ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍ ଓ କମଳା ହାରିସ୍ ।

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ-ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେବେ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ କିଛିଟା ଭିନ୍ନ ହେବାକୁ ଯାଉଛି । ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ ରାଜଧାନୀ ୱାସିଂଟନ ଡିସିରେ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି ।

ନିର୍ବାଚନରେ ହିଂସାର ରକ୍ତଛିଟା ଲାଗିବା ପରେ ଆଜି ଆମେରିକାରେ ଶେଷ ହୋଇଛି ଟ୍ରମ୍ପଙ୍କ ଯୁଗ, ଆଉ ଆରମ୍ଭ ହେବାକୁ ଯାଉଛି ଡେମୋକ୍ରାଟ ଜୋ ବାଇଡେନଙ୍କ ଶାସନ । ଜାନୁଆରି ୬ ତାରିଖରେ କ୍ୟାପିଟଲ ହିଲ୍ ଆକ୍ରମଣକୁ ପଛରେ ପକାଇ ଆଗକୁ ବଢ଼ିବ ଆମେରିକା । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋସେଫ୍ ବାଇଡେନ୍ । ୫୯ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭାରତୀୟ ବଂଶଜ କମଳା ହାରିସ୍ । ଏଥିପାଇଁ ସଜେଇ ହୋଇଛି କ୍ୟାପିଟଲ ହିଲ୍ । ସୁରକ୍ଷା ବଳୟ ଭିତରେ ରହିଛି ପୂରା ୱାଶିଂଟନ୍ ଡିସି ।

ନଜର ପକାନ୍ତୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଉପରେ : 
*ଆମେରିକା ସମୟ ପୂର୍ବାହ୍ନ ୧୦ଟା ଅର୍ଥାତ୍ ଭାରତୀୟ ସମୟ ରାତି ୮ଟା ୩୦ରେ ‘ପ୍ରେସିଡେନ୍ସିଆଲ୍ ଇନାଗୁରାଲ କମିଟି’ର ଲାଇଭ୍ ଷ୍ଟ୍ରିମିଂ
*ପୂର୍ବାହ୍ନ ୧୧ଟା ୩୦ ଅର୍ଥାତ ଭାରତୀୟ ସମୟ ରାତି ପ୍ରାୟ ୧୦ଟାରେ ଜାତୀୟ ସଙ୍ଗୀତ ସହ ଶପଥଗ୍ରହଣ ଉତ୍ସବ
*ଉପରାଷ୍ଟ୍ରପତି ଭାବେ କମଳା ହାରିସଙ୍କୁ ଶପଥପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି
*ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶପଥପାଠ କରାଇବେ ପ୍ରଧାନ ବିଚାରପତି
*ଶପଥ ଗ୍ରହଣ ପରେ ଦେଶବାସୀଙ୍କ ଉଦବୋଧନ ଦେବେ ବାଇଡେନ୍

ବିବାଦ ଭିତରେ ହୋଇଥିବା ଆମେରିକା ନିର୍ବାଚନ ଉପରେ ସାରା ବିଶ୍ୱ ନଜର ରଖିଛି । କାରଣ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ସ୍ୱୀକାର କରିନଥିଲେ । ଅନ୍ୟପଟେ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ଆଭିମୁଖ୍ୟ ମଧ୍ୟ ବିଶ୍ୱରେ ଆମେରିକାର ଏକ ଭିନ୍ନ ଛବି ସୃଷ୍ଟି କରିଥିଲା । ସୂଚନା ମିଳିଛି, ଟ୍ରମ୍ପ ପ୍ରଶାସନର କିଛି ବିବାଦୀୟ ନିଷ୍ପତିକୁ ପ୍ରଥମ ଦିନରେ ହିଁ ବଦଳାଇବାକୁ ଚାହୁଁଛନ୍ତି ବାଇଡେନ୍ ।

ବଦଳିବ ଟ୍ରମ୍ପଙ୍କ ବିବାଦୀୟ ନିଷ୍ପତି :
*ଶପଥ ନେବା ପରେ ପରେ ୧୨ରୁ ଅଧିକ ଆଦେଶରେ ହସ୍ତାକ୍ଷର କରିବେ ବାଇଡେନ୍
*ପ୍ରଥମ ଦିନରେ ପ୍ୟାରିସ ଜଳବାୟୁ ବୁଝାମଣାରେ ଆମେରିକା ପୁନଃ ସାମିଲ ପାଇଁ ଆଇନ ଆସିବ
*ଟ୍ରମ୍ପ ପ୍ରଶାସନ ଦ୍ୱାରା ୭ଟି ଇସଲାମିକ ରାଷ୍ଟ୍ର ଉପରେ ଲଗାଯାଇଥିବା ପ୍ରବେଶ ପ୍ରତିବନ୍ଧକକୁ ହଟାଇଦେବେ ବାଇଡେନ୍
*ଅର୍ଥନୀତିରେ ସୁଧାର ପାଇଁ ୧.୯ ଟ୍ରିଲିୟନ ଡଲାର ପୁଞ୍ଜି ବିନିଯୋଗ ଭଳି ଯୋଜନା କରାଯାଇଛି

ଜୋ ବାଇଡେନ୍ ଏବଂ କମଳା ହାରିସଙ୍କ ଶାସନ କାଳରେ ଆମେରିକା, ଭାରତ ସହ କିଭଳି ସଂପର୍କ ରଖିବ, ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଶେଷଜ୍ଞଙ୍କ ମତ ହେଉଛି, ଶାସନ ବଦଳିଲେ ମଧ୍ୟ ଭାରତ ସହ ଆମେରିକାର ସଂପର୍କ ପୂର୍ବଭଳି ଅତୁଟ ରହିବ ।

ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ବାଇଡେନ୍ ପ୍ରଶାସନରେ ୨୦ ଭାରତୀୟ ଆମେରିକୀୟଙ୍କୁ ଗୁରୁଦାୟିତ୍ୱ ମିଳିବ । ଡକ୍ଟର ବିବେକ ମୂର୍ତ୍ତି, ଆମେରିକାର ସର୍ଜନ ଜେନେରାଲ ଭାବେ ମନୋନୀତ ହୋଇଛନ୍ତି । ବନିତା ଗୁପ୍ତା, ଆଇନ ବିଭାଗର ସହଯୋଗୀ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହୋଇଥିବା ବେଳେ କେବଳ ହ୍ୱାଇଟ୍ ହାଉସରେ ୧୭ ଜଣଙ୍କୁ ମିଳିସାରିଛି ନିଯୁକ୍ତି । ଆମେରିକା ଜାତୀୟ ସୁରକ୍ଷା ପରିଷଦରେ ରହିଛନ୍ତି ୩ ଜଣ ଭାରତୀୟ-ଆମେରିକୀୟ ।

ଭିସା ନିୟମ କୋହଳ କରିପାରନ୍ତି ବାଇଡେନ୍ । ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ଫାଇଦା । ଭିସା ନିୟମକୁ କୋହଳ କରିବା ପାଇଁ ପୂର୍ବରୁ କହି ଆସିଛନ୍ତି ବାଇଡେନ୍ । ତେଣୁ ଆଶା କରାଯାଉଛି ଏଚ୍-୧ (ବି) ଭିସା ନିୟମରେ ସୁଧାର ଆସିବ । ଭିସା ନିୟମ କୋହଳ ହେଲେ ପ୍ରବାସୀ ଭାରତୀୟଙ୍କୁ ଫାଇଦା ମିଳିବ । ଇଚ୍ଛା ମୁତାବକ ପରିବର୍ତ୍ତନ କରିହେବ ଚାକିରି । ଆମେରିକାରେ ୧ କୋଟିରୁ ଅଧିକ ପ୍ରବାସୀଙ୍କ ରହଣୀକୁ ଆଇନସିଦ୍ଧ କରାଯାଇପାରେ । ଏମାନଙ୍କ ଭିତରେ ଅଛନ୍ତି ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟ ।

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗର ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଜଙ୍ଗଲ ବିଭାଗର ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟସରକାର । ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର କୁଳଡିହା ବନ୍ୟପ୍ରାଣୀ ରେଞ୍ଜର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ ବିଶ୍ରା ରେଞ୍ଜର ଫରେଷ୍ଟର ଭରତ କୁମାର ଘଡେଇ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟିରେ ଦୁର୍ନୀତିଗ୍ରସ୍ତ, ଅପାରଗ ଓ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର ।

from Kanak News
via <a href="https://ifttt.com/?

