କନକ ବ୍ୟୁରୋ: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଗତକାଲି ରାତିରେ ଜଣେ କର୍ମଜୀବୀ ଯୁବତୀ ଘରକୁ ଫେରୁଥିଲେ । ମଲରେ ସେଲସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବାContinue reading “ସମ୍ବଲପୁରରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ । ରାତିରେ ଫେରୁଥିବା କର୍ମଜୀବୀ ଯୁବତୀଙ୍କୁ ଗୋଲବଜାର ଛକରେ କମେଣ୍ଟ କରି ଗୋଡାଇଲେ ଦୁର୍ବୃତ୍ତ ।”
Category Archives: News
ଅନ୍ତିମ ସଂସ୍କାର ପାଇଁ ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ।
କନକ ବ୍ୟୁରୋ: ଶୋକାକୂଳ ପରିବେଶ ଭିତରେ ବାରିପଦା ପହଂଚିଛି ସିମୁଳିଆ ବିଡିଓଙ୍କ ମୃତଦେହ । ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୋଲିସ ଏହି ଘଟଣାର ଛାନବିନ୍ ଜାରି ରଖିଛି । ତେବେ ଆଜି ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିଡିଓଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯିବ । କାଲି ରାତିରେ ବାଲେଶ୍ୱରରେ ବ୍ୟବଚ୍ଛେଦ ଶେଷ ହେବା ପରେ ଆଜି ସକାଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ବାରିପଦା ସ୍ଥିତContinue reading “ଅନ୍ତିମ ସଂସ୍କାର ପାଇଁ ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ।”
ଫାରୁକ୍ ଅବଦଚୁଲ୍ଲାଙ୍କୁ ଇଡି ସମନ୍ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ।
କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ମାମଲାରେ ଆକ୍ସନ ମୋଡରେ ଇଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାର ଚାର୍ଜସିଟରେ ଫାରୁକଙ୍କ ନାମ ରହିଥିଲା । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଆସୋସିଏସନର କିଛି କାର୍ଯ୍ୟକର୍ତ୍ତା ଏବଂ କିଛି ବ୍ୟକ୍ତିଗତContinue reading “ଫାରୁକ୍ ଅବଦଚୁଲ୍ଲାଙ୍କୁ ଇଡି ସମନ୍ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ।”
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” । ଗରିବଙ୍କୁ ଦିଆଯାଉଛି ବସ୍ତ୍ର ଓ ଶୀତବସ୍ତ୍ର ।
କନକ ବ୍ୟୁରୋ: ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସଂଗୃହିତ ନୂଆ ଓ ପୁରୁଣା ବସ୍ତ୍ରଗୁଡିକୁ ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ବସ୍ତିଠାରେ ବଂଟା ଯାଇଛି । ଏଠାରେ ୨୦୦ ନୂଆ କମ୍ବଳ, ନୂଆ ଓ ପୁରୁଣା ବସ୍ତ୍ର ବଂଟା ଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ନଆ ଓ ପୁରୁଣା ବସ୍ତ୍ରଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବContinue reading “‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” । ଗରିବଙ୍କୁ ଦିଆଯାଉଛି ବସ୍ତ୍ର ଓ ଶୀତବସ୍ତ୍ର । “
ଥାଲାସେମିଆ ରୋଗୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା କଲେ ରାଜ୍ୟପାଳ ।ଗଞ୍ଜାମ ଗସ୍ତବେଳେ ଅସହାୟଙ୍କ ପରିବାରକୁ ଦେଲେ ସାନ୍ତ୍ୱନା ।
କନକ ବ୍ୟୁରୋ: ଗଞ୍ଜାମ ଗସ୍ତ ବେଳେ ଥାଲାସେମିଆ ରୋଗୀଙ୍କୁ ଭେଟିଲେ ରାଜ୍ୟପାଳ । ରାଜ୍ୟପାଳ ଗଞ୍ଜାମ ଗସ୍ତରେ ଥିବା ବେଳେ ଜଣେ ଥାଲେସେମିଆ ରୋଗୀଙ୍କୁ ଭେଟିଛନ୍ତି । ବାଟରେ ଜଣେ ଥାଲାସେମିଆ ରୋଗୀଙ୍କ ବାପା ରାଜ୍ୟପାଳଙ୍କ କାରକୁ ଅଟକାଇଥିଲେ । ଏହାପରେ ରାଜ୍ୟପାଳ ସମସ୍ତ ସମସ୍ୟା ବୁଝିଥିଲେ । ଥାଲାସେମିଆ ରୋଗରେ ପୀଡ଼ିତ ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରର ୧୧ ବର୍ଷୀୟ ବାଳକ ତନ୍ମୟ ବେହେରା । ସେ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାContinue reading “ଥାଲାସେମିଆ ରୋଗୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା କଲେ ରାଜ୍ୟପାଳ ।ଗଞ୍ଜାମ ଗସ୍ତବେଳେ ଅସହାୟଙ୍କ ପରିବାରକୁ ଦେଲେ ସାନ୍ତ୍ୱନା ।”
