୨୦୨୪ ପାଇଁ ପ୍ରସ୍ତୁତି । ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ । ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ମୋଦୀ, ଶାହା ଓ ନଡ୍ଡା । ସେପଟେ କଂଗ୍ରେସର ୨୦ ଜଣିଆ ସଦସ୍ୟଙ୍କୁ ଦିଲ୍ଲୀ ଡାକରା ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ପ୍ରସ୍ତୁତି । ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ବିଧାୟକ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅମିତ ଶାହା, ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବେ । ଏବଂ ଆଗାମୀ ନିର୍ବାଚନ ପାଇଁ ସେମାନଙ୍କ ଠାରୁ ଗୁରୁମନ୍ତ୍ର ଗ୍ରହଣ କରିବାର ସୂଚନା ରହିଛି । ଅନ୍ୟପଟେ କଂଗ୍ରେସ ନେତା ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ପଲିଟିକାଲContinue reading “୨୦୨୪ ପାଇଁ ପ୍ରସ୍ତୁତି । ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ । ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ମୋଦୀ, ଶାହା ଓ ନଡ୍ଡା । ସେପଟେ କଂଗ୍ରେସର ୨୦ ଜଣିଆ ସଦସ୍ୟଙ୍କୁ ଦିଲ୍ଲୀ ଡାକରା ।”

ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା ।

କନକ ବ୍ୟୁରୋ: ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ୍ ଇସାନ୍ ବୁଖାରୀ । ରିମାଣ୍ଡରେ ଆସିବା ପରେ ଆତଙ୍କୀ ଲିଙ୍କ ନେଇ ବୁଖାରୀକୁ ହେବ ଜେରା ।ଏନଆଇଏ, କାଶ୍ମୀର ପୁଲିସ, ପଞ୍ଜାବ ପୋଲିସକୁ ଦିଆଯାଇଛି ସୂଚନା । ଏସଟିଏଫ୍ ସହ ମିଶି ଗୁଇନ୍ଦା ବିଭାଗ କରିବ ତଦନ୍ତ । ଏସଟିଏଫ୍ ଏସପି କେକେ ପାଣିଗ୍ରାହୀଙ୍କ ସୂଚନା । ତେବେ ଦିନକୁ ଦିନ ବୁଖାରୀ ବିରୋଧରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଅନ୍ୟପଟେ ଯାଜପୁରର ଏକContinue reading “ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା ।”

ଜେଲରେ ବନ୍ଦ ଇମ୍ରାନ୍ ଖାନ ‘AI’ ଜରିଆରେ ଦେଲେ ଭାଷଣ । ୟୁଟ୍ୟୁବରେ ୧.୪ ମିଲିଅନ ଲୋକ ଦେଖିଲେଣି

୫ ଅଗଷ୍ଟରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଖାନ ଜେଲରେ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବହୁ କୋର୍ଟ ମାମଲାରେ ଜଡିତ ଅଛନ୍ତି । ଗତ ବର୍ଷ ପାକିସ୍ତାନ ସଂସଦରେ ବିଶ୍ୱାସ ଭୋଟ୍ ରେ ହାରିବା ପରେ ପୂର୍ବତନ କ୍ରିକେଟ୍ ତାରକା ଏବେ ଏକ ବିରାଟ ରାଜନୈତିକ ସଙ୍କଟ ଦେଇ ଗତି କରୁଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମର୍ଥକମାନଙ୍କୁ ସମ୍ବୋଧିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେContinue reading “ଜେଲରେ ବନ୍ଦ ଇମ୍ରାନ୍ ଖାନ ‘AI’ ଜରିଆରେ ଦେଲେ ଭାଷଣ । ୟୁଟ୍ୟୁବରେ ୧.୪ ମିଲିଅନ ଲୋକ ଦେଖିଲେଣି”

ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା ।

କନକ ବ୍ୟୁରୋ: ରାଉରକେଲାରେ ଝାଡାବାନ୍ତି ଆକ୍ରାନ୍ତ ଘଟଣାର ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କିଭଳି, ଝାଡାବାନ୍ତି ଏତେ ମାତ୍ରାରେ ବ୍ୟାପିଲା ତାହାର ରିଭ୍ୟୁ କରିବେ । ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଜାରି ରହିଛି । ଏହାକୁ ନେଇ ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ବର୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁContinue reading “ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା ।”

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା ।

କନକ ବ୍ୟୁରୋ: ମାହାଙ୍ଗା ଡର୍ବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ହାଇକୋର୍ଟ ବଢ଼ାଇଲେ ଅନ୍ତରୀଣ ସୁରକ୍ଷା ଅବଧି । । ଆଜି ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥଲେ ହାଇକୋର୍ଟ । ଏବେ ଆସନ୍ତା ଜାନୁୟାରୀ ୧୭ ତାରିଖ ଯାଏଁ ବଢ଼ିଲା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ୧୭ ଜାନୁୟାରୀରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବାContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା ।”

ରାଉରକେଲାରେ ଚାଲିଛି ଫଟା ପାଣିପାଇପ୍ ମରାମତି । ସୁସ୍ଥ ହୋଇ ଫେରୁଛନ୍ତି ରୋଗୀ । ମୁନିସପାଲ କର୍ପୋରେସନ୍ କମିଶନରଙ୍କ ସୂଚନା ।

କନକ ବ୍ୟୁରୋ: ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଭିତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନର । କହିଲେ, ବର୍ତ୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ବିଭିନ୍ନ ମେଡିକାଲରେ ଏବେବି ୨୮୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଯେଉଁ ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି ଚାଲିଛି । ଏନେଇ ଆଜି ସକାଳେ ୱାଟ୍କୋ ସହିତ ଆମର ଆଲୋଚନା ହୋଇଥିଲା । ବର୍ତମାନContinue reading “ରାଉରକେଲାରେ ଚାଲିଛି ଫଟା ପାଣିପାଇପ୍ ମରାମତି । ସୁସ୍ଥ ହୋଇ ଫେରୁଛନ୍ତି ରୋଗୀ । ମୁନିସପାଲ କର୍ପୋରେସନ୍ କମିଶନରଙ୍କ ସୂଚନା ।”

ସାମ୍ବାଦିକଙ୍କ ପରିବାର ବଖାଣିଲେ ସନ୍ଦିଗ୍ଧ ବୁଖାରୀଙ୍କ ଗୁମର । କହିଲେ ସତ ପ୍ରକାଶ କଲେ ଦୁଷ୍କର୍ମ ଅଭିଯୋଗରେ ଫଶାଇଦେବାକୁ ମିଳିଥିଲା ଧମକ ।

କନକ ବ୍ୟୁରୋ: ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ସୟିଦ ଇଶାନ୍ ବୁଖାରି ଗୁମର । ବୁଖାରୀର କାର୍ଯ୍ୟକଳାପକୁ ସନ୍ଦେହ କରି ୨୦୧୮ରେ ଥାନାରେ ଅଭିଯୋଗ କରିଥିଲେ ସେଖ ଦିଲଦାର ଚାନ୍ଦ । କିନ୍ତୁ ସେତେବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ପରେ ବୁଖାରୀଙ୍କ ପତ୍ନୀ ସାମ୍ବାଦିକଙ୍କୁ ଧମକ ଦେଇଥିଲେ । ଏପରିକି ମିଛ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ କହିଥିଲେ । କନକ ନ୍ୟୁଜ୍ ଆଗରେ କାହାଣୀ ବଖାଣିଲେ ସାମ୍ବାଦିକ ସେଖ୍ ଦିଲଦାର ଚାନ୍ଦଙ୍କ ପରିବାର । କାଶ୍ମୀରରContinue reading “ସାମ୍ବାଦିକଙ୍କ ପରିବାର ବଖାଣିଲେ ସନ୍ଦିଗ୍ଧ ବୁଖାରୀଙ୍କ ଗୁମର । କହିଲେ ସତ ପ୍ରକାଶ କଲେ ଦୁଷ୍କର୍ମ ଅଭିଯୋଗରେ ଫଶାଇଦେବାକୁ ମିଳିଥିଲା ଧମକ ।”

