କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ, ଦିଲ୍ଲୀ ଗସ୍ତରେ ଉଭୟ କଂଗ୍ରେସ ଓ ବିଜେପି ନେତା । କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା । ବୁଧବାର ଦିନ ୩ଟାରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ସହ ଓଡ଼ିଶା ନେତାଙ୍କ ବୈଠକ ବସିବ । ବୈଠକରେ ଓଡିଶା ରାଜନୀତିର ସ୍ଥିତିContinue reading “ଓଡିଶାରେ ଲଢ଼େଇ, ଦିଲ୍ଲୀରେ ରଣନୀତି: କଂଗ୍ରେସ ନେତାଙ୍କୁ ଖଡଗେ, ରାହୁଲଙ୍କ ଡାକରା । ମୋଦି, ଶାହାଙ୍କୁ ଭେଟିବେ ବିଜେପି ବିଧାୟକ”
Category Archives: News
ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ
କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାବର୍ଷ ଫେବ୍ରୁଆରି ମାସରେ ତିନିଦିନ ଧରି ଏହି ସମ୍ମିଳନୀ ଆୟୋଜନ ହେବା ନେଇ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଥମଥର ଏଭଳି ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ମିଳନୀକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯିବ । ଏହାସହContinue reading “ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ”
ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ ରାଉରକେଲା ।
କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି । ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସ୍ଥାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ସ୍ଥିତି ବୁଝିଲେ ମୁଖ୍ୟମନ୍ତ୍ରୀ କାଲି ସ୍ୱାସ୍ଥ୍ୟ ସଚିବContinue reading “ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ ରାଉରକେଲା ।”
ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।
କନକ ବ୍ୟୁରୋ: ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନାଙ୍କ ବାପା ଅମରଦୀପ ରାଣାୱତ କହିଛନ୍ତି ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କଙ୍ଗନା । ତେବେ କେଉଁ ଆସନରୁ ଲଢିବେ ସେ ଏନେଇ ସ୍ଥିର ହୋଇନି । ବଲିଉଡ ଅଭିନେତ୍ରୀ ଅନେକବାର ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳର ବରିଷ୍ଠ ନେତାଙ୍କୁ ଭେଟିଥାନ୍ତି । ଦୁଇ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।Continue reading “ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।”
ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା ।
କନକ ବ୍ୟୁରୋ: ଲୋହିତ ସାଗରରେ ଆଉ ଦମ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଂଗଠନ । ଆତଙ୍କୀଙ୍କୁ ସାବାଡ କରିବ ଆମେରିକା । ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ଓ ଅପହରଣକୁ ରୋକିବା ପାଇଁ ଆମେରିକା ଆରମ୍ଭ କରିଛି ଅପରେସନ ପ୍ରସପର୍ଟି ଗାର୍ଡିଆନ୍ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଅଷ୍ଟିନ । ହୁତି ବିଦ୍ରୋହୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅପରେସନ କରିବ ଆମେରିକା । ନିକଟରେ ହୁତି ଡ୍ରୋନରେ ଆମେରିକା କାର୍ଗୋContinue reading “ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା । “
ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର: ଦେଶରେ ୨୦.୬%, ଓଡ଼ିଶାରେ ୪୯.୯%, ବିହାରକୁ ପଛରେ ପକାଇଲା ଓଡ଼ିଶା
କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର । ଦଶମ ଶ୍ରେଣୀରେ ପାଠ ଛାଡୁଛନ୍ତି ଅଧା ଛାତ୍ରଛାତ୍ରୀ । ସଂସଦରେ ଏ ନେଇ ତଥ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଡ୍ରପଆଉଟ୍ ହାର ୨୦.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୯.୯% ପ୍ରତିଶତ । ଏପରିକି ବିହାରକୁ ବି ପଛରେ ପକାଇଛି ଓଡ଼ିଶା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧାରୁ କାହିଁକି ପାଠ ଛାଡୁଛନ୍ତି ପିଲା? ଛାତ୍ରଛାତ୍ରୀଙ୍କContinue reading “ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର: ଦେଶରେ ୨୦.୬%, ଓଡ଼ିଶାରେ ୪୯.୯%, ବିହାରକୁ ପଛରେ ପକାଇଲା ଓଡ଼ିଶା”
ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି ।
କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ମହୁଆଙ୍କ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ତୁରନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଏହି ମାମଲାର ଶୁଣାଣୀ ଜାନୁଅ।।ରୀ ୪ରେ କରାଯିବ । ଏନେଇ ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ଏହି ମାମଲାରେ ଶୁଣାଣି କରିବାର କୌଣସି ଯଥାର୍ଥତା ନାହିଁ, ତେଣୁ ନିଦ୍ଧିଷ୍ଟ ସମୟ ସୀମା ଯାଏଁ ଅପେକ୍ଷା କରିବାକୁ କୋର୍ଟ ମହୁଆଙ୍କୁ କହିଛନ୍ତିContinue reading “ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି ।”
ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ
କନକ ବ୍ୟୁରୋ: ରାଜ୍ୟର ଅନେକ ପଂଚାୟତରେ ସ୍ତ୍ରୀ ହେଉଛନ୍ତି ସରପଂଚ । କିନ୍ତୁ ପଂଚାୟତ ସମ୍ଭାଳୁଛନ୍ତି ସରପଂଚଙ୍କ ସ୍ୱାମୀ । ଏବେ ଏହାକୁ ନେଇ ଆକ୍ସନ ମୋଡକୁ ଆସିଛି ପଂଚାୟତି ରାଜ ବିଭାଗ । ପ୍ରକ୍ସି ସରପଂଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ । ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶContinue reading “ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ”
ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ ହେବା ସହ ୨ ଦିନରେ ୭ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୫ଜଣ, ଉତ୍ତରପ୍ରଦେଶରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେପଟେ କେରଳରେ ନମୁନା ପରୀକ୍ଷା ବୃଦ୍ଧି କରାଯାଇଛି । ଦେଶରେ ବଢ଼ୁଛି କରୋନା ସଂକ୍ରମଣ ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟContinue reading “ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ”
ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି
କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା ବଢାଉଛି । ଷ୍ଟିଲ୍ ସିଟି ରାଉରକେଲାରେ ସ୍ଥିତିର ମୁକାବିଲା ପାଇଁ ଯଦିଓ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି, ତଥାପି ଝାଡ଼ାବାନ୍ତିରେ ୬ ଜଣ ରୋଗୀଙ୍କ ମୃତ୍ୟୁContinue reading “ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି”