ମଧ୍ୟପ୍ରଦେଶରେ ଆରମ୍ଭ ହେଲା ‘ମୋହନ’ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ଯାଦବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଉପସ୍ଥିତ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର । ବୁଧବାର ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ । ରାଜ୍ୟପାଳ ଛଗନ ଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । #WATCH | BJP leader Jagdish Devda take oath as the Chief Minister of Madhya Pradesh. Prime Minister Narendra ModiContinue reading “ମଧ୍ୟପ୍ରଦେଶରେ ଆରମ୍ଭ ହେଲା ‘ମୋହନ’ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ଯାଦବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଉପସ୍ଥିତ ।”

ବୁଲା କୁକୁର କାମୁଡାରେ ମୃତ ଶିଶୁ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲାContinue reading “ବୁଲା କୁକୁର କାମୁଡାରେ ମୃତ ଶିଶୁ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।”

ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଶାଶ୍ୱତ୍ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏହି ଚଢ଼ଉରେ ୮ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡ଼ାର ୪ଟି ଓ ନୟାଗଡ଼ର ୨ ସ୍ଥାନରେ ଚଢା଼ଉ କରାଯାଉଛି । କେନ୍ଦ୍ରାପଡ଼ା ସ୍ଥିତContinue reading “ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ”

ଶୀତରାତିରେ ଦେଖାଗଲାନି ରାସ୍ତା । ହାଇୱେ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଗୁରୁତର ।

କନକ ବ୍ୟୁରୋ: ଶୀତ ରାତିରେ ଘନ କୁହୁଡିରେ ଦେଖାଗଲା ନାହିଁ ରାସ୍ତା । ଫଳରେ ହାଇୱା-କାର ମଧ୍ୟରେ ମୁହାଁମୁହିଁ ଧକ୍କା । ନବରଙ୍ଗପୁର ଜିଲ୍ଲା ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ତେନ୍ତୁଳିଖୁଂଟି ବ୍ଲକContinue reading “ଶୀତରାତିରେ ଦେଖାଗଲାନି ରାସ୍ତା । ହାଇୱେ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଗୁରୁତର ।”

ଘରୋଇ କଲେଜ ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଫେଲ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଏତଲା

କନକ ବ୍ୟୁରୋ: ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ । ଏପରିକି ନାବାଳିକା ଛାତ୍ରୀଙ୍କ ମାଙ୍କୁ ମଧ୍ୟ ଅସଦାଚରଣ କରାଯିବା ସହ ମାଡ ମରାଯାଇଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗContinue reading “ଘରୋଇ କଲେଜ ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଫେଲ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଏତଲା”

୫୦ କୋଟି ଥିବା ନେଇ ହୋଇଥିଲା ଚଢ଼ାଉ, ହେଲେ ମିଳିଲା ୩୫୦ କୋଟି । ଏବେ ଅଧିକ ଖୋଳତାଡ଼ କରିବ ଇଡି

କନକ ବ୍ୟୁରୋ: ଆଇଟି ରେଡରେ ମଦ ବ୍ୟବସାୟୀଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣାକୁ ନେଇ ଆଗକୁ ତଦନ୍ତ କରିବ ଇଡି । ୫୦ କୋଟିର କଳାଧନ ନେଇ ଆଇଟି ବିଭାଗ ପାଖରେ ଗୁଇନ୍ଦା ସୂଚନା ରହିଥିଲା । ହେଲେ ଆଇଟି ଅଧିକାରୀ ଖୋଜୁ ଖୋଜୁ ଓଡିଶାର ବିଭିନ୍ନ ଜିଲ୍ଲାରୁ ଧରିଛନ୍ତି ୩୫୦ କୋଟି । ଗତ ୬ତାରିଖରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ଚଢାଉ ଗତ ୧୨ ତାରିଖରେ ଶେଷ ହୋଇଛି । ବଲାଙ୍ଗୀର, ବୌଦ୍ଧ,Continue reading “୫୦ କୋଟି ଥିବା ନେଇ ହୋଇଥିଲା ଚଢ଼ାଉ, ହେଲେ ମିଳିଲା ୩୫୦ କୋଟି । ଏବେ ଅଧିକ ଖୋଳତାଡ଼ କରିବ ଇଡି”

ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ଖରାପ ବ୍ୟବହାର ପରେ, ଥାନାରେ ଅଟକ ।

କନକ ବ୍ୟୁରୋ: ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ରାଉରକେଲା ଉଦିତ ନଗରରେ ଥିବା ବଏଲର ଏଣ୍ଡ ଫ୍ୟାକ୍ଟ୍ରି କାର୍ଯ୍ୟାଳୟରେ ଅଧିକାରୀ ଜଣଙ୍କ ମଦ ପିଇଥିବା ଦେଖିବାକୁ ମିଳିଛି । ରାଉରକେଲା ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କାରଖାନା ମାନଙ୍କୁ ତଦାରଖ କରିବା ପାଇଁ ଅଛି ବଏଲର ଏଣ୍ଡ ଫ୍ୟାକ୍ଟ୍ରି । ହେଲେ ଅଧିକାରୀ କାରଖାନା ମାନଙ୍କ ସହ ମଧୁଚନ୍ଦ୍ରିକା ସମ୍ପର୍କ ଯୋଗୁଁ ଘଟୁଛି ଦୁର୍ଘଟଣା, ଆଉ ଯାଉଛି ଶ୍ରମିକଙ୍କ ଜୀବନ । ଏହାକୁ ନେଇ ଆସନ୍ତାContinue reading “ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ଖରାପ ବ୍ୟବହାର ପରେ, ଥାନାରେ ଅଟକ ।”

ରାଜନୈତିକ ଶତ୍ରୁତାର ଚରମ ପରିଣତି । ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ଆଉ ୫ ଗୁରୁତର

କନକ ବ୍ୟୁରୋ: ରାଜନୈତିକ ଶତ୍ରୁତାରୁ ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ତାରସିଂଙ୍ଗ ଥାନା ଅନ୍ତର୍ଗତ ବାଙ୍କତରା ଗାଁରୁ ଆସିଛି ଏଭଳି ଘଟଣା । ରାଜନୈତିକ ଗଣ୍ଡଗୋଳକୁ କେନ୍ଦ୍ର କରି ଗାଁର ଯୋଗେନ୍ଦ୍ର ନାୟକଙ୍କ ଗୁହାଳରେ କେହି ଦୁର୍ବୁତ ନିଆଁ ଲଗାଇଦେଇଛନ୍ତି । ଯାହାଫଳରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହେବା ସହ ଅନ୍ୟ ୫ଟି ଗାଈଙ୍କ ଅବସ୍ଥା ଗୁରୁତର ରହିଛି । ଯୋଗେନ୍ଦ୍ର ଜଣେ ବନବିଭାଗର ଠିକା କର୍ମଚାରୀ । ଗତକାଲି ରାତିରେContinue reading “ରାଜନୈତିକ ଶତ୍ରୁତାର ଚରମ ପରିଣତି । ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ଆଉ ୫ ଗୁରୁତର”

ବିଜ୍ଞାନ ମେଳା ସରିବା ପରେ ଶୀତରାତିରେ ହଣ୍ଡାହାଣ୍ଡି ମାଜିଲେ ବିଦ୍ୟାଳୟର ୧୦ ଛାତ୍ର । ଉପରେ ଠିଆ ହୋଇ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଦେଖାଇଲେ ଶିକ୍ଷକ

କନକ ବ୍ୟୁରୋ: ଦିନରେ ଭୋଜି ରାତିରେ ବାସନ ମଜା । ପୁଣି ଅନ୍ଧାର ରାତିରେ ପିଲାଙ୍କ ଦ୍ୱାରା ଛାତ୍ରଙ୍କୁ ଲଗାଇ ଦୟାନଦୀରେ ବାସନ ମଜାଇରେ ବିଦ୍ୟାଳୟ କର୍ତୃପକ୍ଷ । ଶୀତ ସାଙ୍ଗକୁ କିଟକିଟ୍ ଅନ୍ଧାର, ଶୀତରେ ସମସ୍ତେ ଶୋଇ ଯାଇଥିବା ବେଳେ ପିଲାମାନେ ନଦୀ କୂଳରେ ବଡବଡ ଟପ୍, ବାଲିଟି ଓ ଡାବ ମାଜି ପାଣିରେ ପସି ଧୋଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଜଣେ ଶିକ୍ଷକ ବନ୍ଧ ଉପରେ ଥାଇ ମୋବାଇଲ୍ ଲାଇଟ୍Continue reading “ବିଜ୍ଞାନ ମେଳା ସରିବା ପରେ ଶୀତରାତିରେ ହଣ୍ଡାହାଣ୍ଡି ମାଜିଲେ ବିଦ୍ୟାଳୟର ୧୦ ଛାତ୍ର । ଉପରେ ଠିଆ ହୋଇ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଦେଖାଇଲେ ଶିକ୍ଷକ”

ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ ସ୍କୁବା ଡ୍ରାଇଭିଂ ଯୋଡି ପୁଣି ଚର୍ଚ୍ଚାରେ । ଦୁବାଇରେ ଆୟୋଜିତ ସିଏପି ୨୮ ସମ୍ମିଳନୀ ସମୟରେ ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ଝିଅ ତିସ୍ୟା ପାଣିଗ୍ରାହୀ ସଂଯୁକ୍ତ ଆରବ ଏମିରେଟ୍ସକ ଜାତୀୟ ଦିବସରେ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ସମୁଦ୍ର ୭୦ ଫୁଟ ଗଭୀରରୁ ବାପା ଝିଅ ସ୍କୁବା ଡାଇଭ୍ ଯୋଡିଙ୍କ ସିଓପି ୨୮ର ନିଆରା ବାର୍ତା ଦେଇଛନ୍ତି ।Continue reading “ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ”

Design a site like this with WordPress.com
Get started