ୍କ ସ୍କ୍ରିପ୍ଟ ଲେଖୁଥିବା ବ୍ୟକ୍ତି କେତେ ଚତୁର ଓ ବୁଦ୍ଧିମାନ ହୋଇଥିବ । ରାଷ୍ଟ୍ରପତି କ’ଣ କହିବେ, କ’ଣ କରିବେ ନାହିଁ ସେହି କଥା, ଭାଷଣ ପୂର୍ବରୁ ଯାହା ଲେଖାଯାଏ, ତାହା ହିଁ ସ୍ପିଚର ସ୍କ୍ରିପ୍ଟ । ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଭାଷଣ ଲେଖିବା ପାଇଁ ନିଯୁକ୍ତ ହୋଇଥିବା ଟିମର ଇଏ ହେଉଛନ୍ତି ନିର୍ଦ୍ଦେଶକ ।

ନାଁ- ବିନୟ ରେଡ୍ଡୀ । ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀଙ୍କ ପୈତୃକ ଘର ତେଲେଙ୍ଗାନା ରାଜ୍ୟର କରିମ୍ନଗର ଜିଲ୍ଲା ପୋଥିରେଡ୍ଡୀପେଟା ଗାଁରେ । ହାଇଦ୍ରାବାଦ ସହରଠାରୁ ପ୍ରାୟ ଦୁଇଶହ କିଲୋମିଟର ଦୂରରେ ଏହି ଗାଁ ରହିଛି । ୭୦ ଦଶକରେ ବିନୟ ରେଡ୍ଡୀଙ୍କ ବାପା, ନାରାୟଣ ରେଡ୍ଡୀ ଆମେରିକାକୁ ଚାଲିଯାଇଥିଲେ । ନାରାୟଣ ରେଡ୍ଡୀ ଗାଁରେ ପାଠ ସାରିବା ପରେ ହାଇଦ୍ରାବାଦରେ ଡାକ୍ତରୀ ପାଠପଢା ସାରିଥିଲେ । ପରବର୍ତ୍ତୀ ସମୟରେ ସେ ଆମେରିକା ଚାଲିଯାଇଥିଲେ । ବିନୟ ରେଡ୍ଡୀ ଆମେରିକାର ଜନ୍ମ ହୋଇଛନ୍ତି, ଆଉ ସେଠି ବଢ଼ିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ତାଙ୍କ ପୈତୃକ ୩ ଏକର ଚାଷଜମି ପୋଥିରେଡ୍ଡୀପେଟା ଗାଁରେ ରହିଛି । ବିନୟ ରେଡ୍ଡୀଙ୍କ ବାପା ଓ ମା’ ଏବେ ବି ଗାଁକୁ ଆସନ୍ତି ।

ଗତବର୍ଷ ଫେବୃୟାରୀ ମାସରେ ଶେଷ ଥର ପାଇଁ ନିଜ ଗାଁକୁ ଆସିଥିଲେ । ପରିବାର ଏବଂ ଗାଁ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଅଛନ୍ତି । ବିନୟ ରେଡ୍ଡୀଙ୍କ ଜେଜେବାପା ତିରୁପତୀ ରେଡ୍ଡୀ ୮୦ ଦଶକରେ ତାଙ୍କ ଗାଁର ସରପଂଚ ଥିଲେ । ଜୋ ବାଇଡେନ୍ ଓ କମଲା ହାରିସ୍ ନିର୍ବାଚନ ଜିତିବା ପୂର୍ବରୁ ଯେତେବେଳେ ପ୍ରଚାର କରୁଥିଲେ, ସେ ପ୍ରଚାରର ଭାଷଣ ଲେଖୁଥିଲେ । ଏହା ପୂର୍ବରୁ ଜୋ-ବାଇଡେନ୍ ଉପ-ରାଷ୍ଟ୍ରପତି ଥିବା ସମୟରେ ମଧ୍ୟ ତାଙ୍କ ଭାଷଣ ଲେଖୁଥିବା ଟିମର ନେତୃତ୍ୱ ନେଉଥିଲେ । ବାରାକ୍ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଜାତୀୟ ବାସକେଟ୍ ବଲ ସଂଘର ଯୋଗାଯୋଗ ବିଭାଗ, ପରିବେଶ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗରେ ବିନୟ ରେଡ୍ଡୀ କାମ କରିଛନ୍ତି ।

