ରାଜଧାନୀ ଖଣ୍ଡଗିରିରେ ବଡ଼ ଧରଣର ଲୁଟ୍ । ଘରେ କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣାଧରି ଲୁଟେରା ଚମ୍ପଟ

କନକ ବ୍ୟୁରୋ: ଧିରେ ଧିରେ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ଆଗରୁ ଚାବି ପକାଇ ବାହାରକୁ ଯିବାକୁ ଡର ଲାଗୁଥିଲା, ଏବେ ଘରେ ଥିଲେ ବି ଚୋରିର ଭୟ । ଖଣ୍ଡଗିରି ତାଳବଣିଆ ଅଞ୍ଚଳରେ ହୋଇଛି ଏମିତି ଏକ ଚୋରି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଆତଙ୍କ ଖେଳାଉଛନ୍ତି କପବୋର୍ଡ ତଡା ଲୁଟେରା ରାଜଧାନୀବାସୀଙ୍କ କୋକୁଆ ଭୟ ଭୁବନେଶ୍ୱରବାସୀଙ୍କ ଛାତି ଥରାଉଛନ୍ତି ଲୁଟେରା ।Continue reading “ରାଜଧାନୀ ଖଣ୍ଡଗିରିରେ ବଡ଼ ଧରଣର ଲୁଟ୍ । ଘରେ କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣାଧରି ଲୁଟେରା ଚମ୍ପଟ”

ରାଜ୍ୟ ବିମାନସେବା ମାନଚିତ୍ରରେ ମାଲକାନଗିରି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବିମାନବନ୍ଦର ଲୋକାର୍ପଣ

କନକ ବ୍ୟୁରୋ: ସ୍ୱପ୍ନ ସତ ହୋଇଛି, ଉପାନ୍ତ ମାଲକାନଗିରି ସହ ଯୋଡି ହୋଇଛି ବିମାନ ସେବା । ସ୍ୱାଭିମାନ ଅଞ୍ଚଳର ଲୋକ ବି ଏଣିକି ନିଜ ମାଟିରେ ପାଇବେ ବିମାନ ଯାତ୍ରାର ସୁବିଧା । ଆଜି ମାଲକାନଗିରି ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବଣ୍ଡା ଆଦିବାସୀଙ୍କ ସହ ଫଟୋ ଉଠାଇଛନ୍ତି । ଆଉ ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ପ୍ୟାକେଜContinue reading “ରାଜ୍ୟ ବିମାନସେବା ମାନଚିତ୍ରରେ ମାଲକାନଗିରି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବିମାନବନ୍ଦର ଲୋକାର୍ପଣ”

ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ସ୍ୱାଗତ କଲା ଅଧ୍ୟାପକ ସଂଘ

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରିସର ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ଭଳି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଘୋଷଣାନାମା । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ସୁପାରିଶ ହୋଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ କହିଛନ୍ତି । ତେବେ ପୂର୍ବରୁ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନିୟମ ଥିଲା ଯେ, ସେମାନେ ନିଶା ସେବନ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିପାରିବେ ନାହିଁ । ଏବେContinue reading “ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ସ୍ୱାଗତ କଲା ଅଧ୍ୟାପକ ସଂଘ”

ଦିଲ୍ଲୀରେ ଅତିଥି ବନିବେ ଗରିବ ଓଡିଆ । ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ

କନକ ବ୍ୟୁରୋ: ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ଆସିଛି ନିମନ୍ତ୍ରଣ । ସ୍ୱତନ୍ତ୍ର ଅତିଥି ଭାବେ ଏମାନେ ଦିଲ୍ଲୀ ଯିବେ । ହେଲେ ଏମାନେ କୌଣସି ବିଶିଷ୍ଟ ବ୍ୟକ୍ତି ନୁହଁନ୍ତି, ବରଂ ସାଧାରଣ ଲୋକ, ପିଏମ୍ ଆବାସ ହିତାଧିକାରୀ । ଦିନେ ଛାତ ଘର ଖଣ୍ଡେ ପାଇବା ପାଇଁ ସଂଘର୍ଷ କରୁଥିଲେ, ଆଉ ଏବେ କେନ୍ଦ୍ର ସରକାରଙ୍କ ଅତିଥି । ୧୦ ଜଣ ହିତାଧିକାରୀ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁContinue reading “ଦିଲ୍ଲୀରେ ଅତିଥି ବନିବେ ଗରିବ ଓଡିଆ । ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ”

