ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି । ଅଫିସରଙ୍କ ବଦଳି ପାଇଁ ଦେଲେ ନିର୍ଦ୍ଦେଶ । ନିର୍ଦ୍ଧିଷ୍ଟ ଜିଲ୍ଲାରେ ତିନି ବର୍ଷରୁ ଅଧିକ ସମୟ ରହି ପାରିବେନି କୌଣସି ଅଫିସର ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍ଙ୍କ ଚିଠି । ନିର୍ବାଚନ ପାଇଁ ଅଫିସରଙ୍କ ବଦଳି ନେଇ ଚିଠି ଯୋଗେ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ । କୌଣସି ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି କେହିବି ଅଫିସର । ଚିଠି କରି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ୍ । ୨୦୨୪ ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ଏନେଇContinue reading “ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି । ଅଫିସରଙ୍କ ବଦଳି ପାଇଁ ଦେଲେ ନିର୍ଦ୍ଦେଶ । ନିର୍ଦ୍ଧିଷ୍ଟ ଜିଲ୍ଲାରେ ତିନି ବର୍ଷରୁ ଅଧିକ ସମୟ ରହି ପାରିବେନି କୌଣସି ଅଫିସର ।”

ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ର ! ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ନିଜର କେତେ ସମ୍ପତ୍ତି ରହିଛି, ଏଣିକି ସେ ସବୁର କାଗଜପତ୍ରରେ ଲିଙ୍କ୍ ହେବ ଆଧାର କାର୍ଡ ! ଆଧାରକାର୍ଡ ସହ ବ୍ୟକ୍ତିଙ୍କର ସମ୍ପତ୍ତି ତାଲିକା ଲିଙ୍କ୍ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବଢୁଥିବା ଭ୍ରଷ୍ଟାଚାର, କଳା ଧନ ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନାଗରିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦଲିଲକୁ ଆଧାର ସହ ଯୋଡିବା ଉପରେ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରContinue reading “ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ର ! ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ”

ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ ।

କନକ ବ୍ୟୁରୋ: ଯୋରନ୍ଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚଂଚଳ ମହିମା ଗାଦି ଅଂଚଳ । ୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ, ମହିମାଗାଦି ଚତୁଃପାଶ୍ୱର୍ର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ ଏବଂ ଉପସନା ପୀଠ ଏବଂ ବତୀ ମଣ୍ଡପର ଭୂମିପୂଜନର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମହିମା ଗାଦିର ଉଭୟ କୌପିନଧାରୀ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋରନ୍ଦା ପୀଠକୁ ଆସି ଭିଡ଼Continue reading “ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ଶ୍ରୀଜଗନ୍ନାଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଜ୍ଜୟୀନିରେ ଥିବାରୁ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବାକୁ ଏକ ଟିମ୍ ଆଜି ମଧ୍ୟପ୍ରଦେଶ ଯାତ୍ରା ଆରମ୍ଭ କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୁତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ଶ୍ରୀଜଗନ୍ନାଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର ।”

ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ । ନିର୍ବାଚନ କମିସନଙ୍କ ଯୋଜନା

କନକ ବ୍ୟୁରୋ: ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଯୋଜନା । ଆଗକୁ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଉତ୍ତରଦାୟୀ ରହିବେ ସମ୍ପୃକ୍ତ ରାଜନୈତିକ ଦଳ ଓ ଦଳର ନେତା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନିୟମରେ ସଂଶୋଧନ ପରେ ଏହାକୁ କଡାକଡି କରିବାକୁ ଯୋଜନା କରୁଛନ୍ତି ଭାରତୀୟ ନିର୍ବାଚନ କମିସନ । ପୂର୍ବରୁ ଇସିଆଇ ବିଜେପି ଓ ଆପକୁ ଏନେଇ ନୋଟିସ ଜାରିContinue reading “ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ । ନିର୍ବାଚନ କମିସନଙ୍କ ଯୋଜନା”

ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ ଶୁଣାଇଲେ ଉଚ୍ଚତମ ନ୍ୟାୟଳୟ ।

କନକ ବ୍ୟୁରୋ: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତି ଅଭିଯୋଗ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଅଙ୍କୁଶ ଜାରି କରିଛନ୍ତି । ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବContinue reading “ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ ଶୁଣାଇଲେ ଉଚ୍ଚତମ ନ୍ୟାୟଳୟ ।”

ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର ।

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବରContinue reading “ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର ।”

ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ବିଭିନ୍ନ ରାଜ୍ୟରୁ କରୋନା ସଂକ୍ରମଣର ଖବର ଆସୁଥିବା ବେଳେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟ କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ, ଟେଷ୍ଟିଂ ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତାମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁContinue reading “ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।”

ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ରାଜ୍ୟ ବିଜେପି ବିଧାୟକ ଦଳ । ରିପୋର୍ଟ କାର୍ଡ ଦେବା ସହ ରାଜ୍ୟରେ ସାଂଗଠନିକ ସ୍ଥିତି ହେବ ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିଜେପି ବିଧାୟକ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ନେଇ ଦଳୀୟ ସ୍ୱତ୍ରରୁ ସୂଚନା ରହିଛି । ଏହି ଅବସରରେ ରାଜ୍ୟ ବିଜେପି ବିଧାୟକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ବିଶେଷ କରି ବର୍ତମାନ ସମୟରେ ଓଡ଼ିଶା ରାଜନୀତିର ସମୀକରଣ କ’ଣ ରହିଛି? ଏପରିକିContinue reading “ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ରାଜ୍ୟ ବିଜେପି ବିଧାୟକ ଦଳ । ରିପୋର୍ଟ କାର୍ଡ ଦେବା ସହ ରାଜ୍ୟରେ ସାଂଗଠନିକ ସ୍ଥିତି ହେବ ଚର୍ଚ୍ଚା ।”

ଏଏସଓ ଚୟନ : ପୂର୍ବ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା ସ୍ପଷ୍ଟ କଲେ ଡିଭିଜନ ବେଞ୍ଚ ।

କନକ ବ୍ୟୁରୋ : ଏଏସଓ ଚୟନରେ ଅନିୟମିତତା ମାମଲାରେ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚରେ ଖାରଜ କରାଯାଇଛି । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ୨ ଜଣିଆ ଖଣ୍ଡପୀଠ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ହାଇକୋର୍ଟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ଆଉ ପରୀକ୍ଷାର୍ଥୀଙ୍କ ପିଟିସନ ଆଧାରରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଡିଭିଜନ ବେଞ୍ଚContinue reading “ଏଏସଓ ଚୟନ : ପୂର୍ବ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା ସ୍ପଷ୍ଟ କଲେ ଡିଭିଜନ ବେଞ୍ଚ ।”

Design a site like this with WordPress.com
Get started