ବଡ଼ କଥା ହେଉଛି-ବାରାକ୍ ଓବାମା ଦ୍ୱିତୀୟ ଥର ନିର୍ବାଚିତ ହେବା ସମୟରେ ଯେଉଁ ନିର୍ବାଚନ ପ୍ରଚାର କରାଯାଉଥିଲା, ସେ ସମୟରେ ମଧ୍ୟ ବାଇଡେନ୍ ଓ ଓବାମାଙ୍କ ପାଇଁ ଭାଷଣ ଲେଖିବାର ଦାୟିତ୍ୱ ତାଙ୍କ ହାତରେ ଥିଲା । ବିନୟ ରେଡ୍ଡୀ ବର୍ତ୍ତମାନ ନ୍ୟୁୟର୍କରେ ରହୁଛନ୍ତି । ତାଙ୍କର ଦୁଇ ଝିଅ ଅଛନ୍ତି । ସେ ମିଆଇ ବିଶ୍ୱବିଦ୍ୟାଳୟ ଏବଂ ଓହିଓ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ହାସଲ କରିଛନ୍ତି । ବଡ଼ କଥା ହେଉଛି ତେଲେଙ୍ଗାନାରେ ଥିବା ତାଙ୍କ ପୈତୁକ ଗାଁ ସହ ଏବେ ବି ସମ୍ପର୍କରେ ଅଛନ୍ତି ।

from Kanak News
via <a href="https://ifttt.com/?

ବ୍ରହ୍ମପୁରରୁ ସାଢେ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଏମକେସିଜି ପଡିଆରେ ଧଳାଜହର ବିକ୍ରି ସମୟରେ ଧରିଲା ପୋଲିସ; ଜଣେ ଯୁବକ ଗିରଫ

କନକ ବ୍ୟୁରୋ : ବ୍ରହ୍ମପୁରରୁ ପୁଣି ଧରାପଡିଛି ଧଳାଜହର । ଏଥର ଜବତ ହୋଇଛି ପ୍ରାୟ ୪୫ ଗ୍ରାମ ବ୍ରାଉନସୁଗାର । ଏମକେସିଜି ମେଡ଼ିକାଲ ପଡ଼ିଆରୁ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଆଙ୍କୁଲି ନିଗମନଗର ଅଂଚଳର ।

ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ପୁରୀରୁ ବ୍ରାଉନସୁଗାର ଆଣିଥିଲା । ଆଜି ଗ୍ରାହକଙ୍କୁ ବିକ୍ରି କରିବାକୁ ମେଡ଼ିକାଲ ପଡ଼ିଆରେ ଜଗିଥିଲା ଗିରଫ ହୋଇଥିବା ଯୁବକ । କୌଣସି ସ୍ୱତ୍ରରୁ ପୋଲିସ ଏନେଇ ଖବର ପାଇଁ ଘଟଣାସ୍ଥଳରେ ଚଢ଼ାଉ କରି ଯୁବକଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଥିଲା ପୋଲିସ ।

from Kanak News
via <a href="https://ifttt.com/?

କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ

କନକ ବ୍ୟୁରୋ : କିପରି କଲମା ବ୍ୟାରେଜରେ ଛତିଶଗଡ଼ ମହାନଦୀ ପାଣି ଅଟକାଇଛି, ଗୁଗୁଲ ଆର୍ଥ ଚିତ୍ରରୁ ସ୍ପଷ୍ଟ ଜଣା ପଡିବା ପରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଛତିଶଗଡ଼ ପଟେ ଉଛୁଳୁଛି ପାଣି, ଓଡ଼ିଶା ପଟ ଶୁଖିଲା ପଡିଛି । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଜାନୁଆରୀ ମାସରେ ଝାରସୁଗୁଡ଼ାରେ ମହାନଦୀର ବାସ୍ତବ ଚିତ୍ରକୁ କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ୍ ଟିମ୍ । ଏହି ସମୟରେ ମହାନଦୀ ପାଣିରେ ଭରପୂର ରହିବା କଥା, ହେଲେ ଏବେ ଶୁଖି ଆସୁଥିବା ଧାର ବହୁଛି । ଶୀତ ଯାଇନାହିଁ, ଚାଷ ଜମି ଶୁଖିବା ଆରମ୍ଭ ହୋଇଗଲାଣି । ଆଗକୁ କ’ଣ ହେବ, ଏହି ଚିନ୍ତା ସ୍ଥାନୀୟ ଲୋକଙ୍କୁ ଘାରିଛି ।

