କନକ ବ୍ୟୁରୋ: ନିର୍ବାଚନ ଆସିଲେ ଚିଲିକା ଟାପୁରେ ଥିବା ଲୋକଙ୍କ କଥା ମନେପଡେ । ଚିଲିକାର ନୀଳ ଜଳରାଶି ପାରି ହୋଇ ଲୋକଙ୍କ ପାଖକୁ ଧାଇଁ ଆସନ୍ତି ନେତା । ଆଉ ସବୁ ଥର ଚିଲିକାରେ ସେତୁ କରିଦେବୁ କହି ନିର୍ବାଚନ ବୈତରଣୀ ପାର ହୁଅନ୍ତି । ଭୋଟ ଗଣତି ସରିଲେ, ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ବି ସରିଯାଏ । ପୋଲ ଯାଏ ପାଣିକୁ, ଲୋକ ପାଣି ପାରି ହୁଅନ୍ତି ଡଙ୍ଗା ଓ ଭସା ପୋଲରେ ।Continue reading “୨୦୨୪ରେ ଚିଲିକାରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ପୋଲ । କୃଷ୍ଣପ୍ରସାଦବାସୀଙ୍କ ଚେତାବନୀ, ଭୋଟ୍ ପୂର୍ବରୁ ପୋଲ ନଦେଖିଲେ ବାଛିବେନି ନେତା “
Category Archives: News
ମାତ୍ର ୩ ମାସରେ ମାଟି ହୋଇଗଲା ୭ କୋଟିର ରାସ୍ତା । ଧୂଳିଭର୍ତ୍ତି ରାସ୍ତାକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦା ଓ ବାଟୋଇ
କନକ ବ୍ୟୁରୋ: ୭ କୋଟିର ରାସ୍ତାରେ ଉଡୁଛି ଧୂଳି । ଝାରସୁଗୁଡ଼ା ସହରର ଓଏମପିରୁ ମାଲିମୁଣ୍ଡା ଷ୍ଟାଡିୟମ ଦେଇ ନୂତନ ରାସ୍ତା ନିର୍ମାଣ କରାଯାଇଥିଲା । କିଛି ମାସ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା କେମିତି ତିଆରି ହୋଇଥିଲା କେଜାଣି, ଯେଉଁ ଦିନ ଭାରିଯାନ ଚଳାଚଳ ଆରମ୍ଭ ହେଲା ସେହି ଦିନରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏବେ ରାସ୍ତାରେ ଗାଡ଼ି ଯିବା ତ ଦୂରର କଥା, ସ୍ଥାନୀୟ ଲୋକContinue reading “ମାତ୍ର ୩ ମାସରେ ମାଟି ହୋଇଗଲା ୭ କୋଟିର ରାସ୍ତା । ଧୂଳିଭର୍ତ୍ତି ରାସ୍ତାକୁ ନେଇ ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦା ଓ ବାଟୋଇ”
JSW ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ: ଦୁର୍ଗାପାଲି ସମ୍ବଲପୁରର ଦିନାମଣି ବ୍ରହ୍ମଶ୍ରମ ଠାରେ ‘ଉଷ୍ମ ବସ୍ତ୍ର ବଣ୍ଟନ’
କନକ ବ୍ୟୁରୋ : ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ, ଜେଏସଡବ୍ଲୁ ଫାଉଣ୍ଡେସନ, ସିଏସଆର ବିଭାଗ JSW BPSL 20 ଡିସେମ୍ବରରେ ସମ୍ବଲପୁରର ଦିନାମଣି ବ୍ରହ୍ମଶ୍ରମ, ଦୁର୍ଗାପାଲିରେ ଅଭାବୀ ବରିଷ୍ଠ ନାଗରିକଙ୍କୁ କମ୍ବଳ ଯୋଗାଇ “ୱାର୍ମଥ ଡ୍ରାଇଭ ସେୟାର” ଆୟୋଜନ କରିଥିଲା। ପଶ୍ଚିମ ଓଡିଶା, JSW BPSLରେ ଚାଲିଥିବା ପ୍ରବଳ ଥଣ୍ଡା ତରଙ୍ଗ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ CSR ବିଭାଗ ସମ୍ପ୍ରଦାୟର ଜରୁରୀ ଆବଶ୍ୟକତାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଇଛି ଏବଂ ସମ୍ପ୍ରଦାୟର କଲ୍ୟାଣରେ ସକ୍ରିୟ ଭାବରେ ସହଯୋଗContinue reading “JSW ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ: ଦୁର୍ଗାପାଲି ସମ୍ବଲପୁରର ଦିନାମଣି ବ୍ରହ୍ମଶ୍ରମ ଠାରେ ‘ଉଷ୍ମ ବସ୍ତ୍ର ବଣ୍ଟନ’”
କନକ ବର୍ଦ୍ଧନ ସିଂହ ଦେଓଙ୍କ ବଡ ବୟାନ । କହିଲେ, ବିଜେଡି-ବିଜେପି ଭିତରେ ହେବନି କୌଣସି ବି ମେଣ୍ଟ
କନକ ବ୍ୟୁରୋ: ବିଜେଡି ସହ ବିଜେପିର ମେଣ୍ଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ । ଆଜି ପାଟଣାଗଡରେ ଆୟୋଜିତ ସ୍ୱର୍ଗତ ଅଟଳ ବିହାରୀ ବାଜପୈୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଇ କନକ ବର୍ଦ୍ଧନ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ । ପିଠିରେ ଛୁରାମାଡ କରୁଥିବା ସରକାର ସହ ଆମ ବିଜେପି କେବେ ବି ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହContinue reading “କନକ ବର୍ଦ୍ଧନ ସିଂହ ଦେଓଙ୍କ ବଡ ବୟାନ । କହିଲେ, ବିଜେଡି-ବିଜେପି ଭିତରେ ହେବନି କୌଣସି ବି ମେଣ୍ଟ”
ରେଡିଓ ଚକଲେଟ ପକ୍ଷରୁ ‘ମିଠା ମିଠା ଖ୍ରୀଷ୍ଟମାସ’ର ସପ୍ତମ ସଂସ୍କରଣ ପାଳିତ । କୁନି ପିଲାମାନଙ୍କର ହେଲା ଫ୍ୟାସନ୍ ସୋ’ ।
କନକ ବ୍ୟୁରୋ: ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ରେଡିଓ ଚକଲେଟ ପକ୍ଷରୁ ‘ମିଠା ମିଠା ଖ୍ରୀଷ୍ଟମାସ’ର ସପ୍ତମ ସଂସ୍କରଣ ପାଳିତ ହୋଇଯାଇଛି । ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲରେ ଆୟୋଜିତ କାର୍ଯ୍ୟକ୍ରମରେ ମଲକୁ ଆସିଥିବା ଗ୍ରାହକମାନେ ଭରପୂର ମନୋରଞ୍ଜନ କରିଥିଲେ । କଣ୍ଠଶିଳ୍ପୀ ଜେମ୍ସ, ରୋଜାଲିନ୍, ନେହା ନିହାରିକା ଓଲିଉଡ ଓ ବଲିଉଡ ଆଲବମ ଓ ଚଳଚ୍ଚିତ୍ର ସଙ୍ଗୀତର ମୁର୍ଛନା ମନ ମୋହିଥିଲା । ମଞ୍ଚ ଉପରେ କଣ୍ଠଶିଳ୍ପୀଙ୍କ ମନଛୁଆଁ ସଙ୍ଗୀତର ତାଳେ ତାଳେ ଦର୍ଶକଙ୍କ ପାଦ ବିContinue reading “ରେଡିଓ ଚକଲେଟ ପକ୍ଷରୁ ‘ମିଠା ମିଠା ଖ୍ରୀଷ୍ଟମାସ’ର ସପ୍ତମ ସଂସ୍କରଣ ପାଳିତ । କୁନି ପିଲାମାନଙ୍କର ହେଲା ଫ୍ୟାସନ୍ ସୋ’ ।”
କଟା ପାପୁଲିର ରହସ୍ୟ ଖୋଲିଲା ଖୋର୍ଦ୍ଧା ପୋଲିସ । ଟ୍ରେନ୍ ଧକ୍କାରେ କଟିଯାଇଥିଲା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ହାତ ।
