କନକ ବ୍ୟୁରୋ : ୨୦୨୪ ନିର୍ବାଚନ ଲଢିବେ ନାହିଁ ଭି.କେ ପାଣ୍ଡିଆନ । ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ । କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବିତ ରାଉତରାୟ । ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି, ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଏପରିକି ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେContinue reading “୨୦୨୪ରେ ନିର୍ବାଚନ ଲଢିବେନି ପାଣ୍ଡିଆନ, କାର୍ଯ୍ୟକାରିଣୀ ବୈଠକରେ କଲେ ସ୍ପଷ୍ଟ । ୧୪୭ ଆସନରେ ଦଳ ପାଇଁ କରିବେ କାମ ।”
Category Archives: News
ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ସକାଳୁ ସକାଳୁ ସୁନା ଦୋକାନୀ ପ୍ରଦୀପ ସୋନିଙ୍କୁ ଛୁରା ମାଡ କରି ଲୁଟ୍
କନକ ବ୍ୟୁରୋ : ଷ୍ଟିଲ ସିଟିରେ ଛୁରାମାଡ କରି ଲୁଟ୍ । ସୁନା ଦୋକାନୀଙ୍କ ଠାରୁ ୯ଶହ ଗ୍ରାମର ସୁନା ଗହଣା ନେଇ ଚମ୍ପଟ ମାରିଲେ ଲୁଟେରା । ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି । ରାଉରକେଲାର ମାଲ ଗୋଦାମ କାଳି ମନ୍ଦିର ନିକଟରେ ଆଜି ଏଭଳି ଲୁଟପାଟ୍ ହୋଇଛି । ସୁନା ଦୋକାନୀ ପ୍ରଦୀପ କମାର ସୋନି କୋଲକାତାରୁ ସୁନା ଗହଣା ଆଣି ଆଜାଦ୍ ହିନ୍ଦ୍ ଟ୍ରେନ୍ରେ ରାଉରକେଲା ଫେରିଥିଲେContinue reading “ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ସକାଳୁ ସକାଳୁ ସୁନା ଦୋକାନୀ ପ୍ରଦୀପ ସୋନିଙ୍କୁ ଛୁରା ମାଡ କରି ଲୁଟ୍”
ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଝଟକା । ବିରୋଧୀ ମିଛ ଅପପ୍ରଚାର କରୁଛନ୍ତି କହିଲେ ବିଜେଡି ସୁପ୍ରିମୋ
କନକ ବ୍ୟୁରୋ : ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ । ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଗୋଟିଏ ବଡ ଝଟକା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ମିଛ ଅପପ୍ରଚାର କରି ବଦନାମ କରିବାକୁ ପ୍ରୟାସ ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏପରି କହି ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଏହାର ମୁକାବିଲା କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିରୋଧୀଙ୍କ ମିଛ ଅପପ୍ରଚାରର ଦୃଢ଼ ମୁକାବିଲାContinue reading “ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଝଟକା । ବିରୋଧୀ ମିଛ ଅପପ୍ରଚାର କରୁଛନ୍ତି କହିଲେ ବିଜେଡି ସୁପ୍ରିମୋ”
ସଂସଦ ଆକ୍ରମଣର ଅଭିଯୁକ୍ତ ସାଗରର ଡାଏରୀରେ ରହିଛି ବିସ୍ଫୋରକ ବିଚାର । ଜାଣନ୍ତୁ ସଂସଦ ଭିତରେ ପ୍ରବେଶ କରି କ’ଣ ଜଣାଇବାକୁ ଚାହୁଁଥିଲା ସାଗର
କନକ ବ୍ୟୁରୋ : ସଂସଦର ସୁରକ୍ଷାରେ ହୋଇଥିବା ଅବହେଳା ନେଇ ପୁଣିଏକ ବଡ ଗୁମର ଖୋଲିଛି । ସଂସଦର ସୁରକ୍ଷାକୁ ଚକମା ଦେଇ ଲୋକସଭା ଭିତରେ ପହଂଚିଥିବା ସାଗର ଶର୍ମାର ଡାଏରୀ ସାମ୍ନାକୁ ଆସିଛି । ଏହି ଡାଏରୀରେ ସାଗର ଅନେକ ଗୁଡିଏ ଚମକାଇଦେବା ଭଳି କଥା ଲେଖିଛି । ଏହି ଡାଏରୀ ଲକ୍ଷ୍ନୌ ସ୍ଥିତ ସାଗରର ଘରୁ ମିଳିଛି । ଏବେ ଗୁଇନ୍ଦା ସଂସ୍ଥା ଡଏରୀରେ ଲେଖାଯାଇଥିବା କଥାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।Continue reading “ସଂସଦ ଆକ୍ରମଣର ଅଭିଯୁକ୍ତ ସାଗରର ଡାଏରୀରେ ରହିଛି ବିସ୍ଫୋରକ ବିଚାର । ଜାଣନ୍ତୁ ସଂସଦ ଭିତରେ ପ୍ରବେଶ କରି କ’ଣ ଜଣାଇବାକୁ ଚାହୁଁଥିଲା ସାଗର”
ସାଙ୍ଗଠନିକ ନିର୍ବାଚନକୁ ବର୍ଷେ ଘୁଞ୍ଚାଇଲା ବିଜେଡି, ନେତାଜୀ ଜୟନ୍ତୀଠୁ ବିଜୁ ଜୟନ୍ତୀ ଯାଏଁ ଘରେ ଘରେ ପହଞ୍ଚିବ ସରକାରଙ୍କ ସଫଳତାର ବାର୍ତ୍ତା ।
କନକ ବ୍ୟୁରୋ: ସାଙ୍ଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇଲା ବିଜେଡି । ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତାକୁ ରାଜ୍ୟର ତୃଣମୂଳସ୍ତରରେ ପହଞ୍ଚାଇାବକୁ ଆରମ୍ଭ କରିବ ଅଭିଯାନ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଚାଲିଥିବା କାର୍ଯ୍ୟକାରିଣୀ ବୈଠକରେ ନିଆଗଲା ନିଷ୍ପତ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଉପରେ ଚାଲିଛି ଆଲୋଚନା । ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁContinue reading “ସାଙ୍ଗଠନିକ ନିର୍ବାଚନକୁ ବର୍ଷେ ଘୁଞ୍ଚାଇଲା ବିଜେଡି, ନେତାଜୀ ଜୟନ୍ତୀଠୁ ବିଜୁ ଜୟନ୍ତୀ ଯାଏଁ ଘରେ ଘରେ ପହଞ୍ଚିବ ସରକାରଙ୍କ ସଫଳତାର ବାର୍ତ୍ତା ।”