ବର୍ଷ ବର୍ଷ ଧରି ମହାନଦୀ ଉପରେ ନିର୍ଭର କରି ପରିବାର ଚଳାଇଥାନ୍ତି ମତ୍ସ୍ୟଜୀବୀ । ଏହି ସମୟରେ ମହାନଦୀରୁ ପ୍ରବଳ ମାଛ ଧରିଥାନ୍ତି ଏମାନେ । କିନ୍ତୁ କଲମା ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଇବା ପରେ ସ୍ଥିତି ବଦଳି ଯାଇଛି । କେବଳ ବର୍ଷା ଦିନରେ ମାଛ ମାରୁଛନ୍ତି, ଅନ୍ୟ ଦିନରେ ମୂଲ ମଜୁରି ଲାଗି କୁଟୁମ୍ବ ପୋଷୁଛନ୍ତି ମତ୍ସ୍ୟଜୀବୀ । ଝାରସୁଗୁଡ଼ାରେ ବହି ଯାଇଥିବା ମହାନଦୀ କୂଳରେ ଥିବା ଗାଁଗୁଡିକର ଏ ହେଉଛି ଚିତ୍ର । ଘରେ ଜାଲ ଥୁଆ ହୋଇଛି, କାଁ ଭାଁ ମାଛ ଧରିବାକୁ ଲୋକେ ଯାଉଛନ୍ତି । ପାଣି କମି କମି ଆସୁଥିବାରୁ ମାଛ ଧରି ଜୀବିକା ନିର୍ବାହ କରିବା ପାଇଁ ଭରସି ପାରୁନାହାନ୍ତି ମତ୍ସ୍ୟଜୀବୀ ।

ମହାନଦୀ ପ୍ରସଙ୍ଗକୁ ନେଇ ବେଶ ହୋ-ହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବି ତୋଫାନ ହେବା ପରେ ମଧ୍ୟ ଏଥିରେ କିଛି ପରିବର୍ତ୍ତନ ଆସିନାହିଁ । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଲମା ବ୍ୟାରେଜରେ ଏତେ ପରିମାଣର ପାଣି ଅଟକାଇବା ପଛର କାରଣ ହେଉଛି, ଛତିଶଗଡ ସରକାର ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଚୁର ପରିମାଣରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପାଣି ଅଟକାଇ ଏହି ପ୍ରତିଶ୍ରୁତି ପୂରଣ କରୁଛି ଛତିଶଗଡ଼ । ଏପଟେ ଓଡିଶା ପଟର ମହାନଦୀରେ ମତ୍ସ୍ୟଜୀବୀମାନେ ମଧ୍ୟ ମାଛ ଧରିପାରୁ ନାହାନ୍ତି । ଖରାଦିନେ ମହାନଦୀ ପାଣି ଉପରେ ନିର୍ଭର କରି ଚାଷ କାମ ହୋଇଥାଏ । ହେଲେ ଏବେ ସ୍ଥିତି ପୂରା ବଦଳି ଗଲାଣି ।

from Kanak News
via <a href="https://ifttt.com/?

ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକରୁ ଦେଢବର୍ଷ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେ କୌଣସି ସଂଶୋଧନ ନେଇ ପ୍ରସ୍ତାବକୁ ଚାଷୀ ସଂଗଠନର ନେତାମାନେ ଗ୍ରହଣ କରିନଥିଲେ ।

ଫଳରେ ଚାଷୀ ସଂଗଠନ ସମାଧାନ ଆଡକୁ କୌଣସି ଆଭିମୁଖ୍ୟ ଦେଖାଉନଥିବାରୁ ଆଗକୁ ୧୧ତମ ବୈଠକ ବସିବା ନେଇ ସମ୍ଭାବନା ଦେଖା ଦେଇଛି । ଆଜି କୃଷକ ସଂଗଠନର ନେତାମାନଙ୍କର ବୈଠକ ହେବ ଏବଂ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା ହେବ । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ସେମାନେ ନିଜର ମତ ସରକାରଙ୍କୁ ଜଣାଇବେ । ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ୪୦ରୁ ଅଧିକ ଚାଷୀ ସଂଗଠନ ଆଲୋଚନାରେ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ

କନକ ବ୍ୟୁରୋ : ଆମେରିକା ସମେତ ସାରା ବିଶ୍ୱବାସୀ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରି ରହିଥିଲେ ଶେଷରେ ସେ ସମୟ ଆସି ପହଂଚିଥିଲା । ଆମେରିକାରେ ଡେମୋକ୍ରାଟ ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଶପଥ ନେବା ପରେ ବାଇଡେନ ଅଭିଭାଷଣ ରଖି କହିଛନ୍ତି । ଗଣତନ୍ତ୍ରର ବିଜୟ ହୋଇଛି । ପରିଶ୍ରମ କରି ଆମକୁ ଆଗକୁ ଯିବାକୁ ହେବ । କରୋନା କାଳରେ ଅନେକ ଲୋକ ଚାକିରି ହରାଇଛନ୍ତି । ଅନେକ ବିଷମ ପରିସ୍ଥିତିର ସାମନା କରିବାକୁ ପଡିଛି । କ୍ୟାପିଟାଲ ହିଲ ଆକ୍ରମଣ କଥା ଉଠାଇ, ଗଣତନ୍ତ୍ର ଉପରେ କିପରି ପ୍ରହାର ହୋଇଛି ଦେଶବାସୀଙ୍କ ସମ୍ବୋଧନ କରିବା ସମୟରେ ଏହା ଉପରେ ଗୁୁରୁତ୍ୱ ଦେଇଛନ୍ତି ବାଇଡେନ ।

ଆମେରିକା ବର୍ତ୍ତମାନ ଦୁଇଟି ସମସ୍ୟା ଦେଇ ଗତି କରୁଛି । ଗୋଟିଏ ହେଉଛି ବର୍ଣ୍ଣବୈଷମ୍ୟ ଏବଂ ଅନ୍ୟଟି ହେଉଛି ଦେଶ ଭିତରେ ହିଂସା । ତେବେ ଆମେରିକାବାସୀ ଏକାଠି ହୋଇ ଏହାକୁ ହରାଇବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ବାଇଡେନ । ଆମେରିକାରେ ସମସ୍ତଙ୍କ ଉନ୍ନତି ପାଇଁ ତାଙ୍କ ସରକାର କାମ କରିବ । ଏପରିକି ଯେଉଁମାନେ ଭୋଟ ଦେଇଛନ୍ତି ଏବଂ ଯେଉଁମାନେ ଭୋଟ ଦେଇନାହାନ୍ତି ସେ ସମସ୍ତଙ୍କ ପାଇଁ ବାଇଡେନ ସରକାର କାମ କରିବାକୁ ଦୃଢସଂକଳ୍ପବଦ୍ଧ ବୋଲି ନିଜ ଅଭିଭାଷଣରେ କହିଛନ୍ତି ବାଇଡେନ ।

