ଦୁର୍ଘଟଣା ନେଉଛି ଜୀବନ । ନବରଙ୍ଗପୁରରେ ଶ୍ୱଶୁର- ଜ୍ୱାଇଁ ମୃତ । ଏପଟେ ସାକ୍ଷୀଗୋପାଳ-ଇନ୍ଦିପୁର ରାସ୍ତାରେ ଦୁର୍ଘଟଣାରେ ଗଲା ୨ ଜୀବନ ।

କନକ ବ୍ୟୁରୋ: ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବା ସମୟରେ ସଡକ ଦୁର୍ଘଟଣାରେ ଶଶୁର ଜ୍ୱାଇଁ ମୃତ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣContinue reading “ଦୁର୍ଘଟଣା ନେଉଛି ଜୀବନ । ନବରଙ୍ଗପୁରରେ ଶ୍ୱଶୁର- ଜ୍ୱାଇଁ ମୃତ । ଏପଟେ ସାକ୍ଷୀଗୋପାଳ-ଇନ୍ଦିପୁର ରାସ୍ତାରେ ଦୁର୍ଘଟଣାରେ ଗଲା ୨ ଜୀବନ ।”

ଇନଷ୍ଟା ଇନଫ୍ଲୁଏନ୍ସର ତଥା ପ୍ରେମିକା ପ୍ରିୟା ସିଂ ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କରୁ ହତ୍ୟା ଉଦ୍ୟମ ।

କନକ ବ୍ୟୁରୋ: ପ୍ରେମିକା ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କ ପରେ ପ୍ରେମିକ ଉପରେ ରେଞ୍ଜ ରୋଭର କାର ଚଢାଇ ଦେଇଛି ବଏଫ୍ରେଣ୍ଡ । ମହାରାଷ୍ଟ ଥାନେରୁ ଏଭଳି ଖବର ଆସିଛି । ଯୁବତୀ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପ୍ରେମିକା ପ୍ରିୟା ସିଂ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । କାରଣ ଗାଡି ଚଢାଇଦେଇଥିବା ଯୁବକ ମହାରାଷ୍ଟ୍ରରContinue reading “ଇନଷ୍ଟା ଇନଫ୍ଲୁଏନ୍ସର ତଥା ପ୍ରେମିକା ପ୍ରିୟା ସିଂ ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କରୁ ହତ୍ୟା ଉଦ୍ୟମ ।”

ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

କନକ ବ୍ୟୁରୋ: ଡିସେମ୍ବର ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ହାତରେ ଆଉ ଅଳ୍ପ ଦିନ ରହିଛି । ଏହାରି ଭିତରେ ପୁରୀ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଆଜି ପ୍ରତ୍ୟୁଷରୁ ପାଣ୍ଡିଆନ୍ ଗସ୍ତ କରି ଏହି ସମୀକ୍ଷା କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିପାରିବେContinue reading “ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।”

୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ ।

କନକ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି ଏକ ହଜାର ୨୦୦ କୋଟି ଟଙ୍କାର ନିର୍ବାଚନ ଚାନ୍ଦା । ପୂର୍ବ ବର୍ଷଠାରୁ ଏହା ସାମାନ୍ୟ କମ୍ । ୨୦୨୧-୨୨ରେ ଏକ ହଜାର ୩୩୮ କୋଟି ଟଂକା ମିଳିଥିଲା । ଚଳିତ ଆର୍ଥିକ ବର୍ଷରେ ବିଆରଏସ ୫୨୯ କୋଟି ଟଙ୍କା ସହ ସର୍ବାଧିକ ଚାନ୍ଦା ପାଇଛି । ଏହାପରେ ୩୨୫ କୋଟି ୧୦ ଲକ୍ଷ ସହ ଟିଏମସି ଦ୍ୱିତୀୟ ସ୍ଥାନରେ ରହିଛି ।Continue reading “୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ ।”

ଷ୍ଟାର୍ଟ ନହେବାରୁ ଜନନୀ ଆମ୍ବୁଲାନ୍ସକୁ ପଛରୁ ଠେଲିଲେ ଲୋକେ । ଗୋପରେ ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ଗୋଟିଏ ପଟେ ଆମ୍ବୁଲାନ୍ସର ଅଭାବକୁ ନେଇ ବୈଠକ ଚାଲିଛି । ଅନ୍ୟପଟେ ଠେଲି ଠେଲି ନିଆଯାଉଛି ଆମ୍ବୁଲାନ୍ସ । କୁଶୁପୁରୁ ଠାରେ ଜିଲ୍ଲା ସ୍ତରୀୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ନେଇ ଗତକାଲି ବୈଠକ ବସିଥିଲ।। ଏହି ସମୟରେ ଠେଲିଲେ ଆମ୍ବୁଲାନ୍ସ ଗଡୁଥିବା ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଦୁଇ ଗୋଟି ଆମ୍ବୁଲାନ୍ସ କିଛି ଦିନ ଧରି ଅଚଳ ହୋଇ ଥିବା ବେଳେ ଗୋପ ଗୋଷ୍ଠୀContinue reading “ଷ୍ଟାର୍ଟ ନହେବାରୁ ଜନନୀ ଆମ୍ବୁଲାନ୍ସକୁ ପଛରୁ ଠେଲିଲେ ଲୋକେ । ଗୋପରେ ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ।”

ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଗତକାଲିଠୁ ଢେଙ୍କାନାଳ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଚାଲିଛି ଚଢାଉ ।

କନକ ବ୍ୟୁରୋ: ଆଉ ଏକ ମଦ କମ୍ପ।।ନୀ ଉପରେ ଆୟକର ବିଭାଗର ରେଡ୍ । ଗତକାଲିଠୁ ଢେଙ୍କାନାଳରେ ଥିବା ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ରେଡ଼ କରୁଛି ଆୟକର ବିଭାଗ । ଟିକସ ଫାଙ୍କିିଥିବା ଅଭିଯୋଗରେ ଆୟକର ଟିମର ଦୁଇଟି ଟିମ ରେଡ଼ କରୁଛନ୍ତି । ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି ଏହି କମ୍ପାନୀ । ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟContinue reading “ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଗତକାଲିଠୁ ଢେଙ୍କାନାଳ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଚାଲିଛି ଚଢାଉ ।”

ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଦୁଇ ଜଣଙ୍କ ମୃତ୍ୟୁ । ମିଳିଲା ମୃତକଙ୍କ ପରିଚୟ ।

କନକ ବ୍ୟୁରୋ: ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଂଟିରେ ପିଟିହୋଇ ଦୁଇ ଜଣଙ୍କ ମୃତୁ ହୋଇଛି । ମୃତ ଯୁବକ ମାନେ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ ବୋଲିContinue reading “ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଦୁଇ ଜଣଙ୍କ ମୃତ୍ୟୁ । ମିଳିଲା ମୃତକଙ୍କ ପରିଚୟ ।”

ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନ ଜେନାଙ୍କୁ ମିଳିଲା ଭତ୍ତା । ସେବା କରୁଛନ୍ତି ସ୍ୱେଚ୍ଛାସେବୀ ।

କନକ ବ୍ୟୁରୋ: ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନଜେନାଙ୍କୁ ମିଳିଲା ଭତ୍ତା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତାଗିଦ୍ ପରେ ଜନ ଜେନାଙ୍କୁ ୯ମାସର ଭତା ବାବଦକୁ ୭ହଜାର ୭୦୦ ଟଙ୍କା ଦେଇଛନ୍ତି ବ୍ୟାଙ୍କ ପ୍ରତିନିଧି । ଏପରିକି ସ୍ୱେଚ୍ଛାସେବୀ ପହଞ୍ଚି ଜନ ଜେନାଙ୍କୁ ସଫା ସୁତୁରା କରି ଔଷଧ ଲଗାଇ ଡ୍ରେସିଂ କରି ନିତ୍ୟ ଆବଶ୍ୟକContinue reading “ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନ ଜେନାଙ୍କୁ ମିଳିଲା ଭତ୍ତା । ସେବା କରୁଛନ୍ତି ସ୍ୱେଚ୍ଛାସେବୀ ।”

ଜଳିପୋଡି ପାଉଁଶ ହେଲା ଦୋକାନ । ଦୀର୍ଘ ସମୟ ପ୍ରୟାସ ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ ।

କନକ ବ୍ୟୁରୋ: ଚାହୁଁଚାହୁଁ ଜଳିଗଲା ସବୁକିଛି । କିଛି ସମୟ ଭିତରେ ଦୋକାନର ସବୁକିଛି ଜଳିପୋଡ଼ି ଝାରଖାର ହୋଇଯାଇଛି । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ରାସ୍ତା କଡ଼ରେ ଏକ ଦୋକାନରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ନିଆଁ ଲାଗିବାରୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେContinue reading “ଜଳିପୋଡି ପାଉଁଶ ହେଲା ଦୋକାନ । ଦୀର୍ଘ ସମୟ ପ୍ରୟାସ ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ ।”

ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ର । “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଗୁରୁତ୍ୱ ।

କନକ ବ୍ୟୁରୋ: ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଛି । ଶିଳ୍ପ ଉଦ୍ୟୋଗର ବିଶେଷ ଦିଗ ଉପରେ ଆଲୋଚନା କରିବା ପାଇଁ ଓ – ହବ୍ ଅଡିଟୋରିୟମ ଠାରେ ଶିଳ୍ପ ବିଶେଷଜ୍ଞ, ମହିଳା ଉଦ୍ୟୋଗୀ ଏବଂ ନୀତି ନିର୍ମାତା ମାନେ ଏକତ୍ରିତ ହୋଇଥିଲେ । ଆଇ ସି ସି,ଆଇ ଟି ଓ ଷ୍ଟାର୍ଟ ଅପ୍ କମିଟି ଏବଂ ଆଇ ସି ସି ଜାତୀୟ ମହିଳାContinue reading “ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ର । “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଗୁରୁତ୍ୱ ।”

Design a site like this with WordPress.com
Get started