ଉତ୍ତର କୋରିଆ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଲିଡ ଫୁଏଲ କ୍ଷେପଣାସ୍ତ୍ର ପରୀକ୍ଷା କଲା … ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ସଲିଡ ଫୁଏଲ ଉପରେ ଆଧାର କରି ଉତ୍ତର କୋରିଆ ଏକ  ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହା ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ସଲିଡ ଫୁଏଲ କ’ଣ ଏବଂ ତରଳ ଇନ୍ଧନ ଅପେକ୍ଷା ଏହା କେତେ ଲାଭଦାୟକ । ଉତ୍ତର କୋରିଆ ପୂର୍ବ ସାଗରରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହାକୁ ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ ଇଣ୍ଟରକଣ୍ଟିନେଣ୍ଟାଲContinue reading “ଉତ୍ତର କୋରିଆ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଲିଡ ଫୁଏଲ କ୍ଷେପଣାସ୍ତ୍ର ପରୀକ୍ଷା କଲା … ଜାଣନ୍ତୁ ଏହା କେତେ ଶକ୍ତିଶାଳୀ”

ପୁଣି ଫେରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆତଙ୍କିତ ନୁହେଁ ସତର୍କ ରୁହ । ପ୍ରତି ୩ ମାସରେ କରୋନାକୁ ନେଇ ହସ୍ପିଟାଲରେ ହେଉ ମକଡ୍ରିଲ୍ । 

କନକ ବ୍ୟୁରୋ : କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଏକାଠି ହୋଇ କାମContinue reading “ପୁଣି ଫେରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆତଙ୍କିତ ନୁହେଁ ସତର୍କ ରୁହ । ପ୍ରତି ୩ ମାସରେ କରୋନାକୁ ନେଇ ହସ୍ପିଟାଲରେ ହେଉ ମକଡ୍ରିଲ୍ । “

ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ ।

କନକ ବ୍ୟୁରୋ : ଉପରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି କିଛି ବିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମଲୋଚନା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି ।Continue reading “ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ ।”

ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି । 

କନକ ବ୍ୟୁରୋ :  ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ତେବେ ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀContinue reading “ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି । “

ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ ।

କନକ ବ୍ୟୁରୋ : ରାଉରକେଲାକୁ ଘାରିଛି ହଇଜା ଡର । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାର ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଉରକେଲାରେ ବ୍ୟାପିଥିବା ଝାଡାବାନ୍ତିର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବେ । ଗତକାଲି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟContinue reading “ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ ।”

ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ।

କନକ ବ୍ୟୁରୋ : ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି । ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମାContinue reading “ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ।”

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

କନକ ବ୍ୟୁରୋ: ସାରା ରାଜ୍ୟରେ ହାଡଭଙ୍ଗା ଶୀତ । ୫ ଡିଗ୍ରୀରେ ଥରିଲା ଜି. ଉଦୟଗିରି । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩ ଦଶମିକ ୫ ଡିଗ୍ରୀ ପାରଦ ଖସିଛି । ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮ ଦଶମିକ ୫ ଡିଗ୍ରୀ । ଟ୍ୱିନ୍ସିଟିରେ ବି ଅସହ୍ୟContinue reading “ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।”

ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା ।

କନକ ବ୍ୟୁରୋ: ଆଳୁ ବସ୍ତା ବୋହି ନେବାକୁ ଲୋକଙ୍କ ଗହଳି । ଏବେ ଆଳୁ କିଲୋ ପିଛା ୨୦ଟଙ୍କା ଥିବା ବେଳେ ୫୦କିଲୋର ଆଳୁ ବସ୍ତା ମାତ୍ର ୩ଶହ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱର ରେମୁଣାରେ ଜଣେ ଆଳୁ ବ୍ୟବସାୟୀ ୫୦କିଲୋ ଆଳୁ ବସ୍ତାକୁ ମାତ୍ର ୩ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଆଳୁ ବ୍ୟବସାୟୀଙ୍କ କହିବା କଥା ହେଲା ଏବେ ନୂଆ ଆଳୁContinue reading “ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା ।”

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ ।

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ । ଆଜି ଭୋର ୫ ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ନିଆଁ ଏହା ଆଖପାଖ ଦେକାନକୁ ମଧ୍ୟ ବ୍ୟାପିଥିଲା । ସାଇକେଲ ଓ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନୀ ପହଞ୍ଚିContinue reading “କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ ।”

ହୋର୍ଡିଂ ପାଇଁ ତଣ୍ଡ ଗଣିଲା ବିମଳ ପାନ ମସଲା କମ୍ପାନୀ । ବିନା ଅନୁମତିରେ ଲଗାଇଥିଲା ବିଜ୍ଞାପନ ହୋର୍ଡିଂ ।

କନକ ବ୍ୟୁରୋ: ବିମଳ ପାନ ମସଲା କମ୍ପାନୀ ତାର ପ୍ରଚାର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ତୋରଣ କରି ୫ ଲକ୍ଷ ତଣ୍ଡ ଗଣିଛି । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର ଜୟଦେବ ବିହାରରେ ହୋଇଥିବାବେଳେ ବିନା ଅନୁମତିରେ ସହିଦନଗର ରାସ୍ତା ଉପରେ ବିଜ୍ଞାପନ ତୋରଣ କରିଥିଲା । ବିଏମସି ସ୍କାର୍ଡଙ୍କ ନଜରକୁ ଏହା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ଗତ ୧୧Continue reading “ହୋର୍ଡିଂ ପାଇଁ ତଣ୍ଡ ଗଣିଲା ବିମଳ ପାନ ମସଲା କମ୍ପାନୀ । ବିନା ଅନୁମତିରେ ଲଗାଇଥିଲା ବିଜ୍ଞାପନ ହୋର୍ଡିଂ ।”

Design a site like this with WordPress.com
Get started