ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କଲା ରାଜ୍ୟ କଂଗ୍ରେସ । ମିସ୍ କଲ ଦେଇ ଯାତ୍ରାରେ ସାମିଲ ହେବାକୁ ଅପିଲ କଲା ଦଳ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ । ଏଥିସହ ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଅପିଲ କରି କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ନେତା ଲୋକଙ୍କୁ ଅପିଲ କରିଛନ୍ତି । ଯାତ୍ରା ବେଳେ ଓଡିଶାରେ ରାହୁଲContinue reading “ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କଲା ରାଜ୍ୟ କଂଗ୍ରେସ । ମିସ୍ କଲ ଦେଇ ଯାତ୍ରାରେ ସାମିଲ ହେବାକୁ ଅପିଲ କଲା ଦଳ”

ଭାରତୀୟ ଯୁବକ ଓ ସୈନିକମାନଙ୍କ ପାଇଁ ବିଦେଶରେ ଚାକିରିର ସୁଯୋଗ , । ଏହି ଦେଶ ତାଙ୍କ ପୋଲିସରେ ନିଯୁକ୍ତ କରିବାକୁ ଚାହୁଁଛି

ସିଙ୍ଗାପୁର ଭାରତୀୟ ସୈନିକ ନିଯୁକ୍ତି କରିବାକୁ ଚିନ୍ତା କରୁଛି। ଏହାସହ, ସିଙ୍ଗାପୁର ତାଇୱାନ ଏବଂ ମାଲେସିଆରୁ ମଧ୍ୟ ସହାୟକ ପୋଲିସ ଅଧିକାରୀ (ଏପିଓ) ନିଯୁକ୍ତ କରିଥାଏ । । ସିଙ୍ଗାପୁର କହିଛି ଯେ ସୁରକ୍ଷା ସେବା ପାଇଁ ବଢୁଥିବା ଚାହିଦା ମେଣ୍ଟାଇବା ପାଇଁ ସହାୟକ ପୋଲିସ ବାହିନୀକୁ ବିଦେଶୀ APO ନିଯୁକ୍ତ କରିବାକୁ ଅନୁମତି ଦେବା ଆବଶ୍ୟକ । ଭାରତ, ଚୀନ୍, ଫିଲିପାଇନ୍ସ ଏବଂ ମିଆଁମାରରୁ ସହାୟକ ପୋଲିସ ଅଧିକାରୀ (ଏପିଓ) ନିଯୁକ୍ତ କରିବାକୁ ସିଙ୍ଗାପୁର ବିଚାରContinue reading “ଭାରତୀୟ ଯୁବକ ଓ ସୈନିକମାନଙ୍କ ପାଇଁ ବିଦେଶରେ ଚାକିରିର ସୁଯୋଗ , । ଏହି ଦେଶ ତାଙ୍କ ପୋଲିସରେ ନିଯୁକ୍ତ କରିବାକୁ ଚାହୁଁଛି”

ପୂର୍ବଶତ୍ରୁତାକୁ ନେଇ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବର୍ଷକର ପରିଶ୍ରମ ପାଉଁଶ ହେବା ପରେ ଚିନ୍ତାରେ ପବିତ୍ର ଖଟେଇ

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କ୍ଷେତରେ ଥିବା ଧାନ କଳେଇ ଗଦାକୁ ଜାଳି ଦେଲେ ଦୁର୍ବୃତ । ଚାଷୀ ଆଗରେ ଜଳିଗଲା ବର୍ଷକର ଧାନ ଫସଲ । ପୁରୀ ଜିଲ୍ଲ ନିମାପଡା ବ୍ଲକ ବାଇଆବର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବାଇଆବର ଗାଁର ପବିତ୍ର ଖଟେଇଙ୍କ ଧାନ ଗଦାରେ ଦୁର୍ବୃତମାନେ ନିଆଁ ଲଗାଇ ଦେଇଛନ୍ତି । ଖବର ପାଇ ନିମାପଡା ଅଗ୍ନିସମ ବିଭାଗ ଓ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାContinue reading “ପୂର୍ବଶତ୍ରୁତାକୁ ନେଇ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବର୍ଷକର ପରିଶ୍ରମ ପାଉଁଶ ହେବା ପରେ ଚିନ୍ତାରେ ପବିତ୍ର ଖଟେଇ”

ବାଘ ଛାଲ ଚାଲାଣ ବେଳେ ଚଢାଉ । ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଚାଲାଣବେଳେ କଲରାପତରିଆ ବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ । ବୌଦ୍ଧ ବନଖଣ୍ଡ କଂଟାମାଳ ବନାଞ୍ଚଳରେ ଚାଲାଣ ହେବାର ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଟିମ୍ ଚଢାଉ କରିଥିଲା । ତୁଷୁରା ଥାନା କୋଟଗାଁରେ ଚଢାଉ କରି ଗାଁର ମୁକେଶ ମନହିରାଙ୍କୁ ଗିରଫ କରି ପଚରା ଉଚରା ପରେ ବାଘ ଛାଲ ଚାଲାଣ ନେଇ ସୂଚନା ମିଳିଥିଲା । ଯାହାକୁ ଆଧାର କରି କଣ୍ଟାମାଳ ରେଞ୍ଜContinue reading “ବାଘ ଛାଲ ଚାଲାଣ ବେଳେ ଚଢାଉ । ୨ ଅଭିଯୁକ୍ତ ଗିରଫ”

ରାଜନୀତିରେ ଯୋଗଦେବାର ୧୦ ଦିନ ମଧ୍ୟରେ ଦଳ ଛାଡିଲେ ଅମ୍ବାତି ରାୟଡୁ ।  ପୱନ କଲ୍ୟାଣଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ : କ୍ରିକେଟରରୁ ରାଜନୀତି ଆଡକୁ ପାଦ ବଢାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟଡୁ ୱାଇଏସଆରସିପି ଯୋଗଦେବାର ଦିନ କେଇଟା ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ୨୮ ଡିସେମ୍ବରରେ ୱାଇଏସଆରସିପିରେ ଯୋଗ ଦେଇଥିଲେ ଅମ୍ବାତି ରାୟଡୁ । କିନ୍ତୁ ଦଳରେ ୧୦ ଦିନ ମଧ୍ୟ ତିଷ୍ଠି ପାରିନଥିଲେ ରାୟଡୁ । ୱାଇଏସଆରସିପିରୁ ଇସ୍ତଫା ଦେବା ପରେ ରାୟଡୁ ଜନ ସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି । ଯାହାକୁ ନେଇContinue reading “ରାଜନୀତିରେ ଯୋଗଦେବାର ୧୦ ଦିନ ମଧ୍ୟରେ ଦଳ ଛାଡିଲେ ଅମ୍ବାତି ରାୟଡୁ ।  ପୱନ କଲ୍ୟାଣଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।”

ସୋରୋରେ ଲୁଟେରାଙ୍କ ବଢୁଛି ଦୌରାତ୍ମ୍ୟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ଲୁଟେରା

କନକ ବ୍ୟୁରୋ : ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ସୋରୋ, ମଙ୍ଗଳପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତନାଘନା । ବାରମ୍ବାର ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଥିଲେ ବି ଚୋରଙ୍କୁ ଧରିବାରେ ପୋଲିସ ଫେଲ ମାରୁଥିବା ଅଭିଯୋଗ । ସେପଟେ ଏଟିଏମ୍Continue reading “ସୋରୋରେ ଲୁଟେରାଙ୍କ ବଢୁଛି ଦୌରାତ୍ମ୍ୟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ଲୁଟେରା”

ବାତିଲ ହେବ କି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ ମୁକାବିଲା ? ବର୍ଷା ନୁହେଁ ବରଂ ବଡ ସମସ୍ୟା ସୃଷ୍ଟି କରିବ…

କନକ ବ୍ୟୁରୋ : ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଜି ମୋହାଲିରେ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତେବେ ମ୍ୟାଚ୍ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ପ୍ରଥମ ମ୍ୟାଚ୍ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାଧାରଣତଃ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୋଇଥାଏ କିନ୍ତୁ ମୋହାଲିରେ ଅନ୍ୟ ଏକ କାରଣ ପାଇଁ ମ୍ୟାଚ୍ ବାତିଲ ହେବାର ସମ୍ଭାବନା ରହିଛି । ଏବେ ମୋହାଲିରେContinue reading “ବାତିଲ ହେବ କି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ ମୁକାବିଲା ? ବର୍ଷା ନୁହେଁ ବରଂ ବଡ ସମସ୍ୟା ସୃଷ୍ଟି କରିବ…”

ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ପାଇଁ ଅଣ୍ଟା ଭିଡିଛି ବିଏମସି । ସତ ହେବ ତ ସ୍ୱପ୍ନ?

କନକ ବ୍ୟୁରୋ : ଦୁଇ ବର୍ଷ ଭିତରେ ରାଜଧାନୀର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସରିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ଲଗାଇଥିବା ରୋକ ହଟିବା ପରେ ଏଭଳି ସମୟ ଧାର୍ଯ୍ୟ କରିଛି ବିଏମସି । ହେଲେ ସହରରେ କେତେ କୁକୁର ଅଛନ୍ତି ସେହି ହିସାବ ବିଏମସି ପାଖରେ ନାହିଁ । ୨୦୨୫ ସୁଦ୍ଧା କୁକୁର ବନ୍ଧ୍ୟାକରଣ କାମ ଶେଷ କରିବାକୁ ଯୋଜନା ହୋଇଛି । ଏହା ସହିତ ଭୁବନେଶ୍ୱରକୁ ରାବିଜ ଫ୍ରି ସହର ଭାବେ ବିଏମସିContinue reading “ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ପାଇଁ ଅଣ୍ଟା ଭିଡିଛି ବିଏମସି । ସତ ହେବ ତ ସ୍ୱପ୍ନ?”

ପ୍ରସବ ପରେ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ସଖୀ ଘର ଗଲେ ଅସହାୟ ମାଆ, ପୁଅ

କନକ ବ୍ୟୁରୋ : ପ୍ରସବ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ ବିଞ୍ଝାରପୁର ଥାନା ମଧୁସୁଦନପୁର ପଞ୍ଚାୟତ ଘାଟକୂଳ ଗାଁର ଡଲି ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହୁଥିଲା । ଗତContinue reading “ପ୍ରସବ ପରେ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ସଖୀ ଘର ଗଲେ ଅସହାୟ ମାଆ, ପୁଅ”

ନିର୍ବାଚନ ଯେତିକି ପାଖଉଛି, ପୁରୁଖା ନେତାଙ୍କ ଲଢିବା ଆଶା ସେତିକି ବଢୁଛି । ଭବନୀପାଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଶେଷ ନିର୍ବାଚନ ଲଢ଼ିବା ନେଇ ରଖିଲେ ମତ

କନକ ବ୍ୟୁରୋ : ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । କଳାହାଣ୍ଡି ଭବାନୀପଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି । କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଂଚଳ ପାଇଁ ଅନେକ କିଛି କରିପାରିବେ । ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି । କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ଚର୍ଚ୍ଚାContinue reading “ନିର୍ବାଚନ ଯେତିକି ପାଖଉଛି, ପୁରୁଖା ନେତାଙ୍କ ଲଢିବା ଆଶା ସେତିକି ବଢୁଛି । ଭବନୀପାଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଶେଷ ନିର୍ବାଚନ ଲଢ଼ିବା ନେଇ ରଖିଲେ ମତ”

Design a site like this with WordPress.com
Get started