ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପାଣ୍ଡିଆନ୍ ଲଢ଼ିବେନି ନିର୍ବାଚନ, ବିଜେଡି କାର୍ଯ୍ୟକାରିଣୀରେ କରିଲେ ସ୍ପଷ୍ଟ

କନକ ବ୍ୟୁରୋ: ବିଜେଡି କାର୍ଯ୍ୟକାରିଣୀରୁ ଆସିଛି ବଡ ବାର୍ତା । ଚାରିକିରୁ ଅବସର ଓ ବିଜେଡିରେ ଯୋଗଦାନ ପରେ ପାଣ୍ଡିଆନଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା କରାଯାଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି । ୨୦୨୪ ସାରଧାରଣ ନିର୍ବାଚନରେ ଲଢିବେ ନାହିଁ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ବରଂ ସବୁ ନିର୍ବାଚବନ ମଣ୍ଡଳିରେ ବିଜେଡି କିଭଳି ଭଲ ପ୍ରଦର୍ଶନ କରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିବେ । ଛାଇ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଛିଡାContinue reading “ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପାଣ୍ଡିଆନ୍ ଲଢ଼ିବେନି ନିର୍ବାଚନ, ବିଜେଡି କାର୍ଯ୍ୟକାରିଣୀରେ କରିଲେ ସ୍ପଷ୍ଟ”

ମୁମ୍ବାଇରେ ଶେଷ ହେଲା ରୋହିତଙ୍କ ଯୁଗ: ହାର୍ଦ୍ଦିକ ପାଣ୍ଡ୍ୟା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନୂଆ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ନୂଆ ଅଧିନାୟକଙ୍କ ସହ ଖେଳିବାକୁ ଯାଉଛି। ସେ ହେଉଛନ୍ତି ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଏ ସଂପର୍କରେ ଘୋଷଣା କରିବା ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଛି। ଗତ କିଛି ସିଜନରେ ଏହି ମହାନ ଅଧିନାୟକ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚାମ୍ପିୟନ କରି ଟୁର୍ଣ୍ଣାମେଣ୍ଟର ଏକ ସଫଳContinue reading “ମୁମ୍ବାଇରେ ଶେଷ ହେଲା ରୋହିତଙ୍କ ଯୁଗ: ହାର୍ଦ୍ଦିକ ପାଣ୍ଡ୍ୟା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ”

ଥାନା ଗାଡିର ହାଲତ ଖରାପ । ଠିକ୍ ସମୟରେ କାମ କରୁନି ପୋଲିସ ଭ୍ୟାନ୍ । ବାଇକରେ ଚଳିଯାଉଛି କାମ ।

କନକ ବ୍ୟୁରୋ: ସାଧାରଣତଃ ଗୋଟେ ଥାନାରେ ନିହାତି ଭାବେ ଗୋଟେ ସୁରକ୍ଷିତ ଭ୍ୟାନର ଆବଶ୍ୟକ ରହିଛି । କିନ୍ତୁ ଗୋଟେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର । ଏହି ବ୍ଲକରେ ୨ଟି ଥାନା । ସାମୁଦ୍ରିକ ଥାନା ସହିତ ଅସ୍ତରଙ୍ଗ ଥାନା । କିନ୍ତୁ ଦୁର୍ଭାଗ୍ୟର କଥା ଏଠି ଭ୍ୟାନର ଭୂମିକା ନେଇଛି ବାଇକ । ବାଇକରେ ପୋଲିସ ଘଟଣାସ୍ଥଳକୁ ଯାତାୟାତ କରୁଛନ୍ତି । ତେବେ ଅସ୍ତରଙ୍ଗ ବ୍ଲକ ପୁରୀ ଜିଲ୍ଲାରContinue reading “ଥାନା ଗାଡିର ହାଲତ ଖରାପ । ଠିକ୍ ସମୟରେ କାମ କରୁନି ପୋଲିସ ଭ୍ୟାନ୍ । ବାଇକରେ ଚଳିଯାଉଛି କାମ ।”

ମହୁନାଡ ବିକି ମୁଁ ପୋଷେ କୁଟୁମ୍ବ… କାମ ଅଭାବରୁ ଗାଁ ଗାଁ ବୁଲି ମହୁନାଡ଼ ବିକୁଛନ୍ତି ଲୋକେ । ଜାହାଡ଼ା ହ୍ରଦ ପାଇଁ ଚାଲୁଛି ତେଲ ଲୁଣର ସଂସାର ।

