ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ।

କନକ ବ୍ୟୁରୋ: ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ଆସନ୍ତରଣ । କୁହୁଡି ପାଇଁ ଯାତାୟାତରେ ସମସ୍ୟା । ସକାଳୁ ସକାଳୁ କୁହୁଡି ପାଇଁ ଦେଖାଯାଉନି ରାସ୍ତାଘାଟ । କଟକରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ୨୨ଟି ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଝାରସୁୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,Continue reading “ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ।”

ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ । ଲଗାତାର ଦ୍ୱିତୀୟ ଦିନ ପାଇଁ ସାଂଘାତିକ ସ୍ତରରେ ଜିଲ୍ଲାର ସ୍ଥିତି । କୋଇଲା ଖଣି ମୁଖ୍ୟ କାରଣ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି ଅନୁଗୁଳର ବାୟୁ ପ୍ରଦୂଷଣ । ଲଗାତର ଦ୍ୱିତୀୟ ଦିନ ପାଇଁ ଅନୁଗୁଳର ସ୍ଥିତି ସାଂଘାତିକ ସ୍ଥିତିରେ ରହିଛି । ସୋମବାର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା । ଗତକାଲି ଏହା ୩୫୭ରେ ପହଂଚିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ ରହିଛି । କଟକ ଓ ଭୁବନେଶ୍ୱର ବି ଜଟିଳ ସ୍ଥିତିରେ ରହିଛି । ବାଲେଶ୍ୱର ଓ ବାରିପଦା ସ୍ଥିତି ବି ଗମ୍ଭୀରContinue reading “ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ । ଲଗାତାର ଦ୍ୱିତୀୟ ଦିନ ପାଇଁ ସାଂଘାତିକ ସ୍ତରରେ ଜିଲ୍ଲାର ସ୍ଥିତି । କୋଇଲା ଖଣି ମୁଖ୍ୟ କାରଣ ।”

ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ ।

କନକ ବ୍ୟୁରୋ: ରାତି ଅଧରରେ ଦୁର୍ବୃତଙ୍କ କାରନାମା । ଘର ମାଲିକଙ୍କ ଅନୁପସ୍ଥିତିରେ ଘରେ ନିଆଁ ଲଗାଇଦେଲେ । ଅଗ୍ନିକାଣ୍ଡ ଫଳରେ ୬ରୁ ଅଧିକ ବାଇକ୍ ଜଳିଯାଇଛି । ଏହାସହ ଘରକୁ ମଧ୍ୟ କ୍ଷତି ପହଂଚିଛି । ଏପରି ଘଟଣା ଘଟିଛି ଜୟପୁର ସହର ପାରାବେଡ଼ା ଅଞ୍ଚଳରେ । ଘରକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।Continue reading “ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ ।”

ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ ।

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏତିପାଇଁ ସାରା ଦେଶରେ ଲୋକଙ୍କ ପ୍ରବଳ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି । ବର୍ଷ ବର୍ଷ ଧରି ଭକ୍ତଙ୍କ ଅପେକ୍ଷା ରହିଥିଲା ଏବେ କିନ୍ତୁ ସେହି ଅପେକ୍ଷାର ଶେଷ ହେବ । ବ୍ରହ୍ମପୁର ସହରର ୫ ଜଣ ଯୁବକ ବାହାରିଛନ୍ତି ଅଯୋଧ୍ୟ ଅଭିମୁଖେ ।ଏହି ୫ଜଣ ସାଙ୍ଗ କଥା ହୋଇContinue reading “ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ ।”

ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ ପ୍ରକାଶ ।

କନକ ବ୍ୟୁରୋ: ଆଜିକାଲି ଯେଉଁଆଡେ ଗଲେ ହାତରେ ପ୍ଲାଷ୍ଟିକ୍ ପାଣି ବୋତଲ ନେବାକୁ ଭୁଲୁନାହାଁନ୍ତି । ଏଥିପାଇଁ ବିଭିନ୍ନ କମ୍ପାନୀ ମଧ୍ୟ ବୋତଲ ପ୍ୟାକ୍ଡ ପାଣି ବୋତଲ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜାଣିଛନ୍ତି ଏହି ପ୍ଲାଷ୍ଟିକ୍ ବୋତଲ ପାଣି ଆପଣଙ୍କ ପାଇଁ କେତେ କ୍ଷତିକାରକ? ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ନାନୋContinue reading “ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ ପ୍ରକାଶ ।”

କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ ଲୀଳା ।

କନକ ବ୍ୟୁରୋ: କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ପରିଷଦ ଅଂଚଳ । ତରଭାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ହଜାର ହଜାର ଦର୍ଶକ ମୁକ୍ତ ମଂଚରେ ଶ୍ରୀକୃଷ୍ଣଙ୍କ ଲୀଳା ଅଭିନୟ ଦେଖିବା ସହ ମହାରାଜା କଂସଙ୍କ ରଂଗ ସଭା, ଚଳଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି । କଂସଙ୍କ ଅଟ୍ଟହାସ୍ୟରେ କମ୍ପିଛି ସୁୂବର୍ଣ୍ଣପୁର ଜିଲ୍ଲାର ତରଭା ଅଞ୍ଚଳ । ଦେଖିବାକୁ ମିଳିଛି ମହାରାଜା କଂସଙ୍କ ରାଜୁତି । ମହାରାଜା ଉଗ୍ରସେନଙ୍କଠାରୁContinue reading “କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ ଲୀଳା ।”

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ ।

କନକ ବ୍ୟୁରୋ: ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ ବି ଅଛନ୍ତି । ଏମଭିଆଇ ବେହେରାଙ୍କ ସାଲେପୁରସ୍ଥିତ ପୈତୃକ ଘର ସମେତ ମୋଟ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଏହି ସମୟରେ ସେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ସାମ୍ନାକୁContinue reading “ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ ।”

ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ।

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ । ଏବେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ମ୍ୟାଚ ପରେ ପୁଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିସିିନାଲ ଡିସିପି କହିଛନ୍ତି । ସେପଟେ ମୃତଦେହ ନ ନେବାକୁ ଦିଲ୍ଲୀପଙ୍କ ପରିବାର ଲୋକ ପ୍ରଥମେ ଜିଦ୍ ଧରି ମଂଚେଶ୍ୱର ଥାନା ଆଗରେContinue reading “ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ।”

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ ।

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି ।ଏହା ଭିତରେ ସାମ୍ାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ମନ୍ଦିରରେ ଏଭଳି ୨୨ଟି ସୁନା କବାଟ ଲାଗିବାର ସୂଚନାContinue reading “ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ ।”

ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ ଲାକ୍ଷାଦୀପରେ ହେବ ନୂଆ ବିମାନ ବନ୍ଦର ।

  କନକ ବ୍ୟୁରୋ: ଭାରତ-ମାଳଦ୍ୱୀପ ମଧ୍ୟରେ ବିବାଦ ବଢୁଥିବାବେଳେ ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ଯିବାକୁ ଆଉ ଚାହୁଁ ନାହାନ୍ତି । ଫଳରେ ସେଠାକାର ପର୍ଯ୍ୟଟନ ଶିଳ୍ପକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନର ସହାୟତା ଲୋଡ଼ିଛନ୍ତି । ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦୀପ ରାଷ୍ଟ୍ରପତି । ମୁଇଜୁ ସରକାରଙ୍କ ୩ଜଣ ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଭାରତ ଓContinue reading “ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ ଲାକ୍ଷାଦୀପରେ ହେବ ନୂଆ ବିମାନ ବନ୍ଦର ।”

Design a site like this with WordPress.com
Get started