କୃଷକ ମେଳାରେ ୧୦ କୋଟିର ମଇଁଷି । ଦେଖିବାକୁ ଲୋକଙ୍କ ନାହିଁନଥିବା ଭିଡ ।

କନକ ବ୍ୟୁରୋ: ବିହାର ରାଜଧାନୀ ପାଟଣା ଭେଟନାରୀ ଗ୍ରାଉଣ୍ଡରେ ଆୟୋଜିତ ଡାଏରୀ ଆଣ୍ଡ୍ କ୍ୟାଟେଲ ଏକ୍ସପୋ ମେଳାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ଯେତେବେଳେ ସେଠାରେ ଭୋଲୁ ପହଞ୍ଚିଥିଲା । ଗୋଲୁ କୌଣସି କୁନି ପିଲା ନୁହେଁ ବରଂ ସବୁଠୁ ଚର୍ଚ୍ଚିତ ମଇଁଷି । ଯାହାର ଦାମ୍ ୧୦ କୋଟିରୁ ଅଧିକ । ସୂଚନା ମୁତାବକ, ପାଟଣାରେ ଭୋଲୁ ନାମକ ଏହି ମଇଁଷି ହରିଆଣାରୁ ଆସିଛି । ଏହା ମୁର୍ରା ପ୍ରଜାତିର ମଇଁଷି । ଏହାର ମାଲିକContinue reading “କୃଷକ ମେଳାରେ ୧୦ କୋଟିର ମଇଁଷି । ଦେଖିବାକୁ ଲୋକଙ୍କ ନାହିଁନଥିବା ଭିଡ ।”

ଖାଦ୍ୟ ଖାଉ ଖାଉ ହାର୍ଟ ଆଟାକରେ ଟଳିିପଡିଲେ ବ୍ୟକ୍ତି । କ୍ୟାମେରାରେ କଏଦ ମୃତ୍ୟୁର ଭିଡିଓ ।

କନକ ବ୍ୟୁରୋ: ଭାରତରେ କିଛି ବର୍ଷ ହେବ ହାର୍ଟ ଆଟାକର ଅଜବ ଅଜବ ଘଟଣା ସାମନାକୁ ଆସୁଛି । ନାଚିବା, ଗୀତ ଗାଇବା, ଚାଲୁ ଚାଲୁ ହୃଦଘାତରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହା ପୁଣି କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନୁହେଁ । ପିଲାଠାରୁ ବୟସ୍କ ସମସ୍ତେ ଏହି ଅକସ୍ମାତ ମୃତ୍ୟୁର ଶିକାର ହେଉଥିବା ଶୁଣିବାକୁ ଏବଂ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ଏପରି ଖବର ମିଳିଛି ଯାହାର ଭିଡିଓ ଏବେ ସୋସିଆଲContinue reading “ଖାଦ୍ୟ ଖାଉ ଖାଉ ହାର୍ଟ ଆଟାକରେ ଟଳିିପଡିଲେ ବ୍ୟକ୍ତି । କ୍ୟାମେରାରେ କଏଦ ମୃତ୍ୟୁର ଭିଡିଓ ।”

ରାୟଗଡା ଚନ୍ଦ୍ରପୁର ଡାକ୍ତରଖାନା ପରିସରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଛି । ମୃତକଙ୍କ ନିଜ ଘର କାଶିପୁର ବ୍ଲକରେ। କିଭଳି ପରିସ୍ଥିତିରେ ନିଆଁ ଲାଗି ସେ ମୃତ୍ୟୁ ବରଣ କଲେ ତରି କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିContinue reading “ରାୟଗଡା ଚନ୍ଦ୍ରପୁର ଡାକ୍ତରଖାନା ପରିସରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।”

ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ ।

କନକ ବ୍ୟୁରୋ: ଘରେ କଳାକନା ବୁଲାଇଲେ ଚୋର । ମାର୍ଗଶୀର ମାସ ଶେଷ ଗୁରୁବାରରେ ଲୁଟିନେଲେ ଟଙ୍କ, ସୁନାଗହଣା । ଗଂଜାମ ଜିଲ୍ଲା ଖଲିକୋଟ ଥାନା ମଥୁରା ଗାଁରୁ ଆସିଛି ଏଭଳି ଖବର । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଘରେ ଚୋର ପସିଥିଲେ । ସବୁ ଆସବାବ ପତ୍ର ଏପଟ ସେପଟ କରିବା ସହ ଟଙ୍କା ଓ ସୁନା, ଗହଣା ଲୁଟି ନେଥିଲେ । ୧୮ ତୋଳା ସୁନା ସହ ୭୦Continue reading “ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ ।”

ଜମ୍ମୁ-କାଶ୍ମୀର ରଜୌରୀରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ ,ସେନାର ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଆତଙ୍କବାଦୀ ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ସେନା ଯବାନ ପ୍ରାଣ ହରାଇଛନ୍ତି । ଗୁରୁବାର ଅପରାହ୍ଣ ୪ଟାରେ ସେନାର ଦୁଇଟି ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କୀ । ଯବାନ ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ଲଢେଇ ହୋଇଥିଲା । ଏପରିକି ଉଭୟ ପକ୍ଷ ଭିତରେ ହାତାହାତି ଲଢେଇ ହୋଇଥିବା ସୂଚନା ଆସୁଛି । ଘଟଣା ସ୍ଥଳରେ ୨Continue reading “ଜମ୍ମୁ-କାଶ୍ମୀର ରଜୌରୀରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ ,ସେନାର ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଆତଙ୍କବାଦୀ ।”

ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଫାଇଭ୍ ଟି ଅଧ୍ୟକ୍ଷ । ମନ୍ଦିର ପ୍ରଶସ୍ତିକରରଣ କାମର କଲେ ସମୀକ୍ଷା ।

କନକ ବ୍ୟୁରୋ: କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରଶସ୍ତିକରଣ କାମର ଅଗ୍ରଗତି ବୁଲି ଦେଖିଥିଲେ ଫାଇଭ୍-ଟି ଅଧ୍ୟକ୍ଷ । କାମର ଅଗ୍ରଗତି ନେଇ ପୂଜକ ମନୋଜ ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଥିଲେ । ଫାଇଭ୍-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଏହା ସହ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାମକୁ ଅନୁଧ୍ୟାନ କରିContinue reading “ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଫାଇଭ୍ ଟି ଅଧ୍ୟକ୍ଷ । ମନ୍ଦିର ପ୍ରଶସ୍ତିକରରଣ କାମର କଲେ ସମୀକ୍ଷା ।”

କୋରାପୁଟ ଗସ୍ତରେ ରାଜ୍ୟପାଳ । କଫି ବୋର୍ଡ ବୁଲି ଦେଖିଲେ, କଫି ଚାଷୀଙ୍କ ସହ ଆଲୋଚନା କଲେ ।

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ କୋରାପୁଟ କଫି କିପରି ଅଧିକରୁ ଅଧିକ ମାତ୍ରାରେ ଉତ୍ପାଦନ ହୋଇପାରିବ ସେ ନେଇ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି ।Continue reading “କୋରାପୁଟ ଗସ୍ତରେ ରାଜ୍ୟପାଳ । କଫି ବୋର୍ଡ ବୁଲି ଦେଖିଲେ, କଫି ଚାଷୀଙ୍କ ସହ ଆଲୋଚନା କଲେ ।”

ଯାଜପୁର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଭୋର ୪ଟାରେ ଘରେ ପଶି ଡାକ୍ତର ରଘୁନାଥ ପାଢୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ।

କନକ ବ୍ୟୁରୋ: ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଯାଜପୁର ଜିଲ୍ଲାର ପୂର୍ବତନ ସିଡିଏମଓ ରଘୁନାଥ ପାଢୀଙ୍କୁ ଛୁରାମାଡ଼ କରାଯାଇଛି । ଶୁକ୍ରବାର ଭୋର ୪ଟା ସମୟରେ ଯାଜପୁର ଟାଉନ ସ୍ଥିତ ଘରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛନ୍ତି । ଘରେ ଡାକ୍ତର ରଘୁନାଥ ପାଢୀ ଏବଂ ତାଙ୍କ ପତ୍ନୀ ଏକୁଟିଆ ରହୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତର ରଘୁନାଥ ପାଢୀଙ୍କୁContinue reading “ଯାଜପୁର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଭୋର ୪ଟାରେ ଘରେ ପଶି ଡାକ୍ତର ରଘୁନାଥ ପାଢୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ।”

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଶେଷ ମ୍ୟାଚ ଘରୋଇ ଦଳକୁ ୭୮ ରନରେ ପରାସ୍ତ କଲା ରାହୁଲ ବାହିନୀ ।

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍ କବଜା କଲା ଭାରତ । ଶେଷ ଦିନିକିଆରେ ଘରୋଇ ଦଳକୁ ୭୮ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୯୬ ରନ୍ କରିଥିଲା । ଦମଦାର ଶତକ ହାସଲ କରିଥିଲେ ସଞ୍ଜୁ ସାମ୍ସନ୍ । ୧୦୮ ରନରେ ଇନିଂସ ଖେଳିଥିଲେ ସଞ୍ଜୁ ସାମ୍ସନ । ସଞ୍ଜୁଙ୍କ ଖେଳ ଜୀବନର ୧୬ ତମ ଦିନିକିଆରେ ପ୍ରଥମContinue reading “ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଶେଷ ମ୍ୟାଚ ଘରୋଇ ଦଳକୁ ୭୮ ରନରେ ପରାସ୍ତ କଲା ରାହୁଲ ବାହିନୀ ।”

ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ଯାତ୍ରୀ ଗୁରୁତର ଆହତ । କୋଣାର୍କ ନିକଟ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ଘଟିଛି । ଭଦ୍ରକ ତିହିଡିରୁ ୧୨ଜଣ ପର୍ଯ୍ୟଟକଙ୍କୁ ନେଇ କୋଣାର୍କ ଆସିଥିଲା ଏହି ବୋଲେରୋ । ଶୁକ୍ରବାର ଭୋର ୪ଟା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବା ପରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ଭଦ୍ରକ ତିହିଡି ଅଂଚଳର ଗୌରାଙ୍ଗ ବାରିକ, ସୁକାନ୍ତି ବାରିକ,Continue reading “ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ।”

Design a site like this with WordPress.com
Get started