କନକ ବ୍ୟୁରୋ: ମାନବିକତା ଭୁଲିଗଲା ମଣିଷ । ପାଦରେ ଘା ହୋଇଯିବାରୁ ଅସହାୟ ବୃଦ୍ଧାଙ୍କୁ ନିଛାଟିଆ ଜଙ୍ଗଲରେ ଏକା ଛାଡି ଚାଲିଗଲେ ପରିବାର ଲୋକେ । ଡିସେମ୍ବର ମାସ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଥିବା ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଗଡ଼ ଅଂଚଳରେ । ଖୋଲା ଆକାଶ ତଳେ ପଲିଥିଲ ପଡିରହିଥିଲେ ବୃଦ୍ଧା ।Continue reading “ଧିକ ସେ ପୁଅ ଜନ୍ମ । ମା’କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ । ସେପଟେ ବରଗଡରେ ବୃଦ୍ଧା ମା’କୁ ଜଙ୍ଗଲରେ ଛାଡି ପଳାଇଲେ ପରିବାର ଲୋକେ ।”
Category Archives: News
ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ସଂସଦ ଅନୁଭବ ମହାନ୍ତି । କହିଲେ ବାପା ସୁସ୍ଥ ହେବା ପରେ ଦ୍ୱିତୀୟ ବିବାହ ପାଇଁ ନେବେ ନିଷ୍ପତ୍ତି ।
କନକ ବ୍ୟୁରୋ: ବିବାହ ବିଚ୍ଛେଦ ପାଇଁ ବାଟ ଫିଟିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ବିଳମ୍ବରେ ହେଉ ପଛେ ନ୍ୟାୟ ମିିଳିଥିବା କହିଛନ୍ତି ଅନୁଭବ । ସେପଟେ ଦ୍ୱିତୀୟ ବିବାହ କଥା ଚିନ୍ତା କରିନଥିବା କହିଛନ୍ତି । ବାପାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ବାପା ସୁସ୍ଥ ହେବା ପରେ ପରିବାର ଲୋକେ ଯାହା ନିଷ୍ପତ୍ତି ନେବେ, ତାହା କରିବେContinue reading “ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ସଂସଦ ଅନୁଭବ ମହାନ୍ତି । କହିଲେ ବାପା ସୁସ୍ଥ ହେବା ପରେ ଦ୍ୱିତୀୟ ବିବାହ ପାଇଁ ନେବେ ନିଷ୍ପତ୍ତି ।”
ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି ।
କନକ ବ୍ୟୁରୋ: ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଂଟାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ହେଲେ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ ଘନ କୁହୁଡି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକContinue reading “ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି ।”
ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ ଦାୟିତ୍ୱ ।
କନକ ବ୍ୟୁରୋ: ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତନ । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ । ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବି ଥିଲେ । ଏହା ପୂର୍ବରୁ ସେ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀContinue reading “ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ ଦାୟିତ୍ୱ ।”
ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା ।
କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସଭାପତି ଜେପି.ନଡ୍ଡାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଲେ ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ଯାଇଥିଲୁ ସେ ନେଇ ଆଲୋଚନା ହୋଇଛି । ଉଭୟ ନେତାଙ୍କ ସହ କଥାବାର୍ତ୍ତା ଉତ୍ସାହିତ କରିଛି । ରାଜ୍ୟରେ ସରକାର ଗଠନ ପାଇଁ କେନ୍ଦ୍ର ବିଜେପି ରାଜ୍ୟ ଶାଖାକୁ ସବୁ ପ୍ରକାରର ସହାୟତା କରିବ । ଦଳContinue reading “ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା ।”
କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।
କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଇଏନଏସଏସିଓଜି କହିଛି କୋଭିଡର ନୂଆ ଭାରିଆଣ୍ଟ ପାଇଁ ଅ୍ରାଉ ଅତିରିକ୍ତ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । କିନ୍ତୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ପାଇଁ ପ୍ରତିଷେଧାତ୍ମକ ଡୋଜର ଆବଶ୍ୟକତା ରହିଛି । ବିଶେଷକରି କ୍ୟାନସର ରୋଗୀ ଏବଂ ଅନ୍ୟ ରୋଗ ଥିବା ବୟସ୍କଙ୍କୁ ଅତିରିକ୍ତ ଡୋଜ ଦେବାକୁ ପରାମର୍ଶ ରହିଛି । ନଚେତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତContinue reading “କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।”
ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ
କନକ ବ୍ୟୁରୋ : ପ୍ରସିଦ୍ଧ ହୋମିଓପାଥିକ୍ ଡାକ୍ତର ଡା.ଦେବଶ୍ଲୋକ ଶର୍ମା ଏବଂ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଜଟିଳ ରୋଗ ଉପରେ ଦୁଇ ଦିନିଆ ଜାତୀୟ ହୋମିଓପାଥିକ୍ କର୍ମଶାଳା ଆୟୋଜିତ ହୋଇଥିଲା। ନେମିନାଥ ହୋମିଓପାଥିକ ମେଡିକାଲ କଲେଜ, ଆଗ୍ରାର ହୋମିଓପାଥିକ ଚିକିତ୍ସକ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତା, ଆଗ୍ରା ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍। ଯେଉଁଥିରେ ହୋମିଓପାଥିକ ଚିକିତ୍ସାContinue reading “ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ”
ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା ଚର୍ଚ୍ଚା
କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟାରୁ ମୁକୁଳି ପାରିନଥିବା ବେଳେ ହାର୍ଦ୍ଦିକ ଆଫଗାନିସ୍ଥାନ ବିପକ୍ଷ ସିରିଜ ସମେତ ଆଇପିଏଲ ୨୦୨୪ ସିଜିନରୁ ମଧ୍ୟ ବାଦ ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବContinue reading “ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା ଚର୍ଚ୍ଚା”
୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଅଟକାଇଥିବା ସୂଚନା
କନକ ବ୍ୟୁରୋ : ୩ଶହରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନରେ ସେହି ସମୟରେ ହଲଚଲ ଖେଳିଯାଇଥିଲା ଯେଉଁ ସମୟରେ ହଠାତ ବିମାନକୁ ଅଧାବାଟରୁ ଅଟକ ରୋକାଯାଇଥିଲା । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ସୂଚନା ଅନୁସାରେ ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ମାନବ ଚାଲାଣ ଅଭିଯୋଗ ଆସିବା ପରେ ଏବେContinue reading “୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଅଟକାଇଥିବା ସୂଚନା”
ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା
କନକ ବ୍ୟୁରୋ : କଡ଼ାକଡ଼ି ହେଲା ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । ଆତଙ୍କୀ ଠିକଣା ଉପରେ ପ୍ରହାର କରୁଛି ଭାରତୀୟ ସେନା । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ତାକୁ ନଷ୍ଟ କରାଯାଉଛି । ସେପଟେ ସିସଟିଭିରେ କଏଦ ହୋଇଛି ଆତଙ୍କୀଙ୍କ ଭିଡିଓ । ମୃତ ଆତଙ୍କୀଙ୍କ ଶବକୁ ବୋହି ନେଇଯାଉଥିବା ୩ ଆତଙ୍କୀ କ୍ୟାମେରାରେ କଏଦ ହୋଇଛନ୍ତିContinue reading “ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା”