କେବଳ ଋଣ ଉପରେ ନିର୍ଭରଶୀଳ ପାକିସ୍ତାନୀ ଅର୍ଥନୀତିକୁ ସାମୟିକ ଆଶ୍ଵସ୍ତି ମିଳିଛି। ବେଲ୍ ଆଉଟ ପ୍ୟାକେଜ ଅଧୀନରେ ପାକିସ୍ତାନ ପାଇଁ ୭୦୦ ମିଲିୟନ ଡଲାରର ଏକ ରୁଣକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁମୋଦନ କରିଛି । ଷ୍ଟାଣ୍ଡବାଇ ଆରେଞ୍ଜମେଣ୍ଟ କିମ୍ବା SBA ପାକିସ୍ତାନରେ ଅର୍ଥନୈତିକ ସଂସ୍କାର ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା । ଏହାର ସମୀକ୍ଷା କରିବା ପରେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ନେଇଛି । ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଅବନତି କାହାଠାରୁ ଆଉContinue reading “ସଙ୍କଟ ସମୟରେ ପାକିସ୍ତାନ ପାଇଁ ଏକ ଖୁସି ଖବର, ୭୦୦ ମିଲିୟନ ଡଲାରର ଋଣ ଅନୁମୋଦନ”
Category Archives: News
ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ୩ ନେତା । ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା ନିର୍ବାଚିତ
କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି । ସ୍କୁଟିନିଂ ପରେ ୩ ଜଣଙ୍କୁ ନିର୍ବିରୋଧ ନିର୍ବାଚିତ କରାଯାଇଛି । ବିଜୟ ସାର୍ଟିଫିକେଟ ନେବାକୁ ଏହି ୩ ଜଣ ନେତା ଆଜି ସ୍କୁଟିନିଂ ଅଫିସ ଆସିବେ । ସେପଟେ ଜେଲରେ ବନ୍ଦ ଥିବା ସଂଜୟ ସିଂ ବି ବିଜୟ ପରେ କୋର୍ଟଙ୍କ ଅନୁମତିContinue reading “ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ୩ ନେତା । ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା ନିର୍ବାଚିତ”
ରାମ କଥା କୁଣ୍ଡ ଓ କଲାମନ୍ଦିରରେ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ କଲେ ମୋଦୀ । ନାସିକରେ କଲେ ବିଶାଳ ରୋଡ ସୋ ।
କନକ ବ୍ୟୁରୋ: ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବା ପରେ ରାମ କଥା କୁଣ୍ଡ ଓ କଳାମନ୍ଦିର ଯାଇ ପୂଜାର୍ଚ୍ଚାନ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଠାକୁରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ଭକ୍ତଙ୍କ ମେଳରେ ବସି ନାମ ସଂକୀର୍ତ୍ତର୍ନ କରିଛନ୍ତି । ଏହାପରେ ମୁମ୍ବାଇ ଯାଇ ଦେଶର ଦୀର୍ଘତମ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଲୋକାର୍ପଣ କରିବେContinue reading “ରାମ କଥା କୁଣ୍ଡ ଓ କଲାମନ୍ଦିରରେ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ କଲେ ମୋଦୀ । ନାସିକରେ କଲେ ବିଶାଳ ରୋଡ ସୋ ।”
ନାସିକରେ ମୋଦୀଙ୍କ ବିଶାଳ ରୋଡ ସୋ’ । ମହାରାଷ୍ଟ୍ରକୁ ଦେବେ ୩୦ ହଜାର କୋଟି ଟଙ୍କାର ଭେଟି ।
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’ । ଆଜି ଅଟଳ ସେତୁ ଉଦଘାଟନ କରିବାକୁ ନାସିକ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦୀ । ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ଗସ୍ତ ଅବସରରେContinue reading “ନାସିକରେ ମୋଦୀଙ୍କ ବିଶାଳ ରୋଡ ସୋ’ । ମହାରାଷ୍ଟ୍ରକୁ ଦେବେ ୩୦ ହଜାର କୋଟି ଟଙ୍କାର ଭେଟି ।”
ଟ୍ରାଫିକ୍ ଇନସିପେକ୍ଟରଙ୍କ ପୁଳା ପୁଳା ଟଙ୍କା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କଲା ଭିଜିଲାନ୍ସ ।
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର । ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ଭୁବନେଶ୍ୱର ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକContinue reading “ଟ୍ରାଫିକ୍ ଇନସିପେକ୍ଟରଙ୍କ ପୁଳା ପୁଳା ଟଙ୍କା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କଲା ଭିଜିଲାନ୍ସ ।”
ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି । ଜାଣନ୍ତୁ କାହିଁକି ଏମିତି କହିଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ?
କନକ ବ୍ୟୁରୋ : ରାମମନ୍ଦିରର ପ୍ରତିଷ୍ଠା ପାଇଁ ପୂରା ଦେଶ ଉତ୍ସବମୁଖର । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଷ୍ଠିତ ଲୋକ ଅଯୋଧ୍ୟା ଆସିବେ । କିନ୍ତୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପୂର୍ବରୁ ମନା କରି ସାରିଛନ୍ତି ଦୁଇ ଶଙ୍କରାଚାର୍ଯ୍ୟ ସ୍ୱାମ୍ବୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଓ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଉଭୟ ସ୍ପଷ୍ଟ ଭାବେ କହିଛନ୍ତି, ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଶାସ୍ତ୍ରୀୟ ବିଧିର ପାଳନ କରାଯାଉନାହିଁ ।Continue reading “ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି । ଜାଣନ୍ତୁ କାହିଁକି ଏମିତି କହିଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ? “
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ନକରିବାକୁ ଧମେନ୍ଦ୍ରଙ୍କ ପରାମର୍ଶ । କହିଲେ, ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ ।
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କାର୍ଯ୍ୟକ୍ରମକୁ ନେଇ ନହେଉ ରାଜନୀତି । ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ । ତେଣୁ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲୁଛି । ଗାଁ ଗାଁରୁ ଗୁଆ ଅରୁଆContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ନକରିବାକୁ ଧମେନ୍ଦ୍ରଙ୍କ ପରାମର୍ଶ । କହିଲେ, ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ ।”
ଏପରି ଏକ ସହର ଯାହା ବର୍ତ୍ତମାନ କେବଳ ମହିଳାମାନଙ୍କ ଦ୍ୱାରା ଶାସିତ ହେଉଛି ।
ଆମେରିକାରେ ସେଣ୍ଟ ପଲ୍ ନାମକ ଏକ ସହର ଅଛି । ଏହା ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛି । ଏଠାରେ ଏକ ପରିଷଦ ଗଠନ କରାଯାଇଛି ଯାହାର ସମସ୍ତ ସଦସ୍ୟମାନେ ମହିଳା ଅଟନ୍ତି । ଆମେରିକାରେ ଏହା ଏକ ରେକର୍ଡ ଭାବରେ ଦେଖାଯାଉଛି । ସେଣ୍ଟ ପଲ୍ ସିଟିର ସମୁଦାୟ ଜନସଂଖ୍ୟା ପ୍ରାୟ ତିନି ଲକ୍ଷ । ଏହା ମିନେସୋଟା ରାଜ୍ୟର ରାଜଧାନୀ । ଏହି ସହରର ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଯାଇContinue reading “ଏପରି ଏକ ସହର ଯାହା ବର୍ତ୍ତମାନ କେବଳ ମହିଳାମାନଙ୍କ ଦ୍ୱାରା ଶାସିତ ହେଉଛି ।”
ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ବିମାନବନ୍ଦରରେ ମନ୍ମଥଙ୍କୁ ଜୋରଦାର ସ୍ୱାଗତ ।
କନକ ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳିରୁ ଏଥର ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଏହା ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ଘୋଷଣା କରିଛନ୍ତି । ଚାକିରୀ ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ପାରମ୍ପରିକ ବାଜା ସହ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁକ ସ୍ୱାଗତ କରିଛନ୍ତି । ଏହି ଅବସରରେ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ୨୦୨୪ ନିର୍ବାଚନରେ ଜଟଣିContinue reading “ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ବିମାନବନ୍ଦରରେ ମନ୍ମଥଙ୍କୁ ଜୋରଦାର ସ୍ୱାଗତ ।”
ମହିଳା ପୋଲିସ ଏଏସଆଇଙ୍କୁ ଆକ୍ରମଣ । ଆକ୍ରମଣକାରୀ ୨ କର୍ପୋରେଟର ଅଟକ ।
କନକ ବ୍ୟୁରୋ: ପୋଲିସ ଏଏସଆଇଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତ ଅଟକ ଅଛନ୍ତି । ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ଅକ୍ରମଣ ନେଇ ଅଭିଯୋଗ ହୋଇଛି । ୨ ଜଣ କର୍ପୋରେଟର ଆକ୍ରମଣ କରିଥିବା ବେଳେ ଜଣେ ଫେରାର ଅଛନ୍ତି । ମଂଚେଶ୍ୱର ଅଂଚଳରେ ରାସ୍ତାକାମକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜୀବନ ରାଉତଙ୍କ ବିରୋଧରେ ପୂର୍ବରୁ ସହିଦନଗର ଥାନାରେContinue reading ” ମହିଳା ପୋଲିସ ଏଏସଆଇଙ୍କୁ ଆକ୍ରମଣ । ଆକ୍ରମଣକାରୀ ୨ କର୍ପୋରେଟର ଅଟକ ।”