୨୦୨୪ ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ସହ ବୈଷୟିକ ଜ୍ଞାନକୌଶଳକୁ ଦିଆଯିବ ଗୁରୁତ୍ୱ ।
କନକ ବ୍ୟୁରୋ: ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥି ରହିଛି ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖିContinue reading “୨୦୨୪ ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ସହ ବୈଷୟିକ ଜ୍ଞାନକୌଶଳକୁ ଦିଆଯିବ ଗୁରୁତ୍ୱ ।”
ମୋହାଲିରେ ଭାରତ ଓ ଆଫଗାନିସ୍ତାନ ଟି-୨୦ ସିରିଜ୍ । ୧୮ ଓଭରରେ ୪ ୱିକେଟ୍ ହରାଇ ବିଜୟୀ ଭାରତ । ୧-୦ରେ ଭାରତ ଆଗୁଆ ।
କନକ ବ୍ୟୁରୋ: ମୋହାଲିର ପିସିଏ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଜବାବରେ ୧୫୯ ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୮ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଶିବମ ଦୁବେ ଭାରତ ପାଇଁ ଏହିContinue reading “ମୋହାଲିରେ ଭାରତ ଓ ଆଫଗାନିସ୍ତାନ ଟି-୨୦ ସିରିଜ୍ । ୧୮ ଓଭରରେ ୪ ୱିକେଟ୍ ହରାଇ ବିଜୟୀ ଭାରତ । ୧-୦ରେ ଭାରତ ଆଗୁଆ ।”
ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଅଟଳ ସେତୁ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
କନକ ବ୍ୟୁରୋ: ଦେଶର ଦୀର୍ଘତମ ସାମୁଦ୍ରିକ ସେତୁ ବା ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଆଜି ଉଦଘାଟନ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଉଦଘାଟନ କରିବେ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବାContinue reading “ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଅଟଳ ସେତୁ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।”
ଜ୍ୟୋତିଷଙ୍କ ନାଁରେ ବଡ ଠକେଇ । ପାରିବାରିକ କଳହ ସମାଧାନ କରିବାକୁ କହି ଲବଙ୍ଗ ଖୁଆଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଲଟିବା ସହ ଦୁଷ୍କର୍ମ ଅଭିଯୋଗ ।
କନକ ବ୍ୟୁରୋ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଠକ ଜ୍ୟୋତିଷ ଗିରଫ । ଅଭିଯୁକ୍ତ ନିଳାମ୍ବର ପାଣିକୁ ଭଦ୍ରକରୁ ଉଠାଇ ଆଣିଲା କମିଶନରେଟ୍ ପୁଲିସ । ନିଜକୁ ଇଂଜିନିୟର କହି, ଫେସବୁକ୍ରେ ଭିଡିଓ କରି ମହିଳାମାନଙ୍କୁ କରୁଥିଲା ଟାର୍ଗେଟ୍ । ପାରିବାରିକ ଶାନ୍ତି ଫେରାଇ ଆଣିବାର ବିଜ୍ଞାପନ ଦେଇ ମହିଳାଙ୍କ ଇଜତ ସହ ଖେଳ ଖେଳୁଥିଲା ଏହି ଲୁଟେରା ଜ୍ୟୋତିଷ । ସୋସିଆଲ ମିଡିଆରେ ଜଣେ ସଂମ୍ଭାନ୍ତ ଶ୍ରେଣୀର ମହିଳାଙ୍କ ସହ ଯୋଡ଼ି ହୋଇଥିଲା ନିଳାମ୍ବର ପାଣି ।Continue reading “ଜ୍ୟୋତିଷଙ୍କ ନାଁରେ ବଡ ଠକେଇ । ପାରିବାରିକ କଳହ ସମାଧାନ କରିବାକୁ କହି ଲବଙ୍ଗ ଖୁଆଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଲଟିବା ସହ ଦୁଷ୍କର୍ମ ଅଭିଯୋଗ ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠୁ ପୂଜାବିଧି , ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରରୋପଣ କାର୍ଯ୍ୟକ୍ରମ ।
କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି । ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠୁ ପୂଜାବିଧି , ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରରୋପଣ କାର୍ଯ୍ୟକ୍ରମ ।”