ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା: ଶରୀରର ଆଭ୍ୟନ୍ତରୀଣ ଅଙ୍ଗରୁ ହେଉଛି ରକ୍ତସ୍ରାବ

କନକ ବ୍ୟୁରୋ: ସରୁନି କୁନିଶିଶୁର ଦୁଃଖ । ଏବେ ବି ଯନ୍ତ୍ରଣାରେ ଛଟପଟ ହେଉଛି ସମ୍ବଲପୁର ରେଙ୍ଗାଲିରେ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ବି ସୁସ୍ଥ ହୋଇନି । ଆଗାମୀ ୩ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର । ଯେଉଁ ନିଷ୍ପାପ ଛୁଆ ଭାଗ୍ୟରେ ଏତେ ଯନ୍ତ୍ରଣା ଥିଲା, ସେଇ କୁନି ଝିଅର କଷ୍ଟଟିକେ ଲାଘବ ହୋଇଛି ସତ, କିନ୍ତୁ ଯନ୍ତ୍ରଣା ସଂପୂର୍ଣ୍ଣ ଯାଇନି । ସାତ ଘଂଟାର ସଂଘର୍ଷContinue reading “ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା: ଶରୀରର ଆଭ୍ୟନ୍ତରୀଣ ଅଙ୍ଗରୁ ହେଉଛି ରକ୍ତସ୍ରାବ”

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ

କନକ ବ୍ୟୁରୋ : ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆସିଲା ଆଲ୍ଲାବାଦ ହାଇକୋର୍ଟ ବଡ ରାୟ । ମଥୁରା ସ୍ଥିତ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦ ମଧ୍ୟରେ ଥିବା ବିବାଦୀୟ ପରିସରରେ ହେବ ଏଏସଆଇ ସର୍ଭେ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଜଣକିଆ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ପ୍ରସଙ୍ଗରେ ବର୍ଷ ବର୍ଷ ଧରି ଜାରି ରହିଛିContinue reading “ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ”

ଜମି କିଣା ନାଁରେ ବଡ ଠକେଇ: ରାଜଧାନୀରେ ମାତିଛନ୍ତି ଜମି ଦଲାଲ

କନକ ବ୍ୟୁରୋ: ରାଜଧାନୀରେ ଜମି ଜାଲିଆତିର ପର୍ଦ୍ଦାଫାସ । ନକିଲ କାଗଜପତ୍ର ଜରିଆରେ ଗ୍ରାହକଙ୍କଠାରୁ ଠକି ନେଇ ଚମ୍ପଟ ମାରୁଛନ୍ତି ଠକ । ଏଭଳି ଠକିଥିବା ଠକ ଗ୍ୟାଙ୍ଗର ମୁଖ୍ୟ ବିକାଶ ପଣ୍ଡାକୁ ଗିରଫ କରି ରିମାଣ୍ଡରେ ଆଣିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ନକଲି ପଟ୍ଟା,ଜାଲ କାଗଜ ପତ୍ର ଦେଇ ଗ୍ରାହକଙ୍କ ବିଶ୍ୱାସ ଜନ୍ମାଇବା ପରେ ଜମି କିଣାବିକାର ଏଗ୍ରିମେଂଟ କରୁଥିଲେ । ଆଉ ଆଡଭାନ୍ସ ବାବଦ ଟଙ୍କା ନେଇContinue reading “ଜମି କିଣା ନାଁରେ ବଡ ଠକେଇ: ରାଜଧାନୀରେ ମାତିଛନ୍ତି ଜମି ଦଲାଲ”

ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଦରମା ସହ ଛୁଟି ଦାବି ପ୍ରସଙ୍ଗ । ରାଜ୍ୟ ସଭାରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନ

କନକ ବ୍ୟୁରୋ : ଋତୁସ୍ରାବ ସମୟରେ ମହିଳାଙ୍କୁ ଦରମା ସହିତ ଛୁଟି ଦେବାକୁ ନେଇ ଦାବି ହେବା ସହ ବିଭିନ୍ନ କ୍ୟାମ୍ପେନ ମଧ୍ୟ ଚାଲିଛି । ତେବେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟ ସଭାରେ ଆରଜେଡି ସାଂସଦ ମନୋଜ ଝା’ଙ୍କ ପ୍ରଶ୍ନର ଉତର ଦେବା ବେଳେ ଏନେଇ ମତ ରଖିଛନ୍ତି ସ୍ମୃତି ଇରାନୀ । କହିଛନ୍ତି, ଋତୁସ୍ରାବ ଏକ ଋତୁContinue reading “ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଦରମା ସହ ଛୁଟି ଦାବି ପ୍ରସଙ୍ଗ । ରାଜ୍ୟ ସଭାରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନ”

