କନକ ବ୍ୟୁରୋ: ୧୪ ମାସ ପରେ ଜେଲରୁ ମୁକୁଳିବାର ଆନନ୍ଦ । ଶେଷରେ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଜାମିନ ପାଇବା ପରେ ମଙ୍ଗଳବାର ଦିନ ଝାଡପଡା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲ ଆସିଥିଲେ । ଆଉ ଜେଲରୁ ବାହାରିବାବେଳେ ଅର୍ଚ୍ଚନାଙ୍କ କହିବା ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବହୁତ କନଫିଡେଣ୍ଟ ଲାଗୁଥିଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାContinue reading “୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ”
Category Archives: News
ବୋରୱେଲ୍ ଭିତରୁ ଶୁଭୁଛି କୁନି ଶିଶୁର କାନ୍ଦ । ପାଇପ୍ ଭିତରକୁ ପଠାଯାଉଛି ଅକ୍ସିଜେନ୍ । ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।
କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଭିତରେ ଫସିଥିବା ଶିଶୁଟି ଜୀବିତ ରହିଛି । ଶିଶୁଟିକୁ ଉଦ୍ଧାର କରିବାକୁ ଏବେ ବି ଜାରି ରହିଛି ଅପରେସନ୍ । ତେବେ ଉଦ୍ଧାରକାରୀ ଟିମର କହିବା ମୁତାବକ, ଛୁଆର କାନ୍ଦ ଶୁଣାଯାଉଛି । ତା ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ନକରେ ସେଥିପାଇଁ ପାଇପ୍ ଭିତରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଗତ ୪ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛି ଶିଶୁContinue reading “ବୋରୱେଲ୍ ଭିତରୁ ଶୁଭୁଛି କୁନି ଶିଶୁର କାନ୍ଦ । ପାଇପ୍ ଭିତରକୁ ପଠାଯାଉଛି ଅକ୍ସିଜେନ୍ । ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।”
୩ ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କଲା ୩ ନୂଆ ଚେହେରା । ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଅସ୍ଥା ପ୍ରକଟ କଲା ଦଳ
କନକ ବ୍ୟୁରୋ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୩ ଟି ରାଜ୍ୟରେ ବହୁମତ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ଗୋଟିଏ ରାଜ୍ୟରେ ବହୁମତ ମିଳିଲା । ତେଲେଙ୍ଗାନା ନିର୍ବାଚନ ଫଳାଫଳ ୩ ତାରିଖରେ ପ୍ରକାଶ ପାଇବା ପରେ କଂଗ୍ରେସ ତରଫରୁ ୪ ତାରିଖରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି କରି ୭ ତାରିଖରେ ରେବାନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଘୋଣୋ କଲାContinue reading “୩ ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କଲା ୩ ନୂଆ ଚେହେରା । ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଅସ୍ଥା ପ୍ରକଟ କଲା ଦଳ”
ଜୟପୁର ଜୟନଗରର ନାବାଳିକା ଝିଅ ପ୍ରତୀକ୍ଷାର କରୁଣ କାହାଣୀ । ମା’ ଆରପାରିକୁ ଚାଲିଯିବା ପରେ ଦିବ୍ୟାଙ୍ଗ ବାପାଙ୍କ ସାହାରା ପାଲଟିଛନ୍ତି ପ୍ରତୀକ୍ଷା