ସାବାସ୍ ସ୍କୁଲପିଲା । ସଡକ ସୁରକ୍ଷା ସଚେତନ କରି ପ୍ରଥମ ସ୍ଥାନ ପାଇଲେ ନୟାଗଡ ନୋତର ଆଦର୍ଶ ସ୍କୁଲପିଲା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ନୟାଗଡ ସ୍କୁଲପିଲାଙ୍କୁ ନବୀନଙ୍କ ଶୁଭେଚ୍ଛା । ନୟାଗଡ ନୋତର ଓଡିଶା ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡକ ସୁରକ୍ଷା ସଚେତନତା ନେଇ ଅନଲାଇନ ଆଇଡିଆ ପ୍ରତିଯୋଗିତାରେ ଆଦର୍ଶ ସ୍କୁଲପିଲା ପ୍ରଥମ ସ୍ଥାନ ପାଇଥିବାରୁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ । ଭିଡିଓରେ ନିଆରା ସଚେତନତାର ବାର୍ତ୍ତା ଦେଇ ଲୋକଙ୍କ ଜୀବନ ସୁରକ୍ଷିତ କରାଇଥିବାରୁ ସବୁ ପିଲାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ତେବେ ସଡକ ସୁରକ୍ଷା ମାସରେ ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ୱାରା ଅନଲାଇନ ଆଇଡିଆ ପ୍ରତିଯୋଗିତା କରାଯାଇଥିଲା । ଆଉ ନୟାଗଡ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ଦ୍ୱାରା ‘ପାଳନ୍ତୁ ଟ୍ରାଫିକ ନିୟମ’ ଶୀର୍ଷକ ଏକ ସର୍ଟ ଭିଡିଓ କରାଯାଇଛି ଯାହା ପ୍ରଥମ ପୁରସ୍କାର ପାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଭିଡିଓ ସେୟାର କରି କେଉଁଠିକାର ପିଲା ବୋଲି ପ୍ରଶ୍ନ କରିଥିଲେ । କୁନି କୁନି ପିଲା ଟ୍ରାଫିକ ସଚେତନତା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଟୁଇଟରରେ ପୋଷ୍ଟ କରି ପ୍ରଶଂସା କରିଥିବା ବେଳେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଏହି ପିଲାମାନେ କିଏ ତାହା ମୁଁ ଜାଣିନି, କିଏ ଏହି ଭିଡିଓ କରିଛି ତାହା ବି ଜାଣିନାହିଁ । ହେଲେ ସେମାନେ ସଡକ ସୁରକ୍ଷା ବାର୍ତ୍ତାକୁ ଅତି ସୁନ୍ଦର ଭାବେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଆଉ ନୀତିନ ଗଡକରୀଙ୍କ ଏହି ଟୁଇଟ ପରେ ୟୁଜର୍ସମାନେ ରିପ୍ଲାଏ ଦେଇ ଲେଖିଛନ୍ତି, ନୟାଗଡ ଆଦର୍ଶ ବିଦ୍ୟାଳୟର ପିଲାମାନେ ଏହି ଟ୍ରାଫିକ ସଚେତନତା ବାର୍ତ୍ତା ଥିବା ଭିଡିଓ ପ୍ରସ୍ତୁତ କରିଛନ୍ତି ।

from Kanak News
via <a href="https://ifttt.com/?

ପିପିଲିରୁ ଉପନିର୍ବାଚନ ଲଢିବା ପାଇଁ ଇଚ୍ଛାପ୍ରକାଶ କଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ, ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ, ସୁଯୋଗ ମିଳିଲେ ଖୁସି ହେବେ ।

କନକ ବ୍ୟୁରୋ : ଉପନିର୍ବାଚନ ଲଢିବାକୁ ଆଗ୍ରହୀ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲିଥିବା ବେଳେ ପ୍ରତିଭା ମହାରଥୀ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ନିର୍ବାଚନ ଏକ ପ୍ରକିୟା । କିଏ ପ୍ରାର୍ଥୀ ହେବ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେବେ । ତେବେ ସୁଯୋଗ ମିଳିଲେ ସେ ଖୁସି ହେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୁଯୋଗ ମିଳିଲେ ପ୍ରାର୍ଥୀ ହେବା କଥା କହି ପ୍ରତିଭା ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନିର୍ବାଚନ ଲଢିବାରେ କୌଣସି ସମସ୍ୟା ନାହିଁ । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନରୁ କିଏ ଲଢିବ ତାକୁ ନେଇ ଚର୍ଚ୍ଚା ଜୋର ହୋଇ ଆସୁଥିଲା । ଆଉ ଏତିକିବେଳେ ସୁଯୋଗ ମିଳିଲେ ଖୁସି ହେବି କହି ପ୍ରତିଭା ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ଅବଶ୍ୟ ପୂର୍ବରୁ ଆଶା କରାଯାଉଥିଲା, ପିପିଲି ଆସନ ପାଇଁ ମହାରଥୀ ପରିବାରର କାହାକୁ ବିଜେଡି ସୁଯୋଗ ଦେଇପାରେ ।

from Kanak News
via <a href="https://ifttt.com/?

ଚାଟିଂ ସହ ଜମିବ ସପିଂ । ଫିଲ୍ପକାର୍ଟ ଓ ଆମାଜନ୍ ଭଳି ଏଣିକି ହ୍ୱାଟ୍ସଆପରେ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ କରପାରିବେ ଅର୍ଡର ।  

କନକ ବ୍ୟୁରୋ : ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନଟିଏ ନିହାତି ରହୁଛି । ଆଉ ସ୍ମାର୍ଟଫୋନ୍ ଅଛି ମାନେ ହ୍ୱାଟ୍ସଆପ୍ ବି ନିହାତି ଥିବ । ଏହି ମେସେଜିଙ୍ଗ ଆପରେ ଆପଣ ବିଶେଷ କରି ଚାଟିଂ କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନରେ ହ୍ୱାଟ୍ସଆପ୍, ଯୋଗାଯୋଗର ଏକ ମାଧ୍ୟମ ପାଲଟିଛି । ତେବେ ଆପଣ ଭାବୁଥିବେ ଆମେ ଆପଣଙ୍କୁ ଆଜି ହ୍ୱାଟ୍ସଆପ୍ କଥା କାହିଁକି କହୁଛୁ । ଆଜି ଆମେ ହ୍ୱାଟ୍ସଆପକୁ ନେଇ ଆପଣଙ୍କୁ ଏକ ବଡ ଖବର ଦେବୁ । ଆଉ ଖବରଟି ହେଉଛି, ଏଣିକି ଆପଣ ହ୍ୱାଟ୍ସଆପରେ ଚାଟିଂ ସହ ସପିଂ ବି କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ଖବର ବାବଦରେ ପୂରା ତଥ୍ୟ ।

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ରିଟେଲ ଲିମିଟେଡ୍, ନିଜର ଇ-କମର୍ସ ଆପ୍ ଜିଓମାର୍ଟକୁ ହ୍ୱାଟ୍ସଆପ୍ ସହ ଯୋଡିବାର ପ୍ରସ୍ତୁତି ଚଳାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୬ ମାସ ଭିତରେ ଏହି ପ୍ରକ୍ରିୟା ଶେଷ କରିବାର ଯୋଜନା ରଖିଛି ରିଲାଏନ୍ସ । ଆଉ ଏପରି ହେଲେ ଆପଣମାନେ ହ୍ୱାଟ୍ସଆପରେ ଚାଟିଂ କରିବା ସହ ବିଭିନ୍ନ ସାମଗ୍ରୀ ମଧ୍ୟ ଅର୍ଡର କରିପାରିବେ । ସବୁଠାରୁ ବଡ କଥା ହେଉଛି, ସାମଗ୍ରୀ ଅର୍ଡର କରିବା ପାଇଁ ଆପଣଙ୍କୁ ଆପରୁ ବାହାରକୁ ଯିବାକୁ ପଡିବନି । ଆଉ ରିଲାଏନ୍ସର ଏପରି ଯୋଜନା ଆମାଜନ୍ ଏବଂ ଫ୍ଲିପକାର୍ଟ ପରି ସପିଂ ପ୍ଲାଟଫର୍ମକୁ କଡା ଟକ୍କର ଦେବ ।

ରିଲାଏନ୍ସର ଏହି ପଦକ୍ଷେପ ପରେ, ଜିଓମାର୍ଟ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଂଚିବ । ଏହା ସହିତ ଲୋକପ୍ରିୟ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ଏବଂ ଫ୍ଲିପକାର୍ଟକୁ କମ୍ପାନୀ କଡା ଟକ୍କର ମଧ୍ୟ ଦେବ । ଯାହା ଦ୍ୱାରା ଆପଣ ହ୍ୱାଟ୍ସଆପରୁ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ ଅର୍ଡର କରିପାରିବେ । ଆଉ କୁହାଯାଉଛି, ଯେତେବେଳେ ଚାଟିଂରେ ଲୋକମାନେ ସପିଂ କରିବାର ବିକଳ୍ପ ପାଇବେ, ସେତେବେଳେ ଅନ୍ୟ ସାଇଟ୍ ଗୁଡିକ ପ୍ରତି ସେମାନଙ୍କର ମନୋଭାବ ହୁଏତ ହ୍ରାସ ପାଇବ ।

ତେବେ ଗତବର୍ଷ ଅର୍ଥାତ ୨୦୨୦ ମେ ମାସରେ ଏକକାଳୀନ ୨୦୦ ସହରରେ ରିଲାଏନ୍ସ ଜିଓମାର୍ଟ ଲଂଚ କରିଥିଲା । ଆଉ ଯାହା ପରେ ହ୍ୱାଟ୍ସଆପ୍ ସହ କମ୍ପାନୀ ଏକ ଚୁକ୍ତି ମଧ୍ୟ କରିଥିଲା । ଏବଂ ରିଲାଏନ୍ସ ଜିଓର ୯.୯ ପ୍ରତିଶତ ଅଂଶଧନ କିଣିଛି ଫେସବୁକ । ଏବଂ ଏହାକୁ ଏବେ ହ୍ୱାଟ୍ସଆପ୍ ସହ ଯୋଡିବାକୁ ଚାହୁଁଛି କମ୍ପାନୀ । ଯେପରିକି ଅଧିକରୁ ଅଧିକ ଲୋକ ଯୋଡିହୋଇପାରିବେ ଏବଂ ଚାଟିଂ ସମୟରେ ବିନା କୌଣସି ଅସୁବିଧାରେ ଲୋକମାନେ ନିଜ ମନ ପସନ୍ଦର ସବୁ ସାମଗ୍ରୀ ଅର୍ଡର କରିପାରିବେ ।

from Kanak News
via <a href="https://ifttt.com/?

