ମହାକାଶରୁ ଜଳବାୟୁ ପରିବର୍ତ୍ତନର ପ୍ରମାଣ : ସାମ୍ନାକୁ ଆସିଲା ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବାର ଦୃଶ୍ୟ ।

କନକ ବ୍ୟୁରୋ: ମହାକାଶରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀ ଆଣ୍ଡ୍ରିସ ମୋଗେନସେନ ନିକଟରେ ଭୂପୃଷ୍ଠର କିଛି ଚମତ୍କାର ଫଟୋ ପଠାଇଛନ୍ତି। ସେଥିରେ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଭାସୁଥିବା କିଛି ହିମଶୈଳର ଦୃଶ୍ୟ ପୃଥିବୀର ଜଳବାୟୁ ପରିବର୍ତ୍ତନର ଚିନ୍ତାଜନକ ଚିତ୍ର ପ୍ରଦାନ କରିଛି। ମହାକାଶରୁ ଖାଲି ଆଖିରେ ଭୂପୃଷ୍ଠର ହିମଶୈଳ ଦେଖି ସେ ଆଶ୍ଚର୍ୟ୍ୟାନ୍ବିତ ହେବା ସହ ଏହା ପଛର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ସେ ଚିନ୍ତାପ୍ରକଟ କରିଛନ୍ତି। ହିମପ୍ରବାହଗୁଡ଼ିକ ତରଳୁଥିବାରୁContinue reading “ମହାକାଶରୁ ଜଳବାୟୁ ପରିବର୍ତ୍ତନର ପ୍ରମାଣ : ସାମ୍ନାକୁ ଆସିଲା ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବାର ଦୃଶ୍ୟ ।”

ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁର ଅଞ୍ଚଳରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନ ବିଲରେ ପଶି ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଛି ହାତୀ । ଭୟ ଭିତରେ ଅଛନ୍ତି ଚାଷୀ । ରାତିରେ ଆସି ହାତୀ ପଲ ବିଲରେ ପଶି ଧାନ ନଷ୍ଟ କରିଥିବା ଅଭିଯୋଗ ଆଣୁଛନ୍ତି ଚାଷୀ । ବିଲରେ ହାତୀ ପାଦ ଚିହ୍ନ ପଡ଼ିଥିବା କହିଛନ୍ତି ଗାଁଲୋକ । ନିକଟ ଜଙ୍ଗଲ ଭିତରେ ହାତୀ ପଲContinue reading “ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ ।”

ଆରମ୍ଭ ହେଲାଣି ଅଲିଭ ରିଡଲେଙ୍କ ପ୍ରଜନନ । ସମୁଦ୍ର କୂଳରେ କଇଁଛ ସୁରକ୍ଷା ଶିବର କରିବା ସହ ସୁରକ୍ଷା କଡାକଡି ।

କନକ ବ୍ୟୁରୋ: ଗଭୀର ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଆରମ୍ଭ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଭୀର ସମୁଦ୍ରରେ ଅଲିଭ ରିଡଲେ ପ୍ରଜନନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏନେଇ ୩ଟି ରେଂଜର ୯ଟି କ୍ୟାମ୍ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚିଲିକା, ସାତପଡ଼ା ଏବଂ ରମ୍ଭା ରେଂଜରେ ବନବିଭାଗ ପକ୍ଷରୁ ସମୁଦ୍ର କୂଳରେ ଅସ୍ଥାୟୀ କଇଁଛଙ୍କ ସୁରକ୍ଷା ଶିବିର କରାଯାଇଛି । ଖାସକରି ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯିବContinue reading “ଆରମ୍ଭ ହେଲାଣି ଅଲିଭ ରିଡଲେଙ୍କ ପ୍ରଜନନ । ସମୁଦ୍ର କୂଳରେ କଇଁଛ ସୁରକ୍ଷା ଶିବର କରିବା ସହ ସୁରକ୍ଷା କଡାକଡି ।”

ଅଳିଆଗଦାକୁ ନେଇ ଅସ୍ତବ୍ୟସ୍ତ ଗାଢକଣବାସୀ । ଏହାକୁ ନେଇ ବିଜେପିର ସତ୍ୟାଗ୍ରହକୁ କଟାକ୍ଷ କରିଛନ୍ତି ମେୟର ।

କନକ ବ୍ୟୁରୋ: ଗାଢ଼କଣାରେ ଅଳିଆ ଗଦା ଓ ଦୁର୍ଗନ୍ଧକୁ ନେଇ ଅସ୍ତବ୍ୟସ୍ତ ଅଂଚଳବାସୀ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । ବିଜେପି ସତ୍ୟାଗ୍ରହ ଚଳାଇଥିବାବେଳେ, କଟାକ୍ଷ କରିଛନ୍ତି ଭୁବନେଶ୍ୱର ମହାନଗର ନିିଗମ ମେୟର । ଗାଢ଼କଣ ଡମ୍ପିଂୟାର୍ଡର ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ଅତିଷ୍ଟ ହେଲେଣି ରାଜଧାନୀବାସୀ । ଗାଢ଼କଣ ଅସ୍ଥାୟୀ ଡମ୍ପିଂୟାର୍ଡ କାରଣରୁ ଅଧା ରାଜଧାନୀବାସୀଙ୍କ ବଂଚିବା ଏବେ ମୁସ୍କିଲContinue reading “ଅଳିଆଗଦାକୁ ନେଇ ଅସ୍ତବ୍ୟସ୍ତ ଗାଢକଣବାସୀ । ଏହାକୁ ନେଇ ବିଜେପିର ସତ୍ୟାଗ୍ରହକୁ କଟାକ୍ଷ କରିଛନ୍ତି ମେୟର ।”

ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳୁଛି ବଡଦାଣ୍ଡ । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ।

କନକ ବ୍ୟୁରୋ: ଜବରଦଖଲ ମୁକ୍ତ ହେଲା ପୁରୀ ବଡ଼ଦାଣ୍ଡ । ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ଉଠାଦୋକାନ । ମାର୍କେଟ ଛକୁ ଦେଖାଗଲା ବଡଦାଣ୍ଡର ୧୦୦ ଫୁଟିଆ ରୋଡ । ଶ୍ରୀମନ୍ଦିର ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ ଓସାରର ରାସ୍ତା ଏବେ ପୁରା ଦୃଶ୍ୟମାନ ହେଉଛି । ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲାContinue reading “ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳୁଛି ବଡଦାଣ୍ଡ । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ।”

କୁନି ଝିଅ ପିହୁୁକୁ ଉଦ୍ଧାର କଲା ପୋଲିସ । ଘର ଆଗରୁ ଆଈ କୋଳରୁ ୬ ବର୍ଷିୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର । ବଡଗାଁ ନିକଟ ଏକ ପୋଲ ତଳୁ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ । ପୋଲ ତଳେ କୁନିଝିଅକୁ ଅପହରଣକାରୀ ଛାଡ଼ି ପଳାଇଥିବା ସୂଚନା ରହିଛି । ଜଣେ ମହିଳା ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି । ସୂଚନା ମୁତାବକ, ସୋମବାର ଦେବଗଡ଼ ମୁଖ୍ୟ ବଜାରରୁ ଆଈ କୋଳରୁ ନାତୁଣୀକୁ ଉଠାଇ ନେଇଥିଲେContinue reading “କୁନି ଝିଅ ପିହୁୁକୁ ଉଦ୍ଧାର କଲା ପୋଲିସ । ଘର ଆଗରୁ ଆଈ କୋଳରୁ ୬ ବର୍ଷିୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୃତ୍ତ ।”

ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ…

କନକ ବ୍ୟୁରୋ: ଦୁବାଇରେ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାହ୍ନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ । ଏଥିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି । ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି । ନିଲାମୀରେ ୨୧୪ ଭାରତୀୟ ଖେଳାଳ ଓContinue reading “ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ…”

ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ଅବସ୍ଥାରେ ମଠ ମନ୍ଦିର ପରି କିର୍ତ୍ତିରାଜି । ପୁରୀବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜାନୁଆରୀ ୧୭ରେ ଗଜପତି ମହାରାଜାଙ୍କ ଦ୍ୱାରା ହେବ ପୂର୍ଣ୍ଣାହୁତି । ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଏତିକିବେଳେ ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ମଠଗୁଡିକରେ ରହିଥିବା ଅନେକ ପୁରାତନ କୀର୍ତ୍ତିରାଜୀ ଜରାଜିର୍ଣ୍ଣ ହୋଇପଡିଛି । ଯାହାକୁ ନେଇ ପୁରୀବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ପାଇଁ ସଜେଇContinue reading “ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ଅବସ୍ଥାରେ ମଠ ମନ୍ଦିର ପରି କିର୍ତ୍ତିରାଜି । ପୁରୀବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ।”

ହଇଜା ନେଲାଣି ୯ ଜୀବନ । ରାଉରକେଲାରେ ବ୍ୟାପୁଛି ହଇଜା । ଭିବ୍ରିଓ କଲେରା ବ୍ୟାପୁଥିବା କହିଲେ, ରାଉରକେଲା ମେଡିକାଲ ଅଧୀକ୍ଷକ ।

କନକ ବ୍ୟୁରୋ: ରାଉରକେଲାକୁ କଲବଲ କଲାଣି ହଇଜା । ୩ ଦିନରେ ଏଠାରେ ୯ଜମଙ୍କ ମୃତ୍ୟୁ ହେଲାଣି । ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାରୀ ତତ୍ପରତା ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସତ୍ୱେ ହଇଜା ବ୍ୟାପିବାରେ ଲାଗିଛି । ପାନପୋଷ ଓ ଛେଣ୍ଡର ବସ୍ତି ଅଂଚଳ ହଇଜାର ହଟସ୍ପଟ୍ ପାଲଟିଛି । ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣContinue reading “ହଇଜା ନେଲାଣି ୯ ଜୀବନ । ରାଉରକେଲାରେ ବ୍ୟାପୁଛି ହଇଜା । ଭିବ୍ରିଓ କଲେରା ବ୍ୟାପୁଥିବା କହିଲେ, ରାଉରକେଲା ମେଡିକାଲ ଅଧୀକ୍ଷକ ।”

ଆଜି ୫ ଦିନିଆ ରିମାଣ୍ଡରେ ଆସିପାରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସୟିଦ । ଦୁଇ ନେପାଳୀ ଯୁବତୀଙ୍କୁ ବିବାହ କରି ଫୋନରେ ପାକିସ୍ତାନକୁ ପଠାଉଥିଲା ତଥ୍ୟ ।

କନକ ବ୍ୟୁରୋ: ଯାଜପୁରରୁ ଗିରଫ ହୋଇଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏସଟିଏଫ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆଜି ସୟିଦ୍ ବୁଖାରୀକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ବୁଖାରୀକୁ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।Continue reading “ଆଜି ୫ ଦିନିଆ ରିମାଣ୍ଡରେ ଆସିପାରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସୟିଦ । ଦୁଇ ନେପାଳୀ ଯୁବତୀଙ୍କୁ ବିବାହ କରି ଫୋନରେ ପାକିସ୍ତାନକୁ ପଠାଉଥିଲା ତଥ୍ୟ ।”

Design a site like this with WordPress.com
Get started