କନକ ବ୍ୟୁରୋ : ପାଠ ପଢ଼଼ିବା ବୟସରେ ବାପାଙ୍କ ପାଇଁ ପାଲଟିଛି ଶ୍ରବଣ କୁମାର । ଦିବ୍ୟାଙ୍ଗ ବାପାର ଆଶାବାଡ଼଼ି ସାଜିଛି ପ୍ରତିକ୍ଷା । ନା ଅଛି ଘର, ନା ଅଛି ରୋଜଗାର । ପରିବାର କହିଲେ ଦିବ୍ୟାଙ୍ଗ ବାପା ଓ ଝିଅ । ଗତ ୩ ବର୍ଷ ତଳେ ମାଆଙ୍କ ଦେହାନ୍ତ ପରେ ବାପାଙ୍କ ସେବା କରିବା ପାଇଁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଦେଇଛନ୍ତି ଏହି ନାବାଳିକା ଝିଅ । ଭଙ୍ଗା ଦଦରା ଏହି ବିପଦContinue reading “ଜୟପୁର ଜୟନଗରର ନାବାଳିକା ଝିଅ ପ୍ରତୀକ୍ଷାର କରୁଣ କାହାଣୀ । ମା’ ଆରପାରିକୁ ଚାଲିଯିବା ପରେ ଦିବ୍ୟାଙ୍ଗ ବାପାଙ୍କ ସାହାରା ପାଲଟିଛନ୍ତି ପ୍ରତୀକ୍ଷା”
ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ପରୀକ୍ଷା ।
କନକ ବ୍ୟୁରୋ: ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା । ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି । ତେବେ ଦଶମ ପରୀକ୍ଷା ଫେବ୍ରୁଆରୀ ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୨ ତାରିଖ ଯାଏଁ ହେବ । CBSE releases date sheet forContinue reading “ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ପରୀକ୍ଷା ।”
ଭିକ୍ଷା ବୃତି କରି ଅସହାୟ ଲୋକଙ୍କ ମୁହଁରେ ଦେଉଛନ୍ତି ଦାନା । ବୃଦ୍ଧ-ବୃଦ୍ଧା ଓ ଗରିବ ପିଲାଙ୍କ ପାଇଁ ସାଜିଛନ୍ତି ମା’
କନକ ବ୍ୟୁରୋ : କିନ୍ନର ସାଜିଛନ୍ତି ଅସହାୟ ବୃଦ୍ଧ-ବୃଦ୍ଧା ଓ ପିଲାମାନଙ୍କ ଆଶାବାଡ଼ି । ଭିକ ମାଗି କରୁଛନ୍ତି ସମାଜ ସେବା । ସମାଜରେ ଏବେ ବି ଅନେକ କିନ୍ନର ଅଛନ୍ତି ଯେଉଁମାନେ ସମ୍ମାନର ସହ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଇଏ ଏମିତି ଜଣେ କିନ୍ନର ଯିଏ ଅସହାୟ ଲୋକଙ୍କର ସାହାରା ପାଲଟିଛନ୍ତି । କାକଟପୁର ପାଟସୁନ୍ଦରପୁର ଗାଁର ଚିନୁ ମିଶ୍ର ଓରଫ ଚିନୁ କିନ୍ନର । ମନ୍ଦିର ଆକୃତିର ଏହି ଘରେContinue reading “ଭିକ୍ଷା ବୃତି କରି ଅସହାୟ ଲୋକଙ୍କ ମୁହଁରେ ଦେଉଛନ୍ତି ଦାନା । ବୃଦ୍ଧ-ବୃଦ୍ଧା ଓ ଗରିବ ପିଲାଙ୍କ ପାଇଁ ସାଜିଛନ୍ତି ମା’”
ଆବାସ ଯୋଜନାରେ ଆକାଉଂଟକୁ ଆସିଛି ଟଙ୍କା । ହେଲେ ବ୍ଲକ ପ୍ରଶାସନ ଆକାଉଂଟ ହୋଲ୍ଡ କରିଥିବାରୁ ମିଳୁନି ଅର୍ଥ
କନକ ବ୍ୟୁରୋ : ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ । ଘର ଖଣ୍ଡିଏ ପାଇଁ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ୧୫ କିଲୋମିଟର ବାଟ ଚାଲି ଚାଲି ବ୍ଲକ ଅଫିସରେ ପହଂଚିଛନ୍ତି ଡେଲାଙ୍ଗ ଚାଇଁପୁର ପଂଚାୟତ ରତାପଡ଼ା ଗାଁର କଳ୍ପନା ମଲ୍ଲିକ । ଫନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଆବାସ ଯୋଜନାରେ ବାନାମ୍ବରଙ୍କ ନାଁ ଅନ୍ତର୍ଭୁକ୍ତ ହୋଇଛି । ଘର କରିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଅଗ୍ରୀମ ୪୦ ହଜାର ଟଙ୍କା ପ୍ରଦାନContinue reading “ଆବାସ ଯୋଜନାରେ ଆକାଉଂଟକୁ ଆସିଛି ଟଙ୍କା । ହେଲେ ବ୍ଲକ ପ୍ରଶାସନ ଆକାଉଂଟ ହୋଲ୍ଡ କରିଥିବାରୁ ମିଳୁନି ଅର୍ଥ”
କେନ୍ଦ୍ରାପଡାରୁ କେରଳ ଯାଉଛି ସ୍ୱତନ୍ତ୍ର ଦାଦନ ବସ । ଜୀବନ ଜୀବିକା ପାଇଁ ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଯୁବକ, ଯୁବତୀ
କନକ ବ୍ୟୁରୋ : ଦାଦନ ଶ୍ରମିକଙ୍କ ପାଇଁ ଚାଲୁଛି ସ୍ୱତନ୍ତ୍ର ବସ୍ । କେନ୍ଦ୍ରାପଡା ରାଜନଗରର ସାତଭାୟାରୁ ୨୫ଶହ କିମି ଦୂର କେରଳକୁ ଚାଲୁଛି ଏହି ବସ୍ । ପଂଚାୟତରେ ପରିବାର ସଂଖ୍ୟା ଯେତିକି, ଦାଦନଙ୍କ ସଂଖ୍ୟା ତା’ଠୁଁ ଅଧିକ । ପ୍ରାୟ ସମସ୍ତ ପରିବାରର ଯୁବକ, ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଉଛନ୍ତି । ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁContinue reading “କେନ୍ଦ୍ରାପଡାରୁ କେରଳ ଯାଉଛି ସ୍ୱତନ୍ତ୍ର ଦାଦନ ବସ । ଜୀବନ ଜୀବିକା ପାଇଁ ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଯୁବକ, ଯୁବତୀ”
ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା
କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଜୀବନ ରଖା ଭାବେ ପରିଚିତ ଜାତୀୟ ରାଜପଥ ୨୦ ଓ ୫୨୦ ଏବେ ମରଣଯନ୍ତା ପାଲଟିଛି। ବର୍ଷକୁ ଏହି ରାଜପଥରେ ଯାଉଛି ୩୦୦ ରୁ ଅଧିକ ଜୀବନ। ଏହି ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଯାଜପୁର ଜିଲ୍ଲାର ପାଣିକୋଇଲି ଠାରୁ ଆରମ୍ଭ କରି କେନ୍ଦୁଝର ଦେଇ ରାଜା ମୁଣ୍ଡା ଯାଏଁ ୨୦୧୧ ମସିହାରୁ ଆରମ୍ଭ ହୋଇଥିଲା । ହେଲେ ଦୁଃଖର ବିଷୟ ଏଯାବତ ଏହି ଜାତୀୟ ରାଜପଥ ଅଧାପନ୍ତରିଆ ଭାବେContinue reading “ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା”
କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟ ରାଜନୀତି । ଡିସେମ୍ବର ୨୦ରୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବ କଂଗ୍ରେସ
କନକ ବ୍ୟୁରୋ : କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହାର ପ୍ରତିବାଦ କରି କଂଗ୍ରେସ ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି । ଦଳ କହିଛି, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷାକୁ ଆଦୌ ଗୁରୁତ୍ୱ ଦେଉନଥିବା ବେଳେ କେବଳ ଆତ୍ମ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ।Continue reading “କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟ ରାଜନୀତି । ଡିସେମ୍ବର ୨୦ରୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବ କଂଗ୍ରେସ”