କନକ ବ୍ୟୁରୋ: କଟା ପାପୁଲିର ରହସ୍ୟ ଖୋଲିଲା ଖୋର୍ଦ୍ଧା ପୋଲିସ । ଆଜି ସକାଳେ ଜଙ୍କିଆ ଥାନା ମାନପୁର ଗାଁ ନିକଟରୁ କଟା ପାପୁଲି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆଖପାଖରେ ହତ୍ୟାକାଣ୍ଡ ଘଟିଛି କି ଦୁର୍ଘଟଣାରେ ହାତ ଛିଣ୍ଡିଛି ତାକୁ ନେଇ ପୋଲିସ ତଦନ୍ତ ଚଳାଇଥିଲା । ପୋଲିସ ତଦନ୍ତରୁ ଜଣାପଡିଛି, ଏହା ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର କଟା ହାତ । ତାପଙ୍ଗ ରେଳ ଷ୍ଟେସନ ନିକଟ କଞ୍ଚିଲେ ଲେବଲ କ୍ରସିଂContinue reading “କଟା ପାପୁଲିର ରହସ୍ୟ ଖୋଲିଲା ଖୋର୍ଦ୍ଧା ପୋଲିସ । ଟ୍ରେନ୍ ଧକ୍କାରେ କଟିଯାଇଥିଲା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ହାତ ।”
ଯେବେ ପୁଅ ମାରିଦିଏ ମା’ର ମମତା । କୋବି ପାଇଁ ପିଟିଲା କୁଳାଙ୍ଗାର ପୁଅ ।
କନକ ବ୍ୟୁରୋ: ଧନରେ ଭୋକ ଲାଗୁଥିଲା ବୋଲି ତୋ ବାଡ଼ିରୁ କୋବି ତୋଳିଆଣିଲି… ତୁମ ଦୁଇ ଭାଇ ଝଗଡ଼ାରେ ମୋତେ ପର କରିଦେଇଛ… ଖାଇବାକୁ ଦେଉନ, ପିନ୍ଧିବାକୁ ଦେଉନ କି ନାଇବାକୁ ଦେଉନ… କି ପାପ କଲିରେ ଧନ ଖାଲି ତୋ ବାଡ଼ିରୁ ଭୋକ ବିକଳରେ କୋବି ଦୁଇଟା ଆଣିଥିଲି ବୋଲି! ସ୍ନେହର ପଣତକୁ ଭୁଲି ସିମେଣ୍ଟଭରା ଖୁଣ୍ଟରେ ହାତ ଗୋଡ଼ ବାନ୍ଧି ଆଖିବୁଜା ପିଟିଚାଲିଲୁ… ମୁଁ ତୋ ମା’ ନା ଭୋକମାରିବାକୁ ପାଲଟିଥିବା ଗୋଟେ ଚୋରContinue reading “ଯେବେ ପୁଅ ମାରିଦିଏ ମା’ର ମମତା । କୋବି ପାଇଁ ପିଟିଲା କୁଳାଙ୍ଗାର ପୁଅ ।”
ଇଣ୍ଡିଆ ମେଣ୍ଟକୁ ନେଇ ମୁହଁ ଖୋଲିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କହିଲେ, କାହା ଉପରେ ନାହିଁ ରାଗ । ଖଡଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ କହିଲେ, ପଦ ପାଇଁ ନାହିଁ ଲାଳସା
କନକ ବ୍ୟୁରୋ: ଗତ କିଛି ଦିନରୁ ବିରୋଧୀ ମେଣ୍ଟରୁ ଦୁରେଇ ରହୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶେଷରେ ମୁହଁ ଖୋଲିଛନ୍ତି । ଇଣ୍ଡିଆ ମେଣ୍ଟ ଉପରେ ଖପ୍ପା ଥିବା ନୀତିଶ କହିଛନ୍ତି ଯେ, ସେ କାହା ଉପରେ ବି ରାଗିନାହାଁନ୍ତି । କେବଳ ସେତିକି ନୁହେଁ ନୀତିଶ ଆହୁରି ମଧ୍ୟ କହିଛନ୍ତି ମେଣ୍ଟଠାରୁ ତାଙ୍କର କିଛି ଉପେକ୍ଷା ନାହିଁ । ପଦ, ପଦବୀ ପାଇଁ ତାଙ୍କର ଲାଳସା ନଥିବା କଥା ସଫା କରିଛନ୍ତି ଜେଡିୟୁ ମୁଖ୍ୟContinue reading “ଇଣ୍ଡିଆ ମେଣ୍ଟକୁ ନେଇ ମୁହଁ ଖୋଲିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କହିଲେ, କାହା ଉପରେ ନାହିଁ ରାଗ । ଖଡଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ କହିଲେ, ପଦ ପାଇଁ ନାହିଁ ଲାଳସା”
ମିଛ ବିଲ ଜରିଆରେ ଟଙ୍କା ଉଠାଉଥିଲା, ଆତଙ୍କବାଦୀଙ୍କୁ କରୁଥିଲା ଆର୍ଥିକ ସହାୟତା । ରେଲୱେ କିରାଣୀଙ୍କ କାହାଣୀ ଶୁଣିଲେ ଆପଣ ବି ଚକିତ ହୋଇଯିବେ ।
କନକ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପଚରାଉଚରା ସମୟରେ ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ୩ ଆତଙ୍କବାଦୀଙ୍କ ଉପରେ ଏନଆଇଏ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ଏମାନଙ୍କୁ ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ଯେ, ଆତଙ୍କବାଦୀଙ୍କୁ ରେଲୱେ ବିଭାଗର ଜଣେ କିରାଣୀ ଆର୍ଥିକ ସହାୟତା କରୁଥିଲେ । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଧରାପଡିଥିବାContinue reading “ମିଛ ବିଲ ଜରିଆରେ ଟଙ୍କା ଉଠାଉଥିଲା, ଆତଙ୍କବାଦୀଙ୍କୁ କରୁଥିଲା ଆର୍ଥିକ ସହାୟତା । ରେଲୱେ କିରାଣୀଙ୍କ କାହାଣୀ ଶୁଣିଲେ ଆପଣ ବି ଚକିତ ହୋଇଯିବେ ।”
ସମସ୍ୟା ବଢାଉଛି ବ୍ୟାରିକେଡ୍ ବ୍ୟବସ୍ଥା: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଗଳାବାଟେ ଯିବାକୁ ହଜାରେ ଟଙ୍କାର ଲାଂଚ ମଗାଯାଉଥିବା ଅଭିଯୋଗ
କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନର ଆଉ ଏକ ଅବ୍ୟବସ୍ଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟାରିକେଡ୍ରେ ଘଂଟା ଘଂଟା ଧରି ଲାଇନ୍ରେ ଶ୍ରଦ୍ଧାଳୁ ଛିଡା ହୋଇଛନ୍ତି । ଅନ୍ୟପଟେ ଗଳାବାଟେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଭକ୍ତଙ୍କ ଠାରୁ ୫ଶହ, ହଜାରେ ଟଙ୍କାର ଲାଂଚ ନେଉଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଧାଡିରେ ଛିଡା ହୋଇଥିବା ଭକ୍ତ ହିଁ କରିଛନ୍ତି । ଘଂଟା ଘଂଟା ଧରି ବ୍ୟାରିକେଡ୍ରେ ଛିଡା ହୋଇଥିବା ଶ୍ରଦ୍ଧାଳୁ ଯେତେବେଳେ ଏହିContinue reading “ସମସ୍ୟା ବଢାଉଛି ବ୍ୟାରିକେଡ୍ ବ୍ୟବସ୍ଥା: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଗଳାବାଟେ ଯିବାକୁ ହଜାରେ ଟଙ୍କାର ଲାଂଚ ମଗାଯାଉଥିବା ଅଭିଯୋଗ”