କନକ ବ୍ୟୁରୋ : ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଆଜି ପଶ୍ଚିମବଙ୍ଗରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ବ୍ରିଗେଡ ପଡିଆରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏହି ସଭାକୁ ସିପିଆଇ (ଏମ୍) ର ଯୁବଶାଖା ଡିୱାଇଏଫଆଇ ଆୟୋଜନ କରିଥିଲା । ୨ମାସ ଧରି ଚାଲିଥିବା ଇନସାଫ୍Continue reading “ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ । ବିଜେପି ଓ ଟିଏମସିକୁ ଟାର୍ଗେଟ୍”
Category Archives: News
ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ ଚାଷ
କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କହିଲେ, ଧାନ, କପା ଓ ପରିବା ଚାଷ । କିନ୍ତୁ ସମୟ ସହ ତାଳ ଦେଇ ଏଠାକାର ମହିଳାଙ୍କ ଜୀବନ ଜୀବିକାରେ ଆସିଛି ପରିବର୍ତ୍ତନ । ଦିନେ ଦିନମଜୁରୁଆ ଭାବେ କାମ କରୁଥିବା ମହିଳା ଏବେ କରୁଛନ୍ତି ମାଛ ଚାଷ । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପଂଚାୟତର ଏକ ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତିContinue reading “ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ ଚାଷ”
ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା
କନକ ବ୍ୟୁରୋ : ସଞ୍ଜବତୀ, ତେଜପତ୍ର ଓ ବିଭିନ୍ନ ପ୍ରକାରର ଖାଇବା ଜିନିଷ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ଦେହୁର୍ଦା ଅଂଚଳର ମହିଳା । ସ୍ଥାନୀୟ ଅଂଚଳରେ ପ୍ରଚୁର ପରିମାଣର ତେଜପତ୍ର ମିଳୁଥିବା ବେଳେ ଏହାକୁ ସଂଗ୍ରହ କରି ତାଙ୍କୁ ଶୁଖାଇବା ପରେ ମହିଳା ମାନେ ମେସିନରେ ପ୍ୟାକେଟିଂ କରୁଛନ୍ତି । ବିକ୍ରି କରିବା ପାଇଁ କଟକ, ଭୁବନେଶ୍ୱର, ପୁରୀ, ଗଂଜାମ, ବ୍ରହ୍ମପୁର ଭଳି ସହରକୁ ପଠାଉଛନ୍ତି । ଖାଲି ତେଜପତ୍ର ବ୍ୟବସାୟ ନୁହେଁ ବଜାରରୁ ତୁଳା କିଣିContinue reading “ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା”
ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ
କନକ ବ୍ୟୁରୋ : ମେକଅପ୍ ହେଉ କି ବ୍ୟୁଟି ପାର୍ଲର ବ୍ୟବସାୟ । ଏହା ଏବେ କେବଳ ସହରର ବ୍ୟବସାୟ ନୁହେଁ । ଏବେ ଗାଁ ଗଣ୍ଡାରେ ବି ଏହି ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି ମହିଳାମାନେ । ସିଲେଇ ମେସିନ୍ ଓ ବିୟୁଟି ପାର୍ଲର ଖୋଲି ମହିଳାଙ୍କୁ ମେକଅପ୍ ଦେଉଛନ୍ତି କଟକ ନିଆଳି ଅଂଚଳର ପପିନା ପଟ୍ଟାୟତ । ୧୮ ବର୍ଷ ତଳେ ସେ କଟକରେ ଜନଶିକ୍ଷଣ ସଂସ୍ଥାରୁ ବିୟୁଟି ପାର୍ଲର ତାଲିମ ନେଇଥିଲେContinue reading “ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ”
ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପର ସଦସ୍ୟା
କନକ ବ୍ୟୁରୋ : ଚିଲିକାରୁ ମାଛ ସଂଗ୍ରହ କରି ଶୁଖୁଆ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ପଂଚାୟତ ଖଟିସାହି ଗାଁର ୩୪ ଜଣ ମହିଳା । ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ ଗଠନ କରି ଏହି ମହିଳା ମାନେ ଶୁଖୁଆ ପ୍ରସ୍ତୁତ କରୁଛନ୍ତି । ନିଜର ଘର କାମ ସହ ଏହି କାମ ପାଇଁ ଦିନକୁ ୨ ଘଂଟା ସମୟ ଦେଉଛନ୍ତି । ରାଜ୍ୟର ବିଭିନ୍ନ ବଜାର ଓ ମେଳା ମହୋତ୍ସବରେ ମହିଳା ମାନେ ଏହିContinue reading “ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପର ସଦସ୍ୟା”
ମାଟିର ମୂୂର୍ତ୍ତିକୁ ସେ ଦେଉଛନ୍ତି ଜୀବନ୍ତ ରୂପ । ଭଳିକି ଭଳି ମୂୂର୍ତ୍ତି ଗଢ଼ିବା ତାଙ୍କର ପାଲଟିଛି ପେଶା ଆଉ ନିଶା
କନକ ବ୍ୟୁରୋ : ମାଟି, ପଥର, ସିମେଣ୍ଟ, କାଠ ଓ ଫାଇବରରେ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ହସ୍ତକଳା । ହୋମ ଡେକୋରେଟ୍, ଗାର୍ଡେନିଂ, କୁକିଙ୍ଗ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଶିଳ୍ପୀ ପ୍ରଦୀପ ମୁଦୁଲି । ଏହି ସବୁ ସାମଗ୍ରୀ ଭିତରେ ଦେବାଦେବୀଙ୍କ ପ୍ରତି ମୂର୍ତ୍ତି ଓ ଜଗନ୍ନାଥଙ୍କ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଯୁବାବସ୍ଥାରେ ଏଭଳି କଳାର ସାଧକ ପାଲଟିଛନ୍ତି ଖୋର୍ଦ୍ଧା କୋଦୁଅବେରଣି ଗାଁର ପ୍ରଦିପ ମୁଦୁଲି । ଲୋକଙ୍କ ଚାହିଦା ମୁତାବକ ଫାଉଣ୍ଟେନ୍,Continue reading “ମାଟିର ମୂୂର୍ତ୍ତିକୁ ସେ ଦେଉଛନ୍ତି ଜୀବନ୍ତ ରୂପ । ଭଳିକି ଭଳି ମୂୂର୍ତ୍ତି ଗଢ଼ିବା ତାଙ୍କର ପାଲଟିଛି ପେଶା ଆଉ ନିଶା”
କାନ୍ଧରେ ପରିବାରର ବୋଝ: ୮୪ ବର୍ଷ ବୟସରେ ବି ବେଳାଭୂମିରେ କରୁଛନ୍ତି ଖେଳଣା ବେପାର
କନକ ବ୍ୟୁରୋ: କାନ୍ଧରେ ପରିବାରର ବୋଝ । ତେଣୁ ସେ ୮୪ ବର୍ଷ ବୟସରେ ବି ବେଳାଭୂମିରେ ଖେଳଣା ବେପାର କରୁଛନ୍ତି । ମାନସିକ ଭାରସାମ୍ୟ ହରାଇ ପୁଅ କୁଆଡେ ଚାଲିଯାଇଛନ୍ତି । ଘରେ ବୋହୂ ଓ ୨ ନାତି । ସେମାନଙ୍କ ମୁହଁରେ ଆହାର ଦେବାକୁ ନାଚିୟ ମଉସା ଏ ବୟସରେ ବି ପଣ କରିଛନ୍ତି, ଆଉ ସଂଘର୍ଷ ଜାରି ରଖିଛନ୍ତି । ଯେବେ ମନ ମରିିଯିବ, ପେଟ ଜଳୁଥିବ, ବୟସର ବୋଝରେ କେଉଁ କାନ୍ଧContinue reading “କାନ୍ଧରେ ପରିବାରର ବୋଝ: ୮୪ ବର୍ଷ ବୟସରେ ବି ବେଳାଭୂମିରେ କରୁଛନ୍ତି ଖେଳଣା ବେପାର”
କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?
କନକ ବ୍ୟୁରୋ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ ଯାଇଛି । ଶନିବାର ହାତୀକୁ ଏଠାକୁ ଅଣାଯାଇଥିଲା ବେଳେ ରବିବାର ତାର ମୃତ୍ୟୁ ହୋଇଛି । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁContinue reading “କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?”
ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ: ନୂଆ ବିମାନ ବନ୍ଦରରେ ଉଡାଣର ହେଲା ଟ୍ରାଏଲ ରନ୍
କନକ ବ୍ୟୁରୋ: ଉପାନ୍ତରୁ ଉଡ଼ିଲା ବିମାନ । ଆଜି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ନିୟମିତ ମାଲକାନଗିରିରୁ ଉଡିବ ବିମାନ । ଗମନାଗମନରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମାଲକାନଗିରି ଆକାଶ ରେ ଉଡିଲା ବିମାନ । ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣContinue reading “ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ: ନୂଆ ବିମାନ ବନ୍ଦରରେ ଉଡାଣର ହେଲା ଟ୍ରାଏଲ ରନ୍”
ବୁଝି ହେଉନି ଡାକ୍ତରଙ୍କ ପ୍ରେସକ୍ରିପ୍ସନ: ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ: ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ । ଡାକ୍ତରଙ୍କ ପ୍ରେସକ୍ରିପ୍ସନର ଅସ୍ପଷ୍ଟ ଅକ୍ଷରକୁ ନେଇ ନା କେବଳ ରୋଗୀ, ଔଷଧ ଦୋକାନୀ ମଧ୍ୟContinue reading “ବୁଝି ହେଉନି ଡାକ୍ତରଙ୍କ ପ୍ରେସକ୍ରିପ୍ସନ: ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ”