କନକ ବ୍ୟୁରୋ: ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଲେ ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ସିରେଇଁପୁର ଗ୍ରାମରେ । ସିରେଇଁପୁର ଗ୍ରାମର ରେବତୀ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରୀରେ ଚୋର ପଶି ପରିବାର ଲୋକମାନଙ୍କୁ ବାହାରପଟୁ କବାଟ ଦେଇ ଝିଅ ବାହାଘର ପାଇଁ ରଖାଯାଇଥିବା ପ୍ରାୟ ୭ ଭରି ଓଜନରୁ ଅଧିକ ସୁନା ଅଳଙ୍କାରContinue reading “ଝିଅ ବାହାଘର ପାଇଁ ସାଇତି ଥିଲେ ସୁନା ଗହଣା । ଘରେ ପଶି ଲୁଟିନେଲା ଚୋର”
Category Archives: News
କେନ୍ଦ୍ରାପଡା ରାଜନଗରର ଗ୍ରାମାଞ୍ଚଳରେ ମଦର ବନ୍ୟା । ନମ୍ବର ବିହୀନ ଗାଡିରେ ଚାଲାଣ ହେଉଛି ବସ୍ତା ବସ୍ତା ମଦ
କନକ ବ୍ୟୁରୋ: ଚୋରା ବିଦେଶୀ ମଦର କେନ୍ଦ୍ରସ୍ଥଳୀ ପାଲଟିଛି କେନ୍ଦ୍ରାପଡାର ରାଜନଗର ଅଞ୍ଚଳ । ଦିନ ଦ୍ୱିପହରେ ନମ୍ବର ବୀହିନ ବାଇକରେ ବସ୍ତାବସ୍ତା ବିଦେଶୀ ମଦ ଗାଁ ଗାଁରେ ଯୋଗାଇ ଦେଉଛନ୍ତି ମାଫିଆ । କେବଳ ସେତିକି ନୁହେଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସର୍ମ୍ପକୀୟ ପ୍ୟାକେଟରେ ନେଇ ଶିକ୍ଷାନୁଷ୍ଠାନରେ ମଦ ବିକ୍ରି କରୁଛନ୍ତି । ହେଲେ ସବୁ ଜାଣି ବି ପୋଲିସ , ଅବକାରୀ ବିଭାଗ ଚୁପ । ଦିନ ଦି-ପହରରେ ଚାଲିଛି ବେଧଡକ ଭାବେ ମଦ କରାବାରContinue reading “କେନ୍ଦ୍ରାପଡା ରାଜନଗରର ଗ୍ରାମାଞ୍ଚଳରେ ମଦର ବନ୍ୟା । ନମ୍ବର ବିହୀନ ଗାଡିରେ ଚାଲାଣ ହେଉଛି ବସ୍ତା ବସ୍ତା ମଦ”
ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା ।
କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଚାଲିଛି ଯାତ୍ରା । କେବେ ଯେ ଜୀବନ ଚାଲିଯିବ ତାହା କହିହେବନି । ମରଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ପିଲାରୁ ବୁଢା ସମସ୍ତେ । ରାସ୍ତା ସମସ୍ୟା ଯୋଗୁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ଯେଉଁ ଗୋଟିଏ ରାସ୍ତା ଅଛି ସମସ୍ତଙ୍କୁ ୧୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡିଥାଏ । ତେଣୁ ଲୋକେ ବାଧ୍ୟ ହୋଇ ଋଷିକୁଲ୍ୟା ନଦୀ ଉପରେ ରେଳ ଧାରଣା କଡରେ ଥିବାContinue reading “ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା ।”
ମାଳଦ୍ୱୀପ ପାଇଁ ଭାରତ ୯୧୧ କଲ୍ ଭଳି । ଭାରତକୁ ପ୍ରଂଶସା କରିବା ସହ ମୁଇଜ୍ଜୁ ସରକାର ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ମୁଇଜ୍ଜୁ ସରକାରର ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ନିଜ ଦେଶରେ ବିରୋଧର ସାମ୍ନା କରିବାକୁ ପଡିଛି । ଏପରିକି ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି ମୁଇଜ୍ଜୁ ସରକାର । ତେବେ ମୋଦୀଙ୍କୁ ନେଇ ମୁଇଜ୍ଜୁ ସରକାର ମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟକୁ ନେଇ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ କଡା ସମାଲୋଚନା କରିଛନ୍ତିContinue reading “ମାଳଦ୍ୱୀପ ପାଇଁ ଭାରତ ୯୧୧ କଲ୍ ଭଳି । ଭାରତକୁ ପ୍ରଂଶସା କରିବା ସହ ମୁଇଜ୍ଜୁ ସରକାର ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ।”
ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ଘୋଷଣା ।
କନକ ବ୍ୟୁରୋ: ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା । ଏପରିକି କମ୍ୟୁନିଟି ସେଣ୍ଟର କର୍ମଚାରୀ ଓ ପାଚିକାଙ୍କ ଦରମା ମଧ୍ୟ ବଢ଼ିବ । ଏମବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ସରକାର ବିଚାରବିମର୍ଶ କରୁଥିବା କହିଲେ ଭି.କେ ପାଣ୍ଡିଆନ୍ । ଖାଲି ଏତିକି ନୁହେଁ ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରିବେ ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲିContinue reading “ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ଘୋଷଣା ।”
ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର । ପ୍ରଦୂଷଣ ବଢ଼ିଲେ, ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ସ୍ଥିତି