ପଦ ଛାଡିବା ପୂର୍ବରୁ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି । ୭୩ ଜଣ ଦୋଷୀଙ୍କୁ ଦେଲେ କ୍ଷମା । ୭୦ ଜଣଙ୍କ ଦଣ୍ଡ କଲେ କୋହଳ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ପଦ ଛାଡିବାର କେଇ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ରାଷ୍ଟ୍ରପତି କ୍ଷମତାର ଉପଯୋଗ କରି ୭୩ ଜଣ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦେଇଥିବାବେଳେ ୭୦ ଜଣ ଦୋଷୀଙ୍କର ଦଣ୍ଡକୁ କମାଇ ଦେଇଛନ୍ତି । ଏହା ଭିତରେ ଟ୍ରମ୍ପଙ୍କ କେତେକ ରାଜନୈତିକ ସହଯୋଗୀ ଥିବା ମଧ୍ୟ କୁହାଯାଉଛି ।

ଡିସେମ୍ବର ମାସରେ କ୍ଷମା ଯାଚିକା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ଏକାଧିକ ଅନୁରୋଧ ଆସିଥିଲା । ଏହା ଭିତରେ ହ୍ୱାଇଟ ହାଉସର ପୂର୍ବ ପରାମର୍ଶଦାତା ମଧ୍ୟ ସାମିଲ ଥିଲେ । ଟ୍ରମ୍ପ ଏମାନଙ୍କ ଭିତରୁ କିଛି ଲୋକଙ୍କ ଦଣ୍ଡକୁ ଆଜି ପୁରାପୁରି କ୍ଷମା କରିଦେଇଥିବାବେଳେ ଆଉ କେତେକଙ୍କ ଦଣ୍ଡକୁ କମାଇ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଟ୍ରମ୍ପ ଆମେରିକାର ପୂର୍ବତନ ସୁରକ୍ଷା ପରାମର୍ଶଦାତା ମାଇକେଲ କ୍ଲିନ୍, ପୂର୍ବତନ ପରାମର୍ଶଦାତା ରୋଜର ଷ୍ଟୋନ୍ ଓ ପୂର୍ବତନ କ୍ୟାମ୍ପେନ୍ ମ୍ୟାନେଜର ପାର୍ଲ ମନଫୋଟଙ୍କ ଦଣ୍ଡକୁ ସମ୍ପୂର୍ଣ୍ଣ କ୍ଷମା କରିଦେଇଛନ୍ତି । ବିଭିନ୍ନ ଅଭିଯୋଗରେ ଗତବର୍ଷ ଏମାନଙ୍କୁ ଦଣ୍ଡାଦେଶ ଶୁଣାଇଯାଇଥିଲା । ହେଲେ ଟ୍ରମ୍ପ ଏମାନଙ୍କ ଦଣ୍ଡକୁ ଏବେ କୋହଳ କରିଦେଇଛନ୍ତି ।

ଆଜି ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶେଷ ଦିନ । ଜୋ ବାଇଡେନ୍ ଆଉ ମାତ୍ର କିଛି ଘଣ୍ଟା ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏହାପୂର୍ବରୁ ଟ୍ରମ୍ପଙ୍କ ଏହି କ୍ଷମାଦାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ବିଡିଓର ପରିଚୟ ଦେଇ ଟଙ୍କା ଠକେଇ । ଏଟିଏମର ୧୬ ଟିକିଆ ନମ୍ବର ନେଇ ଖାଲି କରିଦେଲେ ଆକାଉଣ୍ଟ ।

କନକ ବ୍ୟୁରୋ : ବିଡିଓର ପରିଚୟ ଦେଇ ଟଙ୍କା ଠକେଇ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଳ୍ଲା ଫିରିଙ୍ଗିଆ ବ୍ଲକରୁ । ନିଜକୁ ବିଡିଓ କହି, ଫୋନ୍ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳର କାର୍ଯ୍ୟରତ ଆଶାକର୍ମୀ ମାନଙ୍କଠାରୁ କେହି ଜଣେ ଦୁର୍ବୃତ୍ତ ଟଙ୍କା ଗାଏବ୍ କରିନେଉଥିବା ଅଭିଯୋଗ ହୋଇଛି । ଏ.ଟିଏମ୍. ର ୧୬ଟି ନମ୍ବର ନେଇ ୩୦ ହଜାର ଟଙ୍କା ଉଠେଇ ନେଇଥିବା ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଚହଳ ସୃଷ୍ଟି ହୋଇଛି ।