କନକ ବ୍ୟୁରୋ: ଡିସେମ୍ବର ମାସରେ ଧିରେ ଧିରେ ବଢୁଛି ଶୀତ । ଜଳାଶୟ ଗୁଡିକରେ ଏବେ ପାଣି ଥଣ୍ଡା । ଆଉ ଏହି ସମୟରେ ପୋଖରୀ ପାଣିରେ ପଶିବା ଭାରିକଷ୍ଟ । ହେଲେ ପରିବାର ଚଳାଇ ବା ପାଇଁ ଶୀତକୁ ବି ଖାତିର ନକରି ପୋଖରୀ ପାଣିରେ ପଶିି ମହୁନାଡ ସଂଗ୍ରହ କରୁଛନ୍ତି ଅନେକ ପରିବାର । କାରଣ ଏହି ମହୁନାଡ ବିକ୍ରିକରି ଯାହା ରୋଜଗାର ହେବ ସେଥିରେ ତେଲ ଲୁଣର ସଂସାର ଚଳିବ । ଗଂଜାମContinue reading “ମହୁନାଡ ବିକି ମୁଁ ପୋଷେ କୁଟୁମ୍ବ… କାମ ଅଭାବରୁ ଗାଁ ଗାଁ ବୁଲି ମହୁନାଡ଼ ବିକୁଛନ୍ତି ଲୋକେ । ଜାହାଡ଼ା ହ୍ରଦ ପାଇଁ ଚାଲୁଛି ତେଲ ଲୁଣର ସଂସାର ।”

କଟକରେ ବଢ଼ୁଛି ଜନସଂଖ୍ୟା କିନ୍ତୁ ବଢ଼ୁନି ଶୌଚାଳୟ ସଂଖ୍ୟା । ଶୌଚ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସତର୍କ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ…

କନକ ବ୍ୟୁରୋ: ହଜାରେ ବର୍ଷର ପୁରୁଣା ସହର କଟକ । ୨୦୦୦ ମସିହାରେ ଏହି ସହର ଜନସଂଖ୍ୟା ପ୍ରାୟ ସାଢ଼େ ୫ଲକ୍ଷ ଥିଲା । କିନ୍ତୁ ଏବେ କଟକର ଜନସଂଖ୍ୟା ପାଖାପାଖି ୮ଲକ୍ଷରେ ପହଁଚିଲାଣି । ଏଥିସହ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ସହରକୁ ହଜାର ହଜାର ଲୋକ ଆସିଥାନ୍ତି । ହେଲେ, ଯେଉଁ ଅନୁପାତରେ କଟକ ସହରର ଜନସଂଖ୍ୟା ବଢ଼ୁଛି ସେହି ଅନୁପାତରେ ବଢ଼ୁନି, ଶୌଚାଳୟ କି ସେହିଭଳି ସୁବିଧା । ଆଉ ଯେତିକିContinue reading “କଟକରେ ବଢ଼ୁଛି ଜନସଂଖ୍ୟା କିନ୍ତୁ ବଢ଼ୁନି ଶୌଚାଳୟ ସଂଖ୍ୟା । ଶୌଚ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସତର୍କ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ…”

ଗଛ ଲଗାଇବା ନାଁରେ ଗିଳିଦେଲେ ଟଙ୍କା । ୧୭୦୦ ଗଛ ଲଗାଇବାକୁ ବିଲ୍ ହୋଇଛି, ମାତ୍ର ୩୬ଟି ଗଛ ଲାଗିଛି ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁ ସ୍ତରରେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ମାତ୍ର ବୃକ୍ଷରୋପଣ ପରିବର୍ତ୍ତେ ସରକାରୀ କର୍ମଚାରୀ ଏହି ଟଙ୍କାକୁ ଚଳୁ କରି ନେଉଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୭ ଶହ ଗଛ ଲଗା ଯାଇଥିବା ଏବଂ ଏହାକୁ ବାଡବନ୍ଦୀ କରାଯାଇଥିବା ଦର୍ଶାଇ ସରକାରୀ ସ୍ତରରେ ବିଲ କରାଯାଇଛି । ମାତ୍ର ପ୍ରକୃତ ସ୍ଥିତି ଯେଉଁContinue reading “ଗଛ ଲଗାଇବା ନାଁରେ ଗିଳିଦେଲେ ଟଙ୍କା । ୧୭୦୦ ଗଛ ଲଗାଇବାକୁ ବିଲ୍ ହୋଇଛି, ମାତ୍ର ୩୬ଟି ଗଛ ଲାଗିଛି ।”

ଆହୁରି ୩୦୦ ଯୁଦ୍ଧ ଲଢିବାକୁ ଆମେ ପ୍ରସ୍ତୁତ ଅଛୁ । କାଶ୍ମୀର ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହା ବୟାନ ଦେଇଛନ୍ତି ତାହା କୌଣସି ଯୁଦ୍ଧ ଧମକଠାରୁ କମ୍ ନୁହେଁ ।

ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଧାରା 370 ଉପରେ ଭାରତୀୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କାକର କାଶ୍ମୀର ବିଷୟରେ କହିଛନ୍ତି ଯେ “ପାକିସ୍ତାନକୁ  ଏହା ପାଇଁ ଯଦି ଆହୁରି ୩୦୦ ଯୁଦ୍ଧ  ଲଢିବାକୁ ପଡେ ତେବେ ଆମେ ଲଢିବୁ ।“ ସେ ଏକ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କାହାରି ଭୁଲ ବୁଝାମଣା ରହିବ ଉଚିତ  ନୁହେଁ ଏବଂ ସେମାନେ କାଶ୍ମୀର, ଶ୍ରୀନଗର ଏବଂ ବାରାମୁଲ୍ଲା ସମ୍ବନ୍ଧରେ ସେମାନଙ୍କର(ଭାରତ)Continue reading “ଆହୁରି ୩୦୦ ଯୁଦ୍ଧ ଲଢିବାକୁ ଆମେ ପ୍ରସ୍ତୁତ ଅଛୁ । କାଶ୍ମୀର ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହା ବୟାନ ଦେଇଛନ୍ତି ତାହା କୌଣସି ଯୁଦ୍ଧ ଧମକଠାରୁ କମ୍ ନୁହେଁ ।”

ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକ୍ରି କରିପାରୁନି ଚାଷୀ । ଗୋଟିଏ ଗୋଟିଏ ଟ୍ରକରେ ଦୁଇ ତିନୋଟି ଗାଁର ଚାଷୀଙ୍କ ଟୋକନ କଟୁଛି

କନକ ବ୍ୟୁରୋ : ମଣ୍ଡିରେ ଲାଗିଛି ଧାନ ବୋଝେଇ ଟ୍ରକ । ଚାଷୀର ଧାନ କିଣୁଛି ଲ୍ୟାମ୍ପ । ଧାନ ମଣ୍ଡିକୁ ଦେଖି ଲାଗୁଛି ସବୁ ଠିକ ଠାକ ଚାଲିଛି । କିନ୍ତୁ ଗୋଟିଏ ଗୋଟିଏ ଟ୍ରକରେ ଦୁଇ ତିନୋଟି ଗାଁର ଚାଷୀଙ୍କ ଟୋକନ କଟୁଛି । ପୁଣି ଧାନ ଗାଡି ସିଧା ସଳଖ ମିଲକୁ ଚାଲି ଯାଉଥିବାରୁ ଦଲାଲ ସକ୍ରିୟ ଥିବା ଆଶଙ୍କା କରାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିୟନ୍ତ୍ରିତ ବଜାର କମିଟି ପରିସରରେContinue reading “ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକ୍ରି କରିପାରୁନି ଚାଷୀ । ଗୋଟିଏ ଗୋଟିଏ ଟ୍ରକରେ ଦୁଇ ତିନୋଟି ଗାଁର ଚାଷୀଙ୍କ ଟୋକନ କଟୁଛି”

 ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା ।  ଶବ ରଖି ଧାରଣାରେ ବସିଲେ ପରିବାର ଲୋକେ

କନକ ବ୍ୟୁରୋ : ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା । ଶବ ରଖି ଧାରଣାରେ ବସିଲେ ପରିବାର ଲୋକେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଇକଡା ଗ୍ରାମର ଝୁନି ନାୟକ ନାମକ ଜଣେ  ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଦିଲ୍ଲିପ କୁମାର ପାତ୍ର ତାଙ୍କର ଚିକିତ୍ସା କରାଇ ଅସ୍ତ୍ରପଚାର କରି ପିଲା ପ୍ରସବ କରାଇଥିଲେContinue reading ” ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା ।  ଶବ ରଖି ଧାରଣାରେ ବସିଲେ ପରିବାର ଲୋକେ”

ସ୍ୱାମୀ ଚାଲିଗଲେ, ପୁଅ ଭୁଲିଗଲା । ବ୍ରେନ ଟ୍ୟୁମରୁ କ୍ୟାନସର, ଏବେ ଆଖିକୁ ଦିଶୁନି । ବିଜୁଳି ନାହିଁ, ଭତ୍ତା ଆସୁନି- ଅସହାୟ ମହିଳାଙ୍କ ଉପରେ କାହା ନଜର ପଡୁନି…

କନକ ବ୍ୟୁରୋ: ସତରେ ସମୟ କେତେବେଳେ କାହାସହ କଣ କରିଦେବ ଆପଣ କିଛି କଳନା ବି କରିପାରିବେନି । ସମୟକୁ ଆପଣ ନିଷ୍ଠୁର କହି ପାରନ୍ତି ଅବା ନିର୍ଦ୍ଦୟ । କିନ୍ତୁ ସମୟର ସବୁ ସ୍ଥିତି ସବୁ ଶାସ୍ତିକୁ ମଥା ପାତି ସହିନେବା ହିଁ ଜୀବନ । ହେଲେ ସେ ଶାସ୍ତି ଯେତେବେଳେ ଅସହ୍ୟ ହୁଏ ଜୀବନକୁ ଆଉ ଦେହ ଭିତରେ ରଖିବାକୁ ଇଚ୍ଛା ନଥାଏ । ପ୍ରତି କ୍ଷଣରେ ମରି ମରି ଜିଇଁବାକୁ ପଡେ ।Continue reading “ସ୍ୱାମୀ ଚାଲିଗଲେ, ପୁଅ ଭୁଲିଗଲା । ବ୍ରେନ ଟ୍ୟୁମରୁ କ୍ୟାନସର, ଏବେ ଆଖିକୁ ଦିଶୁନି । ବିଜୁଳି ନାହିଁ, ଭତ୍ତା ଆସୁନି- ଅସହାୟ ମହିଳାଙ୍କ ଉପରେ କାହା ନଜର ପଡୁନି…”

Design a site like this with WordPress.com
Get started