ବଦଳିଲା ସଂସଦ ସୁରକ୍ଷା ନିୟମ । ଚେକିଂ ବ୍ୟବସ୍ଥା ବ୍ୟାପକ, ୟୁଏପିଏରେ ମାମଲା ରୁଜୁ

କନକ ବ୍ୟୁରୋ : ଗିରଫ ଅଭିଯୁକ୍ତଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କ ପାଇଁ ୧୫ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ କେବଳ ୭ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ଡଗ ସ୍କ୍ୱାର୍ଡ ଟିମ ପହଁଚି କୋର୍ଟ ପରିସରକୁ ତନ୍ନତନ୍ନକରି ଯାଂଚ କରିଥିଲା । ବୁଧବାର ନୂଆ ସଂସଦ ଗୃହରେContinue reading “ବଦଳିଲା ସଂସଦ ସୁରକ୍ଷା ନିୟମ । ଚେକିଂ ବ୍ୟବସ୍ଥା ବ୍ୟାପକ, ୟୁଏପିଏରେ ମାମଲା ରୁଜୁ”

ସରିନି ଆୟକର ବିଭାଗର ଚଢ଼ାଉ: ବୌଦ୍ଧ ଡିଷ୍ଟିଲେରୀରେ ଚାଲିଛି ରେଡ୍

କନକ ବ୍ୟୁରୋ: ବୌଦ୍ଧ ଡିଷ୍ଟିଲେରୀ ପ୍ରାଇଭେଟ ଲିମିଟେଡ୍ରେ ଦୁଇଦିନ ହେଲା ଚାଲିଛି ଆୟକର ବିଭାଗର ରେଡ୍ । ସାହୁ ବ୍ରଦର୍ସ ମାଲିକାନାରେ ଥିବା ବିଭିନ୍ନ ଠିକଣାରୁ ପୁଳାପୁଳା ଟଙ୍କା ଜବତ ପରେ ପୁଣି ଏହି ରେଡ୍ କରିଛି ଆୟକର ବିଭାଗ । ସୂଚନା ଅନୁସାରେ ଏହି କମ୍ପାନୀ ପରିସରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୋଜୁଛନ୍ତି ଆୟକର ଅଧିକାରୀ । ପ୍ରଥମ ଦିନରେ ଏହି କମ୍ପାନୀରେ ବି ରେଡ୍ ହୋଇଥିଲା । ଆଉ ଏବେ ପୁଣି ଥରେContinue reading “ସରିନି ଆୟକର ବିଭାଗର ଚଢ଼ାଉ: ବୌଦ୍ଧ ଡିଷ୍ଟିଲେରୀରେ ଚାଲିଛି ରେଡ୍”

ସଂସଦରେ ଅନୁପ୍ରବେଶ ଷଡ଼ଯନ୍ତ୍ର ପଛରେ କିଏ? କେଉଁଠୁ ନେଇଥିଲେ ପ୍ରଶିକ୍ଷଣ, କେମିତି କରିଥିଲେ ରେକି?

କନକ ବ୍ୟୁରୋ: ପାର୍ଲାମେଂଟ ସୁରକ୍ଷା ତ୍ରୁଟିକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । କିଏ କରିଥିଲା ଏହି ଷଡଯନ୍ତ୍ର , ତାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ ଓ ଗୁଇନ୍ଦା ସଂସ୍ଥା । ଗିରଫ ୫ ଜଣଙ୍କୁ ତୁହାକୁ ତୁହା ପ୍ରଶ୍ନ କରାଯାଇଛି । ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି । କୁହାଯାଇଛି, ଘଟଣାର ମାଷ୍ଟରମାଇଣ୍ଡ ଥିଲା ଲଳିତ ଝା । ତାଙ୍କୁ ଧରିବାକୁ ପୁଲିସContinue reading “ସଂସଦରେ ଅନୁପ୍ରବେଶ ଷଡ଼ଯନ୍ତ୍ର ପଛରେ କିଏ? କେଉଁଠୁ ନେଇଥିଲେ ପ୍ରଶିକ୍ଷଣ, କେମିତି କରିଥିଲେ ରେକି?”

ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି: ‘ଓଡ଼ିଶାରେ ଅତିକମରେ ୧୫ଟି ଲୋକସଭା ଆସନ ଜିତିବ ବିଜେପି’

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରଦେଲେଣି । କିଏ କେତେ ଆସନ ଜିତିବ ସେ ନେଇ ଅଙ୍କକଷା ବି ଚାଲଲାଣି । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡିଶାରେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୧୫ ଆସନରେ ଜିତିବ । ସେପଟେ ଟାଇମ୍ସ ନାଓ ସର୍ଭେ ରିପୋର୍ଟରେ କୁହାଯାଇଛି, ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବିଜେଡି ।Continue reading “ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି: ‘ଓଡ଼ିଶାରେ ଅତିକମରେ ୧୫ଟି ଲୋକସଭା ଆସନ ଜିତିବ ବିଜେପି’”

ଚିଲଡ୍ରେନ ପାର୍କ ନାମରେ ବଡ ଦୁର୍ନୀତି । ମିଳିମିଶି ଖାଇଗଲେ ୯ ଲକ୍ଷ

କନକ ବ୍ୟୁରୋ : ଶେଷରେ ଚିଲଡ୍ରେନ ପାର୍କକୁ ବି ଖାଇଗଲେ । ମିଳିମିଶି ଖାଇଗଲେ ୯ ଲକ୍ଷ । ର୍ଦୁନୀତି, ପିସି କାରବାର ଆଉ କାମ ନହୋଇ ଟଙ୍କା ଖାଇଯିବା ଘଟଣା ରାଜ୍ୟରେ କିଛି ନୂଆ କଥା ନୁହେଁ । ହେଲେ ଛୋଟ ଛୋଟ ଛୁଆଙ୍କ ଖେଳିବା ପାଇଁ ଆସିଥିବା ଟଙ୍କାକୁ ମଧ୍ୟ ଆତ୍ମସାତ କରିଦେଇଛନ୍ତି ସରାକରୀ ବାବୁ ଆଉ ତାଙ୍କ ଅଧୀନରେ ଥିବା ଠିକାଦାର । ସୁନ୍ଦରଗଡରୁ ଆସିଛି ଏଭଳି ଅଭିଯୋଗ । ସୁନ୍ଦରଗଡ ସଦରContinue reading “ଚିଲଡ୍ରେନ ପାର୍କ ନାମରେ ବଡ ଦୁର୍ନୀତି । ମିଳିମିଶି ଖାଇଗଲେ ୯ ଲକ୍ଷ”

ଅଭାବୀ ବାପାଙ୍କ ସୁନା ପୁଅ । ପ୍ରତିଭାର ବାଟରେ ବାଧକ ସାଜି ପାରିଲା ନାହିଁ ଅର୍ଥାଭାବ, ଡେଲିଭଲି ବୟରୁ ସ୍ୱର୍ଣ୍ଣ ବିଜେତା ହେଲେ ବରଗଡର ପ୍ରତୀକ ମହାରଣା

କନକ ବ୍ୟୁରୋ : ବରଗଡର ସୁନା ପୁଅ ଦଶମ ଶ୍ରେଣୀର ଛାତ୍ର ପ୍ରତୀକ ମହାରଣା । ୩୮ ତମ ଜୁନିୟର ଆଥଲେଟିକ୍ସ ଚାମ୍ପିଅନ୍ସିପ-୨୦୨୩ରେ ଶହେ ଓ ୨ଶହ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ପ୍ରତୀକ । ତାମିଲନାଡୁ କୋଏମ୍ବାଟୋରରେ ଆୟୋଜିତ ଖେଳକୁଦ ପ୍ରତିଯୋଗୀତାରେ ପ୍ରତିଭାର ପାରଦର୍ଶିତା ଦେଖାଇ ପରିବାର ଓ ରାଜ୍ୟ ପାଇଁ ଖୁସି ଆଣିଛନ୍ତି ପ୍ରତୀକ । ଆଉ ଏହି ସଫଳତା ପଛରେ ତାଙ୍କ ପରିବାର ଓ କୋଚ୍ ଶିବ ମିଶ୍ରଙ୍କ ପ୍ରମୁଖ ଭୁମିକାContinue reading “ଅଭାବୀ ବାପାଙ୍କ ସୁନା ପୁଅ । ପ୍ରତିଭାର ବାଟରେ ବାଧକ ସାଜି ପାରିଲା ନାହିଁ ଅର୍ଥାଭାବ, ଡେଲିଭଲି ବୟରୁ ସ୍ୱର୍ଣ୍ଣ ବିଜେତା ହେଲେ ବରଗଡର ପ୍ରତୀକ ମହାରଣା”

Design a site like this with WordPress.com
Get started