ସେମାନଙ୍କ ଟାର୍ଗେଟରେ ଅଛନ୍ତି ଆଶାକର୍ମୀ । ଫିରିଙ୍ଗିଆ ବ୍ଲକର ତଳ ତଣ୍ଡିକିଆ ପଂଚାୟତର ମାଦିଲିପଦର ଗ୍ରାମର ଆଶାକର୍ମୀ ସସ୍ମିତା କହଁର ୩୦ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ ଗାୟବ କରିଛନ୍ତି । ଆଶାକର୍ମୀମାନଙ୍କ ଖାତାକୁ ୧୫ହଜାର ଟଙ୍କା ଯିବ ଓ ସେମାନେ ମାସ୍କ ଓ ସାନିଟାଇଜର କିଣି ଗାଁରେ ବାଣ୍ଟିବେ ବୋଲି କହି ଏ.ଟି.ଏମ୍. ନମ୍ବର ମାଗିଥିଲେ ଦୁର୍ବୃତ୍ତ ।

ନିଜକୁ ବି.ଡି.ଓ. ପରିଚୟ ଦେଇ ଫିରିଙ୍ଗିଆ ବ୍ଲକର ମାଲିପଦର, ମାଶ୍ରିପଡା, ସାଇତିଙ୍ଗିଆ, ବନ୍ଧଗଡ ଓ ଆଶାକର୍ମୀଙ୍କୁ ଫୋନ୍ କରିଥିଲେ ଦୁର୍ବୃତ୍ତ । ସେପଟେ ମେଡିକାଲ୍ ଅଫିସର୍ କହିଛନ୍ତି- କୌଣସି ଟଙ୍କା ଆଶାକର୍ମୀଙ୍କ ଆକାଉଣ୍ଟକୁ ପଠାଯାଇନାହିଁ କିମ୍ବା କୌଣସି ଯୋଜନା ମଧ୍ୟ ନାହିଁ ବୋଲି ମେଡ଼ିକାଲ ଅଧିକାରୀ କହିଛନ୍ତି ।

from Kanak News
via <a href="https://ifttt.com/?

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ । ତାଣ୍ଡବ ୱେବସିରିଜକୁ ନେଇ ଆଣିଥିଲେ ଅଭିଯୋଗ

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା କଥା ସମସ୍ତଙ୍କୁ ଜଣା । ବିଭିନ୍ନ ସମୟରେ ତାଙ୍କ ବିଭିନ୍ନ ଟ୍ୱିଟକୁ ନେଇ ମଧ୍ୟ ଝଡ ସୃଷ୍ଟି ହୋଇଥାଏ । ହେଲେ ବୁଧବାର ତାଙ୍କ ନିଜର ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଯିବା ଘଟଣା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଏନେଇ କଙ୍ଗନା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

https://platform.twitter.com/widgets.js

ଟ୍ୱିଟରର ସିଇଓ ଜ୍ୟାକଙ୍କୁ ଟ୍ୟାଗ୍ କରି କଙ୍ଗନା ଲେଖିଛନ୍ତି, ନିଜକୁ ଉଦାରବାଦୀ କହୁଥିବା ଲୋକମାନେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଜ୍ୟାକଙ୍କ ପାଖରେ କାନ୍ଦିବାକୁ ଲାଗିଛନ୍ତି । ଫଳରେ ତାଙ୍କ ଆକାଉଣ୍ଟ ବୁଧବାର କିଛି ସମୟ ପାଇଁ ବନ୍ଦ ହୋଇଥିଲା । ସେହି ଲୋକମାନେ କଙ୍ଗନାଙ୍କୁ ଧମକ ଦେଉଥିବା କଥା ମଧ୍ୟ ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏହାସହ ଫିଲ୍ମ ଜରିଆରେ ସେ ତାଙ୍କର ଦେଶଭକ୍ତ ଚରିତ୍ର ଆଗକୁ ଆଣିବେ ବୋଲି ଲେଖିଛନ୍ତି । କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ପୁଣିଥରେ ସାଧାରଣ ଭାବେ ଚାଲିବା ପରେ ସେ ଏହି ଟ୍ୱିଟ୍ କରି ତାଙ୍କ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି ।

ବିଭିନ୍ନ ଘଟଣାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ କିଛି ନା କିଛିି ଟ୍ୱିଟ୍ କରିଥାନ୍ତି । ଏହାକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥାଏ । କିଛି ଦିନ ତଳେ କଙ୍ଗନା ତାଣ୍ଡବ ୱେବସିରିଜକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏଥିରେ ଥିବା କିଛି ଦୃଶ୍ୟକୁ ନେଇ ସେ ଆପତ୍ତି ଉଠାଇଥିଲେ । ନିର୍ଦ୍ଦେଶକ ଜାଣିଶୁଣି ଏହି ସିରିଜରେ ଭଗବାନ ଶିବଙ୍କୁ ଭିନ୍ନ ଧରଣରେ ଚିତ୍ରିତ କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ ବିବାଦ ଠିଆ ହୋଇଥିଲା ।

from Kanak News
via <a href="https://ifttt.com/?

ବଜାରରେ ବିକ୍ରି ହେଉଛି ନକଲି ଲେବର କାର୍ଡ, ଶ୍ରମିକଙ୍କୁ ଠକି ମାଲାମାଲ ହେଉଛନ୍ତି ଦଲାଲ୍ । ଆଳି ଓ ରାଜକନିକା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ : ହଜାରେ ଟଙ୍କା ଦେଲେ ମିଳୁଛି ଲେବର କାର୍ଡ, ତାହା ପୁଣି ନକଲି କାର୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ଆଳି ଓ ରାଜକନିକା ବ୍ଲକରେ । ଆଉ ଏହି ଘଟଣାରେ ଲେବର କାର୍ଡ ଦଲାଲ ହେଉଛନ୍ତି ମାଲାମାଲ୍ । ଏହି ଦୁଇ ବ୍ଲକରେ ମାତିଛନ୍ତି ଲେବର କାର୍ଡ ଦଲାଲ ।

ଆଳି ବ୍ଲକର ବଡଆଙ୍କୋ ଗାଁର ଅନେକ ଲୋକ ଆଳି ବଜାରରେ ଥିବା ଏକ ଇଣ୍ଟରନେଟ ଦୋକାନରେ ଲେବର କାର୍ଡ ଲାଗି ୯ଶହ ଟଙ୍କା ଲେଖାଏଁ ଦେଇ କାର୍ଡ କରିଥିଲେ । ହେଲେ ପରେ ଏହା ନକଲି ବୋଲି ଜଣାପଡିଥିଲା । ସବୁଠାରୁ ବଡ କଥା ହେଲା, ଦଲାଲ ମାନେ ଘର ଘର ବୁଲି ଟଙ୍କା ନେଇ କାର୍ଡ ଦେଉଥିବା ଦେଖିବାକୁ ମିଳିଛି ରାଜକନିକା ବ୍ଲକରେ । ଦଲାଲ ମାନେ ଘର ଘର ବୁଲି ହଜାର ହଜାର ଟଙ୍କା ନେଉଥିବାର ଏସକ୍ଲୁସିଭ ଭିଜୁଆଲ ଲାଗିଛି କନକ ନ୍ୟୁଜ ହାତରେ ।

ଜଣେ ମହିଳା ଦଲାଲ ଓ ଜଣେ ପୁରୁଷ ଦଲାଲ ଘର ନିକଟରେ ପହଁଞ୍ଚି ଟଙ୍କା ନେଇ ଅଯୋଗ୍ୟ ହିତାଧୀକାରିଙ୍କୁ କାର୍ଡ ପ୍ରଦାନ କରୁଛନ୍ତି । ଏ ସର୍ମ୍ପକରେ ଜିଲ୍ଲାପାଳ କହିଛନ୍ତି ଯେ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧୀକାରିଙ୍କ ନା କାଟାଯିବା ସହିତ ଦଲାଲମାନଙ୍କ ଉପରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

from Kanak News
via <a href="https://ifttt.com/?

ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ଦମ୍ ଦେଖାଉଛନ୍ତି ଦିବ୍ୟାଙ୍ଗ କ୍ରିକେଟର । ଗାଁ ଗ୍ରାଉଣ୍ଡରେ ଗୋଟିଏ ଗୋଡରେ ଖେଳି ପାଲଟିଛନ୍ତି ଗାଁର ହିରୋ ।

କନକ ବ୍ୟୁରୋ: ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ପଡିଆରେ ଚାଲେ ପ୍ରଶାନ୍ତଙ୍କ ପତିଆରା । ଯେତେବେଳେ ପ୍ରତିପକ୍ଷଙ୍କ ଘାତକ ବୋଲିଂ ଆଗରେ ପ୍ରବଳ ଚାପରେ ଥାଏ ଟିମ୍ ସେତେବେଳେ ପ୍ରତିପକ୍ଷଙ୍କୁ ପ୍ରହାର ଦେବାକୁ ପ୍ରଶାନ୍ତଙ୍କୁ ଖୋଜନ୍ତି ସମସ୍ତେ । ଆଉ ଯେବେ ବ୍ୟାଟ ଧରି ପାଭିଲିୟନରୁ ବାହାରି ଆସନ୍ତି ପ୍ରଶାନ୍ତ ସେବେ କରତାଳିରେ କମ୍ପିଯାଏ ଗାଁ ମଝିର ଷ୍ଟାଡିୟମ । ଛକା ଚୌକା ପିଟନ୍ତି, ପଡିଆରେ ପ୍ରତିପକ୍ଷଙ୍କୁ ଧୂଲେଇ କରନ୍ତି ଆଉ ପରାଜୟ ମୁହଁରୁ ବଞ୍ଚାଇ ନିଜ ଦଳକୁ ବିଜୟର ଟୀକା ପିନ୍ଧାନ୍ତି । ଆଉ ତାପରେ ସାରା ଅଞ୍ଚଳ ଦେଖେ ଜଣେ ଦିବ୍ୟାଙ୍କ କ୍ରିକେଟରଙ୍କ ଦମ୍, ଅକ୍ଷମଙ୍କ ଭିତରେ ସକ୍ଷମର ଜୋସ୍ ।

