କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ଓ ୧୬ରୁ ୧୭ତାରିଖ ଦୁଇଟି ପର୍ଯ୍ୟାୟରେ ହୋଇଛି ସୁରକ୍ଷା ବ୍ୟବସ୍ଥା । ସାରା ସହରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।Continue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ ।”
Category Archives: News
ରାସନ ଚାଉଳ ନମିଳିବାରୁ ଅର୍ପଣ ରଥକୁ ଅଟକାଇଲେ ହିତାଧିକାରୀ । କହିଲେ ୭ ମାସ ହେଲା ମିଳିନି ଚାଉଳ ।
କନକ ବ୍ୟୁରୋ: ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖିଛନ୍ତି । ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେContinue reading “ରାସନ ଚାଉଳ ନମିଳିବାରୁ ଅର୍ପଣ ରଥକୁ ଅଟକାଇଲେ ହିତାଧିକାରୀ । କହିଲେ ୭ ମାସ ହେଲା ମିଳିନି ଚାଉଳ ।”
ଚର୍ଚ୍ଚାରେ ଘାସିରାମଙ୍କ କାହାଣୀ । ଶିକ୍ଷକତାରୁ ମାଓ ନେତା ପୁଣି ଏବେ ଲେଉଟାଣି । ସମାଜସେବାକୁ କରିଛନ୍ତି ଜୀବନର ବ୍ରତ ।
କନକ ବ୍ୟୁରୋ: ଶିକ୍ଷକତା କରିବା ସମୟରେ ଅନ୍ୟାୟ. ଅବିଚାର ଦେଖି ମାଓ ସଙ୍ଗଠନରେ ଯୋଗ ଦେଲେ । ହେଲେ ଲାଲଗଡର କିଛି ଘଟଣା ତାଙ୍କୁ ଏଭଳି ବ୍ୟଥିତ କରିଥିଲା ଯେ ଦୁର୍ଦ୍ଦାନ୍ତ ମାଓନେତାରୁ ପୁଣି ଫେରିଆସିଲେ । ଏବେ ସମାଜସେବୀ ପାଲଟିଛନ୍ତି ଗଜପତି ଘାସିରାମ ମାଝୀ । ଗଜପତି ଜିଲ୍ଲା ଗୁଡାରୀ ବ୍ଲକ କଲରାଘାଟି ପଞ୍ଚାୟତର ଖଡିକାପଦର ଗାଁ ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ । ହେଲେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟକୁ ନେଇContinue reading “ଚର୍ଚ୍ଚାରେ ଘାସିରାମଙ୍କ କାହାଣୀ । ଶିକ୍ଷକତାରୁ ମାଓ ନେତା ପୁଣି ଏବେ ଲେଉଟାଣି । ସମାଜସେବାକୁ କରିଛନ୍ତି ଜୀବନର ବ୍ରତ ।”
ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ଶେଷ । ସ୍ତ୍ରୀ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ ।
କନକ ବ୍ୟୁରୋ: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି । ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । କହିଛନ୍ତି, ସ୍ୱାମୀ ତାଙ୍କର ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କୌଣସି ପ୍ରଶାସନିକ ଅଧିକାରୀ । ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟContinue reading “ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ଶେଷ । ସ୍ତ୍ରୀ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ ।”
ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ।ସକାଳୁ ସକାଳୁ ୨ ମନ୍ତ୍ରୀଙ୍କ ଘରେ ଚଢଉ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ପ୍ରଥମ ଥର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ସକାଳୁ ଇଡି ଅଧିକାରୀ ମମତାଙ୍କ କ୍ୟାବିନେଟର ୨ଜଣ ମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି ଇଡି । ମହାନଗର ନିଗମ ଦୁର୍ନୀତିକୁ ନେଇ ଏହି ଚଢାଉ ଚାଲିଥିବା ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁଜିତ ବୋଷ ଓ ତାପସ ରୟଙ୍କContinue reading “ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ।ସକାଳୁ ସକାଳୁ ୨ ମନ୍ତ୍ରୀଙ୍କ ଘରେ ଚଢଉ ।”
ଶୀତ ଦିନେ ବି ଜଳକଷ୍ଟ । ପାଣି ପାଇଁ ଗଜପତି , ରାୟଗଡରେ ଲୋକେ ଡହଳବିକଳ, କଣାସରେ ପାଣି ଯୋଗୁଁ ଡାଇରିଆ ।
କନକ ବ୍ୟୁରୋ: ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ, ଖରାଦିନେ ଜଳକଷ୍ଟ ଅନୁଭବ ହୁଏ । ପୋଖରୀ ଗାଡିଆ ଶୁଖିଯିବାରୁ ଭୂତଳ ଜଳସ୍ତର କମିଯାଏ । ଉପାନ୍ତ ପାହାଡିଆ ଗାଁରେ ଜଳଯନ୍ତ୍ରଣା ଭୋଗିବାକୁ ପଡେ । ହେଲେ ବର୍ତମାନର ସ୍ଥିତି ଦେଖିଲେ, ଆପଣଙ୍କ ସେ ଧାରଣା ଦୂରେଇ ଯିବ । ନଳକୂପରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନହେବାରୁ ପୋଖରୀ ପାଣି ପିଇ ରୋଗରେ ପଡୁଛନ୍ତି ଉପକୂଳ ଗ୍ରାମବାସୀ । ପାଣି ଯୋଗୁଁ ହଇଜାରେ ରୋଗୀ ମୃତ୍ୟୁContinue reading “ଶୀତ ଦିନେ ବି ଜଳକଷ୍ଟ । ପାଣି ପାଇଁ ଗଜପତି , ରାୟଗଡରେ ଲୋକେ ଡହଳବିକଳ, କଣାସରେ ପାଣି ଯୋଗୁଁ ଡାଇରିଆ ।”
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ । ସେୟାର କଲେ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ।
କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୧ ଦିନି ଆ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ସେୟାର କରିଛନ୍ତି ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହାସହ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର ୧୧ ଦିନ ବାକି ରହିଛି । ସେହି ପୂଣ୍ୟ ଅବସରର ସାକ୍ଷୀ ହେଉଥିବାରୁ ନିଜକୁ ସୌଭାଗ୍ୟବାନ ବୋଲି ମୋଦୀ କହିଛନ୍ତିContinue reading “ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ । ସେୟାର କଲେ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ।”
ଜବରଦଖଲ ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା । ଖୋଲା ଆକାଶ ତଳେ ଅନେକ ପରିବାର ।
କନକ ବ୍ୟୁରୋ: ଜବରଦଖଲ ଉଚ୍ଛେଦ ବେଳେ ମହିଳା ପିଇଦେଲେ ବିଷ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅଧୀନସ୍ଥ ଗେଡ଼ମା ପଂଚାୟତ ଜଳସରପୁର ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିିଥିଲା । ଏହି ସମୟରେ ଜଣେ ଜଣେ ମହିଳା ବିଷ ପିଇ ଗୁରୁତର ହୋଇଛନ୍ତି । ରଞ୍ଜନ କୁମାର ଧଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ୪୦ ବର୍ଷ ହେଲା ଗାଁରେ ଥିବା ଏକ ସରକାରୀ ଜମିି ଉପରେ ବାସଗୃହ ନିର୍ମାଣ କରି ରହି ଆସୁଥିଲେContinue reading “ଜବରଦଖଲ ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା । ଖୋଲା ଆକାଶ ତଳେ ଅନେକ ପରିବାର ।”
ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ । ସାଧାରଣ ଲୋକଙ୍କୁ ସୁହାଇବା ଭଳି ବଜେଟ ନେଇ ଆଶା ।
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳିି ବଜେଟ୍ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ଲୋକଙ୍କୁ ସୁହାଇଲା ଭଳି ଗୁରୁତ୍ୱପୂର୍ଣ୍ଣContinue reading “ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ । ସାଧାରଣ ଲୋକଙ୍କୁ ସୁହାଇବା ଭଳି ବଜେଟ ନେଇ ଆଶା ।”
କଣାସ ଖଣ୍ଡହତାରେ ଡାଇରିଆ ଆତଙ୍କ । ଝାଡାବାନ୍ତି ନେଲାଣି ୨ଜଣଙ୍କ ଜୀବନ, ୧୩ ଜଣ ଚିକିତ୍ସାଧୀନ । କାଳ ହେଉଛି ଦୂଷିତ ପାଣି ।
କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡହତା ଗାଁରେ ଡାଇରିଆ ଆତଙ୍କ । ଏଥିରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଅଧିକ ଲୋକ ଚିକିତ୍ସାଧିନ ଅଛନ୍ତି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ଗାଁ ପୋଖରୀର ଦୂଷିତ ଜଳ ପିଉଛନ୍ତି ଗ୍ରାମବାସୀ । ତେଣୁ ପାଣି ଯୋଗୁଁ ସଂକ୍ରମଣ ବଢ଼ୁଥିବା ଅଶଙ୍କା କରାଯାଉଛି । ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନର ନଜର ପଡୁନଥିବା ଅଭିଯୋଗContinue reading “କଣାସ ଖଣ୍ଡହତାରେ ଡାଇରିଆ ଆତଙ୍କ । ଝାଡାବାନ୍ତି ନେଲାଣି ୨ଜଣଙ୍କ ଜୀବନ, ୧୩ ଜଣ ଚିକିତ୍ସାଧୀନ । କାଳ ହେଉଛି ଦୂଷିତ ପାଣି ।”