ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।

କନକ ବ୍ୟୁରୋ: ଆଇପିଏଲ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ମଙ୍ଗ । ଅର୍ଥାତ୍ ୨୦୧୪ ଆଇପିଏଲ୍ ସଂସ୍କରଣ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ପାଂଚଥର ଆଇପିଏଲ ଟାଇଟଲ ଜିତିଛି । ସେହିପରି ହାର୍ଦ୍ଦିକ ଦୁଇ ବର୍ଷContinue reading “ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।”

ବ୍ୟାଙ୍କ ଆଗରେ ଧାଡ଼ି ଲାଗିଲା, ଅବଧି ବଢ଼ିଲା । ନବରଙ୍ଗପୁରରେ ନଳକୂପ ଖନନ ପାଇଁ ଟଙ୍କା ଡିପୋଜିଟ୍ ଡିସେମ୍ବର ୨୨କୁ ବୃଦ୍ଧି।

କନକ ବ୍ୟୁରୋ: ବ୍ୟାଙ୍କ ଆଗରେ ଧାଡ଼ି ପରେ ଘୁଞ୍ଚିଲା ତାରିଖ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଆବେଦନ ଅବଧି ଡିସେମ୍ବର ୨୨ ତାରିଖକୁ ବଢ଼ାଯାଇଛି । ନଳକୂପ ଖନନ ପାଇଁ ୟୁନିୟନ ବ୍ୟାଙ୍କରେ ୨୦ହଜାର ଟଙ୍କା ଡିପୋଜିଟର ଅବଧି ଶନିବାର ଯାଏଁ ଥିଲା । ଯାହାକୁ ନେଇ ଶତାଧିକ ଚାଷୀ ବ୍ୟାଙ୍କ ସମ୍ମୁଖରେ ଧାଡ଼ି ଲଗାଇବା ସହ ଆନ୍ଦୋଳନ କରିଥିଲେ । ବ୍ୟାଙ୍କ ଡିପୋଜିଟ୍Continue reading “ବ୍ୟାଙ୍କ ଆଗରେ ଧାଡ଼ି ଲାଗିଲା, ଅବଧି ବଢ଼ିଲା । ନବରଙ୍ଗପୁରରେ ନଳକୂପ ଖନନ ପାଇଁ ଟଙ୍କା ଡିପୋଜିଟ୍ ଡିସେମ୍ବର ୨୨କୁ ବୃଦ୍ଧି।”

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ ।

କନକ ବ୍ୟୁରୋ: ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି । ବାପ ଘରକୁ ବୁଲିଯାଇଛନ୍ତି ମହାଲକ୍ଷ୍ମୀ । ସକାଳୁ କାଉ କା’ ନ ରାବୁଣୁ ରନ୍ଧାବଢ଼ା ସାରି ରାମକୃଷ୍ଣ ଦୁଇଭାଇ ଙ୍କୁ ଖୁଆଇ ଦେଇଛନ୍ତି ମା ଯଶୋଦା । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛିContinue reading “ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ ।”

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା, ଜି. ଉଦୟଗିରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା । ସବୁଠି ରାତିେରେ ପାରଦ ତଳମୁହାଁ ରହିଛି । ୪ ଦିନ ତଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଢେର ଉପରେ ରହୁଥିଲା । ମାତ୍ର ଏବେ ସ୍ଥିତିରେ ପରିବର୍ତ୍ତନ ହୋଇଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଂଟା ମଧ୍ୟରେContinue reading “ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା, ଜି. ଉଦୟଗିରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।”

ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: କୁମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ ପରେ ସୁରକ୍ଷା ବହିନୀକୁ ମିଳିଛି ଏହି ସଫଳତା । ସୂଚନା ଅନୁସାରେ, ଗୁରୁବାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ପାଖ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ-ଏସଓଜି ଯବାନ ଗୁଳି ବିନିମୟ ହୋଇଥିଲା । ଶୁକ୍ରବାର ବୌଦ୍ଧ ଓ କନ୍ଧମାଳ ଉଭୟପଟୁContinue reading “ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।”

ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ ।

କନକ ବ୍ୟୁରୋ: ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି, ଜବତ ହୋଇଥିବା ଟଙ୍କା ସହ ମୋର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ, ବଡ଼ ପରିବାର ହୋଇଥିବା ବେଳେ ପରିବାରର ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି । ଏବଂContinue reading “ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ ।”

ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।

କନକ ବ୍ୟୁରୋ: ନୂଆ ବର୍ଷ ପହିଲାରୁ ପଂଜିକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭିଏଲଟିଡି ଅର୍ଥାତ୍ ଭେହିକିଲ ଲୋକେସନ୍ ଟ୍ରାକିଂ ଡିଭାଇସ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଡିସେମ୍ବର ୩୧ ବା ତା ପୂର୍ବରୁ ହୋଇଥିବା ପଂଜିକୃତ ଗାଡ଼ିରେ ଆସନ୍ତାବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁବିଧା ଫଳରେ ଗାଡ଼ି ଷ୍ଟାର୍ଟ ହେବାଠାରୁ ଆରମ୍ଭ କରି କେତେContinue reading “ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।”

ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ

କନକ ବ୍ୟୁରୋ: ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଆଇଟି ରେଡ ନେଇ ଦେଲେ ପ୍ରତିକ୍ରିୟା । କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ । ଜବତ ଟଙ୍କାକୁ ପାରିବାରିକ ବ୍ୟବସାୟର ଟଙ୍କା କହିଲେ ଧୀରଜ । ଟଙ୍କା ନେଇ ମୋ ପରିବାର ସଦସ୍ୟ ଉତ୍ତର ଦେବେ । ମୁଁ ବିଜନେଓ ଲାଇନରେ ନାହିଁ । କିଛିଦିନ ଅପେକ୍ଷା କରନ୍ତୁ ସବୁ ସ୍ପଷ୍ଟ ହେବ । ଜବତ ଟଙ୍କା ସହ କଂଗ୍ରେସContinue reading “ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ”

ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ

କନକ ବ୍ୟୁରୋ: ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତିକୁ ବିଭିନ୍ନ ମହଲରୁContinue reading “ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ”

ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ମନଛୁଆଁ ଅଭିନୟ

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଫିଲ୍ମ ‘ଫାଇଟର’ ଜରିଆରେ ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସୁଛନ୍ତି ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲContinue reading “ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ମନଛୁଆଁ ଅଭିନୟ”

Design a site like this with WordPress.com
Get started