ଆମେରିକାର ଦିନ କହି ଭାଷଣ ଆରମ୍ଭ କରିଥିବା ବାଇଡେନ କହିଛନ୍ତି ଆମେରିକା ପାରିବ ନିଶ୍ଚୟ ପାରିବ । ଆମେରିକା ମହାନ ଦେଶ ଏବଂ ଆମେରିକାର ଲୋକମାନେ ବହୁତ ଭଲ । ସମସ୍ତେ ମିଳିତ ଭାବରେ କାମ କଲେ ଆମେରିକାର ପୂର୍ବ ଗୌରବ ପୁଣି ଫେରିଆସିବ ବୋଲି କହିଛନ୍ତି ବାଇଡେନ । ସେହିପରି ଅରାଜକତା, ମୌଳବାଦ, ବେକାରୀ ସମସ୍ୟା ବିରୋଧରେ ଏକାଠି ଲଢିବାକୁ ସେ ଆହ୍ୱାନ ଦେଇଛନ୍ତି । ନିଯୁକ୍ତି, ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସମସ୍ତଙ୍କୁ ସମ୍ମାନର ସହ ବଂଚିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ବାଇଡେନ ।

from Kanak News
via <a href="https://ifttt.com/?

ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି 

କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦୈନିକ ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା ।

କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହା ପାଇଁ ଅନେକ ଭକ୍ତ ଦୂରଦୁରାନ୍ତରୁ ଆସି ନିରାଶ ହୋଇ ଫେରୁଥିଲେ ।  ଗତକାଲି ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଡିଆଇଜି ଓ ଜିଲ୍ଲାପାଳ । ସେମାନେ ବ୍ୟାରିକେଡ୍ ସ୍ଥାନ ବୁଲିକି ଦେଖିଥିଲେ । ସିଂହଦ୍ୱାରରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ ।

from Kanak News
via <a href="https://ifttt.com/?

ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ 

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା ହରଭଜନ ସିଂ, ଏହି ଅବସରରେ ଟୁଇଟ୍ କରି ସିଏସକେ ମ୍ୟାନେଜମେଂଟ ଓ ଫ୍ୟାନଙ୍କୁ ଜଣାଇଛନ୍ତି ଧନ୍ୟବାଦ୍ ।

https://platform.twitter.com/widgets.js

୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମୀ ଆରମ୍ଭ ହୋଇନଥିବା ବେଳେ ସିଏସକେ ନିଜ ୧୮ ଜଣିଆ ଦଳ ଘୋଷଣା କରିଛି । ସିଏସକେ ନିଜ ଟ୍ୱିଟର ଆକାଉଣ୍ଟରେ ଖେଳାଳିଙ୍କ ଲିଷ୍ଟ ସେୟାର କରିଛି । ଦଳରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ରହିଛନ୍ତି ।

ଦଳ: ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ରିବନ୍ଦ୍ର ଜାଡେଜା, ସାମ କୁରାନ, ଫାପ ଡୁ ପ୍ଲେସିସ, ଦିପକ ଚହର, ଜୋସ ହାଜେଲହୁଡ, ଋତୁରାଜ ଗାଏକ୍ୱାର୍ଡ, ଏନ ଜଗଦିଶନ, ଲୁଙ୍ଗି ନିଗିଡି, ସାର୍ଦ୍ଦୁଲ ଠାକୁର, ଅମ୍ବାତି ରାଇଡୁ, ଆର ସାଇ କିଶୋର, ମିଚେଲ ସାଣ୍ଟନର, କରନ ଶର୍ମା, ଇମ୍ରାନ ତାହିର, କେଏମ ଆସିଫ । 

from Kanak News
via <a href="https://ifttt.com/?

ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । 

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ ।

ତେବେ କୌଣସି  ସଂଶୋଧନ ନେଇ ପ୍ରସ୍ତାବକୁ ଚାଷୀ ସଂଗଠନର ନେତାମାନେ ଗ୍ରହଣ କରିନଥିଲେ । ଫଳରେ ଚାଷୀ ସଂଗଠନ ସମାଧାନ ଆଡକୁ କୌଣସି ଆଭିମୁଖ୍ୟ ଦେଖାଉନଥିବାରୁ ଆଗକୁ ୧୧ ତମ ବୈଠକ ବସିବା ନେଇ ସଂଭାବନା ଦେଖା ଦେଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ୪୦ରୁ ଅଧିକ ଚାଷୀ ସଂଗଠନ ଆଜି ଆଲୋଚନାରେ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started