୨୦୨୪ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬୦ ଟିକେଟ ଫାଇନାଲ । ପୁଣିଥରେ ଟିକେଟ ପାଇବେ ବର୍ତ୍ତମାନର ୯ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳ ଗୁଡିକ ସେତିକି ଅଣ୍ଟା ଭିଡୁଛନ୍ତି । ଏ କ୍ରମରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସ, ବଳ ଗୋଟାଇବାରେ ଲାଗି ପଡିଛି । ନୂଆ ପ୍ରଭାରୀ ଆସିବା ପରେ ଦଳରେ ଏବେ ନୂଆ ଉତ୍ସାହ । ଏତେ ଉତ୍ସାହ, ଯେ ନେତା ଏବେଠୁ କହିଲେଣି, କଂଗ୍ରେସର ୬୦ରୁ ୭୦ ଟିକେଟ୍ ଚୂଡାନ୍ତ । ଏପରିକି ଫେବୃଆରୀରେ ଟିକେଟ୍ ଘୋଷଣା ହୋଇଯିବ ।Continue reading “୨୦୨୪ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬୦ ଟିକେଟ ଫାଇନାଲ । ପୁଣିଥରେ ଟିକେଟ ପାଇବେ ବର୍ତ୍ତମାନର ୯ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନ ନେଇ ବଢିଲା ଚର୍ଚ୍ଚା”

ବଢ଼ିବ ଆଶା, ଅଙ୍ଗନବାଡ଼ି କର୍ମୀ ଓ ପାଚିକାଙ୍କ ଦରମା । ମଧୁବାବୁ ପେନସନ ଓ କଳାକାରଙ୍କ ଭତ୍ତା ବି ବଢ଼ିବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଜି ଉପାନ୍ତ ନବରଙ୍ଗପୁରରେ ଏମିତି ଏକ ଘୋଷଣା ହୋଇଛି, ଯାହା ରାଜ୍ୟର ବିଭିନ୍ନ କୋଣରେ ଆଶା ଓ ଉତ୍ସାହ ବଢାଇଛି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବ । ବୟସ୍କ ଓ ଅସହାୟମାନେ ପାଉଥିବା ମଧୁବାବୁ ପେନସନର ଭତ୍ତା ରାଶି ବି ବୃଦ୍ଧି ପାଇବ । ତେବେ କେବେ ବଢିବ, କେତେ ବଢିବ, ଯଦିଓ ଜଣାନାହିଁ, ହେଲେ ଖୋଦ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରୁ ଯେହେତୁContinue reading “ବଢ଼ିବ ଆଶା, ଅଙ୍ଗନବାଡ଼ି କର୍ମୀ ଓ ପାଚିକାଙ୍କ ଦରମା । ମଧୁବାବୁ ପେନସନ ଓ କଳାକାରଙ୍କ ଭତ୍ତା ବି ବଢ଼ିବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ”

ହାତଠାରି ଡାକୁଛି ହୁକିଟୋଲା । ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଇଂରେଜଙ୍କ ପୁରୁଣା କୋଠା ପାଲଟିଛି ଆକର୍ଷଣ

କନକ ବ୍ୟୁରୋ: ପର୍ଯ୍ୟଟକଙ୍କୁ ଆକର୍ଷିିତ କରୁଛି ହୁକିଟୋଲା । ସମୁଦ୍ରର ନୀଳ ଜଳ ରାଶିରେ ରୋମାଞ୍ଚକର ନୌଯାତ୍ରା ସାଙ୍ଗକୁ ମନମୋହୁଛି ପୁରୁଣା କୀର୍ତିରାଜି । କେନ୍ଦ୍ରାପଡା ମହାକାଳପଡା ବ୍ଳକରେ ରହିଛି ହୁକିଟୋଲା ପର୍ଯ୍ୟଟନସ୍ଥଳୀ । ଅନ୍ୟଦିନ ଅପେକ୍ଷା ପର୍ଯ୍ୟଟନ ଋତୁରେ ଲାଗୁଛି ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ । ୨ ଘଣ୍ଟାର ରୋମାଞ୍ଚକର ନୌଯାତ୍ରା ସାଙ୍ଗକୁ ମନୋରମ ପରିବେଶ ବେଶ ମନ ମୋହୁଛି । ଖରୀନାସୀ ମାଛଧରା ଜେଟିରୁ ପର୍ଯ୍ୟଟକ ମାନେ ଯନ୍ତ୍ରଚାଳିତ ଡଙ୍ଗାରେ ବସି ନଦୀ ଓContinue reading “ହାତଠାରି ଡାକୁଛି ହୁକିଟୋଲା । ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଇଂରେଜଙ୍କ ପୁରୁଣା କୋଠା ପାଲଟିଛି ଆକର୍ଷଣ”