ହଁ ପଡିଆରେ ପତିଆରା ବିସ୍ତାର କରୁଥିବା ଏ ଦିବ୍ୟାଙ୍ଗ ଖେଳାଳୀ ଜଣଙ୍କ ହେଉଛନ୍ତି ପ୍ରଶାନ୍ତ ରାଉତ । ଅନୁଗୁଳ ବଁରପାଳ ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବକ । ଗୋଟିଏ ଗୋଡରେ କ୍ରିକେଟ ଖେଳି ସମସ୍ତଙ୍କୁ ଚକିତ କରିଦିଅନ୍ତି ପ୍ରଶାନ୍ତ । ବାଡିଟିଏ ଧରି ପୂରା ପଡିଆ ସାରା ଧାଉଁଥାନ୍ତି ସେ । ଫିଲ୍ଡିଂ, ବ୍ୟାଟିଂ, ବୋଲିଂ ସବୁଥିରେ ମାହିର ପ୍ରଶାନ୍ତ ରାଉତ । ସେଇଥିପାଇଁ ତ ପ୍ରଶାନ୍ତଙ୍କୁ କେହି କେହି ମ୍ୟାଚ୍ ଫିନିସର ବି ଡାକନ୍ତି । ପଡିଆରେ ଯେତେବେଳେ ଗୋଟିଏ ଗୋଡରେ ପ୍ରଶାନ୍ତ ଖେଳୁଥାନ୍ତି ସେତେବେଳେ ପଡିଆ ବାହାରେ ବସି ତାଙ୍କ ପ୍ରତିଟି ଖେଳର ମଜା ନେଉଥାନ୍ତି ଦର୍ଶକ ।

ପିଲାବେଳୁ କ୍ରିକେଟ ପ୍ରତି ଥିଲା ପ୍ରଶାନ୍ତଙ୍କ ପ୍ରବଳ ନିଶା । କିନ୍ତୁ ଭାଗ୍ୟର ବିଡମ୍ବନା ୮ ବର୍ଷ ବୟସରେ ସ୍କୁଲରେ ଖେଳୁଥିବା ବେଳେ ହିଁ ଏକ ଦୁର୍ଘଟଣା ଯୋଗୁଁ ତାଙ୍କୁ ବାମଗୋଡ ହରାଇବାକୁ ପଡିଲା । ଖେଳ ପ୍ରତି ଅହେତୁକ ଇଚ୍ଛାଥିଲେ ବି କ୍ରିକେଟକୁ ନେଇ ସବୁ ସ୍ୱପ୍ନକୁ ଜଳାଞ୍ଜଳୀ ଦେବାକୁ ପଡିଥିଲା । ମାତ୍ର ଖେଳ ପ୍ରତି ନିଶା ଓ ନିଷ୍ଠାପରତା ପାଇଁ ସ୍ଥାନୀୟ ପିଲାଙ୍କୁ ନେଇ ଏକ ଟେନିସ ବଲ କ୍ରିକେଟ ଟିମ୍ ଗଢିଥିବା ବେଳେ ତାର କ୍ୟାପଟେନ ଅଛନ୍ତି ପ୍ରଶାନ୍ତ ।

ଗ୍ରାମଞ୍ଚଳ କ୍ରିକେଟରେ ନାଁ କରିଥିବା ପ୍ରଶାନ୍ତ ନିଜ ନିଆରା ପ୍ଲେଇଙ୍ଗ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ । ମାତ୍ର ଏଯାଏଁ ତାଙ୍କୁ କୌଣସି ସୁଯୋଗ ମିଳିନି । ତେବେ ପ୍ରଶାସନିକ ସ୍ତରରେ କିମ୍ବା କାହାର ସୁନଜର ପଡିଲେ ଗାଁରେ ଫୁଟୁଥିବା ଏ ମଲ୍ଲି ଦିନେ ନା ଦିନେ ଓଡିଶା ପାଇଁ ଗୌରବ ଆଣିପାରନ୍ତି  ।

from Kanak News
via <a href="https://ifttt.com/?

Design a site like this with WordPress.com
Get started