ପାରାଦୀପ ଗସ୍ତ କରି ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ । ଅତି ନିକଟରୁ ଦେଖିଲେ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳ ।

କନକ ବ୍ୟୁରୋ : ଯୁଦ୍ଧଜାହାଜ ବୁଲିଦେଖିଲେ ଲୋକପ୍ରତିନିଧି । ରାଜ୍ୟର ଶହେରୁ ଅଧିକ ବିଧାୟକ ମଙ୍ଗଳବାର ପାରାଦୀପ ଗସ୍ତ କରି ଭାରତୀୟ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି । ଭୁବନେଶ୍ୱରରୁ ବସ୍ ଯୋଗେ ପାରାଦୀପ ଅଠରବାଙ୍କୀରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିିରେ ମାଲ୍ୟାପଣ କରିଥିଲେ ବାଚସ୍ପତି ଓ ଅନ୍ୟ ସବୁ ବିଧାୟକ । ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ଜଳସାରେ ପହଂଚିଥିଲେ ।

ପାଖାପାଖି ୧୦୦ କିଲୋମିଟର ସମୁଦ୍ର ଭିତରକୁ ଯାଇ ସେଠାରେ ବିଶାଖାପାଟଣାରୁ ଆସିଥିବା ୩ଟି ଯୁଦ୍ଧ ଜାହାଜ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ଆଇଏନଏସ୍ ସାହଦ୍ରି, ଆଇଏନଏସ ଶକ୍ତି ଓ ଆଇଏନଏସ୍ ସିବାଲିକ୍ ଏଥିରେ ସାମିଲ ହୋଇଥିଲେ । ଏପରିକି ଲଢ଼ୁଆ ଯୁଦ୍ଧବିମାନ ମଧ୍ୟ ଏହି କୌଶଳ ପ୍ରଦର୍ଶନରେ ସାମିଲ ହୋଇଥିଲା । ବିଧାୟକଙ୍କ ପାରାଦୀପ ଗସ୍ତ ନେଇ ଜଗତସିଂହପୁର ଜିଲ୍ଲା ପୁଲିସ୍ ଓ ନୌସେନା ପକ୍ଷରୁୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

from Kanak News
via <a href="https://ifttt.com/?

ରେଡିଓ ଚକଲେଟର’ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ପ୍ରଦର୍ଶନୀ ଆଜି: ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ; ପ୍ରଦର୍ଶନୀ ବୁଲି ଦେଖିବାକୁ ଚାହୁଁଥିଲେ ଏହି ନମ୍ବରରେ କରିପାରିବେ ପଂଜିକରଣ

କନକ ବ୍ୟୁରୋ: ରେଡିଓ ଚକଲେଟ ପକ୍ଷରୁ କୃଷି ଦିବସରେ ‘କିସାନଫ୍ଲେକ୍ସ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ଶୀର୍ଷକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରସୁଲଗଡ଼ସ୍ଥିତ ସମ୍ବାଦ ଭବନ ପରିସରରେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହା ଚାଲିବ। ପୂର୍ବାହ୍ନ ସାଢ଼େ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ।

ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, କିଷାନଫ୍ଲେକ୍ସର ନିର୍ଦ୍ଦେଶକ ଅନୀଲ କେ. ଝୱର, ନାବାର୍ଡର ସହକାରୀ ମହାପ୍ରବନ୍ଧକ ସୁଧାଂଶୁ ଶେଖର ଚାଉଳିଆ ଏବଂ ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲ ଯୋଗଦେବେ।

ତେବେ ଯେଉଁମାନେ ପ୍ରଦର୍ଶନୀ ବୁଲି ଦେଖିବା ସହ ପରାମର୍ଶ ନେବା ପାଇଁ ଚାହିବେ ସେମାନେ ହ୍ବାଟ୍ସଆପ୍ ନମ୍ବର ୮୯୦୮୦୨୦୧୦୪ରେ ପଞ୍ଜୀକରଣ କରିପାରିବେ। ଏହି ଅବସରରେ ରେଡିଓ ଚକଲେଟ୍ ପକ୍ଷରୁ କୃଷକମାନଙ୍କୁ ସମର୍ପିତ ଏକ ସ୍ବତନ୍ତ୍ର ସାପ୍ତାହିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

from Kanak News
via <a href="https://ifttt.com/?

ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ

କନକ ବ୍ୟୁରୋ: ଦୀର୍ଘ ମାସ ପରେ ମିଳିଲା ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ ।

ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଅନ୍ୟପଟେ, ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବାଲୁକା କଳାକୃତି ତିଆରି କରିଛନ୍ତି ପ୍ରସିଦ୍ଧ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ କଳକୃତି । ଏହାସହ କୋଭିଡ ନିୟମ ମାନିବାକୁ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତା ଦେଇଛନ୍ତି ସୁଦର୍ଶନ ।

from Kanak News
via <a href="https://ifttt.com/?

ଡରାଉଛି ଭୁତାଣୁର ନୂଆ ରୂପ : ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍

କନକ ବ୍ୟୁରୋ : ବ୍ରିଟେନରେ ଦେଖା ଦେଇଥିବା ମହାମାରୀ କୋଭିଡର ନୂଆ ଷ୍ଟ୍ରେନ । ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ । ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟ ।

ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଭାବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ବିଏମସି କର୍ତୁପକ୍ଷ, କ୍ୟାପିଟାଲ ହସ୍ପିଟାଲ କର୍ତୁପକ୍ଷ, ଝାରସୁଗୁଡା ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ବ୍ରିଟେନରୁ ଦିଲ୍ଲୀକୁ ଫେରିଥିବା ୫ଜଣ ଯାତ୍ରୀ ଓ କୋଲକାତାକୁ ଫେରିଥିବା ୨ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ଓଡିଶା ସରକାର ସତର୍କତାମୂଳକ ଭାବେ ଏସଓପି ଜାରି କରି ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

from Kanak News
via <a href="https://ifttt.com/?

ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍‌

କନକ ବ୍ୟୁରୋ : ଦେହରେ ଅସଲି ପୋଷାକ, ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ନକଲି ପୁଲିସ। ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ବିଶ୍ବାସ ଜନ୍ମାଇ ଲୁଟପାଟ୍‌ କରୁଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଏଭଳି ରୢାକେଟ୍ କାମ କରୁଥିବା ବେଳେ ଗତ କିଛିଦିନ ହେଲା ସକ୍ରିୟ ହୋଇ ଉଠିଛନ୍ତି। ଥାନାକୁ ଏପରି ଅଭିଯୋଗ ଆସିବା ପରେ ଏହି ନକଲି ରୢାକେଟ୍ ସମ୍ପର୍କରେ ଜଣାପଡ଼ିଛି।

ଆଜି ଇନ୍‌ଫୋସିଟି ଅଞ୍ଚଳରେ ଏପରି ଏକ ଅଭିଯୋଗ ପହଞ୍ଚିଛି। ସନ୍ଧ୍ୟାରେ କାନନବିହାର ପେଟ୍ରୋଲ ପମ୍ପ ନିକଟରେ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କଠାରୁ ଲୁଟ୍ କରିଛନ୍ତି ଦୁଇ ଦୁର୍ବୃତ୍ତ। ଅଭିଯୋଗ ଅନୁସାରେ, ଦୁଇ ବରିଷ୍ଠ ନାଗରିକ ଦମ୍ପତି ସନ୍ଧ୍ୟାରେ ଚାଲିଚାଲି କାନନବିହାର ଛକ ମୁଖ୍ୟ ରାସ୍ତା ଆଡ଼କୁ ଯାଉଥିଲେ। ସେହି ସମୟରେ ଦୁଇ ଯୁବକ ବାଇକ୍‌ରେ ଆସି ନିଜକୁ ସ୍ପେସାଲ ସ୍କ୍ବାଡ୍ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ସେମାନଙ୍କ ଭିତରୁ ଜଣେ ପୁଲିସ ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଜଣେ ସାଦା ପୋଷାକରେ ଥିଲେ। ବରିଷ୍ଠ ନାଗରିକ ଦମ୍ପତି ସୁନା ଗହଣା ପିନ୍ଧିଥିବା ଦେଖି ସେମାନଙ୍କୁ ଅଟକାଇଥିଲେ।

କିଛି ସମୟ ଧରି ଦମ୍ପତିଙ୍କ ସହ ଭଲରେ କଥାବାର୍ତ୍ତା ହୋଇଥିଲେ। ସେହି ରାସ୍ତାର ଗୋଟିଏ ନିର୍ଦ୍ଦିଷ୍ଟ ଲୁଟେରା ବୁଲୁଥିବାରୁ ସେମାନେ ବାଇକ୍‌ରେ ପାଟ୍ରୋଲିଂ କରୁଥିବା କହିଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ନକଲି ପୁଲିସ ପରିଚୟପତ୍ର ଦେଖାଇଥିଲେ। ଯେଉଁ ଗହଣା ପିନ୍ଧିଛନ୍ତି, ତାହାକୁ ଖୋଲି ଦେଇ ଦେବା ଲାଗି କହିଥିଲେ। ସେମାନେ ସେଠାରେ ପାଟ୍ରୋଲିଂ କରୁଛନ୍ତି ଓ ଫେରିବା ସମୟରେ ଗହଣା ଫେରାଇ ଦେବେ ବୋଲି ଦମ୍ପତିଙ୍କୁ କହିଥିଲେ। ଦମ୍ପତି ଗହଣା ଖୋଲି ନକଲି ପୁଲିସଙ୍କ ହାତରେ ଦେବା ପରେ ସେମାନେ ଫେରାର୍‌ ହୋଇଯାଇଥିଲେ ।

ଦମ୍ପତି ଏ ନେଇ ଘରେ ଜଣାଇବା ପରେ ତାଙ୍କ ପୁଅ ବିଶ୍ବଜିତ ଆଚାର୍ଯ୍ୟ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ କାନନବିହାର ପେଟ୍ରୋଲ ପମ୍ପ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ଚିତ୍ରାଳୟରେ ମଧ୍ୟ ପୁଲିସ୍ ପୋଷାକ ଭଡ଼ାରେ ନେଇଥିବା ଲୋକଙ୍କୁ ବିଷୟରେ ପଚରାଉଚରା ଚଳାଇଛି।

from Kanak News
via <a href="https://ifttt.com/?

ବାଲିପାଟଣା ଥାନା ବନମାଳୀପୁର ଗାଁରେ ଚାଂଚଲ୍ୟ : ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ଗାଁ ଲୋକଙ୍କୁ ଡାକି ନିଜେ ସ୍ୱୀକାର କଲା ସ୍ତ୍ରୀ

କନକ ବ୍ୟୁରୋ : କଥାରେ ଅଛି ମଣିଷ ମରା ପାପ କେବେ ଲୁଚେନି। ଦିନେ ନା ଦିନେ ସାତ ତାଳ ପଙ୍କ ତଳୁ ଫୁଟି ବାହାରେ। ଠିକ୍‌ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଆଜି ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଦୀର୍ଘ ୩ ମାସ ପରେ ନିଜକୁ ନିଜେ ଧରାପଡ଼ିଯାଇଛି ପତି ହତ୍ୟାକାରୀ ପତ୍ନୀ। ସ୍ବାମୀକୁ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇ ମାମଲାକୁ ଏତେ ଦିନ ଲୁଚେଇ ରଖିବା କଥା ନିଜ ମୁହଁରେ ସ୍ବୀକାର କରିଛି ସ୍ତ୍ରୀ। ଗତ ସେପ୍ଟେମ୍ବର ମାସରୁ ନିଧିରାମ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ମିଳି ନଥିଲେ ।

ଘଟଣାଟି ଏମିତି। ସେହି ଗ୍ରାମର ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବନମାଳିପୁର ଗାଁକୁ ନିଜ ଦୁଇ ଝିଅଙ୍କ ସହ ଫେରି ଆସି ଭଡ଼ାଘରେ ରହିଥିଲେ। କିଛି ଦିନ ପରେ ସେହି ଗାଁର ଘନ ଗିରିଙ୍କ ପୁଅ ନିଧିଙ୍କ ସହିତ ଲିଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ଏକାଠି ରହିଲେ ଓ ନିଧିଙ୍କ ଔରସରୁ ଲିଲି ପୁଣି ୨ଟି ଝିଅ ଓ ଏକ ପୁଅକୁ ଜନ୍ମ ଦେଇଥିଲେ। ତେବେ ଲିଲିଙ୍କ ଚରିତ୍ରକୁ ନେଇ ନିଧି ସନ୍ଦେହ କରୁଥିଲେ। ଫଳରେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା।

ଲିଲି ଦେଇଥିବା ବୟାନ୍‌ ଅନୁସାରେ ଘଟଣା ଦିନ ନିଧି ଘରେ ଝଗଡ଼ା କରିବାରୁ ସେ ଏକ ହେମଦସ୍ତା ପୁଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେହିଠାରେ ହିଁ ନିଧି ଟଳି ପଡ଼ିଥିଲେ। ନିଧିଙ୍କ ମୃତଦେହକୁ ଲିଲି ଘରେ ୩ ଦିନ କାଳ ଲୁଚାଇ ରଖିଥିଲେ ଓ ପର ଦିନ ରାତିରେ ବାଡ଼ି ପଟ ବାଉଶଁବୁଦା ମୂଳରେ ପୋଡ଼ି ଦେଇଥିଲେ। ପୂରା ପୋଡ଼ି ନ ହେବାରୁ ଅର୍ଦ୍ଧଦଗ୍‌ଧ ଶରୀରକୁ ସେହିଠାରେ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ଏହା ପରେ ସେ ବାଲିପାଟଣା ଥାନାରେ ନିଧି ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହା ଭିତରେ କିନ୍ତୁ ଲିଲିର ହାବଭାବ ଚାଲିଚଳଣି ବଦଳି ଯାଇଥିଲା। ସେ ବହୁ ସମୟରେ ଭୟଭୀତ ରହୁଥିବା ଲୋକେ ଲକ୍ଷ୍ୟ କରୁଥିଲେ।

ତେବେ ସେ ଯେ ନିଜେ ବିଭିତ୍ସ ହତ୍ୟାକାଣ୍ଡ ଭିଆଇଛି ବୋଲି କେହି ସାମାନ୍ୟତମ ସୁରାକ୍‌ ପାଇନଥିଲେ। ବରଂ ବିଚାରି ଦୁଇ ଦୁଇ ଜଣଙ୍କ ହାତ ଧରିବା ପରେ ବି ଶେଷକୁ ଅସହାୟ ହୋଇ ପଡ଼ିଲା ବୋଲି ସମସ୍ତେ ତାକୁ ଦୟା ଦେଖାଉଥିଲେ। ହେଲେ ଆଜି ସନ୍ଧ୍ୟାରେ ଲିଲି ହଠାତ୍ ପାଖ ପଡ଼ୋଶୀଙ୍କୁ ଡାକି ସବୁ ସତ ଉଗାରି ପକାଇଥିଲା। ପଡ଼ୋଶୀମାନେ ଲିଲି ମୁହଁରୁ ଏହା ଶୁଣିବା ପରେ ନିଜ କାନକୁ ବିଶ୍ବାସ କରି ପାରିନଥିଲେ। ଖବର ସଙ୍ଗେ ସଙ୍ଗେ ପ୍ରଚାରିତ ହୋଇ ଯାଇଥିଲା। ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସେଠାରେ ପହଞ୍ଚିଥିଲେ।

ପୁଲିସ ଟିମ୍‌ ବାଉଁଶବୁଦା ମୂଳକୁ ଯାଇ ଅଳିଆ ଭିତରୁ ଖପୁରି ଓ କିଛି ହାଡ଼ ଜବତ କରିଥିଲା। ପୁଲିସ ଲିଲିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ଲିଲିଙ୍କ ଚରିତ୍ରକୁ ନେଇ ଗାଁ ଲୋକେ ଏହି ବିଭିତ୍ସ ହତ୍ୟାକାଣ୍ଡରେ ଆଉ କେହି ସାମିଲ୍ ଥିବା ସନ୍ଦେହ କରୁଛନ୍ତି। ପୁଲିସ ସୂଚନାନୁସାରେ ଜବତ ହାଡ଼ରୁ ନିଧିଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।

from Kanak News
via <a href="https://ifttt.com/?

ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।

କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଆରମ୍ଭ ହେଉଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ସେବାୟତ କରିବେ ମନ୍ଦିର ଦର୍ଶନ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ ।

ଭିତର ବେଢାରେ ସାତପାହାଂଚ ପାଖରେ ଗରୁଡସ୍ତମ୍ଭ ନିକଟରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା ରହିବ । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ପ୍ରଶାସନ ।

from Kanak News
via <a href="https://ifttt.com/?