କିଛିଦିନର ନିରବତା ପରେ ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି
କନକ ବ୍ୟୁରୋ : ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାର୍ୟ୍ୟ ଦାବୀ ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା , ଦାବୀ ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା .ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା ଓ ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା ।Continue reading “କିଛିଦିନର ନିରବତା ପରେ ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି”
ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଗୃହ ବିଭାଗ ଲୋଡିଲା ଅଧିକ ସମୟ । ଶେଷ ସୁଯୋଗ ଦେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ମହଲତ । ହାଇକୋର୍ଟ ଏହି ଶେଷ ସୁଯୋଗ ଦେଇଛନ୍ତି । ଆଜି ରତ୍ନଭଣ୍ଡାର ଚାବି ହଜିବା ସଂପର୍କିତ ମାମଲାରେ ଶୁଣାଣି ହେଉଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଜବାବ ନରଖି ଅଧିକ ସମୟ ଲୋଡିଥିଲେ । ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ହୋଇଛି । ହେଲେ ସରକାର ଜବାବ ଦାଖଲ କରିବେ ବୋଲି କହି ଦୀର୍ଘContinue reading “ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଗୃହ ବିଭାଗ ଲୋଡିଲା ଅଧିକ ସମୟ । ଶେଷ ସୁଯୋଗ ଦେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ”
ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
କନକ ବ୍ୟୁରୋ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଘର ଭିତରେ ଜେନରେଟର ଲଗାଇ ଶୋଇଥିଲେ । ଏହି ସମୟରେ ଶ୍ୱାସରୁଦ୍ଧ ହୋଇଯିବାରୁ ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ସେହିପରି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଅଂଚଳରେ ଏହି ଅଘଟଣ ଘଟିଛି । ଦୁଇ ମୃତକ ପାଲଲହଡାରContinue reading “ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ”
ଦୁନିଆର ସବୁଠୁ ବଡ ଆଇସବର୍ଗ: ଦୁନିଆର ସବୁଠୁ ବଡ ଆଇସବର୍ଗର ଆକାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
୩,୯୦୦ ବର୍ଗ କିଲୋମିଟର ଲମ୍ବ ଏବଂ ଏକ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ଏହି ବିଶାଳକାୟ ଆଇସବର୍ଗ ତିନି ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗରରେ ସ୍ଥିର ହୋଇ ରହିବା ପରେ ଏବେ ଗତିଶୀଳ ହୋଇଛି । ଗତ କିଛି ସପ୍ତାହ ତଳେ ଖବର ଆସିଥିଲା କି ଦୁନିଆର ସବୁଠାରୁ ବଡ଼ ହିମଖଣ୍ଡ ଗତି କରୁଛି ବୋଲି । ସେତେବେଳେ ତାହାର ଆକାର ବିଷୟରେ କୌଣସି ସୂଚନା ନଥିଲା । ଏବେ ଉପଗ୍ରହ ଦ୍ଵାରା ତାରContinue reading “ଦୁନିଆର ସବୁଠୁ ବଡ ଆଇସବର୍ଗ: ଦୁନିଆର ସବୁଠୁ ବଡ ଆଇସବର୍ଗର ଆକାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।”
ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନ କହିଲେ, ମା’ ମାନଙ୍କ ପସନ୍ଦ ବିଜୁ ଜନତା ଦଳ ।
କନକ ବ୍ୟୁରୋ: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଲେ ସମ୍ବୋଧିତ । କହିଲେ, ମା’ ମାନଙ୍କ ପସନ୍ଦ ହେଉଛି ବିଜୁ ଜନତା ଦଳ । ଏପରିକି ଓଡ଼ିଶାର ଯୁବ, ଛାତ୍ରମାନଙ୍କ ପ୍ରଥମ ପସନ୍ଦ ମଧ୍ୟ ବିଜେଡି । ଏବେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ତେଣୁ ଉନ୍ନତିକରଣ ବିକାଶକାର୍ଯ୍ୟ ସେମାନଙ୍କ ପାଇଁ ଏକ ଶକ୍ତଧକା ପାଲଟିଛି । ସେଥିପାଇଁ ସେମାନେ ମିଛ ଆଉ ଅପପ୍ରଚାର କରୁଛନ୍ତି । ଏହାକୁ ତୃଣମୂଳସ୍ତରରେContinue reading “ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନ କହିଲେ, ମା’ ମାନଙ୍କ ପସନ୍ଦ ବିଜୁ ଜନତା ଦଳ ।”