କନକ ବ୍ୟୁରୋ: ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ୬ଟି ସହର ରହିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ଏହି ୬ଟି ସହରରେ ବାୟୁ ପ୍ରଦୁଷଣ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ସେହିଭଳି ଶୀତ ଦିନରେ ପୋଡ଼ୁ ଚାଷ ଓ ନିଆଁ ଜଳିବା ଯୋଗୁଁContinue reading “ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର । ପ୍ରଦୂଷଣ ବଢ଼ିଲେ, ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ସ୍ଥିତି”
ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ।
କନକ ବ୍ୟୁରୋ: ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବ୍ରଜରାଜନଗର ପଟୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଏକ ଟ୍ରାକ୍ଟର । ଫଳରେ ଭାରସ୍ୟାମ ହରାଇ ଆମ୍ବୁଲାନ୍ସଟି ରାସ୍ତାକଡରେ ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ଆଟେଣ୍ଡାଣ୍ଟ ଥିଲେ । ଦୁର୍ଘଟଣାରେ ସେମାନେ ସାମନ୍ୟ ଆହତ ହୋଇଛନ୍ତି ।Continue reading “ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ।”
ଆଠଗଡ଼ରେ ଅର୍ପଣ ରଥ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ପୋଡ଼ିଗଲେ ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଅର୍ପଣ ରଥ ପୂଜା କରୁଥିବା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇଛି । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତର ରଘୁନାଥପୁର ପାଟଣା ଗାଁରେ ଏଭଳି ଏକ ଅଘଟଣ ଘଟିଯାଇଛି । ପୋଡି ଯିବାରୁ ଗୁରୁତର ହୋଇ ହୋଇଛନ୍ତି ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ । ସେ ରଥ ପୂଜା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଦୀପରୁ ନିଆଁ ଲାଗିଯିବାରୁContinue reading “ଆଠଗଡ଼ରେ ଅର୍ପଣ ରଥ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ପୋଡ଼ିଗଲେ ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ ।”
ସରକାର ଫ୍ରି ରେ ଜମି ଏବଂ ଘର ଦେଉଛନ୍ତି, ତଥାପି ଏଠାରେ କେହି ରହିବାକୁ ରାଜି ହେଉନାହାନ୍ତି । ସୁଇଜରଲ୍ୟାଣ୍ଡ ପରି ସୁନ୍ଦର ସ୍ଥାନ ଅଥଚ ବର୍ଷ ବର୍ଷ ଧରି ନିଛାଟିଆ ହୋଇ ପଡ଼ିଛି
ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରୁସତ ପାଇଲା ମାତ୍ରେ ଲୋକମାନେ ଖୁସି ଏବଂ ଶାନ୍ତିର ସନ୍ଧାନରେ ବୁଲିବାକୁ ବାହାରି ଯାଆନ୍ତି । କେହି କେହି ପାଖରେ ଥିବା ପର୍ଯଟନ ସ୍ଥଳକୁ ଯାଇଥାନ୍ତି ତ କେହି କେହି ବହୁତ ପଇସା ଖର୍ଚ୍ଚ କରି ଦୂର କୋଉ ଦ୍ୱୀପପୁଞ୍ଜକୁ ଯାଇଥାନ୍ତି । ଆମେ ଏପରି ଏକ ଦ୍ବୀପପୁଞ୍ଜ ବିଷୟରେ କହିବୁ ଯେଉଁଠାରେ ବସବାସ କରିବାକୁ କେହି ରାଜି ହେଉନାହାନ୍ତି । ଏପରିକି ସରକାର ସେଠି ମାଗଣାରେ ଜମି ଏବଂ ଘର ଦେଲେContinue reading “ସରକାର ଫ୍ରି ରେ ଜମି ଏବଂ ଘର ଦେଉଛନ୍ତି, ତଥାପି ଏଠାରେ କେହି ରହିବାକୁ ରାଜି ହେଉନାହାନ୍ତି । ସୁଇଜରଲ୍ୟାଣ୍ଡ ପରି ସୁନ୍ଦର ସ୍ଥାନ ଅଥଚ ବର୍ଷ ବର୍ଷ ଧରି ନିଛାଟିଆ ହୋଇ ପଡ଼ିଛି”
ମୋଦୀ ସରକାରର ବଡ ପ୍ଲାନ୍ । ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର । ଲଢୁଆ ବିମାନ ସହ ସାଧାରଣ ଯାତ୍ରୀବାହୀ ବିମାନ ମଧ୍ୟ ଭରିବ ଉଡାଣ ।
କନକ ବ୍ୟୁରୋ: ଲାକ୍ଷାଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ପ୍ଲାନ୍ । ଭାରତ ସରକାର ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପ ଉପରେ ଏକ ନୂଆ ଏୟାରପୋର୍ଟର ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହି ନୂଆ ବିମାନବନ୍ଦରଟି ଦୁଇଟି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳୁଛି । ପ୍ରଥମତଃ ଏଠାରୁ ସେନାର ଲଢୁଆ ବିମାନ ଓ ସେନାର ଏୟାରକ୍ରାଫ୍ଟମାନେ ଉଡାଣ ଭରିବେ ଏବଂ ଲ୍ୟାଣ୍ଡ କରିବେ । ଦ୍ୱିତୀୟତଃ ଏହି ବିମାନବନ୍ଦରରୁ ସାଧାରଣ ଯାତ୍ରୀ ଏବଂ ବିମାନContinue reading “ମୋଦୀ ସରକାରର ବଡ ପ୍ଲାନ୍ । ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର । ଲଢୁଆ ବିମାନ ସହ ସାଧାରଣ ଯାତ୍ରୀବାହୀ ବିମାନ ମଧ୍ୟ ଭରିବ ଉଡାଣ ।”