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ 

କନକ ବ୍ୟୁରୋ : ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହାତକୁ ଦି ହାତ ହୋଇଛନ୍ତି ଏହି ବୋଲର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଚହଲ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

https://platform.twitter.com/widgets.js

ଏହି ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଦୁବାଇରେ ଆଇପିଏଲ ବେଳେ ଧନଶ୍ରୀଙ୍କୁ ଚହଲଙ୍କ ସହ ଦେଖାଯାଇଥିଲା । ଏହାସହ ବାଙ୍ଗାଲୋର ଜର୍ସି ପିନ୍ଧି ଖେଳାଳିଙ୍କୁ ଉତ୍ସାହିତ ମଧ୍ୟ କରୁଥିଲେ ଧନଶ୍ରୀ ।

ଧନଶ୍ରୀ ଜଣେ ଡାକ୍ତର, କୋରିଓଗ୍ରାଫର ଓ ୟୁଟୁବର । ଧନଶ୍ରୀ ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରନ୍ତି । ତେବେ ଧନଶ୍ରୀ ବର୍ମା ନାଁରେ ଏକ ଡ୍ୟାନ୍ସ ଏକାଡେମୀ ମଧ୍ୟ ସେ ଚଲାନ୍ତି । ବିବାହକୁ ନେଇ ଉଭୟ ଖୁସି ଥିବା କହିଛନ୍ତି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀରୁ ପାଣି ଶୁଖାଯାଇଥିଲା । ଏକ ପଲିଥିନରେ ଗୁଡା ହୋଇ ପୋଖରୀରେ ପଡିଥିବା ବେଳେ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସକୁ ଜବତ କଲା ଏସଆଇଟି ଟିମ୍ ।

ପରୀ ହତ୍ୟା ମାମଲାରେ ଏସଆଇଟି ଯଦୁପୁର ଗାଁରୁ ଅଭିଯୁକ୍ତ ସରୋଜକୁ ଗିରଫ କରିଛି । ଏହାସହ ତାକୁ କୋର୍ଟ ଚାଲଣ ପରେ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସଆଇଟି । ଏହାସହ ପରୀକୁ ସରୋଜ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବୋଲି ଏସଆଇଟି ସୂଚନା ଦେଇଛି ।

ପୂର୍ବରୁ ଏହି ମାମଲାରେ ଏସଆଇଟି ଟିମକୁ ପରୀର ଫ୍ରକ ମିଳିଥିଲା । ତେବେ ଏଥିରେ ଲାଗିଥିବା ସିମେନ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ଏସଆଇଟି । ଏହାସହ ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ଖୋଳତାଡ ଜାରି ରଖିଛି ଏସଆଇଟି ।

from Kanak News
via <a href="https://ifttt.com/?

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ

କନକ ବ୍ୟୁରୋ : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା ଉପରେ ସମସ୍ତ ନାଗରିକଙ୍କ ଅଧିକାର ରହିଛି ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ । ଯେଉଁଠାରେ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଓ ସଂସ୍କୃତ ଶିକ୍ଷା ଦିଆଯାଉଛି । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ବିଭାଗ, ଡଜନ ଡଜନ ହୋଷ୍ଟେଲ ଓ ହଜାର ହଜାର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଦେଖିଲେ ଏହା ଏକ ମିନି ଇଣ୍ଡିଆ ବୋଲି କୁହାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଅନ୍ୟ ଦେଶ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନୂଆ ଭାରତର ଗଠନ ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଛନ୍ତି ମୋଦୀ । ଆମେ ଆମର ସମସ୍ତ ପାର୍ଥକ୍ୟକୁ ଭୂଲିଯାଇ ନୂଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ ବୋଲି ଏଏମୟୁର ଶତବାର୍ଷିକୀରେ ଭିଡିଓ କନଫରେସିଂ ଜରିଆରେ ଯୋଗଦେଇଥିବା ବେଳେ କହିଛନ୍ତି ମୋଦୀ ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଲକ୍ଷ ଲକ୍ଷ ଯୁବକଙ୍କ ମଧ୍ୟରେ ନୂଆ ଚିନ୍ତାଧାରା ସୃଷ୍ଟି କରିଛି । କରୋନା ସମୟରେ ବିଶ୍ୱବିଦ୍ୟାଳୟ ସହାୟତା କରିଥିବାରୁ ମୋଦୀ ଏହାର ପ୍ରଶଂସା କରିଛନ୍ତି । ପ୍ଲାଜମା ବ୍ୟାଙ୍କ ନିର୍ମାଣ ସହ କେୟାର ପାଣ୍ଠିରେ ବିପୁଳ ପରିମାଣର ଅବଦାନ ଦେବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started