ଖୋଲା ଆକାଶ ତଳେ ବସ୍ତା ବସ୍ତା ଧାନ । ଥଣ୍ଡା କାକରରେ ଫସଲକୁ ଜଗି ରହିଛନ୍ତି ଚାଷୀ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କିଣା ଏବେ ପ୍ରହସନ ପାଲଟିଛି । ଭଇଁରିଗୁଡା ମଣ୍ଡିରେ ବର୍ତ୍ତମାନ ମିଲର୍ସ ରାଜ ଚାଲିଥିବା ବେଳେ ଏଥିରେ ଧାନ କିଣୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଢାଳ କରି ଧାନ କିଣୁଛନ୍ତି ମିଲର୍ସ । ଚାଷୀ ୧୦ ରୁ ଅଧିକ ଦିନ ହେଲା ମଣ୍ଡିରେ ଦିନରେ ଖରା ଓ ରାତିରେ ଜାଡ ଶୀତରେ ଖୋଲା ଆକାଶ ତଳେ ଧାନକୁ ଜଗିଛି । ମଣ୍ଡିରେ ଦିନ ବିତାଇବା ପାଇଁ ତାସ୍ ଖେଳିContinue reading “ଖୋଲା ଆକାଶ ତଳେ ବସ୍ତା ବସ୍ତା ଧାନ । ଥଣ୍ଡା କାକରରେ ଫସଲକୁ ଜଗି ରହିଛନ୍ତି ଚାଷୀ ।”

ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ ।

କନକ ବ୍ୟୁରୋ: ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛି ୩ ବର୍ଷ ସାତ ମାସର ଶିଶୁ ଡାନିସ ଦେବାଂସ । ଦେବାଂସ ୩୧. ୯୧ ସେକେଣ୍ଡ ମଧ୍ୟରେ ନିର୍ଭୁଲ ଭାବେ ଅଠେଇଶ ରାଜ୍ୟର ରାଜଧାନୀ ଓ ସାତଟି ମହାଦେଶର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇପାରିଛନ୍ତି । ୩ ବର୍ଷର ଏହି ଶିଶୁଟିର ପ୍ରତିଭା ଏବେ ପରିସ୍ଫୁଟିତContinue reading “ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ ।”

ଉତ୍କଳ ଘଣ୍ଟଙ୍କ ସ୍ମୃତିରକ୍ଷା ଉଦ୍ୟମ । ଜନ୍ମମାଟି ନୟାଗଡ ଇଟାମାଟିରେ ସାଇତା ହୋଇ ରହିଛି କବି ଯଦମଣିଙ୍କ ପୋଥିି, ଚିଠି ଓ ଆସବାବପତ୍ର

କନକ ବ୍ୟୁରୋ: ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ସେ କେବଳ ଜଣେ କବି ନୁହନ୍ତି ଏକାଧାରରେ ଚିତ୍ରକର ଓ ଜଣେ କଳାକାର ମଧ୍ୟ । ସେ ଥିଲେ ଉତ୍କଳର ଘଣ୍ଟ କବି ଯଦୁମଣି । ଯାହାଙ୍କ ପାଇଁ ଆଜି ଗର୍ବିତ ନୟାଗଡର ଇଟାମାଟି ଗାଁ । ତେବେ ଗାଁରେ ଏବେ ବି ତାଙ୍କ ସାଇତା ସ୍ମୃତି ଉଦ୍ଜୀବିତ ହୋଇରହିଛି । ଉତ୍କଳ ଘଣ୍ଟ ତଥା ଆଶୁ କବି ଯଦୁମଣିଙ୍କ ବାସସ୍ଥାନ ନୟାଗଡ ଇଟାମାଟି ଗାଁContinue reading “ଉତ୍କଳ ଘଣ୍ଟଙ୍କ ସ୍ମୃତିରକ୍ଷା ଉଦ୍ୟମ । ଜନ୍ମମାଟି ନୟାଗଡ ଇଟାମାଟିରେ ସାଇତା ହୋଇ ରହିଛି କବି ଯଦମଣିଙ୍କ ପୋଥିି, ଚିଠି ଓ ଆସବାବପତ୍ର”

Design a site like this with WordPress.com
Get started