ପାକିସ୍ତାନକୁ ଇରାନର ଚେତାବନୀ : କହିଲା ଆଗ ନିଜ ବର୍ଡରକୁ କଣ୍ଟ୍ରୋଲ କର

ଇରାନର ଏକ ପୋଲିସ୍ ଷ୍ଟେସନ ଉପରେ ହୋଇଥିବା ଉଗ୍ରପନ୍ଥୀ  ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ଇରାନର ସ୍ବର କଠୋର ହେବାରେ ଲାଗିଛି । ଶୁକ୍ରବାର ଦିନ, ଇରାନର ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ରସ୍କରେ ଥିବା ପୋଲିସ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ୧୧ ଜଣ ଇରାନ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଯେ ‘ଆତଙ୍କବାଦ’ ବିରୋଧରେ ଲଢେଇ ପାଇଁContinue reading “ପାକିସ୍ତାନକୁ ଇରାନର ଚେତାବନୀ : କହିଲା ଆଗ ନିଜ ବର୍ଡରକୁ କଣ୍ଟ୍ରୋଲ କର”

ବିଜେପି ଟିକେଟରେ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ରଣାୱତ୍ । ସ୍ପଷ୍ଟ କଲେ ବାପା ଅମରଦୀପ୍ ।

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଅନେକ ଦିନ ଧରି ନୀରବତା ପରେ ଏହା ସ୍ପଷ୍ଟ କଲେ କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ଚାଲିଆସୁଥିବାବେଳେ ଏବଂ ଏନେଇ ମୁହଁ ଖୋଲିଛନ୍ତି ବାପା ଅମରଦୀପ୍ । ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । କଙ୍ଗନାଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ , କଙ୍ଗନାContinue reading “ବିଜେପି ଟିକେଟରେ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ରଣାୱତ୍ । ସ୍ପଷ୍ଟ କଲେ ବାପା ଅମରଦୀପ୍ ।”

ଦେବଗଡରେ ହାତୀ ଆତଙ୍କ । ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ଗୃହପାଳିତ ପଶୁଙ୍କୁ ଦଳି ଦେଉଛନ୍ତି ହାତୀ ।

କନକ ବ୍ୟୁରୋ: ରାତି ଅଧରେ ୩୪ ଟିକିଆ ହାତୀ ପଲଙ୍କ ଆତଙ୍କ । ବିଳମ୍ବିତ ରାତିରେ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘରଦ୍ୱାର । ହାତୀ ଆକ୍ରମଣରେ ୪ ଗାଈ, ୨ ଛେଳି ମୃତ୍ୟୁ । ଦେବଗଡ଼ ଥାନାଂଚଳ ଚଡ଼କମରା ଗାଁରେ ହାତୀଙ୍କ ଉତ୍ପାତ । ହାତୀ ଘଉଡ଼ାଉଥିବା ବେଳେ ବନକର୍ମଚାରୀ ଓ ଗ୍ରାମବାସୀଙ୍କ ହାତୀ ପଲ ଆକ୍ରମଣ ଉଦ୍ୟମ । ରାତିରେ ନିଆଁ ହୁଳା ଧରି ଲୋକେ ହାତୀ ପଲକୁ ଘଉଡ଼ାଉଛନ୍ତିContinue reading “ଦେବଗଡରେ ହାତୀ ଆତଙ୍କ । ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ଗୃହପାଳିତ ପଶୁଙ୍କୁ ଦଳି ଦେଉଛନ୍ତି ହାତୀ ।”

Design a site like this with WordPress.com
Get started