କନକ ବ୍ୟୁରୋ: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ଲୋକ । ସୁନ୍ଦରଗଡ଼ ବଡ଼ଙ୍ଗା ଥାନା କୁସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ ଖୋଜୁଛି ପୋଲିସ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେContinue reading “ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ।”
Category Archives: News
ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ।
କନକ ବ୍ୟୁରୋ: ସ୍କୁଲ ଗେଟରେ ତାଲା। ରାସ୍ତା ଉପରେ ଶତାଧିକ ଛାତ୍ରଛାତ୍ରୀ। ୟୁପି ସ୍କୁଲ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା। ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲ ଆଗରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିକ୍ଷୟତ୍ରୀ ଦିପ୍ତିମୟୀ ବେଉରାଙ୍କ ବଦଳି ନକରିବା ପାଇଁ ଦାବୀ ନେଇ ବସିଛନ୍ତି ଛାତ୍ରଛାତ୍ରୀ। ଧାରଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ବୁଝାସୁଝାContinue reading “ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ।”
କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ ।
କନକ ବ୍ୟୁରୋ: ଜଙ୍ଗଲୀ ବାରହାକୁ ସତର୍କ । ଲୋକଙ୍କୁ ସଚେତନ କରାଇବା ପାଇଁ ଗଛରେ ପୋଷ୍ଟର ମାରିଲା ବନ ବିଭାଗ । ଗତ କିଛିଦିନ ହେବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ବାରହା ଆକ୍ରମଣରେ ଅନେକ ଆହତ ବି ହେଲେଣି । ଏନେଇ ଜଙ୍ଗଲରେ ଗଛରେ ପୋଷ୍ଟର ମାରି ସଚେତନ କଲା ବନବିଭାଗ । ନିଜେ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ବୁଲି ଗଛରେ ପୋଷ୍ଟର ମାରିଛନ୍ତି । ଜଙ୍ଗଲକୁContinue reading “କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ ।”
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ ହୋଇଛି ବିଚାର ବିମର୍ଶ ।
କନକ ବ୍ୟୁରୋ: ସାଂସଦ ଜୁଏଲ ଓରାମଙ୍କୁ ନେଇ ଏବେ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚା । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୂୁଁଛି ଦଳ । ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ଏନେଇ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣାଇବାକୁ ଚାହୁଁଛି ଦଳ । ଶୁଣାଯାଉଛି ରାଜ୍ୟରେ ୫୦Continue reading “ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ ହୋଇଛି ବିଚାର ବିମର୍ଶ ।”
ଜର୍ମାନୀରେ ମଧ୍ୟ ଭାରତ ପରି କୃଷକମାନଙ୍କର ଟ୍ରାକ୍ଟର ଆନ୍ଦୋଳନ । ୟୁରୋପରେ ଅନେକ ଦେଶକୁ ପ୍ରଭାବିତ କରିବ
ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ପ୍ରବଳ ଶୀତ ସତ୍ତ୍ୱେ କୃଷକମାନେ ଟ୍ରାକ୍ଟର ଏବଂ ଟ୍ରକ ସହିତ ରାସ୍ତାରେ ଠିଆ ହୋଇଛନ୍ତି । ସରକାର ସବସିଡି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି । ଜର୍ମାନୀରେ କୃଷକମାନଙ୍କର ଏକ ବଡଧରଣର ଆନ୍ଦୋଳନ ଚାଲିଛି । ଯେଉଁଥିପାଇଁ କୃଷକମାନେ ଭାରତ ପରି ଟ୍ରାକ୍ଟର ଧରିContinue reading “ଜର୍ମାନୀରେ ମଧ୍ୟ ଭାରତ ପରି କୃଷକମାନଙ୍କର ଟ୍ରାକ୍ଟର ଆନ୍ଦୋଳନ । ୟୁରୋପରେ ଅନେକ ଦେଶକୁ ପ୍ରଭାବିତ କରିବ”
ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ ।
କନକ ବ୍ୟୁରୋ: ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ ଆରୋହୀ । ହେଲେ ଏଯାଏଁ ସେମାନଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି । ଜଣଙ୍କର ପିପିଲି ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟContinue reading “ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ ।”
କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ ।
କନକ ବ୍ୟୁରୋ: କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଂଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ବଡ଼ କଥା ହେଉଛି ସରକାରଙ୍କ ପକ୍ଷରୁContinue reading “କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ ।”
ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ ।
କନକ ବ୍ୟୁରୋ: ବନ ବିଭାଗର ଭଲ ପ୍ରୟାସ । ଗଛ କଟାଗଲାନି, ଅନ୍ୟତ୍ର କରାଗଲା ସ୍ଥାନାନ୍ତର । କଟକ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ସାଢେ ୬ ହଜାର ଗଛ କଟାଯିବାର ଥିଲା । ଗଛ କଟାଯିବା ପରେ ରାସ୍ତା ସମ୍ପ୍ରସାରଣ ହୋଇଥାନ୍ତା । ହେଲେ କଟକ ବନଖଣ୍ଡ ଅଧିକାରୀଙ୍କ ଉଦ୍ୟମ ପାଇଁ କଟାଯିବାକୁ ଥିବା ସାଢେ ୬ ହଜାର ଗଛ ମଧ୍ୟରୁ ଅଧାରୁ ଅଧିକ ଗଛ କଟାଯିବାରୁ ବଞ୍ଚିଯାଇଛି । ଗଛ ଗୁଡ଼ିକ ଯେପରି କଟାContinue reading “ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ ।”
ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ ।
କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଅନ୍ତିମ ସଂସ୍କାର । ଶୋକାକୂଳ ପରିବେଶ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଥିଲା । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଥିଲା ରିପୋର୍ଟ । ଏହା ପରେ ବି ମୃତଦେହ ଗ୍ରହଣ କରିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀପଙ୍କ ମା’ ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲା ପଞ୍ଜିକୃତContinue reading “ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ ।”
ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।
କନକ ବ୍ୟୁରୋ: ହାତୀ ଉପଦ୍ରବକୁ ନେଇ ତାତିଲେ ଗ୍ରାମବାସୀ । ହାତୀ ଆତଙ୍କ ଖେଳାଉଥିବାରୁ ବନବିଭାଗ କର୍ମଚାରୀଙ୍କୁ ରଖିଲେ ଅଟକ । ସୁନ୍ଦରଗଡ ଜିଲ୍ଲା ବଣାଇଁ ରେଞ୍ଜ ଜକେଇକଳା ଗାଁରୁ ଆସିଛି ଖବର । ଗତକାଲି ରାତି ରଙ୍ଗାମାଚିଆ ସାହିରେ ହାତୀ ପସି ଘର ଭାଙ୍ଗିବା ସହ ବ୍ୟାପକ କ୍ଷତି ଘଟାଇଛି । ଏହାକୁ ନେଇ ଆଜି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଏହାସହ ଏସିଏଫ୍, ରେଂଜର, ଓ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।Continue reading “ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।”